Showing posts with label ଐତିହାସିକ ତଥ୍ୟ. Show all posts
Showing posts with label ଐତିହାସିକ ତଥ୍ୟ. Show all posts

Friday, February 18, 2022

#ଓଡ଼ିଶାର_ପ୍ରଥମ_ସ୍ଵାଧୀନତା_ସଂଗ୍ରାମୀ #ଵିପ୍ଳଵୀକୃଷ୍ଣଭଞ୍ଜ

#ଓଡ଼ିଶାର_ପ୍ରଥମ_ସ୍ଵାଧୀନତା_ସଂଗ୍ରାମୀ #ଵିପ୍ଳଵୀକୃଷ୍ଣଭଞ୍ଜ

ଯେତେବେଳେ ସର୍ଵଭାରତୀୟ ସ୍ଥରରେ ସ୍ଵତନ୍ତ୍ରତା ସଂଗ୍ରାମ କଣ୍ ବୋଲି ସାଧାରଣ ଲୋକ ଜାଣିନଥିଲେ ସେତେବେଳେ ସେ ଓଡ଼ିଶାରେ ପ୍ରଥମ ସ୍ଵାଧୀନତା ସଂଗ୍ରାମର ଶଂଖନାଦ କରିଥିଲେ । ଯିଏ ଏହି ଶଙ୍ଖନାଦର ଆଦ୍ଯ ଉଦ୍ଘୋଷକ ସେହି ମହାପୁରୁଷଙ୍କ ଜନ୍ମ ଅଵିଭକ୍ତ ଗଞ୍ଜାମର ଘୁମୁସର ରାଜବଂଶରେ ୧୭୧୯ ମସିହାରେ ହୋଇଥିଲା । 

ତାଙ୍କୁ ସମସ୍ତେ ଵିପ୍ଳଵୀ କୃଷ୍ଣଭଞ୍ଜ ନାମରେ ଜାଣନ୍ତି । ସେ ଥିଲେ ଜଣେ ସ୍ଵାଧୀନ ଚେତା ଵୀରପୁରୁଷ । ସେତେଵେଳେ ମରାଠାମାନଙ୍କ ଅଧିନରେ ଓଡ଼ିଶାର ଅନେକ ଅଞ୍ଚଳ ସମେତ ଘୁମୁସର ମଧ୍ୟ ରହିଥିଲା । ମରାଠାମାନେ ୧୭୫୩ମସିହାରେ ଘୁମୁସର ଅଞ୍ଚଳକୁ ସେଠାକାର ରାଜା ଓ ପ୍ରଜାଙ୍କ ଅନୁମତି ନ ନେଇ ଫରାସୀମାନଙ୍କୁ ଵିକ୍ରି କରିଦେଇଥିଲେ ।

 ଫରାସୀମାନେ ଘୁମୁସର ରାଜ୍ୟର ସର୍ଵେସର୍ଵା ହୋଇଗଲେ ଫଳରେ କୃଷ୍ଣଭଞ୍ଜ ସମେତ ଅନେକ ସ୍ଵାଧୀନଚେତା ଲୋକେ ସେମାନଙ୍କ ଵିପକ୍ଷରେ ସେହି ଵର୍ଷ ଯୁଦ୍ଧ ଘୋଷଣା କରିଥିଲେ ।

 ଇତିହାସରେ ଏହି ଯୁଦ୍ଧ ପ୍ରଥମ ଘୁମୁସର ଯୁଦ୍ଧ ନାମରେ ଉଲ୍ଲେଖ ହେଵା ଯୋଗ୍ଯ କାରଣ ଓଡ଼ିଶାରେ ଏହା ପୂର୍ଵରୁ କେଉଁଠି ବି ଵୈଦେଶିକ ଶାସକଙ୍କ ଵିପକ୍ଷରେ ଏଭଳି ଯୁଦ୍ଧ ହୋଇନଥିଲା । 

ଏ ଯୁଦ୍ଧରେ ଫରାସୀମାନଙ୍କର ଅନେକ କ୍ଷତି ହେଲା ଫଳରେ ବାଧ୍ଯ ହୋଇ ସେମାନେ ଵିପ୍ଳଵୀମାନଙ୍କର ସନ୍ଧି କଲେ ।  ସନ୍ଧି ଅନୁସାରେ ଵିପ୍ଳଵୀ କୃଷ୍ଣଭଞ୍ଜଙ୍କୁ ଘୁମୁସର ରାଜ୍ୟର ରାଜଭାର ପୁନଃ ପ୍ରଦାନକରାଯାଇଥିଲା କିନ୍ତୁ ପ୍ରକୃତରେ ଶାସନର ସବୁ କ୍ଷମତା ଫରାସୀମାନଙ୍କ ହାତରେ ହିଁ ରହିଥିଲା ।

 ତେଵେ ଵିପ୍ଳଵୀ କୃଷ୍ଣଭଞ୍ଜ ଫରାସୀମାନଙ୍କୁ ଏ ଦେଶରୁ ଵିତାଡି଼ତ କରିଵାର ତାଙ୍କ ଭଵିଷ୍ଯତ ଯୋଜନା କାର୍ଯ୍ୟକାରୀ କରିଵା ପାଇଁ ଜାଣିଶୁଣି ଏଭଳି ସନ୍ଧି କରିଥିଲେ । 

ଚାରିଵର୍ଷ ପରେ ୧୭୫୭ ମସିହାରେ ଫରାସୀ ଜେନେରାଲ୍ ଡି. ବସ୍ ଗଞ୍ଜାମର ଵିଭିନ୍ନ ଜମିଦାର ଓ ରାଜାମାନଙ୍କଠାରୁ ସେମାନଙ୍କ ବକାୟା ପାଉଣା ଦେଵାକୁ ବାଧ୍ୟ କଲେ ଏଣେ ସାଧାରଣ ଜନତାଙ୍କ ଉପରେ ମଧ୍ୟ ସେମାନଙ୍କ ଅତ୍ଯାଚାର ଦିନୁଁ ଦିନ ବଢିବାରେ ଲାଗିଥିଲା । 

ସେଇ ଵର୍ଷ ନଭେମ୍ବର ମାସରେ ଅନେକ ଜମିଦାର ,ଓଡ଼,ବେଣାଏତ ଓ କାଳାଞ୍ଜୀ ଯୋଦ୍ଧା ତଥା ସ୍ଥାନୀୟ ଵିପ୍ଳଵୀମାନେ କୃଷ୍ଣଭଞ୍ଜଙ୍କ ନେତୃତ୍ୱରେ  ଫରାସୀଵାହିନୀଙ୍କ ଵିପକ୍ଷରେ ଭୀଷଣ ଯୁଦ୍ଧ କରିଥିଲେ । 

ଫରାସୀଵାହିନୀକୁ କୌଣସି ପ୍ରକାରେ ଘୁମୁସରର ଘନ ଜଙ୍ଗଲ ମଧ୍ୟକୁ ଆଣି ସେମାନଙ୍କୁ ଗରିଲା ଯୁଦ୍ଧ ବଳରେ ପ୍ରତିହତ କରିଵାର ଯୋଜନା ହୋଇଥାଏ । ପ୍ରଥମେ ପ୍ରଥମେ ଏଥିଯୋଗୁଁ ଫରାସୀଵାହିନୀକୁ ଅନେକ କ୍ଷତି ସହିଵାକୁ ହେଲା । ଫରାସୀମାନେ ଵିପ୍ଳଵୀ କୃଷ୍ଣଭଞ୍ଜଙ୍କ ଜଣେ ଚାକରକୁ ଧନଲୋଭ ଦେଇ ତାହାଠାରୁ ଵିପ୍ଳଵୀମାନଙ୍କ ଜଙ୍ଗଲଦୁର୍ଗ ଵିଷୟରେ ସବୁ ଜାଣିଲେ । 

ଯୁଗେ ଯୁଗେ ଵିଶ୍ଵାସଘାତକଙ୍କ ଯୋଗୁଁ ବଡ଼ ବଡ଼ ଯୁଦ୍ଧରେ ଵିଜୟୀ ପକ୍ଷ ପରାଜିତ ହୋଇଛି । ଵିପ୍ଳଵୀ କୃଷ୍ଣଭଞ୍ଜ ମଧ୍ୟ ନିଜ ଵିଶ୍ଵାସଘାତକ ଭୃତ୍ଯ ଯୋଗୁଁ ବନ୍ଦୀ ହେଲେ ଓ   
୧୭୭୩ ମସିହାରେ ତାଙ୍କର ଦେହାଵସାନ ହୋଇଥିଲା । 
ରାଜା କୃଷ୍ଣଭଞ୍ଜଙ୍କର ସୁପୁତ୍ର ଵିକ୍ରମ ଭଞ୍ଜ ଏହାର କେତେକ ଵର୍ଷପରେ ଇଂରେଜମାନଙ୍କ ଵିପକ୍ଷରେ ଆନ୍ଦୋଳନ କରି ଦୁଇଵର୍ଷକାଳ ସେମାନଙ୍କୁ ହନ୍ତସନ୍ତ କରିପକାଇଥିଲେ । ସେ ଥରେ ଏକାକି ପଡୋ଼ଶୀ ମରହଟ୍ଟା ଅଞ୍ଚଳରେ ଆତର୍କିତ ଆକ୍ରମଣ କରି କୋଡି଼ଏ ଜଣ ଇଂରେଜ ସୈନିକ ସମେତ ଅନେକ ସିପାହୀଙ୍କୁ ମାରିଦେଇଥିଲେ । 

ଅଵଶ୍ୟ ଓଡ଼ିଶାର ଘୁମୁସର ଭଳି ତାମିଲନାଡୁରେ ମଧ୍ୟ ୧୭୫୭ ମସିହାରେ  ଵିପ୍ଳଵୀ Maveeran Alagumuthu Kone ୧୭୫୭ରେ ଇଂରେଜମାନଙ୍କ ଵିପକ୍ଷରେ ଯୁଦ୍ଧ କରି ନିହତ ହୋଇଥିଲେ । 

ତେଵେ ଦୁଃଖ ଓ ପରିତାପର ଵିଷୟ ଆଜି ତାମିଲ୍ ଯୋଦ୍ଧା Maveeran Alagumuthu Koneଙ୍କ ନାଆଁଟି ଅଳ୍ପବହୁତେ ଜଣାଶୁଣା ଥିଵାଵେଳେ ଓଡ଼ିଶାର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ରାଜାକୃଷ୍ଣଚନ୍ଦ୍ର ଭଞ୍ଜଙ୍କ ନାମ ଭାରତ କ’ଣ ଓଡ଼ିଶାରେ ସୁଦ୍ଧା ଅନେକ ଲୋକଙ୍କୁ ଜଣାନଥିଵ । ଓଡ଼ିଶାର ଏହି ଵୀର ସଂଗ୍ରାମୀଙ୍କ ଵିଷୟରେ କେମିତି ଅଧିକରୁ ଅଧିକ ଲୋକ ଜାଣିଵେ ସେଥିପାଇଁ ସର୍ଵଭାରତୀୟ ସ୍ଥରରେ ପ୍ରଚେଷ୍ଟା କରିଵା ପ୍ରତ୍ୟେକ ଓଡ଼ିଆଙ୍କ କର୍ତ୍ତଵ୍ଯ ।

Wednesday, November 17, 2021

🔵ସବୁରି ଚିତ୍ତଚୋର🔵 (✍ଗୋଦାବରୀଶ ମହାପାତ୍ର)

ଉତ୍କଳମଣି ଗୋପବନ୍ଧୁ ଗଞ୍ଜାମରେ କୌଣସି ଏକ ପଲ୍ଲୀ ସଭାକୁ ଗଲାବେଳେ ଏକ କୌତୁକାଵହ ଘଟଣାଟିଏ ଘଟିଥିଲା । ଭିକ୍ଷାକରି ଚଳୁଥିଵା ଦୁଇଜଣ ବୁଢ଼ୀ ଗୋପବନ୍ଧୁଙ୍କୁ  ସବାରିରେ ଯିଵା ଦେଖି ଜଣେ କିଏ ବର ଵିଭାହୋଇଯାଉଛି ବୋଲି ମନେକରି ସଭାକୁ ଯାଇଥିଲେ । ଉଭୟ ବୁଢୀ଼ ପରସ୍ପରରେ କଥା ହେଉଥାନ୍ତି । ଏ ବୁଢ଼ା ଵରକୁ କିଏ ଅଵା ନିଜ ଝିଅର ଜୀଵନ ନଷ୍ଟ ହେଵାକୁ ଵିଭା କରାଉଛି ।  କିନ୍ତୁ ଉତ୍କଳମଣିଙ୍କ ଭାଷଣ ଶୁଣିଵାପରେ ତାଙ୍କର ହୃଦବୋଧ ହୋଇଛି ଯେ ଇଏ କାହାର ଵର ନୁହେଁ ଵରଂ ଓଡ଼ିଆ ଜାତିର ଵରପୁତ୍ର । “ସବୁରି ଚିତ୍ତଚୋର” କଵିତାରେ ଗୋଦାଵରୀଶ ମହାପାତ୍ର ସେହି ଘଟଣାକୁ ଅତୀଵ ଚମତ୍କାର ଭାବରେ ଵର୍ଣ୍ଣନା କରିଅଛନ୍ତି ...

  🔵🔵🟠🟠🟠

ବାଜେ କରତାଳି, ବାଜେ ମାଦଳ, 
ଥରିଉଠେ ନୀଳ ଗଗନ ତଳ, 
ଗଣି ହୁଏ ନାଇଁ ଲୋକ-ଲହର ପଥପ୍ରାନ୍ତର ଧାରେ,
 ସବୁରି ଵଦନେ ପୂରିଛି ଆଶା,
  ପୁଲକି ଉଠଇ ମରମ ଭାଷା, 
  ପଡ଼ିଚି ଚହଲି ସବୁଜ ରସା ବନ୍ଦନ ଗୀତିକାରେ । 

ଜନଗଣ ମନ କାମନା ଜାଣି 
ଵିଜେକଲେ ଅଵା ଅଭୟପାଣି,
 ଲୋଚ଼ନ କୋଣରେ ଉଠେ ଉଜାଣି 
 ସବୁରି ଅଧରେ କଥା,
  ଶୋହେ କରେ କରେ କୁସୁମ ମାଳା, 
 
ଦିଏ ହୁଳହୁଳି ପଲ୍ଲୀବାଳା, 
ଉଶ୍ଵାସ ହୁଏ ପରାଣ ଭାରା ଦର୍ଶନେ ଚିର ଵ୍ୟଥା । 

ସେ ତ କୋଟି ଜନ ପରାଣସାଇଁ, 
କୁସୁମେ ଶୁଶ୍ରୁ ଦେଇଡ଼ି ଛାଇ 
ମାଳାଭାରେ ଗଳା ପଡ଼ିଚି ଲଇଁ
 ଚିନ୍ତିତ ଭଗବାନ, 
ନାଶିବେ ଦେଶର କଳି-କଳୁଷ, 
ଯେତେ ଏ ଦଳିତ-ଦୀନ-ମଣିଷ 
ଯୋଡ଼ି କର ଯୁଗ ଯାଚେ ଆଶିଷ 
 ସୁନ୍ଦର ମହୀୟାନ !! 

କେଉଁ ଗାଆଁ, କେଉଁ କୁଟୀର ଛାଡ଼ି 
ଆସିଥିଲେ ବୁଲି ଦୁଇଟି ବୁଢ଼ୀ, 
ସେ ଲୋକ ଗହଳେ ରହିଲେ ବୁଡ଼ି 
କି ବା ସେ ଦେଖିଲେ ତହିଁ,
 କିଏ ଗୀତ ଗାଏ, କିଏସେ ହସେ, 
 ବୁଢ଼ୀ ବଖାଣିଲା ବୁଢ଼ୀର ପାଶେ 
 କାହା କାନେ କିଏ କି କଥା ଭାଷେ, 
 କି କଥା ଦେଖିଲି ମୁହିଁ ! 
 
ଏତିକି ବାଜଣା, 
ଏତିକି ଗୋଳ ମଲା ଯା ଏତିକି ନାଟ ! 
ସବାରି ଭିତରେ ଏ ବୁଢ଼ା ବର
 ଏଥିପାଇଁ କିଆଁ ଏତେ ଚହଳ, 
ଏନ୍ତୁଡ଼ିଶାଳେ ନ ଚିପି ତୋଟି 
କିଏ ରଖିଥିଲା କାହା ଝିଅଟି,
 ଆଖି ଯାହା ଦେଖି ନଗଲା ଫୁଟି 
 ଗାଆଁରେ ବସିଛି ହାଟ !! 

କହିଲା ଆରେକ ହୁଅ ଗୋ ତୁନି, 
ବେଦୀରେ ବସିଵ ଏ ବୁଢ଼ା ପୁଣି !
 କୁଶେ ବାନ୍ଧିଵେ କାହାର ପାଣି, 
 କିଏ ସେହି ଅଭାଗିନୀ

ଏତେ ଵରଜାତି, 
ଏଡ଼ିକି ଭିଡ଼,
 ଏ ବୁଢ଼ା ଵରକୁ ଏତିକି ମାଳ ! 
 
ଭିକମଗା ଆଜି ଛାଡ଼ିଲେ ଛାଡ଼,
 ଦେଖିଵା ଚାଲ ଗୋ ନାନି ।
  ବସିଲା ଏ କାଳେ ସେ ଜନସଭା 
  ଜମାଟ ଧରିଲା ଜଳଦ ଅଵା,
  
   ସଜ୍ଜିତ ପୀଠେ ହୋଇଲେ ଉଭା 
   ସେଇ ଚିନ୍ତିତ ଵୀର,
    ଅଭୟ ଵରଦ ଶ୍ରୀକର ଟେକି
     ବେଗ-ଉଦ୍‌ବେଗ 
   ଜନତା ଦେଖି କହିଲେ 
   ରହିଚି ଆହୁରି ବାକି ଆଗେ ପଥ ବହୁ ଦୂର । 
   
ଚାଲ, ଚାଲ, ଆଜି ଚାଲ ରେ ବେଗେ, 
ଭିକ୍ଷା ଯା ମାଗୁଛ ଲଜ୍ଜା ଲାଗେ, 
ମାନଵ ଭିତରେ ଦେଵତା ଜାଗେ, 
ରମଣୀ ଭିତରେ ରମା, 
ଉନ୍ନତ କର ଆନତ ଶିର
 ଏଇ ତୋ ବିଜୟ-ପତାକା ଧର, 
 ଭୁଲ ତୋ ଭିତରେ ଆପଣା ପର, 
ଛାଡ଼ ବନ୍ଧନ ସୀମା । 

ଏଇ ମାଟିତଳ ଦଳିତ ଜାତି, 
ଏଇ ଧରଣୀର ଗଭୀର ରାତି, 
ଏଇ ଏ ଜାତିର ପତଳା ଛାତି, 
ଏଇ ମାଟିଘେରା ଗାଆଁ, 
ଏଇ ଜନତାର ଏକଇ ଡାକେ 
ଭେଦି ଗିରିଵନ ଦିଗ୍‌ଵିଦିକେ
 ନଵ କଳେଵର ନଵୀନ ଲୋକେ 
 ବାରେ ତୁ ଆଗକୁ ଚାହାଁ ।

 ଏଇ ଯେ ଗାଆଁର ଗରିବ ‘ବିନ’, 
 ଏଇ କୁଡ଼ିଆର ‘ସୁଦୁରୀ’, ‘ଘନ’, 
 ଏଇ କୁଲି, ଏଇ ବାଉରି, ପାଣ, 
 ଏଇ ଭିକାରୁଣୀ ବୁଢ଼ୀ,
  ଏଇ ତୋ ଜାତିର ଅସ୍ଥିମଜ୍ଜା
   ନଵୀନ ଜୀଵନେ କର ତୁ ତାଜା,

ପର ବୋଲେ ତୁହି ନିଜେ ନ ହଜା, 
ମରିବୁ ଅକୂଳେ ବୁଡ଼ି । 
କରତାଳି ତାଳ ଉଠିଲା ନାଡ଼ି;
 ସନ୍ଧାନ କଲେ ସଵ୍ୟସାଚୀ
  ପ୍ରତି ମନ ତଳେ ବଚନ ଯୋଡ଼ି, 
 ବିଜୁଳି ଖେଳିଲା ସତେ ! 
 
ଦେଲେ ହୁଳହୁଳି ରମଣୀକୁଳ, 
ଚମକିଲା ନର-ସାଗର କୂଳ, 
ସେଇ ସମାକୁଳ ଭକ୍ତକୁଳ 
ବନ୍ଦିଲେ ଯୋଡ଼ ହାତେ ।

 ସେ ସଭା ପ୍ରାନ୍ତେ ଦୁଇଟି ବୁଢ଼ୀ 
 ପଳିତ ଗଣ୍ଡେ ଲୋତକ ଢାଳି 
 ଯୋଡ଼ି କରଯୁଗ କହିଲେ ଖାଲି 
 ଆହା ଲୋ ଭଉଣୀ ମୋର, 
 ଏଇ ଯେ ବେଦୀରେ ବସିଚି ଵର 
 ଏ ଵର ନୁହେ ତ ଜଣେ କାହାର, 
 କାହା ହୃଦମଣି କାହା ଦୋସର
  ସବୁରି ଚିତ୍ତଚୋର !!

.................................................................

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...