Showing posts with label ଦେଶାତ୍ମବୋଧକ କବିତା. Show all posts
Showing posts with label ଦେଶାତ୍ମବୋଧକ କବିତା. Show all posts

Friday, February 11, 2022

ବୁଝିଯା ଧନ ବୁଝିଯା

#ହେ' ଓଡ଼ିଆ ଭାତ୍ରୁଗଣ ନିଜ ଜାତିଭାଇଙ୍କୁ ଚିହ୍ନ  ସେମାନଙ୍କ ଅବଦାନ ପ୍ରତି ସମ୍ମାନ ପ୍ରଦର୍ଶନ କର ଜୟକାର କର ପାଇକ ପୁଅ ଜୟୀରାଜଗୁରୁଙ୍କର  , ଜୟଗାନ କର ଭଞ୍ଜମାଟିର ଯୋଗ୍ୟ ନରେଶ ସର୍ବ ପ୍ରଥମ ବିପ୍ଳବୀ ମହାରାଜ #କୃଷ୍ଣ_ଭଞ୍ଜଙ୍କର  । 
            ବନ୍ଦେ ଉତ୍କଳ ଜନନୀ  🙏🙏🙏🇮🇳
#ବୁଝିଯା_ଧନ_ବୁଝିଯା   🙏🇮🇳🙏
^^^^^^^^^^^^^^^^^^^^
  ଦେଶରୁ ଗଲେ ଗୋରା ବିଦେଶୀ
 କେତେ ଯେ'ବୀର ହେଲେ ଶହୀଦ୍ 
         ଚକାରା ,ବାଜି,ବିର୍ସା 
ଜୀବନ ଦେଲେ             ଦେଶର ପାଇଁ 
       ଉଡ଼ିଲା ଗୋରା ହଂସା ....୦

  ଇତିହାସ ଆଜି ସେକାଳ କଥା 
  ଦେଶ ଗାଉଚି ସ୍ବାଧୀନ ଗାଥା
      ଉଦ୍ଘୋଷ ତାଳେ ତାଳେ 
ପାଇକ ପୁଅ                  ପାଇନି ଖିଅ
           ରହିଛି  ଆଢୁଆଳେ ....୧
           
  ଗାନ୍ଧୀ ପଟେଲ ଉଚ୍ଚ ସ୍ଳୋଗାନ 
  ସୁପ୍ତ ଆଜି ଏଠି ପାଇକ ପ୍ରାଣ 
         କାହାର ଏଇ ଫନ୍ଦି ! 
ଓଡ଼ିଆ ମାନ             ଆଜି ମଳିନ
         ଅବହେଳିତ ସନ୍ଧି .... ୨

  ଜାଗ ଓଡ଼ିଆ ପାଇକ ପୁଅ
 ଦେଖାଅ ତୁମ ମାଟିର ମୋହ 
         ଝଅଟ ଉଠି ଯାଅ
ଜୟୀ ରାଜଗୁରୁ           ଲକ୍ଷ୍ମଣ ନାୟକ
            ସୁବାଷ ଜୟ କୁହ ....୩

  ବାଜି ଓ ଚକରା ,ବିର୍ସା ମୁଣ୍ଡା
  ଅଛିନ୍ତି କେତେ ପାଇକ ଭେଣ୍ଡା
         ଚିହ୍ନୁନାହୁଁ  ତୁ' କିଆଁ  !
ଅଜ୍ଞ ବିବେକ                ଦେଶ ଶାସକ
     ଚେତେଇ ଦେଇତୁ' ଯା ....୪

  ସ୍ବାଧୀନ ଏବେ ଭେଳିକି ଜାଣ 
    ବ୍ୟଥିତ ଏଠି କୃଷକ ପ୍ରାଣ 
            ଓଡ଼ିଆ ଏଠି ନଣ୍ଡା 
ଶୋଣିତ ଢାଳି             ଦିଅରେ ଜାଳି
          ଶାସକ ନୀତି ଫଣ୍ଡା ....୫

    ବିପ୍ଳବକାରୀ ସେ' କୃଷ୍ଣ ଭଞ୍ଜ 
     ଅକାଳେ ଅସ୍ତ  ଜୀବନ ସଞ୍ଜ 
            ଘୁମୁସୁର ରାଇଜ      
ଶ୍ରୀକର ଭଞ୍ଜ              ବିକ୍ରମ ଭଞ୍ଜ 
         ପ୍ରତାପେ ଥିଲେ ସୂର୍ଯ୍ୟ ...୬

    ହରାଇ ଦେଲା ହୀନ ଚକ୍ରାନ୍ତ 
     ନିଜର ଲୋକ ମତ୍ତି ବିଚ୍ଯୁତ 
            ହୁଅନି ପୁଣି ଭ୍ରମ
ନିଜ ଶକତି                 ଗୁଣି ଝଟତି 
           ରଖିଯା' ଜାତି ମାନ ...୭

   ସ୍ବାଧୀନ ଆଜି ପାଳେ ପରଜା 
    ଉଡ଼ାଇ ଶାନ୍ତି ମଇତ୍ରି ଧ୍ବଜା 
          ମନ କରୁନି ହେଜା 
ଓଡ଼ିଆ ପୁଅ                ଶ୍ରେୟର ଖିଅ
        ବୁଝିଯା ଧନ ବୁଝିଯା ...୮

        ^^^^^^^^¤^^^^^^
 ✍ ସନ୍ତୋଷ ପଟ୍ଟନାୟକ  । 
ବେଗୁନିଆପଡା ବ୍ଳକ୍ ତିରିଡ଼ା  ,ଗଞ୍ଜାମ  ।
--------------------
ଶବ୍ଦାର୍ଥ :- 
ଫଣ୍ଡା : ମୁମୁର୍ଷୁ ଅବସ୍ଥା । ଝଟତି : ହଠାତ୍ । ଉଦ୍ଘୋଷ : ସ୍ଳୋଗାନ । ହଂସା : ସହାସ  ।

Thursday, August 20, 2020

⭕ ଉତ୍କଳ ଉଦ୍ଧାର ବୀର ⭕

ଉତ୍କଳ ଉଦ୍ଧାର ମୋର
  ~~~~୦~~~~                 
                      ✍ ସନ୍ତୋଷ ପଟ୍ଟନାୟକ 

ଜାଗ ବୀରଗଣେ ଧରଣୀ ବକ୍ଷରୁ
     ପାପରାଶି କର କ୍ଷୟ
 ଅକ୍ଷୟ ହେଉ'ଏ ପୂଣ୍ୟ ଜଗତେ
        ଉତ୍କଳର ହେଉ ଜୟ....

 ନୂଆ ଭାବନାକୁ ଜାଗାଦିଅ ମନେ
       ବିଦ୍ରୋହ ହେଉ ବୈଶାଖୀ
କର ଅବା ମର ନୀତିକୁ ଆଦର
      ଅତୀତକୁ କରି ସାକ୍ଷୀ......

ଆଗାମୀ ଭବିଷ୍ୟ ତୁମଠି ନିହିତ
     ମନେଗୁଣ 'ବାଜି' ସୌର୍ଯ୍ୟ 
ହାତେ ହାତ ମେଳ ଏକତାହିଁ ବଳ
     ନ' ହାର ସାହସ ଧୌର୍ଯ୍ୟ....

ରୀତିନୀତି ସବୁ କଡ଼ ଲେଉଟିଛି
     ଜରାଜୀର୍ଣ୍ଣରେ ଜନନୀ
ବିଛିନ୍ନତାର  ଆର୍ତ୍ତ ଚିତ୍କାରରେ
          ଭିଜାଏ ନୟନ ବେନି....

 ଅତୀତର ଦିନ ଉନିଶ ପଚାସ 
        ଅଗଷ୍ଟ ଏକ ତାରିଖ
ସ୍ବାଧୀନତା ପରେ ଦେଶ ମିଶ୍ରଣରେ
      ହରେଇଛେ ଆମେ ନ୍ୟାର୍ଯ୍ୟ...
        
        ରହିଗଲା ଅବଶୋଷ
ଜନନୀ ବିଳପେ  ଅଙ୍ଗକୁ ହରେଇ 
       ଯେ ଥିଲା ଦିନେ ଉତ୍କର୍ଷ ....

ବିଗତ ଦିନର ବାଜିରାଉତ ସେ
     ବାର ବରଷର ଛୁଆ
ଦେଶ ଜାତି ପାଇଁ ଦେଲା ବଳିଦାନ
    ହୃଦୟେ ଲଗାଇ ନିଆଁ...

ସଂସ୍କାର ଆମରି ଅଟଇ ଅନନ୍ୟ
      ସ୍ବାଭିମାନ ଆମ ଶୀର
ପାଇକ ବିରତ୍ବ  ସ୍ମୃତିକୁ ସାଉଣ୍ଟି 
      ଉତ୍କଳ ଉଦ୍ଧାର ମୋର ....
         ----×---
 ସନ୍ତୋଷ ପଟ୍ଟନାୟକ,ଗଞ୍ଜାମ।

Saturday, August 15, 2020

⭕ ଉତ୍କଳ ଗୌରବ ⭕

ଉତ୍କଳ ଗୌରବ      ✍ଉପେନ୍ଦ୍ର ବସ୍ତିଆ 
***************************
ଉତ୍କଳ ଗଗନେ ହସଇ ରବି 
ମାନସୁ ନ'ଲୁଚେ ତୁମରି ଛବି 
ଉତ୍କଳ ଶ୍ୟାମଳା ହୃଦୟ ହାର
ଝୁରେ ଦେଶ ଜାତି ବନ କନ୍ଦର,
ତରୁ ଲତା ପୁଷ୍ପ ରାଜି
ସଜ୍ୱଳ ନୟନେ ଖୋଜନ୍ତି ତୁମକୁ,
କେଣେ ଗଲ ତୁମେ ହଜି ll

ଦୁଃଖଭରା ଯେବେ ଥିଲା ଜନନୀ, 
ନ'ଥିଲା ଏକତା ଉତ୍କଳେ ପୁଣି 
ସଂସ୍କୃତିର ଅବକ୍ଷୟ ପ୍ରହାର
ଲୋପକରି ଦେବାକୁ ଜାତି ଆମର 
ପଦରେ ଦେବେଟି ଦଳି 
ଭାରବାହି ପରି ରଖିବେ ଆମକୁ,
ମୁଖେ ଦେବେ ଚୂନ କାଳି ll

ଉଠିଲା ରକତ ତାତି ଆମର 
ଗଣସଭା ଡ଼ାକି ଦେଲ ହୁଙ୍କାର,
ଭୀରୁ ପ୍ରାଣେ ଦେଲ ବୀରତ୍ୱ ଭରି 
ସାରା ଭାରତରେ ପଡିଲା ହୁରି,
ସ୍ୱତନ୍ତ୍ର ଓଡିଶା ହେଵ
ରହିଛି ରହିବ ଏ'ଜାତିର ଟେକ
ସୁମରି ପୂର୍ବ ଗୌରବ ll

ଉତ୍କଳଭାଷା ର ସୁରକ୍ଷା ପାଇଁ,
ସେନାପତି ସେନା ଗଢିଲ ରହି 
ଅସାଧ୍ୟ ସାଧନା ବଳେ ପୁସ୍ତକ,
ଲେଖି ଦେଇଗଲ ଜାତିର ଟେକ 
କୋଣାର୍କ ଭୁବନେଶ୍ୱର 
ନୀଳାଚଳ ଧାମ ଧଉଳିଗୀରି ଯେ',
 ପ୍ରମାଣ ହେଲା କଳାର ll

ଆପ୍ରାଣେ ଡ଼ାକିଲ ଓଡ଼ିଆ ପାଇଁ, 
ଚ଼ଉତ୍ରିଶି ସାଲ ଆସିଲା ଧାଇଁ, 
ମଡ଼କ ପଡିଲା ତୁମରି ଉପରେ 
ହରିନେଲା ପ୍ରାଣ ମୁହୂର୍ତ୍ତକରେ, 
କାନ୍ଦିଲେ ଭାରତ ଜନ 
ଜାତିର ଜନକ କେଣେ ଗଲ ଚାଲି 
ଦୁଃଖୀ କରି କୋଟି ପ୍ରାଣ ll

ତୁମରି ପ୍ରଗାଢ ସାଧନା ବଳେ, 
ଓଡିଶା ସ୍ୱତନ୍ତ୍ର ହୋଇଲା ହେଳେ
ଜାତି ନବ ପ୍ରାଣ କଲାଟି ଲାଭ 
ବଢିଲା ଓଡ଼ିଆ ଜାତି ଗୌରବ 
ସତେ କି' ଆସିବ ଫେରି 
ଶୁଭାଶିଷ ଦେବ ଜାତିକୁ ଆମର 
ଦୁଃଖ ଯିବ ଅପସରି ll

http://sammarpana.blogspot.com

Friday, August 14, 2020

🇮🇳 ଭାରତ ମାତା 🇮🇳

ଭାରତ ମାତା    ✍ ରାମ ଚନ୍ଦ୍ର ପ୍ରଧାନ ( ଶିକ୍ଷକ)
=========
ବୀର ପ୍ରସବିନୀ  ସଦା ସୁହାସିନୀ 
    ବନ୍ଦେ ମୋ ଭାରତ ମାତା 
ତଟିନୀ ବନାନୀ  ସବୁଜ ଧରଣୀ 
    ସିଏ ତ ଜଗତ ଜିତା  l
ଅମୃତ ସୃଜନୀ  ସନ୍ତାନ ପାଳିନୀ 
     ସଭିଙ୍କର ସେ ଜନନୀ
ଚିର ବନ୍ଦନୀୟା  ସଦା ପୂଜନୀୟା 
    ମା' ସେ ଆଶିଷ ଦାୟିନୀ  l
ସମୃଦ୍ଧି ଶାଳିନୀ  ଶକ୍ତି ପ୍ରଦାୟିନୀ 
     କଥା ତା' ମଧୁ ଭାଷିନୀ 
ଗୌରବ ମଣ୍ଡିତା  ସଂକୃତି ଶୋଭିତା 
     ସାରା ବିଶ୍ୱେ ସେ ବିଦ୍ୱାନୀ  l
ସଞ୍ଜ ନଇଁଗଲେ  ନବବଧୂ ଏଠି 
    ଜାଳେ ଶ୍ରଦ୍ଧା ସଞ୍ଜବତୀ 
ଚାଷୀ ପୁଅ ଗୀତେ ପବନେ ଶୁଭଇ 
    ମାଟିର ସେ ମଧୁଗୀତି  l
ସବୁଠୁ ସୁନ୍ଦର  ଅଟେ ପରା ସିଏ 
   ମିଠା ଲାଗେ ତା'ର ଭାଷା 
ତା' ଦେଶ ସଂକୃତି ସବୁଠୁ ମହାନ 
   ବାର ମାସେ ତେର ଓଷା  l
ହିନ୍ଦୁ ମୁସଲିମ୍ ଜୈନ ଖ୍ରୀଷ୍ଟିଆନ 
    ସବୁ ତା' ପାଖେ ସମାନ 
ବିଭିନ୍ନତା ମଧ୍ୟେ  ବୋହି ସେ ଏକତା 
     ବୋଲାଉ ଥାଏ ମହାନ  l
ହିମାଳୟ ତା'ର ଶିରେ ଶୋଭାପାଏ 
       ସାଗର ଚରଣ ଧୁଏ 
ସୀମାରେ ତାହାର  ବୀର ସଇନିକ 
     ଦେଶପ୍ରେମ ଗୀତ ଗାଏ  l
        ~~~~~୦~~~~~
http://sammarpana.blogspot.com
 ସାମନ୍ତରା ପଲ୍ଲୀ , ଗଞ୍ଜାମ 
ମୋ:9861638736

🇮🇳 ମୁଠାଏ ସପନ ତୁମ ମୁଠେ ପାଉଁଶ 🇮🇳

ଜାତିର ଜନକ ତୁମେ ଆଜି ମୂକ
    କାଚ ବନ୍ଧା ଚିତ୍ର ତଳେ
ଏକବିଂଶ ଶତାବ୍ବୀର ଏ ମଣିଷ
     କପଟର ପଶା ଖେଳେ
ତୁମ ରାମରାଜ୍ୟ ହେଲାଣି କଦର୍ଯ୍ୟ
     ବଢି ଚାଲିଛି ଦୁଷ୍କର୍ମ
ଅସହାୟ ହୋଇ ମଥାକୁ ନୁଆଁଏ
     ଅହିଁସା ପରମ ଧର୍ମ
ତୁମେ କହିଥିବା ମିଠା ମୂଳ ମନ୍ତ୍ର
      ଏ ପିଢିରେ ଅକାରଣ
ଶାଗୁଣା ବିଲୁଆ ସେବା ଯୋଗାଇଲେ
       ଶବ କି ପାଇବ ପ୍ରାଣ ?
ଆପ୍ରାଣ ଉଦ୍ୟମେ  ବାଡି ଖଣ୍ତେ ଧରି
    ଦେଶ କୁ କଲ ସ୍ବାଧୀନ
ସ୍ୱାଧୀନତା ସତ୍ତା ଆଜି ସମାଧିସ୍ଥ
       ଦିଶଇ ଯାହା ବିବର୍ଣ୍ଣ
 ସ୍ୱର୍ଣ୍ଣ ପ୍ରସବିନୀ ଜନ୍ମ ଭୂମୀ ତ୍ରସ୍ତ
     ବିସ୍ମୃତ ସ୍ବରାଜ ମନ୍ତ୍ର
ଲୋକ ଦେଖାଣିଆ ପତକା ଉଡୁଛି
      ମିଛ ଏଠି ଲୋକ ତନ୍ତ୍ର
ଦେଇଥିଲ ସତ୍ୟ ଅହିଂସା ସ୍ୱଚ୍ଛତା 
        ମୂଳମନ୍ତ୍ର ଏକତାର
ଗଗନେ ପବନେ ଚଉଦିଗେ ଭିଡ
       ବିଭ୍ରାଟ ଓ ଭ୍ରଷ୍ଟାଚାର
ଉଜୁଡିଛି ତୁମ ସ୍ବରାଜ ସପନ
      ହୋଇଛି ମୁଠେ ପାଉଁଶ
ପରାଧୀନ ଦେଶ ସ୍ଵାଧୀନ ନିମନ୍ତେ
       ମାଟିକୁ ଓହ୍ଲେଇ ଆସ
       ------------×---------
http://sammarpana.blogspot.com
           ଦାଶରଥି ସାହୁ ,ଗଞ୍ଜାମ 
                  

🇮🇳 ବୁଝିଯା ଧନ ବୁଝିଯା 🇮🇳

ବୁଝିଯା ଧନ ବୁଝିଯା
         ✍ ସନ୍ତୋଷ ପଟ୍ଟନାୟକ 
^^^^^^^^^^^^^^^^^^^^
ଦେଶରୁ ଗଲେ ଗୋରା ବିଦେଶୀ
କେତେ ଯେ'ବୀର ହେଲେ ଶହୀଦ୍ 
        ଚକାରା ,ବାଜି,ବିର୍ସା 
ଜୀବନ ଦେଲେ     ଦେଶର ପାଇଁ 
       ଉଡ଼ିଲା ଗୋରା ହଂସା ....୦

 ଇତିହାସ ଆଜି ସେକାଳ କଥା 
 ଦେଶ ଗାଉଚି ସ୍ବାଧୀନ ଗାଥା
      ଉଦ୍ଘୋଷ ତାଳେ ତାଳେ 
ପାଇକ ପୁଅ           ପାଇନି ଖିଅ
           ରହିଛି  ଆଢୁଆଳେ ....୧
           
ଗାନ୍ଧୀ ପଟେଲ ଉଚ୍ଚ ସ୍ଳୋଗାନ 
ସୁପ୍ତ ଆଜି ଏଠି ପାଇକ ପ୍ରାଣ 
         କାହାର ଏଇ ଫନ୍ଦି ! 
ଓଡ଼ିଆ ମାନ           ଆଜି ମଳିନ
         ଅବହେଳିତ ସନ୍ଧି .... ୨

ଜାଗ ଓଡ଼ିଆ ପାଇକ ପୁଅ
ଦେଖାଅ ତୁମ ମାଟିର ମୋହ 
        ଝଅଟ ଉଠି ଯାଅ
ଜୟୀ ରାଜଗୁରୁ    ଲକ୍ଷ୍ମଣ ନାୟକ
           ସୁବାଷ ଜୟ କୁହ ....୩

ବାଜି ଓ ଚକରା ,ବିର୍ସା ମୁଣ୍ଡା
ଅଛିନ୍ତି କେତେ ପାଇକ ଭେଣ୍ଡା
         ଚିହ୍ନୁନାହୁଁ  ତୁ' କିଆଁ  !
ଅଜ୍ଞ ବିବେକ         ଦେଶ ଶାସକ
     ଚେତେଇ ଦେଇତୁ' ଯା ....୪

ସ୍ବାଧୀନ ଏବେ ଭେଳିକି ଜାଣ 
ବ୍ୟଥିତ ଏଠି କୃଷକ ପ୍ରାଣ 
            ଓଡ଼ିଆ ଏଠି ନଣ୍ଡା 
ଶୋଣିତ ଢାଳି       ଦିଅରେ ଜାଳି
          ଶାସକ ନୀତି ଫଣ୍ଡା ....୫

ବିପ୍ଳବକାରୀ ସେ' କୃଷ୍ଣ ଭଞ୍ଜ 
ଅକାଳେ ଅସ୍ତ  ଜୀବନ ସଞ୍ଜ 
            ଘୁମୁସୁର ରାଇଜ      
ଶ୍ରୀକର ଭଞ୍ଜ          ବିକ୍ରମ ଭଞ୍ଜ 
         ପ୍ରତାପେ ଥିଲେ ସୂର୍ଯ୍ୟ ...୬

ହରାଇ ଦେଲା ହୀନ ଚକ୍ରାନ୍ତ 
 ନିଜର ଲୋକ ମତ୍ତି ବିଚ୍ଯୁତ 
            ହୁଅନି ପୁଣି ଭ୍ରମ
ନିଜ ଶକତି             ଗୁଣି ଝଟତି 
           ରଖିଯା' ଜାତି ମାନ ...୭

ସ୍ବାଧୀନ ଆଜି ପାଳେ ପରଜା 
 ଉଡ଼ାଇ ଶାନ୍ତି ମଇତ୍ରି ଧ୍ବଜା 
          ମନ କରୁନି ହେଜା 
ଓଡ଼ିଆ ପୁଅ          ଶ୍ରେୟର ଖିଅ
        ବୁଝିଯା ଧନ ବୁଝିଯା ...୮
         ^^^^^^¤^^^^^^
http://sammarpana.blogspot.com
ବେଗୁନିଆପଡା ବ୍ଳକ୍ ତିରିଡ଼ା  ,ଗଞ୍ଜାମ  ।
--------------------------------------------
ଶବ୍ଦାର୍ଥ :- 
ଫଣ୍ଡା : ମୁମୁର୍ଷୁ ଅବସ୍ଥା । ଝଟତି : ହଠାତ୍ । ଉଦ୍ଘୋଷ : ସ୍ଳୋଗାନ । ହଂସା : ସହାସ  ।

Monday, July 27, 2020

● ଗାନ୍ଧୀ ତୁମେ ଫେରିଆସ ●

    ଗାନ୍ଧୀ ତୁମେ ଫେରିଆସ   ✍ ସନ୍ତୋଷ ପଟ୍ଟନାୟକ ।
       <<<<<●>>>>>
ଗାନ୍ଧୀ ତୁମେ ଫେରିଆସ 
ଏବେ ବଦଳିଯାଇଛି ଆମଦେଶ
ଦେଖିଥିଲ ଯେଉଁ ସ୍ୱରାଜ ସପନ,
ଗଢା ସେଠି ଆଜି ମଦଦୋକାନ 
ତୁମବିନା ତାକୁ କେ କରିବ ଆନ !
 ତେଣୁ ଅଛି ତୁମ୍ଭ ପ୍ରୟୋଜନ.... l

ବଢିଛି ଏଠି ଥାନା କଚେରୀ 
 କମିନାହିଁ  ଡକାୟତି ଚୋରି
ମାଳ ମାଳ ପୁଣି ଶିକ୍ଷାନୁଷ୍ଠାନ
କମୁନି ବେକାରୀ,ଅନିତୀ ଶାଶନ
ଶୋଷଣ,ଧର୍ଷଣ,ବେକାରୀ କଷଣ
ବଢିଚାଲେ ଏଠି ଦିନକୁ ଦିନ 
ଏ ସବୁ ପାଇଁ ନାହିଁ ସମାଧାନ !! 
ତେଣୁ ତୁମ୍ଭେ ଆସ  ....
ଆସିବାର ଅଛି ପ୍ରୟୋଜନ... ।।

କାନ୍ଦୁଛି ସ୍ନେହ,ଶ୍ରଦ୍ଧା କାନ୍ଦେ ଭାରତମାତା
ପାଶ୍ଚାତ୍ୟ ନିଶାରେ ଏଠି ବୁଡିଛି ଜନତା 
ଆଦର୍ଶବାଣୀ ତୁମ ଆଜି ସମାଧି ତଳେ,
ଅନ୍ୟାୟ, ଅନୀତି ସବୁଠି ଚଳେ
ଦୋଷୀ ପୁଣି ଏଠି ପାଏ ସମ୍ମାନ 
ବଦଳାଇବାର ଅଛି ଆମ ଆଇନ 
ତେଣୁ ଅଛି ତୁମ୍ଭ ପ୍ରୟୋଜନ ,
ଆସି ଥରେ କର ତା'ର ସମାଧାନ....lll
      -----------------×--------------
   ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ  । 7984259080

"ଜାତିବାଦ ଛାଡି ସରବେ ହସନ୍ତୁ ବିଜୟ ଧ୍ବଜାର ତଳେ".....

✍ ସନ୍ତୋଷ ପଟ୍ଟନାୟକ ।
      ---------------------
ମୁକ୍ତାକାଶ କୋଳେ ଲହରେ ତ୍ରିରଙ୍ଗା 
    ବଖାଣି ଗୌରବ ଗାଥା 
 ସ୍ଵାଧିନ ଭାରତ ବିଜୟ ଧ୍ୱଜା'ଏ
       ଚରଣେ ନୂଆଁଅ ମଥା....
ହଜିଛି ଗୌରବ ଲୁଚିଛି ବୈଭବ
    ଶାସକ ଆଜି ଶୋଷକ
ଅମୂଲ୍ୟ ରକତ ଢ଼ାଳୁଛି ସୈନିକ
     ବିଷ ଆଦରେ କୃଷକ....

ସ୍ବାର୍ଥକୁ ଆଦରି ସ୍ବାଭିମାନ ବନ୍ଧା
    ଜନନୀ ସମ୍ମାନ ବିକି
 ଜନନୀ ବି' ଏଠି ନିର୍ଦ୍ଦୟ ସାଜୁଛି
    ସନ୍ତାନକୁ ତାର ଫିଙ୍ଗି....
ଆଦର୍ଶବାଣୀକୁ ଧିକ୍କାରୁଛି ମନ
    ଚାଲୁଛି ଅନୀତି ତାଳେ
ମାନ ସନମାନ  ବିକିରି ଚାଲିଛି
      ଅର୍ଥ ଖର୍ଚ୍ଚ ଆଢୁଆଳେ....

ମାତୃଭାଷା ଭୁଲି ବିଦେଶୀ ଭାଷାରେ
     ଶିକ୍ଷା ପଦ୍ଧତି ତିଆରି
ସଂସ୍କୃତି ବିହୀନ ଶିକ୍ଷାକୁ ଆଦରି
      ଯୁବକ ଏଠି ବେକାରୀ.....
ଭାଷଣ ବାଜିରେ  ସରୁଛି ଦିବସ
       ତୁଛା ମିଛ ଆସ୍ଫାଳନ
ଛାତ୍ରଛାତ୍ରୀ ଗଣ ମଞ୍ଚରେ ଗାଆନ୍ତି
     ଘୋଷା "ଜନ ଗଣ ମନ"....

କନ୍ୟା ରତନକୁ  ଚିହ୍ନନ୍ତିନି ଜନେ
     ବୃଦ୍ଧ-ବୃଦ୍ଧା ହୀନିମାନ
ଅନ୍ୟାୟ ଅନୀତି ସୀମା ଟପିଲାଣି
         ସହା ସେଇ ଜନାର୍ଦ୍ଦନ....
ସ୍ବରାଜ ସପନ  ଉଭେଇ ଯାଇଛି
         ନାହିଁ ଆଉ ଭାତୃଭାବ
ଉତ୍ଥାନ ଆଳରେ   ଶାସକ ଗଢ଼ିଛି
         ଜାତିଆଣ ଭେଦଭାବ....

ସାହାସ ଶକତି  ଦିଅ ମହାବାହୁ
    ଦିଅଏକ ମହାପୁରୁଷ
 ଉଜୁଡା ଦେଶକୁ ସଜାଡି ପାରିବ
      ସମ୍ପର୍କର ହୋଇ ଦାସ....     
ଆସନ୍ତା ଦିବସେ ମୋ'ଦେଶ ଜନତା
        ବିଜୟ ଧ୍ବଜାର ତଳେ
ଜାତିବାଦ ଛାଡ଼ି  ସରବେ ହସନ୍ତୁ
      ଭାରତ ମାତାର କୋଳେ....
            ------×-----
✍  ସନ୍ତୋଷ ପଟ୍ଟନାୟକ ଗଞ୍ଜାମ।  7984259080

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...