Showing posts with label ସଂଗୃହୀତ. Show all posts
Showing posts with label ସଂଗୃହୀତ. Show all posts

Thursday, July 11, 2024

● ବାସ୍ତୁଶାସ୍ତ୍ରରେ ଗଣେଶ ●

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡ଼ା, ଗଞ୍ଜାମ

ପ୍ରଥମ ପୂଜ୍ୟ ଶ୍ରୀଗଣେଶ । ନୂତନ ଘରେ ପ୍ରବେଶ ହେଉ ଅବା ଶୁଭ କାର୍ଯ୍ୟ, ସର୍ବ ପ୍ରଥମେ ଲୋଡା ହୁଅନ୍ତି ସେ । କାରଣ ତାଙ୍କୁ ପୂଜା କଲେ ସବୁକିଛି ମଙ୍ଗଳ ହୋଇଥାଏ । ବାସ୍ତୁଶାସ୍ତ୍ରରେ ମଧ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ସ୍ଥାନ ଖୁବ ଗୁରୁତ୍ଵପୂର୍ଣ୍ଣ । ଏହାକୁ ଅନୁସରଣ କରି ପ୍ରଭୁଙ୍କ ପ୍ରତିମାର ଠିକ ସ୍ଥାପନ କରି ପାରିଲେ ଘରକୁ ସୁଖସମୃଦ୍ଧି ଆସିଥାଏ ।

ଯଦି ଘରର ମୂଖ୍ୟ ଦ୍ଵାର ଦକ୍ଷିଣ ଦିଗକୁ ଖୋଲୁଥାଏ, ତେବେ ସେହି ଦ୍ଵାରର ଉପରେ (ତାହା ଘର ଭିତରେ ହେଉ ଅବା ବାହାରେ) ଗଣେଶଙ୍କର ଛୋଟିଆ ପ୍ରତିମା ଲଗାଇଲେ ଘରର ଦକ୍ଷିଣମୁଖୀ ଦୋଷ କଟିଯାଏ । ଘରେ ପ୍ରବେଶ କରିବା ମାତ୍ରେ ଯଦି କିଛି ଅଜଣା ନକାରାତ୍ମକ ଭାବ ଉତ୍ପନ ହେଇଥିବା ମନେହୁଏ ତେବେ ଘରଭିତରେ ପ୍ରବେଶ ଦ୍ଵାରକୁ ମୁହଁ କରି ଅନାଇବା ଭଳି ୯ ଇଞ୍ଚର ଏକ ଗଣେଶ ପ୍ରତିମା ସ୍ଥାପନା କରିବା ଭଲ । ଘରର ଯେ କୈଣସି ଦିଗରେ ଭଗବାନ ଗଣେଶଙ୍କ ପ୍ରତିମା ସ୍ଥାପନା କରିବା ଉଚିତ ନୁହେଁ । ବରଂ ଗଣେଶଙ୍କ ଫଟୋ ଓ ପ୍ରତିମାକୁ ଏଭଳି ରଖିବା ଜରୁରୀ ଯେମିତିକି ତାଙ୍କୁ ପ୍ରଣାମ କରିବା ବେଳେ ଆମର ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବ । ଅର୍ଥାତ ଶ୍ରୀଗଣେଶଙ୍କ ମୁଖ ସର୍ବଦା ଦକ୍ଷିଣ କିମ୍ବା ପଶ୍ଚିମାଭିମୁଖୀ ରହିବା ଉଚିତ । ଘରର ମଧ୍ୟଭାଗ ଅର୍ଥାତ ବ୍ରହ୍ମାସ୍ଥଳରେ ତୁଳସୀ ଗଛ ସହିତ ଶ୍ରୀଗଣେଶଙ୍କ ପୂଜାକଲେ ସମ୍ପୁର୍ଣ୍ଣ ଘରକୁ ସକାରାତ୍ମକ ଊର୍ଜା ମିଳିଥାଏ । ଘରେ ଶ୍ରୀଗଣେଶଙ୍କର ବସିଥିବା ତଥା ଆଶୀର୍ବାଦ ଦେଉଥିବା ପ୍ରତିମା ପୂଜା କରିବାବେଳେ ବ୍ୟବସାୟିକ ପରିସରରେ ଭଗବାନଙ୍କର ଅନ୍ୟ ମୁଦ୍ରାର ପ୍ରତିମା ତଥା ଫଟୋ ରଖିବା ଭଲ । ଶ୍ରୀଗଣେଶଙ୍କର ଫଟୋ କିମ୍ବା ମୂର୍ତ୍ତି ଏପରି ସ୍ଥାନରେ ରଖନ୍ତୁ ନାହିଁ ଯାହାର ପଛପଟେ କିମ୍ବା ଆଗରେ ଶୌଚାଳୟ ଥିବ ।


Sunday, July 7, 2024

■ ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ ■


ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ
         ✍🏼 ଲେଖକ/କବି: ମହୀ ମୋହନ ତ୍ରିପାଠୀ

ସ୍ମରଣାତୀତ କାଳରୁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆବିର୍ଭୂତ ହୋଇଛନ୍ତି । ଏହି ପରମପାବନ କ୍ଷେତ୍ର ଯେ ପୃଥିବୀର ଏକ ପ୍ରାଚୀନ ଧର୍ମପୀଠ-ଏହା ବିନା ଦ୍ୱିଧାରେ କୁହାଯାଇପାରେ । କିନ୍ତୁ ଏହି କ୍ଷେତ୍ରର ମୁଖ୍ୟ ଅଧିଷ୍ଠାତା ଦେବତା ଶ୍ରୀଜଗନ୍ନାଥଙ୍କର ଇତିବୃତ୍ତ ଅଦ୍ୟାବଧି ରହସ୍ୟାବୃତ ହୋଇ ରହି ଆସିଛି । ବିଭିନ୍ନ ପୁରାଣ, କିମ୍ବଦନ୍ତୀ ଓ ଇତିହାସ ସେ ରହସ୍ୟ ଭେଦକରି ପାରି ନାହାନ୍ତି ।

କଥାରେ କୁହାଯାଇଛି, ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ରହସ୍ୟ ଦେବଗଣଙ୍କୁ ମଧ୍ୟ ଅଗୋଚର; ସାଧାରଣ ମାନବ ପକ୍ଷେ ସେ ରହସ୍ୟ ଭେଦ କରିବା ଅସମ୍ଭବ । ଶ୍ରୀଜଗନ୍ନାଥ ବେଦବର୍ଣ୍ଣିିତ ବିରାଟ ପୁରୁଷଙ୍କ ପ୍ରତୀକ ବିଗ୍ରହ । ସେ ଦୁର୍ବୋଧ୍ୟ, ଉପନିଷଦ ଦର୍ଶନର ମୂର୍ତ୍ତିମନ୍ତ ବିଗ୍ରହ ।

ପୁରୀର ନାମ ହୁଏତ ଦିନେ ଥିଲା ପୁରୁଷୋତ୍ତମ-ପୁରୀ ଓ ଜଗନ୍ନାଥ-ପୁରୀ । ନାମ ସଂକ୍ଷିପ୍ତୀକରଣ ପ୍ରକ୍ରିୟାରେ ହୋଇଗଲା 'ପୁରୀ' । ଏହାର ଅନ୍ୟାନ୍ୟ କେତୋଟି ନାମ ହେଲା-ଶ୍ରୀକ୍ଷେତ୍ର, ନୀଳାଚଳ କ୍ଷେତ୍ର, ନୀଳାଚଳ ଧାମ, ଶଙ୍ଖକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର, ପୁରୁଷୋତ୍ତମ ଧାମ, ନୀଳାଦ୍ରି । ବ୍ରିଟିଶ୍‍ ଶାସନ ସମୟର ସରକାରୀ ନଥିପତ୍ରରେ ଠାଏ ଠାଏ ପୁରୀ ଜାଗାରେ 'ଜଗନ୍ନାଥ' ଶବ୍ଦ ବ୍ୟବହୃତ ହୋଇଛି । ଉଭୟ ଶବ୍ଦ ହୋଇଯାଇଛି ସମାର୍ଥକ ।

ପୁର ଓ ପୁରୀ ଶବ୍ଦର ଅନେକ ଅର୍ଥ ରହିଛି । ପୁର ଅର୍ଥ ଗୃହ, ଦେଶ, ନଗର, ଦେହ ଇତ୍ୟାଦି । ଆତ୍ମା ସମସ୍ତ ପ୍ରାଣୀଙ୍କର ପୁରରେ ଅର୍ଥାତ୍‍ ଦେହରେ ଅବସ୍ଥାନ କରେ ବା ତାହାକୁ ପୂର୍ଣ୍ଣ କରି ରହେ ବା ସେଥିରେ ଶୟନ କରେ । ତେଣୁ ଆତ୍ମାକୁ 'ପୁରୁଷ' କୁହାଯାଏ । ପୁରୁଷ ଉତ୍ତମ, ପୁରୁଷୋତ୍ତମ-ଜଗନ୍ନାଥଙ୍କ ପୁର ହେତୁ ଏହି ଧାମର ନାମ ପୁରୁଷୋତ୍ତମପୁରୀ ବା ସଂକ୍ଷେପରେ ପୁରୀ ହୋଇଥିବ ।

ପୁରୀ ଶବ୍ଦକୁ ନେଇ ଭାଷାତତ୍ତ୍ୱବିତ୍‍ ଓ ଗବେଷକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ରହିଛି । ପ୍ରଫେସର ପଞ୍ଚାନନ ମହାନ୍ତି 'ପୁରୀ' ଶବ୍ଦର ବ୍ୟାଖ୍ୟା କରିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶା ଗୋଟିଏ ଆଦିବାସୀ ମୁଣ୍ଡାଭାଷୀ ଅଧ୍ୟୁଷିତ ରାଜ୍ୟ । ସମୁଦାୟ ପ୍ରାୟ ୧୨ଗୋଟି ମୁଣ୍ଡା ଭାଷା ମଧ୍ୟରୁ ଅନ୍ୟୂନ ଦଶଗୋଟି ଭାଷା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କଥିତ ହୁଏ । ମହାପ୍ରଭୁ ଜଗନ୍ନାଥ ମୁଖ୍ୟତଃ ଶବର ଦେବତା ଥିଲେ । ଶବରମାନେ ମୁଣ୍ଡା ଗୋଷ୍ଠୀର ଅନ୍ତର୍ଭୁକ୍ତ । ସାରଳା ମହାଭାରତ ଅନୁଯାୟୀ, ନୀଳାଚଳ ଥିଲା ଗୋଟିଏ ଶବର ଅଧ୍ୟୁଷିତ କ୍ଷେତ୍ର । ପୁରୀରେ ପ୍ରାଚୀନକାଳରେ ଶବରମାନେ ରାଜତ୍ୱ କରୁଥିଲେ ବୋଲି ଐତିହାସିକମାନେ ମଧ୍ୟ ମତ ପୋଷଣ

କରନ୍ତି । ଏ ମତକୁ ଗ୍ରହଣ କଲେ, ଶବରମାନେ ଏ ସ୍ଥାନଟିର କିଛି ଗୋଟିଏ ନାମ ଦେଇଥିବେ ଓ ସେହି ନାମଟି ଯେ ମୁଣ୍ଡା ଭାଷାର ଶବ୍ଦ ହୋଇଥିବ, ଏ କଥା ସ୍ୱୀକାର କରିବାକୁ ପଡ଼ିବ । ପ୍ରଫେସର ମହାନ୍ତି ବିଶ୍ୱାସ କରନ୍ତି ଯେ, ଏହି ପ୍ରାଚୀନ ନାମଟି 'ପୁରୀ' । କାରଣ ମୁଣ୍ଡା ଗୋଷ୍ଠୀର ବିଭିନ୍ନ ଭାଷାରେ ଏହି ଶବ୍ଦ ଜଳାଶୟ ଓ ସମୁଦ୍ର ସହିତ ସଂପୃକ୍ତ । ପୁରୀ ଗୋଟିଏ ମୁଣ୍ଡା ଭାଷାର ଶବ୍ଦ । ଏହି ଶବ୍ଦ ସମୁଦ୍ରପାଇଁ ବ୍ୟବହୃତ ହୋଇ ସମୟକ୍ରମେ ସମୁଦ୍ରକୂଳସ୍ଥିତ ସ୍ଥାନଟିର ନାମରେ ପରିଣତ ହୋଇଯାଇଛି । କିନ୍ତୁ ଅନ୍ୟ ଜଣେ ବିଦ୍ୱାନ ଗବେଷକ ପ୍ରଫେସର ଗଗନେନ୍ଦ୍ର ନାଥ ଦାଶଙ୍କ ମତରେ, ନାମ ସଂକ୍ଷିପ୍ତୀକରଣ ପ୍ରକ୍ରିୟା ମାଧ୍ୟମରେ 'ପୁରୁଷୋତ୍ତମ-ପୁରୀ' ବା 'ଜଗନ୍ନାଥ-ପୁରୀ'ର ସଂକ୍ଷିପ୍ତ ରୂପ 'ପୁରୀ' ହୋଇଛି ।
ଅନ୍ୟ ଦୃଷ୍ଟିରୁ ବିଚାର କଲେ, ଇଣ୍ଡୋନେସିଆର ବାଲିଦ୍ୱୀପ ସହିତ ପ୍ରାଚୀନ ଉତ୍କଳର ବାଣିଜ୍ୟ ସଂପର୍କ ରହିଥିଲା । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ଭାରତୀୟ ସାଧବମାନେ ଏହି ଦ୍ୱୀପରେ ପହଞ୍ଚିଯାଇଥିଲେ । ପ୍ରାଚୀନ ଉତ୍କଳ ତଥା କଳିଙ୍ଗରୁ ବହୁ ସାଧବ ସେଠାକୁ ଯାଇଥିଲେ । ସେମାନଙ୍କ ସଂସ୍କୃତିର ପ୍ରଭାବ ସେଠାରେ ପଡ଼ିଥିଲା । ବାଲିଦ୍ୱୀପରେ ଲୋକମାନେ ମନ୍ଦିରକୁ 'ପୁର' କହନ୍ତି । ଏହାଛଡ଼ା ମନ୍ଦିରକୁ ପ୍ରାସାଦ ମଧ୍ୟ କୁହାଯାଏ । ବାଲିଦ୍ୱୀପର 'ପୁରବୈଶାଖୀ' ମନ୍ଦିରକୁ ଠିକ୍‍ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଭଳି 'ପ୍ରାସାଦ' କୁହାଯାଏ । ଏଥିରୁ ସ୍ପଷ୍ଟ ଜଣାଯାଏ ଯେ, ଏକଦା ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରକୁ 'ପୁର' କୁହାଯାଉଥିଲା । କାଳକ୍ରମେ ଏହାର ନିକଟବର୍ତ୍ତୀ ଅଞ୍ଚଳ 'ପୁରୀ' ନାମରେ ବିଖ୍ୟାତ ହେଲା ।

କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ 'କୋଟିବ୍ରହ୍ମାଣ୍ଡ ସୁନ୍ଦରୀ' କାବ୍ୟରେ ପୁରୀର ଶ୍ରୀମନ୍ଦିରକୁ 'ପ୍ରାସାଦ' କୁହାଯାଇଛି ।

"ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂ ଲୀଳା ଯାର
ପତିତପାବନ ଅର୍ଥେ ପ୍ରାସାଦୁଁ ବାହାର ।"

ଜୀବଦେବାଚାର୍ଯ୍ୟ (ଷୋଡ଼ଶ ଶତାବ୍ଦୀର ଉତ୍କଳୀୟ କବି) ତାଙ୍କର ସଂସ୍କୃତ ରଚନା 'ଉତ୍ସାହବତୀ ରୂପକ'ରେ ଲେଖିଛନ୍ତି-"ଅସ୍ମିନ୍ ବସନ୍ତ ସମୟେ ପୁରୁଷୋତ୍ତମସ୍ୟ ପ୍ରାସାଦ... ।" ଗଙ୍ଗବଂଶର ପ୍ରତିଷ୍ଠାତା ଚୋଡ଼ଗଙ୍ଗଦେବଙ୍କ ପ୍ରଦତ୍ତ ଏକ ଅଭିଲେଖରେ 'ପ୍ରାସାଦ ପୁରୁଷୋତ୍ତମସ୍ୟ' ବୋଲି ଉଲ୍ଲେଖ ଅଛି ।

ବ୍ରହ୍ମ ଦେଶର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିବରଣୀ (୧୯୧୬)ରୁ ଜଣାଯାଏ ଯେ, ସେଠାର ପ୍ରାଚୀନ ପ୍ରୋମ୍‍ ଅଞ୍ଚଳର ନାମ ଥିଲା 'ଶ୍ରୀକ୍ଷେତ୍ର' । ଉତ୍କଳର ଉପନିବେଶକାରୀମାନେ ବ୍ରହ୍ମଦେଶର ପ୍ରୋମ୍‍ ଅଞ୍ଚଳରେ ପରିବ୍ୟାପ୍ତ ହୋଇଥିଲେ । ଖ୍ରୀଷ୍ଟପୂର୍ବ ଦୁଇଶହରେ ଉତ୍କଳୀୟମାନେ ସେଠାରେ ଉପନିବେଶ ସ୍ଥାପନ କରିଥିଲେ । 'ପ୍ରୋମ୍‍' ନାମଟି ହୁଏତ 'ପୁରମ୍‍' (ପୁର) ଶବ୍ଦରୁ ସୃଷ୍ଟି ହୋଇଥିବ ।

Saturday, March 11, 2023

ଉଦ୍ବୋଧନୀ

ଯେତେବେଳେ କେତେକ ବଙ୍ଗଭାଷୀଙ୍କ ଚକ୍ରାନ୍ତରେ ଓଡ଼ିଆ ଭାଷା ଖୁବ୍ ଦୁର୍ଦ୍ଦିନରେ ଗତି କରୁଥିଲା ସେତେବେଳେ ଯେଉଁ ମହାରଥୀମାନେ ଲେଖନୀଅସ୍ତ୍ର ବଳରେ ଶତ୍ରୁଙ୍କୁ ପରାହତ କରି ମାତୃଭାଷାର ସୁରକ୍ଷା କରିଥିଲେ ଏବଂ ଓଡ଼ିଆ ଜାତିକୁ ଉଦ୍‌ବୁଦ୍ଧ କରିଥିଲେ , ସେ ରଣାଙ୍ଗନରେ ସେନାପତି ସେନାପତି ଭାଵେ ଅଗ୍ରଗଣ୍ୟ ହେଲେ ବି ସୈନିକଙ୍କ ମଧ୍ୟରେ ସ୍ୱର୍ଗୀୟ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ନାମକୁ ଉପେକ୍ଷା କରାଯାଇ ନ ପାରେ।
             ତାଙ୍କ ଉଦ୍‌ଵୋଧନ କବିତା ଯେପରି ଭାଵଗର୍ଭକ ସେହିପରି କାନ୍ତକୋମଳପଦାବଳୀ ଯୁକ୍ତ ତଥା ଓଡ଼ିଆ ମାଟିପାଣିପବନମିଶା ପରମ୍ପରାର ସୁଗନ୍ଧ ବହନକାରୀ । ମୋ ପିଲାଦିନର ଅତି ଅନ୍ତରଙ୍ଗ ସାଥୀ ଏଇ କବିତା ଯାହାକୁ ମୁଁ ପ୍ରତି ମୁହୂର୍ତ୍ତରେ ଗୁଣୁଗୁଣୁ ହୋଇ ବୋଲୁଥିଲି ।
                         #ଉଦ୍‌ଵୋଧନ
    ତୁଙ୍ଗ-ଶିଖରୀଚୂଳ    କୁଞ୍ଜକାନନ-ମାଳ
     ପୁଣ୍ୟ ଜଳଧି-ଜଳ   ଖେଳି ଉଠେ ସଘନେ,
    ପ୍ରାଚୀଗଗନ-ଶିରେ   ଭାସି କନକ-ନୀରେ
    ଆସ ତପନ ଉଇଁ   ଏ ଉତ୍କଳ ଭୁଵନେ ।ଘୋଷା ।
    ଆଜି କି ସରଗଛବି   ରାଜେ ରୁଚିର
    କି ନବଜୀଵନେ ଭରା   କୋଟି ଅନ୍ତର
   କିବା ଏ ସମ୍ପଦ ଶିରୀ    ହୃଦେ ହୃଦେ ଆସେ ପୂରି
  କି ପୁଲକ-ଧାରା ଖେଳି   ଆସେ କୋଟି ବଦନେ ।୧।
  ଆହା ଏ ଉତ୍କଳ କିବା  ସରଗଭୂମି
ବିଲ ବନ ଶୈଳ ସିନ୍ଧୁ   ସୁଷମା ଘେନି !
ଜନମି ଏ ଦେଶେ ଆଜି  ଏ ଜନନୀ କୋଳେ ରାଜି
ଧନ୍ୟ କୋଟି ନର ନାରୀ  ମର ନର ଜୀବନେ ।୨। ଲଳିତ ଅଙ୍ଗ ବୀର   ପ୍ରତାପ ଯା'ର
ପୁଣ୍ୟ ତେଜେ ଧରାମୁଖ   କଲେ ଉଜ୍ଜ୍ୱଳ ,
ଶାସିଲେ ଅତୁଲ୍ୟବଳେ   ପାଳିଲେ ସେନେହଭରେ
ଏ ସବୁ , ଓଡ଼ିଆ ଦିନେ   ଦେଖିଛ ସେ ନୟନେ ।୩।
ବିପୁଳ ଓଡ଼ିଆ ସେନା    ବାହୁ ବିଜୟେ
ହିମାଚଳଚୂଡ଼ୁଁ ଦିନେ    କୁମାରିକା ଯାଏ
ହୃଦୟ ଶୋଣିତ ଢାଳି  ଦେଇ ନିଜ ଶିରବଳି
କୀର୍ତ୍ତିଧ୍ୱଜା ଉଡ଼ାଇଲେ   କି ପୁଲକ ପରାଣେ ।୪।
ବାରବାଟୀ ଦୁର୍ଗେ ବୀର   ଓଡ଼ିଆ ସୁତ ,
ଶତ ଶତ୍ରୁସେନା ନାଶି   କିବା ମହତ ?
ଭାଙ୍ଗିଛି ସେ ବାରବାଟୀ  ସେ ଶିରୀ ଯାଇଛି ତୁଟି
(ତେବେ)ରହିଛି ସେ ଯଶ ମିଶି ଜଳେସ୍ଥଳେ ପବନେ।୫।
   କୋଣାର୍କ-ଜୀର୍ଣ୍ଣ-ସଉଧେ   ଉତ୍କଳ-କୀର୍ତ୍ତି,
    ଦିଶେ ଦିଶେ ଆଜି କିବା   ବିକଶେ ଫୁଟି ,
     ନୀଳାଚଳେ ଜଗନ୍ନାଥ  ଯୁଗେ ଯୁଗେ ବିରାଜିତ
    ଉତ୍କଳ ମହିମା-ଘୋଷ  ଏ ଭାରତ ଭୁଵନେ ।୬।
     ବିମଳ-ଚିଲିକା-ବକ୍ଷେ   ଖେଳୁ ସେ ବୀଚି ,
     ଉଠୁ ମହୋଦଧି-ବାରି   ଅମୃତ ସିଞ୍ଚି ,
     ମହେନ୍ଦ୍ର ଶ୍ୟାମଳ ଚୂଳେ  ପୂତ ଚିତ୍ରୋତ୍ପଳା ନୀରେ
     ଢଳୁ ସେ ସମ୍ପଦ ଶିରୀ   ଗ୍ରାମ ବିଲ କାନନେ ।୭।
      ତୋ ଭଳି ଜନନୀ ଥାଉଁ,  ଜନମଭୂମି ,
     କି ଦୁଃଖ ଏ ଓଡ଼ିଆର   ପରାଣେ ପୁଣି ?
   ମୋହନ ମୂରତି ସେହି  ଦିଅ ଗୋ ମା ଆଜି ଫେଇ
    କୋଟିଏ ସନ୍ତାନ ତୋର  ପ୍ରଣମୁଁ ଏ ଚରଣେ ।୮।
                 ଜୟ ଉତ୍କଳ ଜନନୀ ।

Wednesday, February 1, 2023

●● ସରସ୍ବତୀ ପୂଜା ●●

●●●ସରସ୍ବତୀ ପୂଜା●●●
      ~~~~~♤~~~~~~
ହିନ୍ଦୁଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ପରିଗଣିତ କରାଯାଏ । ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶରୂପ । ସେ ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ। ଅନ୍ୟ ଏକ ମତରେ ସରସ୍ବତୀ ଓ ଲକ୍ଷ୍ମୀ ଦୁଇ ସଉତୁଣୀ ଅର୍ଥାତ୍ ବିଷ୍ଣୁଙ୍କ ସହଧର୍ମିଣୀ  । ଲକ୍ଷ୍ମୀ ଠାକୁରାଣୀ ଓ ମା' ସରସ୍ବତୀଙ୍କ ମନୋମାଳିନ୍ୟ ତଥା ବଚଷା ହେତୁ ବିଷ୍ଣୁଙ୍କ  ଅନୁରୋଧ ଅନୁଯାୟୀ ମର୍ତ୍ତ୍ୟର ମଙ୍ଗଳକାମନା ସକାଶେ ଚିରସ୍ରୋତା ନଦୀ ହୋଇ  ବହି ଯାଇଛନ୍ତି ।
( କିଛି ଗବେଷକ ଶ୍ରୀପଞ୍ଚମୀକୁ କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଜୟନ୍ତୀ ବୋଲି ମତ ପୋଷଣ କରିଛନ୍ତି  ) ।

 ପଶ୍ଚିମ ଓ ମଧ୍ୟ ଭାରତର ଜୈନ ଧର୍ମାବଲମ୍ବୀ, ଓ ବୌଦ୍ଧ ଧର୍ମାବଲମ୍ବୀମାନେ ମାନେ ମଧ୍ୟ ସରସ୍ୱତୀଙ୍କୁ ପୂଜା କରିଥାନ୍ତି ।
ପାରମ୍ପରିକ ରୂପରେ ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧିଛନ୍ତି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ଓଡ଼ିଆ ଭାଷାରେ ତାଙ୍କୁ ବାଣୀ ବୋଲି ମଧ୍ୟ କୁହାଯାଏ । ତାଙ୍କର ଅନ୍ୟ ନାମ ସବୁ ହେଲା ବୀଣା ପୁସ୍ତକ ଧାରିଣୀ, ବାଗ୍‌ଦେବୀ ବରଦା ଇତ୍ୟାଦି ।
*ସରସ୍ୱତୀ ଶବ୍ଦର ମୂଳ ଅର୍ଥ ହେଲା - ସ୍ୱତଃ + ବତୀ*, ଅର୍ଥାତ୍ ପ୍ରସରଣ ଯାହାଙ୍କର ଅଛି । ଅଜ୍ଞାନ ଅନ୍ଧକାର ମଧ୍ୟରୁ ତେଜୋମୟ ଦିବ୍ୟଧାମକୁ ବାଟ କଢାଇ ନେବାର ସେ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ । ସରସ୍ୱତୀ ଶବ୍ଦ ସରସ (ଗତି, ପ୍ରବାହ) ଓ ବତୀ (ଅଛି, ମାନା) ଶବ୍ଦରୁ ଆସିଅଛି, ଏହାର ଅର୍ଥ ଗତିଶୀଳା ଯାହା ପ୍ରଗତିର ସୂଚକ । ସେ ସ୍ରୋତସ୍ୱତୀ ପରି ପ୍ରବହମାନା, ଜ୍ଞାନର ଅଧିଷ୍ଠାତ୍ରୀ ଦେବୀ । ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍‌ଦେବୀ, ବାଣୀ, ଶାରଦା । ମା ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ୱତୀ ସମ୍ଭୁତା । ମା ସରସ୍ୱତୀ, ମା ଲକ୍ଷ୍ମୀ ଓ ମା କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର ।

ହିନ୍ଦୁଧର୍ମ ବ୍ୟତୀତ ବୌଦ୍ଧ, ଜୈନ ଧର୍ମରେ ମଧ୍ୟ ଦେବୀ ସରସ୍ୱତୀଙ୍କର ଆରାଧନା ରହିଛି । ଭାରତ ବାହାରେ ତିବ୍‌ବତ, ଚୀନ ଏବଂ ଜାପାନରେ ଦେବୀ ସରସ୍ୱତୀ ବୌଦ୍ଧଦେବୀ ଭାବେ ଜନାଦୃତ । ବୌଦ୍ଧ ଧର୍ମରେ ସେ ଭିକ୍ଷୁମାନଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି ଓ ବୁଦ୍ଧଙ୍କର ଶିକ୍ଷାକୁ ରକ୍ଷା କରିଥାନ୍ତି ବୋଲି ମାନ୍ୟତା ରହିଛି । ବୌଦ୍ଧ ଧର୍ମଶାସ୍ତ୍ର 'ସାଧନମାଳା'ରେ ଉଲ୍ଲେଖ ଅଛି ଯେ ଦେବୀ ସରସ୍ୱତୀ ଭକ୍ତମାନଙ୍କୁ ଜ୍ଞାନ ଓ ବୁଦ୍ଧି ଦାନ କରନ୍ତି । ଏହି ଗ୍ରନ୍ଥରେ ସରସ୍ୱତୀ ଚତୁଃରୂପରେ ପୂଜିତା - ମହା ସରସ୍ୱତୀ, ବଜ୍ରବୀଣା ସରସ୍ୱତୀ, ବଜ୍ରଶାରଦା ଏବଂ ବଜ୍ର ସରସ୍ୱତୀ । ବୌଦ୍ଧ ଧର୍ମ ଉପରେ ପଡ଼ିଥିବା ତାନ୍ତ୍ରିକ ପ୍ରଭାବ ଯୋଗୁଁ ହିଁ ଜ୍ଞାନ ଏବଂ ବୁଦ୍ଧିମତାର ବୌଦ୍ଧଦେବୀ 'ପ୍ରଜ୍ଞା ପାରମିତା' ପରବର୍ତ୍ତୀ ସମୟରେ ସରସ୍ୱତୀ ରୂପେ ପରିଚିତ ହେଲେ ।

ମାତା ପୁତ୍ରୌ ତୁ ବାକ୍ ପ୍ରାଣୌ / ମାତା ବା ପିତରଃ ସୁତଃ ।
ସରସ୍ୱନ୍ତମିତ ପ୍ରାଣୋ ବାଚଂ / ପ୍ରାଦୁଃ ସରସ୍ୱତୀମ୍ ।
-ବୃହଦ୍ ଦେବତା ଗ୍ରନ୍ଥ  ।।

ଅର୍ଥାତ୍ ବାକ୍ ଏବଂ ପ୍ରାଣର ମାତା ଏବଂ ପୁତ୍ର ସମ୍ବନ୍ଧ । ପ୍ରସାରଣଶୀଳ ପ୍ରାଣ(ନିଶ୍ୱାସ)ର ନାମ ସରସୂତ୍ ଏବଂ ଭାଷାର ନାମ ସରସ୍ୱତୀ ।
ମଥୁରା ନିକଟସ୍ଥ କାଳୀତିକା ଜୈନ ସ୍ତୁପରୁ ଏକ ମନୋଜ୍ଞ ସରସ୍ୱତୀ ମୂର୍ତ୍ତି ମିଳିବା ଘଟଣାରୁ ଜୈନଧର୍ମରେ ସରସ୍ୱତୀଙ୍କର ପୂଜା ରହିଥିବା ସୂଚନା ଦିଏ । ଜୋରୋଆଷ୍ଟର ଧର୍ମରେ ସରସ୍ୱତୀଙ୍କୁ ସରୋଶା ନାମରେ ଜଣାଯାଏ, ଯିଏ ଏଇ ପୃଥିବୀର ରକ୍ଷା କାରିଣୀ। ସରୋଶା (ଆଜ୍ଞାବହତା) ହେଉଛନ୍ତି ଆହୁରା ମଜଦାଙ୍କର ପତ୍ନୀ ଓ ଦୂତୀ, ଯାହାଙ୍କର କାମ ହେଲା ଡାଇନାଙ୍କୁ ଶିକ୍ଷାଦେବା । ଡାଇନା ହେଉଛନ୍ତି ବିବେକ ଓ ଧର୍ମର ସଙ୍ଗମ । ମୃତ୍ୟୁ ଉପରାନ୍ତ ଜୀବନରେ ସେ ଆତ୍ମାମାନଙ୍କୁ ଆଗର ଦିଗ୍ଦର୍ଶନ ଦେଇଥାନ୍ତି। ତାଙ୍କର ଏକ ଚିହ୍ନ ମୟୁରର ଡାକ ପୂତାତ୍ମାମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ସଚେତନ କରାଇଦିଏ । ବର୍ମିଜ ଭାଷାରେ ତାଙ୍କୁ ଥୁରାଥଡି (Thurathadi), ଥାଇ ଭାଷାରେ ସୁରାସୱଦୀ (Surasawadee), ଜାପାନୀ ଭାଷାରେ ବେଞ୍ଜାଇତେନ ବୋଲି ପରିଚିତା ।

ମାଘମାସ ଶୁକ୍ଳ ପଞ୍ଚମୀକୁ ଶ୍ରୀପଞ୍ଚମୀ ବା ବସନ୍ତପଞ୍ଚମୀ ଭାବେ ପାଳନ କରାଯାଏ । ଋତୁରାଜ ବସନ୍ତ ମନ୍ଦ ମଳୟରେ ଫୁଲର ସୁରଭି ଭରି ସ୍ୱାଗତ କରେ ବିଦ୍ୟାଦାୟିନୀ ମା' ସରସ୍ୱତୀଙ୍କୁ ମାଘ ଶୁକ୍ଳ ପଞ୍ଚମୀରେ । ଶୁକ୍ଳ ପ୍ରତିପଦା ଠାରୁ ଆରମ୍ଭ ହେଇଥାଏ ଗୁପ୍ତ ନବରାତ୍ର । ଏହି ଗୁପ୍ତ ନବରାତ୍ରରେ ଦୈବୀଶକ୍ତିଙ୍କର ପୂର୍ଣ୍ଣ ପ୍ରଭାବଥାଏ । ମା' ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ୱତୀ ସମ୍ଭୁତା । ମା' ସରସ୍ୱତୀ, ମା' ଲକ୍ଷ୍ମୀ , ମା' କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର । ମାଘ ଶୁକ୍ଳ ପଞ୍ଚମୀରେ ଆଦ୍ୟାଶକ୍ତି ମହାସରସ୍ୱତୀ ସ୍ୱତନ୍ତ୍ର ରୂପରେ ପୂଜା ପାଇଥାନ୍ତି ।
ପ୍ରାଚୀନ କାଳରେ ରାଜା ମହାରାଜାମାନେ ଏହି ଦିନକୁ କୌମୁଦୀ ମହୋତ୍ସବ ରୂପେ ପାଳନ କରୁଥିଲେ । ଫୁଲରେ ରାଜଉଆସ ସଜା ହେଉଥିଲା, ଫୁଲର ଦୋଳିରେ ରାଜାରାଣୀ ଦୋଳି ଖେଳୁଥିଲେ, ପ୍ରଜାମାନେ ଆସି ରାଜ ଉଆସରେ ଭୋଜନ କରୁଥିଲେ । ମାଘ ପଞ୍ଚମୀରେ ଗୋପୀମାନେ ମଧ୍ୟ କୃଷ୍ଣଙ୍କ ସହ ରାସ ଉତ୍ସବ ମନାଉଥିଲେ ।
କେତେକ ଅଞ୍ଚଳରେ ପବିତ୍ରତାର ସହ ଉଭୟ ସ୍ୱାମୀ-ସ୍ତ୍ରୀ ମାଘ ଶୁକ୍ଳ ପଞ୍ଚମୀକୁ ପ୍ରେମ ଦିବସ ରୂପେ ପାଳନ କରିଥାନ୍ତି ।କାମଦେବ ଓ ରତିଙ୍କୁ ହଳଦିଆ ଫୁଲରେ ପ୍ରତିମା କରି ଦାମ୍ପତ୍ୟ ସୁଖପାଇଁ ପୂଜା କରିଥାନ୍ତି । ଶାସ୍ତ୍ର ଅନୁସାରେ ଶ୍ରୀପଞ୍ଚମୀ ଦିନ ବିବାହ , ନିର୍ବନ୍ଧ କାର୍ଯ୍ୟ କଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଯେଉଁମାନଙ୍କର ବିବାହ ହେଇପାରୁନି , ସେମାନେ ଏହି ସମୟରେ ଶ୍ରଦ୍ଧା ଭକ୍ତିର ସହ ହଳଦୀ ଲଗାଇ ସ୍ନାନକରି ହଳଦିଆ ବସ୍ତ୍ର ପରିଧାନ କରି କୃଷ୍ଣ ଭଗବାନଙ୍କୁ ହଳଦିଆ ବସ୍ତ୍ରରେ ସଜାଇ ହଳଦିଆ ଫୁଲରେ ସଜାହେଇଥିବା ଝୁଲାରେ ଝୁଲାଇ ବସନ୍ତ ଉତ୍ସବ ପାଳନ କଲେ ବିବାହ ସହଜରେ ହୋଇଯାଏ ବୋଲି ବିଶ୍ୱାସ ରହିଛି ।
# *ପରମ୍ପରା*
 ଆମ ପାଠପଢା ବେଳେ  ସରସ୍ୱତୀ ପୂଜା ଦିନ ନଡ଼ିଆ ଖୋଜା ଓ ଦାଣ୍ଡ ମାଗୁଣି ପରମ୍ପରା ଥିଲା । ନଡ଼ିଆ ଖୋଜାରେ, ପୋଖରୀରେ ପୋତାଯାଇଥିବା ଗୋଟିଏ ନଡ଼ିଆକୁ ପିଲାମାନେ ଖୋଜୁଥିଲେ । ଦାଣ୍ଡ ମାଗୁଣିରେ, ନଡ଼ିଆ ପାଇଥିବା ପିଲାଟି ବେକରେ ଗେଣ୍ଡୁହାର ପକାଇ ଅନ୍ୟ ପିଲାଙ୍କ ମେଳରେ ଆଗେ ଆଗେ ଯାଉଥିଲା ଓ ଗୀତ ବୋଲି ଅବଧାଙ୍କ ନିମନ୍ତେ ଦକ୍ଷିଣା ଓ ବସ୍ତ୍ର ସଂଗ୍ରହ କରୁଥିଲେ । ମେଲାଣି ଶେଷରେ ଅବଧାନଙ୍କ ଘରକୁ ଯାଇ ସମସ୍ତ ସଂଗୃହିତ ପଇସା ଓ ଜିନିଷ ପହଞ୍ଚାଉଥିଲେ । ଏହି ପରମ୍ପରା ଏବେ ଆଉ ନାହିଁ  । 

ପ୍ରାଚୀନ କାଳରେ ରାଜା ମହାରାଜାମାନେ ଶ୍ରୀ ପଞ୍ଚମୀକୁ 'ରତିକାମ ମହୋତ୍ସବ' ରୂପେ ପାଳନ କରୁଥିଲେ ।
ଏହି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଞ୍ଚପଲ୍ଲବ ଲାଗି ହୁଏ ଓ ରଥଯାତ୍ରା ନିମନ୍ତେ ରଥକାଠ ଅନୁକୂଳ କରାଯାଏ ।
ପୌରାଣିକ ମତରେ ଶ୍ରୀକୃଷ୍ଣ ଶ୍ରୀରାଧା ଏକତ୍ର ପୁଷ୍ପ ଆଭରଣ ମଣ୍ଡିତ ପୂର୍ବକ ଫଗୁ ବା ଚାଚେରୀ ଖେଳୁଥିବାର ସ୍ମୃତି ସ୍ୱରୂପ ବସନ୍ତ ପଞ୍ଚମୀ ପାଳିତ ହୋଇଥାଏ । ମାଘ ଶୁକ୍ଳ ପଞ୍ଚମୀରେ ଶ୍ରୀଜୀଉମାନଙ୍କର ଘୋଡ଼ବସ୍ତ୍ର କଢ଼ାଯାଇ ‘ଜାମାଲାଗି’ ବସ୍ତ୍ର ପିନ୍ଧାଯାଏ । ଉକ୍ତ ତିଥିରେ ଶ୍ରୀଜଗନ୍ନାଥଙ୍କର ପାରମ୍ପରିକ ରଥଯାତ୍ରାର ରଥ ନିର୍ମାଣ ନିମନ୍ତେ ପ୍ରଥମ କରି ରଥକାଠ ବନବିଭାଗରୁ ଶ୍ରୀକ୍ଷେତ୍ରକୁ ଆସି ରାଜନଅର ସମ୍ମୁଖରେ ତିନିବାଡ଼ର ତିନିରଥ ନିର୍ମାଣ ନିମନ୍ତେ ତିନିଗୋଟି କାଠକୁ ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରାଯାଇ ଶୁଭ ଦିଆଯାଇଥାଏ । ସେହି ତିନିଗୋଟି କାଠଗଣ୍ଡିରେ ତିନିରଥର କୋଣଗୁଜ ନିର୍ମାଣ କରାଯାଇ ନୃସିଂହଙ୍କ ମୂର୍ତ୍ତି ଖୋଦେଇ କରାଯାଏ ।
ଶ୍ରୀ ଜୀଉ ମାଘ ଶୁକ୍ଳପଞ୍ଚମୀ ତିଥିରୁ ନିଜର ଶୀତବସ୍ତ୍ରକୁ ପରିହାର କରି ଗୈରିକ ବର୍ଣ୍ଣର ବସ୍ତ୍ର ପରିଧାନ କରନ୍ତି । *ଭୋଗବିଳାସର ଋତୁ ବସନ୍ତର ଆଗମନରେ ପ୍ରଭୁ ନିଜେ ସମସ୍ତ ବିଳାସ ତ୍ୟାଗକରି ବ୍ରହ୍ମଚାରୀ ବେଶରେ ସମୟ ଅତିବାହିତ କରିବାକୁ ଏବଂ ସଂଯମୀ ହେବାକୁ ଭକ୍ତଙ୍କୁ ଆହ୍ୱାନ ଦେଇଥାନ୍ତି* । ତେଣୁ ସେ ନିଜେ ହେଙ୍ଗୁ ଓ ହରଡ଼ ଗୁଣ୍ଡରେ ପ୍ରସ୍ତୁତ ବସନ୍ତ ପିଷ୍ଟକ ଗ୍ରହଣ କରିଥାନ୍ତି । ଶ୍ରୀମନ୍ଦିରରେ ବସନ୍ତ ଉତ୍ସବ ପାଳନ ସହ ଏହି ତିଥିରୁ ବେଣ୍ଟଯାତ୍ରା ଆରମ୍ଭ ହୋଇ ଦୋଳ ଯାଏଁ ଚାଲିଥାଏ । ବେଣ୍ଟଯାତ୍ରା ଠାକୁରଙ୍କର ଶିକାର ଯାତ୍ରା । ବୈଷ୍ଣବ ମତରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଏହା ବନଗମନ ସମୟ । ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରତିନିଥି ଭାବେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ବିଗ୍ରହ ବେଣ୍ଟପୋଖରୀ ପାଖକୁ ଶିକାରରେ ଯାଆନ୍ତି । ବେଣ୍ଟ ପୋଖରୀରେ ମୃଗ ଭାବେ ନଡ଼ିଆ ଏବଂ କସ୍ତୁରୀପୁଡ଼ିଆ ରଖାଯାଏ । ଠାକୁର ତାକୁ ବାଣ ସଂଯୋଗ କରନ୍ତି ।
ଏହି ଦିନ ଶ୍ରୀଜୀଉମାନଙ୍କର ସନ୍ଧ୍ୟାଧୂପ ପରେ ସରସ୍ୱତୀ ଦେବୀଙ୍କ ମନ୍ଦିରରେ ମାଦଳା ପାଞ୍ଜି ପୂଜା କରାଯାଏ ।

     ସଂଗ୍ରୁହିତ : ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ  ।

Saturday, March 6, 2021

● ସୃଜନଧାରା ●

#ସୃଜନଧାରା 
             #ଗୋଦାବରୀଶ 

ମରଣେ ମୁଦି ସେ ନୟନଯୁଗଳ 
ଅନ୍ତିମ ତଳପେ ଶୋଇଛି ଭାଇ 
ସୋଦର ଵନିତା ତନୟ ସେନେହ
ପରାଣୁ ନିଠୁରେ ଵିସୋରିଦେଇ ।

କୁଟୀରୁ ଅନ୍ତର କରି ନେଇ ତ୍ଵରା 
ଶ୍ମଶାନେ ଦେବେ ସେ ତନୁ ଜାଳି
ପ୍ରତିଵାସୀ ଚିର ହୃଦ୍ ଘେନାଘେନି 
ନିରଦୟ ଚିତା ଅନଳେ ଢାଳି ।

ତନୟ ଵନିତା କରୁଣ ଵିଳାପେ 
ପୂରିଛି ତାପିତ କୁଟୀର ସାରା 
ନିତି ଯହିଁ ଖେଳେ ସ୍ନେହ ସୁଧାହାସ 
ଵହେ ଆଜି ଶୋକ-ଲୋତକ ଧାରା ।

ଭାଇ ଟି ନୀରଵେ ଠିଆହୋଇ ପାଶେ 
ଉଦାସେ କି ଅବା ଭାଳଇ ମନେ 
ଯୁଗଳ ଜୀଵନେ କେତେ ତ କାନ୍ଦିଛି 
ଲୁହ ନାହିଁ ଆଜି ନୟନ କୋଣେ ।

କରମେ ଵିରାମେ,ଶୟନେ ସପନେ 
ଭାଇ ଟା ଏକା ସେ ଧିଆନ ତା'ର 
ମୋହନ ନିଵେଶେ ଵହିଯାଏ ହୃଦେ 
ସୋଦର ନିସର୍ଗ ସେନେହ ଭାର ।

ଅଧିକୁ ଅଧିକ ବଢ଼ଇ ଵିଳାପ 
ଜଣୁ ଜଣେ ଆସି କାନ୍ଦଇ ବସି 
ଭାଇ ଟି ନିରଵେ ହୋଇଛି ଠିଆ ତ 
ବିନ୍ଦୁ ଵାରି ନେତ୍ରେ ନ ଉଠେ ଭାସି ।

ପ୍ରତିଵାସୀ ଜନେ ଉଠାଇ ଶଵଟି 
କୁଟୀରୁ ଅନ୍ତର କଲେକ ତହୁଁ 
ଅଶ୍ରୁନୀରେ ଗଲା ତିନ୍ତି ଭାଇ ତନୁ―
‛କି ଲାଗି ଭାଇ ଏ କୁଟୀର ଆଉ’ ? 

  ■■■■■■■■ ----କବି ----■■■■■■■■

   ★★ପଣ୍ଡିତ ଶ୍ରୀ ଗୋଦାବରୀଶ ମିଶ୍ର★★
ସତ୍ୟଵାଦୀ ଵନଵିଦ୍ୟାଳୟର ଶିକ୍ଷକ ଥିଵା ସମୟରେ ଦୂର ଅଧିଵାସୀ ଏକ ଛାତ୍ରର ଅକାଳ ଵିୟୋଗରେ ଏହି କଵିତା ଲେଖାଯାଇଥିଲା ।

Thursday, March 4, 2021

● ଗଞ୍ଜାମର ଦଣ୍ଡନାଚ ●

ଉପସ୍ଥାପନା – ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା, କୋଦଳା, ଗଞ୍ଜାମ

ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକପର୍ବ । ଗ୍ରାମାଞ୍ଚଳରେ ଏହା କାମନାଦଣ୍ଡ  ବା ଦଣ୍ଡଯାତ୍ରା ନାମରେ  ପରିଚିତ । ଏହି ନୃତ୍ୟ ଧର୍ମୀୟ ଧାରଣା ଏବଂ ଈଶ୍ଵର ବିଶ୍ଵାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକ-ନାଟକ ଗୁଡିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ଵୀକାର କରାଯାଇ ନପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର, ବୌଦ୍ଧ ନିକାୟ, ପାଣିନି, କୃଶାଶ୍ଵ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଟକ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ଗୁଡିକର ବହିର୍ଲକ୍ଷ ଓ ଅନ୍ତର୍ଲକ୍ଷ ହେଉଛି ଶିକ୍ଷା ପ୍ରଦାନ । ଜନ ଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ଵସ୍ତ ଭାବେ ଉପସ୍ଥାପିତ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟଶିଳ୍ପୀର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ, ଶିବ ଓ ମଙ୍ଗଳର ଜୟଗାନ ପାଇଁ ଆହ୍ଵାନ ଦେଇଥାନ୍ତି । ଲୋକ ନାଟକର ସୃଷ୍ଟି ଉତ୍ସ ସମ୍ପର୍କରେ କେତେଗୁଡିଏ ତଥ୍ୟ, ଯଥା ୧-ପ୍ରକୃତି ପ୍ରଭାବ, ୨-ଧର୍ମ ଟିନ୍ତନ, ୩-କୃଷି ସଭ୍ୟତା, ୪-ସାମରିକ ପରମ୍ପରା, ୫- କାରୁକଳା, ୬-ଆଦିବାସୀ ଓ ଓଡିଶୀ ନୃତ୍ୟ । ବୈଦିକ ଯୁଗରେ ଲୋକ ନାଟକର ଉବ୍ଦଭ ହୋଇଥିଲେ ମଧ୍ୟ ଏବେ ଏଗୁଡିକ ଲୋକ ସମାଜରେ ମୂର୍ମୁଷ ଅବସ୍ଥାରେ କେବଳ ବଞ୍ଚି ରହିଛନ୍ତି । ଏଗୁଡିକର ପୁନରାଉଦ୍ଧାର ପାଇଁ ଏବେ ଅବଶ୍ୟ ସମଗ୍ର ବିଶ୍ଵ ଚଳଚଞ୍ଚଳ ହୋଇପଡ଼ିଛି । ସମଗ୍ର ବିଶ୍ଵରେ ବିଭିନ୍ନ ପ୍ରକାର ଲୋକନାଟକ ପ୍ରଚଳିତ । ଚୀନ୍, ଆମେରିକା, ଲୋହିତ ଭାରତୀୟ ଦ୍ଵିପପୁଞ୍ଜ, ଆଫ୍ରିକାର ଆଦିବାସୀ ଅଞ୍ଚଳ, ୟୁରୋପର ଅନୁନ୍ନତ ଅଞ୍ଚଳ ତଥା ଭାରତର ବିଭିନ୍ନ ପ୍ରଦେଶରେ ଭଳି ଭଳି ଲୋକନାଟ୍ୟର ପ୍ରଚଳନ ଦେଖିବାକୁ ମିଳେ । ସେହିଭଳି ଓଡ଼ିଶାରେ ମଧ୍ୟ ବିଭିନ୍ନ ଲୋକନାଟକ ମଧ୍ୟରୁ ଦଣ୍ଡନାଟ ଏକ ପ୍ରଭାବଶାଳୀ ଶାଖା ।

ରୋଗ ନିବାରଣ, ପାରିବାରିକ କଷ୍ଟ ଦୂରୀକରଣ, କୃଷିର ଉନ୍ନତି ବା ମନୋକାମନା ପୂର୍ତ୍ତିର ଫଳ ସ୍ୱରୂପ ଶରୀରକୁ କଷ୍ଟ ଦେଇ ୧୩, ୧୮ ବା ୨୧ ଦିନ ପର୍ଯ୍ୟନ୍ତ ମାଆ ଦଣ୍ଡକାଳୀ ଓ ରୁଦ୍ର ମହାଦେବଙ୍କୁ ଧ୍ୟାନ କରି ଚୈତ୍ରମାସ ପୂର୍ଣ୍ଣିମା ପରଠାରୁ ଭକ୍ତମାନେ ରହିଥାନ୍ତି । ପ୍ରାୟ ତିନିଶହରୁ ଉର୍ଦ୍ଧ୍ୱ ଦଣ୍ଡଦଳ ମାନସିକଧାରୀ ଭକ୍ତମାନଙ୍କ ଗୃହ ସମ୍ମୁଖରେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି । ଘୁମୁସର ଅଞ୍ଚଳର କୁଲାଗଡ଼ରୁ ଆରମ୍ଭ ହୋଇଥିବା ଦଣ୍ଡନାଟ ପରବର୍ତ୍ତୀ ସମୟରେ ଗଞ୍ଜାମର ଅନ୍ୟାନ୍ୟ ଅଞ୍ଚଳ, ବିଶେଷକରି ଶକ୍ତିପୀଠ ଗୁଡ଼ିକୁ ବ୍ୟାପି ଥିବାର ଜଣାପଡ଼େ । “ହେ ଋଷିପୁତ୍ରେ ! ଅଇଲେ ହର… ଦେଇଗଲେ ବର… ଅନ୍ୟ ସେବା ଛାଡ଼ି ଏ ସେବା କର… ଏ ସେବା କଲେ କି ଫଳ ପାଏ… ଉଷୁନାଧାନ ଗଜା ହୁଏ… ଶୁଖିଲା କାଠ କଞ୍ଚା ହୁଏ… ଭଜାମୁଗ ଗଜା ହୁଏ… ଅପୁତ୍ରିକ ପୁତ୍ରଦାନ ପାଏ… ଅନ୍ଧ ଚକ୍ଷୁଦାନ ପାଏ… ଜରାରୋଗ ଭଲ ହୁଏ…” ବୋଲି ବାଣୀକାର ଗାଇ ଦଣ୍ଡନାଟ ଆରମ୍ଭ କରିଥାଏ । ପାରମ୍ପରିକ ବିଧି ଅନୁସାରେ ୨୧ ଦିନ ପର୍ଯ୍ୟନ୍ତ ଆମିଷ, ମଦ୍ୟ, ନାରୀ-ସଂସର୍ଗ ପରିହାରର ସଂକଳ୍ପ କରି ୧୩ ଜଣ ଦଣ୍ଡୁଆ ବା ଭୋକ୍ତା ଗେରୁଆ ବସ୍ତ୍ର ପିନ୍ଧି କାମନା ମନ୍ଦିର ପୀଠରେ ଯାତ୍ରା ଆରମ୍ଭ ଦିନର ମଧ୍ୟରାତ୍ରରେ ଏକାଠି ହୁଅନ୍ତି । କାମନା-ଘଟ ସ୍ଥାପିତ ହୁଏ ଓ ତା’ପରେ ଦୁଇଟି ବେତକୁ ଶିବ ଓ ଗୌରୀଙ୍କ ପ୍ରତୀକ ରୂପେ ସ୍ଥାପନ କରାଯାଏ । ଦଳର ମୁଖ୍ୟ ପାଟ ଦଣ୍ଡୁଆ ଓ ଅନ୍ୟ ଦଣ୍ଡୁଆ ମାନେ ଉପବୀତ ଧାରଣ ପୂର୍ବକ ବାଉଁଶକାଠକୁ ଘର୍ଷଣ କରି ଶିବାଗ୍ନି ବାହାର କରନ୍ତି ଓ ଏଥିରେ ନଡ଼ାରେ ତିଆରି ରମ୍ପାବରକୁ ପ୍ରଜ୍ଜ୍ୱଳିତ କରାଯାଏ ଯାହା ୧୩ ଦିନ ପର୍ଯ୍ୟନ୍ତ ଜଳିରୁହେ । କାଳୀଙ୍କ ଚିତ୍ରପଟ, ମହାଦେବଙ୍କ ପ୍ରତୀକ ନାଗ ମୂର୍ତ୍ତି, ମୟୁରପୁଚ୍ଛ, ପତାକା ପୂଜା ପରେ ଦଣ୍ଡନାଟ ଆରମ୍ଭ ହୁଏ । ଢୋଲ, ମହୁରୀ, ସାହାନାଇ, ଘଣ୍ଟ, ଶଙ୍ଖ, କାହାଳୀ, ଝାଞ୍ଜ, ଘୁଙ୍ଗୁର, ଘାଗୁଡ଼ି, ଦାସକାଠି, ରାମତାଳି, ଘୁଡୁକୀ ଓ ଖଞ୍ଜଣୀ ପ୍ରଭୃତି ପାରମ୍ପାରିକ ବାଦ୍ୟର ତାଳେ ତାଳେ ଦଣ୍ଡନାଟ ପ୍ରଥମେ କାମନା ମନ୍ଦିର ପରିସରରେ ଆରମ୍ଭ ହୋଇ ପରେ ମାନସିକଧାରୀ ଭକ୍ତମାନଙ୍କ ଗୃହ ସମ୍ମୁଖରେ ଅନୁଷ୍ଠିତ ହୋଇଥାଏ । ଧୂଳିଦଣ୍ଡ, ପାଣିଦଣ୍ଡ ଏବଂ ସୁଆଙ୍ଗ ଏହି ତିନି କ୍ରମରେ ଦଣ୍ଡନାଟ ପ୍ରଦର୍ଶିତ ହୁଏ।

Monday, February 1, 2021

■ ବିପ୍ଳବୀ କବି ରବି ସିଂ ■

#ପୂଜନୀୟେଷୁ   
                             ✍  .....© ଅମୃତେଶ ଖଟୁଆ

     "ନାମ 'ରବି ସିଂ' ଭୀରୁ-ଭାରତର ସାମାନ୍ୟ ଜଣେ କବି
     ଯୌବନ ଭରି ଆଙ୍କି ଆସିଲି ମୁଁ ଜନମୁକ୍ତିର ଛବି ।
               କ୍ୟାନଭାସ୍ ପରେ ଛାତିର ରକତ
               ବୋଳି ବୋଳି କାଟି ତୂଳିକାର ପଥ
     ଉଷାର ଯାମିନୀ କୋଳରୁ ଛଡାଇ ଆଣିଛି ପ୍ରଭାତ ରବି
     ମନ୍ଦ୍ର ନିନାଦେ ଛନ୍ଦେ ତୋଳିଛି ସକାଳର ଭୈରବୀ ।"  

                                      ଆଧୁନିକତା ନାମ ନେଇ ଯେଉଁ ପ୍ରଗତିଶୀଳ ପ୍ରତ୍ୟୟ ପୋଷଣ କରିବା କଥା, ତାହା ଆଜି ଏକ ଅଭିନୟ ସ୍ଵରୂପ ପ୍ରଚଳିତ । ଅଭିଜ୍ଞତା ନାହିଁ, ଏପରିକି ଅନଭିଜ୍ଞ ଅଥବା ଅନାଗ୍ରହ ଚେତନାକୁ ଜାତୀୟ-ସ୍ଵାତନ୍ତ୍ର୍ୟ ପ୍ରତି ଅଗ୍ରଗାମୀ କରେଇବାର ଚେଷ୍ଟା ମଧ୍ୟ ନାହିଁ । ପୁନଶ୍ଚ, ଅନେକେ ଯେଉଁ ମାନେ ଏହିପରି 'ସଂଘର୍ଷ ଚେତନା'ରେ ନିଜର ସେହି ଆନ୍ତରିକତା ଦେଖାନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ଜଣାଯାଏ ଏହି ସଂକଟ, ସଂଘର୍ଷ ଓ ବେଦନା ପ୍ରତି ଅଙ୍ଗୀକୃତ କ୍ଷୋଭ ସାମୟିକ ମାତ୍ର - ବ୍ୟକ୍ତିସ୍ତରରେ ଜାତ ଏକ ସ୍ଵାଭାବିକ ବିକ୍ଷୋଭର କ୍ଷଣିକ ଅବସ୍ଥା , ଯାହା ଫଳରେ ବାଞ୍ଛିତ ସଂକଟ ଚେତନା ଓ ଏଥିରୁ ସୃଷ୍ଟ ସମୁଚିତ ପ୍ରଗତିଶୀଳ ଭାବାନ୍ତର ଦୀର୍ଘକାଳ ଅର୍ଥବାହୀ ହୁଏନାହିଁ ।

                            ହେଲେ ଉତ୍ତର ପଚାଶ ଦଶନ୍ଧି ଜଣେ ଏହି ପରି ବାଞ୍ଛିତ 'ସଂଘର୍ଷ-ଚେତନା' ଅବହିତ ନରପୁଙ୍ଗବଙ୍କର ହିଁ ଅପେକ୍ଷା ରହିଥିଲା, ଯିଏ କି ସମସ୍ୟାକୀର୍ଣ୍ଣ ମନୁଷ୍ୟ ସମାଜରେ, ମୂଲ୍ୟବୋଧ-ରହିତ ଗଳିତ ମାନବିକତାକୁ ଦେଇଛନ୍ତି ଅକ୍ଷରେ ଅକ୍ଷରେ ବିଦ୍ରୋହର ବୈପ୍ଳବିକ ବାଣୀ । ସ୍ଥାନେ ସ୍ଥାନେ କବିତାରେ ନିଜସ୍ଵ ଅଭିଜ୍ଞତା ବଳରେ ଅର୍ଜନ କରିଥିବା ଜୀବନର କ୍ଷତବିକ୍ଷତ ମନର ଉଦ୍-ବେଳନ ଓ ବ୍ୟଥିତ ଚିନ୍ତା ମାଧ୍ୟମରେ ସେ ଅଭିମତ ଦେଇଅଛନ୍ତି । ଡ. ମାୟାଧର ମାନସିଂହଙ୍କ ମନ୍ତବ୍ୟରେ ସେ ଥିଲେ "ବିଶ୍ଵଯୁଦ୍ଧ ପରେ ଇଂଲଣ୍ଡର ସାହିତ୍ୟକ୍ଷେତ୍ରରେ ଦେଖା ଦେଇଥିବା ତଥାକଥିତ କ୍ରୁଦ୍ଧ ତରୁଣ" ପରି ବା "Angry Young man" ! ବିପ୍ଳବୀର ଅମ୍ଳାନ ଅକ୍ଷର ରବୀନ୍ଦ୍ରନାଥ ସିଂ ବା ବିପ୍ଳବୀ କବି ରବି ସିଂ !

                             ଜଗତସିଂହପୁର ଜିଲ୍ଲାର ନବାପାଟଣା ନିକଟ ସିଂହାରପୁର ଗ୍ରାମ । ହଂସୁଆ ନଦୀ ତଟବର୍ତ୍ତୀ ଏ ଗ୍ରାମରେ ୧୯୩୪ ମସିହା ବସନ୍ତ ପଞ୍ଚମୀ ତିଥିରେ ଜନ୍ମ ନେଇଛନ୍ତି ରବୀନ୍ଦ୍ରନାଥ ସିଂ ।  ପିତା ଥିଲେ ବିଶିଷ୍ଟ ସାମ୍ୟବାଦୀ ଚିନ୍ତାନାୟକ ଏବଂ ସ୍ଵାଧୀନଚେତା ସଂଗ୍ରାମୀ ରାମଚନ୍ଦ୍ର ସିଂ। ମା' ସ୍ଵାଧୀନତା ସଂଗ୍ରାମୀ ଶାରଦା ଦେବୀ । ଏହି ବିପ୍ଳବୀର ସ୍ଵର ପଛରେ ଥିବା ତାଙ୍କ କରୁଣ ଶୈଶବ ଓ ତାରୁଣ୍ୟର ତିକ୍ତାନୁଭୂତି ବଖାଣିଲେ ସ୍ପଷ୍ଟ ହୁଏ ଯେ କବିଙ୍କ ମଧ୍ୟରେ ଥିବା ରୌଦ୍ରତା ଯେ କେତେ ମାତ୍ରାରେ ନିର୍ମମ ଭାବରେ ଧ୍ଵାନ୍ତ ଗତି ଦେଇ ଚାଲିଥିଲା , ତାହା ତାଙ୍କ ମଦନ-ମନୋହର କାବ୍ୟପୁରୁଷକୁ ବିଦ୍ରୋହୀରେ ପରିଣତ କରାଏ ।

                          
                           ପିଲାଦିନେ ପିତା ରାମଚନ୍ଦ୍ର ସିଂ ଙ୍କ ଅନୁଚିନ୍ତନ ଦ୍ଵାରା ସେ ଅନେକ ଅନୁପ୍ରାଣିତ ହୋଇଥିଲେ । କହିବାକୁ ଗଲେ ସେ ତାଙ୍କ ଜୀବନରେ ଘଟିଥିବା ମାତ୍ରାତିରିକ୍ତ ତିକ୍ତାନୁଭୂତି ମଧ୍ୟରେ ପିତାଙ୍କ ସ୍ଵାଧୀନତାକାମୀ ମନୋଭାବ ସହ ମାନବତାକୁ ନିଜ ଧର୍ମ ରୂପେ ସତତ ପାଳନ କରୁଥିଲେ । ହରିଜନମାନଙ୍କ ସପକ୍ଷରେ ଯାଇ ପିତା ଏକଘରକିଆ ହୋଇଛନ୍ତି ସତ, ହେଲେ ପିତାଙ୍କର ସାମ୍ୟବାଦୀ ଚିନ୍ତାଧାରା, ଦୈନନ୍ଦିନ ଅରଟରେ ସୂତା କାଟିବା ଆଉ ଆଣ୍ଠୁ ଲୁଚୁନଥିବା ଖଦଡ ଲୁଗାକୁ ପହରଣ କରିବାର ରୀତି ରବି ସିଂଙ୍କୁ ଅନେକତ୍ର ପ୍ରଗତିଶୀଳତାର ଶିକ୍ଷା ସେଇ ତାଙ୍କ ଘରୁ ହିଁ ଦେଇଆସିଛି। ହେଲେ ମନମୋହନ ମିଶ୍ର, ଭଗବତୀ ଚରଣ ପାଣିଗ୍ରାହୀଙ୍କ ଭଳି ଆଦର୍ଶରେ ସେ ପାଇଥିଲେ ନିଜର ଲକ୍ଷ୍ୟପନ୍ଥା। 
                           
                           

                        ସ୍ବାଧୀନତା ଆସିଲା , ଇଂରେଜ ଉପନିବେଶରୁ ମୁକ୍ତ ସତ, ହେଲେ କୋଟି କୋଟି ନିରନ୍ନ ମଣିଷ ପାଇଲା କଣ ? ଯେତେବେଳେ କପର୍ଦ୍ଦକଶୂନ୍ଯ ଏଇ ବିପ୍ଳବୀ ତରୁଣ କବି, ସେତେବେଳେ ତାଙ୍କ ପକ୍ଷରୁ ଅନେକ ଆବେଦନପତ୍ର ସରକାରଙ୍କ ସମୀପରେ ଆଗତ କରାଯାଏ , ହେଲେ ସରକାରଙ୍କ ଆର୍ଥିକ ଅନୁଦାନ ପାଇଁ ସିଧାସଳଖ ପ୍ରତ୍ୟାଖ୍ୟାନ ତାଙ୍କୁ ଉତ୍ତ୍ୟକ୍ତ କରି ସାରିଥିଲା । ହେଲେ ସିଏ ନିଜେ ନିଜକୁ ସତତ ପ୍ରଶ୍ନ ସ୍ଵରୂପ ବଖାଣିଥିଲେ, "କିହୋ, ସାହିତ୍ଯିକ ପ୍ରତିଭା ଓ କବିତ୍ଵ ସହିତ ସ୍କୁଲ-କଲେଜ ଶିକ୍ଷାର ସମ୍ପର୍କ କଣ?" ତରୁଣ ରବି ସିଂ ସେତେବେଳେ ପିତାଙ୍କ କଂଗ୍ରେସର ପ୍ରତିନିଧିତ୍ଵ ସମୟରେ ଲୁଚି ଲୁଚି ପାଠ ଶିଖି କବିତା, ଛୋଟ ଛୋଟ ଗଳ୍ପ ଲେଖିବା ଆରମ୍ଭ କଲେ ।

                           ତଥାକଥିତ ଐଶ୍ଵରିକ ସତ୍ତାର ନିଷ୍ଠୁରତା , ସେହି ମମତ୍ଵକୁ ଶୂନ୍ୟ କରେଇବାର ନିଷ୍ଠୁରତା ତାଙ୍କୁ କରିଥିଲା ବିପ୍ଳବୀ କବି ଆଉ ସେ ଲେଖିଥିଲେ 'ଚରମପତ୍ର' କବିତା  ଯାହାର ଦୃପ୍ତ ମର୍ମଣ ଆଜି ବି କର୍ଣ୍ଣପୁଟରେ ଭୀଷଣୋଷ୍ଣ କଣ୍ଠତଟର ଉଦାତ୍ତ ଉଦ୍ଘୋଷଣାକୁ ସ୍ତମ୍ଭିତ କରୁଅଛି । ୧୯୪୮ ମସିହାରେ ସେ କଟକର କଂଗ୍ରେସ-ସୋସିଆଲିଷ୍ଟ୍ ର ସଦର କାର୍ଯ୍ୟାଳୟ ଅଫିସ୍ ବୟ ରୂପେ ନିଯୁକ୍ତ ରହିଥିଲେ । ହେଲେ ସେହି ସଦର କାର୍ଯ୍ୟାଳୟ ରୁ ସେ ଫେରି ଆସିଛନ୍ତି ୧୯୫୨ ମସିହାରେ, ଯେତେବେଳେ ସେ ଦେଶର ଅନେକ ତୁଙ୍ଗ ନେତୃତ୍ଵଙ୍କ ନୀତିଗତ ବିଚ୍ୟୁତିରୁ ଅସନ୍ତୁଷ୍ଟ ରହି ଆସିଥିଲେ । 

                            ଏକ ଘଟଣାକ୍ରମରେ ୧୯୫୩ ମସିହାରେ ସେ ସିପିଆଇରେ ଯୋଗଦାନ ପରେ ୧୯୫୫ ମସିହାରେ ପର୍ତ୍ତୁଗୀଜ୍ ଶାସିତ ଗୋଆ ମୁକ୍ତି ଆନ୍ଦୋଳନରେ କେ. ହନୁମତ୍ ରାଓଙ୍କ ସହ ଯୋଗ ଦିଅନ୍ତି ରବି ସିଂ। ଆହତ ଅବସ୍ଥାରେ ଯେତେବେଳେ ସେ କଟକ ଫେରିଥିଲେ , ନିଜ ଆପ୍ରାଣପ୍ରିୟ ଅଧ୍ୟାପକ ରତ୍ନାକର ପତି ମହୋଦୟଙ୍କୁ ସାକ୍ଷାତ୍ କ୍ରମେ ତାଙ୍କ ମନ୍ତବ୍ୟ ପାଇଲେ, "ତୁ ବଡ଼ ଦୁଃସାହସୀ । ଭଗବାନଙ୍କ ଆଶୀର୍ବାଦ ନଥିଲେ ତୋର ଏ ବିକାଶ ସମ୍ଭବ ହୋଇନଥାନ୍ତା ।" ଆଉ ତାଙ୍କ ଲେଖନୀରୁ ଝରିପଡେ ସେହି ପରି ଆଲୋଡନକାରୀ କୃତି - "ପଥପ୍ରାନ୍ତର କବିତା", "ଗୋଆଯାତ୍ରୀ" , "ପରାସ୍ତ ସୈନିକ" ଏବଂ "ବଲ୍ଗା ଶିଥିଳ" ।

                            
                          ହେଲେ ୧୯୫୨-୧୯୬୦ ମସିହା ଭିତରେ ରବି ସିଂଙ୍କ ଦୁର୍ଦ୍ଦମନୀୟ ଯାତ୍ରା ଆରମ୍ଭ ହୁଏ ! ୧୯୬୫ ମସିହା ୨୨ ଡିସେମ୍ବର ଦିନ "ଷଣ୍ଢ,  ହେ ତୁମେ ଦଣ୍ଡବତ ମୋ ଘେନ !" ନାମରେ ଏକ ଚର୍ଚ୍ଚିତ କବିତା ଲେଖିଲେ ରବି ସିଂ ! ସେହି 'ଷଣ୍ଢ' ହେଉଛି କବିଙ୍କ ଦୃଷ୍ଟିରେ 'ଆଦିମ ସାମ୍ୟ ବାଦୀ ।' ଏହି 'ଷଣ୍ଢ' ପୁଣି ମାନ୍ଯ କରେନାହିଁ କୌଣସି ସରକାରୀ ଅଧିନିୟମ ଅଥବା ଆଇନ , ହାଜତ୍ ଆଉ ବଳପୂର୍ବକ ଉପସ୍ଥିତି। ଏହା ମାଧ୍ୟମରେ ସେ କମ୍ୟୁନିଷ୍ଟ ମତବାଦ ଆଢୁଆଳରେ ରହିଥିବା ଭଣ୍ଡ ସାମ୍ୟବାଦ ଓ ସଂଖ୍ୟାଗରିଷ୍ଠତା ପାଇଁ ଅତିରିକ୍ତ ଆଶାୟୀ ନେତାମାନଙ୍କର ଚରିତ୍ର ଉନ୍ମୋଚିତ କରନ୍ତି , ଯାହାକୁ ତଦାନୀନ୍ତନ ରାଜନୀତିଜ୍ଞ ତଥା ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଭୂୟସୀ ପ୍ରଶଂସା କରିଥିଲେ ।

                            
                                  ମହାମାନବର କବି କିନ୍ତୁ ଏହି ଧରାପୃଷ୍ଠରେ ଧରାବନ୍ଧା ପରିସ୍ଥିତିର ଅପ୍ରତ୍ୟାଶିତ ଅନୁଭୂତିରେ ହୁଅନ୍ତି ନିୟମିତ ବିଜଡିତ । ବିଦ୍ୟାଳୟ ଯାଉଥିଲେ ହେଲେ ମାତ୍ର ଦୁଇ ଘଣ୍ଟା ହିଁ ସେ ଅତିବାହିତ କରୁଥିଲେ। ତଦାନୀନ୍ତନ ସମୟରେ ତାଙ୍କ ପିତା ଜେଲ୍ ରୁ ମୁକ୍ତ ହେବା ବେଳକୁ ତାଙ୍କୁ ଗାଁରେ ଛାଡିଦେଇ ମା' ଙ୍କ ନିକଟରେ ରଖି କେଉଁ ଆଡକୁ ଯିବାକୁ ପ୍ରସ୍ତୁତ ନଥାନ୍ତି । କାରଣ କବିଙ୍କ କାଳ ଖଣ୍ଡ ଅବଶ୍ୟ ସେ ସମୟରେ ଦାରିଦ୍ର୍ୟ ଓ ଅଭାବର ମରୁ ସମାନ ବେଳାରେ ଅତିବାହିତ ହୁଏ । ନବାପାଟଣା ସେତେବେଳେ ଏକ ଅନଗ୍ରସର ଗ୍ରାମ ରୂପେ କୁଖ୍ୟାତ । ଏଣୁ ଏହିପରି ଏକ ଅନ୍ଧାରିତ ଅଭିସନ୍ଧିରୁ ମୁକୁଳିବା ପାଇଁ ରବି ସିଂଙ୍କ ପାଠପଢାରେ ଯବନିକା ପଡିଯାଏ । ପିତାଙ୍କ ସହ କଟକ ଆସିଛନ୍ତି ଆଉ କଟକରେ ପିତାଙ୍କ ସହ ଅନେକ ବୁଦ୍ଧିଜୀବୀ ଓ ବଡ଼ବଡ଼ ଲୋକଙ୍କ ସହ ଭେଟୁଥିଲେ ।

                             ପିତାଙ୍କ ଦେହାବସାନ ପରେ ରବି ସିଂ ଏଣେ ତେଣେ ଭ୍ରମଣ କରି କରି ବିବିଧ ସ୍ଥାନରେ ଆଶ୍ରୟ ପାଇ ରହିଥିଲେ । ଏକଦା କଟକ-ଭୁବନେଶ୍ୱର ମଧ୍ୟବର୍ତ୍ତୀ ରାଜପଥ ନିକଟସ୍ଥ ଗୋପାଳପୁର ଠାରେ ଅବସ୍ଥାନ କାଳରେ ସେ ପ୍ରକାଶ କରେଇଥିଲେ ତାଙ୍କର ବହୁଚର୍ଚ୍ଚିତ କବିତା ସଂକଳନ "ପଥପ୍ରାନ୍ତର କବିତା" (୧୯୫୯) । ଅସ୍ତିତ୍ଵର ଅନ୍ଵେଷାରେ ମାନବିକତାର ଯେଉଁ ସନ୍ଧାନରେ କବି ସବୁବେଳେ ଅନୁସନ୍ଧିତ୍ସୁର ଭୂମିକାରେ ଅବତୀର୍ଣ୍ଣ ହୋଇ ଆସୁଥିଲେ, ସେଥିରେ କେତେବେଳେ ଓଡିଶାର , କେବେ ଭାରତବର୍ଷର ତ କେବେ ପରିବ୍ୟାପ୍ତ ବିଶ୍ଵର । ଏମାନଙ୍କ ମଧ୍ୟସ୍ଥ ହର୍ଷ ବିଷାଦ, ସ୍ବପ୍ନ-ସ୍ବପ୍ନଭଙ୍ଗ, ପ୍ରତ୍ଯୟ ଓ ସମ୍ଭାବନା କବିତାର ଆଧାର ଧରନ୍ତି । ସାରସ୍ଵତ ଚିନ୍ତନରେ ମାର୍କସ୍, ଲେନିନ୍, ମାଓ, ନଜରୁଲ୍, ଭଗବତୀ ଚରଣ, ଗୋଦାବରୀଶ ପ୍ରଭୃତି ତାଙ୍କର ଆଦର୍ଶ ସ୍ଥାନୀୟ। 

                          ଦୁର୍ଦ୍ଦିନର ରାସ୍ତାରେ ଚାଲୁ ଚାଲୁ ତାଙ୍କ କାବ୍ୟ ମାନସରେ ଯେଉଁ ସାମାଜିକ ବିରୋଧାଭାସ ବେଗଗାମୀ ଝଡ଼ର ସୃଷ୍ଟି କରେ, ତାହା ସେ ନିଜ ଅଙ୍ଗେ ନିଭା ବ୍ୟକ୍ତିଗତ ଅଭିଜ୍ଞତାରୁ ପ୍ରଚଳିତ ସାମାଜିକ ବିଧି ବ୍ୟବସ୍ଥା ବିରୁଦ୍ଧରେ ତାଙ୍କ ଅନ୍ତରରେ ତୀବ୍ର ଘୂର୍ଣ୍ଣିଝଡ଼ ସଦୃଶ ପ୍ରତୀକିତ କରାନ୍ତି । ପୁଣି ତାଙ୍କ କାବ୍ୟସ୍ଵର ବହନ କରେ ସର୍ବାଦୌ ଏକ ବେସାଲିସ୍ ବିଦ୍ରୋହର ଆଗ୍ନେୟ ତାପ ଯେଉଁ ସ୍ଵର ପରବର୍ତ୍ତୀ କାବ୍ୟଚେତନାରେ ଏକ ସ୍ପଷ୍ଟ ଓ ନିରୂପିତ ବାମପନ୍ଥୀ କାବ୍ୟ-ସରଣୀରେ ପ୍ରବେଶ କରେ , ତାଙ୍କର 'ବିକ୍ଷୋଭ', 'ମୃତ ଏପିକ୍ ପାଇଁ କବିତାଟିଏ', 'ହେ ମୋର ଶାୟକ', 'ହେ ମହା ଜୀବନ !' ଭଳି କବିତା ସ୍ଵତଃ ପ୍ରତୀୟମାନ ହୋଇଛି।  ସେହିପରି ଏକ କବିତା 'ଆମେ ଦୁହେଁ' ରେ ସେ ଲେଖନ୍ତି -
                          

                 "କଣ୍ଠେ ଆମ ବିଜୟର ହ୍ରେଷା
                  ସୃଷ୍ଟି ଆଉ ସମାଜ ନିୟମ
                  ଆମେ ଦୁହେଁ କରିଛୁ ବାସନ୍ଦ
                  ନିଜ ବଳେ ଆମେ ବଳୀୟାନ୍
                  ଆମେ ଦୁଇ କୋଷମୁକ୍ତ-ଶାଣିତ କୃପାଣ ।"

                      ପୂର୍ବୋକ୍ତ ଅନୁଚ୍ଛେଦରେ ମାୟାଧର ମାନସିଂହଙ୍କ ମନ୍ତବ୍ୟ ଅବଶ୍ୟ ଥିଲା ରବି ସିଂ ଙ୍କ ବ୍ଯକ୍ତିଗତ ଦୁଃଖପୀଡିତ କାଳ ଓ ଅଭିଜ୍ଞତା ଅର୍ଜିତ ଅତିରିକ୍ତ ପ୍ରତିକ୍ରିୟା ପ୍ରତି । ହେଲେ ରବି ସିଂ ପ୍ରକୃତରେ ମାନବଜାତିରେ କ୍ରମଶଃ ହଜିଯାଉଥିବା ଚେତନାକୁ ଫେରାଇବା ପାଇଁ ଯେଉଁ ଉଦାତ୍ତ ଅଭିମତ ଦେଇ ଆସିଛନ୍ତି , ସେଥିରେ ତାଙ୍କର ପ୍ରତିକ୍ରିୟାଶୀଳ କାବ୍ୟିକତା ଅପେକ୍ଷା ସତ୍ୟ-ଶିବ-ସୁନ୍ଦରର ପ୍ରତିଷ୍ଠା, ପଶୁତା ପ୍ରବୃତ୍ତି ଦମନ କରି ଶାନ୍ତିର ଉଦୟଲଗ୍ନ ଏବଂ ମାଟିର ମଣିଷ ପ୍ରତି ନିଜର ପ୍ରତୀକିତ କଲ୍ୟାଣବୋଧକୁ ସେ ଆହ୍ବାନ କରି ଆସିଛନ୍ତି । ସେଥିପାଇଁ ଯଥାର୍ଥତଃ ସୁରେନ୍ଦ୍ର ମହାନ୍ତି ତାଙ୍କ କବିତାକୁ କହନ୍ତି,"ଅନୁଭୂତି ଲବ୍ଧ କଠୋର ଅଭିଜ୍ଞତାର ତୀବ୍ର ଅଭିଜ୍ଞାନ।" 

                         ଦୁର୍ବାର ଝଡ଼ ପରି ସେ ପ୍ରାକ୍-ଷାଠିଏ ଦଶନ୍ଧି ବେଳକୁ ଓ ତଦୁତ୍ତାରୁ ତାଙ୍କ କବିତାରେ ପ୍ରାଥମିକ ଭାବ ବାମପନ୍ଥୀ  ସାରସ୍ଵତ ପ୍ରତିଭାର ଧାରା ଥିଲା ଓ ତା ପ୍ରଚ୍ଛଦପଟ୍ଟ କେତେ ଯେ ଐତିହାସିକ , ତାହା ପାଠକଙ୍କୁ ଅଭିଭୂତ କରେ। ରବି ସିଂଙ୍କ କବିତାରେ ଏଇ ସମାଜର ଚିର ବୈଷମ୍ୟପୀଡିତ ବ୍ୟାଧିର ଦୃଶ୍ୟ ସର୍ବତ୍ର ପ୍ରତିଫଳିତ । ତଦାନୀନ୍ତନ ଗାନ୍ଧୀବାଦ ଆଦର୍ଶ ଅପେକ୍ଷା ଏକ ସଂଘର୍ଷ-ସମ୍ଭୂତ ସମାଜରେ ନ୍ୟସ୍ତସ୍ଵାର୍ଥ ବିରୁଦ୍ଧରେ ଯେଉଁ ଚୋଟ ସେ ବସାଇଥିଲେ , ତାହା ଅନେକ ବିଶିଷ୍ଟ ରାଜନୀତିଜ୍ଞ ତଥା ତଥାକଥିତ ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି କରେ।  ସେଥିପାଇଁ ସେ ଅସମତା ଓ ଅବିଚାରରେ ପ୍ରତ୍ୟାଖ୍ୟାତ ଶ୍ରେଣୀକୁ ଆଶାଜନକ ଉଦ୍ଦୀପନା ପ୍ରଦାନ କରି ଲେଖିଛନ୍ତି - "ଦୁଃଖ ସାଗରେ ଝଡ଼ ସମ ମୁଁ ତ ଉଠିବି ଫୁଲି/ ଜାଳି ଦେବା ପାଇଁ କୋଟି-କୁଡିଆର ନିଭିଲା ଚୁଲି ।"

                            ୧୯୫୮ ମସିହା ବେଳକୁ 'ପରାସ୍ତ ସୈନିକ' ଓ 'ଚଳନ୍ତିକା' ଗଳ୍ପ ସଂକଳନ ମଧ୍ୟ ପ୍ରକାଶ କରାଇବା ସହ ପ୍ରକାଶ କରାଇଛନ୍ତି ତାଙ୍କର କାଳଜୟୀ କବିତା ସଂକଳନ 'ଚରମପତ୍ର' । 'ଲାସ୍ୟ' ଏବଂ 'ତାଣ୍ଡବ' ନାମିତ ଦୁଇଟି ବିଭାଗରେ ସଂକଳିତ ଏ କାବ୍ୟ ଧାରା ୧୯୬୧ ମସିହାରେ ପ୍ରକାଶିତ ହୋଇ ସମଗ୍ର ଓଡିଆ କାବ୍ୟ ଜଗତରେ ଚାଞ୍ଚଲ୍ୟ ଖେଳାଇଦିଏ । ବିଦ୍ରୋହୀ କାବ୍ୟସତ୍ତା ସମକାଳୀନ ଉଗ୍ର ଆଧୁନିକତା ପ୍ରତି ନିଜର ବିକ୍ଷୋଭ ପ୍ରଦର୍ଶନ କରି ପ୍ରତିଷ୍ଠିତ ସମାଜ ବ୍ୟବସ୍ଥା ଉପରେ ଲାଗିଥିବା କୁତ୍ସିତ ଅଭିମତକୁ କଠୋର ଭାବେ ନିକ୍ଷେପ କରିଛନ୍ତି।  ଶୀର୍ଷକ କବିତା ମାଧ୍ୟମରେ ସେ ଏକଠାବେ ଲେଖିଲେ - "ଜୀବନ ଉପରେ ମରଣଟା କଲା କିଆଁ ପରବାନା ଜାରି ? / ଶାନ୍ତିର ନୀଡେ ଉଠିଲା କାହିଁକି ଯୁଦ୍ଧର ତରବାରି / ଜାନୁଆର୍ ଆଜି ଦଖଲ କରିଲା କିଆଁ ମଣିଷର ଥାନ/ ସୃଷ୍ଟି ଭିତରେ ଧ୍ଵନିତ କିମ୍ପା ଧ୍ଵଂସର ମହାଗାନ ! କହ ହେ ସ୍ରଷ୍ଟା କହ / ଜୀବନର ଭାର ଆଜି କିଆଁ ଦୁର୍ବହ ।"

                          ସମକାଳୀନ ବାସ୍ତବତା ପରିପ୍ରେକ୍ଷୀରେ ସେ ରଚନା କରିଛନ୍ତି ଆହୁରି ଅନେକ କବିତା।  'ଭୃକୁଟି' (୧୯୬୩),  'ଲାଲ୍ ପାଗୋଡାର ପ୍ରେତ ଓ ଅନ୍ୟାନ୍ୟ କବିତା' (୧୯୬୩), 'ବିଦୀର୍ଣ୍ଣ' (୧୯୬୪), 'ଅପ୍ରୀତିକର କବିତା' (୧୯୬୬), 'ଜ୍ଵାଳାର ମାଳା' (୧୯୬୭), 'କ୍ଷତ' (୧୯୬୮), 'ବିଷବାଣୀ' (୧୯୬୯), 'ଦୁର୍ଗମ ଗିରି' (୧୯୭୧), 'କ୍ରାନ୍ତି କାମୋଦୀ', 'ସର୍ବହରା', 'ଝଡ଼', 'ବନ୍ୟା', 'ଜଳ ଗୋ ଅନଳ', 'ଅଗ୍ନିବେଦ' ତାଙ୍କ ପ୍ରସିଦ୍ଧ କାବ୍ୟକୃତିର ସାର୍ଥକ ପରିଚୟ । ମାଟି ଓ ମଣିଷର ଦୁଃଖ-ଦୁର୍ବିପାକର ସବୁଠାରୁ ନିଚ୍ଛକ ରୂପାୟନ, ନିର୍ଯ୍ୟାତିତ ସ୍ଵରର ଦାବି ଓ ଅଧିକାର ପାଇଁ ଫମ୍ପା ଦୋହଲାଇବା ଅପେକ୍ଷା କବି ଆତ୍ମାର ସହୃଦୟତା ଏବଂ ସମକାଳରେ ସାହିତ୍ୟ ସୃଷ୍ଟିରେ ସ୍ଵତଃସ୍ଫୁର୍ତ୍ତ ଅଭିମତ, ନିର୍ଭୀକତା ଏବଂ ସ୍ପଷ୍ଟବାଦୀ ଭାବେ ସମ୍ଵେଦନାକୁ ପ୍ରକାଶ କରିଛନ୍ତି।  

                              ୧୯୬୦ ପରବର୍ତ୍ତୀ ଓଡିଶା ଓ ସମଗ୍ର ଭାରତବର୍ଷର ସାମାଜିକ ,ରାଜନୈତିକ ତଥା ସାଂସ୍କୃତିକ ପ୍ରେକ୍ଷାପଟରେ କବିଙ୍କ ସାଧନା ବେଦୀ ରହିଛି । ସେଥିପାଇଁ ସେ କହିଛନ୍ତି - "ପ୍ରତିହିଂସାର ନାମ ମୋର 'କ୍ଷମା', ସୃଷ୍ଟିର ଅନାସୃଷ୍ଟି / ନିର୍ଜନଗୁହା , ଶ୍ମଶାନ, କବର ସାଧନାବେଦି ମୋ କୃଷ୍ଟି ।" (ଶନି) କବିଙ୍କ ଶାଣିତ ଅଭିବ୍ୟକ୍ତି ଓ ଯଥୋପଯୋଗୀ ସତ୍ୟର ଅନାବରଣ ପରିପ୍ରେକ୍ଷୀରେ ବିଶିଷ୍ଟ ଗଣିତଜ୍ଞ ତଥା କବିଙ୍କ ବନ୍ଧୁ ତ୍ରିବିକ୍ରମ ପତି ତାଙ୍କୁ ଜନତାର ମାୟୋଭାସ୍କି ଏବଂ "Self schooled genius of Utkala" ବୋଲି ଅଭିହିତ କରିଛନ୍ତି।  ୧୯୬୫ ମସିହାରେ ନିଜ କାବ୍ୟ ସଂକଳନ 'ଚରମପତ୍ର' ପାଇଁ କବି ରବି ସିଂ ପାଇଛନ୍ତି ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର । 
                              

                        ହେଲେ ଶେଷ ଜୀବନ ତାଙ୍କ କଟିଛି ଅତୀବ ନିଃସଙ୍ଗତା ଓ ଅଭାବ ମଧ୍ୟରେ।  ଶେଷରେ ତାଙ୍କ ଜୀବଦ୍ଦଶାରେ ସେ ଲେଖିଛନ୍ତି 'ନିଃସଙ୍ଗ ପଦାତିକ', ଯାହାକି ତାଙ୍କ ସଂଘର୍ଷମୟ ଜୀବନର ଏକ ଅନବତରିତ ନିଶାଣ ରୂପେ ଆଜି ବି ଉଡୁଅଛି। ସେହି ଅନବତରିତ ନିଶାଣଧାରୀ ବିପ୍ଳବୀ କବି ୨୦୧୯ ମସିହା ଡିସେମ୍ବର ମାସରେ ଗୁରୁତର ଭାବେ ଅସୁସ୍ଥ ଅବସ୍ଥାରେ ଥିଲା ବେଳେ କଟକଠାରେ ୨୦୨୦ ମସିହା ଫେବୃଆରୀ ୨ ତାରିଖରେ ଉତ୍କଳୀୟ ମାନଙ୍କୁ ସଜଳାଶ୍ରୁ କରି ପ୍ରତ୍ୟୁଷରେ ଇହଲୀଳା ସମ୍ଵରଣ କରିଛନ୍ତି।  ହେଲେ ଏହି ବିପ୍ଳବୀ କବିଙ୍କ ଲେଖନୀ ଦେଇଛି ଶ୍ରମ କାତର ମଣିଷର ବେଦନାର ସର୍ବଶ୍ରେଷ୍ଠ ପ୍ରତିରୂପ ଏବଂ ଆଜି ମେହନତୀ ମଣିଷର କଳକୂଜନରେ ତାଙ୍କର କାବ୍ୟ ଆଜି ତାଙ୍କୁ ଜଣାଏ ବିମର୍ଶ ସ୍ଵର-ସଲାମୀ !

                 ଆଜି (୦୨ ଫେବୃଆରୀ) ବିପ୍ଳବୀ କବିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ଅମରାଦର୍ଶର ପାଥେୟ କାମନା କରୁଅଛି । 

.....© ଅମୃତେଶ ଖଟୁଆ

Thursday, January 28, 2021

■ ଜଉଗଡ଼ ■

# ଅଶୋକ ଶିଳାଲିପି, ଜଉଗଡ଼ !
      ✍ ଉପସ୍ଥାପନା : ଜଗନ୍ନାଥ ଦୋରା 

                  ଅବହେଳିତ ଜଉଗଡ଼,କଳିଙ୍ଗ ଇତିହାସ ର ଶିଳାଲେଖ. କଳିଙ୍ଗ ଇତିହାସ ର ସର୍ବପୁରାତନ ମୁକ ସାକ୍ଷୀ ହେଉଛି ଜଉଗଡ଼. ଯାହାକି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ପାଣ୍ଡିଆ ପଞ୍ଚାୟତ ରେ ଅବସ୍ଥିତ.ଏଠାରେ ଥିବା ଶିଳାଲେଖ ଗୁଡିକ ହେଉଛି 2060 ବର୍ଷ ପୁରୁଣା, ଯାହାକି ଖ୍ରୀଷ୍ଟପୂର୍ଵ 261 ରେ  ଅଶୋକଙ୍କ ସମୟରେ ଲେଖା ଯାଇଥିଲା ବୋଲି  ପ୍ରତ୍ନତ୍ୱାତିକ ସର୍ଭେ ଅଫ ଇଣ୍ଡିଆ (ASI) ରୁ ଜଣାପଡେ଼ ! ଐତିହାସିକ କଳିଙ୍ଗ ବିଜୟ ପରେ ଅଶୋକ ରକ୍ତାକ୍ତ ହୋଇଥିବା ଦୟା ନଦୀ କୁ ଦେଖି ଚଣ୍ଡାଶୋକ ରୁ ଧର୍ମାଶୋକ ରେ ପରିଣତ ହୋଇଥିଲେ ସେ ରାଜ୍ୟ ଜୟ କ୍ଷମତା ଲୋଭକୁ ପରିତ୍ୟାଗ କରି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ଏବଂ ତାର ପ୍ରଚାର ପ୍ରସାର କରିଥିଲେ ।
  
    ସେହି ସମୟରେ  ଅଶୋକ 14 ଟି ଶିଳାନୁଶାସନ ଲେଖିଥିଲେ, ସେଥି ମଧ୍ୟରୁ ଏକାଦଶଟି ଶିଳାନୁଶାସନ ଜଉଗଡ଼ ପଥର ଦେହରେ ଖୋଦିତ ହେଇଥିବା ବେଳେ ଅନ୍ୟ ତିନୋଟି ଧଉଳି ପାହାଡ଼ ରେ ଖୋଦିତ ହେଇଛି । ଏହି ଲେଖା ଗୁଡିକ ପାଲି ଭାଷାରେ  ଲେଖା ଯାଇଥିବା ବେଳେ, ଏହା ତତ୍କାଳୀନ କଳିଙ୍ଗର ଧର୍ମ ସଂସ୍କୃତି  ଓ ରାଜ୍ୟ ଶାସନର ସୁବିସ୍ତୃତ ବିବରଣୀ ପ୍ରଦାନ କରେ ! କିନ୍ତୁ ଦୁଃଖର ବିଷୟ ଏହା ଯେ କଳିଙ୍ଗ ର ଐତିହାସ ଗାନ କରୁଥିବା ଏ ଶିଳାଲେଖ ଗୁଡିକ ଆଜି ଜରାଜୀର୍ଣ୍ଣ  ଅବସ୍ଥାରେ ପଡ଼ିରହିଛି । ସ୍ୱାଧୀନତା ପୂର୍ବରୁ ଜଉଗଡ଼ ଜାତୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ପାଇଥିଲେ ମଧ୍ୟ ଏଠାରେ କିଛି ବିକାଶ ର କାମ ହୋଇପାରିନାହିଁ । ଐତିହାସିକ ଜଉଗଡ଼ ର ଇତିହାସ ଯେତିକି ପୁରୁଣା ତାର କିମ୍ବଦନ୍ତୀ ମଧ୍ୟ ସେତିକି ନିଆରା ଲୋକକଥା ବା  କିମ୍ବଦନ୍ତୀ ଅନୁଯାୟୀ, ଜଉଗଡ଼ ରାଜା ନିଜ ଗଡ଼ର ସୁରକ୍ଷା ପାଇଁ ଜଉ ଦ୍ୱାରା ନିର୍ମିତ ପାଚେରୀ ତିଆରି କରିଥିଲେ,  ଯା'ଦ୍ୱାରା ଗଡ଼ ମଧ୍ୟ୍ୟକୁ ଶତ୍ରୁ ମାନଙ୍କ ପ୍ରବେଶକୁ ରୋକାଯାଇପାରିବ ଏବଂ ଏ ବିଷୟରେ ଅପରପକ୍ଷର ଶତ୍ରୁ ମାନଙ୍କୁ ଅଜଣା ଥିଲା । ଯେତେବେଳେ  ଶତ୍ରୁ ପକ୍ଷର ସୈନ୍ୟ ମାନେ ରାଜଉଆସ କୁ ପ୍ରତିଦିନ କ୍ଷୀର, ଦହି ଦେବାକୁ ଯାଉଥିବା ଗଉଡ଼ୁଣୀ ଠାରୁ ପାଚେରୀର ରହସ୍ୟ ପଚାରି ବୁଝିଥିଲେ ଗଉଡ଼ୁଣୀ ଠାରୁ ଜଉରେ ତିଆରି ହୋଇଥିବା ରହସ୍ୟ ଜାଣିପାରି ଶତ୍ରୁ ପକ୍ଷ ସୈନ୍ୟ ମାନେ ସେଥିରେ ନିଆଁ ଲଗେଇଦେଇଥିଲେ, ଯାହା ଫଳରେ ପାଚେରୀ ସହ ସମ୍ପୂର୍ଣ୍ଣ    ଜଉଗଡ଼ ଜଳିଯାଇଥିଲା ଏବଂ ପରେ ରାଜା ଏକଥା ଜାଣିସାରି ଗଉଡ଼ୁଣୀ କୁ ଅଭିଶାପ ଦେଇଥିଲେ ଫଳସ୍ୱରୂପ    ପର ମୂହୁର୍ତ୍ତରେ  ଗଉଡ଼ୁଣୀ ପଥର ପାଲଟି ଯାଇଥିଲା ! ଏବେ ବି ସେଇ ପଥରକୁ ଗଉଡ଼ୁଣୀ ପଥର କୁହାଯାଏ ।

       ଏବେ କିନ୍ତୁ ଏ ଐତିହାସିକ ଗଡ଼ ସମ୍ପୂର୍ଣ୍ଣ ଅବହେଳିତ ଅବସ୍ଥାରେ ରହିଅଛି । ଇତିହାସର କଥା କହୁଥିବା ଏ ଜଉଗଡ଼ କୁ ଦେଖିଲେ ମନରେ ପ୍ରଶ୍ନ ଉଠେ ଯେଉଁ ରାଜ୍ୟରେ ଇତିହାସ ସୁରକ୍ଷା ବ୍ୟବସ୍ଥା ନାହିଁ ସେ ରାଜ୍ୟ କେତେ ବା ସୁରକ୍ଷିତ ? କଳିଙ୍ଗର ଇତିହାସ କହୁଥିବା ଅକ୍ଷର ଗୁଡିକ ଏବେ ଅଦୃଶ୍ୟ ହେବାରେ ଲାଗିଛି ।

Monday, January 25, 2021

■ସାଧବଝିଅ ■ ଭାଗ : ୧୧ / ମାୟାଧର ମାନସିଂହ

★ 'ସାଧବ ଝିଅ' ଓ କବି ଡ. ମାୟାଧର ମାନସିଂହ ★
  ଭାଗ : ୧୧         ଉପସ୍ଥାପନା : ଅମୃତେଶ ଖଟୁଆ
_____________________________________

                   _'ସାଧବ ଝିଅ' - କେବଳ ନୁହେଁ ଏକ ନାରୀଚରିତ୍ର, କେବଳ ନୁହେଁ ଏକ ନାୟିକା ବିଶେଷ । ମଧ୍ୟଯୁଗୀୟ ଗୋଟିଏ କିମ୍ବଦନ୍ତୀକୁ ମାୟାଧର ମାନସିଂହ ଯେଉଁ ନିରଳସ ତଥା ଆବେଗ ସମ୍ଵଳୀ ହୃଦୟୋତ୍ଥାନରୁ ବର୍ଣ୍ଣନା କରୁଛନ୍ତି, ତାହା କେବଳଞ୍ଚ ପ୍ରେମ କି ଉଦଗ୍ରୀବ ଭାବ ମଧ୍ୟ ନୁହେଁ। ଓଡିଆ ବଣିକମାନଙ୍କ ଅଭିବ୍ୟାପ୍ତି ସହ ତଦାନୀନ୍ତନ ସମାଜରେ ଲୋକ ଚରିତ୍ରର ସମୀକ୍ଷା ଓ ସମ୍ୟକ୍ ଧାରଣା ଏହି କାବ୍ୟକୁ ଦିଏ ଏକ ନବ୍ୟ ଉପପାଦ୍ୟ ।_

                        _ଏହି ଚଳଣିରେ ଫୁଟିଉଠେ ପୁଣି ସଂସ୍କୃତିର ଅଫୁରନ୍ତ ଧାରା । କବିଙ୍କର ସେହି କୁମାର ପୂନେଇଁରୁ କାର୍ତ୍ତିକ ପୂନେଇଁ ପର୍ଯ୍ୟନ୍ତ ବୋଇତ ଯାତ୍ରାର ସ୍ମୃତି ଉଜ୍ଜୀବନ ସହ ଏହାର ଅନ୍ତରାଳରେ ସୁଲଭ ଓଡିଆ ମାଟିର ଅତୀତ ଗୌରବରାଜି ଅନସ୍ଵୀକାର୍ଯ୍ୟ ଭୂମିକାରେ ସତତ ଅବତୀର୍ଣ୍ଣ ହୋଇଅଛି । ଇଏ ଦୁଇପ୍ରାଣର ମିଳନ ନୁହେଁ, ଦୁଇ ଯୁଗ୍ମ ଯୁଗଧାରାର ସମ୍ମେଳନ - ନିରଳସ ଆବେଗ ସହ ସମୃଦ୍ଧି ମଧ୍ୟରେ ସାମାଜିକତା ।_

                      _ଦଶମ ଅଧ୍ଯାୟରେ ଆପଣ ପଢିଥିଲେ ସାଧବ ପୁଅର ସେହି ବିଚଳିତ ଚଞ୍ଚଳ ଆବେଗବାହୀ ମନର ଧାରଣା।  ସେ ବାୟୁ, ତରୁଗୁଳ୍ମରାଜି, ବନ, ଆକାଶକୁ ଶୁଣାଇ ସାକ୍ଷୀ ରଖି କହୁଛି ସେ ଜୀବନର ଯେଉଁ ସବୁ ଉଦାର ବିଳାସ ସଞ୍ଚିରଖିଛି, ସେ କେବଳ ଯେପରି ସେ ସାଧବଝିଅର ମଧୁରତାରୁ ପାଇପାରିଛି, ପାଇ ପାରିଛି ତାର ଉଦାର ହୃଦୟସାରରୁ । ପ୍ରୀତିର ଅମୃତବାହୀ ନିରଲସ ଝରରେ ସେ ମନେ କରିଛି ସବୁ ଶୁଭଙ୍କର ।_

                         _ଆମ୍ଭେ ଶେଷ ପର୍ଯ୍ୟାୟରେ ଉପନୀତ ହୋଇ ଆସିଛୁ । ତେବେ ଚାଲନ୍ତୁ, ଦେଖିବା ଏସବୁ ମଧ୍ୟରେ କିପରି ଦୁଇ ଯୁଗ୍ମ ଧାରାଙ୍କର ମିଳନ ଘଟିଛି ନାଟକୀୟ ପରିସ୍ଥିତି ଦେଇ ଆଜିର ଏହି ଏକାଦଶ ଧାରାବାହିକ ଭାଗ ମାଧ୍ୟମରେ ।_

    
                      (ଧାରାବାହିକ ଭାଗ - ୧୧)

ଭୁଜେ ଭୁଜ ଭିଡାଭିଡ଼ି , ହୃଦେ ହୃଦ ଧରି
ଚରଣେ ଚରଣ ଥାପି ନିବିଡ଼ ସୋହାଗେ,
               ଚୁମ୍ଵନ୍ତି ସେ ପରସ୍ପରେ ଜଗତ ବିସ୍ମରି
               ଛାଡ଼ି ପୁଣି ଚୁମ୍ଵଦେନ୍ତି ଗାଢ଼ ଅନୁରାଗେ ।
    ଇନ୍ଦ୍ରିୟେ ଇନ୍ଦ୍ରିୟେ ହୁଏ ପ୍ରାଣ ବିନିମୟ
    ମୁଖେ ନ ଆସଇ ଭାଷା, ଭରା ସେ ହୃଦୟ ।
    

ନ ଦେଖିବେ, ନ ପାଇବେ ଯେହ୍ନେ ଆଉ ଆନେ
ସେହି କ୍ଷଣ ପରେ, ନବ ଯୁବକ ଯୁବତୀ
               ତେଣୁ ଚାହୁଁଥାନ୍ତି ପ୍ରିୟେ ଏକ ପୋଷେ ପାନେ
               କରିବାକୁ ଚିର ସେହି କ୍ଷଣି ମଧୁରତି ।
    ସୁଖ ସଙ୍ଗେ ଗୁନ୍ଥା ଚିର ହଜିବାର ଭୟ 
    ତେଣୁ ତାଙ୍କ ଚିତ୍ତ ଥିଲା ଆଶଙ୍କା- ଅଥୟ !

ମନ୍ଦିର-ଗମନ ଛଳେ ସାଧବନନ୍ଦିନୀ
ଦ୍ଵାର ଖୋଲି ଯାଏ ଚାଲି ଗୃହ ଉପବନେ ।
               କେବେ ବା ଅନ୍ଧାର ରାତି , କେବେ ବା ଚାନ୍ଦିନୀ,
               ସମୟର ଜ୍ଞାନ କାହିଁ ପ୍ରଣୟିତ ମନେ ?
   ସ୍ଥାନେ କାଳେ ପଦେ ଦଳି ଚାହେଁ ସେ ମିଳନ
   ବଢ଼ି ନଈ ମାନେ କାହିଁ ତଟର ଶାସନ ?

ପ୍ରଥମେ ଯେ ଦିନ ସାଧୁସୁତା ଦେଖେ ଦୂରୁ
ପ୍ରାଚୀରର ଆରପଟେ ବାନ୍ଧବ ସଙ୍ଗତେ
               ବିଦେଶୀ ସାଧବ ଯୁବା, - ତା' କାନ୍ତ କପାଳୁ
               ସ୍ଵେଦ ବାରି ବହିଗଲା ଭ୍ରୂଲତାର ଅନ୍ତେ ;
  'ଏଇ ତ ସେ' - କହି ସେ ଆପଣାକୁ ଆପେ
  ସୁଖ ଭୟେ , ଆଶଙ୍କାରେ ବକ୍ଷେ କର ଥାପେ ।

ତା' ପର ସନ୍ଧ୍ୟାରେ ହେଲା ପ୍ରଥମ ମିଳନ
ଉପବନ ଏକ କୋଣେ ! ସାଧବ କୁମାରୀ 
               ଠିଆ ଥିଲା ପଛ କରି ସଲଜ୍ଜ ଲପନ
               ବୃକ୍ଷ ଡାଳେ ଧରି, ଅତି ଶଙ୍କିତେ ବିଚାରୀ
  କେଜାଣି ବା କି ହୋଇବ ! ଆନନ୍ଦର ପୂର୍ବ
  କରିଥାଏ ଜନେ ନାନା ଶଙ୍କାରେ ଅଥର୍ବ ।

ତାକୁ ସେ ଶଙ୍କାରୁ କରି ଉଦ୍ଧାର; ଅଭୟ
ଦେଲା ସେ ସୁନ୍ଦର ଯୁବା , ପାଶେ ଆସି ତାର
                ସ୍ନେହେ ଧରି ପ୍ରିୟା କର ପ୍ରେମ-କମ୍ପମୟ,
                ନିକଟ ଆସନେ ଏକ ବସାଇ, ଗଳାର
   ମଣିମୟ ହାର କାଢି ଧଇଲା ଦି' କରେ
   ଧୀରେ ଧୀରେ ପିନ୍ଧାଇଲା ବରାଙ୍ଗୀର ଗଳେ ।

ସରମରେ ସୁକୁମାରୀ ନ ଟେକେ ବଦନ
ପାଶେ ଘୁଞ୍ଚି ତେଣୁ ଯୁବା ଟେକେ ମୁଖ ତାର
               ଦ୍ଵିତୀୟା ଚନ୍ଦ୍ରମା ସମ ହସି, ତା ଲପନ
               ତରୁଣୀ ଛଟକେ ଘେନିଯାଏ ଅନ୍ୟ ଆଡ଼;
   ଦୁଇ ହାତେ ବନ୍ଦୀ କରି ସାହସୀ ତରୁଣ,
   ଥାପିଲେ ସେ ମୁଖ ବକ୍ଷେ, ଲଜ୍ଜାରେ ଅରୁଣ ।
   

ସେ ହେଲା ପ୍ରଥମ ଦେଖା; ପ୍ରତି ରଜନୀରେ
ତା ପରେ ମିଶିଲେ ବେନି ପ୍ରାଣ ବାରେ ବାରେ
               ଅତ୍ୟନ୍ତ ଗୋପନେ ଗୁପ୍ତ ସଙ୍କେତ-ସ୍ଥଳୀରେ
               ଦିନ ସାରା ଚାହିଁଥାନ୍ତି ମିଳନର କାଳେ;
   ବୈଶାଖେ ଧରଣୀ ଯଥା ଅପେକ୍ଷେ ସନ୍ଧ୍ୟାରେ
   ବିପନ୍ନ ନାବିକ ଲୋଡେ ଯେସନ ବେଳାରେ। 

ଦେଖା ହେବା ବେଳୁଁ ବିଦାୟର ବେଳ ଯାଏ
ବେନି ମଧ୍ୟେ ନାହିଁ ଥାଏ ତିଳ ବ୍ୟବଧାନ,
                 ଡେଣା ଛନ୍ଦାଛନ୍ଦି ବେନି ପକ୍ଷୀ ଥିଲା ପ୍ରାୟେ
                 ରହି , କରୁଥାନ୍ତି ପ୍ରୀତି ଦାନ ପ୍ରତିଦାନ। 
    ବେନିଏ ଚାହାନ୍ତି ମିଶି ଏକ ହେବେ ପରା
    ଚୁମ୍ଵନ , ଆଶ୍ଳେଷ ତା'ର ଚେଷ୍ଟା ପରମ୍ପରା ।

କ୍ରମେ ପଦେ ଅଧେ କଥା ତୁଣ୍ଡରୁ ବାହାର
'ଆସ', 'ବସ', 'ଚାଲିଯିବ' ? 'ଆସିବ ନା କାଲି' ?
                କ୍ରମେ ବାଣୀ କରୁଁ ତାଙ୍କ ପ୍ରଭାବ ପ୍ରସାର
                ମୂକତାରୁ ହେଲା କ୍ରମେ କଥା, ଥଟ୍ଟା, ଗାଳି ।
    ପ୍ରଗଲ୍ଭ ତ ଚିରକାଳ ରମଣୀ-ରସନା,
    ତରୁଣକୁ ଖନା କରେ ତା ବଚ-ରଚନା ।

ବିଦେଶେ କି ଭୋଜନର ସଉଖ୍ଯ-ସମ୍ଭବ ?
ଭାବି, ସୁଗୃହିଣୀ ପରି ଉତ୍ତମ ମିଷ୍ଟାନ୍ନ,
                ତରୁଣୀ ଲୁଚାଇ ଆଣି ଖୁଆଏ ସାଧବ -
                ପୁଅକୁ , ସୋହାଗେ ପୁଣି ସୁବାସିତ ପାନ
    ଗୁଞ୍ଜିଦିଏ ପ୍ରିୟ ଓଠେ ଦୁଇଖଣ୍ଡ କରି,
    ଓଠେ ଓଠେ ନିଅନ୍ତି ତା ହୋଇ ଛଡ଼ାଛଡି଼ ।

         _ଏହି ପରିଚ୍ଛେଦ ବା ଭାଗରେ ଦେଖିବାକୁ ପାଇଲୁ ଦୀର୍ଘ ବାସନାନ୍ତେ ନବଯୁବା ଓ ବିରହିଣୀ ସାଧବ ଯୁବତୀର ମିଳନ ଦୃଶ୍ୟ । ଭୁଜାଲିଙ୍ଗନ କରି କ୍ଷାନ୍ତ କରୁଛନ୍ତି ସେ ବିଗଳିତ ହୃଦୟକୁ, ନିବିଡ ଭାବର ସନ୍ଧାନରେ ଖୋଜି ବୁଲୁଥିବା ପ୍ରାଣ ଧରିଛି ଉଶ୍ଵାସ । ମନ୍ଦିର ଗନ୍ତବ୍ୟ ଛଳରେ ସାଧବ ଯାଇଛି ନିଜ ଉପବନକୁ ।_

               _ତତ୍ପର ଦିନ ବିଦେଶୀ ସାଧବ ଯୁବା ଦେଖିଛି ଜଣଙ୍କୁ ବନ୍ଧୁଙ୍କ ସହିତ ଆଳାପ କରୁଥିବାର । କାନ୍ଥ ପରପାରି ସେ ଦେଖିଛି କି ନାହିଁ, ଭ୍ରୁଲତାରୁ ଟୋପା ଟୋପା କରି ସ୍ଵେଦ ବାରି ଭରା ଆଖି ଦୁଇ ସୁଖାଶୟ ହୋଇ ଛାତିରେ ହାତ ଦେଇ ତା ମନକୁ କହେ , "ଏଇ ତ ସେ !" ପ୍ରାପ୍ତିର ଆକାଂକ୍ଷିତ ମୁହୂର୍ତ୍ତ !_

               _ଜଣେ ଏକନିଷ୍ଠ ପ୍ରୀତିପୂଜାରେ ସେ ପୁଣି ଭେଟି ଦେଉଛି ନାନାବିଧ ସୁବାସିତ ତାମ୍ଵୁଳ (ପାନ) । ଏଠାରେ ସାଧବ ଝିଅ ଯେ କେତେ ଅପେକ୍ଷା କରିଥିଲା, ଏହି ଧାଡିମାନଙ୍କ ମଧ୍ୟରୁ ଖୁବ୍ ଅନୁମେୟ । ଲଜ୍ଜାଶୀଳ ନୟନରେ ଅନେଇ ଥିବା ସାଧବ ଝିଅର ସେ ଦ୍ଵିତୀୟା ଶଶୀ ପରି ଚକୋରବତ୍ ତା ମୁଖଦର୍ଶନ କରିଅଛି । ଆଉ ନିଜ ବେକରୁ ମଣିରତ୍ନ ହାର କାଢି ସାଧବ ଝିଅର ଲଜ୍ଜା ନିବାରଣ କରି ଭେଟି ଦେଇଛି ତା ଗଳାରେ ।_

କ୍ଳାନ୍ତି ଛଳକରି ସୁକୁମାରୀ ପଡେ ଢଳି
ବେଳେବେଳେ ଯୁବା କୋଳେ ମୃତ ପକ୍ଷୀସମ,
            ଦେଖେ ଯୁବା ପ୍ରିୟା ଗଣ୍ଡ ଜୋଛନାରେ ଝଳି
            ବକ୍ଷେ ଛାୟା-ଆଲୋକର କ୍ରୀଡ଼ା ମନୋରମ ।
  ପ୍ରାଣର ପରମ ପ୍ରେୟ ସେ ନବ ରୂପସୀ–
  ଗଣ୍ଡେ ଚାହୁଁ ଚାହୁଁ ଡେରି ହୋଇଯାଏ ନିଶି ।

ଏମନ୍ତେ ତରୁଣ-ପ୍ରୀତି ଉଚ୍ଛନ୍ନ, ଉଦ୍-ବେଳି,
ଚାଲିଲା ଗୋପନେ କିଛିକାଳ ବାଧାହୀନ,
              ବେଳାଚାରୀ ମୃଗସମ, ପ୍ରଣୟୀ ଯୁଗଳ
              ଲଘୁପଦ କ୍ଷେପି କାଟିନେଲେ କିଛି ଦିନ ।
  ଲଘୁ କରିବାରେ ଗୁରୁ ଭାର ଜୀବନର
  ନିଜରେ ଦେବାଠୁ କିବା ଅଛି ଶ୍ରେଷ୍ଠତର ?
    

ଜୀବ ହୁଏ ଶିବ, ଦେଲେ ନିଜେ ବହୁ ପାଇଁ
ପ୍ରେମିକ ହୁଅନ୍ତି, ଦେଲେ ଦୁଇ ପରସ୍ପରେ,
              ବହୁ-ହିତ-ସୁଖ ମହାଜନେ ସିନା ପାଇ,
              ପ୍ରୀତି ଦେଇ ସେହି ସୁଖ ଭୁଞ୍ଜନ୍ତି ଅପରେ। 
  ପ୍ରୀତି, ପୂଜା ଶୁଭକର୍ମ ଏକ ଉପାଦାନ
  ସ୍ଥାନ ଭେଦେ ଦିଶେ ଥିବା ପରି ବ୍ୟବଧାନ ।

ଇଚ୍ଛନ୍ତି ଯୁବତୀ ଯୁବା ଦେବେ ଆଉ ନେବେ
ଦେହ, ହୃଦ, ପ୍ରାଣ, ଅଶ୍ରୁ, ଅନ୍ତର, ବାହାର ;
               ସାଧବଙ୍କ ସୁତ ସୁତା ମିଳିଯାନ୍ତି ଯେବେ
               ବହୁ ଅପେକ୍ଷାରେ, ତାଙ୍କ ପ୍ରାଣର ଜୁଆର
 ମିଶିବାକୁ ପରସ୍ପରେ ଧାବଇ ଉତ୍କୂଳ,
 ଚୁମ୍ବକ, ଅୟସେ ଯଥା କରଇ ଆକୁଳ ।

ନବୀନ ମିଳନ ସୁଖେ ମଗ୍ନ ବେନି ଜନ
ଅନଭିଜ୍ଞ ଦୁହେଁ , ଭାବୁଛନ୍ତି ସେହି ଶେଷ,
                  ଦିନେ ହେଲେ ନ କରନ୍ତି ମନେ ବିଚାରଣ
                  ୟା ପରେ ଭବିଷ୍ୟେ ଅଛି ସୁଖ ଅବା କ୍ଳେଶ। 
 ଥିବ କି ଏ ସ୍ନେହ ଚିର? – ବାଳା ନ ପଚାରେ ;
 ଆଶଙ୍କାର ଚିହ୍ନ ନାହିଁ ତରୁଣ ଆତ୍ମାରେ ।
           

ପରସ୍ପରେ ଭୋଗି ଦୁହେଁ ଥାଆନ୍ତି ବିଭୋର ;
ଦିନେକ ମାଲୁଣୀ ଦେଲା ଚମକ ସମ୍ବାଦ
                     ଜଗୁଥିବା ଛକି ଛକି ରାଜ-ଗୁପ୍ତଚର
                     ଜାଣି ଏଥି ଯୁବକର ଗମନ ଅବାଧ ।
   ସେଦିନ ମିଳନ ବେଳେ ଯୁବତୀ ପ୍ରସ୍ତାବେ
   "ଚାଲ ଘେନି ମତେ ଲୁଚାଇଣ ତବ ନାବେ।"

ଦିନେ ଦୁହେଁ ଲୁଚି ହେଲେ ଦାଣ୍ଡକୁ ବାହାର
କୃଷ୍ଣ ନିଶୀଥରେ, କରି ଆଗକୁ ଯୋଗାଡ଼
                   ପାଦେ କଲା ବିଶ୍ଵସ୍ତା ଯେ ମାଳୁଣୀ ଜୁହାର;
                   ଦୁର୍ଗା ସ୍ମରି କଲେ ଦୁହେଁ ଶୁଭେ ପାଦ-ଚାର
   କିଛି ଦୂର ଯାଇଛନ୍ତି, ଶୁଭିଲା ପଶ୍ଚାତୁଁ
   ଆସିବାର ତାଙ୍କ ଆଡେ ଦ୍ରୁତ ଘୋଡ଼ା ଟାପୁଁ ।

            _ଅକସ୍ମାତ୍, ମାଲୁଣୀର ସମ୍ବାଦ ପାଇ ଛନକା ପଶିଛି ଦୁଇ ପ୍ରାଣକୁ । ରାଜପୁତ୍ର ନିୟୋଜିତ ଗୁପ୍ତଚର ମାନେ ଜାଣି ସାରି ଥିଲେ ଏ ଦୁହିଁଙ୍କ ଅବାଧ ଗତିବିଧି ସବୁ । ତେଣୁ, ସେମାନେ ଚାଲି ଯାଉଥିଲେ ନିଜ ନାବକୁ ସାଧବ ଝିଅକୁ ଘେନି । ଘନକୃଷ୍ଣ ନିଶା ସମୟ । ହଠାତ୍ ଦୂରରୁ ଦ୍ରୁତ ବେଗରେ ଶୁଭୁଛି ଘୋଡାର ଟାପୁ....  କିଏ ଆଗତ ହେବାକୁ ଅଛି ପଛରୁ ?_ .......

( ପରବର୍ତ୍ତୀ ଧାରାବାହିକ ଭାଗରେ ...... କ୍ରମଶଃ .. . )

_ଉପସ୍ଥାପନା : ଅମୃତେଶ ଖଟୁଆ_

■ ସାଧବ ଝିଅ ■ ଭାଗ : ୧୦ / ମାୟାଧର ମାନସିଂହ

★ 'ସାଧବଝିଅ' ଓ କବି ଡଃ ମାୟାଧର ମାନସିଂହ ★
                          ଉପସ୍ଥାପନା : ଅମୃତେଶ ଖଟୁଆ
______________________________________

                            ସାଧବ ଝିଅର ଏକେ ଚିନ୍ତା : ମୋ ପଟାନ୍ତର ମୋ ସ୍ଵାପ୍ନିକ ପରଶ ଦେଇ ମୋର ଦରଜାକୁ ଆଉଜି ଠିଆ ହେଇ ଥିବେ ମୋର ଆଶୟ, ମୋର ସେହି ଚିର ଅଭିଳାଷୀ ରାଜପୁତ୍ର । ଛନକା ପଶିଯାଉଥିବ ଦେଖିକି ସେ ରୋମାଞ୍ଚକର ଉପସ୍ଥିତି, ସେ ସଧୀର ପଦ ସଞ୍ଚାଳନା । ଶତଦରିଆ ପାରି ହେଇ ଏକା ତାରି ଅପେକ୍ଷା କରିକି ଆସିଛନ୍ତି ସାଧବପୁଅ, କଣ ଦେଇ ତାଙ୍କର ଏ ଦୂରଯାତ୍ରାର ଦୁଃଖ ଶୋଧ କରିବ ?

                               ହଁ ― ସେ ସମର୍ପିତ ହେଇ ଲୋଟିପଡିବ ତାଙ୍କ ସେବାରେ । ଯେଉଁ ଦିନେ ତାଙ୍କର ପ୍ରାଣର ବାଞ୍ଛିତ ପୁରୁଷ ଆସି ତାଙ୍କୁ ପ୍ରତ୍ୟକ୍ଷ କରିବେ, ସେହି ଦିନଠୁ ହିଁ ସେ ସ୍ବୀୟ ତନୁମନ ସବୁକୁ ତାଙ୍କରି ଚରଣାବନତ କରିଦେବେ, କେଵଳ ଆଉ କେବଳ ଏ ପ୍ରେମରେ, ଏ ଭୋଳ ସୁଖର ସମ୍ବର୍ଦ୍ଧନାରେ । ପ୍ରାଣପ୍ରିୟଙ୍କ ଦୁଃଖ ଶମିବାକୁ ଦେଇପାରେ ତା ଶୋଣିତ, ଆଉ ତା ଜୀବନର ବାରବ୍ରତ ତା ପ୍ରାଣସୁଖଦ ପ୍ରାଣପ୍ରିୟ ପାଇଁ କେବଳ !

                          ଆରେ ସିଏ ଆସିଲେ ବି କଣ ପାଇଁ ଏତେ ସିନ୍ଧୁନଦୀ ଲଙ୍ଘନ କରି ? ତାଙ୍କ ନଗରରେ ବି ତ ମୋଠୁ ବଳି କୋଟିଏରେ ଗୋଟିଏ ରୂପବତୀ ରହୁଥିବେ । କଣ ଦେଇ ପୂର୍ଣ୍ଣ କରିବି ତାଙ୍କ କରୁଣାର ପରିଶୋଧ ? ଏସବୁ ମନର କଥା କହୁ କହୁ ମାଲୁଣୀକି ସନ୍ତକର ଦ୍ୟୋତକ ସ୍ଵରୂପ ରତ୍ନମୁଦି ଓ କଣ୍ଠରୁ ମାଣିକ୍ୟ ହାର ଦେଇ ରାଜାଙ୍କ ଥାଟ ଦେଇ ଯାଉଥିବା ସେଇ ରାଜପୁରୁଷଙ୍କୁ ଦେବୁ । 

                          ଥରେ ତାଙ୍କର ଦର୍ଶନ, ମିଳିଯାଆନ୍ତା ଯଦି ଏ ବିଶ୍ବର କେଉଁ ବିରାଗ ମୋ ଭୟର କାରଣ ହେବ ? ତାଙ୍କର ବୀତରାଗ ଅନୁରାଗର ଆଢୁଆଳ ହିଁ ମୋହର ସୌଭାଗ୍ୟ ବୋଲି କହୁଛି ସେ ସାଧବଝିଅ।  ଆଉ ଏପଟେ ବିକଳିତ ସାଧବପୁଅ କିପରି ଚତୁର୍ଦ୍ଦିଗ ଅଥୟ ହୋଇ ତାର ଆନନ୍ଦର ଚିରବାଞ୍ଛିତ ରମଣୀକୁ ଯେପରି ଦୂରଦିଗନ୍ତ ଯାଏଁ କରୁଛି ପ୍ରଣବଧ୍ଵନିର ସଞ୍ଚରଣ, ମୃଦୁଳ ପ୍ରାଣରୁ ବ୍ୟଥିତ ଅପେକ୍ଷାର ଘନଘନ ଆହ୍ଵାନ !

(ଧାରାବାହିକ ଭାଗ - ୧୦)

ଶୁଣ ବାୟୁ, ଶୁଣ ହେ ଆକାଶ
                    ଶୁଣ ଜନ, ବନ, ତରୁଲତା,
ଜୀବନର ସକଳ ବିଳାସ 
                    ବିଳାସର ସବୁ ମଧୁରତା ।
                    ମୁଁ ଯେ ପ୍ରାଣେ ଭୋଗୁଛି ନିବିଡେ 
                    ତେଣୁ ପ୍ରାଣ ଭାସେ ଦୁଇତୀରେ । 

ଏ ଧରାର ସାର ଯେ କିଶୋରୀ
                   ସେ କିଶୋରୀ ସାର ଯେ ହୃଦୟ 
ସେ ହୃଦୟ ସାର ପ୍ରୀତି-ଝରୀ   
                   ହାତେ ମୋର ଦେଖ, ସୁଧାମୟ,
                   ପିଇଛି ମୁଁ ମନତୋଷେ ତହିଁ 
                   ଆନ ମତେ ଦିଶୁଛି ଏ ମହୀ । 

ତୁମେ କେହି ଦେଖିଛ ତ କହ
                   ତାହା ପରି ଅଛି କେ ଜଗତେ ,
ତାହା ପରି ପେଲବ ହୃଦୟ
                   ତା ସମାନ ରୂପ ଚିତ୍ରପଟେ ?
                   ଅନୁପମ ସରସ ସୁନ୍ଦର
                   ମୋର ହିଁ ସେ, ଏକାନ୍ତ ମୋହର !

ଓଠେ ଜଳେ ନିଆଁ ତା ଚୁମ୍ବନେ
                    ପୁଲକିତ ତନୁ ତା'ର ବାସେ
ଆଲୋକିତ ହିଆ ତା ମିଳନେ,
                    ନରବାଣୀ କୋମଳ ତା ଭାଷେ ।
                    ଚାଲିଲେ ସେ ଫୁଲ ଫୁଟେ ତଳେ
                    ଘନୀଭୂତ ମଳୟ ତା' କରେ  

କାଟି କାଟି ସପତ ଜଳଧି
                  ଡେଇଁ ଡେଇଁ ଦେଶ, ନଈ, ନାଳ,
ଆସିଛି ମୁଁ ଖୋଜି ଯେଉଁ ନିଧି 
                  ପାଇଛି ମୁଁ ; ତୁଳା କାହିଁ ତାର !
                  ଇନ୍ଦ୍ରଧନୁ ପରି ସେ ସୁନ୍ଦର 
                  ମେଘ ପରି ସର୍ବଶୁଭଙ୍କର ।

ଏଇ ଦେଖ ଆସେ ଉପବନେ,
                   ଦେଖ ତାର ମୃଦୁ ମଧୁ ଗତି,
ସୁନାମେଘ ପ୍ରଦୋଷ ଗଗନେ
                   ଭାସି ଅବା ଯାଏ ପ୍ରାଚୀ ପ୍ରତି ।
                    ତା ତନୁର ସୁନାକାଠି ଲାଗି 
                    ହୀନ ମାଟି ହୁଅଇ ଶୋଭାଙ୍ଗୀ ।

ଆସ ସଖି, ଜପ ହୃଦୟର
                   ନୟନର ପରମ ଦର୍ଶନ,
ସ୍ଵାଦୁ, ଶୁଭ, ସୁରଭି, ସୁନ୍ଦର
                   ଆନନ୍ଦର ଚିର ପ୍ରସ୍ରବଣ ।
                   ବାବଦୂକ କରୁ ତୁହି ମୋତେ 
                   ତୋରି କଥା କହୁଛି ଜଗତେ ।

କହୁଅଛି ଡାକି ଏହି କଥା
                   ମୁଁ ଯେ ଅତି ଭାଗ୍ୟବାନ୍ ଭବେ। 
କଲେ କିଏ କରୁଥାନ୍ତୁ ଥଟ୍ଟା
                  ମୁହିଁ ଜାଣେ ମୋର ଗଉରବେ। 

ଧରଣୀର ସାର ଯେ ସୁନ୍ଦରୀ
                    ସେ ଯେ ମୋର ପ୍ରାଣ ସହଚରୀ
                    ସେ ଯେ ମୋର ସର୍ବ ଶୁଭଙ୍କରୀ 
                    ମୋ ସାଗରେ ନବ ସୁନାତରୀ ।        

( କ୍ରମଶଃ ..…... 💐
  ଉପସ୍ଥାପନା : ଅମୃତେଶ ଖଟୁଆ )

ଉତ୍କଳଘଣ୍ଟ


ଅହରହ ଚାଲିଛି ଜନ୍ମମୃତ୍ୟୁର ଲୀଳା। କାଳାନ୍ତରରେ ଏଭଳି ଜଣେ ଜଣେ ଯୋଗଜନ୍ମା ଜନ୍ମ ନେଇଛନ୍ତି ଯିଏ ନିଜର କର୍ମ ଓ କଳାରେ ଜାତିସ୍ମର ହୋଇ କାଳକାଳକୁ ଅମର ହୋଇ ରହିଛନ୍ତି, ଯାହାଙ୍କୁ ବ୍ରହ୍ମାଣ୍ଡ ମସ୍ତକ ହୋଇ ପ୍ରଣିପାତ କରୁଛି। ସେମାନେ ନିଜର ସ୍ୱାର୍ଥ ପାଇଁ ନୁହେଁ, ଦେଶ, ଜାତି ଏବଂ ସୃଷ୍ଟିର ସ୍ୱାର୍ଥପାଇଁ କାମ କରିଛନ୍ତି। ଏମାନଙ୍କ ମଧ୍ୟରେ କବିକୂଳ ଶିରୋମଣି ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର ଅନ୍ୟତମ ।
ବାସ୍ତବରେ ସେ ଥିଲେ ଉତ୍କଳର ଘଣ୍ଟ। ଏଥିସହିତ ସାରା ଉତ୍କଳର । ଘଣ୍ଟ ଯେମିତି ଆମକୁ ଆମର ଦୈନିକ ଜୀବନ ଚଳଣିରେ ଆମକୁ ସତର୍କ କରେଇ ଦିଏ, ଯଦୁମଣି ମହାପାତ୍ର ମଧ୍ୟ ଠିକ୍ ସେହିଭଳି ନିଜର ସମାଲୋଚନାମୂଳକ କବିତା ମାଧ୍ୟମରେ ଓଡ଼ିଆ ଜାତିକୁ ସଚେତନ କରେଇ ଦେଇଯାଇଛନ୍ତି । ଯାହାଙ୍କର ଏହି ଘଣ୍ଟ ସଦୃଶ କବିତାରେ ପ୍ରବଳ ପ୍ରତାପୀ ରାଜାଙ୍କର ସିଂହାସନ ବି ଦୋହଲି ଯାଇଥିଲା । ସେମାନେ ତାଙ୍କୁ ସାମନା କରିବାକୁ ସାହସ ଜୁଟାଇ ପାରୁନଥିଲେ। ପୂର୍ବ ପରମ୍ପରାକୁ ଭାଙ୍ଗି ନୟାଗଡ଼ ରାଜା ବିନାୟକ ସିଂହ ମାନ୍ଧାତା ତାଙ୍କୁ ରାଜ ଉପଦେଷ୍ଟା , ବ୍ୟକ୍ତିଗତ ବନ୍ଧୁ ଭାବେ ଆପଣେଇ ନେଇଥିଲେ । ଯାହାକି ଯଦୁମଣିଙ୍କ ଅପୂର୍ବ ପ୍ରତିଭାର ପରିଚୟ ଦିଏ । ଗୁଣ ଚିହ୍ନେ ଗୁଣିଆ ନ୍ୟାୟରେ ରାଜାମାନେ ଯଦୁମଣିଙ୍କ ସହ ବନ୍ଧୁତା ସ୍ଥାପନ କରିବାକୁ ଯେମିତି ବ୍ୟାକୁଳିତ ହେଉଥିଲେ । 

ଯଦୁମଣି ମହାପାତ୍ର କେବେହେଲେ ଅନ୍ୟାୟ ଆଗରେ ମୁଣ୍ଡ ନୁଆଁଇ ନଥିଲେ । ନିଜର ଶାଣିତ କଲମ ମୁନରେ କବିତାର କଟାକ୍ଷ ବାଣ ମାରୁଥିଲେ । ଯାହାକି ସମାଜ ଉପଯୋଗୀ ଥିଲା । ରାଜା ହୁଅନ୍ତୁ କି ପ୍ରଜା ସମସ୍ତଙ୍କୁ ସେ ସଚେତନ କରାଉଥିଲେ । ସତେ ଯେମିତି ସେ ଥିଲେ ଜଣେ ଜାଗ୍ରତ ପ୍ରହରୀ । ମାଟି ମାଆର ଜଣେ ଦକ୍ଷ ସନ୍ତାନ । ଯିଏକି ନିଜର କାୟ-ମନ-ବାକ୍ୟରେ ନିଜ ମାଟି , ସମାଜ ଓ ଦେଶ ପାଇଁ ଥିଲେ ପୂର୍ଣ୍ଣ ସମର୍ପିତ । ଯେଉଁଠି ଅନ୍ୟାୟ ଅନୀତିର କେବେ ସ୍ଥାନ ନଥିଲା । 

ଏମିତି ଅନେକ ଉଦାହରଣ ଦେଖିବାକୁ ମିଳେ । ଯାହାକି କୌଣସି ରାଜାଙ୍କୁ ଯଦୁମଣି ଡରୁ ନଥିଲେ । ରାଜାଙ୍କର କିଛି ଭୁଲ୍‌ ଦେଖିଲେ ତୀବ୍ର ସମାଲୋଚନା କରୁଥିଲେ ।  ଅନ୍ଧ ଦେଶକୁ ଗଲି  ଦର୍ପଣ ବିକି , କନ୍ଧ ହାତରେ ଦେଲି ଗୋଧନ ଟେକି ....ପ୍ରସଙ୍ଗଟି ଏହାର ବଡ଼ ଉଦାହରଣ। 

ଉତ୍କଳ ଘଣ୍ଟ କବି ଯଦୁମଣି ମହାପାତ୍ର । ୧୭୮୧ ମସିହା ଜାନୁଆରୀ ୮ ତାରିଖରେ ପିତା ମୁକୁନ୍ଦ ମହାପାତ୍ର ଓ ମା' ଶୋଭାଦେଈଙ୍କ କୋଳକୁ ଆସିଥିଲେ। ସାରା ପରିବାରରେ ଖୁସିର ମାହୋଲ ଖେଳି ଯାଇଥିଲା । ଯଦୁମଣି ମହାପାତ୍ରଙ୍କ ଜନ୍ମବୃତ୍ତାନ୍ତ ବଡ଼ ରହସ୍ୟପୂର୍ଣ୍ଣ ଥିଲା । ତାଙ୍କର ଦାୟାଦମାନେ କୁହନ୍ତି ମୁକୁନ୍ଦ ମହାପାତ୍ର ଓ ଶୋଭାଦେଈଙ୍କର କୌଣସି ସନ୍ତାନ ସନ୍ତତି ହେଉନଥିଲେ । ତାଙ୍କ ଜେଜେ ମା' ପ୍ରଭୁ ଯଦୁକୃଷ୍ଣଙ୍କୁ ଆରାଧନା କରି ତାଙ୍କ ପୁତ୍ର ଓ ବୋହୂକୁ ସନ୍ତାନ ପ୍ରାପ୍ତି ହେଉ ବୋଲି ପ୍ରାର୍ଥନା କରୁଥିଲେ। ଶୋଭାଦେଈ ଦିନେ ସକାଳୁ ସକାଳୁ ଯଦୁକୃଷ୍ଣ ମନ୍ଦିର ପାଖରେ ଥିବା ପୋଖରୀକୁ ସଖୀଙ୍କ ସହ ଗାଧୋଇବାକୁ ଯାଇଥିଲେ। ଗାଧୋଇ ସାରି ଫେରିବା ବେଳକୁ ପାହାଚରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଯଦୁକୃଷ୍ଣ ପ୍ରାଙ୍ଗଣରେ ଜନ୍ମିତ ହୋଇଥିବାରୁ ଶୋଭାଦେଈଙ୍କ ଶାଶୂ ପିଲାଟିର ନାଁ ଯଦୁମଣି ରଖିଥିଲେ। 

କବି ଯଦୁମଣି ମହାପାତ୍ର ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରି ଥିଲେ। ସେ ନିଜର ଅଧ୍ୟବସାୟ, ପ୍ରଚଣ୍ଡ ଜ୍ଞାନ ବଳରେ କାବ୍ୟ, କବିତା ଓ ଚିତ୍ରକଳା ଦିଗରେ ଅପୂର୍ବ ସଫଳତା ଅର୍ଜନ କରିଥିଲେ। ଯାହାକି ତାଙ୍କୁ ଯୁଗ ଯୁଗ ପାଇଁ ଅମର କରି ରଖିବ । 

ଯଦୁମଣିଙ୍କ ବାପା ମୁକୁନ୍ଦ ମହାପାତ୍ର ସେ ସମୟର ଜଣେ ଜଣାଶୁଣା ଚିତ୍ରଶିଳ୍ପୀ ଥିଲେ। ବର୍ତ୍ତମାନ ନୟାଗଡ଼ ସହରରେ ଥିବା ଗୋପୀନାଥ ମନ୍ଦିର ଥିଲା ଯଦୁମଣିଙ୍କ ପିତାଙ୍କର କଳାକୃର୍ତ୍ତି। ଏହି ମନ୍ଦିର ନିର୍ମାଣ କରିବାକୁ ଯଦୁମଣିଙ୍କ ପିତା ପରିବାର ସହ ନୟାଗଡ଼ ଚାଲି ଆସିଥିଲେ। ତାଙ୍କ କାର୍ଯ୍ୟଶୈଳୀରେ ଖୁସି ହୋଇ , ରାଜା ମୁକୁନ୍ଦ ମହାପାତ୍ରଙ୍କୁ ନୟାଗଡ଼ର ପୁରୁଣା ସହର ରାଜନଅର ନିକଟରେ ରହିବାକୁ ଜାଗା ଦେଇଥିଲେ। ପରବର୍ତ୍ତୀ କାଳରେ ଇଟାମାଟି ଗାଁରେ ଯାଇ ଯଦୁମଣିଙ୍କ ପରିବାର ରହିଥିଲେ। 

୧୮୦୧ ମସିହାରେ ଯଦୁମଣି ମହାପାତ୍ର , ଖଞ୍ଜନା ଦେବୀଙ୍କୁ ବିବାହ କରିଥିଲେ। ୧୮୧୪ ମସିହାରେ ସେ ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ। ଏହାର ୫ବର୍ଷ ପରେ ଜନ୍ମ ହୋଇଥିଲା ଏକ ପୁତ୍ର ସନ୍ତାନ । ଯାହାଙ୍କର ନାଁ ଥିଲା କପିଧ୍ବଜ । 

ଯଦୁମଣିଙ୍କ ଝିଅ ରମା ଖଣ୍ଡପଡ଼ାର ନରସିଂହ ଗୁଣିନ୍ଦ୍ରଙ୍କୁ ବିବାହ କରିଥିଲେ। ମାତ୍ର ୫ ବର୍ଷ ବୟସରେ ଯଦୁମଣିଙ୍କ ଏକମାତ୍ର ପୁଅ କପିଧ୍ବଜ ଖେଳୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ସେତିକି ବେଳେ ଉଡିଯାଇଥିଲା ତାଙ୍କର ପ୍ରାଣବାୟୁ । ଏହା ଯଦୁମଣିଙ୍କ ଜୀବନରେ ଦାରୁଣ ଦୁଃଖ ଦେଇଥିଲା ।  
ପରେ ଯଦୁମଣି ତାଙ୍କ ଝିଅର ପୁଅ ତାଳଧ୍ବଜଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲୋ। 

୧୮୬୬ ମସିହା ଜୁଲାଇ ୨ ତାରିଖରେ ଏହି ଉତ୍କଳ ଘଣ୍ଟଙ୍କର ଜୀବନ ଦୀପ ଲିଭି ଯାଇଥିଲା । ସବୁଦିନ ପାଇଁ ସେ ଏହି ଇହ ଧାନ ଛାଡ଼ି ଚାଲିଯାଇଥିଲେ । ହେଲେ ତାଙ୍କର ଏହି କାଳଜୟୀ କୃତ୍ତି ସବୁଦିନ ରହିଯାଇଛି । ଯାହା ଆଜି ବି ଏ ମଣିଷ ସମାଜକୁ ଶିକ୍ଷାର ମଶାଲ ସାଜିଛି । କେବଳ ବ୍ୟଙ୍ଗ କବିତା, କୌତୁହଳପୂର୍ଣ୍ଣ କଥା, ଚିତ୍ରରେ ଯଦୁମଣିଙ୍କ ପ୍ରତିଭା ସୀମିତ ନଥିଲା। ପ୍ରଭୁ ରାମଚନ୍ଦ୍ରଙ୍କୁ ନେଇ ସେ ଏକ କାବ୍ୟ 'ରାଘବ ବିଳାସ' ଓ କୃଷ୍ଣଙ୍କୁ ନେଇ 'ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର' ରଚନା କରିଥିଲେ। ଯାହାକି ଓଡ଼ିଆ ସାହିତ୍ୟ ଜଗତକୁ ତାଙ୍କର ସର୍ବଶ୍ରେଷ୍ଠ କୃତି। ଏବେ ବି ପାଲାକାରଙ୍କ ଉପସ୍ଥାପନାରେ ବଞ୍ଚିରହିଛି ଯଦୁମଣିଙ୍କ କୃତି ।

Saturday, January 16, 2021

•••••••••• ମୁଁ କି କେବେ ଦୀନ ହୀନ ? •••••••••••



         
••••••••••ମୁଁ କି କେବେ ଦୀନ ହୀନ ?•••••••••••

              (୧)

ଯେ ଦେଶର ପ୍ରଭୁ ଜଗତର ନାଥ,
ନଦୀ ଯା'ର ମହାନଦୀ,

ଶୈଳ ଯା ମହା ଇନ୍ଦ୍ର ମେଘାସନ,
ପାଦ ଧୁଏ ମହୋଦଧି ।

ଇତିହାସ ଯା'ର ନଈ ନାଳ ବିଲ
ଵନ ପ୍ରାନ୍ତରରେ ଵିକୀର୍ଣ୍ଣ

ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନ ହୀନ ? 

                    (୨)
ଯେ ଦେଶର ପୁଅ ଚନ୍ଦ୍ରଶେଖର
କାଠି ଖଣ୍ଡେ ଧରି ହାତେ

ସୌରଜଗତ ଅଜ୍ଞାତ କଥା
କହିଲା ଏଇ ଜଗତେ ।

ଜୟଦେଵ ଗୀତେ  ମତାଇ ଦେଲାରେ
ପଲ୍ଲୀ ପୁର ଵିପିନ
ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନ ହୀନ ? 

                    (୩)

ଯେ ଦେଶର ଵୀର ଶିଳ୍ପୀ ଦିନେ ରେ 
ଚକିତ କରିଲା ଧରା

ପାଷାଣର ବୁକେ ଦେଖାଇ ଦେଲାରେ 
ଚକିତ ଚିତ୍ର କଳା

ପାଷାଣ ଖଣ୍ଡେ ଉଠାଇ ଯହିଁରେ 
ଵିଜ୍ଞାନ ହେଲା ମଳିନ

ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନ ହୀନ ? 

                      (୪)

ଯେ ଦେଶର ଵୀର କଥା କଥାକେ
ଦେଲାରେ, ନେଲାରେ ମଥା

ଅମ୍ବରଚୁମ୍ବୀ କଣ୍ଠେ ଗାଇଲା
ସଂଗୀତ ରକତତତା ।

ସେହି ରକତ ତ ମୋ ଦେହେ ବହୁଛି
ହେଉ ପଛେ ଯେଡେ଼ କ୍ଷୀଣ

ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନ ହୀନ ? 

************
*********
****
ଛନ୍ଦକଵି ରାଧାମୋହନ ଗଡ଼ନାୟକଙ୍କର 
ଏହି କଵିତାଟି ପ୍ରଥମେ ଗଡ଼ଜାତଵାସିନୀ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏହି କଵିତାଟି ସେହି କଳିଙ୍ଗ ଅଧିଵାସୀମାନେ ପାଠ କରନ୍ତୁ ଯେଉଁମାନେ ବାହାର ରାଜ୍ୟକୁ ଗଲେ ନିଜକୁ କଳିଙ୍ଗୀ କହିଵାକୁ ଲଜ୍ଜା କରୁଛନ୍ତି ‌ । କଵିତାର ଆରମ୍ଭ ଶ୍ରୀଜଗନ୍ନାଥଙ୍କ ସ୍ମରଣରୁ ହୋଇଅଛି କାରଣ ସେ ହିଁ ହେଉଛନ୍ତି କଳିଙ୍ଗ ଦେଶର ପ୍ରକୃତ ରାଜା । ପୁନଶ୍ଚ କଳିଙ୍ଗ ଦେଶର ସର୍ଵୋଚ୍ଚ ପର୍ଵତ ମେଘାସନର ମଧ୍ଯ ନାମୋଲ୍ଲେଖ କରାଯାଇଛି । କେଵଳ ପର୍ବତ ହିଁ ନୁହେଁ କଳିଙ୍ଗର କୋଣେ କୋଣେ ପ୍ରତିଟି ସ୍ଥାନ ଐତିହାସିକ ତଥ୍ଯପୂର୍ଣ୍ଣ ବୋଲି କଵି ସ୍ପଷ୍ଟ କରିଅଛନ୍ତି । ଚନ୍ଦ୍ରଶେଖର ପଠାଣି ସାମନ୍ତ କେଵଳ ଓଡ଼ିଶା ନୁହେଁ ସାରା ଭାରତ ଓ ଵିଶ୍ଵର ଜଣେ ଵିରଳ ଵ୍ୟକ୍ତିତ୍ଵ ଥିଲେ । କୁହାଯାଏ ସେ ଦୁଇଗୋଟି ବାଉଁଶ କାଠିଦ୍ଵାରା ଯେକୌଣସି ଦୂରସ୍ଥ ଵସ୍ତୁକୁ ମାପି ପାରୁଥିଲେ । ଜୟଦେବ ଙ୍କ ସମୟରେ ଓଡ଼ିଶାରେ ଵୈଷ୍ଣଵ ମତଵାଦର ପ୍ରଚାର ପ୍ରସାର କ୍ରମେ ଦୃତ ହୋଇଥିଲା ଏଵଂ ସ୍ଵୟଂ ଜୟଦେବ ତହିଁର ଦ୍ଵାୟିତ୍ଵ ଗ୍ରହଣ କରିଥିଲେ । ଜୟଦେବଙ୍କ ଗୀତଗୋଵିନ୍ଦ ତତ୍କାଳୀନ କଳିଙ୍ଗୋତ୍କଳରେ ଵୈଷ୍ଣଵ ମତଵାଦକୁ ଲୋକପ୍ରିୟ କରିଥିଲା । ଏ ଦେଶର ଵୀର ଶିଳ୍ପୀ କୋଣାର୍କ ସୂର୍ଯ୍ୟ ମନ୍ଦିର ଗଢି଼ ସାରା ଵିଶ୍ଵକୁ ଚକିତ କରିଦେଇଥିଲା ତେବେ ଇଂରେଜମାନେ ଏହି ମନ୍ଦିରର ଦଶାଵତାର ମୂର୍ତ୍ତିକୁ ବହୁ ପ୍ରଚେଷ୍ଟା କରି ସେ ସମୟର ଆଧୁନିକ ଵୈଷୟିକ ଵିଦ୍ୟା ପ୍ରୟୋଗରେ ନେଵାକୁ ପ୍ରୟାସ କରିଥିଲେ ହେଁ ଵିଫଳ ହୋଇଥିଲେ । ଆମ ପୂର୍ଵଜ ସହସ୍ରାଧିକ ଵର୍ଷଧରି ଏ ଦେଶକୁ ବଞ୍ଚାଇ ଆସିଛନ୍ତି ଏଵଂ କ୍ଷୀଣ ହେଲେ ବି ତାଙ୍କ ରକ୍ତ ଆମ ଶିରା ପ୍ରଶିରାରେ ପ୍ରଵାହିତ ହେଉଅଛି । ଆମେ ଓ ଆମ ଜାତି ଦୀନ ହୀନ ନୁହେଁ ତେଣୁ ହେ କଳିଙ୍ଗଵାସୀ ଵିଦେଶରେ ମଥାନତ କରି ବଞ୍ଚିଵା ଓ ନିଜ ଜାତିର ପରିଚୟ ଲୁଚେଇଵା ଭଳି ନିକୁଚ୍ଛିଆପଣ ତ୍ୟାଗକରନ୍ତୁ । ଗର୍ଵରେ କହିଵା ଆମେ କଳିଙ୍ଗୀ ଆମ ରାଷ୍ଟ୍ର କଳିଙ୍ଗୋଡ୍ରତ୍କଳ !!!

Tuesday, January 12, 2021

● ଏକ ଈଶନିନ୍ଦାର କାହାଣୀ ●

■■■■■■■■■■■■■■
●●ଜଗନ୍ନାଥ ଓ Juggernaut/ଏକ ଈଶନିନ୍ଦାର କାହାଣୀ●●
■■■■■■■■■■■■

ସାତ ସମୁଦ୍ର ତେର ନଈ ପାର ହେଇ ଇଂରେଜ ଜାତି ଯେତେବେଳେ ଭାରତଵର୍ଷରେ ପଦାର୍ପଣ କଲେ ସେମାନେ ଏ ଦେଶର ସଂସ୍କୃତି ଦେଖି ଆଚମ୍ବିତ ହେଲେ । 

ନିହାତି ସାଧାରଣ କିନ୍ତୁ ଭୋଗଵାଦୀ ସମାଜରେ ବଢିଥିବା ଏହି ଵୈଦେଶିକ ଜାତିର ଲୋକଙ୍କ ଆଖିରେ 
ଭାରତୀୟଙ୍କ “ତ୍ୟାଗ―ଯୋଗ ର ସଂସ୍କୃତି”
ନିହାତି ଅଵାନ୍ତର,ହୀନମାନର ବୋଧ ହେବାକୁ ଲାଗିଲା ।

ଇଉରୋପୀୟ ଜାତୀୟ ଲୋକେ ବହୁତ କାଳ ଯାଏଁ ସ୍ଵୟଂ ର ଭୋଗଵାଦୀ ଵାସ୍ତୁଵାଦୀ ସଂସ୍କୃତି କୁ ହିଁ ଶ୍ରେଷ୍ଠ ମଣି ଏକ କିଂଭୂତକିମାକାର ଅହମିକାରେ ବୁଡି଼ ରହି ଦ୍ଵିତୀୟ ଵିଶ୍ଵଯୁଦ୍ଧ ପରଵର୍ତ୍ତୀ କାଳରେ ଯାଇ ପ୍ରକୃତିସ୍ଥ ହେଇଅଛନ୍ତି.....

ଏବେ ପାଶ୍ଚାତ୍ୟ ଦେଶର ଲୋକଙ୍କ ଆଖିରେ 
ଭାରତର ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ ସଂସ୍କୃତି ର କିଛି ମର୍ଯ୍ୟାଦା ବଢିଛି କିନ୍ତୁ ଆଜକୁ ପ୍ରାୟ ଦୁଇ ଶହ ତିନି ଶହ ଵର୍ଷ ତଳେ ଏମନ୍ତ ନଥିଲା.....

ଇଂରେଜ ମାନେ ଯେତେବେଳେ କଳିଙ୍ଗୋତ୍କଳ ର ଅଧିକାଂଶ ଭୂଭାଗକୁ ଅଧିକାର କରିନେଇ ଶାସନ କରିବା ଆରମ୍ଭ କରିଥିଲେ 
ସେତେବେଳେ ସେମାନଙ୍କର ମନରେ ରଥଯାତ୍ରା ଦେଖି ଅନେକ ଗୁଡି଼ଏ ଭ୍ରାନ୍ତି ଆସିଯାଇଥିଲା । 

ରଥଯାତ୍ରାରେ ରଥର ଵିଶାଳତା ସେମାନଙ୍କୁ ଏତେ ଆଶ୍ଚର୍ଯ୍ୟ ଚକିତ କଲା ଯେ ଧର୍ମଦ୍ଵେଷରେ ହେଉ କିମ୍ବା  ଅଜ୍ଞାନତାଵଶତଃ ସେମାନେ 
ଶ୍ରୀଜଗନ୍ନାଥଙ୍କୁ ଏକ ରାକ୍ଷସ ଭାବେ ଆକଳନ କରିବାକୁ ଲାଗିଲେ ।

ତେଣୁ ଏହି “ଜଗନ୍ନାଥ” ଶବ୍ଦରୁ ଗୋଟାଏ ଇଂରାଜୀ ଶବ୍ଦ ସୃଷ୍ଟି କରାଗଲା “Juggernaut”
ଏବଂ ଏହି ଶବ୍ଦର ଵ୍ୟଵହାର ସର୍ଵଥା ଏକ ନକାରାତ୍ମକ ଵିଶାଳ ଅପ୍ରତିଦ୍ଵନ୍ଦ୍ଵୀ ଶକ୍ତି ଭାବେ ହିଁ କରାଗଲା....
ଏକ ଇଂରାଜୀ naut ପ୍ରତ୍ୟୟ ଯୋଡି଼ ଗଢାଯାଇଥିବା Juggernaut ଶବ୍ଦର ଅର୍ଥ  “ଏଭଳି ଏକ ଅପରାଜିତ ନକାରାତ୍ମକ ଶକ୍ତି ଯାହା ନିଜ ସମ୍ମୁଖରେ ଆସୁଥିବା ସମସ୍ତ ଵ୍ୟକ୍ତି ଓ ଵସ୍ତୁ କୁ ଧ୍ଵସ୍ତ କରିଦିଏ”

ପରେ ଏହି Juggernaut ଶବ୍ଦ ଓ ତହିଁର ଅର୍ଥ ଆଧାରରେ “Marvel comics”ର ନିର୍ମାତାମାନେ X-men #12 (ଜୁଲାଇ ୧୯୬୫)କମିକ୍ ସଂଖ୍ୟାନରେ ଗୋଟାଏ ନକାରାତ୍ମକ କମିକ୍ ପାତ୍ର ଵା ଚରିତ୍ର ସୃଷ୍ଟି କରି ତା ନାଆଁ ଦେଇଥିଲେ
Juggernaut....

(X-Men: The Last Stand,X-Men: Days of Future Past ଓ Deadpool 2 ହଲିଓଡ୍ ଚଳଚ୍ଚିତ୍ର ଗୁଡି଼କରେ Juggernaut ଚରିତ୍ରର ଅଵତାରଣା କରାଯାଇଛି) 

ତେବେ ମନରେ ସ୍ଵତଃ ପ୍ରଶ୍ନ ଉଠେ ଯେ ସ୍ଵୟଂ ଜଗତର ନାଥ ଜଗନ୍ନାଥ ଯିଏ,ଯାହାଙ୍କର ରଥ ଠାରୁ ଵସ୍ତ୍ର ଯାଏଁ―
ଗୃହ ଠାରୁ ଖାଦ୍ୟ ଯାଏଁ ସବୁ କିଛି ଶ୍ରେଷ୍ଠ-ଉତ୍କୃଷ୍ଟ- ମହାନ ତାଙ୍କୁ ପୁଣି ଏ ମ୍ଲେଚ୍ଛ ମାନେ ଏତେ ହୀନ ଚିତ୍ରଣ କେମନ୍ତ କରିପାରିଲେ.....?

ଏହାର ଉତ୍ତର ପୂର୍ବକାଳରେ ରଥଯାତ୍ରା ସମୟରେ ହେଉଥିବା ଘଟଣାଵଳୀ ମଧ୍ୟରେ ଲୁଚିରହିଛି....

କୁହାଯାଏ ଆଗେ ଯାତ୍ରୀମାନେ କେହି କେହି ରଥମାନଙ୍କର ଚକ ସାମନାରେ ପଡ଼ିଯାଇ ପ୍ରାଣ ଝାସୁଥିଲେ ଓ ଏହା କରିବାଦ୍ୱାରା ସେମାନଙ୍କର ସ୍ୱର୍ଗଲାଭ ହେବ ବୋଲି ଆଶା ଓ ଵିଶ୍ଵାସ ରହୁଥିଲା । 
କେହି କେହି ଲୋକ ମଧ୍ଯ ଭିଡ଼ରେ ରଥଚକରେ ପେଷି ହୋଇ ଯାଉଥିଲେ  ଵା ଦଳାଚକଟା ରେ ପ୍ରାଣ ହରାଉଥିଲେ  .....

କଳିଙ୍ଗୋତ୍କଳ କୁ ଶାସନକରିବାକୁ ଆସିଥିବା, ଭାରତୀୟ ସଂସ୍କୃତି ଵିଷୟରେ ଵିନ୍ଦୁ ଵିସର୍ଗ ସୁଦ୍ଧା ଜାଣିନଥିବା ସେହି ଵିଦେଶୀମାନେ ଏମନ୍ତ  ଅଭାବନୀୟ ଘଟଣାମାନ ଦେଖି ନିଜର ଵାଳଚପଳ ମନରେ ଯାହା ପ୍ରାରମ୍ଭିକ ମତ ପୋଷଣ କରିଥିଲେ ତାହା ଦୃତ ଵେଗରେ ପ୍ରଚାର ପ୍ରସାର ହେଇଯାଇଥିଲା । 

ସେଇଠୁ ଇଂରାଜୀ ଭାଷାରେ ରାକ୍ଷସର ଗାଡ଼ି ଅର୍ଥରେ ଏକ
ପ୍ରଵାଦ ଚଳିବା ଆରମ୍ଭ ହୋଇଯାଇଥିଲା
'The car of Jagannath' 

ଵିଂଶ ଶତାବ୍ଦୀରେ ସୁଦ୍ଧା ଵିଦେଶୀ ମାନଙ୍କ ଭ୍ରମ ସଂପୂର୍ଣ୍ଣ ଦୂର ହୋଇପାରିନଥିଲା....

ଗତ ଶତାବ୍ଦୀରେ Burton ନାମକ ଜଣେ ଵିଦେଶୀ ପୁରୀଧାମକୁ ଆସି 
ଜଗନ୍ନାଥଙ୍କୁ ଏକ ପକ୍ଷଧାରୀ ଅସୁର—ଦେବତା ବୋଲି ବର୍ଣ୍ଣନା କରିଯାଇଥିଲା ଓ ତାଙ୍କ ରଥ ଚକତଳେ ମନୁଷ୍ୟ ବଳି ଦିଆଯିବା କଥା ମଧ୍ୟ ଲେଖିଥିଲା । 

ସନାତନ ଧର୍ମ ର ଆରାଧ୍ୟ ଦେଵତା ଜଗନ୍ନାଥଙ୍କୁ ଜଣେ ନିର୍ଦ୍ଦୟୀ ରାକ୍ଷସ ଭାବେ ଚିତ୍ରଣ କରି ୟୁରୋପୀୟ ଜନସମାଜ ଯୋଉଁ ଈଶନିନ୍ଦା କରି ଅଛନ୍ତି ତାହା ଯୁଗ ଯୁଗ ଧରି ସେମାନଙ୍କର ହୀନମନ୍ୟତାର ପରିଚାୟକ ହୋଇରହିଥିବ । 

ତେବେ ସେ ଯାହା ହେଉ ନା କାହିଁକି ଉତ୍କଳୀୟ ମାନଙ୍କର ଏବଂ ତତ୍କାଳୀନ ସରକାରଙ୍କର କଟକଣା ଯୋଗୁଁ ରଥମାନ ଚଳିବା ସମୟରେ ମାଜିଷ୍ଟ୍ରେଟ୍ ଓ ପୋଲିସ ଵଳ ସହ ସାହେବମାନେ ନିଜେ ଉପସ୍ତିତ ରହି ଚଳୁଥିବା ରଥର ଚାରିପାଖରୁ ଲୋକଙ୍କୁ ଆଡ଼େଇ ଦେଉଥିଲେ ତେଣୁ ତାପରେ ସେପରି ଦୁର୍ଘଟଣା ପ୍ରାୟ ଆଉ ଏତେ ଘଟିଲା ନାହିଁ ନହେଲେ ଆଜକୁ ପୁରୀ ରଥଯାତ୍ରା କୁ ଲୋକେ “Suicide spot”କରି ଛାଡ଼ି ସାରନ୍ତେଣି...
   ଉପସ୍ଥାପନା; ଶିଶିର ସାହୁ ମନୋଜ 

Sunday, January 10, 2021

●ବାଇଶି ପାହାଚ ●

     ବାଇଶି ପାହାଚ :  

ବଉଳମାଳା ମାଙ୍କଡ଼ା ପଥରରେ ତିଆରି ବାଇଶି ପାହାଚର ନିର୍ମାଣ ସମ୍ପର୍କରେ ଏକ କିମ୍ବଦନ୍ତି ପ୍ରଚଳିତ। କିମ୍ବଦନ୍ତୀ ମତେ ନିଃସନ୍ତାନ ରାଜା ଭାନୁଦେବ ଜମ୍ବେଶ୍ଵରଙ୍କୁ ଆରାଧନା କରି ପୁତ୍ର ସନ୍ତାନଟିଏ ଲାଭକଲେ।  ଜାତକରୁ ରାଜା ଜାଣିଲେ ତାଙ୍କ ପୁତ୍ରର ଆୟୁଷ କେବଳ ୨୨ବର୍ଷ। ଏହା ଜାଣିପାରି ରାଜା ଭାନୁଦେବ ପୁନଶ୍ଚ ଜମ୍ବେଶ୍ଵରଙ୍କୁ ଆରାଧନା କଲେ। ଜମ୍ବେଶ୍ଵର ରାଜାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଶ୍ରୀ-ମନ୍ଦିର ଭିତରେ ବାଇଶି ପାହାଚ ନିର୍ମାଣ କରିବାକୁ ଆଜ୍ଞା ଦେଲେ। ରାଜା ବାଇଶି ପାହାଚ ନିର୍ମାଣ କରି ତାଙ୍କ ସନ୍ତାନର ଆୟୁ ବୃଦ୍ଧି ପାଇଁ ସେହି ବାଇଶି ପାହାଚରେ ଗଡ଼ାଇ ଦେଇଥିଲେ। ଶ୍ରଦ୍ଧାଳୁମାନେ ସେଥିପାଇଁ ନିଜ ନିଜ ପିଲାମାନଙ୍କର ଆୟୁଷ ବୃଦ୍ଧି ନିମନ୍ତେ ବାଇଶି ପାହାଚରେ ଗଡ଼ାଇ ଦେଇଥାନ୍ତି। 

(କ) ବାଇଶି ପାହାଚରେ ପିତୃ-ପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ।
 (ଖ) ଭକ୍ତମାନେ ବର୍ଷତମାମ ବାଇଶି ପାହାଚ ବାଟଦେଇ ଶ୍ରୀ-ଜୀଉମାନଙ୍କୁ ଦର୍ଶନ କରିବାକୁ ଯାଆନ୍ତି।
(ଗ)  ଆଷାଢ଼ ଶୁକ୍ଳ ଦ୍ଵିତୀୟା ଦିନ ଶ୍ରୀ-ଜୀଉମାନେ ଶ୍ରୀ-ମନ୍ଦିରର ରତ୍ନସିଂହାସନ ଛାଡ଼ି ବାଇଶି ପାହାଚ ବାଟ ଦେଇ ବଡ଼ଦାଣ୍ଡରେ ଥିବା ରଥକୁ ଆସିଥାନ୍ତି।

ଜଗନ୍ନାଥଙ୍କ ଦର୍ଶନ କରିବାକୁ ହେଲେ ବାଇଶି ପାହାଚ ଅତିକ୍ରମ କରି ଯିବାକୁ ପଡ଼ିଥାଏ। ତେଣୁ ଏହି "ବାଇଶି ପାହାଚ" ହେଉଛି ତତ୍ତ୍ଵମୟ ଓ ପବିତ୍ରମୟ।

ବିଶ୍ଵାସ ଅଛି ଯେ : ପ୍ରତ୍ୟେକ ମଣିଷ ୨୨ ପ୍ରକାର ପାପରୁ ମୋକ୍ଷ ନିମନ୍ତେ ୨୨ ପାହାଚ ଅତିକ୍ରମ କରିବା ଆବଶ୍ୟକ।
ବାଇଶି ପାହାଚ ଯୋଗ ବିଦ୍ୟା ବର୍ଣ୍ଣିତ ୨୨ଟି ସ୍ତରର ପ୍ରତୀକ।
ବାଇଶି ପାହାଚରେ ଦ୍ଵିତୀୟ ସୋପାନରେ ରହିଛି 'ଯମଶିଳା'।ଶ୍ରଦ୍ଧାଳୁମାନେ ଏହି ଶିଳାକୁ ସ୍ପର୍ଶ କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ ଓ ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠଗାମୀ ହୁଏ ବୋଲି ବିଶ୍ଵାସ ରହିଛି। ବାଇଶି ପାହାଚର ତାତ୍ତ୍ଵିକ ମାହାତ୍ମ୍ୟ ଉପରେ ଅନେକ ବିଶ୍ଵାସ ପ୍ରଚଳିତ, ଯଥା :👇

(କ) କେତେକଙ୍କ ମତରେ ଦଶ ଅବତାର ଗୁଡ଼ିକର ଗୋଡ଼ ସଂଖ୍ୟା ମିଶି ବାଇଶି ହୋଇଥିବାରୁ ସେହି ଅନୁସାରେ ବାଇଶି ପାହାଚ ହୋଇଛି।

(ଖ) ଦ୍ଵିତୀୟତଃ ପରଂବ୍ରହ୍ନ ହିରଣ୍ୟ ଗର୍ଭରେ ପଦ୍ମାସନରେ ଥାଆନ୍ତି। ଏହି ରତ୍ନବେଦୀ ନିକଟକୁ ଯିବାକୁ ହେଲେ ଅଷ୍ଟ ବୈକୁଣ୍ଠ ଓ ଚଉଦ ଭୁବନ ଦେଇ ଯିବାକୁ ହୁଏ। 

"ଅଷ୍ଟ ବୈକୁଣ୍ଠ" ହେଉଛି :👇
 
ଶ୍ରୀବୈକୁଣ୍ଠ,
କୌବଲ୍ୟ ବୈକୁଣ୍ଠ
କାରଣାର୍ଣ୍ଣବ ବୈକୁଣ୍ଠ,
ଶେଷଶାୟୀ ବୈକୁଣ୍ଠ,
ଶ୍ଵେତଦୀପ ବୈକୁଣ୍ଠ,
ପରବେଶ୍ୟାମ ବୈକୁଣ୍ଠ,
ଗଭୌଦକ ଶାୟୀ ବୈକୁଣ୍ଠ
 କୈଳାସ ବୈକୁଣ୍ଠ।

ଏହି ଅଷ୍ଟ ବୈକୁଣ୍ଠ ନିମ୍ନରେ ଚଉଦ ଭୁବନ ବିଦ୍ୟମାନ। ଚଉଦ ଭୁବନ ହେଉଛି :👇

ସପ୍ତ ଭୁବନ ମର୍ତ୍ତ୍ୟରେ ଅଛି ; ଯଥା
ଭୁମ୍ଫା,ଭୁବ,ସ୍ଵା,ମହ,ଜନ,ତପ ଓ ସତ୍ୟ।
ସପ୍ତ ଭୁବନ ପାତାଳରେ ଅଛି ; ଯଥା ଅତଳ,ସ୍ଵତଳ,ବିତଳ,ତଳାତଳ, ମହୀତଳ,ରସାତଳ ଓ ପାତାଳ। ତେଣୁ ଅଷ୍ଟ ବୈକୁଣ୍ଠ ଓ ଚଉଦ ଭୁବନ (ସପ୍ତ ମର୍ତ୍ତ୍ୟ ଓ ସପ୍ତ ପାତାଳ) ମିଶି ବାଇଶି ; ଯାହାକି ବାଇଶି ପାହାଚର ପ୍ରତୀକ ରୂପେ ସୂଚିତ ହୋଇଛି।

(ଗ) ଭାଗବତ ହେଉଛି ଜଗନାଥଙ୍କ ହୃଦୟର ଭାଷା ସ୍ଵରୂପ।ଏହି ଦ୍ଵାଦଶ (୧୨) ଖଣ୍ଡ ଭାଗବତରେ ବାସୁଦେବ ଚରିତ ଓ  ନୃସିଂହ, ରାମକୃଷ୍ଣ, ନାରାୟଣ,ଗୋବିନ୍ଦ,ମାଧବ, ମଦନମୋହନ,ଶ୍ରୀଦେବୀ,ଭୂଦେବୀ, କମଳା ଓ ଭୁବନେଶ୍ଵରୀ(ବାରଖଣ୍ଡ ଭାଗବତ ଓ ଦଶ ଦେବାଦେବୀ)ଙ୍କୁ ମିଶାଇ "ବାଇଶି ସଂଖ୍ୟା" ହେଉଛି ବାଇଶି ପାହାଚର ପ୍ରତିଫଳନ।

(ଘ) ପଞ୍ଚମାତ୍ରା,ପଞ୍ଚଭୂତ,ପଞ୍ଚବୀଜ, ପଞ୍ଚଦେବଙ୍କ ସହିତ ଜୀବ ଓ ପରମ (କୋଡିଏ ସହ ଦୁଇ ମିଶି) ବାଇଶି ; ଏହାର ପ୍ରତୀକାମୂକ ହେଉଛି ବାଇଶି ପାହାଚ ।

(ଙ) ଅନ୍ୟ କେତେକଙ୍କ ମତରେ : ବାଇଶିଟି ତୀର୍ଥ ଭୂମିର ସ୍ୱରୂପ/ବାଇଶି ତତ୍ତ୍ଵର ପ୍ରତୀକ/ବାଇଶିଟି ଭାବର ପ୍ରତୀକ ହେଉଛି ବାଇଶି ପାହାଚ।

(ଚ) ପଞ୍ଚରସ,ଅଷ୍ଟାତାଳ୍ପିକ ଭାବ,ତ୍ରିବୀଜ, ତ୍ରିଶକ୍ତି,ତ୍ରିଗୁଣର ସମାହାର ହେଉଛି ବାଇଶି ; ଯାହାକି ବାଇଶି ପାହାଚରେ ପ୍ରତିଫଳିତ ବୋଲି କେତେକ କହନ୍ତି।

ତେଣୁ ବାଇଶି ପାହାଚ ହେଉଛି ଅତ୍ୟନ୍ତ ତତ୍ତ୍ଵପୂର୍ଣ୍ଣ ଓ ରହସ୍ୟମୟ।

"ବାଇଶି ପାହାଚ" କୁହାଯାଉଥଲେ ମଧ୍ୟ ତାହା ବାସ୍ତବରେ ୨୦ଟି ପାହାଚ ରହିଛି।
(ଛ) ପୁରୁଣା ବା ମୂଳ ସିଂହଦ୍ଵାରଠାରୁ ନୂଆ ସିଂହଦ୍ଵାର ପର୍ଯ୍ୟନ୍ତ ଲାଗିଥିବା ଏହି ପାହାଚକୁ "ବାଇଶି ପାହାଚ" ବୋଲି କୁହାଯାଏ।

ଶ୍ରୀ-ମନ୍ଦିର ସ୍ଵତ୍ତ୍ଵଲିପି ଅନୁଯାୟୀ ଶ୍ରୀ-ମନ୍ଦିର ପ୍ଳଟ ନଂ୧୫୭ (କ)ରେ ଏହା ଅବସ୍ଥିତ। ପୂର୍ବରୁ ଏଠାରେ ମହାପ୍ରସାଦ ବିକ୍ରି ହେଉଥଲା। ଭକ୍ତମାନେ ମହାପ୍ରସାଦ ଓ କୈବଲ୍ୟ ପାଉଥଲେ।  ସେଥପାଇଁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଲେଖିଛନ୍ତି :👇

ବାଇଶି ପାବଚ୍ଛ ଗଲି ସୁଖେ,
କୈବଲ୍ୟ ପସରା ବେନି ପାଖେ।
ଚାଣ୍ଡାଳୁ ବ୍ରାହ୍ମଣ ଶୁଦ୍ର ପରିଯନ୍ତେ, କୈବଲ୍ୟ ଭୂଞ୍ଜନ୍ତି ମୁଖେ ମୁଖେ।

ବାଇଶି ପାହାଚରେ ପ୍ରତି ପାହାଚର ଉଚ୍ଚ ୬ରୁ ୭ଇଞ୍ଚ, ଓସାର ୬ଫୁଟ ଓ ଲମ୍ବ ୭୦ଫୁଟ ରହିଛି। ଏହାର ଅଷ୍ଟାଦଶ ପାହାଚଟିର ପ୍ରସ୍ଥ ୧୫ ଫୁଟ ; ଆନନ୍ଦବଜାର ପ୍ରବେଶ ମାର୍ଗରେ ଏହାର ୧୯ ଓ ୨୦ ତମ ପାହାଚ ରହିଛି ;  ଯାହା ଅର୍ଦ୍ଧଗୋଲାକାର । ଏହାର ପ୍ରବେଶ ମାର୍ଗର ତୃତୀୟ ପାହାଚରେ କାଶୀବିଶ୍ଵନାଥ ମନ୍ଦିର ରହିଛି।  ଜନଶ୍ରୁତି ଅନୁଯାୟୀ ରାଜା ଭାନୁଦେବ ବାଇଶି ପାହାଚ ନିର୍ମାଣ କରିଥଲେ। ବାଇଶି ପାହାଚ ନିର୍ମାଣ କରିଥିବାରୁ ତାଙ୍କ ପୁତ୍ର ବିପଦମୁକ୍ତ ହୋଇଥବା କୁହଯାଏ ।

     ଜୟ ଜଗନ୍ନାଥ 🙏🙏🙏

Saturday, January 9, 2021

----:ସିଦ୍ଧାର୍ଥ ଗୌତମଙ୍କ ସଂସାର ତ୍ୟାଗ ଓ ପରିବ୍ରାଜକ ଧାରଣ କରିବାର କାରଣ:----


ପଞ୍ଚଦଶ ସପ୍ତାବ୍ଦିରେ ଭାରତ ଆଜିର ଭାରତ ପରି ନଥିଲା ସେ ସମୟରେ ଅନେକ ଛୋଟ ବଡ଼ ରାଜ୍ୟରେ ବାଣ୍ଟିହୋଇ ଥିଲା ଏବଂ ଯେଉଁ ସବୁ ରାଜ୍ୟରେ ଜଣେ ମାତ୍ର ରାଜାଙ୍କର ଶାସନ କରିବାର ଅଧିକାର ଥିଲା ତାକୁ ଜନପଦ କୁହାଯାଉଥିଲା ସେହି ପରି ଷୋହଳଟି ରାଜ୍ୟ ଥିଲା ସେସବୁ ରାଜ୍ୟ ଓ ଏହାର ରାଜଧାନୀ ହେଲା :-
#ଅଙ୍ଗ-ଚମ୍ପକ , ମଗଧ- ରାଜଗ୍ରିହା ପରେ ପାଟଳି ପୁତ୍ର ,
ମଲ୍ଲ - କୁସିନଗର ଓ ପାୱା, ଭଜ୍ଜି-ବୈଶାଳୀ ,
କୋଶଳ-ସ୍ରଭସ୍ତି , କାଶୀ-ବାରଣାସୀ , ଚେଦି-ସୁକ୍ତିମତି ,
କୁରୁ-ଇନ୍ଦ୍ରପ୍ରସ୍ଥ , ଭସ୍ଥ-କୌଶମ୍ବୀ , ପାଞ୍ଚାଳ-ଅହିଛତ୍ର ଓ କାଂପିଲ୍ୟ , ମତଶ୍ୟା-ବିରାଟ ନଗର ,ସୁରସେନା-ମଥୁରା,
ଅବନ୍ତି-ଉଜ୍ଜୟନୀ ଓ ମହିସ୍ମତି, ଆଷ୍ମକ-ପୋତନ,
କମ୍ବୋଜ-ରାଜପୁର , ଗାନ୍ଧାର-ତକ୍ଷଶିଳା । ଏସବୁ ରାଜ୍ୟ ଉପରେ ଜଣେ ଜଣେ ମାତ୍ର ରାଜାଙ୍କର ଅଧିକାର ରହୁଥିଲା ଏବଂ ଅନ୍ୟ କିଛି ରାଜ୍ୟ ଥିଲେ ଯେଉଁ ରାଜ୍ୟ ମାନଙ୍କରେ କୌଣସି ଜଣେ ଶାସକଙ୍କର ଅଧିକାର ରହୁ ନଥିଲା ଏବଂ କ୍ରମାନୁକ୍ରମେ ଅନେକ ଶାସକ ପରିବାର ଶାସନ କରୁଥିଲେ ସେ ସବୁ ରାଜ୍ୟକୁ ସଂଘ 'ବା' ଗଣ କୁହାଯାଉଥିଲା, ଏହି ସବୁ ରାଜ୍ୟ ଓ ଏହାର ରାଜଧାନୀ ଗୁଡ଼ିକ ହେଲା :-
#ସାକ୍ୟ-କପିଳ ବସ୍ତୁ , ମଲ୍ଲ-ପାୱା/କୁସିନାରା ,
ଲିଛିୟୁ-ବୈଶ୍ୟାଲି ,ବିଦ୍ଧେୟ-ମିଥିଲା, କୋଲ୍ଲ-ରମାଙ୍ଗମ,
ବୁଲ୍ଲି-ଆଲ୍ହକପ , କାଲାମ-କେଷପୁତ୍ୟ, କଳିଙ୍ଗ-ରେଶପୁତ
ମୋର୍ଯ୍ୟ-ପିପଲୱାନ , ଭଗ୍ନ-ସଂସାର ପର୍ବତ,

           ଏହିସବୁ ରାଜ୍ୟ ମଧ୍ୟରୁ ସାକ୍ୟ ରାଜ୍ୟର ରାଜଧାନୀ କପିଳବସ୍ତୁରେ ରାଜତନ୍ତ୍ର କିମ୍ବା ଗଣତନ୍ତ୍ର ଥାଇପାରେ କିନ୍ତୁ ଏହି ରାଜ୍ୟରେ ଅନେକ ଶାସକ ପରିବାର ଥିଲେ (ସେତେବେଳେ ଯେଉଁମାନେ ଯୁଦ୍ଧ ବା ଶାସନ କରନ୍ତି,ସେଇ ମାନଙ୍କୁ କ୍ଷତ୍ରିୟ କୁହାଯାଉଥିଲା ଓ ପରବର୍ତ୍ତୀ ସମୟରେ ଆର୍ଯ୍ୟମାନେ ଏହି ଶବ୍ଦକୁ ନିଜ ମଧ୍ୟରେ ରଖିଛନ୍ତି) ଏବଂ କ୍ରମାନୁସାରେ ଏମାନେ ଶାସନ କରୁଥିଲେ ଓ ଏହି ଶାସକ ପରିବାରର ଯିଏ ମୁଖ୍ୟ ଥିଲେ ସେମାନଙ୍କୁ ରାଜା କୁହା ଯାଉଥିଲା । ସମୟାନୁକ୍ରମେ ଶୁଦ୍ଧଧନ ରାଜା ହୋଇଛନ୍ତି ଓ ଏହା ଏକ ସ୍ୱତନ୍ତ୍ର ରାଜ୍ୟ ହୋଇଛି କିନ୍ତୁ ପରବର୍ତ୍ତୀ ସମୟରେ ଏହି ରାଜ୍ୟର ପଡ଼ୋଶୀ ରାଜ୍ୟ କୋଷଳ ନିଜର ଅଧିପତ୍ୟ ସାକ୍ୟ ରାଜ୍ୟ ଉପରେ ଜାହିର କରିଛି। ଏଥିପାଇଁ ସାକ୍ୟ ରାଜ୍ୟରେ ନିଜର ରାଜନୈତିକ ଅଧିକାର ଉପଯୋଗ କରିବା ପାଇଁ ଅସୁବିଧା ହେଉଛି ଓ କୋଷଳ ରାଜ୍ୟର ଅନୁମତିରେ ସାକ୍ୟ ରାଜ୍ୟରେ ରାଜନୈତିକ ଅଧିକାର ନିର୍ଣ୍ଣୟ  କରାଯାଉଛି।ସେ ସମୟରେ କୋଷଳ ଓ ମଗଧ ଏହି ଦୁଇଟି ରାଜ୍ୟ ଶକ୍ତିଶାଳୀ ଥିବା ସହିତ କୋଷଳ ରାଜ୍ୟର ରାଜା ପ୍ରଶନଜିତ୍ ଓ ମଗଧ ରାଜ୍ୟର ରାଜା ବିମ୍ବିସାର ମହାନ ପରାକ୍ରମୀ ରାଜା ଭାବେ ଖ୍ୟାତ ହୋଇଥାନ୍ତି।ସାକ୍ୟ ରାଜ୍ୟର ରାଜଧାନୀ କପିଳବସ୍ତୁ, କପିଳ ନାମକ ଜଣେ ମହାନ ବୁଦ୍ଧିବାଦୀ କପିଳଙ୍କ ନାମରେ ରଖାଯାଇଥିଲା।ସାକ୍ୟ ରାଜ୍ୟରେ ଜୟ ସେନା ନାଁ ରେ ଜଣେ ବ୍ୟକ୍ତି ଥିଲେ ଓ ତାଙ୍କ ପୁତ୍ର ନାଁ ଥିଲା ଶ୍ରୀହନୁ, ଶ୍ରୀ ହନୁଙ୍କ ବିବାହ କଞ୍ଚନାଙ୍କ ସହିତ ହୋଇଥିଲା।ଶ୍ରୀ ହନୁ ଓ କଞ୍ଚନାଙ୍କ ପାଞ୍ଚଟି ପୁତ୍ର ଥିଲେ ସେମାନେ ହେଲେ-ଶୁଦ୍ଧଧନ,ଧୋତଦ୍ଧନ,ଶୁକ୍ଳୋଦ୍ଧନ,ସୁକଦ୍ଧନ ଓ ଅମିତଦ୍ଧନ ଓ ଅମିତା ଏବଂ ପମିତା ନାଁ ରେ ଦୁଇ କନ୍ୟା ଥିଲେ।
ଶୁଦ୍ଧୋଧନଙ୍କର ବିବାହ ମହାମାୟାଙ୍କ ସହିତ ହୋଇଥିଲା, ମହାମାୟାଙ୍କ ପିତା ଅଞ୍ଜନା ଜଣେ କୋଲ୍ହ ଥିଲେ ଏବଂ ସେ ଦେବୋଦ୍ଧର ନାଁ ରେ ଏକ ଗାଁ କିମ୍ବା ସହରରେ ରହୁଥିଲେ।ସୁଦ୍ଧଧନଙ୍କର ପରିବାରର ଆଦିତ୍ୟ ଗୋତ୍ରଥିଲା ଶୁଦ୍ଧଧନ ମହାନ ଯୋଦ୍ଧା ଥିଲେ ଓ ତାଙ୍କର ପରାକ୍ରମ ଯୋଗୁଁ ତାଙ୍କୁ ଆଉଗୋଟେ ବିବାହ କରିବା ପାଇଁ ଅନୁମତି ମିଳିଥିଲା।

ସେ ମହାମାୟାଙ୍କ ବଡ଼ ଭଉଣୀ ମହାପ୍ରଜାପତିଙ୍କୁ ବିବାହ କରିଥିଲେ।ସୁଦ୍ଧଧନ ଜଣେ ଧନବାନ ବ୍ୟକ୍ତିଥିଲେ ତାଙ୍କର ବଡ଼ ବଡ଼ ରାଜମହଲ,କ୍ଷେତ ଓ ଅନେକ ଚାକର ଚାକରାଣୀ ଥିଲେ।ନିଜ କ୍ଷେତରେ ଚାଷ କରିବା ପାଇଁ ସେ ଏକ ସମୟରେ ହଜାର ହଜାର ହଳ ବୁଲାଉ ଥିଲେ। ସେ ଏକ ପ୍ରକାର ଐଶୁର୍ଯ୍ୟପୂର୍ଣ୍ଣ ଜୀବନ ଯାପନ କରୁଥିଲେ। ସେ ସମୟରେ ସାକ୍ୟ ମାନଙ୍କର ଏକ ପ୍ରଥା ଥାଏ ମଧ୍ୟଗ୍ରୀଷ୍ମରେ ଏକ ଉତ୍ସବର ପାଳନ କରାଯାଏ ଏହି ଉତ୍ସବ ସାତଦିନ ଧରି ପାଳନ କରାଯାଏ ଓ ଏଥିରେ ସାକ୍ୟର ସମସ୍ତ ଶାସକ ପରିବାର ଯୋଗ ଦିଅନ୍ତି। ଏହି ଉତ୍ସବରେ  ଫଳ,ମୂଳ,ପିଠା,ପଣା,ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ସମତେ ଅନେକ ପ୍ରକାରର ଖାଦ୍ୟ ସାମଗ୍ରୀର ପରିବେଷଣ କରାଯାଇଥିଲା କିନ୍ତୁ ମଦ୍ୟପାନ କରିବାର ଅନୁମତି ନଥିଲା।ଗୋଟେ ବର୍ଷ ମହାମାୟା ଏହି ଉତ୍ସବକୁ ଅତି ଧୂମଧାମରେ ପାଳନ କରିବା ପାଇଁ ମନସ୍ଥ କରିଛନ୍ତି ଏବଂ ଉତ୍ସବ ପାଳନ କରିବା ପାଇଁ,ସେ ଦିନ ସକାଳ ସମୟରେ ଉଠି ସୁଗନ୍ଧିତ ଜଳରେ ସ୍ନାନ କରି, ସ୍ୱାଦିଷ୍ଟ ଭୋଜନ ଗ୍ରହଣ କରି, ବିଭିନ୍ନ ରକମର ଅଳଙ୍କାର ପରିଧ୍ୟାନ କରି, ସାକ୍ୟର ସମସ୍ତ ଶାସକ ପରିବାର ସହିତ ଉତ୍ସବରେ ସାମିଲ ହୋଇଥିଲେ।
ଉତ୍ସବ ସରିବା ପରେ ମହାମାୟା ବାସଗୃହର ନିଜ କକ୍ଷକୁ ଗଲେ ପୁଷ୍ପ ଓ ସୁଗନ୍ଧ ଦ୍ରବ୍ୟରେ ବିଛଣା ସଜ୍ଜିତ କରାଯାଇ ଥିଲା ଓ ନିକଟରେ ସୁଦ୍ଧଧନ ଉପସ୍ଥିତ ଥାନ୍ତି ଏବଂ ଏତିକି ବେଳେ ମହାମାୟାଙ୍କୁ ଗର୍ଭଧାରଣ ହୋଇଥିବାର ଅନୁମେୟ ହୋଇଛି ଏବଂ ଶୟନ କରିବା ସମୟରେ ଏକ ସ୍ୱପ୍ନ ଦେଖିଲେ ତାଙ୍କର ଯେଉଁ ଚାରିଜଣ ରକ୍ଷକ ଅଛନ୍ତି ସେମାନେ ମହାମାୟାଙ୍କୁ ହିମାଳୟ ପର୍ବତ ଉପରକୁ ନେଇ ଯାଉଛନ୍ତି ଏବଂ ରକ୍ଷକଙ୍କର ପତ୍ନୀମାନେ ଆସି ମାନସରବର ଜଳରେ ସ୍ନାନ କରାଇ, ଅଳଙ୍କାରରେ ସଜ୍ଜିତ କରାଉଛନ୍ତି।

        ଯେମିତି ମହାମାୟା କୌଣସି ଜଣେ ମହାନ ବ୍ୟକ୍ତିଙ୍କ ସହିତ ଭେଟ ହେବେ।କିଛି ସମୟ ପରେ ବୌଦ୍ଧି ସତ୍ୟ ସୁମିଦ ମହାମାୟାଙ୍କ ନିକଟକୁ ଆସୁଛନ୍ତି ଓ ମହାମାୟାଙ୍କୁ ତାଙ୍କ କୋଳରେ ପରଜନ୍ମ ନେବା ପାଇଁ ପଚାରୁଛନ୍ତି, ମହାମାୟା ଏହାର ଉତ୍ତର ହସି ହସି ସହମତି ପ୍ରକାଶ କରି କହିଛନ୍ତି କାଇଁ ନୁହେଁ ??? "ମୁଁ ଆପଣଙ୍କ ମାଆ ହେବା ପାଇଁ ବହୁତ ଉତ୍ସାହର ସହିତ ଅଛି , ଏତିକି ବଳେ ମହାମାୟାଙ୍କର ସ୍ୱପ୍ନ ଭାଙ୍ଗିଗଲା ଏବଂ ସମସ୍ତ ଘଟଣା ମାନ ମହାମାୟା ସୁଦ୍ଧଧନଙ୍କୁ ଜଣାଇଲେ ଏବଂ ସୁଦ୍ଧଧନ ପରଦିନ ନିଜ ରାଜ୍ୟରେ ଥିବା ଆଠଜଣ ସ୍ୱପ୍ନ ବିଶାରଦ ବ୍ରାହ୍ମଣଙ୍କୁ ଡ଼ାକି ତାଙ୍କୁ ଖିଆପିଆ ଓ ଦକ୍ଷିଣା ଦେଇ ଏ ସ୍ୱପ୍ନ ବିଷୟରେ ଜାଣିବା ପାଇଁ ଚାହିଁଲେ ଏବଂ ବ୍ରାହ୍ମଣମାନେ ଶୁଦ୍ଧଧନଙ୍କୁ କହିଲେ ଆପଣ ନିଶ୍ଚିନ୍ତ ରୁହନ୍ତୁ ଆପଣଙ୍କ ଘରେ ଜଣେ ପୁତ୍ର ଜନ୍ମ ଗ୍ରହଣ କରିବାକୁ ଯାଉଛନ୍ତି ଏବଂ ସେ ଯଦି ସଂସାରରେ ରୁହନ୍ତି ତ' ଜଣେ ମହାନ ଚକ୍ରବର୍ତ୍ତୀ ସମ୍ରାଟ ହେବେ, ଏବଂ ଯଦି ସଂସାର ପରିତ୍ୟାଗ କରନ୍ତି ତ' ବୁଦ୍ଧ ହେବେ। ବ୍ରାହ୍ମଣ ମାନେ ଏପରି ଆଶ୍ବାସନା ଦେଇଛନ୍ତି। ମହାମାୟା ଦଶମାସର ଗର୍ଭବତୀ ହୋଇ ସାରିଛନ୍ତି ଓ ସୁଦ୍ଧଧନଙ୍କୁ ନିଜ ବାପଘର ଦେବଦ୍ଧର ଯିବା ପାଇଁ କହିଲେ, ସୁଦ୍ଧଧନ ଏହାପରେ ମହାମାୟାଙ୍କ ପାଇଁ ସ୍ୱର୍ଣ୍ଣପାଲିଙ୍କି ସଜା ସାଜ କରାଇ ମହାମାୟାଙ୍କ ଇଚ୍ଛା ପୂରଣ କରିବା ପାଇଁ ସେବକ, ରକ୍ଷକ, ସୈନ୍ୟସାମନ୍ତଙ୍କ ସହିତ ଦେବଦ୍ଧର ଯାତ୍ରା କରେଇଦେଲେ।

       ଦେବଦ୍ଧର ଯିବା ବାଟରେ ଏକ ଶାଳ ବୃକ୍ଷର ଜଙ୍ଗଲ ପଡ଼ିଥାଏ ଓ ଏହି ଜଙ୍ଗଲକୁ ଲୁମ୍ବିନ ବନ କୁହାଯାଏ ଏବଂ ମହାମାୟା ଯେତେବେଳେ ଲୁମ୍ବିନ ବନ ଅତିକ୍ରମ କରୁଛନ୍ତି ସେ ଦେଖୁଛନ୍ତି ସମ୍ପୂର୍ଣ୍ଣ ଲୁମ୍ବିନିବନ ଫୁଲ,ଫଳରେ ଭରି ରହିଛି ଏବଂ ଅନେକ ପକ୍ଷୀ ଗୁଡ଼ିକର ଶବ୍ଦ ଶୁଣାଯାଉଛି ଏପରି ଅପୂର୍ବ ପ୍ରାକୃତିକ ମନଲୋଭା ଶୋଭାର ଦୃଶ୍ୟ ଆନନ୍ଦିତ କରୁଛି,ମହାମାୟା ଏ ଦୃଶ୍ୟକୁ ଦେଖି ନିଜର ସେବକ ଓ ସୈନ୍ୟବାହିନୀଙ୍କୁ ଅଟକାଇ ଲୁମ୍ବିନୀ ବନର ଏହି ଦୃଶ୍ୟ ଦେଖିବା ପାଇଁ ପାଲିଙ୍କି ରଖିବାକୁ କହିଲେ ଓ ପାଲିଙ୍କିରୁ ତଳକୁ ଓଲ୍ଲାଇ ଲୁମ୍ବିନୀ ବନରେ ଥିବା ଏକ ବିଶାଳ ଶାଳ ବୃକ୍ଷ ନିକଟକୁ ଯାଇ ଏହାର ଡାଳକୁ ଡେଇଁ ଧରିବା ପାଇଁ ଚେଷ୍ଟା କରିଲେ କିନ୍ତୁ ଜୋରରେ ପବନ ବୋହୁଥିବା କାରଣରୁ ଶାଳ ବୃକ୍ଷର ଡାଳ ତଳ ଉପର ହେଉଥାଏ ମହାମାୟା ଡାଳ ଧରି ପାରୁ ନାହାଁନ୍ତି କିନ୍ତୁ ମହାମାୟା ଚେଷ୍ଟାକରି କୌଣସି ମତେ ଏକ ଡାଳ ଧରିଛନ୍ତି ଏବଂ ସେ ଡାଳ ଧରି ଛାଡ଼ି ଦେବା କ୍ଷଣି ଡାଳ ଉପରକୁ ଯେତେଶିଘ୍ର ଯାଇଛି ସେତିକି ବେଳେ ମହାମାୟା ଦଣ୍ଡାୟ ମାନ ହୋଇଥିବା ଅବସ୍ଥାରେ ଏକ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଛନ୍ତି।ଏହି ଦିନ ଥିଲା ବୈଶାଖ୍ୟ ପୂର୍ଣ୍ଣିମା ୫୬୩ ଶାଲ। ସୁଦ୍ଧଧନ ଓ ମହାମାୟାଙ୍କ ବିବାହ ବହୁବର୍ଷ ପରେ ଏକ ଶିଶୁପୁତ୍ରର ଜନ୍ମ ହୋଇଥିବାରୁ, ଏଥିପାଇଁ ପୁରା ସାକ୍ୟ ରାଜ୍ୟରେ ଖୁସିରେ ଉତ୍ସବ ପାଳନ କରାଗଲା।ଯେହେତୁ ସୁଦ୍ଧଧନ ରାଜା ଥିଲେ ସ୍ୱଭାବିକ ଭାବେ ତାଙ୍କ ଶିଶୁପୂତ୍ର ରାଜକୁମାର ହୋଇଗଲେ।ଯେବେ ଶିଶୁପୂତ୍ରର ଜନ୍ମ ହୋଇଥିଲା ସେବେ ହିମାଳୟରେ ଅସିତ ନାଁ ରେ ଜଣେ ସାଧୁ ଧ୍ୟାନ କରୁଥିଲେ ହଠାତ ଆକାଶରୁ ବୁଦ୍ଧ ନାଁ ର ଘୋଷଣା ତାଙ୍କୁ ଶୁଣାଗଲା ଏବଂ ସେ ଧ୍ୟାନ ଭଙ୍ଗକରୀ ଜମ୍ବୁଦ୍ୱୀପ ଆଡ଼େ ଦୃଷ୍ଠି ଗୋଚର କରି ଦେଖୁଥାନ୍ତି ଏ ବୁଦ୍ଧ ଶବ୍ଦ କ'ଣ ପାଇଁ ଘୋଷଣା ହେଉଛି ??? ପରେ ଜାଣିବାକୁ ପାଇଲେ ସୁଦ୍ଧଧନଙ୍କ ଘରେ ଜଣେ ଶିଶୁପୂତ୍ରର ଜନ୍ମ ହୋଇଛି ଓ ସେ ବହୁତ ତେଜବାନ ।

ଏଥିପାଇଁ ଅସିତ ଏହି ବାଳକକୁ ଦେଖିବା ପାଇଁ ଚାହିଁଲେ ଓ ନିଜ ପୁତୁରା ନାରଦତ୍ତଙ୍କୁ ନେଇ କପିଳବସ୍ତୁ ଆସିଲେ, ଏବଂ ସୁଦ୍ଧଧନଙ୍କ ରାଜପ୍ରାସାଦ ଆଗରେ ଲକ୍ଷ ଲକ୍ଷ ଲୋକଙ୍କର ଜନଗହଳି ଦେଖିବାକୁ ପାଇଲେ। ଅସିତ ରାଜପ୍ରାସାଦର ଜଣେ ଦରୱାନଙ୍କୁ ସୁଦ୍ଧଧନଙ୍କ ସହିତ ଭେଟ ହେବା ପାଇଁ ଅନୁମତି ମାଗିଲେ ଓ ଦରୱାନ ଅନୁମତି ପାଇଁ ସୁଦ୍ଧଧନଙ୍କ ନିକଟକୁ ଯାଇ ଅସିତଙ୍କ ବିଷୟରେ ଜଣେଇଲେ ଏବଂ ସୁଦ୍ଧଧନ ଅସିତଙ୍କୁ ରାଜପ୍ରାସାଦକୁ ନେଇ ଏକ ଆସନରେ ବସାଇ ପ୍ରଥମ କରି ଦେଖିଥିବା ଅସିତଙ୍କ ରାଜପ୍ରାସାଦକୁ ଆସିବାର କାରଣ ପଚାରିଲେ ଓ ଅସିତ ଶିଶୁପୁତ୍ରଙ୍କୁ ଦେଖିବା ପାଇଁ ଆସିଛନ୍ତି ବୋଲି ଜଣାଇଲେ। ସୁଦ୍ଧଧନ ଏହାସୁଣି ଅସିତଙ୍କୁ କହିଛନ୍ତି ଶିଶୁପୁତ୍ର ଏବେ ଶୋଇଛି ଓ ଅପେକ୍ଷା କରନ୍ତୁ ପରେ ଶିଶୁପୁତ୍ରଙ୍କୁ ଦେଖିବେ, ଏହା ଶୁଣି ଅସିତ କହିଛନ୍ତି ଏପରିକା ବିଚକ୍ଷଣ ଶିଶୁ କେବେ ଶୁଅନ୍ତି ନାହିଁ ଏବଂ ମୁଁ ତାଙ୍କୁ ଦେଖା କରିବି।ଅସିତଙ୍କ ଏଇ କଥା ଶିଶୁପୁତ୍ରଙ୍କ କାନରେ ପଡ଼ିଛି ଓ ସେ ହାତ ଗୋଡ଼ ହଲାଇ ଶୋଇ ନଥିବାର ସନ୍ଦେଶ ଦେଲେ।ଏହାପରେ ସୁଦ୍ଧଧନ ଶିଶୁପୁତ୍ରକୁ ଧରି ଅସିତଙ୍କ କୋଳକୁ ବଢ଼ାଇ ଦେଇଛନ୍ତି।ଅସିତ ଶିଶୁପୁତ୍ରଙ୍କୁ କୋଳକୁ ନେଇ ଶିଶୁପୁତ୍ର ଦେହରେ ଥିବା ବିଶିଷ୍ଟ ବତିଷଟି ଲକ୍ଷଣକୁ ଦେଖିଛନ୍ତି ଓ ଏହାପରେ କାନ୍ଦିଛନ୍ତି ଓ କାନ୍ଦର କାରଣ ସୁଦ୍ଧଧନ ଡ଼ରିକି ପଚାରିଛନ୍ତି କ'ଣ ମୋ ଶିଶୁପୁତ୍ରର ଭବିଷ୍ୟତ ଜୀବନରେ କିଛି ବିପଦ ଅଛିକି ??? ଅସିତ ସୁଦ୍ଧଧନଙ୍କୁ କହୁଛନ୍ତି ଡରନ୍ତୁ ନାହିଁ ମୋର ଆଉ କିଛି ଦିନ ପରେ ମୃତ୍ୟୁ ହୋଇଯିବ କିନ୍ତୁ ଆପଣଙ୍କ ପୁତ୍ର ଭବିଷ୍ୟତରେ ବୁଦ୍ଧହେବେ ଓ ଦୁନିଆରେ ଏମିତି କ୍ରାନ୍ତି ଆଣିବେ ଏବଂ ଧର୍ମଚକ୍ରର ପ୍ରଚାର କରିବେ ଯାହାକୁ ଦେଖିବା ପାଇଁ ମୁଁ ନଥିବି,ଏ ଯେଉଁ ଧର୍ମ ପ୍ରଚାର କରିବେ ଏହା ଆରମ୍ଭରୁ କଲ୍ୟାଣକାରୀ ହେବ, ମଧ୍ୟମରେ ବି କଲ୍ୟାଣକାରୀ ହେବ, ଓ ଶେଷରେ ବି କଲ୍ୟାଣକାରୀ ହେବ।

      ଏହି ଧର୍ମ ସମଗ୍ର ବିଶ୍ବକୁ କିପରି ଦୁଃଖରୁ ବାହାର କରିବ ତା' ଉପରେ ପ୍ରତିଷ୍ଠିତ ହେବ ଏବଂ ଏହାକୁ ଦେଖିବାକୁ ମୁଁ ନଥିବି, ଏଥିପାଇଁ ମୁଁ ମୋ ନିଜ ପାଇଁ କାନ୍ଦୁଛି। ସାଙ୍ଗରେ ଥିବା ପୁତୁରାଙ୍କୁ କହୁଛନ୍ତି ଏ ଶିଶୁ ଯେବେ ବୁଦ୍ଧ ହୁଅନ୍ତି ତ' ତମେ ଶୁଣିବା କ୍ଷଣି ଆଙ୍କ ସରଣକୁ ଆସିବ। ଏହି ଭବିଷ୍ୟବାଣୀ କରି ଅସିତ ସୁଦ୍ଧଧନଙ୍କ ପାଖରୁ ଖାଦ୍ୟ ଖାଇ ସାରି ବିଦାୟ ନେଲେ।ପଞ୍ଚମ ଦିନରେ ଏହି ଶିଶୁପୂତ୍ରର ନାମ କରଣ ବିଧିଥିଲା ଓ ଶିଶୁପୁତ୍ରର ନାମ ସିଦ୍ଧାର୍ଥ ରଖାଗଲା।ପରିବାରର ଗୋତ୍ର "ଗୌତମ" ଥିବାରୁ ସିଦ୍ଧାର୍ଥଙ୍କ ସମ୍ପୂର୍ଣ୍ଣ ନାମ "ସିଦ୍ଧାର୍ଥ ଗୌତମ" ହୋଇଗଲା।ସିଦ୍ଧାର୍ଥ ଗୌତମ ନାମକରଣ ହେବା ଦୁଇ ଦିନ ପରେ ଅର୍ଥାତ୍ ଜନ୍ମର ସପ୍ତମ ଦିନରେ ମହାମାୟାଙ୍କ ଶରୀର ବହୁମାତ୍ରାରେ ଅସୁସ୍ଥ ହୋଇଛି ଏବଂ ତାଙ୍କୁ ସ୍ମରଣ ହେଉଛି ସେ ଆଉ ବଞ୍ଚିବେ ନାହିଁ, ଏଥିପାଇଁ ସୁଦ୍ଧଧନ ଓ ମହାପ୍ରଜାତିଙ୍କୁ ଡ଼ାକି କହିଛନ୍ତି ମୁଁ ଆଉ ବଞ୍ଚିବି ନାହିଁ ଏଥିନେଇ ମୋର କୌଣସି ଦୁଃଖ ନାହିଁ କିଛି ସମୟ ପରେ ମୋ ପୁତ୍ର ମାଆ ଛେଉଣ୍ଡ ହୋଇଯିବ କିନ୍ତୁ ମୋର ବିଶ୍ୱାସ ଅଛି ମହାପ୍ରଜାପତି ମୋ ପୁତ୍ରକୁ କୋଳାଇ ନେବେ ଏବଂ ମୋଠାରୁ ଅଧିକା ସ୍ନେହ ମୋ ପୁତ୍ରକୁ ଦେବେ, କିନ୍ତୁ ମୋର ଦୁଃଖର କାରଣ ଏଇ କିଛି ସମୟ ପୂର୍ବରୁ ଅସିତ ଯେଉଁ ଭବିଷ୍ୟବାଣୀ କରିଛନ୍ତି କି ମୋ ପୁତ୍ର ବୁଦ୍ଧ ହେବେ ଏହାକୁ ମୁଁ ଦେଖି ପାରିବି ନାହିଁ ଏହାହିଁ ମୋର ଏକ ଅବଶୋଷ ଓ ଦୁଃଖ ଏହା କହି ମହାମାୟା ପ୍ରାଣତ୍ୟାଗ କରିଛନ୍ତି।ମହାମାୟା ପ୍ରାଣତ୍ୟାଗ କରିଲା ବେଳକୁ "ସିଦ୍ଧାର୍ଥ ଗୌତମଙ୍କୁ" ସାତ ଦିନ ହୋଇଥିଲା ଏବଂ ମହାପ୍ରଜାପତି ସିଦ୍ଧାର୍ଥଙ୍କୁ କୋଳାଇ ନେଲେ।ମହାପ୍ରଜାତି ଓ ସୁଦ୍ଧଧନଙ୍କର ଜଣେ ପୁତ୍ର ଥିଲା ନନ୍ଦ,ସୁଦ୍ଧଧନଙ୍କର ଭାଇ ମାନଙ୍କର ପୂତ୍ର ଏବଂ ସୁଦ୍ଧଧନଙ୍କ ଭଉଣୀ ଅନିତାଙ୍କ ପୁତ୍ର ଦେବଦ୍ଧତ୍ତଙ୍କ ସହ ସିଦ୍ଧାର୍ଥ ଲାଳନପାଳନ ହେଲେ।

ସିଦ୍ଧାର୍ଥ ଶୈଶବ ସମୟରୁ ଧିରେ ଧିରେ ବଢ଼ି ଚଲାବୁଲା କରିଲେ ସେବେ ସାକ୍ୟର ମୁରବୀ ମାନେ ସୁଦ୍ଧଧନଙ୍କୁ ସାକ୍ଷ୍ୟର ଗ୍ରାମ ଦେବତା "ଅଭୟ"ଙ୍କ ନିକଟକୁ ଯାଇ ଆଶ୍ରିବାଦ ନେବାପାଇଁ କହିଲେ ଏବଂ ସୁଦ୍ଧଧନ ଓ ମହାପ୍ରଜାପତି "ଅଭୟଙ୍କ" ମନ୍ଦିରକୁ ନେଇ ଗଲେ, ଯେଉଁ ଆଠ ବ୍ରାହ୍ମଣ ସିଦ୍ଧର୍ଥଙ୍କ ଭବିଷ୍ୟ ବାଖ୍ୟା କରିଥିଲେ ସେଇ ଆଠ ବ୍ରାହ୍ମଣ ସିଦ୍ଧାର୍ଥଙ୍କ ପ୍ରଥମ "ଶିକ୍ଷକ ହୋଇଥିଲେ" ସିଦ୍ଧାର୍ଥ ସେ ଆଠ ଜଣ ଶିକ୍ଷକଙ୍କ ଠାରୁ ଶିକ୍ଷା ଗ୍ରହଣ କରି ସାରିବା ପରେ, ସୁଦ୍ଧଧନ ଉଚଶିକ୍ଷା ପାଇଁ ସିଦ୍ଧାର୍ଥଙ୍କୁ "ଉଦ୍ଦିକା ଦେଶର" ବେଦ,ବେଦାନ୍ତ, ଉପନ୍ୟାସ,ଶାସ୍ତ୍ର,ଭାଷା ବିଶାରଦ ଓ ଶିକ୍ଷାରେ ମାହୀର ସପମିତାଙ୍କ ନିକଟକୁ ଅଧ୍ୟୟନ କରିବା ପାଇଁ ପଠାଇଲେ ଓ ସପମିତା ସିଦ୍ଧାର୍ଥଙ୍କୁ ସମସ୍ତ ଶିକ୍ଷା ଦେଇଥିଲେ ଓ ସିଦ୍ଧାର୍ଥ ସମସ୍ତ ଶିକ୍ଷା ଗ୍ରହଣ କରି କପିଳବସ୍ତୁ ଫେରିଥିଲେ।ସେତେବେଳକୁ ସିଦ୍ଧାର୍ଥଙ୍କୁ ଆଠ ବର୍ଷ ବୟସ ହୋଇଛି।କପିଳ ବସ୍ତୁ ଫେରି ଆଲାମ ଓ କାଲାମଙ୍କ ଶିଷ୍ୟ ଭରଦ୍ବାଜଙ୍କ ନିକଟରୁ ଏକାଗ୍ରତା,ଧ୍ୟାନ ସାଧନା, ଆଦି ପ୍ରାପ୍ତ କରିଲେ।ସିଦ୍ଧାର୍ଥ ଶିକ୍ଷା ବିରତି ପରେ ଯେବେ ନିଜ ପିତାଙ୍କ କ୍ଷେତକୁ ଯାଆନ୍ତି କୌଣସି କାମ ନଥିଲେ ବଳକା ସମୟରେ ଏକାନ୍ତରେ ଧ୍ୟାନ ସାଧନା କରନ୍ତି, ଯେବେ ସିଦ୍ଧାର୍ଥ ନିଜ ସାଙ୍ଗମାନଙ୍କ ସହିତ କ୍ଷେତରେ କିଛି ମଳି ମୁଣ୍ଡିଆ ଅଭେକା ହୋଇ ଗଛ କାଟୁଛନ୍ତି, ମାଟି ଖୋଳୁଛନ୍ତି, ମାଟି ବୁହାବୁହି କରୁଛନ୍ତି ସିଦ୍ଧାର୍ଥ ଏସବୁ କାର୍ଯ୍ୟ ଦେଖି ନିଜ ସାଙ୍ଗ ମାନଙ୍କୁ ପଚାରୁଛନ୍ତି ଏହା କେଉଁ ପରିକା ପ୍ରସଙ୍ଗ କ'ଣ ଜଣେ ବ୍ୟକ୍ତିଙ୍କ ପାଇଁ ଅନ୍ୟଜଣେ ବ୍ୟକ୍ତି କାମ କରିବ ? ମଜୁରିଆର ପରିଶ୍ରମ ଉପରେ କେବଳ ମାଲିକର ଅଧିକାର ରହିଥିବ ? ସିଦ୍ଧାର୍ଥଙ୍କ ଠାରୁ ଏହି ପ୍ରଶ୍ନ ଶୁଣି ତାଙ୍କ ସାଙ୍ଗ କହୁଛନ୍ତି ମଜୁରିଆଙ୍କର ତ' ଜନ୍ମ ହୋଇଛି ଆମର ସେବା କରିବା ପାଇଁ।ସିଦ୍ଧାର୍ଥ ଏ ଉତ୍ତର ଶୁଣି ସମାଜରେ ଅସମାନତା ଥିବା ଜାଣି ବିଚଳିତ ହେଉଛନ୍ତି ଓ ତାଙ୍କ ମନରେ କରୁଣା ଆସିଛି।

ସାକ୍ୟଙ୍କର ଗୋଟେ ଉତ୍ସବ ହୁଏ "ମନ ପ୍ରଙ୍ଗଲମ" ଏହି ପର୍ବରେ ରାଜା କିମ୍ବା ରାଜପରିବାରର ସଦସ୍ୟ ପ୍ରଥମ ଦିନ ନିଜ କ୍ଷେତର କାର୍ଯ୍ୟ ଅନୁକୂଳ କରିବେ।ସିଦ୍ଧାର୍ଥ ଏହି ଉତ୍ସବରେ ଭାଗ ନିଅନ୍ତି ଓ ଶାରୀରିକ ପରିଶ୍ରମ କରି କ୍ଷେତ କାର୍ଯ୍ୟ ଅନୁକୂଳ କରନ୍ତି।ସିଦ୍ଧାର୍ଥ ଅସ୍ତ୍ର,ଶସ୍ତ୍ର, ଧନୁ ଚାଳନାରେ ମାହୀର ଥିଲେ କିନ୍ତୁ ତାଙ୍କ ସାଙ୍ଗ ମାନେ ଯେବେ ଶିକାର କରିବା ପାଇଁ ଡ଼ାକନ୍ତି କିନ୍ତୁ ସିଦ୍ଧାର୍ଥ ମନାକରନ୍ତି।ସିଦ୍ଧାର୍ଥଙ୍କ ଶିକାର ପରିତ୍ୟାଗକୁ ଦେଖି ତାଙ୍କ ସାଙ୍ଗମାନେ ତାଙ୍କୁ ଉପହାସ୍ୟ କରନ୍ତି ଓ ସିଂହକୁ ଡରି ଶିକାରକୁ ଯାଉନାହଁ କହି ଥଟା କରନ୍ତି, "କିନ୍ତୁ ସିଦ୍ଧାର୍ଥ ତାଙ୍କ ସାଙ୍ଗ ମାନଙ୍କୁ କୁହନ୍ତି ତମେ ମାନେ ସିଂହକୁ ଶିକାର କରି ପାରିବ ନାହିଁ ତମେ କେବଳ ଜଙ୍ଗଲର ନିଷ୍ପାପ ହରିଣ, ଠେକୁଆ ପରି ସରଳ ଜୀବଙ୍କୁ ଶିକାର କରିବ ତ' ଏଥିରୁ ନିବୃତ୍ତ ରୁହ।
ସିଦ୍ଧାର୍ଥଙ୍କ ଠାରୁ ଏ ଉତ୍ତର ଶୁଣି ମହାପ୍ରଜାପତି ଚିନ୍ତିତ ହୋଇ ଯାଆନ୍ତି ଓ ସିଦ୍ଧାର୍ଥଙ୍କୁ ବୁଝାନ୍ତି ତମେ କ୍ଷେତ୍ରିୟ ଓ ଯୁଦ୍ଧ କରିବା ତୁମର  କର୍ତ୍ତବ୍ୟ ଏବଂ ତମେ ଯୁଦ୍ଧର ପ୍ରାଥମିକତା ଏହି ଜଙ୍ଗଲରୁ ଯାଇକି ଶିକାର କରି ଯୁଦ୍ଧର ପୂର୍ବ ଭାଷ ଶିଖିବ। କିନ୍ତୁ ସିଦ୍ଧାର୍ଥ ମହାପ୍ରଜାପତିଙ୍କୁ ପ୍ରଶ୍ନ କରିଛନ୍ତି କ'ଣ କ୍ଷତ୍ରିୟମାନେ କେବଳ ଯୁଦ୍ଧ ମାଧ୍ୟମରେ ସବୁ ସମାଧାନ କରିବେ ଶାନ୍ତି,ଆଲୋଚନା, କଥାବାର୍ତ୍ତା, ଆପୋଷ ବୁଝାମଣା ମାଧ୍ୟମରେ କିଛି ସମାଧାନ କରି ପାରିବେ ନାହିଁ? ମହାପ୍ରଜାପତି ଏ ପ୍ରଶ୍ନ ଶୁଣି ଚୁପ୍ ହୋଇ ରହି ଯାଆନ୍ତି।ପରେ ସିଦ୍ଧାର୍ଥ ନିଜର ସାଙ୍ଗମାନଙ୍କୁ ଧ୍ୟାନ,ଚିତ୍ତ,ଏକାଗ୍ରତା ବିଷୟରେ ଶିକ୍ଷା ଦେଉଛନ୍ତି କିନ୍ତୁ ତାଙ୍କ ସାଙ୍ଗମାନେ ଏହା ଶୁଣି ହସି ଗଡ଼ି ଯାଉଛନ୍ତି, ବସି ପାଖରେ ଥିବା ମିଠା, ପିଠା,ଲଡୁ ଆଦି ଖାଦ୍ୟ ଖାଇ ସିଦ୍ଧାର୍ଥଙ୍କ କଥାକୁ କର୍ଣ୍ଣପାତ କରୁନାହାଁନ୍ତି।

ସିଦ୍ଧାର୍ଥ ପିଲାବେଳୁ ସରଳ ହୃଦୟର ଥିଲେ ତାଙ୍କ ପାଖରେ କରୁଣାର ଅଭାବ ନଥିଲା ଦିନେ ସେ ନିଜ ପିତାଙ୍କର କ୍ଷେତକୁ ଯାଇଛନ୍ତି ଓ ଏକ ଶାନ୍ତ ସ୍ଥାନରେ ଏକାଗ୍ରତାର ସହିତ ବସିଛନ୍ତି ଏବଂ ହଠାତ ଏକ ସରବିନ୍ଧ ପକ୍ଷୀ ଆସି ସିଦ୍ଧାର୍ଥଙ୍କ କୋଳରେ ପଡ଼ିଲା ଓ ସିଦ୍ଧାର୍ଥ ପକ୍ଷୀଟିକୁ ଉଠାଇ ତା ଶରୀରରୁ ତୀର ଟି କାଢ଼ି କ୍ଷେତ ସ୍ଥାନକୁ ଉପସମ କରି ନିଜ କୋଳର ଉଷମତାରେ ରଖି ପକ୍ଷୀଟିକୁ ସୁସ୍ଥ କରିଦେଲେ।କିଛି ସମୟ ପରେ ସିଦ୍ଧାର୍ଥଙ୍କ ଭାଇ "ଦେବଦ୍ଧର" ଆସି ସିଦ୍ଧାର୍ଥଙ୍କୁ ପଚାରିଲେ କି ମୁଁ ଗୋଟେ ପକ୍ଷୀକୁ ତୀର ମାରିଥିଲି ସେ ଆସି ଏହିଠାରେ ପଡ଼ିଥିଲା ତମେ ତାକୁ ଦେଖିଛ କି? ସିଦ୍ଧାର୍ଥ କହିଛନ୍ତି ହଁ, ସେ ପକ୍ଷୀ ମୁଁ ରଖିଛି।ଦେବଦ୍ଧତ୍ତ କହିଛନ୍ତି ସେ ପକ୍ଷୀ ମୋର ନିୟମ ଅନୁଯାୟୀ ଯିଏ ପକ୍ଷୀକୁ ମାରିଥାଏ ସେ ପକ୍ଷୀ ତା'ର ତ ତମେ ମତେ ମୋ ପକ୍ଷୀ ଫେରାଇ ଦିଅ, କିନ୍ତୁ ସିଦ୍ଧାର୍ଥ କହିଛନ୍ତି ମୁଁ ପକ୍ଷୀ ଫେରାଇବି ନାହିଁ କାରଣ ଯିଏ ପକ୍ଷୀକୁ ଶିକାର କରେ ସେ କେବେ ସେ ପକ୍ଷୀର ସ୍ୱାମୀ ହୋଇ ପାରେ ଏ ନିୟମକୁ ମୁଁ ବିଶ୍ବାସ କରେନାହିଁ।ଯିଏ ଜୀବନ ରକ୍ଷା କରେ ସେହିଁ ପ୍ରକୃତ ଅଧିକାରୀ।ଏହିପରି ଭାବେ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ଲାଗିଛି ଓ ପରେ ମଧ୍ୟସ୍ଥିଙ୍କୁ ଆଣି ସେ ପକ୍ଷୀର ପ୍ରକୃତ ଅଧିକାରୀ କିଏ ନିର୍ଣ୍ଣୟ କରିବା ପାଇଁ କୁହାଯାଇଛି, ଆଦେଶ କ୍ରମେ ସେ ପକ୍ଷୀଟିକୁ ସିଦ୍ଧାର୍ଥ ଓ ଦେବଦ୍ଧତଙ୍କ ମଧ୍ୟରେ ରଖା ଯାଇଛି ଓ ସେ ପକ୍ଷୀଟି ସିଦ୍ଧାର୍ଥଙ୍କ ନିକଟକୁ ଆସିଛି ଏବଂ ସିଦ୍ଧାର୍ଥଙ୍କର ସେ ପକ୍ଷୀ ହୋଇ ଯାଇଛି।ସେବେଠାରୁ ଦେବଦ୍ଧତ୍ତ ସିଦ୍ଧାର୍ଥଙ୍କର ଶତ୍ରୁ ହୋଇ ଯାଇଛନ୍ତି କିନ୍ତୁ କରୁଣା କର ସିଦ୍ଧାର୍ଥ ନିଜ ଭାଇଙ୍କର ମୈତ୍ରି ପାଇଁ ଜୀବ ହତ୍ୟା କରିବାକୁ ଚାହିଁ ନାହାଁନ୍ତି।କପିଳବସ୍ତୁରେ ଦଣ୍ଡପାଣି ବୋଲି ଜଣେ ସାକ୍ୟ ରହୁଥିଲେ ତାଙ୍କର ଜଣେ ଝିଅ ଥିଲେ ଯଶୋଦରା ସେ ବହୁତ ସୁନ୍ଦର ଓ ତାଙ୍କୁ ଷୋଳବୟସ ପୁରୀ ଯାଇଥିବାରୁ ତାଙ୍କର ସ୍ଵୟଂମ୍ବର ଆୟୋଜନ ପାଇଁ ଦଣ୍ଡପାଣି ପଡ଼ୋଶୀ ରାଜ୍ୟର ରାଜକୁମାର ସମେତ ସିଦ୍ଧାର୍ଥଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ, ଯେହେତୁ ସିଦ୍ଧର୍ଥଙ୍କୁ ମଧ୍ୟ ଷୋଳବୟସ ହୋଇ ସାରିଥିଲା ଏଥିପାଇଁ ଶୁଦ୍ଧଧନ ଓ ମହାପ୍ରଜାପତି, ସିଦ୍ଧାର୍ଥଙ୍କୁ ସ୍ୱୟଂମ୍ବରକୁ ଯିବା ପାଇଁ ସୂଚନା ଦେଇଥିଲେ, ଏବଂ ସ୍ୱୟଂମ୍ବରକୁ ସିଦ୍ଧାର୍ଥ ଯାଇଥିଲେ।ସ୍ୱୟଂମ୍ବର ସଭାରେ ଯଶୋଧରା ସିଦ୍ଧାର୍ଥଙ୍କୁ ଚୟନ କରିଲେ କିନ୍ତୁ ଏକଥା ଦଣ୍ଡପାଣି ଶୁଣି ଏତେଟା ଖୁସି ହେଲେ ନାହିଁ।

ଦଣ୍ଡପାଣି ଯଶୋଧରାଙ୍କୁ ଯାଇ କହୁଛନ୍ତି ସିଦ୍ଧାର୍ଥଙ୍କୁ ଗୃହସ୍ତ ଜୀବନ ପସନ୍ଦ ନୁହେଁ ଏବଂ ସେ ସବୁବେଳେ ଏକାନ୍ତ ରୁହନ୍ତି ଓ ସେ ସାଧୁ ସନ୍ଥଙ୍କ ଜୀବନ ଜାପନକୁ ବହୁତ ପସନ୍ଦ କରନ୍ତି ଏଥିପାଇଁ ସମସ୍ୟା ଅଛି।ଯଶୋଧରା ଏକଥା ଶୁଣି ସିଦ୍ଧାର୍ଥଙ୍କର ସବୁଗୁଣକୁ ସେ ପସନ୍ଦ କରନ୍ତି ଏବଂ ସେ ତାଙ୍କୁ ହିଁ ବିବାହ କରିବେ ନିର୍ଣ୍ଣୟ ନେଇଛନ୍ତି। ଯଶୋଧରାଙ୍କ ମାଆ ଝିଅଙ୍କ ଇଚ୍ଛାନୁସାରେ ସବୁ ହେଉ କହି ଦଣ୍ଡପାଣିଙ୍କୁ କହୁଛନ୍ତି, ଏବଂ ସଭାରେ ଉପସ୍ଥିତ ଥିବା ଅନ୍ୟସବୁ ରାଜକୁମାର ଏପରି ସ୍ଵୟଂମ୍ବରକୁ ବିରୋଧ କରିଛନ୍ତି ଓ କୌଣସି ଏକ ପ୍ରତିଯୋଗିତାର ଆୟୋଜନ ପାଇଁ କହିଛନ୍ତି।ଏଥିପାଇଁ ଧନୁଚଳନା ପ୍ରତିଯୋଗିତା ହୋଇଛି ଏବଂ ସିଦ୍ଧାର୍ଥ ଏଥିରେ ପ୍ରଥମ ହୋଇଛନ୍ତି ଏବଂ ଯଶୋଧରାଙ୍କୁ ବିବାହ କରିଲେ, ପରବର୍ତ୍ତୀ ସମୟରେ ତାଙ୍କର ଏକ ପୁତ୍ର ସନ୍ତାନ ରାହୁଲ ଜନ୍ମ ହୋଇଥିଲେ।ସୁଦ୍ଧଧନ ବହୁତ ଖୁସୀ ଥିଲେ କାରଣ ତାଙ୍କ ପୁଅ ସିଦ୍ଧାର୍ଥ ଗୃହସ୍ତ ଜୀବନ ଯାପନ କରୁଛନ୍ତି କିନ୍ତୁ ଏହି ଆନନ୍ଦ ମଧ୍ୟରେ ଏକ ପ୍ରକାର ଆଶଂକାମଧ୍ୟ କରୁଥିଲେ କାଳେ ଅସିତ କରିଥିବା ଭବିଷ୍ୟ ବାଣୀ ସତ ହୋଇଯିବ।ଏଥିପାଇଁ ସୁଦ୍ଧଧନ ତାଙ୍କର ମହାମନ୍ତ୍ରୀ ବା ପୁରୋହିତ ଉଦୟନଙ୍କୁ ଡ଼ାକି ସିଦ୍ଧାର୍ଥ କିପରି ଭୋଗ ବିଳାସ ଏବଂ ସାମାଜିକ ଉପଭୋଗରେ ବୁଡ଼ି ରହିବେ ସେ କଥା କହିଛନ୍ତି ଓ ସିଦ୍ଧାର୍ଥଙ୍କ ପାଇଁ ତିନୋଟି ଭିର୍ଣ୍ଣ ଭିର୍ଣ୍ଣ ମହଲ ନିର୍ମାଣ କରିଛନ୍ତି(ଗ୍ରୀଷ୍ମ, ବର୍ଷା, ଶୀତ କାଳ ପାଇଁ)।ଉଦ୍ଦୟନ ସିଦ୍ଧାର୍ଥଙ୍କୁ କାମନା,ଭୋଗ,ବିଳାଶରେ ଆସକ୍ତ ରଖିବା ପାଇଁ ଗୋଟେ ଅନନ୍ତପୁର କରିଛନ୍ତି ଏବଂ ସେ ଘରେ ବିଶ୍ଵରୁ ସୁନ୍ଦର ସୁନ୍ଦର ଯୁବତୀ ଆଣି ରଖିଲେ ଏବଂ ସୁବତୀ ମାନଙ୍କୁ ନିର୍ଦେଶ ଦେଲେ ସିଦ୍ଧାର୍ଥଙ୍କୁ ଭୋଗ ବିଳାସରେ ବାନ୍ଧି ରଖିବା ପାଇଁ।

ସିଦ୍ଧାର୍ଥ ସେ ସମସ୍ତ ସୁନ୍ଦର ଅପ୍ସରା ଯୁବତୀ ମାନଙ୍କୁ ଦେଖି ବିଚଳିତ ହୋଇ ନାହାଁନ୍ତି ଓ ମନେ ମନେ ଗୋଟେ କଥା ଭାବୁଛନ୍ତି ଏ ଯୁବତୀ ମାନେ କ'ଣ ବୁଝି ପାରୁ ନାହାଁନ୍ତି କି ତାଙ୍କର ଏ ଯେଉଁ ରୂପ,ଯୌବନ, ସୌନ୍ଦର୍ଯ୍ୟ ଶରୀର କ୍ଷଣ ସ୍ଥାୟୀ ଓ ବୃଦ୍ଧ ସମୟରେ ଏସବୁ ଚାଲିଯିବ, ଏପରି ଭାବି ସିଦ୍ଧାର୍ଥ ସେ ଯୁବତୀ ମାନଙ୍କୁ ପରିତ୍ୟାଗ କରିଛନ୍ତି, ଯୁବତୀ ମାନେ ସିଦ୍ଧାର୍ଥଙ୍କୁ ମତେଇବାରେ ଅସଫଳ ହୋଇଥିବାର ଦେଖି ଉଦୟନ ନିଜେ ସିଦ୍ଧାର୍ଥଙ୍କ ନିକଟକୁ ଆସି ସିଦ୍ଧାର୍ଥଙ୍କୁ କହିଲେ।
ମତେ ରାଜା ସୁଦ୍ଧଧନ ଆପଣଙ୍କ ମିତ୍ର ହେବାପାଇଁ ଚୟନ କରିଛନ୍ତି ଓ ମୁଁ ଜଣେ ମିତ୍ର ହିସାବରେ ଆପଣଙ୍କୁ ସଠିକ ରାସ୍ତାରେ ଚଳେଇବା ପାଇଁ ଚାହିଁବି, ମୁଁ ଦେଖୁଛି ଆପଣ ଗୃହସ୍ତ ଜୀବନ ତ୍ୟାଗ କରୁଛନ୍ତି ଏଥିପାଇଁ ଆପଣଙ୍କୁ ରୋକିବା ପାଇଁ ଅନେକ ଚେଷ୍ଟା କରୁଛି, ଏହି ଉଦ୍ୟସରେ ଆପଣଙ୍କ ପାଇଁ ବିଶ୍ଵର ସୁନ୍ଦର ସୁନ୍ଦର ତରୁଣୀ ମାନଙ୍କୁ ବାଛି ଆଣିଛି କିନ୍ତୁ ଆପଣ ତାଙ୍କ ଉପରେ ଟିକେଟ ଦୃଷ୍ଟି ପକାନ୍ତୁ, ଯେଉଁ ତରୁଣୀ ମାନଙ୍କୁ ଦେଖି ମୁନିରୁଷି ମାନେବି ତରଳି ଯାଆନ୍ତି ଆପଣ ସେମାନଙ୍କ ଉପରେ ଟିକେବି ନଜର ପକାଉ ନାହାଁନ୍ତି? ଏକଥା ଶୁଣି ସିଦ୍ଧାର୍ଥ କହୁଛନ୍ତି ମୁଁ ସେ ଯୁବତୀ ମାନଙ୍କୁ ଅପମାନିତ କରିବା ପାଇଁ ଚାହୁଁନି କିନ୍ତୁ ମୁଁ କୌଣସି କାମ,ଭୋଗ,ବିଳାଶରେ ଲିପ୍ତ ହେବା ପାଇଁ ଚାହୁଁନି କାରଣ ଏସବୁ ଅନିତ୍ୟ ଯେବେ ଯୌବନ ସମୟ ଚାଲିଯିବ ସେବେ ଏସବୁର ମୂଲ୍ୟ କିଛି ରହିବ ନାହିଁ।ସିଦ୍ଧାର୍ଥଙ୍କ ଠାରୁ ଏ କଥାଶୁଣି ଉଦୟନ ଚିନ୍ତିତ ହୋଇ ରାଜା ଶୁଦ୍ଧଧନଙ୍କୁ ଜଣାଇଲେ ଓ ଅନନ୍ତପୁରକୁ ବନ୍ଦ କରାଗଲା।ସିଦ୍ଧାର୍ଥ ନିଜ ପଥରେ ଏପରି ଦୃଢ଼ତା ରହିଲେ।ଶାକ୍ୟ ମାନଙ୍କର ଏକ ସଙ୍ଘ ଥାଏ, ଯେଉଁ ସାକ୍ୟ ରାଜ ପରିବାରର ସଦସ୍ୟଙ୍କ ବୟସ ବିଂଶ ବର୍ଷ ବୟସ ହୁଏ ସେ ସେହି ସାକ୍ୟ ସଂଘରେ ପ୍ରବେଶ କରିବା ବାଧ୍ୟତାମୂଳକ, ଏଥିପାଇଁ ସୁଦ୍ଧଧନ କୂଳ ପୁରୋହିତଙ୍କୁ ଡ଼ାକି ସିଦ୍ଧାର୍ଥଙ୍କୁ ସାକ୍ୟ ସଂଘରେ ପ୍ରବେଶ କରିବା ପାଇଁ ଡ଼କେଇଲେ, କୂଳ ପୁରୋହିତ ଏକ ସଭା ଡ଼କାଇଲେ ସାକ୍ୟ ସଂଘର "ସଂସ୍ଥାଘର" ମଧ୍ୟରେ ସଭାରେ ନିୟମ ଅନୁସାରେ ତିନିଥର ସହମତିରେ ହାତ ଉଠାଇ ସିଦ୍ଧାର୍ଥଙ୍କୁ ପ୍ରବେଶ କରାଇ ସାକ୍ୟ ସଂଘର ସଦସ୍ୟ ଭାବେ ଗ୍ରହଣ କରାଗଲା।ସାକ୍ୟ ସଂଘର ଏକ ନିୟମ ଥିଲା ଯେଉଁ ମାନେ ସାକ୍ୟ ସଂଘର ସଦସ୍ୟ ହେବେ ସେମାନେ ତନ, ମନ, ଧନ ଲଗାଇ କାର୍ଯ୍ୟ କରିବେ କୌଣସି ଭୁଲ୍ ଅପରାଧ କରିବେ ନାହିଁ ଓ ସାକ୍ୟ ସଂଘର ନିର୍ଣ୍ଣୟକୁ ସଂମ୍ମାନ ଦେବେ ଓ ଦୃଢ଼ତାର ସହିତ ସଙ୍ଘ ପାଇଁ ଛିଡ଼ା ହେବେ ଏବଂ ସଙ୍ଘର ନିର୍ଦ୍ଧେଶ ଅନୁସାରେ ସମସ୍ତେ ଚଳିବେ।

ସିଦ୍ଧାର୍ଥ ସାକ୍ୟ ସଂଘର ସଦସ୍ୟ ହେଲାପରେ ଜଣେ ଦାଇତ୍ୱବାନ ସଦସ୍ୟ ରୂପେ ସାକ୍ୟଙ୍କର ପ୍ରତେକଟି ନିର୍ଣ୍ଣୟକୁ ସମର୍ଥନ କରି ଆସୁଥିଲେ ପ୍ରାୟ ସାକ୍ୟ ସଂଘରେ ଆଠ ବର୍ଷ ଧରି କାର୍ଯ୍ୟ କରିଛନ୍ତି କିନ୍ତୁ ହଟାତ ତାଙ୍କ ଜୀବନରେ ଏକ ଏପରି ପରିସ୍ଥିତି ଆସିଲା ଯାହା ସିଦ୍ଧାର୍ଥ ଓ ତାଙ୍କ ପରିବାର ପାଇଁ ଦୁଃଖ ଆଣିଦେଲା।ସିଦ୍ଧାର୍ଥଙ୍କୁ ଯେବେ ଅଠେଇସି ବର୍ଷ ବୟସ ହୋଇଥିଲା ସେବେ ପଡ଼ୋଶୀ ରାଜ୍ୟ "କୋଲ୍ହ ଓ ସାକ୍ୟ" ମଧ୍ୟରେ ରୋହିଣୀ ନଦୀର ଜଳକୁ ନେଇ ବିବାଦ ଉପୁଜିଛି(ସାକ୍ୟ ଓ କୋଲ୍ହର ରାଜ୍ୟର ବିଭାଜିତ ସୀମା ରୋହିଣୀ ନଦୀ ଥିଲା।) ପ୍ରତିବର୍ଷ ମୌସୁମୀ ସମୟ ଆସିଲେ ରୋହିଣୀ ନଦୀର ଜଳ ବ୍ୟବହାରକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ହୁଏ ଏବଂ ମରାମରି ହୁଅନ୍ତି।ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ରୋହିଣୀ ନଦୀର ଜଳକୁ ବ୍ୟବହାର କରିବା ପାଇଁ ସାକ୍ୟ ଓ କୋଲ୍ହଙ୍କ ମଧ୍ୟରେ ଝଗଡ଼ା ଲାଗିଛି, ଏଥିପାଇଁ ସାକ୍ୟ ସଂଘର ସେନାପତି ଏକ ସଭା ଡ଼କେଇ କୋଲ୍ହ ରାଜ୍ୟକୁ ଦୋଷ ଦେଇ ଯୁଦ୍ଧ ମାଧ୍ୟମରେ ଏ ଝଗଡ଼ାକୁ ସବୁଦିନ ପାଇଁ ସମାଧାନ କରିଦେବା ପାଇଁ କହିଛନ୍ତି।ଏଥିପାଇଁ ନିୟମ ଅନୁଯାୟୀ ସଭାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କୁ ହାତ ଉଠାଇ ସହମତି ଦେବା ପାଇଁ କହିଛନ୍ତି।ସଭାରେ ଉପସ୍ଥିତ ଥିବା ସିଦ୍ଧାର୍ଥ ନିଜ ଜେଗାରେ ଛିଡ଼ା ହୋଇ ଏପରି ପ୍ରସ୍ତାପକୁ ବିରୋଧ କରି କହିଛନ୍ତି,"ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ, ଗୋଟେ ଯୁଦ୍ଧ ଅନ୍ୟଗୋଟେ ଯୁଦ୍ଧକୁ ଜନ୍ମଦିଏ।ସାକ୍ୟ ଓ କୋଲ୍ହ ମଧ୍ୟରେ ଯେଉଁ ବିବାଦ ଉପୁଜିଛି ଏହାର ଯାଞ୍ଚ ଭଲ ଭାବରେ କରାଯାଉ ଦୁଇ ପକ୍ଷର ବିବାଦକୁରେ ଉଭୟ ପକ୍ଷଙ୍କର ଭୁଲ୍ ଅଛି ତ' ପ୍ରକୃତରେ ଭୁଲ୍ କାହାର ଅଛି ଏଥିପାଇଁ ଏହାର ପୂର୍ଣ୍ଣବାର ଯାଞ୍ଚ କରାଯାଉ।

ସେନାପତି ଏକଥା ଶୁଣି ଏହାର ଜବାବ ଦେଇ କହିଲେ ସାକ୍ୟ ପ୍ରଥମେ ଝଗଡ଼ା ଆରମ୍ଭ କରିଥିଲେ ଓ ପ୍ରଥମ ଭୁଲ୍ ସାଖ୍ୟଙ୍କର ହୋଇଛି, ସିଦ୍ଧାର୍ଥ ଏସବୁ ଶୁଣି ସେନାପତିଙ୍କୁ କହିଲେ ଏହାର ସମାଧାନ ପାଇଁ ଶାକ୍ୟର ଦୁଇଜଣ ଓ କୋଲ୍ହର ଦୁଇଜଣଙ୍କୁ ନେଇ ଏକ "ପର୍ଯ୍ୟବେକ୍ଷଣ ସମିତି" ଗଠନ କରାଯାଉ ଓ କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ କରାଯାଉ, ଏପରି ଏକ ପ୍ରସ୍ତାବ ସିଦ୍ଧାର୍ଥ ରଖିଲେ।ଏହି ପ୍ରସ୍ତାବକୁ ସେନାପତି ବିରୋଧ କରି କହିଲେ ଏପରି ନକରି କୋଲ୍ହକୁ ଉଚିତ୍ ଶିକ୍ଷା ଦେବାପାଇଁ ହେଲେ ଆମକୁ ଯୁଦ୍ଧ କରିବାକୁ ପଡ଼ିବ ନଚେତ୍ କୌଣସି ସମାଧାନ ବାହାରି ପାରିବ ନାହିଁ, ସେନାପତି ଏହି ପ୍ରସ୍ତାବ ରଖିଲେ।କିନ୍ତୁ ସିଦ୍ଧାର୍ଥ ଓ ସେନାପତିଙ୍କ ପ୍ରସ୍ତାବକୁ ନେଇ ଦୁଇ ଏକ ଭୋଟ୍ ପ୍ରକ୍ରିୟାର ବ୍ୟବସ୍ଥା ହେଲା।ଏହି ପ୍ରକ୍ରିୟାରେ ସେନାପତିଙ୍କ ସମର୍ଥନରେ ଅଧିକାଂଶ ମତ ଯିବାରୁ ଯୁଦ୍ଧ ହେବା ପାଇଁ ନିର୍ଣ୍ଣୟ କରାଗଲା।ସିଦ୍ଧାର୍ଥ ଏହାକୁ ମଧ୍ୟ ବିରୋଧ କରିଲେ ଏପରି ପ୍ରସଙ୍ଗରେ ଯୁଦ୍ଧ କରିବା ଉଚିତ୍ ନୁହେଁ, କାରଣ ଆମେ ପୂର୍ବରୁ ଯୁଦ୍ଧ କରି ଆମ ସଂଘ ଦୁର୍ବଳ ହୋଇଯାଇଛି, ଆମେ ଏଥିପାଇଁ ନିଜର ସ୍ବାଧୀନତା ହରେଇଛେ କୋଶଳରାଜ୍ୟର ବିନା ଅନୁମତିରେ ଆମେ କିଛି ବି ନିର୍ଣ୍ଣୟ ନେଇ ପାରୁନେ ଏବଂ କୋଲ୍ହ ରାଜ୍ୟରେ ଆମର ଅନେକ ବନ୍ଧୁ,ବାନ୍ଧବ,ସମ୍ପର୍କୀୟ ଅଛନ୍ତି ଏଥିପାଇଁ ଏ ଯୁଦ୍ଧର ନିଷ୍ପତ୍ତି ପରିବର୍ତ୍ତନ କରାଯାଉ।ପରଦିନ ସେନାପତି ଏକ ବୈଠକ ଡକେଇ ନିର୍ଦେଶ ଦେଲେ ବିଂଶରୁ ପଚାଶ ବର୍ଷ ବୟସ ମଧ୍ୟରେ ଯେଉଁମାନେ ଅଛନ୍ତି ସେମାନେ ଯୁଦ୍ଧ ଲଢ଼ିବା ବାଧ୍ୟତାମୂଳକ ଯୁବକ ମାନଙ୍କର ସୈନ୍ୟ ବାହିନୀ ପ୍ରବେଶ କରାଯାଉ ସେନାପତି ଏପରି ପ୍ରସ୍ତାବ ରଖିଲେ କିନ୍ତୁ ସିଦ୍ଧାର୍ଥ ଏ ପ୍ରସ୍ତାବକୁ ବିରୋଧ କରି କହିଲେ ଏପରି ନିର୍ଣ୍ଣୟ ନେବା ଅନୁଚିତ୍ ଯଦି ଏପରି ଅର୍ଣ୍ଣାୟରେ ସୈନିକ ଭର୍ତ୍ତି କରାଯାଏ ତ' ମୁଁ ଏଥିରୁ ନିବୃତ୍ତ ରହିବି ଯୁଦ୍ଧ ଲଢ଼ିବାରେ ଭାଗ ନେବି ନାହିଁ।ସିଦ୍ଧାର୍ଥଙ୍କ ମୁହଁରୁ ଏକଥା ଶୁଣି ସେନାପତି କହିଲେ  ମନେ ପକାଅ  ଯେବେ ତମେ ସାକ୍ୟ ସଂଘର ସଦସ୍ୟ ହୋଇଥିଲ ସେତେବେଳେ ଶପଥ ନେଇଥିଲ ସାକ୍ୟ ମାନଙ୍କର ହିତ ପାଇଁ ତନ୍,ଧନ୍,ମନ୍,ରେ କାର୍ଯ୍ୟ କରିବ ଓ ସାକ୍ୟଙ୍କର ସ୍ୱାର୍ଥରେ ଛିଡ଼ା ହେବ, ସିଦ୍ଧାର୍ଥ ଏହାର ଉତ୍ତର ଦେଇ କହିଲେ ମୁଁ ସାକ୍ୟଙ୍କର ହିତ ଓ ସ୍ୱାର୍ଥରେ ଛିଡ଼ା ହୋଇଛି ଏଥିପାଇଁ ମୁଁ ଯୁଦ୍ଧ ନକରିବା ପାଇଁ କହୁଛି ଯଦି ଯୁଦ୍ଧ ହୁଏ ତ' ଶାକ୍ୟର ଅନେକ କ୍ଷତିହେବ, କୋଶଳ ରାଜ୍ୟ ଆମ ଉପରେ ଅଧିକା ଅଧିକାର ଜମେଇବ।

ସେନାପତି ଏହାର ଜବାବ ଦେଇ କହିଲେ 'ତମେ ଭାବୁଛକି କୋଷଳ ରାଜ୍ୟ ତୁମ ସପକ୍ଷରେ ଅଛି ଏବଂ ଆମେ ତମକୁ ଦଣ୍ଡ ଦେଲେ ସେ ଆମ ସଂଘର ନିର୍ଣ୍ଣୟରେ ମୁଣ୍ଡ ପୁରେଇବେ ଯଦି ଏକଥା ତମେ ଭାବୁଥାଅ ତ ଭୁଲ୍ ଭାବୁଥାଅ କାରଣ କୋଷଳ ରାଜ୍ୟ ଆମର ଏ ପ୍ରସଙ୍ଗରେ ମୁଣ୍ଡ ଖେଳାଇବ ନାହିଁ ଏବଂ ତମେ ସାକ୍ୟ ସଂଘ ବିରୁଦ୍ଧରେ ଯାଇଥିବାରୁ ତୁମକୁ ମୃତ୍ୟୁ ଦଣ୍ଡ ମିଳିବ।ସିଦ୍ଧାର୍ଥ ଏକଥା ଶୁଣି କହିଛନ୍ତି ତମେ ମତେ ମୃତ୍ୟୁ ଦଣ୍ଡ ଦିଅ ପଛେ କିନ୍ତୁ ସୈନ୍ୟ ବାହିନୀରେ ଏପରି ଅର୍ଣ୍ଣିବାର୍ଯ୍ୟ ହିସାବରେ କାହାକୁ ସାମିଲ କରନାହିଁ କିମ୍ବା ଯୁଦ୍ଧ କର ନାହିଁ।ସେନାପତି ମନେ ଭାବିଛନ୍ତି ଯଦି ସିଦ୍ଧାର୍ଥଙ୍କୁ ମୂର୍ତ୍ୟୁଦଣ୍ଡ ଦିଆଯିବ ତ' ଏବିଷୟରେ କୋଷଳ ରାଜ୍ୟ ଜାଣିଲେ ବହୁତ ଅନର୍ଥ ହେବ।ଏଥିପାଇଁ କୋଷଳ ରାଜ୍ୟକୁ ବାଧିଲା ପରି କିଛି ନକରି ଅନ୍ୟଏକ ରାସ୍ତା ବାଛିଲେ ଓ ସିଦ୍ଧାର୍ଥଙ୍କୁ କହିଲେ ତୁମକୁ ମୂର୍ତ୍ୟୁ ଦଣ୍ଡ ନଦିଆ ଯାଇ ତୁମ ପିତାଙ୍କୁ ରାଜ ଗାଦିରୁ ବହିଷ୍କାର କରାଯାଇ ତମର ଯେତେସବୁ ସମ୍ପତ୍ତିବାଡ଼ି ଅଛି ସେସବୁକୁ ଜବତ କରାଯିବା ସହିତ ତୁମ ପରିବାରକୁ ସାମାଜିକ ବହିଷ୍କାର କରାଯିବ।ସିଦ୍ଧାର୍ଥ ଏହାକୁ ଶୁଣି ସେନାପତିଙ୍କୁ କହିଛନ୍ତି ମୋ ବ୍ୟକ୍ତିଗତ କାରଣ ପାଇଁ ମୋ ପରିବାରକୁ କ'ଣ ଦଣ୍ଡ ଦିଆଯିବ ଏବଂ ଏଥିପାଇଁ ମୁଁ ଦାଇ ମତେ ଯାହାବି ଦଣ୍ଡ ଦିଅନ୍ତୁ କିନ୍ତୁ ମୋ ପରିବାରକୁ ଏପରି କରନ୍ତୁ ନାହିଁ।ଏହାପରେ ସିଦ୍ଧାର୍ଥଙ୍କୁ ଅନ୍ୟକିଛି ଦଣ୍ଡ ଦେବାପାଇଁ ଭାବୁଥିବା ବଳେ ସିଦ୍ଧାର୍ଥ ତାଙ୍କ ଆଡ଼ୁ ଏକ ପ୍ରସ୍ତାବ ଦେଇଛନ୍ତି,କହିଛନ୍ତି ମତେ ଦେଶରୁ ବହିଷ୍କାର ହେବାର ଅଛି ଯଦି, ମୁଁ ପରିବ୍ରାଜକ ହୋଇ ଯାଉଛି ଏହାବି ଏକ ପ୍ରକାରର ବହିଷ୍କାର ପରି ହେବ।ଏକଥା ଶୁଣି ସେନାପତି କହିଛନ୍ତି ଏହାବି ଏକ ସମସ୍ୟା।ଏଥିପାଇଁ ତମେ ତମ ପରିବାଠାରୁ ମଧ୍ୟ ଅନୁମତି ଆଣିବାକୁ ହେବ, ସିଦ୍ଧାର୍ଥ ଏହାସୁଣି ସେନାପତିଙ୍କୁ ଅନୁମତି ଆଣି ଆସିବାକୁ ଆଶ୍ୱାସନା ଦେଲେ ଅନୁମତି ମିଳୁ କି ନମିଳୁ କିନ୍ତୁ ଆସନ୍ତା ଦିନ ସାକ୍ୟ ରାଜ୍ୟ ଛାଡ଼ି ଚାଲିଯିବିଏବଂ ପରିବ୍ରାଜକ ହୋଇଯିବି କିନ୍ତୁ ଯୁଦ୍ଧ ଲଢ଼ିବି ନାହିଁ,ସଭା ମଧ୍ୟରେ ଉପସ୍ଥିତ ଥିବା ଜଣେ ସାକ୍ୟ ଛିଡ଼ା ହୋଇ କହିଲେ ସିଦ୍ଧାର୍ଥ ପରିବ୍ରାଜକ ହୋଇ ଚାଲିଯିବେ ଏଥିରେ କିଛି ସନ୍ଦେହ ନାହିଁ କିନ୍ତୁ ଯଦି କୋଷଳ ରାଜ୍ୟ ଏସମସ୍ତ ଘଟଣା ସମ୍ପର୍କରେ ଜାଣନ୍ତି ତ ବହୁତ ଅସୁବିଧା ହେବ ଏଥିପାଇଁ ଯୁଦ୍ଧ ଓ ସିଦ୍ଧାର୍ଥଙ୍କ ପରିବ୍ରାଜକ ହେବାର ଟିକେ ଅନ୍ତର ରଖାଯାଉ।

ସାକ୍ୟ ସଂଙ୍ଘ ସଭାରେ ଏସବୁ ଘଟଣା ଘଟି ସରିବା ପରେ ସିଦ୍ଧାର୍ଥ ରାଜପ୍ରାସାଦକୁ ଫେରିଲେ ଏବଂ ଦେଖିଲେ ତାଙ୍କ ପିତା ଶୁଦ୍ଧଧନ ଓ ମାତା ମହାପ୍ରଜାପତି କାନ୍ଧୁଛନ୍ତି, ସିଦ୍ଧାର୍ଥ ରାଜପ୍ରାସାଦକୁ ପହଞ୍ଚିବା ପୂର୍ବରୁ ଏସମସ୍ତ ଘଟଣାର ଖବର ରାଜା ଶୁଦ୍ଧଧନଙ୍କ ନିକଟରେ ପହଞ୍ଚି ଥିଲା, ଏଥିପାଇଁ ଶୁଦ୍ଧଧନ ସିଦ୍ଧାର୍ଥଙ୍କୁ କହିଲେ ତମ ସହିତ ଯାହା ହୋଇଛି ତା' ବିଷୟରେ ଆମେ ସବୁ ଜାଣିଛୁ ଆମେ ଯୁଦ୍ଧକୁ ନେଇ ତପ୍ତର  ଥିବାବଳେ ତମେ କ'ଣ ପାଇଁ ଏପରି ନିର୍ଣ୍ଣୟ ନେଇଗଲ, କ'ଣ ପାଇଁ ସବୁ ସୀମା ପାର କରିଦେଲ? ସିଦ୍ଧାର୍ଥ, ଶୁଦ୍ଧଧନଙ୍କୁ ବୁଝାଇକି କହିଲେ,"ମୁଁ ସାକ୍ୟ ସଂଘ ସହିତ ସମସ୍ତିଙ୍କୁ ତର୍କ ମାଧ୍ୟମରେ ବୁଝାଇବା ପାଇଁ ଚାହୁଁଥିଲି କିନ୍ତୁ ସେନାପତି ସମସ୍ତ ଶାକ୍ୟଙ୍କୁ ଏପରି ଉତ୍ତେଜନା କରି ରଖିଥିଲେ ଯେ' ସବୁ ସାକ୍ୟ ଯୁଦ୍ଧ ଲଢ଼ିବା ପାଇଁ ଆଗଭର ଥିଲେ ଏଥିପାଇଁ ମୁଁ ସେମାନଙ୍କୁ ବୁଝାଇବା ପାଇଁ ଅସଫଳ ହେଲି।ହେଲେ ଏତେସବୁ ବିରୋଧ ପରେ ବି ମୁଁ ସତ୍ୟ ଓ ନ୍ୟାୟରୁ ବିଚ୍ୟୁତ ହୋଇ ନାହିଁ, କିନ୍ତୁ ଶୁଦ୍ଧଧନ ଏହାକୁ ନେଇ ଅଶାନ୍ତି ଥିଲେ ଓ ସିଦ୍ଧାର୍ଥଙ୍କୁ ଗୋଟେ ପ୍ରଶ୍ନ ପଚାରିଲେ କି ତମେ ଏତେବଡ଼ ପଦକ୍ଷପ ନେଲ କିନ୍ତୁ ଆମ କଥା ଜମାବି ଭାବିଲ ନାହିଁ??? ସିଦ୍ଧାର୍ଥ ଏହାର ଉତ୍ତର ଦେଇ କହିଛନ୍ତି, ତମ ମାନଙ୍କ ପାଇଁ ହିଁ ତ' ଏସବୁ କରିଲି ଓ ପ୍ରବଜା ନେବାପାଇଁ ନିର୍ଣ୍ଣୟ ନେଲି ନଚେତ୍ ସେମାନେ ତମ ଜମି,ବାଡ଼ି, ଧନ, ସମ୍ପତ୍ତି ଜବତ କରି ନେଇଥାନ୍ତେ ଓ ତମକୁ ରାଜ ଗାଦିରୁ ହଟାଇ ସମଗ୍ର ପରିବାରକୁ ସାମାଜିକ ବହିଷ୍କାର କରିଥାନ୍ତେ।

ଶୁଦ୍ଧଧନ ଏକଥା ଶୁଣି ସିଦ୍ଧାର୍ଥଙ୍କୁ କହିଲେ ଆମର ଧନ,ସମ୍ପତ୍ତି, ରାଜଗାଦିର ଆବଶ୍ୟକ ନାହିଁ ଆମେ ରାଜ୍ୟ ଛାଡ଼ି ଅନ୍ୟ କୌଣସି ରାଜ୍ୟରେ(କୋଶଳ ରାଜ୍ୟ) ଶରଣ ନେବା କିନ୍ତୁ ତମ ସହିତ ଆମେ ମଧ୍ୟ ଯିବୁ, ସିଦ୍ଧାର୍ଥ ଏହାସୁଣି ଅମଙ୍ଗ ହେଲେ ଓ କହିଲେ ମୋର ପ୍ରବଜା ବିଷୟରେ କୋଷଳ ରାଜ୍ୟକୁ ବି ଯେମିତି ଜଣା ନପଡ଼େ ଯଦି କୋଷଳ ରାଜ୍ୟ ଏସମସ୍ତ ଘଟଣା ବିଷୟରେ ଜାଣେ ତ' ସାକ୍ୟ ପ୍ରତି ଅନର୍ଥ ହେବ ମୁଁ ସାକ୍ୟ ସଭାରେ କଥା ଦେଇଥିଲି କୋଷଳ ରାଜ୍ୟ ମୋ ପ୍ରବଜା ବିଷୟରେ କିଛି ଜାଣି ପାରିବ ନାହିଁ ଯଦି ଆମେ ତାଙ୍କର ସରଣ ନେବା ତ' ଦେଶ ଦ୍ରୋହହେବ ଏଥିପାଇଁ ଏସବୁକୁ ଗ୍ରହଣ କରିପାରିବି ନାହିଁ, ଏବଂ ଶୁଦ୍ଧଧନଙ୍କୁ ନିଜ ସାଙ୍ଗେ ଯିବାପାଇଁ ଅନୁମତି ଦେଲେ ନାହିଁ,ଏବଂ କହିଲେ ମୋ ସାନ ଭାଇ ନନ୍ଦ(ଶୁଦ୍ଧଧନ ଓ ମହାପ୍ରଜାପତିଙ୍କ ପୁତ୍ର) ଏବେ ଛୋଟ ଅଛି, ମୋ ପୂତ୍ର ରାହୁଲ ଏବେ ଜନ୍ମ ହୋଇଛି ଓ ଶାକ୍ୟର ସଂମ୍ମାନ ପାଇଁ ଅନ୍ୟ କାହାର ସରଣ ନେବା ମଧ୍ୟ ଉଚିତ୍ ନୁହଁ।ଏହାପରେ ମାତା ମହାପ୍ରଜାପତି କାନ୍ଦି କାନ୍ଦି କହିଲେ ମୁଁ ତମ ସହିତ ପ୍ରବଜା ନେବାପାଇଁ ଚାହୁଁଛି ତମ ସହିତ ମୁଁ ବି ଗୃହ ପରିତ୍ୟାଗ କରିବି,ସିଦ୍ଧାର୍ଥ ମନାକରି କହିଲେ ଯଦି ମୁଁ ଯୁଦ୍ଧରେ ଲଢ଼ି ମରି ଯାଇଥାନ୍ତି ତମେ ଗର୍ବ କରିଥାନ୍ତ ନାଁ ଏପରି କନ୍ଧିଥାନ୍ତ? ମହାମାୟା ଏହାର ଉତ୍ତରରେ କହିଲେ କ୍ଷତ୍ରିୟର ଧର୍ମ ହେଉଛି ଯୁଦ୍ଧ କରିବା ଓ ଯୁଦ୍ଧ ଭୂମିରେ ବଳିଦାନ ଦେଇ ବିରତ୍ବ ପ୍ରାପ୍ତ ହେବା କିନ୍ତୁ ତମେ ତ' ଜଙ୍ଗଲ ଯାଇ ବାଘ,ଭାଲୁ,ହାତୀ ପରି ଜଙ୍ଗଲ ଜନ୍ତୁଙ୍କ ସହିତ ରହିବ।ସିଦ୍ଧାର୍ଥ  ଶୁଣି କହିଲେ ଯୁଦ୍ଧରେ ନିଜ ଭାଇ ମାନଙ୍କୁ ମାରିବା ଠାରୁ ସହେଗୁଣ ଭଲ ହେବ ଜଙ୍ଗଲକୁ ଜାଇ ଜଙ୍ଗଲୀ ଯିବ ଜନ୍ତୁଙ୍କ ସହିତ ରହିବା,ତ ଏଥିପାଇଁ ମତେ ଅନୁମତି ଦିଅ ମୁଁ ଯିବାକୁ ପ୍ରସ୍ତୁତ ହେବି।ମାଆଙ୍କ ଠାରୁ ଅନୁମତି ନେଇ "ସିଦ୍ଧାର୍ଥ" ଯେବେ ପତ୍ନୀ ଯଶୋଧରାଙ୍କ କକ୍ଷକୁ ଯାଇଛନ୍ତି ସେଠାରେ ସେ "ଯଶୋଦାରାଙ୍କୁ" କ'ଣ କହିବେ କିଛି ଭାବି ପାରି ନାହାଁନ୍ତି, ଯଶୋଧରା ସିଦ୍ଧାର୍ଥଙ୍କୁ ଦେଖି ନିଯଆଡ଼ୁ ପ୍ରଥମେ କହିଲେ ସାକ୍ୟ ସଂଘ ସଭାରେ ଘଟିଥିବା ଘଟଣା ବିଷୟରେ ସବୁ ଜାଣିଛନ୍ତି, ସିଦ୍ଧାର୍ଥ ଯଶୋଧରାଙ୍କୁ ପ୍ରଶ୍ନ କରିଛନ୍ତି ମୋ ଜେଗାରେ ଯଦି ତମେ ଥାନ୍ତ ତ' କ'ଣ କରିଥାନ୍ତ? ଯଶୋଧରା ଉତ୍ତର ରେ କହିଲେ, ଯାହା ତମେ କରିଲ ତା' ମୁଁ ବି କରିଥାନ୍ତି।ଯଦି ଆମ ପୁଅ ରାହୁଲ ଛୋଟ ହୋଇନଥାନ୍ତା ତ' ମୁଁ ବି ତମ ସହିତ ପ୍ରବଜା ହୋଇ ଦେଶ ଛାଡ଼ି ଚାଲି ଯାଇଥାନ୍ତି।

 ଯଶୋଦାରାଙ୍କ ମୁଁହରୁ ଏ ସବୁଶୁଣି ସିଦ୍ଧାର୍ଥ ଭାବିଛନ୍ତି ସତରେ ଯଶୋଧରା ଜଣେ ମହାନ ସାହସୀ ଯୋଧ୍ୟା ନାରୀ।ଏହାପରେ ସିଦ୍ଧାର୍ଥ ନିଜ ପୁତ୍ର ରାହୁଲକୁ ଦେଖିବାପାଇଁ ଯଶୋଧରାଙ୍କୁ ଆଣିବା ପାଇଁ କହିଲେ ଓ ଯଶୋଦାରା ରାହୁଲଙ୍କୁ ଆଣି ସିଦ୍ଧାର୍ଥଙ୍କ ହାତରେ ଧରାଇଲେ ଏବଂ ସିଦ୍ଧାର୍ଥ ନିଜର ପିତୃତ୍ୱର ବାତ୍ସଲ୍ୟ ନଜରରେ ରାହୁଲଙ୍କୁ ଦେଖି ବିଦାୟ ନେଲେ।ଏହାପରେ ସିଦ୍ଧାର୍ଥ ପରଦିନ ସକାଳେ ରୁଷି "ଭରଦ୍ବାଜଙ୍କ" ଆଶ୍ରମକୁ ଗଲେ ଓ ସେଠାରେ ଅନେକ ଲୋକ ହାତ ଯୋଡ଼ି ହୋଇ ଠିଆ ହେବା ସହିତ କାନ୍ଧୁଥିବାର ଦେଖିଲେ। ଅନେକ ଭିଡ଼ରେ ସେ ଭରଦ୍ବାଜ ଆଶ୍ରମ ଦ୍ୱାରକୁ ଆସିଲେ,ଘରୁ ବାହାରିବା ସମୟରେ ନିଜର ସାରଥି ଛନ୍ନ ଓ ଘୋଡ଼ା କନ୍ଥଙ୍କ ସହିତ ଆସିଲେ, ଏବଂ ସେ ଛନ୍ନଙ୍କୁ କହିଲେ ଘୋଡ଼ା କନ୍ଥକୁ ନେଇକି ଗୋଟେ ଗଛରେ ବାନ୍ଧି ଦିଅ, ସିଦ୍ଧାର୍ଥ ଚାହିଁଥିଲେ ସେ ପ୍ରବଜା ନେବା ସମୟରେ ତାଙ୍କ ମାତା-ପିତା ଆଶ୍ରମରେ ଉପସ୍ଥିତ ନରୁହନ୍ତୁ କିନ୍ତୁ ତାଙ୍କ ମାତା-ପିତା ପୂର୍ବରୁ ଆସି ଉପସ୍ଥିତ ଥିଲେ, ସିଦ୍ଧାର୍ଥ ଏହାପରେ ତାଙ୍କ ପାଦ ଛୁଇଁ ଆଶ୍ରିବାଦ ନେଲେ କିନ୍ତୁ ତାଙ୍କ ମାତା-ପିତାଙ୍କ ମୁହଁରୁ କୌଣସି କଥା ବାହାରୁ ନଥିଲା ଏବଂ ସେ ବହୁତ କାନ୍ଧୁଥିଲେ।ଏହାପରେ ସିଦ୍ଧାର୍ଥ ନିଜ ସାରଥୀ ଛନ୍ନଙ୍କ ପାଖକୁ ଯାଇ ସମସ୍ତ ଆଭୂଷଣ ଦେଇ ଭରଦ୍ବାଜଙ୍କ ଆଶ୍ରମକୁ ପ୍ରବେଶ କରିଲେ, ସିଦ୍ଧାର୍ଥଙ୍କ ସମ୍ପର୍କୀୟ ଭାଇ "ମହାନାମ" ସିଦ୍ଧାର୍ଥଙ୍କ ପାଇଁ ପ୍ରବଜା ଧାରଣ ପାଇଁ ଉଦିଷ୍ଠ ସମସ୍ତ ବସ୍ତ୍ର ଓ ଭିକ୍ଷା ପାତ୍ର ଆଣିଥିଲେ, ସିଦ୍ଧାର୍ଥ ତାଙ୍କଠାରୁ ମୁଣ୍ଡ ନୁଆଁଇକି ଏସବୁ ଗ୍ରହଣ କରି ଋଷି ଭରଦ୍ବାଜଙ୍କ ପାଖକୁ ଗଲେ।ଏହାପରେ ଋଷି ଭରଦ୍ବାଜ ନିଜର ଶିଷ୍ୟଙ୍କ ସହାୟତାରେ ସିଦ୍ଧାର୍ଥଙ୍କୁ ପ୍ରବଜା କରିଥିଲେ ଓ ଘୋଷଣା କରିଲେ, ପରେ ସିଦ୍ଧାର୍ଥ ଆଶ୍ରମ ଛାଡ଼ି ଗଲେ କପିଳବସ୍ତୁରୁ ବାହାରି ଅନୁମା ନଦୀ ଆଡ଼େ ଗଲେ ଓ ନଦୀ ତଟରୁ ପଛକୁ ଚାହିଁ ଦେଖିଲେ ମାତା-ପିତା ସହିତ ସମଗ୍ର କପିଳବସ୍ତୁର ଜନସାଧାରଣ ତାଙ୍କ ପଛରେ ଆସୁଛନ୍ତି, ଏହାଦେଖି "ସିଦ୍ଧାର୍ଥ" ସମସ୍ତିଙ୍କୁ ଅନୁରୋଧ କରି କହିଲେ ମୋ ପଛରେ ଆସନ୍ତୁ ନାହିଁ, ମୁଁ ଯୁଦ୍ଧ ରୋକିବାକୁ ଅସମର୍ଥ ହେଲି ଏବଂ ଯଦି ତମେ ମାନେ ମତେ ଭଲ ପାଉଛ ତ' ଯୁଦ୍ଧ ରୋକିବା ପାଇଁ ଚେଷ୍ଟାକର।

ଏହାପରେ ସମସ୍ତେ ଘରକୁ ଫେରିଲେ ଓ ମହାମାୟା ରାଜପ୍ରାସାଦରେ ଛନ୍ନ ଆଣି ରଖିଥିବା "ସିଦ୍ଧାର୍ଥଙ୍କ" ସ୍ୱର୍ଣ୍ଣ ଆଭୂଷଣ ଦେଖି କାନ୍ଦିଲେ ଓ ଏହାକୁ ନେଇ ଏକ ବାକ୍ସ ମଧ୍ୟରେ ରଖିଲେ, ସମସ୍ତେ ଘରକୁ ଫେରିଥିଲେ କିନ୍ତୁ ଛନ୍ନ ଓ କନ୍ଥ ଘରକୁ ନଫେରି ସିଦ୍ଧାର୍ଥଙ୍କ ପଛରେ ଯାଉଥିଲେ ଓ ସିଦ୍ଧାର୍ଥ ନଆସିବା ପାଇଁ ବାରଣ କରିଲେ କିନ୍ତୁ ଛନ୍ନ ଅନୁରୋଧ କରିଥିଲେ ଅତ୍ୟନ୍ତ ମତେ ଅନୁମା ନଦୀ ପର୍ଯ୍ୟନ୍ତ ତମ ସହିତ ଯିବା ପାଇଁ ଦିଅ,ଏହାପରେ ସିଦ୍ଧାର୍ଥ ଛନ୍ନଙ୍କୁ କହିଲେ ମିତ୍ର ତମେ ଫେରିଯାଅ ତମ ଭଳିଆ ମିତ୍ର ପାଇଁ ମୁଁ ବହୁତ ଗର୍ବିତ ତମକୁ ଦେବାପାଇଁ ମୋ ପାଖରେ କିଛି ନାହିଁ କିନ୍ତୁ ତମେ ଯାଇକି, ମୋ ପିତାଙ୍କୁ କହିବ ମୁଁ କୌଣସି ଅଲୌକିକ ଶକ୍ତି ପ୍ରାପ୍ତ ଉଦ୍ଦେଶ୍ୟରେ କିମ୍ବା କୌଣସି ଭୁଲ୍ କାର୍ଯ୍ୟ କରିବା ପାଇଁ ଯାଉ ନାହିଁ, ଆପଣଙ୍କ ଠାରୁ କମ୍ ଭଲ ପାଇବା ରାଗରେ ଘର ଛାଡ଼ି ଯାଉନି, ଏପରି କହି ସିଦ୍ଧାର୍ଥ କିପରି ଶୁଦ୍ଧଧନଙ୍କ ଦୁଃଖ ଦୂର ହେବ ମୋ ବିଷୟରେ ମନ୍ଦ କଥା କହି ପିତାଙ୍କ ଦୁଃଖ ଦୂର କରେଇବ, ଏହାପରେ ଛନ୍ନ କହିଛନ୍ତି ତମ ବିଷୟରେ ମନ୍ଦ କଥା କହିଲେ କିଏ ବିଶ୍ୱାସ କରିବ?  ସିଦ୍ଧର୍ଥ ଓ ଛନ୍ନଙ୍କ ମଧ୍ୟରେ ସମସ୍ତ ବାତ୍ତାଳପ ଘୋଡ଼ା କନ୍ଥ ଶୁଣୁଥାଏ ଓ ତା' ଆଖିରୁ ପାଣି ବାହାରୁ ଥାଏ, ମଝିରେ ମଝିରେ ସେ ମଧ୍ୟ ରଡ଼ି ଛାଡୁଥାଏ, ଏହାପରେ ଛନ୍ନ ଓ କନ୍ଥ ଘରକୁ ଫେରୁଥାନ୍ତି ଯେଉଁ ପଥକୁ କନ୍ଥ ଅତିକ୍ରମ କରି କିଛି ସମୟରେ ପହଁଚି ଯାଏ, ସେଇ ପଥକୁ ଅତିକ୍ରମ କରିବାକୁ ଅନେକ ସମୟ ନେଉଛି ଓ  ଯେବେ କପିଳ ବସ୍ତୁରେ ପହଁଚିଛି ସମସ୍ତ ସାକ୍ୟ ମାନେ କବାଟ, ଝରକା ଖୋଲି ଦେଖୁଛନ୍ତି କାଳେ "ସିଦ୍ଧର୍ଥ" ଫେରି ଆସିଛନ୍ତି, କିନ୍ତୁ ସିଦ୍ଧର୍ଥ ନଫେରିବା ଦେଖି ସମସ୍ତେ ଦୁଃଖରେ ମୁହଁ ଫେରେଇ ନେଉଛନ୍ତି ରାଜ କୁମାର ସିଦ୍ଧର୍ଥଙ୍କୁ ଝୁରୁଛନ୍ତି, କନ୍ଥକ ଆସି ଯେବେ ରାଜମହଲର ପହଁଚିଲା ତା'ର ଶବ୍ଦ ଶୁଣି ରାଜପରିବାରର ସମସ୍ତ ସଦସ୍ୟ ଆଶଙ୍କାର ସହିତ ଆସି ଦେଖିଲେ କାଳେ ସିଦ୍ଧର୍ଥ ଫେରି ଆସିଥିବେ କିନ୍ତୁ କନ୍ଥର ଖାଲି ପିଠି ଦେଖି, ମହାପ୍ରଜାପତି, ଯଶୋଦାରା, ଶୁଦ୍ଧଧନ ସମସ୍ତେ ଦୁଃଖରେ କାନ୍ଦି କି ଟଳି ପଡ଼ିଲେ, ମହାପ୍ରଜାପତି ଭାବୁଛନ୍ତି, ଯେଉଁ ହାତ ସବୁବେଳେ ଦାନ ଦେଉଥିଲା ଏବେ ସେ ହାତ କିପରି ଭିକ ମାଗିବ,ଯେଉଁ ଶରୀର ସବୁବେଳେ ଫୁଲର, କମଳର ସେଜରେ ଶୋଉଥିଲା ସେ ଏବେ ପୁଣି କେମିତି ଜଙ୍ଗଲର ଘାସ କିମ୍ବା ପତରରେ ସୋଇବ,ଯେବେ ସିଦ୍ଧାର୍ଥଙ୍କର ପ୍ରବଜା ହୋଇଥିଲା ତାଙ୍କୁ ସେବେ ୨୯ ବର୍ଷ ବୟସ ହୋଇଥିଲା।

ସିଦ୍ଧାର୍ଥ ଗୌତମ କପିଳବସ୍ତୁ ଛାଡ଼ି ରାଜଗୃହ ଯିବା ପାଇଁ ନିର୍ଣ୍ଣୟ କରିଲେ, ରାଜଗୃହ ମଗଧ ଦେଶର ରାଜଧାନୀ ଥିଲା ଓ ସେଠାରେ ଅନେକ ଜ୍ଞାନୀ, ଗୁଣୀ,ବୁଦ୍ଧିଜିବୀ,ରାଜନୈତିକ ବିଚାରକ, ମାର୍ଗଦର୍ଶକ ଆଦି ରୁହନ୍ତି ଏହା ସେମାନଙ୍କର ମୁଖ୍ୟ କାର୍ଯ୍ୟାଳୟ ଥିଲା, ଏବଂ ଏହି ସମୟରେ ମଗଧର ରାଜା ବିମ୍ବିସାର ଥିଲେ।ସିଦ୍ଧାର୍ଥ ଦୃଢ଼ ମନସ୍ଥରେ ଯେବେ ରାଜଗୃହ ଯାତ୍ରା କରିଲେ ବାଟରେ ପ୍ରଖର ସ୍ରୋତ ଭାବେ ପ୍ରବାହିତ ହେଉଥିବା ଗଙ୍ଗା ନଦୀକୁ ପାରି ହୋଇ ଗଙ୍ଗାର ଆର ପାର୍ଷରେ ପହଞ୍ଚିଲେ, ଯେତେବେଳେ ସେ ରାଜଗୃହ ଯାଉଥିଲେ ବାଟରେ ପ୍ରଥମେ ସାକ୍ଷୀ, ପରେ ପଦ୍ମା ନାଁ ରେ ଦୁଇଜଣ ବ୍ରାହ୍ମଣ ମହିଳାଙ୍କ ଆଶ୍ରମରେ ରହିଲେ ଓ ଅନ୍ୟ ଦିନେ ରଇବତ ରୁଷିଙ୍କ ଆଶ୍ରମରେ ରହିଲେ ଏବଂ ସେସମସ୍ତ ଆଶ୍ରମରେ "ସିଦ୍ଧାର୍ଥ ଗୌତମଙ୍କୁ" ଆଦର, ସଂମ୍ମାନ ଓ ଆତିଥ୍ୟତା ମିଳିଥିବା ବଳେ ଅନେକ ଜନସାଧାରଣ ଦେଖିବା ପାଇଁ ଆସୁଥିଲେ, ଜଣେ ରାଜପୁତ୍ର ଏପରି କ'ଣ ପାଇଁ ପରିବ୍ରାଜକ ପୋଷାକ ପରିଧ୍ୟାନ କରିଲେ ଏହାକୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ।ଏହାପରେ "ସିଦ୍ଧାର୍ଥ ଗୌତମ" ରାଜଗୃହ ପହଞ୍ଚିଲେ ବିଶେଷ ଭାବରେ ରାଜଗୃହ ପାଞ୍ଚୋଟି ପର୍ବତ ଦ୍ୱାରା ଘେରା ହୋଇଥିଲା, ସିଦ୍ଧାର୍ଥ ଗୌତମ ରାଜଗୃହ ପହଞ୍ଚି ସେଠାରେ ପାଣ୍ଡୁ ପର୍ବତ ତଳେ ଗଛର ଡାଳ, ବକଳ ଆଦି ସଂଗ୍ରହ କରି ଏକ କୁଡ଼ିଆ ନିର୍ମାଣ କରିଲେ।(କପିଳ ବସ୍ତୁରୁ ରାଜଗୃହ ସିଦ୍ଧାର୍ଥ ଗୌତମ ସାଢ଼େ ଚାରିଶ ମାଇଲ ବା ସାଢ଼େ ଛଅସ୍ କିମି ପାଦରେ ଚାଲିକି ଯାଇଥିଲେ)।ପର ଦିନ ସିଦ୍ଧାର୍ଥ ଗୌତମ ଯେତେବେଳେ ଭିକ୍ଷା ଗ୍ରହଣ କରିବା ପାଇଁ ଗଲେ ତାଙ୍କୁ ଲୋକମାନେ ଦେଖି ଭିଡ଼ ଜମାଇଛନ୍ତି ଓ ରାଜା ବିମ୍ବୀସାର ଏହି ଭିଡ଼କୁ ରାଜମହଲରୁ ଦେଖି ତାଙ୍କର ଦରୱାନଙ୍କୁ ଭିଡ଼ରେ କାରଣ କ'ଣ ବୁଝିକି ଆସିବା ପାଇଁ କହିଲେ, ଦରୱାନ ସିଦ୍ଧାର୍ଥ ଗୌତମଙ୍କୁ ଦେଖିକି ଆସି ରାଜା ବିମ୍ବିସାରଙ୍କୁ ଜଣାଇଲେ, ଏ ହେଉଛନ୍ତି ସେଇ ବ୍ୟକ୍ତି ଯାହାଙ୍କ ଭବିଷ୍ୟ ବାଣୀ ବ୍ରାହ୍ମଣ ମାନେ କରିଥିଲେ ଯଦି ଏ ସଂସାରରେ ରହିବେ ତ' ଚକ୍ରବର୍ତ୍ତୀ ସମ୍ରାଟ ହେବେ ଏବଂ ଯଦି ସଂସାର ପରିତ୍ୟାଗ କରିବେ ତ' ଏ ବୁଦ୍ଧ ହେବେ।

ବିମ୍ବିସାର ଏହାଶୁଣି ଉଲ୍ଲସିତ ହୋଇ ଦରୱାନଙ୍କୁ କହିଲେ ଏ କୁଆଡ଼େ ଯାଉଛନ୍ତି ତାଙ୍କ ପଛେ ପଛେ ଯାଅ ଓ ମତେ ଜଣାଅ, ଦରୱାନ ସିଦ୍ଧାର୍ଥ ଗୌତମଙ୍କ ପଛେ ପଛେ ଯାଇ ଦେଖିଲେ ସିଦ୍ଧାର୍ଥ ଗୌତମ ଏକ ଛୋଟ ଭିକ୍ଷା ପତ୍ର ଧରି ଭିକ୍ଷା ଗ୍ରହଣ କରୁଛନ୍ତି ଏବଂ ଯେଉଁ ସବୁ ଖାଦ୍ୟ ସାମଗ୍ରୀ ଭିକ୍ଷା ଆକାରରେ ମିଳୁଥିଲା ତା'କୁ ନେଇ ପାଣ୍ଡୁ ପର୍ବତର ତଳେ କରିଥିବା କୁଡ଼ିଆରେ ଖାଉଛନ୍ତି ଏବଂ ପର୍ବତ ଶିଖରକୁ ଯାଇ ଧ୍ୟାନରେ ବସୁଛନ୍ତି, ଏକଥା ଦରୱାନ ବିମ୍ବିସାରଙ୍କୁ ଜଣାଈଲେ।ବିମ୍ବିସାର ଏହାଜାଣି ସପରିବାର ସହିତ ରାଜଗୃହ ଆସିଲେ ସିଦ୍ଧାର୍ଥ ଗୌତମଙ୍କୁ ଦେଖିବା ପାଇଁ ଏବଂ ରାଜଗୃହରେ ପହଞ୍ଚି ପର୍ବତକୁ ଯେବେ ଚାହିଁଛନ୍ତି ପର୍ବତସବୁ ଚାଲିଲା ପରି ଦେଖା ଯାଉଛି ଏବଂ ପର୍ବତର ଶିଖର ତାଙ୍କୁ ସିଦ୍ଧାର୍ଥ ଗୌତମ ମୟ ଦେଖା ଯାଉଛି,ବିମ୍ବିସାର ଏହାପରେ ସିଦ୍ଧାର୍ଥଙ୍କ ପାଖକୁ ଯାଇ ଭଲ ମନ୍ଦ ଓ ସୁସ୍ଥତା ବିଷୟରେ ପଚାରି ବୁଝିଲେ।ସିଦ୍ଧାର୍ଥ ସମ୍ପୂର୍ଣ୍ଣ ଭଲ ଅଛନ୍ତି ଜଣାଇଛନ୍ତି।ବିମ୍ବିସାର ସିଦ୍ଧାର୍ଥଙ୍କୁ କହିଲେ ମୁଁ ଆପଣଙ୍କ ପରିବାରର ବଂଶାନୁକ୍ରମ ମିତ୍ର ଓ ମୁଁ ମିତ୍ରତାକୁ ଧ୍ୟାନ ଦେଇ ଆପଣଙ୍କୁ କିଛି ପଚାରିବା ପାଇଁ ଚାହୁଁଚି, ବିମ୍ବିସାର ଦେଖୁଛନ୍ତି ଜଣେ ରାଜପୁତ୍ର ସୁନ୍ଦର ଯୁବକ, ଯୌବନ ଅବସ୍ଥାରେ ଯେଉଁ ବୟସରେ ଶରୀରରେ ଚନ୍ଦନ ରୂପକ ବସ୍ତ୍ର ପରିଧାନ କରି ସାଶନ କରିବା କଥା ସେଇ ବୟସରେ ସୈନ୍ୟାସୀ ବସ୍ତ୍ର ପରିଧ୍ୟାନ କରି କିପରି ଭିକ୍ଷା ଗ୍ରହଣ କରିବ? ଅପଣ ମୋ ରାଜ୍ୟର କୌଣସି ଏକ ଅଞ୍ଚଳ ନେଇ ସାଶନ କର ଯଦି ଆପଣଙ୍କର କୂଳ ଏସବୁକୁ ଆଗ୍ରହ କରେନି ତ' ମୋ ସେନା ବାହିନୀରେ ଯୋଗ ଦେଇ ସେନା ବାହିନୀର ନେତୃତ୍ୱ ନିଅ, ଧର୍ମ,କାମ,ଧନ ଏ ଜୀବନର ତିନୋଟି ଉଦ୍ଦେଶ୍ୟ ଏହାକୁ ପ୍ରାପ୍ତ କର ଯେବେ ବୃଦ୍ଧ ଅବସ୍ଥା ଆସିଯିବ ଏହାକୁ ପ୍ରାପ୍ତ କରି ପାରିବ ନାହିଁ, ଏଣୁ ପରିବ୍ରାଜକ ତ୍ବାଗ କର।ଏହା ଶୁଣି ସିଦ୍ଧାର୍ଥ କହିଛନ୍ତି ହେ ରାଜନ ମତେ ଆପଣଙ୍କ ମୈତ୍ରୀ ବହୁତ ପସନ୍ଦ ଆସିଛି ମୁଁ ଆପଣଙ୍କ ମୈତ୍ରୀ ପାଇଁ ଗର୍ବିତ କିନ୍ତୁ ମୁଁ ଆପଣଙ୍କୁ ଗୋଟେ କଥା କହିବା ପାଇଁ ଚାହୁଁଚି ମତେ ସାପ,ବିଛା କିମ୍ବା ବିଜୁଳି ଘଡ଼ ଘଡ଼ିକୁ ଯେତିକି ଡର ଲାଗୁନାହିଁ ଯେତିକି ଡର ଏ  ଆସକ୍ତ ବିଷୟକୁ ଲାଗୁଛି ଏବଂ ମୋ ରାଜପଦବୀ, ରାଜ ସିଂହାସନ,ରାଜ ମୁକୁଟ ସବୁ ଚାଲି ଯାଇଛି ଏଥିପାଇଁ ମୁଁ ପରିବ୍ରାଜକ ହୋଇ ନାହିଁ, ସଂସାରର ଦୁଃଖ ଏହାର ପ୍ରତିକାର ପାଇଁ ମୁଁ ପରିବ୍ରାଜକ ହୋଇଛି, ଏହି ତର୍କ ଶୁଣିବା ପରେ ରାଜା ବିମ୍ବିସାର କ'ଣ ଉତ୍ତର ଦେବେ ଜାଣି ପାରୁ ନାହାଁନ୍ତି ତାଙ୍କ ମୁହଁରେ କୌଣସି ଉତ୍ତର ନଥିଲା। 

ଏହାପରେ ବିମ୍ବିସାର ସିଦ୍ଧାର୍ଥଙ୍କୁ କହିଲେ ଆପଣ ଯେଉଁ ମାର୍ଗ ଯଦି ଖୋଜି ପାଆନ୍ତି ତ' ମତେ ଜଣେଇବେ ମୁଁ ମଧ୍ୟ ଏହାକୁ ଗ୍ରହଣ କରିବି।ଏହାପରେ ବିମ୍ବିସାର ସେଠାରୁ ଚାଲିଗଲେ।ବିମ୍ବିସାର ଗଲାପରେ ସେଠାରେ ଉପସ୍ଥିତ ଥିବା ପାଞ୍ଚ ଜଣ ପରିବ୍ରାଜକ,କୁଣ୍ଡିନ୍ୟ,ଅଶ୍ଵଜିତ,କଶ୍ୟପା,ମହାନାମ, ବଧୁକ,ସିଦ୍ଧାର୍ଥଙ୍କ ପାଖକୁ ଆସିଲେ ଓ ସମସ୍ତିଙ୍କ ପରି ସିଦ୍ଧାର୍ଥଙ୍କୁ ସମ ପ୍ରଶ୍ନ କରିଲେ,ସିଦ୍ଧାର୍ଥ ସମସ୍ତ ଵିଷୟ ଜଣାଇଲେ, ଏହାପରେ ସେ ପଞ୍ଚଜଣ ପରିବ୍ରାଜକ କହିଲେ ଆପଣ ଆସିଲା ପରେ କପିଳ ବସ୍ତୁରେ କ'ଣ ହୋଇଛି ଆପଣ ଜାଣିଛନ୍ତି କି? ସିଦ୍ଧାର୍ଥ ମନାକରିଲେ ଏବଂ କହିଲେ କପିଳ ବସ୍ତୁର ଖବର କିଛି ଜାଣି ନାହିଁ।ଏହାପରେ ସିଦ୍ଧାର୍ଥଙ୍କୁ ସେମାନେ କହିଛନ୍ତି ଆପଣ କପିଳଵସ୍ତୁ ଛାଡ଼ିଲା ପରେ ସମସ୍ତ ଯୁବକ,ମହିଳା, ନାଗରିକ ମାନେ ଯୁଦ୍ଧ କରିବା ପାଇଁ ବିରୋଧ କରିଛନ୍ତି ଏବଂ କୋଲ୍ହ ଆମର ଭାଇ ଆମେ ତାଙ୍କ ସହିତ ଲଢ଼ି ପାରିବୁ ନାହିଁ, ସିଦ୍ଧାର୍ଥଙ୍କ ପରିବ୍ରାଜକ ବିଷୟରେ ଧ୍ୟାନ ଦିଅ କହି ଦାବି କରିଥିଲେ ଓ ଏହାପରେ ସାକ୍ୟ ସଭା ସଂଘ ଏକ ଜରୁରୀ ସଭା ଡ଼ାକି ପାଞ୍ଚ ଜଣ ଶକ୍ୟକୁ ନିଯୁକ୍ତି କରିଥିଲେ ରୋହିଣୀ ନଦୀର ଜଳ ବିବାଦକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବା ପାଇଁ ଓ ଏ ବିଷୟରେ କୋଲ୍ହ ରାଜ୍ୟ ଜାଣି ଖୁସି ହୋଇ ସେମାନେ ବି ପଞ୍ଚଜଣ ସଦସ୍ୟଙ୍କୁ ନିଯୁକ୍ତି କରି କଥାବାର୍ତ୍ତା ମାଧ୍ୟମରେ ବିବାଦକୁ ସମାଧାନ କରିବାକୁ ରାଜି ହୋଇଥିଲେ ଏବଂ ପରେ ଉଭୟ ପକ୍ଷରୁ ଦଶଜଣ ସଦସ୍ୟ ଏକ ସଭା ଅନୁଷ୍ଠିତ କରି ସବୁଦିନ ପାଇଁ କଥାବାର୍ତ୍ତା ମାଧ୍ୟମରେ ରୋହିଣୀ ନଦୀର ଜଳ ବିବାଦକୁ ସମାଧାନ କରି ଦେଇଛନ୍ତି, ଏକଥା ଶୁଣି ସିଦ୍ଧାର୍ଥ ଅନେକ ଖୁସୀ ଜାହିର କରିଛନ୍ତି, ଆନନ୍ଦ ହୋଇଛନ୍ତି ଏବଂ ଭାବିଛନ୍ତି ମୋର ଯେଉଁ ଗୃହତ୍ଵାଗ ସଫଳ ହୋଇଛି।ଏହାପରେ ସେ ପାଞ୍ଚଜଣ ପରିବ୍ରାଜକ ସିଦ୍ଧାର୍ଥଙ୍କୁ ଏକ ପ୍ରଶ୍ନ କରିଛନ୍ତି ଆପଣ ଯେଉଁ କାରଣ ଯୋଗୁଁ ପରିବ୍ରାଜକ ହୋଇଥିଲେ ସେ କାରଣ ତ' ଦୁର ହୋଇ ଯାଇଛି ତ' ଆପଣ କ'ଣ ପରିବ୍ରାଜକ ତ୍ବାଗ କରିବେ? ଆମେ ଆପଣଙ୍କୁ ବିନତି କରୁଛୁ ଆପଣ ପରିବ୍ରାଜକ ତ୍ବାଗ କରି ଗୃହସ୍ତି ହୋଇ ଯାନ୍ତୁ, କିନ୍ତୁ ସିଦ୍ଧାର୍ଥ ପୂର୍ବପରି ଗୃହସ୍ତୀ ହେବା ପାଇଁ ଇଚ୍ଛା ପ୍ରକାଶ କରି ନାହାଁନ୍ତି ଏବଂ ସଂସାରରେ ଘଟୁଥିବା ବିଭିନ୍ନ ସମସ୍ୟା,ଦୁଃଖ, ଦୁର୍ଦ୍ଦଶା, ଏବଂ ଏସବୁର ସମାଧାନର ବାଟ ଖୋଜିବା ପାଇଁ ଚାହିଁଲେ ଓ ତାଙ୍କ ପୂର୍ବରୁ ଆସିଥିବା ଅନେକ ଦାର୍ଶନିକ ବ୍ୟକ୍ତିଙ୍କ ଦର୍ଶନ ଭିଳାଶ ଅନୁସରଣ କରିଲେ  ଓ ଅନେକ ଅନୁସନ୍ଧାନ ପରେ ଏକ ନୂତନ ମାର୍ଗ ଖୋଜି ବାହାର କରିଲେ ''ବା'' ବୋୖଦ୍ଧିତ୍ୱ ପ୍ରାପ୍ତ ହେଲେ।

Regards:Sushil Kumar Bhoi

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...