Showing posts with label ତୁଳନାତ୍ମକ ଆଲେଖ୍ୟ. Show all posts
Showing posts with label ତୁଳନାତ୍ମକ ଆଲେଖ୍ୟ. Show all posts

Friday, June 18, 2021

■ ଅଷ୍ଟ ପୁଷ୍ପମ ■


       ଅଷ୍ଟ ପୁଷ୍ପମ               ✍ ସୁଶାନ୍ତ ମିଶ୍ର 

ଫୁଲଟି ଭିତରେ ସମାହିତ ଥିବା ସମସ୍ତ ବିଶିଷ୍ଟ ଗୁଣ ଗୁଡିକ ବାସ୍ତବରେ ଯଦି ଆମ ପ୍ରତ୍ୟେକ ଜୀବନରେ ପ୍ରତିଫଳିତ ହୋଇ ପାରୁଥା'ନ୍ତା ତେବେ ସମ୍ପୂର୍ଣ ଜୀବନଟି ହୁଏତ ଫୁଲଟିଏରେ ରୂପାନ୍ତରିତ ହୋଇ ତନ୍ମଧ୍ୟରୁ କେବଳ "ପ୍ରେମ" ରୂପକ ମଧୁ ହିଁ କ୍ଷର ହେଉଥାନ୍ତା। "Life is the "flower" for which "love" is the honey.” – ସମଗ୍ର ସୃଷ୍ଟି ପାଇଁ ଫୁଲର ଜନ୍ମ କେବଳ ଶୋଭା ବର୍ଦ୍ଧନ ପାଇଁ ଆଦୌ ନୁହେଁ। ପ୍ରତ୍ୟେକଟି ଫୁଲର ଏକ ସ୍ୱତନ୍ତ୍ର ପରିଚୟ ଥାଏ ଓ ତେଣୁ ସ୍ୱତନ୍ତ୍ର ଗୁଣ ମଧ୍ୟ। ଏଇ ଗୁଣଗୁଡିକୁ ଚିହ୍ନି, ବୁଝି, ବ୍ୟକ୍ତିଗତ ଭାବେ ତାର ସାନ୍ନିଧ୍ୟ ଟିକକୁ ଗ୍ରହଣ କରିପାରିଲେ ଯେଉଁ ରୂପାନ୍ତର ପ୍ରକ୍ରିୟାଟି ନିଜର ଖୁବ ଭିତରେ କ୍ରିୟାଶୀଳ ହୁଏ, ତାହା ହିଁ ନିଜକୁ ସଦା ସର୍ବଦା ସମ୍ମତ ଓ ସମର୍ପିତ କରି ରଖିଥାଏ। "ମାନସ ପୁଷ୍ପମ"ରେ ଭଗବାନ ବିଷ୍ଣୁଙ୍କ ପ୍ରିତ୍ୟାର୍ଥେ ଯେଉଁ ଆଠ ଗୋଟି ପୁଷ୍ପ ଆନ୍ତରିକତାର ସହ ପ୍ରଦାନ କରାଯାଇଥାଏ ତାହା ମାନବ ପ୍ରକୃତିର ଆଠଟି ବିଶେଷ ଗୁଣ ସହ ସଂଯୁକ୍ତ.........

"ଅହିଂସା ପ୍ରଥମ ପୁଷ୍ପମ
       ପୁଷ୍ପମ ଇନ୍ଦ୍ରିୟ ନିଗ୍ରହ
ସର୍ଵଭୂତ ଦୟା ପୁଷ୍ପମ
       କ୍ଷମା ପୁଷ୍ପମ ବିଶେଷତଃ
ଜ୍ଞାନ ପୁଷ୍ପମ ତପଃ ପୁଷ୍ପମ
       ଶାନ୍ତି ପୁଷ୍ପମ ତଥୈବଚ
ସତ୍ୟମ ଅଷ୍ଟବିଧ ପୁଷ୍ପ
       ବିଷ୍ଣୋଃ ପ୍ରୀତିକରମ ଭବେତ"।

1 - ଅହିଂସା ପ୍ରଥମ ପୁଷ୍ପମ....ଯେପର୍ଯ୍ୟନ୍ତ ଆମ ମନ ଭିତରେ ହିଂସାତ୍ମକ ମନୋଭାବଟି ଥାଏ ସେପର୍ଯ୍ୟନ୍ତ ଚିତ୍ତ ଆଦୌ ଶାନ୍ତ ନଥାଏ। ଅଶାନ୍ତ ଚିତ୍ତ ଯୋଗିକ ରାସ୍ତାରେ ଏକ ବାଧକ ସାଜି ପ୍ରଗତ୍ତିର ସମସ୍ତ ସମ୍ଭାବନାକୁ ଅବରୋଧ କରି ବସିଥାଏ। ହିଂସା ଥାଏ ଓ ତେଣୁ ପୃଥକୀକରଣ ବି ଥାଏ। ପୃଥକୀକରଣ ଥିଲେ ବିଚ୍ଛେଦ ବି ଥାଏ। ସମଭାଵପର୍ଣ୍ଣ ହୃଦୟଟିଏ ନଥିଲେ କେହି କାହାରିକୁ ଦେଖିପାରିବା ସମ୍ଭବ ହୁଏନା ଓ ତେଣୁ ସହି ପାରିବା ମଧ୍ୟ। ଆମ ଆଦ୍ଧ୍ୟାତ୍ମ ଭିତରେ ବି ଭଳିକି ଭଳି ଅସହ୍ୟ। ଭାଗବତ ଗୀତା ବାଇବେଲ କୁ ସହିପାରୁନି, ବାଇବେଲ କୋରାନକୁ ସହିପାରୁନି, ଜଣେ ସମ୍ପ୍ରଦାୟର ଭକ୍ତ ଅନ୍ୟ ଏକ ସମ୍ପ୍ରଦାୟକୁ ସହି ପାରୁନି ଓ ତେଣୁ ନିଜେ ଉଚ୍ଚ ହୋଇ ଅନ୍ୟକୁ ନୀଚ୍ଚ ଦେଖାଇବାର ଅଭିଳାଷ ଟିକକ ସମୟେ ସମୟେ ଉତ୍ତେଜନାର ଶିକାର ହୋଇ ସଂଘର୍ଷରେ ପରିଣତ ହେବା ସ୍ବାଭାବିକ। କେବଳ ଏତିକି ନୁହେଁ, ଉତ୍ତେଜନା ଜନିତ ଏକ ଅସୁୟା ମନୋଭାବ ଆମ ଠାକୁର ଗୁଡିଙ୍କୁ ମଧ୍ୟ ଭଳିକି ଭଳି ସମ୍ପ୍ରଦାୟରେ ବାଣ୍ଟି ରଖି, ଭଳିକି ଭଳି ଉପଚାର ମାନ ଖଞ୍ଜି ରଖିଛି। ସବୁରି ଭିତରେ ଏକ ର ଦର୍ଶନ ଆଦୌ ସମ୍ଭବ ହୋଇପାରୁନି। ସବକା ମାଲିକ ଏକ ବୋଲି ଆଦୌ ଗ୍ରହଣ କରିପାରୁନି।
   ଅହିଂସା ରୂପକ ଏଇ ପ୍ରଥମ ପୁଷ୍ପଟି ଭଗବାନ ବିଷ୍ଣୁଙ୍କ ଶ୍ରୀପୟରେ ଦେଇ ନିଜକୁ ହିଂସାମୁକ୍ତ କରିପାରିଲେ ଯେଉଁ ଶ୍ରଦ୍ଧା ଟିକକ ଉତ୍ପନ୍ନ ହୁଏ ତାହା ହିଁ ଆମ ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖେ। ଏକ ଭିତରେ ଅନେକଙ୍କ ଦର୍ଶନ ଓ ଅନେକଙ୍କ ଭିତରେ ଏକ ର ଦର୍ଶନ ହୋଇଥାଏ। ଗୋଟିଏ ଧର୍ମ ଅନ୍ୟ ଧର୍ମଟିକୁ ଶ୍ରଦ୍ଧା ରଖିଥାଏ ଓ ସମସ୍ତ ଧର୍ମରେ ସେଇ ଏକ ହିଁ ଦର୍ଶନ ହୋଇଥାଏ।
2 - ପୁଷ୍ପମ ଇନ୍ଦ୍ରିୟ ନିଗ୍ରହ....."True spirituality is not to renounce life"... ଅସଲ ଆଧ୍ୟାତ୍ମ କେବେ ବୈରାଗ୍ୟ ଚାହେଁନା। ଜୀବନଟିକୁ ଉତ୍ତୋଳିତ କରିବାକୁ ହେଲେ କୌଣସି ଭୌତିକ ଅନାଶକ୍ତି ଯେ ଅତ୍ୟନ୍ତ ଆବଶ୍ୟକ, ତା ନୁହେଁ। କାମ, କ୍ରୋଧ, ଲୋଭ, ମୋହ, ମାୟା...ଏ ସବୁ ଯେ ଆଧ୍ୟାତ୍ମ ପାଇଁ ପ୍ରତିରୋଧକ ତା' ମଧ୍ୟ ଆମ ସରଳ ମନର ଏକ ଭ୍ରାନ୍ତ ଧାରଣା। ବାସ୍ତବ ଜୀବନରେ ଏଗୁଡିକ ହୁଏତ ପ୍ରତ୍ୟେକ ଗୋଟିଏ ଗୋଟିଏ ଅଳଙ୍କାର ସଦୃଶ ଯାହାର ଉଚିତ ସ୍ଵିକୃତ୍ତି
 ଜୀବନଟିକୁ ସରସ ସୁନ୍ଦର କରି ଅଧିକରୁ ଅଧିକ ପୂର୍ଣାଙ୍ଗ କରିଥାଏ। ନିର୍ଭର କରେ ଆମର ଗ୍ରହଣଶୀଳତାର ମନୋଭାବ ଉପରେ, ନିର୍ଭର କରେ ଆମର ବୁଝାବଣା ଉପରେ, ନିର୍ଭର କରେ ଏ ସବୁ ଗୁଡିକୁ ଆମର ନିୟନ୍ତ୍ରଣ ଉପରେ। ଏ ସମସ୍ତ ପ୍ରତ୍ୟେକ ଗୋଟିଏ ଗୋଟିଏ ଶକ୍ତି। ଶକ୍ତିର ବ୍ୟବହାର ଚେତନାର ସଂଯୋଗ ଦ୍ୱାରା ହିଁ କରା ଯାଇଥାଏ, ତେବେ ଯାଇ ଶକ୍ତିର ବ୍ୟବହାର ସାତ୍ତ୍ଵିକ ହୋଇଥାଏ। ଆମର ଇନ୍ଦ୍ରିୟ ଗୁଡିକ ଆମ ଉପରେ ପ୍ରଭାବୀ ନ ହୋଇ ଆମ ନିୟନ୍ତ୍ରଣର ପରିସୀମା ଭିତରେ କ୍ରିୟାଶୀଳ ହୋଇପାରିଲେ ଏ ସକଳ ଶକ୍ତି ଆମ ଜୀବନଟିରେ ଏକ ଉତ୍ତମ ବ୍ୟକ୍ତିତ୍ୱ ଆଣିଦେବାରେ ଯଥେଷ୍ଟ ସହାୟ ହେବେ ନିଶ୍ଚୟ। 
   ତେଣୁ "ଇନ୍ଦ୍ରିୟ ନିଗ୍ରହ"ର ଏଇ ଦୂତୀୟ ପୁଷ୍ପଟି ଦେଇ ଭଗବାନ ବିଷ୍ଣୁଙ୍କୁ ଆମ ଇନ୍ଦ୍ରିୟ ଗୁଡିକ ଉପରେ ଆମର ନିୟନ୍ତ୍ରଣ ବା ଇନ୍ଦ୍ରିୟ ଗୁଡିକର ଆସକ୍ତରୁ ନିଜକୁ ମୁକୁଳାଇବାର ଆରାଧନାଟି କରିପାରିଲେ ଭିତରେ ଯେଉଁ ଶକ୍ତି ଟିକକ ଉତ୍ପନ୍ନ ହୁଏ ତାହା ଯାବତୀୟ ଅପଶକ୍ତିର ପ୍ରଭାବରୁ ଆମକୁ ବଂଚିତ କରି ଏକ ସତ୍ ମାର୍ଗ ଦର୍ଶନ କରାଇଥାଏ।
3 - ସର୍ଵଭୂତ ଦୟା ପୁଷ୍ପମ....Love to all...kind to all.....ସମସ୍ତଙ୍କୁ ଭଲ ପାଉଥିବା ହୃଦୟ ଟିଏ ହିଁ ଦୟାବାନ ହୋଇପାରିଥାଏ। ନିଜକୁ ଖୁବ ଅନ୍ତରଟିରୁ ଭଲ ପାଇ ବସିଲେ ନିଜ ଭିତରେ ଯେଉଁ ଦର୍ଶନଟିର ସମ୍ଭବ ହୋଇଥାଏ, ସେହି ଦର୍ଶନଟି ନିଜ ବାହାରେ ପ୍ରତ୍ୟେକଙ୍କ ଭିତରେ ସମ୍ଭବ ହୋଇପାରିଥାଏ। ନିଜକୁ ଅନ୍ୟ ସମସ୍ତଙ୍କ ଭିତରେ ଦେଖେ ଓ ସମସ୍ତଙ୍କୁ ନିଜ ଭିତରେ ମଧ୍ୟ। ଏକ ପରିପୁରକ ମନୋଭାବରୁ ଯେଉଁ ଶ୍ରଦ୍ଧା ଟିକକ ଉତ୍ପନ୍ନ ହୁଏ ତାହା ସମସ୍ତଙ୍କ ସହ ନିଜକୁ ଗଅଂଠାଇ ରଖିଥାଏ ଓ ତେଣୁ ଭଲପାଇବାର ହୃଦୟଟି ଅହଂ ମୁକ୍ତ ହୋଇ 'ସର୍ଵଭୂତ ଦୟା' ତଥା 'ଜିବେ ଦୟା' ରେ ରୂପାନ୍ତରିତ ହୋଇଥାଏ।
"Kindness in words creates confidence. Kindness in thinking creates profoundness. Kindness in giving creates love.” 
    "ସର୍ଵଭୂତ ଦୟା" ରୂପକ ଏଇ ତୃତୀୟ ପୁଷ୍ପଟି ଭଗବାନ ଵିଷ୍ଣୁଙ୍କୁ ସମର୍ପି ଦେଇ ନିଜକୁ ଉଦାର,ଶ୍ରଦ୍ଧାବନ, ଦୟାବାନ ରେ ରୂପାନ୍ତରିତ କରିବାକୁ ଆହ୍ବାନ କରାଯାଇଥାଏ।
୪ - କ୍ଷମା ପୁଷ୍ପମ......."The weak can never forgive. Forgiveness is the attribute of the strong.” ଭିତରେ ଯଥେଷ୍ଟ ସସକ୍ତ ଥିବା ମଣିଷଟି ହିଁ କ୍ଷମା ପ୍ରଦାନ କରିବାରେ ସମର୍ଥ ହୋଇଥାଏ। ସସକ୍ତ ଅର୍ଥାତ ନିଜ ଭିତରେ ଖୁବ ଶାନ୍ତ ରହିପାରୁଥିବାର କଳା ଟିକକ, ନିଜ ଭିତରେ ଖୁବ ନମନୀୟ ହୋଇ ରହିପାରୁଥିବାର ଶକ୍ତି ଟିକକ ତଥା ବିଶେଷକରି ନିଜ ଭିତରେ ଖୁବ ସମ୍ମତ୍ତ ହୋଇ ରହିପାରୁଥିବାର ଆଦର୍ଶ ଟିକକ। ସର୍ବଦା କ୍ରିୟାଶୀଳ ବ୍ୟକ୍ତି ହିଁ ପ୍ରତିକ୍ରିୟାକୁ ସହଜରେ ସ୍ୱାଗତ ତଥା ଗ୍ରହଣ କରିପାରିଥାଏ ଓ ତେଣୁ ସହଜରେ ଏକ ପ୍ରଶାନ୍ତ ହୃଦୟରେ କ୍ଷମା ପ୍ରଦାନ କରିପାରେ ମଧ୍ୟ।
"କ୍ଷମା କଲେ ଝିଅ! କ୍ଷମା ତ ମିଳଇ
                କ୍ଷମାର ନ ମିଳେ ଅନ୍ତ
କ୍ଷମାର ଗ୍ରାହୀତା କ୍ଷମା ଦାତା ଦୁହେଁ
               ଏ ଭୁବନେ ଭାଗ୍ୟବନ୍ତ"
                               (ଶର୍ମିଷ୍ଠା)
୫/୬ - ଜ୍ଞାନ ପୁଷ୍ପମ ତପଃ ପୁଷ୍ପମ..... “Science is organized knowledge. Wisdom is organized life.” 
                       "Immanuel Kant".
ଯେଉଁ ଜ୍ଞାନ ସମଗ୍ର ଜୀବନଟିକୁ ଉତ୍ତମ ରୁପେ ସଂଗଠନ କରି ଆଣେ ତାହା ହିଁ ପ୍ରଜ୍ଞା। ଆଧ୍ୟାତ୍ମରେ ଜ୍ଞାନ କହିଲେ ଏଇ ପ୍ରଜ୍ଞା ଟି କଥା କୁହା ଯାଇଛି ଯାହା ଜ୍ଞାନାତିତ ଜ୍ଞାନ ଅର୍ଥାତ ସ୍ବ ଅଧ୍ୟୟନ ମାଧ୍ୟମରେ ଆତ୍ମ ଅଧ୍ୟୟନ କରିଥାଏ। ନିଜକୁ ଚିହ୍ନେ, ଜାଣେ ଓ ତେଣୁ ଆତ୍ମାର ସର୍ବ ବୃହତ ଲକ୍ଷ ଟିକକୁ ପରମାତ୍ମାଙ୍କ ଆଡକୁ ଉସ୍ଛର୍ଗ କରି ରଖିଥାଏ। ସମଗ୍ର ଜୀବନଟିକୁ ତାଙ୍କରି ସିଦ୍ଧି ସକାଶେ ନିୟୋଜିତ କରି ବାଟ ଚାଲିଥାଏ।  ଜ୍ଞାନରୁପକ ଏଇ ପଞ୍ଚମ ପୁଷ୍ପଟିକୁ ଭଗବାନ ବିଷ୍ଣୁଙ୍କ ଶ୍ରୀପୟରେ ସମର୍ପିତ କରି ଜ୍ଞାନର ପଥରେ ପଥିକଟିଏ ହୋଇ ରହିବାର ମନସ୍କାମନା କରିଥାଏ।
  ସଂସ୍କୃତ ଭାଷାରେ 'ତପଃ' ଅର୍ଥ ଉର୍ଜା ବା ଶକ୍ତି। ତପସ୍ୟା ଏଇ ଶକ୍ତିର ଅଭିବୃଦ୍ଧି ନିମନ୍ତେ ଏକ ମାଧ୍ୟମ। ଆଧ୍ୟାତ୍ମର ଭାଷାରେ ତପସ୍ୟାର ଅର୍ଥ 'discipline'. It is the fine art of self discipline. ତଥାକଥିତ ତପସ୍ୟା ଠାରୁ ଏହା ଭିନ୍ନ। ପ୍ରଜ୍ଞାର ସହାୟତାରେ ଜୀବନଟିକୁ ଆମେ ଭିତରୁ ଯେତିକି ଶୃଙ୍ଖଳିତ କରି ଆଣିବା ବାହାରକୁ ବ୍ୟବାହାରିକ କ୍ଷେତ୍ରରେ ଜୀବନଟି ସେତିକି ଗ୍ରହଣଶୀଳ ହୋଇ ନିଜଭିତରେ ସେତିକି ଉର୍ଜା ବା ଶକ୍ତି ଭରିଦେଵ ନିଶ୍ଚୟ ଯାହା ଏକ ପୂର୍ଣାଙ୍ଗ ଜୀବନ ଅଭିମୁଖେ ନିଜକୁ ସାମର୍ଥବାନ କରି ରଖିଥାଏ। ତପଃ ରୂପକ ଏଇ ଷଷ୍ଠ ପୁଷ୍ପଟିକୁ ଭଗବାନ ଵିଷ୍ଣୁଙ୍କୁ ସମର୍ପି ନିଜ ଭିତରେ ସମ୍ପୂର୍ଣ ସାମର୍ଥ୍ୟକୁ ଆବାହନ କରାଯାଇଥାଏ।
୭ - ଶାନ୍ତି ପୁଷ୍ପମ.....କୌଣସି ବିଶେଷ ପରିସ୍ଥିତି ବା ମନର କୌଣସି ବିଶେଷ ଅବସ୍ଥା ଯେ ଶାନ୍ତି ପ୍ରଦାନ କରିଥାଏ ତା ନୁହେଁ। ଶାନ୍ତି ଏକ ପ୍ରଶାନ୍ତ ହୃଦୟର ପ୍ରତିଫଳନ ସ୍ୱରୂପ ମନଟିରେ ପ୍ରତିଫଳିତ ହୋଇଥାଏ। It's a concept of mind, not a state of mind. ନିଜର ଖୁବ ଭିତରେ ଶାନ୍ତ ହୋଇ ରହିପାରୁଥିବା ମଣିଷଟି ହିଁ ସଦା ଶାନ୍ତି  ପ୍ରାପ୍ତ ହୋଇଥାଏ। ନିଜର ସୁଖ କୁ ବି ତାଙ୍କୁ ସମର୍ପି ଦେଇଥାଏ ଓ ଦୁଃଖ କୁ ବି। ଭଲରେ ଯେତିକି ଆନନ୍ଦ ଉପଲବ୍ଧି କରେ, ମନ୍ଦରେ ସେତିକି ସକାରାତ୍ମକ ମନୋଭାବଟିଏ ବି ରଖିଥାଏ। ଆମ ଭିତରର ବୁଝାବଣା ଟିକକ ପ୍ରତି ଆମେ ଯେତେ ଅଧିକ ସକାରାତ୍ମକ ଦୃଷ୍ଟି ଟିଏ ରଖିପାରିବା, ସେତେ ଅଧିକ ଆମେ ନିଜର ମନ ଓ ହୃଦୟଟିକୁ ଶାନ୍ତି ପ୍ରଦାନ କରିପାରିବା। ଶାନ୍ତି ରୂପକ ଏଇ ସପ୍ତମ ପୁଷ୍ପଟି ଭଗବାନ ବିଷ୍ଣୁଙ୍କୁ ସମର୍ପି ସଦା ଶାନ୍ତ ରହିବାର ମନୋଭାବ ଟିକକୁ ନିଜ ଭିତରେ ଦୃଢ଼ୀଭୂତ କରିବାକୁ ପ୍ରାର୍ଥନା କରାଯାଇଥାଏ।
୮ - ସତ୍ୟ ପୁଷ୍ପମ....."Truth is a deep kindness that teaches us to be content in our everyday life and share with the people the same happiness". 
                           (Kahlil Gibran)
ଭଗବତ ଗୀତା ରେ "ସତ୍ୟମ ପରମ ଧୀମହି" ବୋଲି କୁହା ଯାଇଛି ଅର୍ଥାତ, ସ୍ୱୟଂ ଭଗବାନ ବିଷ୍ଣୁ ଯିଏ କି ସତ୍ୟର ପ୍ରତୀକ। ଯିଏ ସତ୍ୟର ପ୍ରତୀକ ତାଙ୍କ ପ୍ରତି ସତ୍ୟବାଦୀ ହେବା ଅର୍ଥାତ, ତାଙ୍କରି କରୁଣାର ଭାଜନ ହେବା। ଜୀବନର ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ସ୍ଥରରେ ସତ୍ୟାନୁରାଗୀ ହେବା, ସତ୍ୟକୁ ନେଇ ବଂଚିବା ଓ ସତ୍ୟକୁ ସାଥି କରି ବାଟ ଅତିକ୍ରମ କରିବା, ଜୀବନଟିକୁ ସତ୍ୟ-ଶିବ-ସୁନ୍ଦର କରି ଗଢିତୋଳି ଈଶ୍ୱରାଭିମୁଖୀ କରି ରଖିଥାଏ। ସତ୍ୟ ରୂପକ ଅଷ୍ଟମ ପୁଷ୍ପଟି ଭଗବାନ ଵିଷ୍ଣୁଙ୍କୁ ପ୍ରଦାନ କରି ନିଜକୁ ସତ୍ୟବାଦୀରେ ରୂପାନ୍ତରିତ କରିବାକୁ ଆହ୍ବାନ କରାଯାଇଥାଏ।
       ଭଗବାନ ବିଷ୍ଣୁଙ୍କ ଏଇ ଆଠଟି ପୁଷ୍ପ ମାନବ ଜୀବନର ଆଠଟି ପ୍ରକୃତି ସହ ସଂଯୁକ୍ତ ଯାହା ସ୍ୱୀକାର କରି ମାନବ ଅତିମାନବରେ ରୂପାନ୍ତରିତ ହୋଇଥାଏ।

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...