Showing posts with label ପୁରାଣ ରହସ୍ୟ. Show all posts
Showing posts with label ପୁରାଣ ରହସ୍ୟ. Show all posts

Saturday, July 25, 2020

ଜଣା ଅଜଣା


◆ ମହାଭାରତର ଏକ ରୋଚକ ତଥ୍ୟ ◆
   ★★★★★★★★★★★★★★★
【୫ ପତି ଥାଇ ବି ଦ୍ରୌପଦୀଙ୍କ ମନ ଝୁରୁଥିଲା ଆଉ କାହାପାଇଁ !   】
●●●●●●●●●●●●●●●●●●

   ମହାଭାରତର ଅନେକ ରୋଚକ କଥା ରହିଛି। ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଇପାରନ୍ତି। ଆଜି ସେମିତି ଗୋଟିଏ କଥା ଏଠି ଦର୍ଶାଉଛି  ଯାହାକୁ ଜାଣିଲେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବନି। ହସ୍ତିନାପୁର ଯୁବରାଜ ତଥା ପଞ୍ଚୁ ପାଣ୍ଡବ ଓ ତାଙ୍କ ପତ୍ନୀ ଦ୍ରୌପଦୀଙ୍କ କଥାକୁ ନେଇ ମହାଭାରତ ଗତିଶୀଳ ହୋଇଥିବା ବେଳେ ସେମାନଙ୍କ ପ୍ରେମ କାହାଣୀକୁ ଅନେକ ରୋଚକ ଢଙ୍ଗରେ ବିଭିନ୍ନ ପ୍ରାଦେଶିକ ପୁରାଣରେ ଉପସ୍ଥାପନ କରାଯାଇଛି। ସେମିତି ଏକ ପୁରାଣରେ ଦ୍ରୌପଦୀଙ୍କ ପ୍ରେମକଥାକୁ ଭିନ୍ନ ଢଙ୍ଗରେ ଉପସ୍ଥାପନା କରାଯାଇଛି। ଯେଉଁଥିରେ ରହିଛି ତାଙ୍କ ଜୀବନର ୬ଷ୍ଠ ପୁରୁଷଙ୍କ ପ୍ରତି ଥିବା ଦୁର୍ବଳତାର ଉପାଖ୍ୟାନ।

ଏ କଥା ଶୁଣି ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଠିବଣି, ସେ ଷଷ୍ଠ ପୁରୁଷ ଜଣଙ୍କ କିଏ, ଯାହାଙ୍କ ପ୍ରତି ଦ୍ରୌପଦୀଙ୍କ ଥିଲା ଅହେତୁକ ଦୁର୍ବଳତା। ପାଣ୍ଡବଙ୍କ ଭଳି ସୌମ୍ୟ, ସୁଦର୍ଶନ ଓ ପରାକ୍ରମୀ ପତି ଥାଉ ଥାଉ କାହିଁକି ଦ୍ରୌପଦୀ ସେହି ପୁରୁଷଙ୍କୁ ଭୁଲି ପାରୁ ନ ଥିଲେ?

ଜଙ୍ଗଲରେ ୧୨ ବର୍ଷର ନିର୍ବାସନ ଦଣ୍ଡ ଭୋଗୁଥିବା ବେଳେ ପାଣ୍ଡବଙ୍କ ପ୍ରିୟ ପତ୍ନୀ ଦ୍ରୌପଦୀ ଦିନେ ଗଛରେ ଫଳିଥିବା ଏକ ପାଚିଲା ଜାମୁକୋଳି ପେନ୍ଥାକୁ ଦେଖି ମୋହିତ ହୋଇପଡିଥିଲେ ( ଅନ୍ୟ ଏକ ମତରେ ଜାମୁକୋଳି ଆମ୍ବ କୁହାଯାଇଛି ) । ନାରୀର ଚଞ୍ଚଳ ସ୍ୱଭାବ ଆଉ ମନର ଆବେଗକୁ ବାନ୍ଧି ନ ପାରି ଯାଜ୍ଞସେନୀ ଦ୍ରୌପଦୀ ଏହାକୁ ଗଛରୁ ଛିଣ୍ଡାଇ ଦେଇଥିଲେ। ଏହି ସମୟରେ ଭଗବାନ ଶ୍ରୀକୃଷ୍ଣ ସେଠାରେ ଉପସ୍ଥିତ ହୋଇ ଏହା ଅନୁଚିତ୍‌ ବୋଲି କହିଥିଲେ।

ଅନୁଚିତର କାରଣ ଦ୍ରୌପଦୀ ଝଡାଇ ଦେଇଥିବା ପାଚିଲା ଜମୁକୋଳି ପେନ୍ଥାଟି ଜଣେ ସାଧୁଙ୍କ ଉଦ୍ଦେଶ୍ୟରେ ରହିଥିଲା। ସାଧୁ ଜଣକ ଏହାକୁ ସେବନ କରିବା ପରେ ନିଜ ବ୍ରତ ଭାଙ୍ଗିଥାନ୍ତେ। ହେଲେ ଦ୍ରୌପଦୀ ନିଜ ଲାଳଶାକୁ ସମ୍ବରଣ ନ କରି ପାରି ଏହାକୁ ଝଡାଇ ଦେବାରୁ ଏହା ପାଣ୍ଡବଙ୍କ ପ୍ରତି ବିପଦ ଆଣିପାରେ ବୋଲି ସେ କହିଥିଲେ।  କଥାଶୁଣି ପାଣ୍ଡବ ପାଞ୍ଚ ଭାଇ ଏହାର କିପରି ସମାଧାନ ହେବ ସେ ନେଇ ଚିନ୍ତାରେ ପଡିଗଲେ।

          ଭଗବାନ ଶ୍ରୀକୃଷ୍ଣ ଏହାର ସମାଧାନ ପନ୍ଥା ବାହାର କରିବାକୁ ଯାଇ କହିଲେ ଯେ, ପଞ୍ଚୁ ପାଣ୍ଡବ ଓ ଦ୍ରୌପଦୀ ନିଜ ଜୀବନର ସବୁ ଗୁପ୍ତ କଥା ଯଦି ଏହି ବୃକ୍ଷ ପାଖରେ କୁହନ୍ତି, ତା ହେଲେ ପେନ୍ଥାକଯାକ ଫଳ ପୁଣି ଗଛରେ ଲାଗିଯିବ। ଏହା ଶୁଣି ସମସ୍ତେ ନିଜ ଜୀବନର ସଂଗୋପିତ ଇଚ୍ଛା ଓ ଗୁପ୍ତ କଥା କହିବାକୁ ଆରମ୍ଭ କଲେ।

ଧର୍ମରାଜ ଯୁଧିଷ୍ଠୀର ଧର୍ମ ଓ ସତ୍ୟ ସମ୍ପର୍କରେ ନିଜ ମତ ରଖିବା ସହ ଧର୍ମସ୍ଥାପନ ହିଁ ତାଙ୍କ ଜୀବନର ଲକ୍ଷ୍ୟ ବୋଲି କହିବାରୁ ଭୂମୀରେ ପତିତ ଫଳଟି କିଛି ମାତ୍ରାରେ ଉପରକୁ ଉଠିଲା।
       ଏହାପରେ ମହାବଳୀ ଭୀମ କହିଥିଲେ ଯେ, ନିଦ୍ରା, ଆହାର, ଯୁଦ୍ଧ ଓ ଯୌନ ପିପାସାରୁ କେବେ ହେଲେ ମୁକ୍ତ ହୋଇପାରନ୍ତି ନାହିଁ। ସେ ଧ୍ରୁତରାଷ୍ଟ୍ରଙ୍କ ସମସ୍ତ ୧୦୦ ପୁତ୍ରଙ୍କୁ ହତ୍ୟା କରିବାକୁ ପ୍ରତିଜ୍ଞାବଦ୍ଧ। ଏହା କହିବା ପରେ ଜାମୁପେନ୍ଥା ପୁଣି ଉପରକୁ ଉଠିଲା। 
         ଏବେ ପାଳିଥିଲା ଅର୍ଜୁନଙ୍କର। ସେ ନିଜ ମନ କଥା ପ୍ରାଞ୍ଜଳ ଭାବେ କହିଥିଲେ। ନିଜର ପ୍ରତିଷ୍ଠା ତାଙ୍କ ଜୀବନଠାରୁ ମଧ୍ୟ ପ୍ରିୟ ବୋଲି ସେ କହିବା ସହ କର୍ଣ୍ଣଙ୍କୁ ହତ୍ୟା କରିବା ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ ବୋଲି କହିଥିଲେ। 
         ଏହାପରେ କନିଷ୍ଠ ପାଣ୍ଡବ ଭ୍ରାତା ନକୁଳ ଓ ସହଦେବ ନିଜ ମନର ଗୁପ୍ତ କଥା କହିଦେବା ପରେ ଫଳ ଉପରୁକ ଉଠି ଚାଲିଲା। ମାତ୍ର ଗଛ ଡାଳରେ ପୂର୍ବବତ୍‌ ଲାଗିପାରିଲା ନାହିଁ।

ଏହାଦେଖି ସମସ୍ତେ ଚିନ୍ତିତ ହୋଇପଡିଥିଲେ। ଶେଷରେ କୃଷ୍ଣ ଦ୍ରୌପଦୀଙ୍କୁ ଇସାରା କରି ନିଜ ଜୀବନର ଗୁପ୍ତ କଥା କହିବା ପାଇଁ ପ୍ରବର୍ତ୍ତାଇଲେ। ଦ୍ରୌପଦୀ କହିଥିଲେ ଯେ, ତାଙ୍କ ୫ ପତି ତାଙ୍କ ପଞ୍ଚ ଜ୍ଞାନେନ୍ଦ୍ରୀୟ ସଦୃଶ। ସେ ସେମାନଙ୍କୁ ଖୁବ୍‌ ଭଲ ପାଆନ୍ତି। ମାତ୍ର ଦୁର୍ଭାଗ୍ୟ ସେମାନଙ୍କ ଦୁର୍ଭାଗ୍ୟର କାରଣ ମଧ୍ୟ ସେ ନିଜେ। ନିଜର କେତେକ ଭୁଲ କଥା ଯୋଗୁ ଆଜି ପାଣ୍ଡବ ୫ ଭାଇ ଅସୁବିଧାରେ ପଡିଛନ୍ତି ବୋଲି ସେ ସ୍ୱୀକାର କରନ୍ତି। ଏତେ ସବୁ କହିବା ପରେ ମଧ୍ୟ ଜାମୁକୋଳି ପେନ୍ଥା ଉପରକୁ ଉଠୁ ନ ଥାଏ। ଭଗବାନ କୃଷ୍ଣ ଏହା ଦେଖି ଦ୍ରୌପଦୀଙ୍କୁ ଆଉ କିଛି ଲୁଚାଉଥିବା କଥା କୁହନ୍ତୁ ବୋଲି କହିଥିଲେ। କୃଷ୍ଣଙ୍କ ମନ୍ଦ ମନ୍ଦ ହାସ୍ୟ ଦେଖି ଦ୍ରୌପଦୀ ବିସ୍ମିତ ହୋଇପଡନ୍ତି। ଏହାପରେ ସେ ଯାହା କୁହନ୍ତି ତାହା ଶୁଣି ପଞ୍ଚୁ ପାଣ୍ଡବ ଚକିତ ହୋଇପଡିଥିଲେ।

ନିଜ ପତିମାନଙ୍କ ଆଡକୁ ଦୃଷ୍ଟି ଦେଇ ଦ୍ରୌପଦୀ କୁହନ୍ତି, “ମୁଁ ଆପଣ ୫ ଭାଇଙ୍କୁ ପ୍ରେମ କରେ ଏ କଥା ମିଥ୍ୟା ନୁହେଁ, କିନ୍ତୁ ଆପଣମାନଙ୍କ ବ୍ୟତୀତ ଅନ୍ୟ ଜଣେ ପୁରୁଷ ଅଛନ୍ତି ଯାହାଙ୍କୁ ମୁଁ ମନ ଭିତରୁ ପ୍ରେମ କରେ। ସେ ହେଉଛନ୍ତି ଅଙ୍ଗରାଜ କର୍ଣ୍ଣ। ସେ ହିଁ ମୋ ଜୀବନର ଷଷ୍ଠ ପୁରୁଷ। ଜାତି ଆଧାରରେ ମୁଁ ତାଙ୍କୁ ବିବାହ କରି ନ ଥିବାରୁ ଆଜି ଦୁଃଖିତ। ଯଦି ମୁଁ ତାଙ୍କୁ ବିବାହ କରିଥାନ୍ତି ହୁଏତ ଆଜି ଏଭଳି ସ୍ଥିତିରେ ପଡି ନ ଥାନ୍ତି କି ଏତେ କଷ୍ଟ ଭୋଗି ନ ଥାନ୍ତି।”

ଏହାଶୁଣି ପଞ୍ଚୁ ପାଣ୍ଡବ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଅସୁବିଧା ବେଳେ ନିଜ ପତ୍ନୀଙ୍କୁ ସୁରକ୍ଷା ଦେଇ ନ ପାରିବାର ଗ୍ଲାନି ତାଙ୍କୁ ଲଜ୍ଜିତ କରେ। ଅନ୍ୟପକ୍ଷରେ ଦ୍ରୌପଦୀ ନିଜ ମନକଥା ସମସ୍ତଙ୍କ ସମ୍ମୁଖରେ କହି ନିଜକୁ ଅପମାନିତ ବୋଧ କରନ୍ତି ସତ ହେଲେ ଭୂମିରୁ ଉଠି ଶୂନ୍ୟରେ ରହିଥିବା ଉକ୍ତ ଜାମୁକୋଳି ପେନ୍ଥା ଏହି ସତ୍ୟ ଶୁଣି ପୁଣି ଗଛରେ ଲାଗିଯାଏ।          
ବିଦ୍ରହ  : 
    ଅର୍ଜୁନଙ୍କ ସହ ଦୁଇଜଣ ସମକକ୍ଷ ଥିଲେ  ଜଣେ ଶବର ଏକଲବ୍ୟ ତା ସହ ଦ୍ରୋଣ କପଟ କଲେ ବୋଲି ଅନେକ କୁହନ୍ତି  କିନ୍ତୁ  ପ୍ରକୃତ ଅର୍ଥ ହେଲା ବିଦ୍ୟା ଏକ ପବିତ୍ର ଦାନ ଯାହା ସମାଜ ମଙ୍ଗଳ ପାଇଁ  ଉଦ୍ଦିଷ୍ଟ  । ଏହା ଯଦି ଅପାତ୍ର ରେ ଦାନ ହବ ତାହେଲେ ମଙ୍ଗଳ ପରିବର୍ତ୍ତେ ଅମଙ୍ଗଳ ନିଶ୍ଚିତ । ପୁଣି ଅସ୍ତ୍ର ଶିକ୍ଷା ଯଦି ଉପଯୁକ୍ତ ସ୍ଥାନ ବା ପରିସ୍ଥିତିରେ ପ୍ରୟୋଗ ନହୁଏ ତାହା ସୃଷ୍ଟି ବିନାଶକାରୀ ଏଣେ ଗୁରୁଙ୍କ ଅଜ୍ଞାତରେ ଏକଲବ୍ୟ ଗୁରୁଙ୍କ କୌଶଳ ଆୟତ୍ତ କରିଥିଲା ଏବଂ ଏହାକୁ  ସେତେବେଳେ ଅନ୍ୟାୟ ବା କପଟ କୁହାଯାଉଥିଲା  । ତାର ଦଣ୍ଡ ସ୍ବରୂପ ଗୁରୁ ଦ୍ରୋଣ ଏକଲବ୍ୟର ଆଙ୍ଗୁଠି କାଟି ନେଇଥିଲେ ଗୁରୁ ଦକ୍ଷଣା ହିସାବରେ । 

  ଦ୍ବିତୀୟ ହେଲେ କର୍ଣ୍ଣ । ସ୍ବୟମ୍ବର ବେଳେ କର୍ଣ୍ଣ ଦୈପଦୀଙ୍କ ନଜରକୁ ଆସିଥିଲେ । ସେତେବେଳେ କର୍ଣ୍ଣ ରାଧେୟରୁ ରାଜା ହୋଇଥିଲେ (ଦୁର୍ଯୋଧନଙ୍କ ସାହାଯ୍ୟରେ). ସହଜରେ ସେ ସୂର୍ଯ୍ୟ/କୁନ୍ତି ପୁତ୍ର ହୋଇ ଥିବାରୁ କ୍ଷତ୍ରୀୟ ର ସବୁ ଲକ୍ଷଣ ବାରିହୋଇପଡୁଥିଲା ।  ସବୁ ରାଜାଙ୍କ ବିଫଳତା ପରେ  ସମସ୍ତେ ସ୍ତବ୍ଦ ଥିଲେ , ଏହି ସମୟରେ ଶଙ୍କୁନିଙ୍କ ମନ୍ତ୍ରଣାରେ ଦୁର୍ଯ୍ୟୋଧନ  କର୍ଣ୍ଣଙ୍କୁ ପ୍ରବତ୍ତାୟୀ ଥିଲେ ସ୍ବୟମ୍ବର ଜିଣି ଦ୍ରୌପଦୀ  ଆଣିବାକୁ । ଶଙ୍କୁନିଙ୍କ ହୀନ ଉଦେଶ୍ୟ ଜାଣିପାରିଲେ ଅନ୍ତର୍ଯ୍ୟାମୀ ଶ୍ରୀ କୃଷ୍ଣ । ଭଗବାନ ସବୁବେଳେ ଜଗତ ମଙ୍ଗଳ ପାଇଁ ତଥା ଧର୍ମ ସପକ୍ଷରେ ଅର୍ଥାତ୍ ପାଣ୍ଡବମାନଙ୍କ ସପକ୍ଷରେ  ।  ଏପଟେ କର୍ଣ୍ଣ ନିଜ ପରାକ୍ରମ ଅନୁଯାୟୀ ସ୍ବୟମ୍ବର ପାଇଁ ଉଦ୍ଧିଷ୍ଟ ଧନୁକୁ ଉଠାଇ ସାରିଥିଲେ । ସେହି ସମୟରେ ଦ୍ରୌପଦୀ ଭାବିନେଇଥିଲେ କର୍ଣ୍ଣ ହିଁ ତାଙ୍କୁ ବିବାହ କରିବେ ସେତିକିବେଳେ ଦ୍ରୌପଦୀ ମନ ଦେଇଥିଲେ ଏବଂ  କୃଷ୍ଣ ଏକଥା ଜାଣି ସ୍ବୟମ୍ବର ରେ କେବଳ କ୍ଷତ୍ରିୟଙ୍କ ଅଧିକାର ଦର୍ଶାଇ ବଞ୍ଚିତ  କରାଇଦେଇଥିଲେ । ଉଦ୍ଦେଶ୍ୟ ଥିଲା ଅର୍ଜୁନ/ପାଣ୍ଡବଙ୍କ ସହ ଦ୍ର୍ୟୈପଦୀଙ୍କୁ ଛନ୍ଦିବା  ।

               କୃଷ୍ଣ ସବୁ ଜାଣିପାରି ଦ୍ର୍ୟୈପଦୀଙ୍କ ସେହି ଭ୍ରମ ଦୁରେଇବା ପାଇଁ ଏହା ପ୍ରାୟୋଜିତ କରିଥିଲେ । ଆଉ ଏହି ଘଟଣାପରେ ଦ୍ରୈପଦୀ ଆଉ କେବେ ସେକଥା ମନକୁ ଆଣିନଥିଲେ ।

     【 ଉପସ୍ଥାପନା  : #ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ 】

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...