ଗୁରୁ ଶବ୍ଦ କହିଲେ ସମସ୍ତେ ଜାଣନ୍ତି ଗରିଷ୍ଟ l ଏହାର ଅର୍ଥ ବଡ଼ ଗୁରୁତ୍ୱପୂର୍ଣ୍ଣ , ଯେ'ହେତୁ ଭଗବାନ ମଧ୍ୟ ପ୍ରଥେମେ ଗୁରୁବର୍ଣ୍ଣନା କରନ୍ତି l ତାଙ୍କ ମୁଖ ନିଃସୃତ ବାଣୀ ପ୍ରଥମ ନମନ ଗୁରୁବର ପୁଣି ଗିରିଧର ।
ଯୋଇ ଶ୍ରୀ ଗୁରୁବର
ଶୋଇଶ୍ରୀ ଗିରିଧର
ହରି ଗୁରୁ କୃପା
ସଦା ସର୍ବହିଁ ପର
ତନ, ମନ, ଧନ ଅରପଣ
ଚରଣନ କର l
ଭଗବାନ ଆଉ ଗୁରୁ ପରସ୍ପର ପରି ପୂରକ ,ମୁଦ୍ରାର ଦୁଇଟି ପାର୍ଶ୍ୱ l
ଭଗବାନ = ଗୁରୁ ଗୁରୁ = ଭଗବାନ l
ତେଣୁ ଗୁରୁହିଁ ପରମେଶ୍ୱର ଆମେ ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ ସିନା କହୁ କିନ୍ତୁ ତାହା କେତେ ଜଣ ପାଳନ କରୁ -?
ଶାସ୍ତ୍ର କୁହେ --
ଓଁ ମଙ୍ଗଳମ୍ ଓଁ କାର ମଙ୍ଗଳ
ଓଁ, ଗୁରୁ ମଙ୍ଗଳମ୍ ଗୁରୁ ପାଦ ମଙ୍ଗଳମ୍ l
ଗୁରୁ, --
ଗ'ର ଅର୍ଥ ଗତି ଦାତା ,ର "ର ଅର୍ଥ ସିଦ୍ଧି ଦାତା ।ଯେଉଁ ବ୍ୟକ୍ତି ମନୁଷ୍ୟକୁ ଗତି ମୁକ୍ତି କର୍ତ୍ତା ତୁଲ୍ୟ ସିଦ୍ଧି ପ୍ରଦାନ କରେ ସେ ହିଁ ଗୁରୁ ପଦବାଚ୍ୟ l ଆଉ ଯେଉଁ ବ୍ୟକ୍ତି କାମ-କ୍ରୋଧ, ମୋହ-ମାୟାକୁ ତ୍ୟାଗ କରି ସର୍ବଦା ନିରାକାର ବ୍ରହ୍ମଙ୍କ ଲୟ କରେ ସେ ହିଁ ଗୁରୁ ପଦବାଚ୍ୟ l
ଗୁରୁ ସନ୍ତୁଷ୍ଟ ହେଲେ ସର୍ବ ଦେବାଦେବୀ ସନ୍ତୁଷ୍ଟ ହୁଅନ୍ତି l
ଗୁରୁ --
ଗ "ବର୍ଣ୍ଣ ଉଚ୍ଚାରଣ କଲେ ମହାପାତକ ନଷ୍ଟ ହୁଏ
ର "ବର୍ଣ୍ଣ ଉଚ୍ଚାରଣ କଲେ ଇହ ଜନ୍ମର ପାପ ନଷ୍ଟ ହୁଏ
ରୁ "ବର୍ଣ୍ଣ ଉଚାରଣ କଲେ ପୂର୍ବ ଜନ୍ମର ପାପ ନଷ୍ଟ ହୁଏ l
ଶ୍ରୀକୃଷ୍ଣ ଉଦ୍ଧବଙ୍କୁ କହିଥିଲେ :-
ମୁହିଁ ବସଇ ଗୁରୁ ଦେହେ
ଗୁରୁଟି ମୋଠୁ ଭିନ୍ନ ନୁହେଁ ।।
ମନୁଷ୍ୟ ମାନଙ୍କ ଠାରୁ ଦେବତା ପର୍ଯ୍ୟନ୍ତ ସମସ୍ତଙ୍କର ଗୁରୁ ଆବଶ୍ୟକ l ପ୍ରଭୁ ରାମ ବିଶ୍ୱାମିତ୍ରଙ୍କୁ ଗୁରୁ ରୂପେ ଗ୍ରହଣକରି ଥିଲେ, ଭଗବାନ ଶ୍ରୀକୃଷ୍ଣ ସଂଦୀପନୀ ଋଷିଙ୍କୁ ଗୁରୁ ରୂପେ ଗ୍ରହଣ କରି ଥିଲେ l ଗୁରୁ ମହାତ୍ମର ଆହୁରି ଅନେକ ଗୁଢ ରହସ୍ୟ ରହିଛି , ସଦଗୁର, ମଦଗୁରୁ, ଜଗତ ଗୁରୁ ଇତ୍ୟାଦି ବି ଶାସ୍ତ୍ରରେ ଉଲ୍ଲେଖ ରହିଛି ।
ସନ୍ତୋଷ ପଟ୍ଟନାୟକ , ଗଞ୍ଜାମ ।