Showing posts with label ଅନ୍ତାକ୍ଷରୀ - କବିତା. Show all posts
Showing posts with label ଅନ୍ତାକ୍ଷରୀ - କବିତା. Show all posts

Monday, February 28, 2022

■ ଅନ୍ତାକ୍ଷରୀ ■ -16

■ ଅନ୍ତାକ୍ଷରୀ ■ -- ୧୬ 

ବିନା ସଂଘର୍ଷରୁ ନିଷ୍କୃତ ଶବ୍ଦରୁ
      ଯୋଡା ତୁମେ ପଞ୍ଚାକ୍ଷର
ଭକତି ଭାବରେ ଦୀପ ଜାଳି ପ୍ରଭୁ
      ପାଳୁଛି ମହା ଜାଗର
ଜାଗରରେ ଜାଗେ ମନ ଭକ୍ତି ମାର୍ଗେ
       କାୟ ମନ ବାକ୍ଯେ ଜପେ
ପତିତ ଜନଙ୍କ ଉଦ୍ଧାର ନିମନ୍ତେ
     ବର ଦିଅ କୋପେ ତପେ
               - ଦାଶରଥି ସାହୁ 

ତପେ ବର ଦିଅ ଜପେ ବର ଦିଅ 
         ଏକଥା ଜାଣେ ଜଗତ 
ହଳାହଳ ପାନ  ଜଗତ କଲ୍ୟାଣ
       ତେଣୁ ତୁମେ ମହାଦେବ
      ମୋତେ କି ଆଶିଷ ହେବ 
ମୋ'ହୃଦ ଆତ୍ମାରୁ ସ୍ବାର୍ଥ ଜଳିଯାଇ 
           ମନ ଭଜୁଥିବ ଶିବ .....
             - ସନ୍ତୋଷ ପଟ୍ଟନାୟକ

ଶିବ ଶିବ ବୋଲି ତୁଣ୍ତେ ଭଜୁଥିବି
      ହୄଦୟେ କରିଣ ଭକ୍ତି
କଣ୍ଟାକିତ ପଥ  ଲଙ୍ଘି ଯିବା ପାଇଁ
      ଦିଅ ପ୍ରଭୁ ମୋତେ ଶକ୍ତି
ଭକ୍ତିର ଶକ୍ତିରେ  ପାଳିବି ଜାଗର
       ଦେଖିବି ମୁଁ ମହାଦୀପ
ତୁମ ମହାଦୀପ ଦର୍ଶନ ମାତ୍ରକେ
       କ୍ଷୟ ହେଉ ସବୁ ପାପ
                ‐ଜଗବନ୍ଧୁ ସାହୁ

ପାପ ପଙ୍କେ ଏବେ ପୋତି ଆସିଲାଣି
        ସତ୍ ନାମ ସରୋବର
ଧର୍ମର ପାଣିଟା ଗୋଳିଆ ହେଲାଣି
        ପଡ଼ି  ଅଧର୍ମର  ସର
 ସଫା କରିବାକୁ ସତ୍ଯ ସରୋବର
      କୃପା ଢାଳ ଆହେ ହର 
ଅଧର୍ମ ଗୋଳିଆ  ପାଣିକୁ ନିଗାଡି
       ଭକ୍ତ ବୋହୁ ଧର୍ମ ଭାର ....
                  - ରବିନ୍ଦ୍ର ସାହୁ

ଭାର ବଢିଯାଏ ପାପ ମାଠିଆରେ 
      ଧରା ହୁଏ ଥର ହର 
ନୀଳକଣ୍ଠ ତୁମେ ଅବତରୀ ଆସ 
     ପାପୀଙ୍କୁ କର ସଂହାର 
ରୁଦ୍ର ଅବତାରେ ଆସ ପ୍ରଭୁଥରେ 
      କରନାହିଁ ଜମା ହେଳା 
ଦେଖାଇ ଦିଅ ହେ ପାପିଷ୍ଠ ଜନଙ୍କୁ 
        କିପରି ବୁଡ଼ଇ ଭେଳା ....
                 - ଟୁକୁନା ସାହୁ

ଭେଳା ଭେଳା ଭାଷେ ମଣିଷର ଶବ
      ବହୁଛି ରକ୍ତର ନଈ
ମାନବ ନେଇଛି  ଦାନବର ରୂପ
      ମାନବିକ ଜ୍ଞାନ ନାହିଁ 
ପରମାଣୁ ଅସ୍ତ୍ର  ଆୟୁଧ ଆଜିର
      ଫୁଲାଇ କହୁଛି ହିଆ
ମଣିଷ ରକ୍ତରେ ରଣଭୂମି ରଙ୍ଗେ 
     ଶେଷ ହେବଏ ଦୁନିଆ .....
              -  ପ୍ରବୀର ମଲ୍ଲିକ୍ 

ଦୂନିଆଁ ହଜିବ ଭୂଗୋଳ ପୋଥିରୁ
      ଜନେ ହେବେ ହାହାକାର 
ବିଶ୍ବଯୁଦ୍ଧ ସ୍ଥିତି ନ' ଉପୁଜୁ ପ୍ରଭୁ
      ଜଗତ ଉଦ୍ଧାର କର 
ସୃଷ୍ଟିର ବିନାଶ ରୋକିଦିଅ ପ୍ରଭୂ
      ନହେଉ ନର ସଂହାର 
ମହା ଜାଗରରେ ମହାଦୀପ ଜାଳି
       ମାନସିକ ଏହି ମୋର ..... 
               - ରାଧାକୃଷ୍ଣ ବାୟକ

ଏହି ମୋର ଅଳି  ତୁମ୍ଭ ଶ୍ରୀଚରଣେ
      ଆହେ ପ୍ରଭୁ ଆଶୁତୋଷ
ଘେନ ମହାଦୀପ  ଏ ମହା ଜାଗରେ
        ଢାଳି ତବ ଶୁଭାଶିଷ  
ଶିବମୟ ହେଉ ଏ ପୁଣ୍ୟ ଜଗତ
        ନରହୁ କାହାରି କ୍ଳେଶ
ରୁଦ୍ର ଅବତାରେ ପାପୀକୁ ସଂହାରି
          ଉଡ଼ାଅ ତୁମରି ଯଶ ....
               - ରାମ ଚନ୍ଦ୍ର ପ୍ରଧାନ

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...