Sunday, July 31, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୧୬】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୧୬】                ╚⏤⏤⏤⏤╗❀╔⏤⏤⏤⏤╝
⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅

ବ୍ରହ୍ମାଙ୍କ ନନ୍ଦନ ମହାମୁନି ସନତ କୁମାର ନୈମିଷା ଅରଣ୍ୟ ରେ ଏକତ୍ରିତ ହୋଇଥିବା ସକଳ ଋଷିଗଣ ଙ୍କୁ ପୁଣ୍ୟବନ୍ତ ଲୋକ ଙ୍କ ବିଷୟରେ କହିବା ଆରମ୍ଭ କରି କହିଲେ -" ପୁଣ୍ୟବନ୍ତ ଙ୍କ ଯିବା ପଥ ପରିଷ୍କାର ଅଟେ  ।ବିଷ୍ଣୁ ଦୂତମାନେ  ପୁଣ୍ୟବନ୍ତ ମାନଙ୍କ ଆଗରେ ଶଙ୍ଖ ବଜାଇ   ଚାଲୁଥାନ୍ତି । କେଉଁ ଦୂତମାନେ ରହି ରହି କାହାଳୀ ବଜାଉଥାଏ ।କେହି କେହି ଭେରୀ ତୁରୀ ଓ କିଏ ମର୍ଦ୍ଦଳ ବଜାଇ ପୁଣ୍ୟବନ୍ତ ଙ୍କୁ ସ୍ୱାଗତ କରି ନେଉଥାଏ ।କିଏ କଂସାଳ ବଜାଏ ତ କିଏ ଝଞ୍ଜାଳ ବଜାଇ ବଜାଇ ପୁଣ୍ୟବନ୍ତ ଲୋକ କୁ ସ୍ୱର୍ଗପୁରକୁ ନେଉଥାଏ । କିଏ ମଦିରା ,କିଏ ଗିନି ,କିଏ ତାଳ ବଜାଉ ଥାଏ  ।କିଏ ବୀଣା ତ କିଏ ବଂଶୀ ବଜାଏ ।ମୃଦଙ୍ଗ , ଧମକ ,ଢୋଲ ,ସୀତାର  ଦୁନ୍ଧୁଭି  ବାଦ୍ୟ ବଜାଇ ପୁଣ୍ୟବନ୍ତ ଲୋକ ମାନଙ୍କୁ ବିଷ୍ଣୁଦୂତ ମାନେ ସ୍ୱର୍ଗପୁର କୁ ନିଅନ୍ତି । ବିଷ୍ଣୁଦୂତ ମାନେ ଧରଣୀ ବୁକୁରେ ବେବତା ମାନଙ୍କ ଚିତ୍ର କରି  ଅଳଙ୍କାର ଦେଇ ସଜାଇ ଥାଆନ୍ତି ।ଯାହାକି ପୁଣ୍ୟବନ୍ତ ଲୋକ ଦେଖି ଆନନ୍ଦିତ ହୁଏ । ସ୍ୱର୍ଗପୁରରେ ପହଁଞ୍ଚି ଗଲା ପରେ  ବିଷ୍ଣୁଦୂତ ମାନେ ପୁଣ୍ୟବନ୍ତ ଲୋକଙ୍କୁ ପୁଷ୍ପହାର  ,କର୍ପୂର ,ତାମ୍ବୁଳ ଦିଅନ୍ତି ।ପୁଣ୍ୟଲୋକ ପାଖରେ ବହୁ ଦାସ ଦାସୀ ଗଣ ଖଟିଥାନ୍ତି । ରଥ ,ଗଜ ଅଶ୍ୱ  ମାନେ ସର୍ବଦା ଖଟିବାରେ ଲାଗିଥାନ୍ତି । ଚାରି ପାଖରେ ବିଷ୍ଣୁଦୂତ ମାନେ ଘେରି ରହିଥାନ୍ତି । ଜୟ ଜୟ ଧ୍ୱନିରେ ସ୍ୱର୍ଗପୁର ଉଛୁଳି ପଡୁଥାଏ   ।ଶୁନ୍ୟ ପଥରେ ପୁଷ୍ପରଥ  ଢଳି ଢଳି  ଚାଲୁଥାଏ । ହେ ଋଷିଗଣ !ପୁଣ୍ୟବନ୍ତ ଜନର  ଶ୍ରୀଭୋଗ ଅଟେ । ଇହ ଜନ୍ମ ସୁଖ ପରେ ବୈକୁଣ୍ଠ  ରେ ସୁଖ ଏହିମାନେ ପାଆନ୍ତି । ଏହି ଲୋକମାନେ ପର ଦୁଃଖରେ ଦୁଃଖୀ ଓ ପର ସୁଖରେ ସୁଖୀ ହୋଇଥାନ୍ତି । ପରକୁ ଆପଣା ଏହି ମାନେ ହିଁ କରିଥାନ୍ତି ।

ପୁଣ୍ୟବନ୍ତ ଲୋକମାନେ  ପର ଯୁବତୀ କୁ ମାତୃସମ ଜ୍ଞାନ କରେ । ପର ଧନ କୁ କେଭେ ଲୋଭ କରେ ନାହିଁ । ସବୁରି ଆତ୍ମା କୁ  ଚିହ୍ନି  ସମସ୍ତଙ୍କୁ ପାଳୁଥାଏ । ପ୍ରତିଦିନ  ଦେବତା ଓ ଅତିଥି ଙ୍କୁ ପୂଜା କରେ । ଗୁରୁ ଗୁରୁଜନ ଙ୍କୁ ଭକ୍ତି ରେ ଊଣା କରନ୍ତି ନାହିଁ ।ପର କଷ୍ଟ ଦେଖିଲେ ତାହାକୁ ନିବାରଣ କରନ୍ତି । କ୍ରୋଧରେ କଟୁ ବାକ୍ୟ  କାହାକୁ କହନ୍ତି ନାହିଁ ।ଅମୃତ ବିନୟ ବାଣୀ ସମସ୍ତଙ୍କୁ କହନ୍ତି । କାମ ,କ୍ରୋଧ ,ଲୋଭ ମୋହ ଅହଂକାର  ମନ ମଧ୍ୟରୁ ଦୂର କରି ଦିଅନ୍ତି । ଜୀବେ ଦୟା  ଓ ଶ୍ରଦ୍ଧା  ରେ ଭକ୍ତି ରଖି ଥାନ୍ତି । ବୈଷ୍ଣବ ,ବ୍ରାହ୍ମଣ , ପାଦରେ ବିନୟ ର୍ ସହ  ଶ୍ରଦ୍ଧା ରଖନ୍ତି ଏହି ପୁଣ୍ୟବନ୍ତ ମାନେ । ଏହି ପରମ ଧର୍ମ ଯାହାର ମତି ଥାଏ ସେହିଁ ପିତାମାତାଙ୍କୁ ଭକ୍ତି କରେ । ଜୀଵ ମାନଙ୍କୁ କୌଣସି ଦିନ ହିଂସା ଆଚରଣ କରେ ନାହିଁ ପୁଣ୍ୟବନ୍ତ ଲୋକ । ଏପରି ପ୍ରାଣୀ ହିଁ ବିଷ୍ଣୁ ଭୁବନ କୁ ଯାଏ । ପୁଣ୍ୟାତ୍ମା ମାନେ ସୁପଥରେ ଗମନ କରି ମହାସୁଖ ପାଆନ୍ତି । ଯମରାଜ ପାଖରେ  ସେ ଦୁଃଖ ପାଏ ନାହିଁ । ହେ ଋଷିଗଣ !ଦୁର୍ଭିକ୍ଷ ସମୟରେ ଯିଏ ଅନ୍ନ ଵସ୍ତ୍ର ଦାନ କରେ  ଓ ପ୍ରାଣୀ ମାନଙ୍କର କଷଣ କୁ ଚିହ୍ନି ପାରୁଥାଏ  ,ଭୋଜନ  ପୂର୍ବରୁ ଯିଏ ଗୋରୁ  ସେବା କରୁଥାଏ ,ଦୁଃଖୀ ଲୋକମାନଙ୍କୁ ଯିଏ  ଦୟା କରେ  ସକଳ ଭୂତ ରେ ଯିଏ ସମ ଜ୍ଞାନ ରଖେ  ସେହିଁ ଏ ସଂସାର ରେ ପୁଣ୍ୟବନ୍ତ ଜନ ବୋଲାଇ ଥାଏ ।

କଣା ,କୁଜା ,ଛୋଟା ,ଅନ୍ଧ ,କାଲା  ଦେଖି ଯେଉଁ ଜନ ଏମାନଙ୍କୁ ଥଟ୍ଟା 
ନକରି ଦୟା କରେ ସେହିଁ ସଂସାରରେ ପୁଣ୍ୟବନ୍ତ ଲୋକ ଅଟେ ।ଏହାର ପାଶ କୁ ଯମଦୂତ ମାନେ ମାଡନ୍ତି ନାହିଁ । ବିଦ୍ୟା ଦାନ କରି  ଯିଏ ଧନ ନଦିଏ  ,ବିନା ମୂଲ୍ୟରେ ଯିଏ ମନ୍ତ୍ର ଦାନ କରେ  ଯେଉଁ ପ୍ରାଣୀ ଶିଷ୍ୟ କୁ ନ ଭଣ୍ଡେ   ସେହିମାନେ ହିଁ ପୁଣ୍ୟବନ୍ତ ଅଟନ୍ତି ।ଅନ୍ନ ଜଳ ବସ୍ତ୍ର  ଯିଏ ଦରିଦ୍ର କୁ ଦିଏ ,ନିଃସହାୟ ଲୋକକୁ ଯିଏ ଦୟା କରୁଥାଏ  ମଲା ପରେ ସେହି ଲୋକ ବୈକୁଣ୍ଠ କୁ ଯାଏ । ଏହି ଲୋକ କୁ ଜନ୍ତୁପତି ଦୂରରୁ ଦେଖି  ସମ୍ମାନ ଦିଏ ।ଏହି ବ୍ୟକ୍ତି ଜୀବିତ ଅବସ୍ଥା ରେ ଯାହା ଦାନ କରିଥାଏ  ଜୀବନ ଅନ୍ତେ ସେ କୋଟି ଗୁଣ ପାଏ ।କାଳଦୁତ ମାନେ ଏହା ପାଖକୁ ଆସନ୍ତି ନାହିଁ ।ବିଷ୍ଣୁ ଦୂତ ମାନେ ଦିବ୍ୟ ରଥରେ ଏହି ପୁଣ୍ୟବନ୍ତ ଲୋକକୁ ବସାଇ ନିଅନ୍ତି । ବିଷ୍ଣୁ ଦୂତ ମାନେ ଆଲଟ  ଛତ୍ର ,ଚାମର  ପକାଇ ଚୁଆ  ଚନ୍ଦନ  ବୋଲି ନେଇ ଯାଆନ୍ତି । ଏହିପରି ଧର୍ମବନ୍ତ ପ୍ରାଣୀ ମାନଙ୍କର  ସୁଖ ସମ୍ପଦ  କୁ ମୁଖରେ କହି ହୁଏ ନାହିଁ । ବୈକୁଣ୍ଠ ପୁରରେ ସେ ନାନା ଭୋଗ କରନ୍ତି ।ଦେବତା ମାନଙ୍କ ସହିତ ସର୍ବଦା ବସନ୍ତି ।ଜୀବେ ହିଂସା  ଅସତ୍ୟ ବଚନ  ଅଟେ ।ହେ ସାଧୁଜନ ! ମୁଖରେ ଏହାକୁ  ନକୁହ । ପ୍ରଭୁଙ୍କ ପାଦରେ ସଦା ସର୍ବଦା ମତି ରଖ । ଯିଏ ଶିବ ସେହିଁ ସତ୍ୟ ସେହିଁ ସୁନ୍ଦର ମୂର୍ତ୍ତି ଅଟନ୍ତି । ହେ ସୁଜ୍ଞଜନ ! ସର୍ବଦା ଶିବଙ୍କୁ ସ୍ମରଣା କର । ଈଶ୍ୱର ନିଶ୍ଚିତ ଅଭୟ ବର ପ୍ରଦାନ କରିବେ । ଶେଷ କାଳେ ସେହିଁ  ଭରସା ହେବେ । ସେହିଁ ସପ୍ତ ଦଣ୍ଡରୁ ଉଦ୍ଧାର କରିବେ । ଧାତା ସୁତ ସନତ କୁମାର ଏପରି ଭାବେ  ଋଷିଗଣ ଙ୍କୁ ବୁଝାଇ କହିଲେ । ଋଷିଗଣ ମାନେ ଏହା ଶୁଣି ଆନନ୍ଦିତ ହୋଇ କହିଲେ ହେ ମହାମୁନି ! ଆମ୍ଭର ବଡ଼ ଭାଗ୍ୟ ଅଟେ ଯେ ସନତ ଭଳି ଋଷିଙ୍କ ଠାରୁ ଶିବ ଶାସ୍ତ୍ର ସାର କଥା ଶୁଣିଲୁ ।

ହେ ପ୍ରଭୁ ଦେବ ଦେବ ମହାଦେବ !ତୁମର  ଚରଣେ ମୋହର ମନ ସଦା ସର୍ବଦା ରହୁ । ଅଧମ  ଆପଣଂକ ନାମ  ଶିଵପଦ କୁ ଧ୍ୟାୟୁ ।

କ୍ରମଶଃ.................

 
┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୧୫】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୧୫】                ╚⏤⏤⏤⏤╗❀╔⏤⏤⏤⏤╝
   ✍  ଉପସ୍ଥାପନା; ଦୁଷ୍ମନ୍ତ କୁମାର ମିଶ୍ର 
⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆
ବ୍ରହ୍ମାଙ୍କ ନନ୍ଦନ ଋଷି ସନତ କୁମାର ନୈମିଷା ଅରଣ୍ୟ ରେ ଏକତ୍ରିତ ହୋଇଥିବା ସମସ୍ତ ଋଷି ଗଣ ଙ୍କୁ କହିଲେ -ହେ ତପିଗଣ ! ପାପୀ ମାନଙ୍କ ଯମ ପୁରକୁ ଯିବାର ବୃତ୍ତାନ୍ତ ଶୁଣ ।ପାପୀ କୁ ଯମଦୂତ ମାନେ   ବାଟରେ ନେବାବେଳେ ବହୁତ କଷ୍ଟ ଦିଅନ୍ତି ।ପାପୀ ବିକଳରେ ବନ୍ଧୁ ଓ ସୋଦର ମାନଙ୍କୁ ଡାକି କହେ ହେ ଆତ୍ମୀୟ !ମୋତେ ଏ ସଂକଟ ରୁ ପରିତ୍ରାଣ କର ।ପାପୀର ବିକଳ ଦେଖି  ଯମଗଣ ହସନ୍ତି ।ପାପୀ କୁ ବାଟରେ ଦୁଇ ଗୁଣ ବାଡେଇ ଆହୁରି ଖୁସି ହୁଅନ୍ତି । ତାତିଲା ତୈଳ ଆଣି ତା ମୁଖରେ ଢାଳନ୍ତି ।ଏହି ସମୟରେ ପାପୀ ର ସାହା ଭରସା କେହି ନଥାନ୍ତି । ପାପୀ କୁ ଟାଣି ଘୋଷାରି ଯମଦୂତମାନେ ଅଗ୍ନି ରେ ନେଇ ପକାନ୍ତି ।ଶୁଖିଲା କାଠ ଓ ତୈଳ ପାପୀର ଉପରେ ପକାନ୍ତି ।ଯମଦୂତ ମାନେ ତାକୁ ଟିକିଏ ହେଲେ ଦୟା କରନ୍ତି ନାହିଁ । କେଉଁ ଯମଦୂତ ମାନେ ଚୁଟି କୁ ଧରି  ପିଠିରେ ପ୍ରହାର କରେ ତ କିଏ ବିଧା ଗୋଇଠା ମାରେ । କିଏ ଗଳା ଧରିଠେଲି ଠେଲି  ନେଉଥାଏ ।କିଏ ଉଚ୍ଚ ଜାଗାରୁ ତଳକୁ ପେଲିଦିଏ ।କିଏ ମୁଖି ମାରେ ତ କିଏ ଶାଂଖୁଳ କୋରଡ଼ା ଧରି ପିଟେ ।କିଏ ଠେଙ୍ଗା ରେ ଆଘାତ କରେ ତ କିଏ ଯୋଡି ବେତ ଧରି ମାରୁଥାଏ ।କୋଉ ଯମଦୂତ ଦାନ୍ତ କୁ ରଗଡି କୁ ବଚନ କୁହେ ତ କିଏ ଗାଳି ଦେଇ କୁବବଚନ କୁହେ ।କିଏ ରଡ଼ ନିଆଁ ଧରି ଫୋପାଡ଼ି ଦିଏ ତ କିଏ ବିଛା ବଣ ରେ ନେଇ ଠିଆ କରିଦିଏ ।କୋଉ ଯମଦୂତ ପାପୀର ମୁଣ୍ଡରେ ରକ୍ତ  ମାଠିଆ ନେଇ ଢାଳେ ତ  କିଏ ଗରଳ ନେଇ ପାପୀ ପାଟିରେ ଦିଏ । କୋଉ ଯମଦୂତ ପାପୀ କୁ ନେଇ ଶିମିଳି ବୃକ୍ଷରେ କଚାଡି ଦିଏ ତ କିଏ ଖଣ୍ଡାରେ ହାଣୀ ପକାଏ ।କିଏ ପାପୀର ଜିଭ କୁ ଓପାଡି ଦିଏ ତ  କିଏ କରତ ରେ କାଟି ପକାଏ ।କୋଉ ଯମଦୂତ କଟୁରି ଧରି  ହାଣୀ ଦିଏ ତ କିଏ  ଶୂଳ ରେ ଛାତି କୁ  ଭୂଷି ଦିଏ ।କୋଉ ଯମଦୂତ ମୁଦ୍ଗର ନେଇ ପାପୀର ମୁଣ୍ଡରେ ବାଡେଇ ଦିଏ ।ପାପୀମାନେ ରକ୍ଷାକର ରକ୍ଷାକର ବୋଲି ଡାକ ଦିଅନ୍ତି  ହେଲେ ସେତେବେଳେ ପାପୀର କରୁଣ ବାଣୀ କୁ କେହି ଶୁଣନ୍ତି ନାହିଁ ।ପାପୀ ମାନେ ଡାକି ଡାକି ନିରାଶ ହୋଇଥାନ୍ତି ।ପାପୀର ଦୁଇ ଆଖିରୁ ଅଶ୍ରୁ ବାର ବାର ବୋହୁଥାଏ ।ତାହାର କଣ୍ଠ ତାଳୁ ଶୁଖିଯାଏ ।ଯମଦୂତ ମାନେ ନିର୍ଦ୍ଦୟ ହୋଇ ପାପୀ କୁ ନର୍କ କୁଣ୍ଡ କୁ ଟାଣି ଆଣନ୍ତି ଓ ସର୍ପ କୁଣ୍ଡରେ ନେଇ ପକାଇ ଦିଅନ୍ତି ।ପାପୀକୁ ସର୍ପ ମାନେ  ଚୋଟ ମାରି ଚାଲନ୍ତି ।ବିଷ ଜ୍ବାଳାରେ ପାପୀ ର ଜ୍ଞାନ ରହେନାହିଁ । ତାପରେ ଯମଦୂତ ମାନେ ପାପୀ କୁ ନେଇ ବ୍ୟାଘ୍ର ଭାଲୁ ମୁଖରେ ଦିଅନ୍ତି ।ବାଘ ଭାଲୁ ମାନେ ପାପୀ କୁ କାମୁଡି ବିଦାରି ପକାନ୍ତି । ଏହାପରେ ଯମଦୂତ ମାନେ ପାପୀ କୁ ଉଠାଇ ନେଇ  ବିଷମ ଅଗ୍ନି କୁଣ୍ଡରେ ପକାଇ ଦିଅନ୍ତି ।ତୈଳ କୁଣ୍ଡରେ ପେଲି ଦେଲା ପରେ ପୁଣି ତାକୁ ଉଠାଇ ଆଣି ହାତଗୋଡ଼ ବାନ୍ଧି କଣ୍ଟା ବଣ ରେ ପକାଇ ଘୋସାରି ଦିଅନ୍ତି ।ସେଠାରେ ପାପୀ କୁ ଯମଦୂତ ମାନେ କଲବଲ କରନ୍ତି ।ପୁଣି ଯମଦୂତ ମାନେ ପାପୀ କୁ ନେଇ ତତଲା ବାଲି ରେ ପକାଇ ମୁଣ୍ଡ କୁ ପ୍ରହାର କରନ୍ତି ।ସେହି ତତଲା ବାଲି କୁ ମୁଠା ମୁଠା କରି ପାପୀ ର ଆଖିରେ ଭାରି ଦିଅନ୍ତି ।ତାପରେ ଯମଦୂତ ମାନେ ପାପୀ କୁ ଉଠାଇ ନେଇ ଯମରାଜା ଛାମୁରେ ପାପୀକୁ ଦର୍ଶନ କରାନ୍ତି ।

ଯମରାଜ ଚିତ୍ରଗୁପ୍ତ କୁ ଚାହିଁ  କୁହନ୍ତି -ହେ ମନ୍ତ୍ରୀବର !ଏ ପାପୀର ପାପ ସମୁଦାୟ ମୋ ଆଗରେ କୁହ ।କେତେ ପାପ କୁ ଏ ପାପୀ  କେତେ ଦଣ୍ଡ ପାଇଅଛି ?ଆଉ କେତେ ଦଣ୍ଡ ଏ ପାପୀ ପାଇବାର ଅଛି ?ପାଞ୍ଜି ଦେଖି ଚିତ୍ର ଗୁପ୍ତ ଯମ ରାଜା ଙ୍କୁ ବୁଝାଇ ଦିଏ ।ସେହି ଅନୁସାରେ ଯମ ରାଜ ଦୂତ ମାନଙ୍କୁ ଆଦେଶ ଦିଏ ।ଦୂତ ମାନେ ଆଦେଶ ପାଇବା ମାତ୍ରେ  ସମସ୍ତେ ଏକାଠି ହୋଇ ପାପୀ କୁ ଦଣ୍ଡ ଦିଅନ୍ତି ।ଜୀଵ ଯେତେ ଯେତେ ପାପ ଅର୍ଜନ କରିଥାଏ ତାହାର ପ୍ରତିଫଳ ସେ ସେହିଠାରେ ପାଏ ।ସଂଜୀବନୀ ପୁରରେ ଲକ୍ଷ ଲକ୍ଷ ନର୍କ କୁଣ୍ଡ ଅଛି । ଫାଶୀ ଖମ୍ବ ,ହାଣଘର ,ବନ୍ଦୀ ଘର  ସହିତ କେତେ କନ୍ଦି ବିକନ୍ଦି ମଧ୍ୟ ଅଛି ।ସ୍ଥାନେ ସ୍ଥାନେ ଲୁହାର ଶିକୁଳି ମଧ୍ୟ ଏଠାରେ  ଥାଏ  ଓ ଲୁହାର ଜାଲ ଘେରା ହୋଇଥାଏ ।ପାପପୁଣ୍ୟ ବିଚାର ପାଇଁ ନିକିତି ର ବ୍ୟବସ୍ଥା କରାଯାଇଥାଏ । ଏହି ପୁରରେ ପିଟଣୀ ସଜଡା ହୋଇ ରଖା ଯାଇଥାଏ ତା  ପାଖକୁ ପଥର ଗଦା ଗଦା ହୋଇ ରଖା ଯାଇ ଥାଏ । ଯେଉଁଠାରେ ଫାଶୀ ଦିଆଯାଏ ସେ  ଜାଗା ଭୟଙ୍କର ଦେଖାଯାଏ । ଯମ ପୁରରେ କେଉଁ ଠାରେ ରକ୍ତର ନଈ  ବହି ଯାଉଥାଏ । ସ୍ଥାନେ ସ୍ଥାନେ ପଚା ମାଂସ ରେ କୀଟ ବେଢ଼ି ରହି ଥାନ୍ତି 
।ପାପୀ ମାନେ ଦଣ୍ଡ ପାଇବା ସମୟରେ  ବିଭିନ୍ନ ପ୍ରକାର ଭୟଙ୍କର  ଦୃଶ୍ୟ ଦେଖେ । ଧମକ ,ଚମକ ,ମାଡ଼ ,ଗାଳି  ଦେଇ ଯମଦୂତ ମାନେ  ହରକତ କରୁଥାନ୍ତି । 

ଋଷି ସନତ କହିଲେ -ହେ ତପିଗଣ !ପୁଣ୍ୟବନ୍ତ  ପ୍ରାଣୀମାନେ ମଲା ପରେ ଅତି ଆନନ୍ଦରେ  ପୁଷ୍ପକ ବିମାନରେ ବସି ସ୍ୱର୍ଗ ପୁରରକୁ ଯାଆନ୍ତି । ହେ ମୁନିଗଣ !ଏବେ ପୁଣ୍ୟକଲା ଜନ ଙ୍କ କଥା ଶୁଣନ୍ତୁ ।
ବୈକୁଣ୍ଠ  କୁ ଯିବା ପାଇଁ ପରିଷ୍କାର ପଥ ପଡ଼ିଅଛି । ସେଇ ରାସ୍ତା ରେ ଗଲେ ସ୍ଥାନେ ସ୍ଥାନେ ସୁବାସିତ  ନୀର ଦେଖିବାକୁ ମିଳେ । ସୁଗନ୍ଧ ଗନ୍ଧ ଚନ୍ଦନ  ଅତର  କୁ ପୁଣ୍ୟବାନ ଲୋକ ଆମୋଦ ପ୍ରମୋଦ କରେ । ସୁବାସ କୁସୁମ  କୁ ବଡ଼ ମାନେ ଧରି  ପଥରେ ଧାଡି ଧାଡି କରି ଠିଆ ହୋଇ ଥାଆନ୍ତି । ଭ୍ରମର ମାନେ ଫୁଲରେ ଝଙ୍କାର କରନ୍ତି ।କୋକିଳ ଶୁକ ,ଶାରୀ ,ମୟୁର  ଏହା ସହିତ ଅନ୍ୟ ପକ୍ଷୀ ମାନେ  ରାଵ ଦେଉଥାନ୍ତି ।ଏହି ପକ୍ଷୀ ମାନଙ୍କର ରାଵ ଶୁଣି ପୁଣ୍ୟବନ୍ତ ଲୋକ ପୁଲକିତ ହୁଏ ।ପୁଣ୍ୟବନ୍ତ ଲୋକ ଯିବା ଆଗରେ  ଚିତ୍ରିତ  ହୋଇଥିବା ଚାନ୍ଦୁଆ  ବସନ ଆଦି   ଟଙ୍ଗା ହୋଇଥାଏ   ।ପୁଣ୍ୟବନ୍ତ ଲୋକ ଗଲାବେଳେ ଦେବତା ମାନେ  ଜୟ ଜୟ  ଗାଁନ କରନ୍ତି ।ଅତି ଖୁସି ହୋଇ  ବିବିଧ ବାଜା ବଜାନ୍ତି । ପୁଣ୍ୟବନ୍ତ ଲୋକ ଦୁଇ  ପାଖରେ ଆଲଟ ଚାମର ପଡୁଥାଏ । ବିଷ୍ଣୁ ଦୂତ ମାନେ ପୁଣ୍ୟବନ୍ତ ଲୋକ କୁ ରସ୍ଥରେ ବସାଇ ନେଉଥାନ୍ତି । କିଏ ଆଗରେ ପହଣ୍ଡି କରି ନିଏ ।କେଉଁ ବିଷ୍ଣୁ ଦୂତ ମାନେ  ହରି ନାମ ଶୁଣାଇ ନିଅନ୍ତି । କିଏ ପୁଣ୍ୟାତ୍ମା  ମସ୍ତକ ରେ ଛତ୍ରୀ ଟେକିଥାଏ । କିଏ ସମୟ ସମୟରେ ପହଡ଼ ପକାଏ । କିଏ ଚନ୍ଦନ କର୍ପୂର ପିଚକାରୀ ମାରେ । କେଉଁ ବିଷ୍ଣୁ ଦୂତ ସୁବାସ କୁସୁମ ତା ମସ୍ତକ ରେ ପକାନ୍ତି  ତ କିଏ ବିଞ୍ଚଣା ଧରି ବିଞ୍ଚୁଥାଏ   କେଉଁ ବିଷ୍ଣୁଦୂତ  ଝାଳ ପୋଛି ଦେଉଥାଏ ।
ଏହା କହି ସନତ ଋଷି ମୌନ ହୋଇଗଲେ ।

କ୍ରମଶଃ.................

┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୧୪】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୧୪】                ╚⏤⏤⏤⏤╗❀╔⏤⏤⏤⏤╝
⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅
#ଯମଭୁବନକୁ_କେଉଁପଥରେ_ପାପୀମାନଙ୍କର_ଯିବାର_ବୃତ୍ତାନ୍ତ
========================================
ନୈମିଷା ଅରଣ୍ୟରେ ରୁଣ୍ଡ ହୋଇଥିବା ସକଳ ଋଷିଗଣ ବ୍ରହ୍ମା ସୁତ ସନତ କୁମାର କୁ ଚାହିଁ କହିଲେ -ଭୋ ମୁନି ! ଆମ୍ଭ ମାନଙ୍କ ମନରେ ଗୋଟିଏ କଥା ଆସୁଛି ଯେ  ପ୍ରାଣୀ ମାନଙ୍କର ପ୍ରାଣ ଗଲାବେଳ  କେଉଁ  ପଥରେ ଯମଦୂତ ମାନେ ବିଚାର ପାଇଁ ଯମପୁରକୁ ନିଅନ୍ତି ? ହେ ତପିବର ! ସେହି କଥା ଆମ ଆଗରେ କୁହନ୍ତୁ ?ଏ ବିଷୟରେ ଶୁଣିବା ପାଇଁ  ଆମ୍ଭ ମାନଙ୍କ ମନରେ ଶ୍ରଦ୍ଧା ବଳିଅଛି ।

ଋଷି ମାନଙ୍କ ପ୍ରଶ୍ନ ଶୁଣି ବ୍ରହ୍ମା ସୁତ  ଅତି ଆନନ୍ଦ ମନରେ  କହିଲେ ହେ ଋଷିଗଣ !ଆପଣ ମାନେ ପଚାରି ଥିବା ପ୍ରଶ୍ନ ଉତ୍ତର ମୁଁ ବିସ୍ତାର କରିବାକୁ ଯାଉଛି ।ଆପଣ ମାନେ ଧୀର ଚିତ୍ତରେ  ସମସ୍ତେ ଶୁଣ । କେଉଁ ପଥ ଦେଇ ଜୀବ ଯମଆଳ ଯାଏ ! ଏହାର ଉତ୍ତର ଶୁଣିବାକୁ ଋଷି ମାନଙ୍କ ଆଗ୍ରହ ବଢିଗଲା । ଋଷି  ସନତ କହିଲେ ... ଯେତେବେଳେ  ପ୍ରାଣୀ ମାନଙ୍କର ଆୟୁଷ ଶେଷ ହୁଏ  ଚିତ୍ରଗୁପ୍ତ ପାଞ୍ଜି ଦେଖି   ଯମ ରାଜାଙ୍କ ଆଗରେ ତାହା ସଚିତ୍ତରେ ଜଣାଏ । ଚିତ୍ରଗୁପ୍ତ କହେ ହେ  ଦେବ !ଏ ଜୀଵ ର କାଳ ପୂରିଗଲା  ବର୍ତ୍ତମାନ ସେହି ପ୍ରାଣୀ କଣ୍ଠାଗ୍ରତ  ହୋଇ ଆସିଲାଣି ତଥାପି ସେ ଜୀଵ ଘଟତେଜି  ଆସୁ ନାହିଁ । ଚିତ୍ର ଗୁପ୍ତ ଠାରୁ ଏକଥା ଶୁଣି ଜନ୍ତୁରାଣ  ଯମଦୂତଙ୍କୁ ଆଜ୍ଞା ଦେଇ ପାଖକୁ ଡାକି  ଆଦେଶ ଦିଅନ୍ତି ।ଯମ ରାଜା କହନ୍ତି  ଯାଅ ଯାଅ ଦୂତ ଗଣ  ବିଳମ୍ବ ନକରି  ଜୀଵ କୁ ବାନ୍ଧି ଆଣ  ଖୁବ ଯୋରକରି।ଜନ୍ତୁରାଣ ଙ୍କ ନିର୍ଦ୍ଦେଶ ପାଇ ଦୂତ ମାନେ ଚଳି ଯାଆନ୍ତି  ଓ  ଜୀଵ ନିକଟରେ ପ୍ରବେଶ ହୁଅନ୍ତି । ଯମଦୂତ ମାନେ ଜୀବ କୁ ଯାଇ କହନ୍ତି ରେ ଜୀଵ  କାହିଁକି ଏତେ କଷଣ ସହୁଛୁ ? ତୋହର ଏ  ପଚା  ଘଟ ପାପର ହୋଇ ଗଲାଣି ?କାହିଁକି  ଆଉ ଲୋଭ କରୁଛୁ ? ତୁ କାହିଁକି ଛାଡି କି ଯାଉନୁ ?।ଅକାରଣ ରେ ତୁ ହଇରାଣ ହେଉଛୁ ?
ଯମଦୂତ ମାନେ ଜୀଵ କୁ ଏପରି କହନ୍ତି ।ଜୀଵ କିନ୍ତୁ ଲୋଭ ରେ ଘଟ ଛାଡିବାକୁ  ରାଜି ହୁଏ ନାହିଁ ।ଜୀଵ ରାଜି ନହେବା ଦେଖି ଯମଦୂତ ମାନେ  କୌଶଳ ଭିଆଇ ନାନାଦି ଲୋଭ ଜୀଵ କୁ ଦେଖାନ୍ତି
ଅପୂର୍ଵ ସୁନ୍ଦରୀ ନାରୀ ଜୀଵ କୁ ଦେଖାଇ ବା ପରେ ହୀରା ଲୀଳା ରତ୍ନ ଜୀଵ ପାଖରେ ଥୋଇ ଦିଅନ୍ତି ଓ କୁହନ୍ତି ଯଦି ତୁ ଏ ଘଟ ଛାଡିବୁ ତେବେ ଏ ସମ୍ପଦର ତୁ ଅଧିକାରୀ ହେବୁ । ଜୀଵ ଏ ସବୁ ଦେଖି ଭୁଲି ଯାଇ ଯିବାକୁ ଉଦ୍ୟତ ହୁଅନ୍ତେ ପରମ ନା ନା କରି ବାଟ  ରାଧେ । ପରମ କୁହେ ହେ ଜୀଵ ଭାଇ  !କେଭେ ଘର ଛାଡି ତୁମେ ଯାଅ ନାହିଁ 
ଏହି ଯମଦୂତ ମାନେ ତୁମକୁ ମହା ବିପଦ ରେ ପକାଇ ଦେବେ ।ପରମ ଏ ଏକଥା ଶୁଣି ଯମଦୂତ ମାନେ ଏକ ରତ୍ନ ଖଟ ନେଇ ଜୀଵ କୁ ଦେଖାନ୍ତି ଓ କୁହନ୍ତି ରେ ଜୀଵ !ତୁ ଯଦି ଏହାକୁ ଛାଡି ଦେବୁ ତେବେ  ଆଉ ପାଇବୁ ନାହିଁ ।ତୁ ଏହି ଘରେ ସଦା ସର୍ବଦା ରହିବୁ ରେ ଜୀଵ  । ଏତିକିବେଳେ ପରମ କଥା ରେ ଆଉ ନପଡ଼ି ଜୀଵ  ଡେଇଁ କି  ଯାଇ ଘଟରେ  ପଶେ। ଏପଟେ ମାଟି ପିଣ୍ଡ ଗୋଟିଏ ଅଗ୍ନି ରେ ପକାଇ  ପୋଡି ଜାଳି ସମସ୍ତେ ନଷ୍ଟ କରି ଦିଅନ୍ତି । ହେଲେ ସେ ମାୟା ଘଟରେ  ଜୀବକୁ ପୁରାଇ  ଯମଦୂତ ମାନେ ଚର୍ମ ଦଉଡି ରେ ଜୀଵ କୁ ବାନ୍ଧି ଦିଅନ୍ତି ।ଜୀଵ ର ଗଳା ରେ କାଳ ଫାଶ  ଲଗାଇ  ବହୁ ହରକତ କରନ୍ତି । ଜୀଵ ବନ୍ଧନ ରେ ପଡି ବହୁତ ଆକୁଳ ହୁଏ ।ସେହି ବନ୍ଧନ ରୁ ବାହାରିବା ପାଇଁ ଭିଡିମୋଡି ହେଉଥାଏ ।କାଳ ଦୂତ ମାନେ ତା ଗଳାରେ ଗଳଥା ଲଗାଇ  ମାଡ଼ ମାରି ହାଡ଼ ଭାଙ୍ଗି ଦିଅନ୍ତି । ବାଟ ସାରା ଘୋଷାରି ଘୋଷାରି ଜୀଵ କୁ ନିଅନ୍ତି ।ଟିକେ ହେଲେ ଦୟା ଦେଖାନ୍ତି ନାହିଁ ।ଯମପୁର ଲକ୍ଷେ ଯୋଜନ ଅଟେ । ଯମ ଡଗର ମାନେ ଜୀଵ କୁ କଷ୍ଟ ଦେଇ  ସେଠାକୁ ନିଅନ୍ତି ।କେଉଁଠି ତପ୍ତ ବାଲି ତ କେଉଁଠି କଣ୍ଟା ବଣ  ,କାହିଁ ପର୍ବତ ତ କାହିଁ ଖାଲ ଓ ଢ଼ିପ ,କେଉଁ ଠାରେ ପ୍ରଚଣ୍ଡ ଅଗ୍ନି ଜଳୁଥାଏ  ଓ ଏହାର ତେଜ ରେ ପାଷାଣ ତରଳି ଯାଏ ।କେଉଁଠାରେ ବିଷାକ୍ତ ସର୍ପ ଫଫକାର କରୁଥାଏ ଓ ଗର୍ଜନ କରି ଧାଇଁ ଆସେ ,କେଉଁଠାରେ ମଳ ମୂତ୍ର ଗଦା ଗଦା ହୋଇ ରହିଥାଏ । କେଉଁଠି କୁମ୍ଭୀର , ମଗର ଭେଳା ଭେଳା ହୋଇ ଜଳ ରେ ଭାସୁଥାନ୍ତି ।ଏହି ସବୁ ବିପଦ ରାସ୍ତା ଦେଇ ଯମଦୂତ ମାନେ ଜୀଵ କୁ ଯମପୁର କୁ ନିଅନ୍ତି । କେଉଁ ସ୍ଥାନରେ ଧୂଳି ପ୍ରବଳ ବେଗରେ ମାଡି ଆସୁଥାଏ ।ପ୍ରତି ଦିନ ଅନ୍ଧାର ରାତି ହୁଏ । ଏହି ଅନ୍ଧାର ରାତିରେ ଜୀଵ ଙ୍କୁ ସର୍ବଦା ଯମଦୂତ ମାନେ ବାଡ଼ି ସାହାଯ୍ୟ ରେ ବାଡାନ୍ତି ।

ଯମଦୂତ ମାନେ ଜୀଵ କୁ ଯମପୁର ନେଲା ବେଳେ ବାଟରେ କେଉଁଠାରେ ପ୍ରବଳ ଲହରୀ ମାଡି ଆସୁଥାଏ ଓ ସେହି ଲହରୀ ରେ ନାନା ଜୀବଙ୍କର ଅସ୍ଥି ମାଳ ମାଳ ଲହରୀ ରେଆସୁଥାଏ।କେଉଁଠି ପଚାମାଂସ ଗନ୍ଧ ଭୀଷଣ ଭାବରେ ହୁଏ । ଏହିପରି ଭୟଙ୍କର ପଥରେ ଯମଗଣ  ଜୀଵ କୁ ଟାଣି ଶମନ ଭୁବନ କୁ ନିଅନ୍ତି ।ଜୀବକୁ ବାଟରେ ବହୁତ ଯନ୍ତ୍ରଣା ଦିଅନ୍ତି । ବିଧା ଖୁନ୍ଦା ,ଗୋଇଠା ,ଜୀଵ ର ମୁହଁ କୁ ମାରନ୍ତି । ଏହି ଯମଦୂତ ମାନେ ବଡ଼ ଦାରୁଣ ଅଟନ୍ତି । ହାତରେ ଯମଦୂତ ମାନେ କାଳପାଶ  ଅସ୍ତ୍ର ଧରିଥାନ୍ତି ।ଏହି ଅସ୍ତ୍ର ରେ ଜୀଵ କୁ ପ୍ରହାର କରନ୍ତି ।

ବ୍ରହ୍ମା ସୁତ କହିଲେ ହେ ଋଷିଗଣ !ଯମଦୂତ ଙ୍କ ରୂପ କିପରି ଅଟେ ଶୁଣ ।ଯମଦୂତ ମାନଙ୍କ ଦେହର ରଙ୍ଗ କଳାହାଣ୍ଡି ରଙ୍ଗ ପରି । ନୟନ ଗୁଡିକ ଲାଲ ଓ କେଶ ଗୁଡିକ ଲମ୍ବା ଓ ପିଙ୍ଗଳ ବର୍ଣ୍ଣ ଅଟେ ।କଟି ପର୍ଯ୍ୟନ୍ତ  ମୁକୁଳା କେଶ ଲମ୍ବିଥାଏ । ଦାନ୍ତ  ଗୁଡିକ ଦୀର୍ଘ  ଅଟେ ନାସା ଓ କର୍ଣ୍ଣ   ଡୋଲି ସମାନ ଅଟେ  ।ସର୍ବଦା  ଏ ମାନେ କଟମଟ କରି ଚାହିଁ ଥାନ୍ତି ।ପାପୀ ମାନଙ୍କ ଗଳା ରେ ଲୁହାର ଶିକୁଳି ଦେଇ ଲୁହା ବାଡ଼ିରେ ଜଣ  ଜଣ  କରି ପିଟନ୍ତି । ହାତ ଗୋଡ଼ କୁ ବାନ୍ଧି ମୁଣ୍ଡରେ ପ୍ରହାର କରନ୍ତି ।ଏ ଯମ ଅନୁଚର ମାନେ ବହୁତ ନିଷ୍ଠୁର ଅଟନ୍ତି ।ଜୀଵ ର ଛାତିରେ ଲୁହାର ମୁଦ୍ଗର ନେଇ ଲଦି ଦିଅନ୍ତି ।ତାତିଲା ବାଲି ସବୁବେଳେ ଘୋଷାରନ୍ତି । ସେହି ସମୟରେ ପାପୀ ମାନଙ୍କର କେହି ଭରସା ନଥାନ୍ତି ।ନିଜେ କଲା କର୍ମ ମାନ ସେହି ପାପୀ ଭୋଗକରେ ।
ପାପୀ ଟି ସେତେବେଳେ କାନ୍ଦି କହେ  ହେ ପ୍ରଭୁ !ମୋତେ ଏଥିରୁ ତ୍ରାହି କର  ମୁଁ ଆପଣଂକ ନିକଟରେ ଶରଣ ମାଗୁଛି ।ହେ ପ୍ରଭୁ !ତୁମ୍ଭ ଦୋଷ କିଛି କରିନାହିଁ  ମୋତେ କାହିଁକି ବାନ୍ଧିଛ ?।ଅକାରଣରେ ମୋତେ  କାହିଁକି  ମାଡ଼ ମାରୁଛ ? ଏହି ପାପୀ ଲୋକ ଯେତେ ଆପତ୍ତି କଲେ  ବି ତାହାକୁ ଯମଦୂତ ମାନେ କିଛି ଶୁଣନ୍ତି ନାହିଁ । ନର୍କ ପଙ୍କରେ ନେଇ ତାକୁ ପକାନ୍ତି ।ସେଠାରେ ତାକୁ ବହୁତ କଷଣ ଦିଅନ୍ତି ।ସେହି ନର୍କ ପଙ୍କରେ ପାପୀ  ପଡି କଲବଲ ହୁଏ । ପାପୀ ଟି ନିଜ କର୍ମ କୁ ସ୍ମରଣା କରି ଆକୁଳ ରେ କାନ୍ଦି ଥାଏ ।ତାହାର ନୟନ ରୁ ଲୁହ ଧାର ଧାର ବୋହି ଯାଉଥାଏ ।ତାକୁ ରକ୍ଷା କରିବାକୁ କାହାର ବଳ ନାହିଁ । ପାପୀ ଟି ମୁଣ୍ଡରେ ହାତ ଦେଇ କାନ୍ଦି କାନ୍ଦି କହେ ମୋହର ଭାଇ  ,ବନ୍ଧୁ କୁଟୁମ୍ବ ଗଲେ କୁଆଡେ । କୁଆଡେ ଗଲେ ମୋହର ଆତ୍ମୀୟ ସୋଜନ ଓ ପରିବାର ।କୁଆଡେ ମୋ ପୁତ୍ରପତ୍ନୀ ସବୁ ଗଲେ । ମୋର ବିପଦ କାଳରେ କେହି ସାହା ହେଲେ ନାହିଁ ।ମୁଁ ତାଙ୍କ ପାଇଁ କେତେ ଲୋଭ କରିଥିଲି।କେତେ ଦୁଃଖ ସହି ତାଙ୍କ ସମସ୍ତ ଙ୍କୁ  ପୋଷୁ ଥିଲି  ।ଏତିକିବେଳେ କେହି ପଦେ ଉତ୍ତର ଦେଲେ ନାହିଁ ? ପାପୀଟି ବିକଳରେ କହେ  ହେ !ମୋ ବନ୍ଧୁ ଓ ସୋଦର ମାନେ  ମୋହର ଏ  ସଙ୍କଟ ସମୟରେ ପରିତ୍ରାଣ କର । ପାପୀ ର ବିକଳ ଦେଖି  ଯମଗଣ  ହସି  ହସି ପୁଣି ପ୍ରହାର କରନ୍ତି । ଋଷି ସନତ ଏତିକି କହି ସେହିଠାରେ ମୌନ ହୋଇଗଲେ ।
 

କ୍ରମଶଃ ................

┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୧୩】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୧୩】                ╚⏤⏤⏤⏤╗❀╔⏤⏤⏤⏤╝
⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆
#ନର୍କକୁଣ୍ଡମାନଙ୍କର_ବର୍ଣ୍ଣନା
==================
ନୈମିଷା ଅରଣ୍ୟ ମଧ୍ୟରେ ସର୍ଵ ଋଷିଗଣ  ବ୍ରହ୍ମା ସୁତ ସନତ କୁମାର ଙ୍କ  ମୁଖରୁ ପୁରାଣ ଶୁଣି  ମନେ ମନେ ସମସ୍ତେ  ଅତ୍ୟନ୍ତ ଆନନ୍ଦିତ ହେଲେ । ପୁଣି ସମସ୍ତ ଋଷିମାନେ ଇଚ୍ଛା କରି କହିଲେ- ହେ ତପିସାଇଁ 
! ଆପଣ ତ କହିଲେ ପ୍ରାଣୀ ମାନେ ପାପ କଲେ ଯମ ଦଣ୍ଡ ଦିଏ ?ଯମ ଭିନ୍ନ ଭିନ୍ନ ନର୍କ କୁଣ୍ଡ ରେ ପାପୀ ଙ୍କୁ ନେଇ ପକାଏ ?ସକଳ ପାପୀ କର୍ମ ଅନୁସାରେ  ଫଳ ଭୋଗ କରନ୍ତି । ହେ ଧାତା ସୁତ !ଆମ ମାନଙ୍କୁ ଗୋଟିଏ କଥା କୁହ  ଯମ ଭୁବନରେ ଯେତେ ନର୍କ କୁଣ୍ଡ ଅଛି  ସେଗୁଡିକର ନାମ କଅଣ କଅଣ ଅଟେ ?।ଏହି ନର୍କ କୁଣ୍ଡର ନାମ ଆମ ଆଗରେ ପ୍ରକାଶ କରନ୍ତୁ ମହାମୁନି !। ଆପଣଂକ ମୁଖରୁ ଏହି ଅମୃତ ଚରିତ୍ର ଶୁଣି  ଆମ୍ଭ ମାନଙ୍କର ପ୍ରାଣ କୃତାର୍ଥ ହେବ ।

ସନତ କୁମାର ଉବାଚ ...............!!!!!!!!!!!

ଋଷି ମାନଙ୍କର ବଚନ ଶୁଣି ଧାତା ସୁତ  କହିଲେ ହେ ତପୋବନ୍ତ !ଆପଣଙ୍କ  ପ୍ରଶ୍ନର ଉତ୍ତର କହୁଛି ମନ କର୍ଣ୍ଣ ଦେଇ ଶୁଣ । ସନତ ଋଷି କହିଲେ ...ସଞ୍ଜିବନୀ ପୁରରେ ଯେତେ ନର୍କକୁଣ୍ଡ ଅଛି  ତା ମଧ୍ୟରେ ଚୌରାଶୀ ଟି ଶ୍ରେଷ୍ଠ ନର୍କ କୁଣ୍ଡ ଅଟେ । ସେହି  ଚୌରାଶୀ ଗୋଟି କୁଣ୍ଡ ର ନାମ କୁ ବୁଝାଇ କହିବି । 

ଯେଉଁ କୁଣ୍ଡରେ ପାପୀ ମାନେ ଅଗ୍ନିରେ  ଦହନ ହେଉଛନ୍ତି  ସେହି କୁଣ୍ଡର ନାମ -ତପ୍ତ କୁଣ୍ଡ । ବିଷ୍ଠା ,ଅଶ୍ରୁ ,ମୂତ୍ର , ଖରକୁଣ୍ଡ  ,ତପ୍ତ ,ସ୍ବେଦ 
ମଜ୍ଜା କୁଣ୍ଡ ,ମାଂସ ,ନଖ ,ଗାତ୍ର କୁଣ୍ଡ ,କୃମି କୁଣ୍ଡ , ଅସ୍ଥି କୁଣ୍ଡ ରେ ହାଡ଼ ପୁରି କରିଥାଏ  । ଲୌହ କୁଣ୍ଡରେ  ଲୁହା କଣ୍ଟା  କୁଢ଼ କୁଢ଼ ହୋଇ ଥାଏ  ।ଭୟାନକ କୁଣ୍ଡ ଏକ ତାମ୍ବ ରହିଅଛି । ତାହାରି ମଧ୍ୟରେ ତେଲ ଟକଟକ ହୋଇ ଫୁଟୁଥାଏ । ତାହାରି ଉପରେ ଏକ ଶର କୁଣ୍ଡ ଅଛି  ସେହି ଶର କୁଣ୍ଡରେ ତୀକ୍ଷ୍ଣ ଶର  ପୂର୍ଣ୍ଣ ହୋଇଅଛି । ଦୁଇ ଦୁଇ ଟି ଚୂର୍ଣ୍ଣ  କର୍ମ କୁଣ୍ଡ ଯମପୁରେ ଅଛି । ମନ୍ତ୍ରୀ କୁଣ୍ଡରେ ମସି ମାନ ପୂର୍ଣ୍ଣ ହୋଇ ରହିଥାଏ । ଏହି କୁଣ୍ଡଟି ଯମ ପୁରେ ବହୁ କଦର୍ଯ୍ୟ ଦିଶେ । ଏହି କୁଣ୍ଡ  ନିକଟରେ ଶୂଳ କୁଣ୍ଡ ଅଛି । ଅଗଣିତ ଶୂଳ ଏହି କୁଣ୍ଡରେ ଭର୍ତ୍ତି ହୋଇଅଛି ।ବାଛି ବାଛି ପାପୀ ଙ୍କୁ ଏହି କୁଣ୍ଡକୁ ଅଣା ଯାଇ ଦଣ୍ଡ ଦିଆ ଯାଏ । ତୈଳ କୁଣ୍ଡ ନିକଟରେ ଆଉ ଏକ କୁଣ୍ଡ ଅଛି ତାହାର ନାମ ଜ୍ବାଳାବତୀ କୁଣ୍ଡ ।ଏହା ନିକଟରେ  ଭସ୍ମ କୁଣ୍ଡ ,ଜମ୍ବୁକୁଣ୍ଡ ,  ଓ କୁମ୍ଭୀପାକ କୁଣ୍ଡ ଅଛି । ଯେଉଁ ପାପୀ ଅତ୍ୟନ୍ତ ଦୁର୍ଦଣ୍ଡ ସେ ଏହି କୁଣ୍ଡରେ ପଡେ ।କର୍ଣ୍ଣ ମୁଖ କୁଣ୍ଡ  ଦୁଇଟି ଅଛି । ଏହି କୁଣ୍ଡରେ ମଳ ମୂତ୍ର ପୂଜ ଭରି ରହିଥାଏ । ଜଳନ୍ଧର କୁଣ୍ଡ ଅତି ଭୟଙ୍କର ଦିଶେ । କଫ କୁଣ୍ଡ ର ଗଭୀର ସବୁଠାରୁ ଅଧିକ । ଏହି ପୁରରେ ବିଷ କୁଣ୍ଡ ଅଛି । ଏହାର ନିକଟକୁ ମକ୍ଷିକା ବା ମଶା କୁଣ୍ଡ ଅଛି । ଶୁକ୍ରକୁଣ୍ଡ ,ରଜ କୁଣ୍ଡ ,ରୌରବ କୁଣ୍ଡ  ,ସିଂହ କୁଣ୍ଡ ,ଅଶ୍ୱକୁଣ୍ଡ , ଭେକ କୁଣ୍ଡ ଏସବୁ ଯମ ପୁରରେ ଅଛି ।ଗୋଳ କୁଣ୍ଡରେ ସର୍ବଦା ଗୋଳ ସୃଷ୍ଟି ହୁଏ । ତେଜ କୁଣ୍ଡ ,ସୂର୍ଯ୍ୟ କୁଣ୍ଡ ,ରୌଦ୍ର କୁଣ୍ଡ ,ରେ ପାତକ ଗଣ ଙ୍କୁ ପକାଯାଏ ।
ପୁତି କୁଣ୍ଡ ବହୁତ  ଦୁର୍ଗନ୍ଧ ହୁଏ । ଏହି କୁଣ୍ଡରେ ମହା ପାତକୀ ମାନଙ୍କୁ  ପକାଯାଏ । ବସା କୁଣ୍ଡ ମଧ୍ୟରେ ଗୋଟିଏ କୁଣ୍ଡ ପୂର୍ଣ୍ଣ ହୋଇ  ରହିଥାଏ  
ଶ୍ଳେଷ୍ମା  କୁଣ୍ଡ  ଗୋଟି ବଡ଼ ଦାରୁଣ ଅଟେ । ଜିହ୍ଵା କୁଣ୍ଡ  ,ନେତ୍ର କୁଣ୍ଡ  ଅତି ଭୟାନକ ଅଟେ । ଏହି କୁଣ୍ଡରେ ପାପୀ ପଡି ବହୁତ କଷ୍ଟ ପାଆନ୍ତି । 

ଯମପୁର କିଛି ଦୂରରେ  ଗୋକୁଣ୍ଡ ନାମକ ଏକ କୁଣ୍ଡ ଅଛି । ଏହି କୁଣ୍ଡରେ ଗୋରୁ ଙ୍କର ରକ୍ତ ଓ ମାଂସ ପଚି କି ଥାଏ । ଏହି କୁଣ୍ଡ ପାଖରେ ଦନ୍ତ କୁଣ୍ଡ ଅଛି ।ଏହି କୁଣ୍ଡ ଅତି କଦର୍ଯ୍ୟ କୁଣ୍ଡ ଅଟେ । ଚକ୍ର କୁଣ୍ଡ ,ପେଚା କୁଣ୍ଡ ,ସ୍ନାନ କୁଣ୍ଡ  ଏ ତିନି କୁଣ୍ଡ ଅତି ଭୟାନକ ଅଟେ ।
ଏହି କୁଣ୍ଡ ନିକଟରେ ସର୍ପ କୁଣ୍ଡ ଅଛି ।ଏହି କୁଣ୍ଡରେ ସବୁ ସର୍ପ ପୁରି ରହିଥାନ୍ତି। ତା ପାଖକୁ ସୁଚିମୁନା କୁଣ୍ଡ ,ଗୃଧ୍ର କୁଣ୍ଡ  ଓ ଏହାର ନିକଟରେ କାଳକୁଣ୍ଡ ରହିଅଛି । ସନତ କହିଲେ ହେ ଋଷିଗଣ ! ଏହି ରୂପେ  ଯମପୁରରେ ଚୌରାଶୀ ପ୍ରକାର ମୁଖ୍ୟ ନର୍କ କୁଣ୍ଡ ଅଛି । ଯମ ରାଜା ପାପ ଅନୁସାରେ ଦଣ୍ଡ ବାଛି  କି ଦିଅନ୍ତି ।କେଵଳ ପାପୀ ମାନେ ଏଠାରେ ବହୁତ ଦଣ୍ଡ ପାଆନ୍ତି । ଯମ ପୁରକୁ ପୁଣ୍ୟବନ୍ତ ପ୍ରାଣୀ ମାନେ ଯାଆନ୍ତି ନାହିଁ । ପୁଣ୍ୟବନ୍ତ ପ୍ରାଣୀଙ୍କ ପାଇଁ  ଦିବ୍ୟ ଭୋଗ ଖଞ୍ଜା ଯାଇ ଥାଏ । ତାଙ୍କ ପାଇଁ ଦିବ୍ୟ ଭବନ ଖଞ୍ଜା ହୋଇଅଛି । ଯେଉଁମାନେ ହରିହର ପାଦରେ ସେବା କରିଥିବ ଓ ସତ୍ୟ ଧର୍ମ ନାୟ ଧର୍ମ ଯେହୁ ଚଳିଥିବ  ସେମାନେ କେଭେ ନର୍କ କୁଣ୍ଡ ଦେଖିବେ ନାହିଁ । ସ୍ଵର୍ଗାଳୟ ରେ ସ୍ୱର୍ଗସୁଖ ସର୍ବଦା  ସେହିଁ ପାଇବ । ହେ ସାଧୁ ଜନ ସେ ସୁଖ ପାଇବା ପାଇଁ ଯଦି ମନ ଅଛି ତେବେ ଶିବ ଭଗବାନ ଙ୍କୁ ସ୍ମରଣ କର ।

କ୍ରମଶଃ....................


┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୧୨】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୧୨】                ╚⏤⏤⏤⏤╗❀╔⏤⏤⏤⏤╝
⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆⋅⋆⋄✧
ବ୍ରହ୍ମା ସୁତ ସନତ   ନୈମିଷା ଅରଣ୍ୟ ରେ ଏକତ୍ରିତ ହୋଇ ଶିବ ଚରିତ ଶୁଣୁଥିବା ସମସ୍ତ ଋଷିଗଣ ଙ୍କୁ କହିଲେ -ହେ ତପଶିଳ !  ମହେଶ୍ୱଙ୍କ ବାଣୀ ଅନୁସାରେ  ଯେଉଁ ନାରୀ ର ଦୁଇ ପତି ଥାଏ ତାକୁ ଦୋଚାରୁଣୀ ସଂସାର କୁହେ ।ଯାହାର ତିନି ପତି ଥାଏ ତାକୁ ସଂସାର ଧର୍ଷଣୀ ବୋଲି କୁହେ ।ଯାହାର  ଚାରିପତି ଥାଏ ସେହି ନାରୀକୁ ସଂସାରରେ ପୁଂସଳି ବୋଲି ଆଖ୍ୟା ଦିଏ ।ଯେଉଁ କାମୁକ ରାମଣୀର ପାଞ୍ଚ ପତି ଥାଏ   ସଂସାର ତାହାକୁ ବେଶ୍ୟା ବୋଲି କୁହେ ।ଯେଉଁ ନାରୀର  ପାଞ୍ଚ ଠାରୁ ଅଧିକ ପତି ଥାଆନ୍ତି ତାକୁ ମହା ବେଶ୍ୟା ବୋଲି ସଂସାର କୁହେ।ବେଶ୍ୟା ,ମହାବେଶ୍ୟା ,ପୁଂସଳି ,ଧର୍ଷଣୀ ଏ ଚାରି  ଜଣଙ୍କ ସହିତ ଯିଏ ସଙ୍ଗ ହୁଏ  ତେବେ ସେ ଜୀଇଥିବା ଯାଏ ବହୁତ କଷ୍ଟ ପାଏ । ଅନ୍ତିମ ସମୟରେ ନର୍କରେ ବାସ କରେ। ସେହି ନାରୀ  ଲକ୍ଷ୍ମୀ ଛଡା ହୋଇ ଦ୍ୱାର ଦ୍ୱାର ହୋଇ ବୁଲେ ।ଜନ୍ମ ଜନ୍ମାନ୍ତର ରେ ମହା ଦୁଃଖ ଭୋଗୁଥାଏ । ଚିରକାଳ ଚୌରାଶୀ ନର୍କ କୁଣ୍ଡରେ ପଡେ ।ହେ ଋଷିକୂଳ ସେ ମହା ପାତକୀ ଅଟେ । ଅନ୍ତଃ କାଳେ ଯମଦୂତ ମାନେ ତାକୁ ଧରି ନେଇ ନର୍କରେ ପକାଇ ବହୁତ ଦୁଃଖ ଦିଅନ୍ତି ।କୁମ୍ଭୀପାକ ନର୍କ ରେ ସେହି ନାରୀ ପଡି ଦୁଃଖ ପାଏ । ତା ଶରୀର ରେ କୃମି କୀଟ ଚାଲୁଥାନ୍ତି । ବେଶ୍ୟାନାରୀ ମାନେ ଅଳଙ୍କାର ମଣ୍ଡି ହୋଇ  
ସଭାରେ ରାଣୀ ପରି  ବସିଥାନ୍ତି ।ସେ ସଦା ସର୍ବଦା ଦେବ କନ୍ୟା ପରି ଦିଶୁଥାନ୍ତି ।ସକଳ ଧର୍ମ  ମହତ ଓ ମର୍ଯ୍ୟାଦା ବୁଢ଼ାଇ  ନାନାଦି ବିଳାସ କରିଥାନ୍ତି ।ଏମାନେ ପୁରୁଷ ମାନଙ୍କୁ  ପାପରେ ପକାଇ ଘରକୁ ଧନ ନେଇଥାନ୍ତି । ଗୀତ ଗାଇ ,ନାଚ କରି  ରଙ୍ଗ ରସ ମାଧ୍ୟମରେ  ଅଳ୍ପ ଅଳ୍ପ ହସି ଆଖି ନଚାଇ  ଅପାଙ୍ଗ ଚାହାଣି କଟାକ୍ଷ ରେ  ପୁରୁଷର ମନ କୁ ଟାଣି ନୂଆନ୍ତି । ଏଥିପାଇଁ ସନ୍ଥ ପୁରୁଷ ମାନେ ପାପ ରେ ପଡନ୍ତି । ହେ ଋଷିଗଣ !ଯିଏ ବେଶ୍ୟା ସହିତ ପଡେ  ସେହିଁ ନର୍କ ଭୋଗ କରେ । କଳ୍ପ କଳ୍ପାନ୍ତର ତାକୁ ମୁକ୍ତି ମିଳେ ନାହିଁ । 

ଏହାପରେ ସକଳ ଋଷିଗଣ ଙ୍କୁ ବ୍ରହ୍ମା ସୁତ କହିଲେ - କୁଳଶୀଳ ନାରୀ ମାନଙ୍କର ଆଚରଣ ବିଷୟରେ କହୁଛି ଶୁଣ । ଏହି ନାରୀ ମାନେ ଦେବତା ,ଅତିଥି  ଙ୍କ ପୂଜା ସର୍ବଦା କରନ୍ତି । ଗୁରୁଜନ ଙ୍କ ପାଦରେ ଏମାନଙ୍କର ଭକ୍ତି ଥାଏ   ।ସମସ୍ତଙ୍କୁ ସମାନ ଚକ୍ଷୁରେ ଏଭଳି ନାରୀ ଦେଖିଥାନ୍ତି । ସକଳ ନର ଙ୍କୁ ମିଷ୍ଟ ବାକ୍ୟ କହିଥାନ୍ତି । ଏ ନାରୀ ମାନେ ପର ଆପଣା  ବାରଣ କେଭେ କରନ୍ତି ନାହିଁ । ଆଗ ପରକୁ ଦେଖିଲେ ସମ୍ମାନ ଦିଅନ୍ତି ।ଏପରି ନାରୀ ଯାହାର ଗୃହରେ ଥାଏ ସେହି ଲୋକ ଏ ସଂସାରରେ ବଡ଼ ଭାଗ୍ୟବାନ ଅଟେ । ତାହାର ଗୃହ ଧନ ,ଜନ ରେ ପରିପୂର୍ଣ୍ଣ ହୋଇଥାଏ । ଗୁହାଳ ଗୁହାଳ ଗାଈ ପୁରି କି ରହିଥାନ୍ତି । ଏପରି ନାରୀ ଯାହାର ଘରେ ଥାଆନ୍ତି ତାହାର  ଦିନ ସବୁବେଳେ ଆନନ୍ଦ ରେ କଟିଥାଏ । ସେହିଭଳି ନାରୀ ଯୋଗୁ ପୁରୁଷ ଧନ୍ୟ ହୁଏ । ମୃତ୍ୟୁ ପରେ ସେ ନାରୀ  ସ୍ଵର୍ଗରେ ବସେ । ଲୋକମାନେ ତାକୁ ସତୀ ବୋଲି ପୂଜା କରନ୍ତି ।

ଋଷି ସନତ କୁମାର କହିଲେ ହେ ଋଷିଗଣ ! ଅପୁତ୍ରିକ ନାରୀ ମାନଙ୍କ  କାହାଣୀ ତୁମ ଆଗରେ କହୁଛି ।ତୁମେ ମନ କର୍ଣ୍ଣ ଦେଇ ଶୁଣ । 
ଯେଉଁ ନାରୀ ସ୍ବାମୀ ଙ୍କୁ ସର୍ବଦା ରୁକ୍ଷ ଭାଷା କହେ  ,ସ୍ୱାମୀ ଯାହା କୁହେ ସେ ନାରୀ ତାହା କର୍ଣ୍ଣ ରେ ଶୁଣେ ନାହିଁ ,ଏ ଭଳି ନାରୀ ଶାଶୁ ଶ୍ୱଶୁର ଙ୍କୁ ଖାତିରି କରେ ନାହିଁ ।ପଦେ ପଦେ କଥାରେ ରାଗି ଯାଇ କଳି ସୃଷ୍ଟି କରନ୍ତି । ଅତିଥି ଅଭ୍ୟାଗତ ଙ୍କୁ ଅନ୍ନ ଗଣ୍ଡେ ଦିଅନ୍ତି ନାହିଁ  ହେଲେ ଭର୍ତ୍ସନା କରି ସେମାନଙ୍କୁ କାଟୁ କଥା କୁହନ୍ତି  ।ଏହି ନାରୀ ମାନେ ପର ପିଲାଙ୍କୁ ଦେଖିଲେ  ମନରେ ଅହଂକାର ବହେ ଓ ସବୁବେଳେ ଦୂର ଦୂର ମାର ମାର କରେ । ଏପରି ରମଣୀ ଭାଗ୍ୟରେ ସନ୍ତାନ ସୁଖ ନଥାଏ । ଅପୁତ୍ରିକ ହୋଇ ଦୁଃଖରେ ଦିନ ବିତାଇ ଥାଏ । ଏହିଭଳି ନାରୀ ମୃତ୍ୟୁ ପରେ  ପୁତ୍ର ନାମକ ନର୍କରେ  ଯମଦୂତ ମାନେ ନେଇ ପକାଇ ଦିଅନ୍ତି । ନର୍କରେ ପକାଇ ବହୁତ ଦଣ୍ଡ ଦିଅନ୍ତି ।ଶାବଳ ରେ ପ୍ରହାର କରନ୍ତି । ହେ ଋଷିଗଣ !ଏହି ପ୍ରକାର ଅଟେ ନର୍କ ର ବିଚାର । ଏହାକୁ ମୁଁ ଠିକେ ଠିକେ  ତୁମ ଆଗରେ ବଖାଣିଲି ।

ବ୍ରହ୍ମା ସୁତ ସନତ କହଲେ -ଆହେ ଋଷିଗଣ ! ମୁଁ ପୂର୍ବେ ବ୍ୟାସ ଙ୍କ ମୁଖରୁ ଯାହା ଶୁଣିଥିଲି  ତାହାକୁ ଏଠାରେ ପ୍ରକାଶ କଲି । ଏ ଶିବ ପୁରାଣ  ପରମ ପବିତ୍ର ଅଟେ । ଯିଏ ଏହି ପୁରାଣ ପାଠ କରେ ସେ ମୋକ୍ଷ ହୋଇଯାଏ । ହେ ସୁଜ୍ଞ ଜନେ ଆପଣ ମାନଙ୍କୁ  ନିବେଦନ କରୁଛି ଯେ  ସର୍ବଦା ଶିବ ପୁରାଣ କୁ ପାଠ କରନ୍ତୁ । ଏହି ପୁରାଣ ପାଠ କଲେ ଭଵ ସାଗର ରୁ ନିଶ୍ଚିତ ପାର ହୋଇ ଯିବ । ଯମଦଣ୍ଡ ତୁମକୁ ଲାଗିବ ନାହିଁ । ତୁମ ନେତ୍ର ନର୍କ ଦର୍ଶନ କରିବ ନାହିଁ । ହେ ଜ୍ଞାନୀ ଜନ ତୁମେ ଶିବ ପୁରାଣ ପଢି ନପାରିଲେ ଏହାକୁ ଶୁଣ ।ସୁ ଚିତ୍ତରେ ଶିବ ଶାସ୍ତ୍ର  ଉପରେ  ମନ ନିବେଶ କର । ଏହି ଶିବ ପୁରାଣ ଅତ୍ୟନ୍ତ  ପବିତ୍ର ଅଟେ । ଯିଏ ଏହି ପୁରାଣ କୁ ଶୁଣି ଅନ୍ୟ କୁ ଶୁଣାଏ ସେ ବ୍ୟକ୍ତି ସଂସାର ରେ ମହାନ ଅଟେ । ହେ ଦେବ ଦେବ ମହାଦେବ  ତୁମ ପାଦ ପଦ୍ମ ରେ ମୋ ମନ ରହୁ ।

କ୍ରମଶଃ...................

┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

Sunday, July 3, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୧୧】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୧୧】                ╚⏤⏤⏤⏤╗❀╔⏤⏤⏤⏤╝
⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆⋅⋆⋄✧
ବ୍ରହ୍ମାଙ୍କ ସୁତ ସନତ ଋଷି ନୈମିଷା ଅରଣ୍ୟରେ ଏକତ୍ରିତ ହୋଇଥିବା ସକଳ ଋଷିଗଣ ଙ୍କୁ କହିଲେ -ହେ ଋଷିଗଣ !ଗୁରୁ ଆମେ କାହାକୁ କହିବା ସେ ବିଷୟରେ ତୁମକୁ କହୁଛି ଶୁଣ ।ସନତ କହିଲେ ....
ଯେଉଁ ବ୍ୟକ୍ତି ସର୍ଵ ଶାସ୍ତ୍ର ଜାଣେ ଓ ସର୍ବଦା ସତ୍ୟ କୁହେ  ,ଯିଏ ଜିତେନ୍ଦ୍ରିୟ ,ନିର୍ଲୋଭ ଧର୍ମରେ ସର୍ବଦା ରତ ଥାଏ ।ଯିଏ ଶତ୍ରୁ ମିତ୍ର ଦୁହିଁଙ୍କୁ ସମାନ ଭାବରେ ଦେଖେ ।ଯିଏ ସବୁବେଳେ ବିନୟ ବଚନ କହେ  ,ଅକ୍ରୋଧସମର ଦର୍ଶୀ ଓ ଧର୍ମ ରେ ଯାରମନ ଥାଏ ,ସରଳ ପ୍ରକୃତି ,ମନରେ ଲୋଭ ନଥାଏ  ,ଏପରି ଲୋକଙ୍କୁ ଗୁରୁ ବୋଲି ବିଚାର କରିବ । ଜନହିତେ ଏସବୁ କଥା ଦେବା ଦେବୀ ମାନେ କହି ଯାଇଛନ୍ତି । ହେ ଋଷିଗଣ !ଗୁରୁଙ୍କ ପୁତ୍ର ଯଦି ମୂର୍ଖ  ହୋଇଥିବ ତାଙ୍କ ଠାରେ ଗୁରୁ ତୁଲ୍ୟ ସମ୍ମାନ କରିବ ।ଗୁରୁ ଅଂଶ ଧରି ଗୁରୁପୁତ୍ର ଜନ୍ମ ହୁଅନ୍ତି ।ଗୁରୁପୁତ୍ର ଙ୍କୁ ଭକ୍ତି କରିବ ।ଗୁରୁ ନିନ୍ଦା କଲେ ନର୍କ ରେ ପଡିବ ଗୁରୁଙ୍କୁ ସେବାରେ ସନ୍ତୁଷ୍ଟ କରି ପାରିଲେ ବ୍ରହ୍ମପଦ ପାଇ ପାରିବ ।

ଋଷିଗଣ ପଚାରିଲେ  ହେ ମୁନିମଣି ! କି ପ୍ରକାର ରେ ଗୁରୁସେବା  କରନ୍ତି  ତାହା ଆମ୍ଭ ମାନଙ୍କୁ କୁହନ୍ତୁ ? ଋଷି ମାନଙ୍କର ବିନୟ ବଚନ ଶୁଣି  ସନତ କୁମାର  କହିଲେ  ......ଯେତେବେଳେ ଶ୍ରୀଗୁରୁଙ୍କ ଦର୍ଶନ  କରିବ ସେତେବେଳେ ସାଷ୍ଟାଙ୍ଗେ  ତାଙ୍କ ଚରଣ  ରେ ପ୍ରଣାମ କରିବ । ସୁବାସିତ ଜଳ ନେଇ ତାଙ୍କ ପାଦ ଦୁଇଟି କୁ ଧୋଇଦେଵ । ସେହି ପାଦଧୁଆ ଜଳ କୁ ଆନନ୍ଦ ହୋଇ ପିଇବ ।ତାପରେ  ଉତ୍ତମ ବସନ ନେଇ ଗୁରୁଙ୍କ ପାଦ ପୋଛି ଦେବ ।ଗନ୍ଧ ,ଚନ୍ଦନ ,କୁସୁମ ଦେଇ ଗୁରୁଙ୍କୁ ପୂଜା କରିବ ।ଗୁରୁଙ୍କୁ ନେଇ ଦିବ୍ୟ ଆସନ ରେ ବସାଇବ ।ତାଙ୍କ ଆଗରେ ଧୀର ବଚନ ରେ କଥା ହେବ ।ଗୁରୁଙ୍କ ଛାମୁରେ  ବେନିକର କୁ ଯୋଡି  ଭକ୍ତି ଭାବ ନେଇ ଛିଡା ହେବ ।ଗଳାରେ ବସନ ଦେଇ  ତାଙ୍କ ପାଖରେ ଭୃତ୍ୟ ପରି ରାତି  ଦିନ ଖଟି ଚାଲିବ ।ସବୁବେଳେ ସବୁକାର୍ଯ୍ୟ ରେ ଭୟ ରଖିଥିବ ଯେପରି ତୁମ କାର୍ଯ୍ୟ ଦେଖି ଗୁରୁ କ୍ରୋଧ ନ ହୁଅନ୍ତି । ଯେତେବେଳେ ଗୁରୁ ବସିବାକୁ ଆଜ୍ଞା ଦେବେ  ସେହି ସମୟରେ ଚକା ଆସନ ପକାଇ ବସିବ ।ଏପରି ବସିବ ଯେ ଯେପରି ପାଦ ର ଅଗ୍ର ପଦାକୁ ଦିଶିବ ନାହିଁ ।ଗୁରୁ ଙ୍କ ବିନା ଆଦେଶ ରେ ସେଠାରୁ ଉଠିବ ନାହିଁ । ଷଡରସ ଭୋଜନ ଦେଇ ଗୁରୁଙ୍କ ମନ ତୋଷିବ । ସମୟ ଜାଣି ଗୁରୁଙ୍କ ପାଖରେ ଖଟୁଥି ବ । ଭୋଜନ ଶେଷରେ ଆଚମନ କଲା ପରେ ଶୀଘ୍ର ନେଇ ସୁବାସିତ ଜଳ ଦେବ । ଗୁରୁ ଦାନ୍ତ ଘଷିବା ପାଇଁ ସୂକ୍ଷ୍ମ ଦାନ୍ତକାଠି  ଯୋଗାଇ ଦେଇ କିଣା ଜନ ପ୍ରାୟ ହୋଇବ । ଏହାପରେ ତାମ୍ବୁଳ ଦେଇ କୋମଳ ଶଯ୍ୟା ପାରିଦେଵ ।ଧୀରେ ଧୀରେ ଗୁରୁଙ୍କ ଚରଣ କୁ ଧରି ଚିପିବ ।  ଗୁରୁ ଛାଡିଥିବା ଅନ୍ନ କୁ  ଅତି ଆନନ୍ଦରେ ଭୋଜନ କରିବ ।ଯେତେଦିନ ଗୁରୁଦେବ ଘରେ ରହିବେ  ତାଙ୍କ ମନ ଜାଣି ତାଙ୍କ ପୂଜା କରିବ । ଯେଉଁ ଦିନ ଗୁରୁଦେବ ମେଲାଣି ହୋଇବେ  ଭୃତ୍ୟ ପରି ତାଙ୍କ ସହିତ ତାଙ୍କ ଲୁଗାପଟା ନେଇ ଯିବ।ଯେଉଁ ଠାରେ ଗୁରୁ ଆଜ୍ଞା ଦେବେ ଯାଅ ବୋଲି  ସେହି ସମୟରେ ଶହେ ଆଠ ଥର ଦଣ୍ଡବତ କରିବ ।ଗୁରୁଙ୍କ ବାକ୍ୟ ପାଳି ଘରକୁ ଆସିବ ।ମନ ମଧ୍ୟରେ ଗୁରୁଙ୍କୁ ଧ୍ୟାନ କରୁଥିବ । ଏପରି ଗୁରୁଙ୍କ ସେବା ଯେଉଁମାନେ କରନ୍ତି  ସେମାନଙ୍କ ଗୁଣ କୁ ବ୍ରହ୍ମା ବଖାଣି ପାରନ୍ତି ନାହିଁ । ଇହ ଲୋକ ରେ ଏପରି ଜନ ବହୁ ଆନନ୍ଦରେ ରୁହେ । ଅନ୍ତେ ବୈକୁଣ୍ଠ ଲୋକରେ ଦିବ୍ୟ ସ୍ଥାନ ପାଏ ।ବର୍ଣ୍ଣ ମାନଙ୍କର ଗୁରୁ ବ୍ରାହ୍ମଣ ଅଟନ୍ତି ।ବ୍ରାହ୍ମଣ ମାନଙ୍କର ଗୁରୁ ଅଗ୍ନିଦେଵ । ଅଭ୍ୟାଗତ ଲୋକ ସବୁଠାରେ ଗୁରୁ ଅଟନ୍ତି । ସଂସାରେ ଯେତେକ ଗୁରୁ ଅଛନ୍ତି ତୁମକୁ କହୁଛି ଋଷିଗଣ ।ଏହି କଥାକୁ ମନ କର୍ଣ୍ଣ ଦେଇ ଶୁଣ । କେଉଁ କେଉଁ  ଗୁରୁଙ୍କ ଚରଣ କୁ ପୂଜା କରିବ ।

ପିତା ଗୁରୁ ,ମାତା ଗୁରୁ , ବିଦ୍ୟାଦାତା ,ଶାଶୁ ,ଶ୍ୱଶୁର , ଅତିଥି ବୃଦ୍ଧ ,ବଡ଼ ଭାଇ ,ଏମାନେ ଗୁରୁଜନ ଅଟନ୍ତି ।ଏହି ମାନଙ୍କୁ ସେବାକଲେ ଏ ଭଵ ସାଗର ରୁ ପାରି ହୋଇ ପାରିବ ।ଯେଉଁମାନେ ଏମାନଂକ ପୂଜା ଭକ୍ତିରେ କରେ  ସେହିମାନେ ଚତୁବର୍ଗ ଫଳ  ଲାଭ କରନ୍ତି । ନାରୀ ମାନଙ୍କର ଗୁରୁ ତାଙ୍କର ପତି ଅଟନ୍ତି ।ନାରୀ ମାନେ ସ୍ୱାମୀ ଙ୍କୁ ହରିହର  ବ୍ରହ୍ମା ସମାନ ପୂଜା କଲେ ଅନେକ ପୁଣ୍ୟ ପାଇଥାନ୍ତି । ଯେଉଁ ନାରୀ ଦାସୀ ପରି ସ୍ବାମୀକି ସେବାକରେ  ସେହି ନାରୀ  ସତୀ ମଧ୍ୟରେ ଗଣା ହୁଏ ଓ ସେ ମଲା ପରେ ସ୍ୱର୍ଗ ସୁଖ ପାଏ ।ଯେଉଁ ନାରୀ ପତି ବିନା ଅନ୍ୟ କିଛି ଜାଣେ ନାହିଁ  ସେହିଁ ସଂସାର ରେ ପତିବ୍ରତା ସତୀ ନାରୀ ଅଟେ । ଯେଉଁ ନାରୀ ପ୍ରତିଦିନ ସ୍ୱାମୀ ପାଦ ଧୋଇ  ସେ ପାଦ ଉଦକ ଭକ୍ତି ସହକାରେ ସେବନ କରେ  ତାକୁ କୌଣସି ଜନ୍ମରେ ଯମଦଣ୍ଡ ଲାଗେନାହିଁ ।ପତି ,ଅନ୍ଧ ,କାଲ କୁଜା ଅବା ଛୋଟା କି ପାଷାଣ୍ଡ ହେଉ  କି ଗୁଣରେ ଅସୁନ୍ଦର ହେଉ  ପତିବ୍ରତା ନାରୀକି ତାହା ସୁନ୍ଦର ଦିଶେ । ଯେଉଁ ନାରୀ ପତିର ଆଜ୍ଞା କୁ ଅବଜ୍ଞା ନକରେ ଓ ଦିନ ରାତି ପତି ସେବାରେ ଲାଗିଥାଏ ,ପତିର 
ଉଚ୍ଛିଷ୍ଟ  କୁ ଆନନ୍ଦରେ ଖାଇଥାଏ ପତି ଆଜ୍ଞା କୁ ଦାସୀ ପରି ମାନି ଥାଏ  ,ପତି ଙ୍କର ଯେଉଁ ଦ୍ରବ୍ୟରେ ଆଗ୍ରହ ଥାଏ  ସେହି ଦ୍ରବ୍ୟ କୁ ଯଥା ସମୟରେ ଯୋଗାଏ  ପତି ର ଦୁଃଖ ରେ ଦୁଃଖୀ ଓ ପତି ର ସୁଖରେ ସୁଖୀ ହୁଏ  ଏହା ବ୍ୟତୀତ ପତି  ଧର୍ମ ଆଚରଣ ଶିଖି ପତି  ଙ୍କ ପରି ନିରନ୍ତର ଧ୍ୟାନ କରୁଥାଏ ସେହିଁ ସର୍ଵ ସୁଖ ପାଏ ।ଯେଉଁ ନାରୀ ପତି ପାଦେ ମନ ରଖେ ଓ ନିଜକୁ କିଣା ଦାସୀ ବୋଲି ଭାବେ 
ସେ ନାରୀ ଜଗତରେ ଭାଗ୍ୟବତୀ ଅଟେ ।ଏହି ନାରୀର ଦର୍ଶନ ପାଇ ପାପୀ ମାନେ ମୁକ୍ତି ପାଇଥାଆନ୍ତି । ପତିର ଦୋଷ କୁ ଯେଉଁ ରମଣୀ ଧରେ ନାହିଁ ,ପତିର ପାଶେ ସମୟ ବୃଥାରେ କଟାଏ ନାହିଁ  ,ଦୋଷ ରେ ଓ ଅଦୋଷ ରେ ପତି ଯଦି ଗାଳି ଦେଲେ  ଉତ୍ତର ନଦେଇ ଯଦି ନାରୀ ସବୁ ସହିଯାଏ  ,ଅଭିମାନ ନକରି ପତି ପାଡସେବା କରେ ସେହି ନାରୀ ସଂସାରରେ ଭାଗ୍ୟବତୀ ଅଟେ ।

ଯେଉଁ ନାରୀ ଗୁରୁଜନ ଙ୍କୁ ଦେଖି ଲଜ୍ୟା ବତୀ ହୁଏ ,ଉଚ୍ଚ କରି କେତେବେଳେ କଥା କହେ ନାହିଁ  ,ଧର୍ମକାର୍ଯ୍ୟ ରେ ମନ ସର୍ବଦା ଥାଏ 
କୁଟୁମ୍ବ କୁ ଆଗ ଦେଇ ପଛରେ ଭୋଜନ କରେ  ସେହି ନାରୀ  ସାଧବୀ ପତିବ୍ରତା ଅଟେ । ଏହି ନାରୀର ଆଜ୍ଞାକୁ କୌଣସି ଦେବତା ଲଙ୍ଘି ପାରନ୍ତି ନାହିଁ ।ତାହାର ଏତେ ପୁଣ୍ୟ ଯେ ଏହାକୁ କେହି ମୁଖରେ ବର୍ଣ୍ଣନା କରି ପାରିବେ ନାହିଁ । ଉମା ,ରମା ସହିତ ଏହି ନାରୀଙ୍କୁ ତୁଳନା କରାଯାଏ । ଏଭଳି ନାରୀର ଯଶକୀର୍ତ୍ତ ସଂସାର ସାରା ଉଡେ ।ଏହି  ନାରୀର କଥା ବ୍ରହ୍ମା ,ବିଷ୍ଣୁ ,ହର ଭାଙ୍ଗି ପାରନ୍ତି ନାହିଁ ।

ଯେଉଁ କାମତୁରା ନାରୀ ଦୁଇପତି କରେ  ସଂସାରରେ ସେ ଦୋଚାରୁଣୀ ରୂପେ ଆଖ୍ୟା ପାଏ । ଯେଉଁ ନାରୀ କାମ ବଶରେ ତିନି ପତି କରେ  ତାକୁ ସଂସାର ଧର୍ଷଣୀ ବୋଲି କୁହେ । ଯେଉଁ ନାରୀର ଚାରି ପତି ଥାଏ  ସଂସାର ତାହାକୁ ପୁଂସଳି  ବୋଲି କୁହେ ।ଯେଉଁ କାମୁକ ରମଣୀ ପାଞ୍ଚ ପତି କରେ  ସଂସାର ତାହାକୁ ବେଶ୍ୟା ବୋଲି କୁହେ । ପାଞ୍ଚ ରୁ ଅଧିକ ପତି ଯେଉଁ ନାରୀ କରେ  ସଂସାର ତାହାକୁ 
ମହାବେଶ୍ୟା ଆଖ୍ୟା ଦିଏ । ହେ ଋଷିଗଣ !ଏହା ହେଉଛି ମହେଶ ଙ୍କ ବାଣୀ ଓ ଏହା ମିଛ ନୁହଁଇ । ଏତିକି କହି ସନତ ଋଷି ମୌନ ହୋଇଗଲେ ।

କ୍ରମଶଃ.................

┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୧୦】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୧୦】                ╚⏤⏤⏤⏤╗❀╔⏤⏤⏤⏤╝
⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆⋅⋆⋄✧
ଋଷି ସନତ କୁମାର ଏହାପରେ ଅଗମ୍ୟ ଗମନ ପାପ କଥା ନୈମିଷା ଅରଣ୍ୟ ରେ ରୁଣ୍ଡ ହୋଇଥିବା ସକଳ ଋଷିଗଣ ଙ୍କୁ କହିଲେ - ବ୍ରାହ୍ମଣ ହୋଇ ଯଦି ଶୁଦ୍ର  ହରଣ କରେ ଓ ଶୁଦ୍ର ହୋଇ ଯଦି ବ୍ରାହ୍ମଣ କନ୍ୟା କୁ ହରଣ କରେ ବା ରତି କରେ କିମ୍ବା ବିବାହ କରେ  ତାହାକୁ ଅଗମ୍ୟ ଗମୀ ପାପ କହନ୍ତି ।ବ୍ରାହ୍ମଣ  ହୋଇ ଯଦି ବୃଶଳୀ ସଙ୍ଗରେ  ପ୍ରୀତି କରେ  ,ଯେଉଁ ମାନେ ନିଜ ମାତା କୁ ହରଣ କରନ୍ତି ଓ ବିମାତା କିମ୍ବା ଗୁରୁପତ୍ନୀ ଙ୍କୁ ହରଣ କରନ୍ତି ,ବଧୂ ,କନ୍ୟା ,ଶାଶୁ ଙ୍କୁ ହରନ୍ତି  ସେମାନଙ୍କୁ ଅଗମ୍ୟ ପାପୀ କୁହାଯାଏ  ।ଯେଉଁମାନେ ଭାଇ ବୋହୂ ସହିତ ପ୍ରୀତି କରନ୍ତି,କାମବାଣ ରେ ନିଜ  ଭଉଣୀ ସହିତ ପ୍ରୀତି କରନ୍ତି ,ମାଉସୀ ,ବଡ଼ମା ,ଶିଷ୍ୟ ର ଭାରିଯା ନାତୁଣୀ , ଝିଆରୀ ,ନାତୁଣୀ ବୋହୂ ,ଆଈ ,ମାତୁଳାଣୀ ,ପୁତୁରା ବୋହୂ ,ଓ ଭଉଣୀ କୁ ହରଣ କରନ୍ତି  ତାଙ୍କ ଠାରେ ଅଗମ୍ୟ ଗମନ ପାପ ଲାଗେ ।ସେମାନେ ଯାଇ କୁମ୍ଭୀପାକ ନର୍କରେ ପଡନ୍ତି ।କୁମ୍ଭୀପାକ ନର୍କରେ ପଡି ବହୁ କଷ୍ଟ ପାଆନ୍ତି । ହେ ଋଷିଗଣ !ମୁଁ ତୁମକୁ ଅଗମ୍ୟ ଗମନ ପାପ କଥା କହିଲି । ଏବେ  ସନ୍ଧ୍ୟା ନକରୁଥିବା ବ୍ରାହ୍ମଣ  କଥା କହୁଛି ଶୁଣ ।

ବଦରିକାଶ୍ରମ ,କୁରୁକ୍ଷେତ୍ର ,ଵିଷ୍ଣୁଧାମ ,ଗଙ୍ଗା ,ଗୋମତି ,ତ୍ରିବେଣୀ  ସାଗର ସଙ୍ଗମ ,ନୈମିଷା ଅରଣ୍ୟ ,ବୃନ୍ଦାବନ ,ହରଦ୍ୱାର ,ସୁପଵିତ୍ର ଧାମ ,ସରସ୍ୱତୀ କ୍ଷେତ୍ର  ଏସବୁ ତୀର୍ଥରେ ଯେଉଁ  ବ୍ରାହ୍ମଣ ଦାନ ଦିଅନ୍ତି
ସଂସାରରେ ତାଙ୍କୁ ଘାଟିଆ ବ୍ରାହ୍ମଣ କହନ୍ତି । ସାଧୁ ଥାଇ ଘାଟ ହୋଇ ସନ୍ଧ୍ୟା କରେନାହିଁ ଯେଉଁ ବ୍ରାହ୍ମଣ ଓ ଭୋଜନ ବେଳେ ଚଳୁ କରେ ନାହିଁ ଯେଉଁ  ବ୍ରାହ୍ମଣ  ସେମାନେ ସାତ ଜନ୍ମ ପର୍ଯ୍ୟନ୍ତ କୁମ୍ଭୀପାକ ନର୍କ ରେ ଘାଣ୍ଟି ହୁଅନ୍ତି । ହେ ଋଷିଗଣ  ସନ୍ଧ୍ୟା ହୀନ ବ୍ରାହ୍ମଣ  କଥା କହିଲି ଏବେ ରୋଷେୟା ବ୍ରାହ୍ମଣ କଥା ଶୁଣ !

ଯେଉଁ ବ୍ରାହ୍ମଣ  ପୁରୋହିତ ହୋଇଅନ୍ୟ ଘରେ ଯାଇ ରୋଷେଇ କରେ   ସେହି ବ୍ରାହ୍ମଣ  ମହାପାପୀ ରେ ଗଣା ହୁଏ ।କେଉଟ ,ତେଲି 
ଚମାର ,ଗଉଡ଼ ,କମାର ,ଓଡ଼ ,ବେଶ୍ୟା ,ଖୁଣ୍ଟିଆ ,ବେଣ୍ଟକାର ,ଧୋବା ,ଗୁଡ଼ିଆ ,ଭଣ୍ଡାରୀ ,ମହ୍ଲାର  ,କୁମ୍ଭାର ,ତନ୍ତି ,ବାଉରୀ ଏ ସତର ବର୍ଣ୍ଣ ଙ୍କ ଘରେ ଯଦି ବ୍ରାହ୍ମଣ ଯାଇ  ପାପ କାର୍ଯ୍ୟ କରେ  ତେବେ ସେ ବ୍ରାହ୍ମଣ ମହାପାପୀ ବୋଲି ଗଣାଯାଏ ।ତାହାରି ମୁଖ କେହି ଦେଖନ୍ତି ନାହିଁ ।ଯେଉଁମାନେ ଏପରି ମହାପାପୀ ଙ୍କୁ ଚାହାନ୍ତି ସେମାନଙ୍କ ଠାରେ ପାପ ଲାଗିଯାଏ । ହେ ଋଷିଗଣ  ରୋଷେଇ କରିବା ବିପ୍ର କଥାଓ ବୃଷଳୀ ପତି ଚରିତ ଏବେ ଶୁଣ । 

ଯେଉଁମାନେ କୁଳଟା ନାରୀ ହସ୍ତରୁ ଆହାର ଗ୍ରହଣ କରନ୍ତି ,ଯିଏ ବେଶ୍ୟା ପ୍ରୀତି ରେ ସନ୍ତୁଷ୍ଟ ହୁଏ , ଗ୍ରହଣ ଲାଗିଥିବା ଦିନ ଯିଏ ଅନ୍ନ ଭୋଜନ କରେ ।ସେହିମାନେ ବୃଷଳୀ ପତି ଜନ୍ମ ଜନ୍ମାନ୍ତର ହୋଇଥାନ୍ତି । ରଜ କୁଣ୍ଡ ନର୍କରେ ସେହିମାନେ ପଡନ୍ତି । ଏମାନେ ଶିମଳି ବୃକ୍ଷ ହୋଇ ଜନ୍ମ ନିଅନ୍ତି । 

ଋଷି ସନତ କୁମାର କହିଲେ -ଆହେ ଋଷିଗଣ !ମୋତେ ଯାହା ପଚାରିଥିଲ ତାହାକୁ ମୁଁ ଶିବ ପୁରାଣେ କହିଦେଲି ।ଏବେ ନାରୀ ମାନଙ୍କର ପାପପୁଣ୍ୟ କଥା କହୁଛି ଶୁଣ .......! ସକଳ ମୁନିଗଣ ଏକ ଚିତ୍ତ ହୋଇ  ବ୍ରହ୍ମା ସୁତଙ୍କ କଥା କୁ ଶୁଣିବାକୁ  ଆଗ୍ରହୀ ହେଲେ ।
ବ୍ରହ୍ମା ସୁତ କହିଲେ .... ଯେଉଁ କଥା ବରକୁ  ବରି ଥାଏ  ଯଦି ତାକୁ ଛାଡି ଅନ୍ୟ କୁ ବିଭାହୁଏ  ତେବେ ସେହି କନ୍ୟା ମଲା ପରେ ପାଂଶୁ କୁଣ୍ଡରେ ପଡନ୍ତି । ସେହି ନର୍କ କୁଣ୍ଡରେ ପଡି ବହୁତ ଯାତନା ପାଆନ୍ତି
 ଯେଉଁ ନାରୀ ଗର୍ବରେ ଶିବ ଲିଙ୍ଗ କୁ ନିନ୍ଦା କରେ  ସେ ମଲା ପରେ 
ଭୀଷ୍ମ କୁଣ୍ଡ ନର୍କ ରେ ପଡେ  ।ଶିବଙ୍କ ଆଜ୍ଞାରେ ସେହି ନାରୀ ପିଶାଚୀ ହୁଏ ।ରକ୍ତ ,ମାଂସ ଆହାର କରି ଦିନ କାଟେ । ଯେଉଁ ନାରୀ କ୍ରୋଧରେ ପତି କୁ ନିନ୍ଦା କରେ ତାହାର ଏତେ ପାପ ହୁଏ ଯେ ଏହାକୁ କେହି ଗଣି ପାରିବେ ନାହିଁ । ଏହି ନାରୀ ମଲେ ତାକୁ ଯମଦୂତ ମାନେ ବାନ୍ଧିନେଇ  ଉଲ୍କା ମୁଖ ନର୍କରେ ପକାଇ ଦିଅନ୍ତି । ସେହି ନାରୀର ଶରୀର ରେ ଯେତୋଟି ଲୋମ ଥାଏ  ସେତେକାଳ ପର୍ଯ୍ୟନ୍ତ ସେ ନର୍କ ଭୋଗକର । ଏହି ନାରୀ ପୁଣି ସାତଜନ୍ମ ଯାଏ ବିଧବା ହୋଇଥାଏ ।ସେ ନାରୀ ନିଦାରୁଣ ଦୁଃଖ ଭୋଗକର ।

ଯେଉଁ ବିପ୍ର ରମଣୀ ଶୁଦ୍ର  ଯୁବକ ର ସୁନ୍ଦରତା କୁ ଦେଖି କାମରେ ମତ୍ତ ହୋଇ  ତା ସହିତ ମାତେ  ସେହି ନାରୀ ଉର୍ଦ୍ଧ୍ବମୁଖ ନର୍କରେ ପଡେ । ଏହି ନର୍କରେ ଚଉଦ ବର୍ଷ ରହି ମନ ଦୁଃଖ କରେ ।ଏହାପରେ ମର୍ତ୍ତ୍ୟରେ ଜନ୍ମ ହୋଇ  ବେଶ୍ୟା କାମ କରି ଜୀବନ କାଟେ। ଯେଉଁ ନାରୀ ଶାଶୁ କଥା କୁ ମାନେ ନାହିଁ  ,ଯୌବନ କାଳରେ ଗୁରୁଙ୍କୁ ନିନ୍ଦା କରେ ,ଲାଜ ନକରି ଶଶୁର କୁ ଗାଳି ଓ ବଡ ପାଟିରେ କଥା କୁହେ ସେହି ସ୍ତ୍ରୀ ଲୋକ ତପ୍ତପାଣି  ନର୍କକୁଣ୍ଡରେ ପଡି ହଇରାଣ ହୁଏ । ଯେଉଁ ନାରୀ ପର ପୁରୁଷ ସହିତ ପ୍ରୀତି କରେ  ସେହି ନାରୀ ରକ୍ତ କୁଣ୍ଡରେ ପଡି ସର୍ବଦା ରକ୍ତ ପିଏ ।ସହସ୍ର ବର୍ଷ ପରେ ପୁଣି ସେ ନାରିଜନ୍ମ ପାଏ । ଶହେ ବର୍ଷ ଦୋଚାରୁଣୀ ହୋଇ ରୁହେ ।ପାପ ପାଇଁ ଯେତେ ଦଣ୍ଡ ଅଛି  ସେ ସବୁ କୁ ଏଭଳି ନାରୀ ଭୋଗ କରେ  ।

ନୈମିଷା ଅରଣ୍ୟ ରେ ଏକତ୍ରିତ ହୋଇଥିବା ଋଷିଗଣ ପୁଣି ବ୍ରହ୍ମା ସୁତ ଙ୍କୁ ପଚାରିଲେ   ଭୋଦେଵ!  ଗୁରୁ ଙ୍କ କଥାରେ ଯଦି ମନରେ ସନ୍ଦେହ  ହୁଏ  ତେବେ କଅଣ ପାପ ଲାଗେ କି ?। ଆମ ମନରୁ ଆପଣ ସନ୍ଦେହ ଦୂର କରନ୍ତୁ । ସନତ କୁମାର  ଏ କଥା ଶୁଣି କହିଲେ   ହେ ଋଷିଗଣ !ମୁଁ ଯାହା କହୁଛି ଏକ ଚିତ୍ତ ହୋଇ ଶୁଣ ।  ଏ ପ୍ରାଣର ଗୁରୁ ହେଉଛନ୍ତି  ଗତି ମୁକ୍ତି ଦାତା । ପ୍ରାଣୀ ମାନଙ୍କର ଜ୍ଞାନଦାତା  ଓ ପ୍ରାଣକର୍ତ୍ତା  ହେଉଛନ୍ତି ଗୁରୁ । ଏ ସଂସାରରେ ଏକ ମାତ୍ର ସାର ହେଉଛନ୍ତି ଗୁରୁ । ଭବସିନ୍ଧୁ ତାରିବା କୁ ଗୁରୁ ହିଁ କର୍ଣ୍ଣଧାର ଅଟନ୍ତି 
 ଯେଉଁମାନେ ଗୁରୁଙ୍କ ପୂଜା ନକରି ଆହାର କରନ୍ତି  ତାହାରି ଭୋଜନ ଅନ୍ନ ବିଷ୍ଠା ସହିତ ସମାନ ଅଟେ । ଗୁରୁ  ହେଉଛନ୍ତି ହରି ,ଗୁରୁ ହେଉଛନ୍ତି ହର ,ଗୁରୁହିଁ ବିଦ୍ୟାପତି ଅଟନ୍ତି । ଗୁରୁ ହେଉଛନ୍ତି ଜନକ  ଜନନୀ  ,ତଥା ପତି ।ଗୁରୁ ହେଉଛନ୍ତି ସର୍ଵ ଦେବ । ସେହି ଗୁରୁଙ୍କୁ ସର୍ଵଦା ନମସ୍କାର କରିବା ଉଚିତ । ଗୁରୁ ଜ୍ଞାନ ଦାତା ଓ ପିଣ୍ଡର କାରଣ  । ସେହି ଗୁରୁ ଯମଦଣ୍ଡ ରୁ ରକ୍ଷା କରନ୍ତି । ହେ ଋଷିଗଣ !
ସଂସାର ରେ କାହାକୁ ଆମେ ଗୁରୁ କହିବା  ସେହି କଥା କହୁଛି ଶୁଣ ।
ଏହାକହନ୍ତେ ବ୍ରହ୍ମା ସୁତ ମୌନ ହୋଇଗଲେ ।

କ୍ରମଶଃ.....................

┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...