╔⏤⏤⏤╝❀╚⏤⏤⏤⏤╗
ଶିବ ପୁରାଣ
ପ୍ରଥମ ଖଣ୍ଡ
【ଭାଗ -୧୪】 ╚⏤⏤⏤⏤╗❀╔⏤⏤⏤⏤╝
⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅
#ଯମଭୁବନକୁ_କେଉଁପଥରେ_ପାପୀମାନଙ୍କର_ଯିବାର_ବୃତ୍ତାନ୍ତ
========================================
ନୈମିଷା ଅରଣ୍ୟରେ ରୁଣ୍ଡ ହୋଇଥିବା ସକଳ ଋଷିଗଣ ବ୍ରହ୍ମା ସୁତ ସନତ କୁମାର କୁ ଚାହିଁ କହିଲେ -ଭୋ ମୁନି ! ଆମ୍ଭ ମାନଙ୍କ ମନରେ ଗୋଟିଏ କଥା ଆସୁଛି ଯେ ପ୍ରାଣୀ ମାନଙ୍କର ପ୍ରାଣ ଗଲାବେଳ କେଉଁ ପଥରେ ଯମଦୂତ ମାନେ ବିଚାର ପାଇଁ ଯମପୁରକୁ ନିଅନ୍ତି ? ହେ ତପିବର ! ସେହି କଥା ଆମ ଆଗରେ କୁହନ୍ତୁ ?ଏ ବିଷୟରେ ଶୁଣିବା ପାଇଁ ଆମ୍ଭ ମାନଙ୍କ ମନରେ ଶ୍ରଦ୍ଧା ବଳିଅଛି ।
ଋଷି ମାନଙ୍କ ପ୍ରଶ୍ନ ଶୁଣି ବ୍ରହ୍ମା ସୁତ ଅତି ଆନନ୍ଦ ମନରେ କହିଲେ ହେ ଋଷିଗଣ !ଆପଣ ମାନେ ପଚାରି ଥିବା ପ୍ରଶ୍ନ ଉତ୍ତର ମୁଁ ବିସ୍ତାର କରିବାକୁ ଯାଉଛି ।ଆପଣ ମାନେ ଧୀର ଚିତ୍ତରେ ସମସ୍ତେ ଶୁଣ । କେଉଁ ପଥ ଦେଇ ଜୀବ ଯମଆଳ ଯାଏ ! ଏହାର ଉତ୍ତର ଶୁଣିବାକୁ ଋଷି ମାନଙ୍କ ଆଗ୍ରହ ବଢିଗଲା । ଋଷି ସନତ କହିଲେ ... ଯେତେବେଳେ ପ୍ରାଣୀ ମାନଙ୍କର ଆୟୁଷ ଶେଷ ହୁଏ ଚିତ୍ରଗୁପ୍ତ ପାଞ୍ଜି ଦେଖି ଯମ ରାଜାଙ୍କ ଆଗରେ ତାହା ସଚିତ୍ତରେ ଜଣାଏ । ଚିତ୍ରଗୁପ୍ତ କହେ ହେ ଦେବ !ଏ ଜୀଵ ର କାଳ ପୂରିଗଲା ବର୍ତ୍ତମାନ ସେହି ପ୍ରାଣୀ କଣ୍ଠାଗ୍ରତ ହୋଇ ଆସିଲାଣି ତଥାପି ସେ ଜୀଵ ଘଟତେଜି ଆସୁ ନାହିଁ । ଚିତ୍ର ଗୁପ୍ତ ଠାରୁ ଏକଥା ଶୁଣି ଜନ୍ତୁରାଣ ଯମଦୂତଙ୍କୁ ଆଜ୍ଞା ଦେଇ ପାଖକୁ ଡାକି ଆଦେଶ ଦିଅନ୍ତି ।ଯମ ରାଜା କହନ୍ତି ଯାଅ ଯାଅ ଦୂତ ଗଣ ବିଳମ୍ବ ନକରି ଜୀଵ କୁ ବାନ୍ଧି ଆଣ ଖୁବ ଯୋରକରି।ଜନ୍ତୁରାଣ ଙ୍କ ନିର୍ଦ୍ଦେଶ ପାଇ ଦୂତ ମାନେ ଚଳି ଯାଆନ୍ତି ଓ ଜୀଵ ନିକଟରେ ପ୍ରବେଶ ହୁଅନ୍ତି । ଯମଦୂତ ମାନେ ଜୀବ କୁ ଯାଇ କହନ୍ତି ରେ ଜୀଵ କାହିଁକି ଏତେ କଷଣ ସହୁଛୁ ? ତୋହର ଏ ପଚା ଘଟ ପାପର ହୋଇ ଗଲାଣି ?କାହିଁକି ଆଉ ଲୋଭ କରୁଛୁ ? ତୁ କାହିଁକି ଛାଡି କି ଯାଉନୁ ?।ଅକାରଣ ରେ ତୁ ହଇରାଣ ହେଉଛୁ ?
ଯମଦୂତ ମାନେ ଜୀଵ କୁ ଏପରି କହନ୍ତି ।ଜୀଵ କିନ୍ତୁ ଲୋଭ ରେ ଘଟ ଛାଡିବାକୁ ରାଜି ହୁଏ ନାହିଁ ।ଜୀଵ ରାଜି ନହେବା ଦେଖି ଯମଦୂତ ମାନେ କୌଶଳ ଭିଆଇ ନାନାଦି ଲୋଭ ଜୀଵ କୁ ଦେଖାନ୍ତି
ଅପୂର୍ଵ ସୁନ୍ଦରୀ ନାରୀ ଜୀଵ କୁ ଦେଖାଇ ବା ପରେ ହୀରା ଲୀଳା ରତ୍ନ ଜୀଵ ପାଖରେ ଥୋଇ ଦିଅନ୍ତି ଓ କୁହନ୍ତି ଯଦି ତୁ ଏ ଘଟ ଛାଡିବୁ ତେବେ ଏ ସମ୍ପଦର ତୁ ଅଧିକାରୀ ହେବୁ । ଜୀଵ ଏ ସବୁ ଦେଖି ଭୁଲି ଯାଇ ଯିବାକୁ ଉଦ୍ୟତ ହୁଅନ୍ତେ ପରମ ନା ନା କରି ବାଟ ରାଧେ । ପରମ କୁହେ ହେ ଜୀଵ ଭାଇ !କେଭେ ଘର ଛାଡି ତୁମେ ଯାଅ ନାହିଁ
ଏହି ଯମଦୂତ ମାନେ ତୁମକୁ ମହା ବିପଦ ରେ ପକାଇ ଦେବେ ।ପରମ ଏ ଏକଥା ଶୁଣି ଯମଦୂତ ମାନେ ଏକ ରତ୍ନ ଖଟ ନେଇ ଜୀଵ କୁ ଦେଖାନ୍ତି ଓ କୁହନ୍ତି ରେ ଜୀଵ !ତୁ ଯଦି ଏହାକୁ ଛାଡି ଦେବୁ ତେବେ ଆଉ ପାଇବୁ ନାହିଁ ।ତୁ ଏହି ଘରେ ସଦା ସର୍ବଦା ରହିବୁ ରେ ଜୀଵ । ଏତିକିବେଳେ ପରମ କଥା ରେ ଆଉ ନପଡ଼ି ଜୀଵ ଡେଇଁ କି ଯାଇ ଘଟରେ ପଶେ। ଏପଟେ ମାଟି ପିଣ୍ଡ ଗୋଟିଏ ଅଗ୍ନି ରେ ପକାଇ ପୋଡି ଜାଳି ସମସ୍ତେ ନଷ୍ଟ କରି ଦିଅନ୍ତି । ହେଲେ ସେ ମାୟା ଘଟରେ ଜୀବକୁ ପୁରାଇ ଯମଦୂତ ମାନେ ଚର୍ମ ଦଉଡି ରେ ଜୀଵ କୁ ବାନ୍ଧି ଦିଅନ୍ତି ।ଜୀଵ ର ଗଳା ରେ କାଳ ଫାଶ ଲଗାଇ ବହୁ ହରକତ କରନ୍ତି । ଜୀଵ ବନ୍ଧନ ରେ ପଡି ବହୁତ ଆକୁଳ ହୁଏ ।ସେହି ବନ୍ଧନ ରୁ ବାହାରିବା ପାଇଁ ଭିଡିମୋଡି ହେଉଥାଏ ।କାଳ ଦୂତ ମାନେ ତା ଗଳାରେ ଗଳଥା ଲଗାଇ ମାଡ଼ ମାରି ହାଡ଼ ଭାଙ୍ଗି ଦିଅନ୍ତି । ବାଟ ସାରା ଘୋଷାରି ଘୋଷାରି ଜୀଵ କୁ ନିଅନ୍ତି ।ଟିକେ ହେଲେ ଦୟା ଦେଖାନ୍ତି ନାହିଁ ।ଯମପୁର ଲକ୍ଷେ ଯୋଜନ ଅଟେ । ଯମ ଡଗର ମାନେ ଜୀଵ କୁ କଷ୍ଟ ଦେଇ ସେଠାକୁ ନିଅନ୍ତି ।କେଉଁଠି ତପ୍ତ ବାଲି ତ କେଉଁଠି କଣ୍ଟା ବଣ ,କାହିଁ ପର୍ବତ ତ କାହିଁ ଖାଲ ଓ ଢ଼ିପ ,କେଉଁ ଠାରେ ପ୍ରଚଣ୍ଡ ଅଗ୍ନି ଜଳୁଥାଏ ଓ ଏହାର ତେଜ ରେ ପାଷାଣ ତରଳି ଯାଏ ।କେଉଁଠାରେ ବିଷାକ୍ତ ସର୍ପ ଫଫକାର କରୁଥାଏ ଓ ଗର୍ଜନ କରି ଧାଇଁ ଆସେ ,କେଉଁଠାରେ ମଳ ମୂତ୍ର ଗଦା ଗଦା ହୋଇ ରହିଥାଏ । କେଉଁଠି କୁମ୍ଭୀର , ମଗର ଭେଳା ଭେଳା ହୋଇ ଜଳ ରେ ଭାସୁଥାନ୍ତି ।ଏହି ସବୁ ବିପଦ ରାସ୍ତା ଦେଇ ଯମଦୂତ ମାନେ ଜୀଵ କୁ ଯମପୁର କୁ ନିଅନ୍ତି । କେଉଁ ସ୍ଥାନରେ ଧୂଳି ପ୍ରବଳ ବେଗରେ ମାଡି ଆସୁଥାଏ ।ପ୍ରତି ଦିନ ଅନ୍ଧାର ରାତି ହୁଏ । ଏହି ଅନ୍ଧାର ରାତିରେ ଜୀଵ ଙ୍କୁ ସର୍ବଦା ଯମଦୂତ ମାନେ ବାଡ଼ି ସାହାଯ୍ୟ ରେ ବାଡାନ୍ତି ।
ଯମଦୂତ ମାନେ ଜୀଵ କୁ ଯମପୁର ନେଲା ବେଳେ ବାଟରେ କେଉଁଠାରେ ପ୍ରବଳ ଲହରୀ ମାଡି ଆସୁଥାଏ ଓ ସେହି ଲହରୀ ରେ ନାନା ଜୀବଙ୍କର ଅସ୍ଥି ମାଳ ମାଳ ଲହରୀ ରେଆସୁଥାଏ।କେଉଁଠି ପଚାମାଂସ ଗନ୍ଧ ଭୀଷଣ ଭାବରେ ହୁଏ । ଏହିପରି ଭୟଙ୍କର ପଥରେ ଯମଗଣ ଜୀଵ କୁ ଟାଣି ଶମନ ଭୁବନ କୁ ନିଅନ୍ତି ।ଜୀବକୁ ବାଟରେ ବହୁତ ଯନ୍ତ୍ରଣା ଦିଅନ୍ତି । ବିଧା ଖୁନ୍ଦା ,ଗୋଇଠା ,ଜୀଵ ର ମୁହଁ କୁ ମାରନ୍ତି । ଏହି ଯମଦୂତ ମାନେ ବଡ଼ ଦାରୁଣ ଅଟନ୍ତି । ହାତରେ ଯମଦୂତ ମାନେ କାଳପାଶ ଅସ୍ତ୍ର ଧରିଥାନ୍ତି ।ଏହି ଅସ୍ତ୍ର ରେ ଜୀଵ କୁ ପ୍ରହାର କରନ୍ତି ।
ବ୍ରହ୍ମା ସୁତ କହିଲେ ହେ ଋଷିଗଣ !ଯମଦୂତ ଙ୍କ ରୂପ କିପରି ଅଟେ ଶୁଣ ।ଯମଦୂତ ମାନଙ୍କ ଦେହର ରଙ୍ଗ କଳାହାଣ୍ଡି ରଙ୍ଗ ପରି । ନୟନ ଗୁଡିକ ଲାଲ ଓ କେଶ ଗୁଡିକ ଲମ୍ବା ଓ ପିଙ୍ଗଳ ବର୍ଣ୍ଣ ଅଟେ ।କଟି ପର୍ଯ୍ୟନ୍ତ ମୁକୁଳା କେଶ ଲମ୍ବିଥାଏ । ଦାନ୍ତ ଗୁଡିକ ଦୀର୍ଘ ଅଟେ ନାସା ଓ କର୍ଣ୍ଣ ଡୋଲି ସମାନ ଅଟେ ।ସର୍ବଦା ଏ ମାନେ କଟମଟ କରି ଚାହିଁ ଥାନ୍ତି ।ପାପୀ ମାନଙ୍କ ଗଳା ରେ ଲୁହାର ଶିକୁଳି ଦେଇ ଲୁହା ବାଡ଼ିରେ ଜଣ ଜଣ କରି ପିଟନ୍ତି । ହାତ ଗୋଡ଼ କୁ ବାନ୍ଧି ମୁଣ୍ଡରେ ପ୍ରହାର କରନ୍ତି ।ଏ ଯମ ଅନୁଚର ମାନେ ବହୁତ ନିଷ୍ଠୁର ଅଟନ୍ତି ।ଜୀଵ ର ଛାତିରେ ଲୁହାର ମୁଦ୍ଗର ନେଇ ଲଦି ଦିଅନ୍ତି ।ତାତିଲା ବାଲି ସବୁବେଳେ ଘୋଷାରନ୍ତି । ସେହି ସମୟରେ ପାପୀ ମାନଙ୍କର କେହି ଭରସା ନଥାନ୍ତି ।ନିଜେ କଲା କର୍ମ ମାନ ସେହି ପାପୀ ଭୋଗକରେ ।
ପାପୀ ଟି ସେତେବେଳେ କାନ୍ଦି କହେ ହେ ପ୍ରଭୁ !ମୋତେ ଏଥିରୁ ତ୍ରାହି କର ମୁଁ ଆପଣଂକ ନିକଟରେ ଶରଣ ମାଗୁଛି ।ହେ ପ୍ରଭୁ !ତୁମ୍ଭ ଦୋଷ କିଛି କରିନାହିଁ ମୋତେ କାହିଁକି ବାନ୍ଧିଛ ?।ଅକାରଣରେ ମୋତେ କାହିଁକି ମାଡ଼ ମାରୁଛ ? ଏହି ପାପୀ ଲୋକ ଯେତେ ଆପତ୍ତି କଲେ ବି ତାହାକୁ ଯମଦୂତ ମାନେ କିଛି ଶୁଣନ୍ତି ନାହିଁ । ନର୍କ ପଙ୍କରେ ନେଇ ତାକୁ ପକାନ୍ତି ।ସେଠାରେ ତାକୁ ବହୁତ କଷଣ ଦିଅନ୍ତି ।ସେହି ନର୍କ ପଙ୍କରେ ପାପୀ ପଡି କଲବଲ ହୁଏ । ପାପୀ ଟି ନିଜ କର୍ମ କୁ ସ୍ମରଣା କରି ଆକୁଳ ରେ କାନ୍ଦି ଥାଏ ।ତାହାର ନୟନ ରୁ ଲୁହ ଧାର ଧାର ବୋହି ଯାଉଥାଏ ।ତାକୁ ରକ୍ଷା କରିବାକୁ କାହାର ବଳ ନାହିଁ । ପାପୀ ଟି ମୁଣ୍ଡରେ ହାତ ଦେଇ କାନ୍ଦି କାନ୍ଦି କହେ ମୋହର ଭାଇ ,ବନ୍ଧୁ କୁଟୁମ୍ବ ଗଲେ କୁଆଡେ । କୁଆଡେ ଗଲେ ମୋହର ଆତ୍ମୀୟ ସୋଜନ ଓ ପରିବାର ।କୁଆଡେ ମୋ ପୁତ୍ରପତ୍ନୀ ସବୁ ଗଲେ । ମୋର ବିପଦ କାଳରେ କେହି ସାହା ହେଲେ ନାହିଁ ।ମୁଁ ତାଙ୍କ ପାଇଁ କେତେ ଲୋଭ କରିଥିଲି।କେତେ ଦୁଃଖ ସହି ତାଙ୍କ ସମସ୍ତ ଙ୍କୁ ପୋଷୁ ଥିଲି ।ଏତିକିବେଳେ କେହି ପଦେ ଉତ୍ତର ଦେଲେ ନାହିଁ ? ପାପୀଟି ବିକଳରେ କହେ ହେ !ମୋ ବନ୍ଧୁ ଓ ସୋଦର ମାନେ ମୋହର ଏ ସଙ୍କଟ ସମୟରେ ପରିତ୍ରାଣ କର । ପାପୀ ର ବିକଳ ଦେଖି ଯମଗଣ ହସି ହସି ପୁଣି ପ୍ରହାର କରନ୍ତି । ଋଷି ସନତ ଏତିକି କହି ସେହିଠାରେ ମୌନ ହୋଇଗଲେ ।
କ୍ରମଶଃ ................
No comments:
Post a Comment