╔⏤⏤⏤╝❀╚⏤⏤⏤⏤╗
ଶିବ ପୁରାଣ
ପ୍ରଥମ ଖଣ୍ଡ
【ଭାଗ -୧୫】 ╚⏤⏤⏤⏤╗❀╔⏤⏤⏤⏤╝
✍ ଉପସ୍ଥାପନା; ଦୁଷ୍ମନ୍ତ କୁମାର ମିଶ୍ର
⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆
ବ୍ରହ୍ମାଙ୍କ ନନ୍ଦନ ଋଷି ସନତ କୁମାର ନୈମିଷା ଅରଣ୍ୟ ରେ ଏକତ୍ରିତ ହୋଇଥିବା ସମସ୍ତ ଋଷି ଗଣ ଙ୍କୁ କହିଲେ -ହେ ତପିଗଣ ! ପାପୀ ମାନଙ୍କ ଯମ ପୁରକୁ ଯିବାର ବୃତ୍ତାନ୍ତ ଶୁଣ ।ପାପୀ କୁ ଯମଦୂତ ମାନେ ବାଟରେ ନେବାବେଳେ ବହୁତ କଷ୍ଟ ଦିଅନ୍ତି ।ପାପୀ ବିକଳରେ ବନ୍ଧୁ ଓ ସୋଦର ମାନଙ୍କୁ ଡାକି କହେ ହେ ଆତ୍ମୀୟ !ମୋତେ ଏ ସଂକଟ ରୁ ପରିତ୍ରାଣ କର ।ପାପୀର ବିକଳ ଦେଖି ଯମଗଣ ହସନ୍ତି ।ପାପୀ କୁ ବାଟରେ ଦୁଇ ଗୁଣ ବାଡେଇ ଆହୁରି ଖୁସି ହୁଅନ୍ତି । ତାତିଲା ତୈଳ ଆଣି ତା ମୁଖରେ ଢାଳନ୍ତି ।ଏହି ସମୟରେ ପାପୀ ର ସାହା ଭରସା କେହି ନଥାନ୍ତି । ପାପୀ କୁ ଟାଣି ଘୋଷାରି ଯମଦୂତମାନେ ଅଗ୍ନି ରେ ନେଇ ପକାନ୍ତି ।ଶୁଖିଲା କାଠ ଓ ତୈଳ ପାପୀର ଉପରେ ପକାନ୍ତି ।ଯମଦୂତ ମାନେ ତାକୁ ଟିକିଏ ହେଲେ ଦୟା କରନ୍ତି ନାହିଁ । କେଉଁ ଯମଦୂତ ମାନେ ଚୁଟି କୁ ଧରି ପିଠିରେ ପ୍ରହାର କରେ ତ କିଏ ବିଧା ଗୋଇଠା ମାରେ । କିଏ ଗଳା ଧରିଠେଲି ଠେଲି ନେଉଥାଏ ।କିଏ ଉଚ୍ଚ ଜାଗାରୁ ତଳକୁ ପେଲିଦିଏ ।କିଏ ମୁଖି ମାରେ ତ କିଏ ଶାଂଖୁଳ କୋରଡ଼ା ଧରି ପିଟେ ।କିଏ ଠେଙ୍ଗା ରେ ଆଘାତ କରେ ତ କିଏ ଯୋଡି ବେତ ଧରି ମାରୁଥାଏ ।କୋଉ ଯମଦୂତ ଦାନ୍ତ କୁ ରଗଡି କୁ ବଚନ କୁହେ ତ କିଏ ଗାଳି ଦେଇ କୁବବଚନ କୁହେ ।କିଏ ରଡ଼ ନିଆଁ ଧରି ଫୋପାଡ଼ି ଦିଏ ତ କିଏ ବିଛା ବଣ ରେ ନେଇ ଠିଆ କରିଦିଏ ।କୋଉ ଯମଦୂତ ପାପୀର ମୁଣ୍ଡରେ ରକ୍ତ ମାଠିଆ ନେଇ ଢାଳେ ତ କିଏ ଗରଳ ନେଇ ପାପୀ ପାଟିରେ ଦିଏ । କୋଉ ଯମଦୂତ ପାପୀ କୁ ନେଇ ଶିମିଳି ବୃକ୍ଷରେ କଚାଡି ଦିଏ ତ କିଏ ଖଣ୍ଡାରେ ହାଣୀ ପକାଏ ।କିଏ ପାପୀର ଜିଭ କୁ ଓପାଡି ଦିଏ ତ କିଏ କରତ ରେ କାଟି ପକାଏ ।କୋଉ ଯମଦୂତ କଟୁରି ଧରି ହାଣୀ ଦିଏ ତ କିଏ ଶୂଳ ରେ ଛାତି କୁ ଭୂଷି ଦିଏ ।କୋଉ ଯମଦୂତ ମୁଦ୍ଗର ନେଇ ପାପୀର ମୁଣ୍ଡରେ ବାଡେଇ ଦିଏ ।ପାପୀମାନେ ରକ୍ଷାକର ରକ୍ଷାକର ବୋଲି ଡାକ ଦିଅନ୍ତି ହେଲେ ସେତେବେଳେ ପାପୀର କରୁଣ ବାଣୀ କୁ କେହି ଶୁଣନ୍ତି ନାହିଁ ।ପାପୀ ମାନେ ଡାକି ଡାକି ନିରାଶ ହୋଇଥାନ୍ତି ।ପାପୀର ଦୁଇ ଆଖିରୁ ଅଶ୍ରୁ ବାର ବାର ବୋହୁଥାଏ ।ତାହାର କଣ୍ଠ ତାଳୁ ଶୁଖିଯାଏ ।ଯମଦୂତ ମାନେ ନିର୍ଦ୍ଦୟ ହୋଇ ପାପୀ କୁ ନର୍କ କୁଣ୍ଡ କୁ ଟାଣି ଆଣନ୍ତି ଓ ସର୍ପ କୁଣ୍ଡରେ ନେଇ ପକାଇ ଦିଅନ୍ତି ।ପାପୀକୁ ସର୍ପ ମାନେ ଚୋଟ ମାରି ଚାଲନ୍ତି ।ବିଷ ଜ୍ବାଳାରେ ପାପୀ ର ଜ୍ଞାନ ରହେନାହିଁ । ତାପରେ ଯମଦୂତ ମାନେ ପାପୀ କୁ ନେଇ ବ୍ୟାଘ୍ର ଭାଲୁ ମୁଖରେ ଦିଅନ୍ତି ।ବାଘ ଭାଲୁ ମାନେ ପାପୀ କୁ କାମୁଡି ବିଦାରି ପକାନ୍ତି । ଏହାପରେ ଯମଦୂତ ମାନେ ପାପୀ କୁ ଉଠାଇ ନେଇ ବିଷମ ଅଗ୍ନି କୁଣ୍ଡରେ ପକାଇ ଦିଅନ୍ତି ।ତୈଳ କୁଣ୍ଡରେ ପେଲି ଦେଲା ପରେ ପୁଣି ତାକୁ ଉଠାଇ ଆଣି ହାତଗୋଡ଼ ବାନ୍ଧି କଣ୍ଟା ବଣ ରେ ପକାଇ ଘୋସାରି ଦିଅନ୍ତି ।ସେଠାରେ ପାପୀ କୁ ଯମଦୂତ ମାନେ କଲବଲ କରନ୍ତି ।ପୁଣି ଯମଦୂତ ମାନେ ପାପୀ କୁ ନେଇ ତତଲା ବାଲି ରେ ପକାଇ ମୁଣ୍ଡ କୁ ପ୍ରହାର କରନ୍ତି ।ସେହି ତତଲା ବାଲି କୁ ମୁଠା ମୁଠା କରି ପାପୀ ର ଆଖିରେ ଭାରି ଦିଅନ୍ତି ।ତାପରେ ଯମଦୂତ ମାନେ ପାପୀ କୁ ଉଠାଇ ନେଇ ଯମରାଜା ଛାମୁରେ ପାପୀକୁ ଦର୍ଶନ କରାନ୍ତି ।
ଯମରାଜ ଚିତ୍ରଗୁପ୍ତ କୁ ଚାହିଁ କୁହନ୍ତି -ହେ ମନ୍ତ୍ରୀବର !ଏ ପାପୀର ପାପ ସମୁଦାୟ ମୋ ଆଗରେ କୁହ ।କେତେ ପାପ କୁ ଏ ପାପୀ କେତେ ଦଣ୍ଡ ପାଇଅଛି ?ଆଉ କେତେ ଦଣ୍ଡ ଏ ପାପୀ ପାଇବାର ଅଛି ?ପାଞ୍ଜି ଦେଖି ଚିତ୍ର ଗୁପ୍ତ ଯମ ରାଜା ଙ୍କୁ ବୁଝାଇ ଦିଏ ।ସେହି ଅନୁସାରେ ଯମ ରାଜ ଦୂତ ମାନଙ୍କୁ ଆଦେଶ ଦିଏ ।ଦୂତ ମାନେ ଆଦେଶ ପାଇବା ମାତ୍ରେ ସମସ୍ତେ ଏକାଠି ହୋଇ ପାପୀ କୁ ଦଣ୍ଡ ଦିଅନ୍ତି ।ଜୀଵ ଯେତେ ଯେତେ ପାପ ଅର୍ଜନ କରିଥାଏ ତାହାର ପ୍ରତିଫଳ ସେ ସେହିଠାରେ ପାଏ ।ସଂଜୀବନୀ ପୁରରେ ଲକ୍ଷ ଲକ୍ଷ ନର୍କ କୁଣ୍ଡ ଅଛି । ଫାଶୀ ଖମ୍ବ ,ହାଣଘର ,ବନ୍ଦୀ ଘର ସହିତ କେତେ କନ୍ଦି ବିକନ୍ଦି ମଧ୍ୟ ଅଛି ।ସ୍ଥାନେ ସ୍ଥାନେ ଲୁହାର ଶିକୁଳି ମଧ୍ୟ ଏଠାରେ ଥାଏ ଓ ଲୁହାର ଜାଲ ଘେରା ହୋଇଥାଏ ।ପାପପୁଣ୍ୟ ବିଚାର ପାଇଁ ନିକିତି ର ବ୍ୟବସ୍ଥା କରାଯାଇଥାଏ । ଏହି ପୁରରେ ପିଟଣୀ ସଜଡା ହୋଇ ରଖା ଯାଇଥାଏ ତା ପାଖକୁ ପଥର ଗଦା ଗଦା ହୋଇ ରଖା ଯାଇ ଥାଏ । ଯେଉଁଠାରେ ଫାଶୀ ଦିଆଯାଏ ସେ ଜାଗା ଭୟଙ୍କର ଦେଖାଯାଏ । ଯମ ପୁରରେ କେଉଁ ଠାରେ ରକ୍ତର ନଈ ବହି ଯାଉଥାଏ । ସ୍ଥାନେ ସ୍ଥାନେ ପଚା ମାଂସ ରେ କୀଟ ବେଢ଼ି ରହି ଥାନ୍ତି
।ପାପୀ ମାନେ ଦଣ୍ଡ ପାଇବା ସମୟରେ ବିଭିନ୍ନ ପ୍ରକାର ଭୟଙ୍କର ଦୃଶ୍ୟ ଦେଖେ । ଧମକ ,ଚମକ ,ମାଡ଼ ,ଗାଳି ଦେଇ ଯମଦୂତ ମାନେ ହରକତ କରୁଥାନ୍ତି ।
ଋଷି ସନତ କହିଲେ -ହେ ତପିଗଣ !ପୁଣ୍ୟବନ୍ତ ପ୍ରାଣୀମାନେ ମଲା ପରେ ଅତି ଆନନ୍ଦରେ ପୁଷ୍ପକ ବିମାନରେ ବସି ସ୍ୱର୍ଗ ପୁରରକୁ ଯାଆନ୍ତି । ହେ ମୁନିଗଣ !ଏବେ ପୁଣ୍ୟକଲା ଜନ ଙ୍କ କଥା ଶୁଣନ୍ତୁ ।
ବୈକୁଣ୍ଠ କୁ ଯିବା ପାଇଁ ପରିଷ୍କାର ପଥ ପଡ଼ିଅଛି । ସେଇ ରାସ୍ତା ରେ ଗଲେ ସ୍ଥାନେ ସ୍ଥାନେ ସୁବାସିତ ନୀର ଦେଖିବାକୁ ମିଳେ । ସୁଗନ୍ଧ ଗନ୍ଧ ଚନ୍ଦନ ଅତର କୁ ପୁଣ୍ୟବାନ ଲୋକ ଆମୋଦ ପ୍ରମୋଦ କରେ । ସୁବାସ କୁସୁମ କୁ ବଡ଼ ମାନେ ଧରି ପଥରେ ଧାଡି ଧାଡି କରି ଠିଆ ହୋଇ ଥାଆନ୍ତି । ଭ୍ରମର ମାନେ ଫୁଲରେ ଝଙ୍କାର କରନ୍ତି ।କୋକିଳ ଶୁକ ,ଶାରୀ ,ମୟୁର ଏହା ସହିତ ଅନ୍ୟ ପକ୍ଷୀ ମାନେ ରାଵ ଦେଉଥାନ୍ତି ।ଏହି ପକ୍ଷୀ ମାନଙ୍କର ରାଵ ଶୁଣି ପୁଣ୍ୟବନ୍ତ ଲୋକ ପୁଲକିତ ହୁଏ ।ପୁଣ୍ୟବନ୍ତ ଲୋକ ଯିବା ଆଗରେ ଚିତ୍ରିତ ହୋଇଥିବା ଚାନ୍ଦୁଆ ବସନ ଆଦି ଟଙ୍ଗା ହୋଇଥାଏ ।ପୁଣ୍ୟବନ୍ତ ଲୋକ ଗଲାବେଳେ ଦେବତା ମାନେ ଜୟ ଜୟ ଗାଁନ କରନ୍ତି ।ଅତି ଖୁସି ହୋଇ ବିବିଧ ବାଜା ବଜାନ୍ତି । ପୁଣ୍ୟବନ୍ତ ଲୋକ ଦୁଇ ପାଖରେ ଆଲଟ ଚାମର ପଡୁଥାଏ । ବିଷ୍ଣୁ ଦୂତ ମାନେ ପୁଣ୍ୟବନ୍ତ ଲୋକ କୁ ରସ୍ଥରେ ବସାଇ ନେଉଥାନ୍ତି । କିଏ ଆଗରେ ପହଣ୍ଡି କରି ନିଏ ।କେଉଁ ବିଷ୍ଣୁ ଦୂତ ମାନେ ହରି ନାମ ଶୁଣାଇ ନିଅନ୍ତି । କିଏ ପୁଣ୍ୟାତ୍ମା ମସ୍ତକ ରେ ଛତ୍ରୀ ଟେକିଥାଏ । କିଏ ସମୟ ସମୟରେ ପହଡ଼ ପକାଏ । କିଏ ଚନ୍ଦନ କର୍ପୂର ପିଚକାରୀ ମାରେ । କେଉଁ ବିଷ୍ଣୁ ଦୂତ ସୁବାସ କୁସୁମ ତା ମସ୍ତକ ରେ ପକାନ୍ତି ତ କିଏ ବିଞ୍ଚଣା ଧରି ବିଞ୍ଚୁଥାଏ କେଉଁ ବିଷ୍ଣୁଦୂତ ଝାଳ ପୋଛି ଦେଉଥାଏ ।
ଏହା କହି ସନତ ଋଷି ମୌନ ହୋଇଗଲେ ।
କ୍ରମଶଃ.................
No comments:
Post a Comment