Showing posts with label ଶିବ ପୁରାଣ. Show all posts
Showing posts with label ଶିବ ପୁରାଣ. Show all posts

Tuesday, December 20, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୨୨】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୨୨】                ╚⏤⏤⏤⏤╗❀╔⏤⏤⏤⏤╝
ବ୍ରହ୍ମାଙ୍କ ନନ୍ଦନ ସନତ କୁମାର ସନ୍ଧ୍ୟା ସାରି ନୈମିଷା ଅରଣ୍ୟ ରେ ଏକତ୍ରିତ ହୋଇଥିବା ସକଳ ଋଷି ମାନଙ୍କୁ କହିଲେ -ହେ ତପିଗଣ !
ପ୍ରକୃତି ଦେବୀ ସତ୍ତ୍ୱ ଗୁଣରୁ ଜାତ ହୋଇଛନ୍ତି ।ତୁଳସୀ ଓ ବୃନ୍ଦାବତୀ ଯାହାଙ୍କର ନାମ କୁ ଲୋକମାନେ ସେବି ମୋକ୍ଷ ଧାମ ପ୍ରାପ୍ତି ହୁଅନ୍ତି ।କଶ୍ୟପ ନନ୍ଦିନୀ ମନସା ଦେବୀ ସର୍ପରାଜା ବାସୁକୀ ଙ୍କ ଘରଣୀ ଅଟନ୍ତି ।ସେ ନାଗରାଜା ଅନନ୍ତ ଙ୍କ ଭଉଣୀ ଅଟନ୍ତି । ନାଗବଂଶ ର ହିତ ପାଇଁ ଜରତ୍କାର  ବିବାହ କଲେ ।ତାଙ୍କ ଗର୍ଭରୁ ଆସ୍ତିକ ନାମକ ଜାତ ହେଲା ।ସେହି ପୁତ୍ର ପାଇଁ ନାଗ ମାନେ ରକ୍ଷା ପାଇଗଲେ । ଷଡାନନ ଙ୍କର ପତ୍ନୀ  ଦେବସେନା ସୂତିକା ଘରେ ଶିଶୁଙ୍କ  ପାଲନା କରି ଷଷ୍ଠ ଦିବସରେ ତାଙ୍କୁ ଷଷ୍ଠୀ ଦେବୀ ରୂପେ ପୂଜା କଲେ ।ସେ ଦେବୀ ଶିଶୁର ଆୟୁଷ ବୃଦ୍ଧି କରନ୍ତି । ନାରୀ ମାନେ ଏହି ଦେବୀଙ୍କୁ ସେବି ସୌଭାଗ୍ୟ ଲାଭ କରନ୍ତି । ଏକୋଇଶ ଦିନ ପର୍ଯ୍ୟନ୍ତ ତାଙ୍କୁ ପୂଜା କଲେ  ତାଫଳରେ ନାରୀମାନେ ପୁତ୍ରବତୀ ହୁଅନ୍ତି ।ସେହିଁ ପ୍ରକୃତ ମଙ୍ଗଳା ରୂପରେ ଅଵତରି ଥାଆନ୍ତି ।ସେ ମଙ୍ଗଳ ଚଣ୍ଡିକା ନାମ କୁ ବହନ କରଥାନ୍ତି । ମଙ୍ଗଳ ବାରରେ ଯେଉଁ ବାଳିକା  ଧୂପ ଦୀପ ନୈବେଦ୍ୟ ଦେଇ ପୂଜା କରେ ଓ  ଭକ୍ତିରେ ଯିଏ ଦୁର୍ବାକ୍ଷତ ସମର୍ପଣ କରେ  ସେ ପୂଜାର ଫଳ କଥା କହୁଛି ଶୁଣ ।ସନତ କହିଲେ ......

ମଙ୍ଗଳା ଙ୍କୁ ଯିଏ ଭକ୍ତି ଭାବରେ ପୂଜା କରେ ଓ ତାଙ୍କ ନିକଟରେ ନିଜକୁ ସମର୍ପଣ କରେ ସେହି ବାଳିକା  ଜନ୍ମ ଜନ୍ମାନ୍ତର ରେ କେଭେ ବିଧବା ହୁଏ ନାହିଁ । ଇହଲୋକରେ ମନବାଞ୍ଛା ଫଳ ଭୋଗ କରେ । ତାହାରି ପୂଜାରେ ଯଦି ମଙ୍ଗଳା ସନ୍ତୋଷ ହୁଅନ୍ତି ନାହିଁ  ତେବେ ସେ ନାରୀ କେଭେ ସୌଭାଗ୍ୟବତୀ ହୋଇ ପାରେ ନାହିଁ । ତାକୁ ଅନ୍ନବସ୍ତ୍ର ଓ ସୁତ ମିଳେନାହିଁ । ଏଣୁ ନାରୀ ମାନେ ମଙ୍ଗଳା ଙ୍କୁ ନିଷ୍ଠା ର ସହ ପୂଜା କରନ୍ତି । ଆଦିଶକ୍ତି ମହାକାଳୀ ରୁଦ୍ର ଙ୍କ ଘରଣୀ ଅଟନ୍ତି ।ସେହିଁ ଆତଙ୍ଗ ନାଶିନୀ ଓ ସଙ୍କଟ ତାରିଣୀ ଅଟନ୍ତି । ସେହି ଆଦିଶକ୍ତି ଭୟଙ୍କର ରୂପ ଧରି ରକ୍ତବୀର୍ଯ୍ୟ କୁ ସଂହାର କରି ତ୍ରିଜଗତ କୁ ରକ୍ଷା କଲେ ମହିଷାସୁର କୁ ମାରି ।ଶୁମ୍ଭ ,ନିଶୁମ୍ଭ ,ଯେତେ ଦୁଷ୍ଟ ନିଶାଚର ତାଙ୍କୁ ବଧ କରି  ଜଗତରେ କୀର୍ତ୍ତି ରଖିଲେ । ସେହି ମହାବଳୀ ଙ୍କ ପାଦପଦ୍ମରେ ଯେଉଁ ମାନେ ପୂଜା କରନ୍ତି  ତାଙ୍କୁ ଅନାୟସ ରେ ଚୌବର୍ଗ ଫଳ ମିଳେ । ବସୁମତୀ ଦେବୀ ସର୍ବସହା  ଜଗଦ୍ଧାତ୍ରୀ ଅଟନ୍ତି ।ବିଭିନ୍ନ ପ୍ରକାର ଶସ୍ୟ ପ୍ରସବ କରି ପ୍ରାଣୀ ମାନଙ୍କୁ ବଞ୍ଚାନ୍ତି । ସେ ନଥିଲେ ସଂସାର ପାଳନ ହୁଅନ୍ତା ନାହିଁ । ସବୁ ପ୍ରାଣୀ ମାନେ ଅନ୍ନ ବସ୍ତ୍ର ବିନା ମରି ଯାଆନ୍ତେ ।  ହେ ଋଷିଗଣ !ଯଜ୍ଞର ଭାର୍ଯ୍ୟା ର ନାମ ଦକ୍ଷିଣା ଅଟେ । ଦକ୍ଷିଣା ନଦେଲେ  କର୍ମ ର ଫଳ ମିଳେନାହିଁ । ପବନଙ୍କ ପ୍ରିୟବତୀ ଶାନ୍ତି । ଟାଣ ଅଭାବରେ  କର୍ମସବୁ ବିଫଳ ହୁଏ । ନାଗାଧିପ  ଅନନ୍ତ ଙ୍କ ଭାର୍ଯ୍ୟା ଙ୍କ ନାମ ରଷ୍ଟି । ସିଦ୍ଧ ଗଣେଶ ଙ୍କ ଭାର୍ଯ୍ୟା ଙ୍କ ନାମ  ପୁଷ୍ଟି ଅଟେ । ଶିବ ଭଗବାନଙ୍କ ଭାର୍ଯ୍ୟା ଦୁର୍ଗତି ତାରିଣୀ ଦୁର୍ଗା। ତାଙ୍କ ପାଦ ପୂଜା କଲେ ସବୁ ଭୟ ଦୂର ହୁଏ । କପିଳ ଙ୍କ ପତ୍ନୀ ନାମ  ଧୃତି ।ତାଙ୍କୁ ପୂଜାକଲେ ଶକ୍ତି ଆସେ । ଯମ ଙ୍କର ପତ୍ନୀ ନାମ କ୍ଷମା ।କ୍ଷମା ହେଉଛନ୍ତି ଦରିଦ୍ର ଙ୍କ ବନ୍ଧୁ ।ତାଙ୍କୁ ପୂଜାକଲେ  ଲୋକମାନେ ସୁଖରେ ରୁହନ୍ତି । ସ୍ୱରୂପ ,ସୁଶୀଳା ଏ ଦୁଇ ନାରୀ  ସୂର୍ଯ୍ୟ ଦେବଙ୍କର ଦୁହିତା ଅଟନ୍ତି ।ଏ ଦୁଇ ନାରୀ ଯମ ରାଜା ଙ୍କୁ  ବିବାହ କରିଛନ୍ତି ।କନ୍ଦର୍ପ ଙ୍କ ପତ୍ନୀ ହେଲେ ରତି।ରତି ମାୟାବତୀ ଅଟନ୍ତି । ଏହି ନାରୀ ମାୟାରେ ତ୍ରିଲୋକକୁ  ମୋହି ପାରନ୍ତି ।ସତ୍ୟ ଦେବ ଙ୍କ ଭାର୍ଯ୍ୟା ଙ୍କ ନାମ  ମୁକ୍ତି । ସତ୍ୟ ଦେବ ନିଜ ଭାର୍ଯ୍ୟା ର ନାମ ନେଇ  ଭାର୍ଯ୍ୟା ର ପୁଣ୍ୟରେ କୀର୍ତ୍ତି ପ୍ରତିଷ୍ଠା କରନ୍ତି ।ତାଙ୍କର ପାଇଁ ସବୁ ନର ପୂଜା ପାଉଛନ୍ତି । ଉଦ୍ ଯୋଗ ଙ୍କ ପତ୍ନୀ ନାମ 
କ୍ରିଆ ଅଟେ  ।କ୍ରିୟା କୁ ହୁଡ଼ିଲେ ଲୋକମାନେ ଉଚ୍ଛନ୍ନ ହୁଅନ୍ତି ।ଅଧର୍ମ ର ପତ୍ନୀ ନାମ  ମିଥ୍ୟା ଅଟେ ।ସନତ କହିଲେ ହେ ଋଷିଗଣ !ଏହି ମିଥ୍ୟା ନାରୀ କଥା କହୁଛି ଶୁଣ ।

ସତ୍ୟଯୁଗରେ ମିଥ୍ୟା ର  ଶରୀର ସୁନ୍ଦର ନଥିଲା ।ତ୍ରେତୟା ରେ ମିଥ୍ୟା କ୍ଷୁଦ୍ର ଶରୀର ନେଇ ଜନ୍ମ ହେଲା ।ଦ୍ଵାପର ରେ ଅର୍ଦ୍ଧକାୟ ଶରୀର ନେଇ ଆସିଲା ମିଥ୍ୟା ।କଳି ଯୁଗରେ  ପୂର୍ଣ୍ଣାଙ୍ଗ ହୋଇ ପ୍ରବେଶ କଲା ।ତେଣୁ କଳିଯୁଗରେ ମିଥ୍ୟା ପ୍ରବଳ ହୋଇଲା ।ସେହି ମିଥ୍ୟା ଅଧର୍ମ ର ତେଜ ବେଳକୁ ବେଳ ବଢ଼ାଇ ଚାଲିଲା । ତାହାର ଏକ ଭାଇ ଥିଲା କପଟ ।କପଟ ସହିତ ସାଙ୍ଗ ହୋଇ ମିଥ୍ୟା  ନାନା ରଙ୍ଗ ହୋଇ ବୁଲିଲା । ମିଥ୍ୟା ର ଦୁଇ ସଉତୁଣୀ ଥିଲେ ,।ତାଙ୍କ ନାମ ଲଜ୍ଜା ଓ ଶାନ୍ତି । ମିଥ୍ୟା ରାଗରେ ଏ ଦୁଇ ସଉତୁଣୀ ଙ୍କୁ ପାଖରେ ପୁରାଏ ନାହିଁ ।ଲଜ୍ୟା ଓ ଶାନ୍ତି ଏ ଦୁଇଜଣ ଯେଉଁଠାରେ ବାସ କରିଥାନ୍ତି  ସେ ସ୍ଥାନରେ ମିଥ୍ୟା ପଶି ପାରେ ନାହିଁ ।

ଜ୍ଞାନର ସଂସାରରେ ତିନୋଟି ଭାର୍ଯ୍ୟା ଅଛନ୍ତି ।ଏହି ତିନିଜଣଙ୍କ ନାମ ହେଲା  ସ୍ମୁତି ,ମେଧା ,ଓ ବୁଦ୍ଧି । ଏହି ତିନିଜଣ ଙ୍କୁ ଯିଏ  ଭଜେ ସେ ଉତ୍ତମ ଲୋକ ବୋଲାଏ । ରୁଦ୍ରଙ୍କର ଦୁଇ ଭାର୍ଯ୍ୟା ଙ୍କ ନାମ ହେଲା  ମୂର୍ତ୍ତି ,ଓ ନିଦ୍ରା ।କାଳ ପୁରୁଷ ର ପତ୍ନୀ ହେଲେ ଶର୍ବରୀ ।କାଳ ପୁରୁଷ ର ଆଉ ଏକ ଭାର୍ଯ୍ୟା ର ନାମ ହେଲା ସନ୍ଧ୍ୟା । ପତ୍ନୀ ସନ୍ଧ୍ୟା ସହିତ କାଳ ପୁରୁଷ ବାରମ୍ବାର କ୍ରୀଡା କରେ । ଲୋଭର ଦୁଇ  ଗୃହିଣୀ ଅଛନ୍ତି ।ତାଙ୍କ ନାମ କ୍ଷୁଧା ଓ ତୃଷା । ବୈରାଗ୍ୟ ର ମଧ୍ୟ ଦୁଇଟି ଗୃହିଣୀ ଅଛନ୍ତି ।ସେମାନେ ହେଲେ  ଶ୍ରଦ୍ଧା ଓ ଭକ୍ତି । ଗୋରୁ ମାନଙ୍କର ମାତା ସୁରଭି ଅଟେ  । ସୁରଭି ସର୍ବଦା ତିନିଲୋକ ର ହିତ ସମ୍ପାଦନ କରେ ।ଗରୁଡ଼ ଙ୍କର ମାତା ବନିତା ଅଟନ୍ତି ।ବନିତା ହେଉଛନ୍ତି କାଶ୍ୟପ ଙ୍କ ପତ୍ନୀ ଓ ଦକ୍ଷ ଙ୍କ ଦୁହିତା । ରୋହିଣୀ ହେଉଛନ୍ତି ଇନ୍ଦ୍ର ଦେବଙ୍କ ପତ୍ନୀ । ସୂର୍ଯ୍ୟ ଙ୍କର ଦୁଇ ପତ୍ନୀ ନାମ ଛାୟା ଓ ସଂଜ୍ଞା ।ସନତ କହିଲେ ଏହା ବ୍ୟତୀତ ଆଉ ଯେତେ ନାରୀ  ଦେଖା ଯାଆନ୍ତି ସେମାନେ ସମସ୍ତେ  ଶକ୍ତି ଠାରୁ ଜନ୍ମ ହୋଇଛନ୍ତି । ଯେଉଁ ନାରୀଙ୍କର ଜନ୍ମ ପ୍ରକୃତି ଅଂଶରେ  ହୋଇଛି ସେକଥା କହୁଛି ଶୁଣ ମୁନିଗଣ ।

ସନତ ଋଷି  ପ୍ରକୃତି ଅଂଶରେ ଜନ୍ମ ହୋଇଥିବା ନାରୀ ମାନଙ୍କ  ନାମ ନୈମିଷା ଅରଣ୍ୟ ରେ ଥିବା ଋଷିଗଣ ଙ୍କୁ କହିଲେ -କାଳିନ୍ଦୀ ମେନକା
ଲୋମା ,ମୁଦ୍ରା ,ବୃନ୍ଦାବତୀ ,ଜାମ୍ବବତୀ ,କୁନ୍ତୀ ,ବାରୁଣୀ ,ଭଦ୍ରା ,ଦ୍ରୌପଦୀ ,ରେବତୀ ,ରୁକ୍ମଣୀ ,ଭାନୁମତୀ ,ଚନ୍ଦ୍ରାବତୀ ,ସତ୍ୟଭାମା ,ଲକ୍ଷଣା 
ରୋହିଣୀ ,ଗାନ୍ଧାରୀ ,ମାଦ୍ରୀ ,ଚିତ୍ରରେଖା ,ବାଳୀ ,ସୁଭଦ୍ରା ,ଅହଲ୍ୟା 
ତାରା ,ରୁମା ,ହାରାବଳୀ ,ଉତ୍ତରା ,ମଦନାବତୀ ,ସରମା ,ସୁଦେଷ୍ଣା
 ଏସବୁ ନାରୀ ମାନେ ପ୍ରକୃତି ଅଂଶ ରୁ ଜନ୍ମ ହୋଇଛନ୍ତି । ଏତିକି କହି ମହାମୁନି ସନତ କୁମାର ମୌନ ହୋଇଗଲେ ।

କ୍ରମଶଃ.............

✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

Friday, August 26, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୨୧】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୨୧】                ╚⏤⏤⏤⏤╗❀╔⏤⏤⏤⏤╝
#ପ୍ରକୃତି_ଦେବୀଙ୍କ_ମାହାତ୍ମ୍ୟ_ବର୍ଣ୍ଣନ
⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆⋅⋆⋄✧
ନୈମିଷା ଅରଣ୍ୟରେ ଏକତ୍ରିତ ହୋଇଥିବା ସକଳ ଋଷିମାନେ ସନତ କୁମାର ଙ୍କୁ ପଚାରିଲେ -ହେ  ମୁନିଶ୍ରେଷ୍ଠ !ଆମ ମାନଙ୍କ ମନରେ ଏକ  କଥା ଶୁଣିବାକୁ ଇଛା ହେଉଛି ।ଆମର ଭାଗ୍ୟ ଯେ ତୁମକୁ ଆମ ନିକଟରେ ପାଇଛୁ ।ହେ ଦେବ !ଆମକୁ ନିରାଶ ନକରି କୁହନ୍ତୁ ।ଶିବ ପୁରାଣ ଶୁଣି ଆମ ମାନଙ୍କ ମନ ତୋଷ ହେଉ  ।ଭୋ ଦେବ !ଶିବ ଭଗବାନ ହେଲେ  ଜଗତର ପିତା !ପାର୍ବତୀ ହେଲେ ପ୍ରକୃତି ! ଶିବ ଓ ପାର୍ବତୀ ଏହି ବ୍ରହ୍ମାଣ୍ଡର ପିତାମାତା ଅଟନ୍ତି ! ଏହି କାରଣରୁ  ପ୍ରକୃତି ଦେବୀ ଙ୍କ ମହିମା ଆମକୁ ବିସ୍ତାର କରି କୁହନ୍ତୁ ?। ଆମକୁ ତାଙ୍କ ବିଷୟରେ କହି ତୋଷ କର ବ୍ରହ୍ମା ନନ୍ଦନ ।

ଋଷିମାନଙ୍କ କଥା ଶୁଣି ଧାତା କୁମର  ଅତି ହରଷ ରେ କହିଲେ -ହେ ଯତି ମାନେ !ତୁମେ ବଡ଼ ଗହନ କଥା ପଚାରୁ ଅଛ ?। ଯେଉଁ କଥାକୁ ସ୍ୱୟଂ ବ୍ରହ୍ମା ତାଙ୍କ ଚାରି ମୁଖରେ  ବର୍ଣ୍ଣନା କରି ପାରନ୍ତି ନାହିଁ ମୁଁ ତାଙ୍କରି ସୁତ ହୋଇ ତୁମକୁ ଏସବୁ କିପରି କହିବି ?। ହେ ଋଷିଗଣ କେବଳ ଶିବ ଭଗବାନଙ୍କ ଠାରୁ ଶୁଣିଥିଲି ବୋଲି  ତୁମ ଆଗେ କହିବାକୁ ସକ୍ଷମ ହେଉଛି । ଦୟାବହି ସେ ମହାଦେବ ଏ  ବିଷୟରେ ଯାହା କହିଛନ୍ତି  ସେଥିରୁ କିଞ୍ଚିତ କହିବି ।ତୁମେମାନେ ଧୀର ସ୍ଥିର ହୋଇ  ଶୁଣ ।

ସନତ କହିଲେ -ସତ ,ରଜ ,ତମ ଗୁଣ  ହେଉଛନ୍ତି ପ୍ରକୃତି ମାତା ।ବ୍ରହ୍ମାଣ୍ଡ ଭିତରେ ସେହିଁ ଏକା କାରେଣି ଅଟନ୍ତି । ସେ ହିଁ ନାରୀ ବୋଲାନ୍ତି ଓ ସେହିଁ ପୁରୁଷ ବୋଲାନ୍ତି ।ସେହିଁ ହର ପାର୍ବତୀ ଅଟନ୍ତି ।ସେହିଁ ଅନାଦି ଓ ଆଦି  ନାମରେ ନାମିତ ହୁଅନ୍ତି ।ତାଙ୍କ ଦିବ୍ୟଜ୍ୟୋତି ସବୁଠାରେ  ବିରାଜ କରୁଥାଏ । ସେହିଁ ପ୍ରକୃତି ଠାରୁ ଜାତ ହୋଇବାରୁ  ତାଙ୍କରି ଗୁଣ କୁ ସେ ନିତି ଭୁଞ୍ଜନ୍ତି । ପ୍ରକୃତିର ବାମ ଅଙ୍ଗରୁ ନାରୀ ଜାତ ହୁଏ ।ପ୍ରକୃତିର ଦକ୍ଷିଣ ଅଙ୍ଗରୁ ପୁରୁଷ ଜାତ ହୁଏ । ସେହିଁ ଶିବଙ୍କ ମହିଷୀ ଓ ଗଣେଶ ଙ୍କ ମାତା ଅଟନ୍ତି । ଲକ୍ଷ୍ମୀ ରୁ ଯେ ବିଷ୍ଣୁଙ୍କର ସେ ବନିତା ଅଟନ୍ତି । ସେହିଁ କୃପାମୟୀ ସେହିଁ ମଙ୍ଗଳ ଦାୟିନୀ  ଅଟନ୍ତି ।ସେ ଭବାନୀ ଅଟନ୍ତି ।ସେହିଁ ସମସ୍ତଙ୍କ ମନ କାମନା 
ପୂରଣ କରନ୍ତି ।ସତ୍ୟ ଦୟା ଧର୍ମ ଯଶ ସୁଖ ରେ ସେ ମୋହ ଦାତ୍ରୀ ଅଟନ୍ତି ।ଲୋଭ  ମୋହ ଅହଙ୍କାର କାମ  ରେ  ସେ କ୍ରୋଧି ହୁଅନ୍ତି ।ସେହିଁ ପରମ ବୈଷ୍ଣବୀ ,ଛାୟା ,ମାୟା ସ୍ୱରୂପିଣୀ ଅଟନ୍ତି । ସେହିଁ କ୍ଷାନ୍ତି ,ଶାନ୍ତି ଧୃତି ଓ ପାପ ବିନାଶିନୀ ଅଟନ୍ତି । ବିଷ୍ଣୁଙ୍କ ମନ୍ଦିରରେ ସେହିଁ ନାରାୟଣୀ ଅଟନ୍ତି ।ଇନ୍ଦ୍ରପୁରରେ ସେ  ଶଚି ରୂପ ଧରନ୍ତି ।ରାଜ  ଗୃହ ମାନଙ୍କରେ ସେହିଁ  ରାଜଲକ୍ଷ୍ମୀ ଅଟନ୍ତି । ପାପୀ ଘରେ ସେହିଁ ଅଲକ୍ଷ୍ମୀ ଅଟନ୍ତି । ସୃକୃତି ଙ୍କ ଘରେ ସେ ଗୃହ ଧାରୀ ଅଟନ୍ତି । ସେହିଁ ପଣ୍ଡିତ ମାନଙ୍କ ବୁଦ୍ଧି ଅଟନ୍ତି । ଭକ୍ତ ମାନଙ୍କ ଘରେ ସେ ଶୋଭା ପାଆନ୍ତି । ମୁନି ଜନ ମାନଙ୍କୁ ସେ ମୁକ୍ତି ଲାଭ କରାନ୍ତି । ସେହିଁ ସାଧୁ ମାନଙ୍କର ଶ୍ରଦ୍ଧା ଓ କୁଳିନୀ ର ଲଜ୍ୟା  ଅଟନ୍ତି ।ଜଗତ ସାରା ସେ ମାଆ ରୂପରେ ପୂଜା ପାଆନ୍ତି । ଗାୟତ୍ରୀ ,ସାବିତ୍ରୀ ,ସତୀ ଭାରତୀ ପାର୍ବତୀ  ,ସ୍ୱାହା ,ସ୍ୱଧା , ଜାନକୀ ଅଦିତୀ  ସମସ୍ତେ ପ୍ରକୃତି ଅଂଶ ରୁ ଜାତ ହୋଇଛନ୍ତି ।ଭିନ୍ନ ଭିନ୍ନ ନାମ  ଧରି ସମସ୍ତେ ଥାଆନ୍ତି ।ହେ ଋଷି ଗଣ !ଏ ସମସ୍ତଙ୍କର ଜନ୍ମ କଥା କହୁଛି ଶୁଣ ।ଏହି ପୁଣ୍ୟମୟ ଗାଥା  ସାବଧାନ ହୋଇ ଶୁଣ ।

ପାର୍ବତୀ ଦେବୀଙ୍କ ଜନ୍ମ ହିମାଳୟ ରେ ।ଶିବ ତାଙ୍କୁ  ସ୍ନେହରେ ନିଜ ଅଙ୍ଗରେ ବହି ଥାନ୍ତି । ଜଗତ ଜନନୀ  ମାତା ସେ  ହୈମବତୀ  ଅଟନ୍ତି ।ଋଷିମାନେ ତାଙ୍କର ଅଭୟ ଚରଣ ଙ୍କୁ ବନ୍ଦନା କରନ୍ତି ।  ବେଦ ରୁ ଜନ୍ମ ହୁଅନ୍ତି ଗାୟତ୍ରୀ ,ସାବିତ୍ରୀ।ଗାୟତ୍ରୀ ଓ ସାବିତ୍ରୀ ଏ ଦୁଇଜଣ ଯୁବତୀ  ବ୍ରହ୍ମା ଙ୍କ ମନ କୁ ମୋହିଲେ । ଧବଳାଙ୍ଗୀ ସରସ୍ୱତୀ ବ୍ରହ୍ମାଙ୍କ ଝିଅ ଅଟନ୍ତି ।ଯାହାର ପାଦରେ  ତିନିପୁରର ସିଦ୍ଧ ମୁନି ମାନେ ବନ୍ଦନା କରନ୍ତି ।ଯାହାର ଆଜ୍ଞାରେ ମୂର୍ଖ ମହା ପଣ୍ଡିତ ହୁଏ ।ସେହି ଦେବୀ ନାରାୟଣ ଙ୍କ ମନ କୁ ମୋହିଥିଲେ ।ସରସ୍ୱତୀ ଯାହାକୁ  ସୁଦୟା କରନ୍ତି ତା ହୃଦୟରେ କବିତା ଲେଖିବାର ଶକ୍ତି ଆସେ । ଗୀତ ବାଦ୍ୟ 
ନାଟ୍ୟ ସୁସଙ୍ଗୀତ ଯେତେ  ତାକୁ ସବୁ ଜନହିତ ପାଇଁ ସରସ୍ୱତୀ ସୃଷ୍ଟି କଲେ ।ସରସ୍ୱତୀ ଙ୍କ ଗୁଣ ଆଲୋକିତ ଅଟେ ।

ଋଷି ସନତ କହିଲେ ହେ ତପିଗଣ !ଏବେ ଦକ୍ଷ କନ୍ୟା ମାନଙ୍କର କଥା କହୁଛି ଶୁଣ । ଦକ୍ଷ ଙ୍କ ଦୁହିତା ଥିଲେ ସ୍ୱାହା ,ଅଗ୍ନି ,ପ୍ରିୟବତୀ  ।ଯାହାଙ୍କ ନାମ ବ୍ରାହ୍ମଣ ଉଚ୍ଚାରଣ କରି  ଆହୁତି ଦିଅନ୍ତି ।ସ୍ୱାହା ବିନା ଘୃତଆହୁତି ପ୍ରଦାନ କଲେ  ସେଥିରେ ଦେବତା ମାନେ ସନ୍ତୋଷ ହୁଅନ୍ତି ନାହିଁ । ଏହି କାରଣରୁ ହୋମ ସମୟରେ ସ୍ୱାହା ନାମ ଧରି  ଇଷ୍ଟ  ଦେବତା ଙ୍କୁ ସ୍ମରଣା କରି  ଆହୁତି ଦିଅନ୍ତି । ଏହି ସ୍ୱାହା ଥିଲେ ଧର୍ମଙ୍କ ଭାରିଯା । ତାଙ୍କରି ପାଇଁ  ପ୍ରଜାମାନେ ଧର୍ମ ମାର୍ଗ ରେ ଯାଆନ୍ତି 
ଶ୍ରାଦ୍ଧ ରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କଲାବେଳେ  ସୁଧା ନାମ ଉଚ୍ଚାରଣ କଲେ  ସେ ପିଣ୍ଡ ପ୍ରାପ୍ତ ହୁଏ । ସ୍ୱଧା ବିନା ପିତୃକର୍ମ ନିଶ୍ଚଳ ହୁଏ ।ଏଣୁ ପିତୃକର୍ମ ବେଳେ ସ୍ୱଧା ହିଁ ମୂଳ ଅଟନ୍ତି ।

ହେ ଋଷିଗଣ !ପୁଲେମା ଅସୁର ଅଂଶ ରେ ଶଚୀ ଦେବୀ ଙ୍କ ଜନ୍ମ ହୋଇଥିଲା  ।ଶଚୀ ଦେବୀ ତାଙ୍କ ରୂପ ଓ ଗୁଣରେ ଇନ୍ଦ୍ର ଦେବଙ୍କ ଚିତ୍ତ କୁ ହରି ରାଜଲକ୍ଷ୍ମୀ  ଅମର ଭୁବନରେ ବୋଲାନ୍ତି । ଅନ୍ୟ ନାରୀ ମାନେ ତାଙ୍କ ସହ ସମାନ ହୋଇ ପାରିବେ ନାହଁ । ବୃଷଭାନୁ ଅଂଶ ରେ ପ୍ରେମମୟୀ ରାଧାଙ୍କର ଜନ୍ମ ।ସେହି ମହାମାୟୀ ଶ୍ରୀକୃଷ୍ଣ ଙ୍କୁ ମୋହ କରି ବିବାହ ହୁଅନ୍ତି ।ଜନକ କୁମାରୀ ସୀତା  ଶ୍ରୀରାମଙ୍କ ପାଟ ରାଣୀ ଅଟନ୍ତି ।ରାବଣ କୁ ମାରି ତ୍ରିଜଗତ ସେହିଁ ରକ୍ଷା କରନ୍ତି । ଦକ୍ଷ ପ୍ରଜାପତି ଙ୍କ କନ୍ୟା ଆଦିତୀ  କଶ୍ୟପ ଙ୍କୁ ବିବାହ କରି ଦେବତା ମାନଙ୍କ ମାତା ହେଲେ । କଶ୍ୟପ ଙ୍କ ଜ୍ୟେଷ୍ଠ ରାଣୀ ଙ୍କ ନାମ ଦିତି ।ଏହି ଦିତି ମଧ୍ୟ ଦକ୍ଷଙ୍କ ଝିଅ  ଓ ଅସୁରଙ୍କ ମାତା ଅଟନ୍ତି ।ହିମାଳୟ ଗିରିସୂତା ହେଲେ ପ୍ରକୃତି ।ପାପ ବିନାଶିନୀ ଓ ବିଷ୍ଣୁ ଙ୍କ ମନ ମୋହିନୀ ମଧ୍ୟ ଅଟନ୍ତି । ସେହିଁ ସଂସାର ରେ ଜନ୍ମ ହୋଇ ଗଙ୍ଗା ନାମ ରେ ନାମିତ ହେଲେ ।ଗଙ୍ଗାରେ ସ୍ନାନ କଲେ ମୁକ୍ତି ହିଁ ମିଳିଥାଏ ।ଯାହାର ଜଳ ଜଗତ କୁ ପବିତ୍ର କରେ ସେ ହେଉଛି ଗଙ୍ଗା । ଯାହାକୁ ମସ୍ତକ ରେ ବିଶ୍ଵନାଥ ବହନ କରିଛନ୍ତି । ଭୀଷ୍ମ ଙ୍କ ମାତା ହେଲେ ଶାନ୍ତନୁ ଙ୍କ ପତ୍ନୀ ।ଯାହାର ନାମ ପତିତପାବନୀ ବୋଲି ଜଗତ ରେ ଖ୍ୟାତି ଅଛି । ତୁଳସୀ ନାମରେ ଯେଉଁ ମହିଳା ଖ୍ୟାତ ସେ ହେଉଛନ୍ତି  ବିଷ୍ଣୁଙ୍କର ଗଳାମାଳା ।ଯାହାକୁ ସେବନ କଲେ ଲୋକମାନେ ମୁକ୍ତି ହୁଅନ୍ତି । 
 
ସନତ ଋଷି କହିଲେ ହେ ତପିଗଣ ବର୍ତ୍ତମାନ ମୋର ସନ୍ଧ୍ୟା ସମୟ ଆସିଗଲାଣି  ।ଏହିଠାରେ କଥା କୁ ଆଜି ପାଇଁ ବିଶ୍ରାମ ଦେବା ।

କ୍ରମଶଃ...............

✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୨୦】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୨୦】                ╚⏤⏤⏤⏤╗❀╔⏤⏤⏤⏤╝
#ଶିବଙ୍କର_ଶ୍ମଶାନ_ବାସ_ଚରିତ
⋆✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆⋅⋆⋄✧
ଋଷି ସନତ କୁମାରଙ୍କ ଠାରୁ ଶିବଙ୍କ ଚରିତ ଶୁଣି ନୈମିଷା ଅରଣ୍ୟ ରେ ଏକତ୍ରିତ ହୋଇଥିବା ଋଷିଗଣ ଆନନ୍ଦିତ ହେଲେ। ଏହାପରେ ସେହି ଋଷିମାନେ କହିଲେ  -ହେ ଧାତାଙ୍କ କୁମର ! ଗୋଟିଏ କଥା ଆମର ମନେ ପଡୁଛି ।ସେହି କଥାକୁ ଆପଣ ବିସ୍ତାର କରି କୁହନ୍ତୁ ତପିବର !। ଭୋ ମୁନି !ଶିବ ଭଗବାନଙ୍କର କାହିଁପାଇଁ ଶ୍ମଶାନ ରେ ଘର  କରି ବାସ କଲେ ?।ଏତେବଡ଼ ପ୍ରଭୁ ସେ !ତାଙ୍କର କେଉଁଥିରେ ଅଭାବ ନାହିଁ ? ଦେବ ଦେବ ମହାଦେବ ହୋଇ  ଖରା କୁହୁଡି କୁ ସହି ଶ୍ମଶାନ ରେ କଅଣ ପାଇଁ ପଡି ରୁହନ୍ତି ?।ଏହାର ମୂଳ କାରଣ ଆମକୁ ବୁଝାଇ କୁହନ୍ତୁ ଗୋସାଇଁ । ହେ ତପିସାଇଁ !ଆପଣ ସନ୍ତୋଷ ମନରେ ଆମ୍ଭ ମାନଙ୍କୁ ଏକଥା କୁହନ୍ତୁ ।

ଋଷିଗଣ ଙ୍କ କଥାଶୁଣି  ବିଧାତା ନନ୍ଦନ ଆନନ୍ଦ ହୋଇ କହିଲେ ନିଶ୍ଚୟ  ମୁଁ ଏକଥା ତୁମ ମାନଙ୍କୁ କହିବି ।ହେ ଋଷିଗଣ ତୁମେ ମାନେ ମନ କର୍ଣ୍ଣ ଦେଇ ଧୀରେ ଶୁଣ । ସନତ କହିଲେ ......

ଦିନକର କଥା  ।ହୈମବତୀ  ନିଜ ସ୍ୱାମୀ ଶିବ ଭଗବାନଙ୍କୁ କହିଲେ  ହେ ପ୍ରାଣପତି !ଏ ଅଭାଗିନୀ ର ସନ୍ତାପ ଫେଡନ୍ତୁ । ମୁଁ ଅନେକ ଦିନରୁ  ଆପଣଂକୁ କଥାଟିଏ ପଚାରିବାକୁ ବିଚାର କରୁଛି । ହେ ସ୍ୱାମୀ !ତୁମେ ପରା ଜଗତର ପତି ପଞ୍ଚାନନ ? ତୁମର ବେଶଭୂଷା ସବୁ ଅପୂର୍ଵ? ଜଗତି ,ଅଟ୍ଟାଳି ,ମେଢ଼ ,ସିଂହାସନ  ଏସବୁ ତୁମରି ଦୟାରେ ସମସ୍ତେ ଭୋଗ କରନ୍ତି । ତୁମେ କାହିଁକି ଶ୍ମଶାନ ରେ ରୁହ ପ୍ରାଣପତି ?। ଯେଉଁ ଠାରୁ ପଚାସଢା  ମଢଙ୍କର ଗନ୍ଧ ଆସୁଥାଏ ପୁଣି ଯେଉଁଠାରେ ମୃତପ୍ରାଣୀ ମାନେ ଦଗ୍ଧ ହୁଅନ୍ତି  ,ଯେଉଁଠାରେ ପିଶାଚୀ ମାନେ ସଢାମାଂସ କୁ ବାଣ୍ଟି କରି ଖାଆନ୍ତି ଓ କିଳିକିଳାନାଦକରି କୁହାଟନ୍ତି ,ଯେଉଁ ଜାଗା ଅତି ଭୟଙ୍କର ଓ ଅପବିତ୍ର  ଅଟେ ସେହି ସ୍ଥାନରେ କାହିଁକି ପ୍ରାଣନାଥ ବାସ କଲେ ?। ଆଜି ବି ସେ ସ୍ଥାନରୁ ଦୁର୍ଗନ୍ଧ ବାହାରୁ ଅଛି । ଅସ୍ଥି ,କଙ୍କାଳ ମାନ ସେ ସ୍ଥାନରେ ପଡିଥାଏ।ମୁଣ୍ଡ ସବୁ ଗୋଟା ଗୋଟା ହୋଇ ଗଡୁଥାଏ। ଭଙ୍ଗା ହାଣ୍ଡି ,ମାଠିଆ ସଂଖ୍ୟା ଗଣି ହେବନାହିଁ ।କୁଢ଼କୁଢ଼ପାଉଁଶ ଅଙ୍ଗାର ଗଦା ହୋଇଥାଏ।କେଉଁଠାରେ ହାଡ଼ ସବୁ ଗଦା ହୋଇଥାଏ । ଜୀଵ ମଲା ପରେ ଶିରା ମାଂସ ପଚି ସଢ଼ି ବାୟୁ ମଣ୍ଡଳ ଅତିଶୟ ଦୁର୍ଗନ୍ଧ ହୁଏ।ରକ୍ତ ମାଂସ ସେଠାରୁ ଦୂର ହୁଏନାହିଁ ।ନିଶାଚର ମାନେ ସବୁବେଳେ ଭ୍ରମଣ କରୁଥାନ୍ତି ।ତାପରେ ନିଶାଚରୀ ମାନେ ସେଠାରେ ଚାଲୁଥାଆନ୍ତି ଓ ହାଡ଼ ରୁ ମାଂସ କୁ ରେକେଟି ଖାଉ ଥାଆନ୍ତି ।ସେମାନେ ଯେପରି ଚିତ୍କାର କରନ୍ତି ତାକୁ ଶୁଣିଲେ ମହା ଭୟ ଲାଗେ । ଛିଣ୍ଡା କନା ,ଛିଣ୍ଡା ବିଛଣା ,ଛିଣ୍ଡା ଶିକା ,ଭଙ୍ଗାଖଟ ,ଛିଣ୍ଡାବାଳ ,ଦରପୋଡା କାଠ ଖୁଣ୍ଟ 
ବାଉଁଶ ଦଉଡି ,କଣ୍ଟା ,ବାଲି ତୃଣ  ଏପରି କେତେ କଅଣ ମଶାଣି ରେ ପଡିଥାଏ । ହେ ପ୍ରଭୁ !ଏହାର କାରଣ କଅଣ ମୋତେ କୁହନ୍ତୁ ?।ମତେ ଏକଥା ବଡ଼ ସଂଶୟ ଲାଗୁଛି ?

ପାର୍ବତୀଙ୍କ କଥା ଶୁଣି  ମହେଶ କହିଲେ  -ହେ ସତୀଇଶ !ତୁମେ ଯାହା ପଚାରିଲା ତାହାର ଉତ୍ତର କହୁଛି ଶୁଣ । ବର୍ତ୍ତମାନ ରୌଦ୍ରକାଳ ଉପସ୍ଥିତ ହୋଇଛି ।ଶଙ୍କର ଭଗବାନ ଙ୍କ ମୁଖ ମଣ୍ଡଳ ବିକଟାଳ ଦେଖାଗଲା ।ଶିବା ଙ୍କୁ ଶିବ କହିଲେ ..ଦିନେ ମୁଁ ବିକୃତ ସ୍ୱରରେ କ୍ରନ୍ଦନ କଲି   ।ଏହି କ୍ରନ୍ଦନ କୁ ଅବ୍ୟୟ ଅନାଦି  ଏହି କ୍ରନ୍ଦନ କୁ ଦେଖି ଦେଲେ । କ୍ରନ୍ଦନ ଦେଖି  କହିଲେ  !ଆରେ ପୁତ୍ର ତୁ କେଉଁଥିପାଇଁ କାନ୍ଦୁଅଛୁ ?। ଏକଥା ଶୁଣି  ଅତି ଆକୁଳରେ ତାଙ୍କୁ କହିଲି  ଆହେ ପ୍ରଭୁ ! ମୋ ନାମ ଦେବ ଦେବ ମହାଦେବ  ଦେଇ ଯାଆନ୍ତୁ । ମୋ କଥା ଶୁଣି ସେ କହିଲେ  ହେ କୁମର ମଣି !ମନ ସ୍ଥିର କରି ଶୁଣ  । ତୁ ଏହି ସମୟରେ କ୍ରନ୍ଦନ କଲୁ  ।ତେଣୁ ତୋହର ନାମ ରୁଦ୍ର ବୋଲି ଆଜିଠାରୁ ହେଲା ।ତାହା ଶୁଣି ପୁଣି ମୁଁ  କ୍ରନ୍ଦନ କଲି । ପୁଣି ଅନାଦି ଦେବ କହିଲେ  -ରେ ବାବୁ କହ କାହିଁକି କ୍ରନ୍ଦନ କଲୁ ?
ତୋ ମନରେ ଆଉ କିଛି ମାଗିବାକୁ ଅଛି କି ?ଅନାଦି ଙ୍କ କଥା ଶୁଣି ମୁଁ ପୁଣି କହିଲି  ମୋତେ ଆଉ ଏକ ନାମ ଦିଅନ୍ତୁ ?".। ଶଙ୍କର ଭଗବାନ କହିଲେ ହେ ଗିରିସୂତା !ମୁଁ ଅନାଦି ଙ୍କୁ ଏପରି କହିବାରୁ  ମୋ ପିତା ମୋତେ ସାତଟି ନାମ ଦେଲେ ।ତଥାପି ମୁଁ ଉଚ୍ଚ ସ୍ୱରରେ ରୋଦନ କଲି । ମୋ ରୋଦନ ଦେଖି ଅନାଦି ମୋତେ କୋଳରେ ଧରିଲେ ଓ କହିଲେ ରେ କୁମର !ଆଉ କଅଣ ପାଇଁ କାନ୍ଦୁଛୁ ?। ତୋ ମାନସ କଥାଟି ମୁଁ ଜାଣି ପାରିଲିଣି । ତୁ ସବୁ ଦେବତାଙ୍କ ମଧ୍ୟରେ ପ୍ରଧାନ ହେବୁ । ଏବେ ତୋ ନାମ ମହାଦେବ ରଖାଗଲା । ଅନାଦି ଙ୍କ ମୁଖରୁ ଏମନ୍ତ ବାଣୀ ଶୁଣି  ମୁଁ କାନ୍ଦିବା ବନ୍ଦ କରିଦେଲି । ହେ ଶାକମ୍ବରୀ ! ସେହି ନାମର ଅର୍ଥ ଏବେ କହୁଛି ଶୁଣ ।

ଶଙ୍କର ଭଗବାନ ପତ୍ନୀ ଗୌରୀ ଙ୍କୁ କହୁଛନ୍ତି -ହେ ପାର୍ବତୀ ! ସୁନ୍ଦରୀ ସ୍ତ୍ରୀ ଙ୍କ ଠାରେ ମୋ ମନ ଗୋଟିଏ କ୍ଷଣ ବି ନଥାଏ । ମୁଁ ସେମାନଙ୍କ ଉପରେ ପ୍ରସନ୍ନ ହୁଏ ନାହିଁ । ମୋ ରୂପ କୁ ଦେଖି ଲୋକମାନେ ଡରନ୍ତି ।ଏଣୁ ମୋ ନାମ ରୁଦ୍ର ଅଟେ । ଅନ୍ୟ ନାମର ଅର୍ଥ କହୁଛି ଶୁଣ ସଖୀ
! ଦେଖିବାକୁ ଗଲେ ମୁଁ ତିନିଲୋକ କୁ ସଂହାର କରେ। ଏହି କାରଣ ରୁ ମୋହର ନାମ ହର ଅଟେ । ମୁଁ କାଳ ସ୍ୱରୂପ ଭ୍ରମଣ  କରୁଅଛି ସେଥିପାଇଁ  ମୋ ନାମ ମହାକାଳ ରଖାଯାଇଛି । ପ୍ରାଣୀ ମାନଙ୍କର ଅନ୍ତ ସମୟରେ ମୁଁ ସମସ୍ତଙ୍କୁ ଉଦର ରେ ଭରେ ।ଏଥିପାଇଁ ସର୍ବନାମ ଟି ସଂସାରରେ ବିଖ୍ୟାତ ହୋଇଛି । ଜ୍ଞାନୀ ମାନଙ୍କର ମନରେ ମୁଁ ଭୟ ଦିଏ  । ଏଣୁ  ହେ ଭବାନୀ !ମୁଁ ଭାବ ନାମକୁ ବହନ କରିଛି । ଏହି ନାମର ମାହାତ୍ମ୍ୟ ଶୁଣ ପ୍ରିୟ ଉମା ।ଯେଉଁ ମାନେ ମୋ ନାମ ର ମହିମା କୁ କୀର୍ତ୍ତନ କରନ୍ତି ସେ ଯମ ପୁରକୁ ଯାଏ ନାହିଁ ।ସେହି ଲୋକ ମର୍ତ୍ତ୍ୟରେ  ମହାଧନୀ ହୁଏ । ହେ ପ୍ରିୟେ ତୁମେ ଯାହା ପ୍ରଶ୍ନ କଲ ତାହା ଏବେ ଶୁଣ । ବିଧାତା ଘଟଣା କୁ କିଏ ଅନ୍ୟଥା କରିବ ?।ମୋ କପାଳରେ ବିଧାତା ଯାହା  ଲେଖିଅଛି  କଳିଯୁଗରେ ତାହା ମୁଁ ଭୋଗ କରୁଛି । ମୁଁ ବାରମ୍ବାର କ୍ରନ୍ଦନ କରିବାରୁ  ମୋହର ପ୍ରିୟ ସ୍ଥାନ ଶ୍ମଶାନ ରଖାଗଲା  ।ମୋହର କ୍ରନ୍ଦନ ଶ୍ମଶାନ ରେ ଶୁଣି ସମୁଦ୍ର  ନିଗମନ ହୋଇଯାଏ ।ଚିତାଭସ୍ମ ମୋହର ଅତି ପ୍ରିୟ ଅଟେ ।ଚିତାଭସ୍ମ ଯେଉଁ ପରି ବଢେ ତାହା ଶୁଣ ମୋର ପ୍ରିୟେ ! ହେ ପାର୍ବତୀ ତୁମ ନିକଟରେ ମୁଁ କିଛି କଥା ଲୁଚାଇ ନାହିଁ ।ବ୍ରହ୍ମଜ୍ଞାନ କାହା ଆଗରେ କହିବାକୁ ନିଷେଧ ଅଛି ।ତୁମ ଆଗରେ କହିଲେ ନିଶ୍ଚିତ ବିବାଦ ହେବ  ।ଆଗୋ ରାମାବର !ମୋ ମନରୁ ଶଂସୟ ଫିଟାଇ କୁହ ।ତୁମ ନିକଟରେ ସବୁ ଗାଥା ଖୋଲି କହିଦେଲି ।ରୌଦ୍ର କାଳରେ କାନ୍ଦିବାରୁ ଏ ଫଳ ମୁଁ ପାଇଲି ।ଏହା ବ୍ରହ୍ମାଙ୍କ  ବଳ ରେ ମୁଁ ଭୋଗ କରୁଛି ।ଏଥିପାଇଁ ଶ୍ମଶାନ ରେ ମୋହର ବାସ ।ଆଉ ଯେତେକ ମୋ ନାମ ଅଛି  ସବୁକଥା ଅନ୍ତରରୁ ଖୋଲି ତୁମ ଆଗରେ କହିଲି ।

ଶିବଙ୍କ ବଚନ ଶୁଣି ଦେବୀ ଶାକମ୍ବରୀ  ପ୍ରେମଭକ୍ତିରେ ଶିବ ଙ୍କ ପାଦତଳେ  ପଡିଗଲେ । ଶଙ୍କର ଭଗବାନ କହିଲେ -ହେ ମୁନିଗଣ ତୁମେ ଯାହା ପଚାରିଥିଲ  ମୁଁ ତାହାକୁ ଠିକେ ଠିକେ କହିଦେଲି । ସବୁ ଋଷି ମାନଙ୍କୁ ସନତ କହିଲେ -ଧନ୍ୟ ଧନ୍ୟ ଅଟଇ ଯେ ଏ ଶିବ ପୁରାଣ ।ଯିଏ ଏହାକୁ  ପଢେ ତାହାର ଜୀବନ ମଧ୍ୟ ଧନ୍ୟ ଅଟେ   ଏହା କହି ଧାତାସୂତ ପ୍ରେମରେ ଭୋଳ ହୋଇ  ଦୁଇ ଆଖିରୁ ଆନନ୍ଦ ର ଅଶ୍ରୁ ଜଳ ଢାଳିଲେ  ।ଯେତେକ ଋଷି ସନତ କୁମାର ଙ୍କ ଠାରୁ ଏ ବିଷୟ ଶୁଣୁଥିଲେ ସମସ୍ତେ ଭାବ ବିହ୍ଵଳ ହୋଇଗଲେ ଓ ସେହିଠାରେ ଶିବ ଙ୍କ ନାମ କୁ ସ୍ମରଣା କଲେ ।

କ୍ରମଶଃ................

•✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

Wednesday, August 3, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୧୯】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୧୯】                ╚⏤⏤⏤⏤╗❀╔⏤⏤⏤⏤╝
ଶଙ୍କର ଭଗବାନ  ତପସ୍ୟା କରିଥିବା ପୂର୍ଣ୍ଣାଦ ବ୍ରାହ୍ମଣ ନିକଟକୁ ଯାଇ  ଦେଖିଲେ ଯେ ପୂର୍ଣ୍ଣାଦ ପାଗଳ ପରି ଚିତ୍କାର କରୁଛି ।ଶିବ ଭଗବାନ ଏହା ଦେଖି କହିଲେ -ହେ ବିପ୍ରବର ! ତୁମର ମନ କାହିଁ ପାଇଁ ଏପରି  ହେଉଛି ।ତୁମେ କାହିଁକି କାକୁସ୍ଥ ପରି ହେଉଛ ?".।ତୁମକୁ ଦେଖି ମୋତେ ଆଶ୍ଚର୍ଯ୍ୟ ଲାଗୁଛି ।ହେ ଦ୍ଵିଜ !ମନରେ କିଛି ମାୟା ନରଖି ସଂଶୟ ଫିଟାଇ ମୋତେ ସବୁ କହ । ତପ ବଳରେ ମନୁଷ୍ୟ ପୁଣ୍ୟ ଯଶ ଲାଭ କରେ । ଏକଥା ଜାଣି କରି ତୁ ଏହାକୁ ବିନାଶ କରୁଛୁ ? ଯିଏ ଗର୍ବ କରେ ତାହାର ସବୁ ଧର୍ମ ନାଶ ହୁଏ । ଯେଉଁ ଜନ ର ଅହଙ୍କାର ନଥାଏ ସେହିଁ ପୌରୁଷ ପାଏ । ହେ ବିପ୍ର !ଦେଖୁଛୁ ଚନ୍ଦ୍ରମା କିପରି ସୁନ୍ଦର ଦେଖା ଯାଉଛନ୍ତି । ସୂର୍ଯ୍ୟ ଙ୍କୁ ଦେଖ !ତାଙ୍କର ଯେଉଁ ତେଜକାନ୍ତି ସେ ଆହୁରି ସୁନ୍ଦର ଦିଶନ୍ତି । ଅଗ୍ନି ଠାରେ ଦଗ୍ଧ କରିବାର ଶକ୍ତି ଅଛି । ଏହି ଦେବତା ମାନେ ଦିନେ ହେଲେ ବି ଅହଂକାର କରନ୍ତି ନାହିଁ । ହେ ଦ୍ଵିଜ ତୁମେ କାହିଁକି ଅହଙ୍କାର କରୁଛ ?,ମୁଁ  ଜାଣିଛି ଯେ ତୁମର ତପସ୍ୟା  ନିର୍ମଳ ହୋଇଛି । ଏଣୁ ତୁମେ ମନରେ ଗର୍ବ ଭାବ ଧରି ତପସ୍ୟା କୁ ବୃଥା କରନାହିଁ ।ଗର୍ବ ତ୍ୟାଗ କରି ମୋ କଥା ମାନ ଗୋସାଇଁ । ଶଙ୍କର ଭଗବାନ କହିଲେ -ହେ ଦ୍ଵିଜ !ଏ ଦେହ  ପୃଥିବୀ ହେଲେ ଆତ୍ମା ଭିନ୍ନ ଭିନ୍ନ ଅଟେ। ଦେହରେ ନାନା ପ୍ରକାର ରସ ଅଛି 
।ତୁମେ ଶାକବର୍ଣ୍ଣ ରସ ଦେଖି  ପାଗଳ ପରି ହେଉଛ କି ?ବିହ୍ଵଳ ହୋଇ ହାସ୍ୟ ନାଟ  କୁହାଟ ସହିତ ଗର୍ଜନ କରୁଛ ?।ଅକାରଣ ରେ ଏସବୁ ଗର୍ବ କରୁଛ ବ୍ରାହ୍ମଣ ।ହେ ବ୍ରାହ୍ମଣ !ତୁମ ଠାରୁ ଆହୁରି ଅନେକ ବଡ଼ ତପି ଙ୍କୁ ମୁଁ ଦେଖିଛି । ଏବେ ତୁମେ ତୁମର ତପ ର ଫଳ ମୋତେ ପ୍ରତ୍ୟକ୍ଷ ଭାବେ ଦେଖାଅ ?।ତୁମେ ଅକାରଣ ରେ ଏତେ ବଡ଼ ଅଭିମାନ କରୁଛ କାହିଁକି ? ଏପରି କଲେ ତୁମେ ପାପୀ ମାନଙ୍କ ମଧ୍ୟରେ ଗଣା ହେବ । ଶାକ ରସ ତୁମ ଠାରୁ ବାହାରି ବାରୁ ତୁମେ ଗର୍ବ କରୁଛ ବ୍ରାହ୍ମଣ । ଏହାପରେ ଶିବ ଭଗବାନ କହିଲେ  -ହେ ବ୍ରଷ୍ମଣ ଦେଖ ମୁଁ ମୋ ଆଙ୍ଗୁଳି କୁ ଏଠାରେ କାଟି ଦେଉଛି । ଏହାକହି ଶଙ୍କର ,ଭଗବାନ ବ୍ରାହ୍ମଣ ନିକଟରେ ନିଜର ମଧ୍ୟମା ଆଙ୍ଗୁଠି କୁ
  ଛେଦନ କଲେ  । ଶିବ ଭଗବାନ ଆଙ୍ଗୁଠି କୁ କାଟି ଦେବାପରେ ସେଥିରୁ ଭସ୍ମ ଧାର ଧାର ହୋଇ ରକ୍ତ ପରି ବାହାରିଲା । ଏହା ଦେଖି ପୂର୍ଣ୍ଣାଦ ବ୍ରାହ୍ମଣ  ଆଚମ୍ବିତ ହୋଇଗଲା । ବ୍ରାହ୍ମଣ ମୋତେ ଧନ୍ୟବାଦ ଦେଇ  ବିନୟ ଭାବରେ କହିଲା  -ହେ ଈଶ୍ୱର !ତୁମକୁ ଦେଖି  ମୋ ମନରେ ଭୟ ଆସିଲା । ମୁଁ ଯାହା କରିଥିଲି ତାହା ପ୍ରମା ହୋଇଗଲା ଓ ମୁଁ ଜାଣିଲି ଯେ ମହୀରେ ରସ ଭିନ୍ନ ଭିନ୍ନ ପ୍ରକାରର ଅଛି । ପିଣ୍ଡ ,ବ୍ରହ୍ମାଣ୍ଡରେ  କିଛି ଭେଦ ନାହିଁ । ହେ ଈଶ୍ୱର !ଆପଣଙ୍କ କଥା କୁ ମୁଁ ପ୍ରତ୍ୟକ୍ଷ ରେ ଦେଖୁଅଛି ।ମୋ ଶରୀର ରୁ ଶାକରସ ବାହାରିବା ବେଳେ ଆପଣଂକ ଶରୀରରୁ ଭସ୍ମ ରସ ବାହାରିଲା ।ହେ ଈଶ୍ୱର ମୋ ମନରେ ଯେଉଁ ଅହଙ୍କାର ଥିଲା  ଆପଣଙ୍କ ଯୋଗୁଁ ତାହା  ମୋହର ଦୂର ହୋଇଗଲା । ଆପଣ କେଉଁ ମହାତ୍ମା ଅଟନ୍ତି ମୋତେ କୁହନ୍ତୁ ?।ଆପଣଙ୍କ ଘର କେଉଁ ଦେଶରେ ଅଟେ ?ଆପଣଙ୍କ ଗୋତ୍ର କଅଣ ? କେଉଁ ବଂଶରେ ଜନ୍ମ ହୋଇ  ସେହି ବଂଶକୁ ପବିତ୍ର କରିଛ ? କେଉଁ ତପ କରି ଆପଣ ଏତେବଡ଼ ତପି ହୋଇଛନ୍ତି ?।ଆପଣ କେଉଁ ନାମ ଗୋଟିଏ ଧରିଛନ୍ତି ? ମୋତେ ସୁଦୟା କରି ଏସବୁ ମୋ ଆଗରେ ବଖାଣନ୍ତୁ ?।

ପୂର୍ଣ୍ଣାଦ ବ୍ରାହ୍ମଣ କହିଲା -ହେ ଶଙ୍କର ଦେବ !ହେ ଉମାସାଇଁ !କପଟ ନକରି ମୋତେ ଦୟାର ସହିତ କୁହନ୍ତୁ । ତୁମକୁ ଆଶାକରି ବହୁତ ବର୍ଷ ତପସ୍ୟା କଲି । ସେହି ତପସ୍ୟା ବଳରେ ମୁଁ ପାଗଳ ହୋଇଗଲି ।ହେ ଦେବ ହର !ମୋର ଏହି ଅବସ୍ଥା ଦେଖ  ମୋ ନିକଟରେ ଆପଣ ପ୍ରବେଶ ହୋଇଛନ୍ତି । ଯଦି ଏ ଦିନ ହୀନ ପ୍ରତି ଆପଣଙ୍କର ଦୟାଥିବ ତେବେ ଏବେ ମୋତେ ଆପଣଙ୍କ ନିଜ ମୂର୍ତ୍ତି ରେ ଦର୍ଶନ ଦିଅନ୍ତୁ ।
ହେ ଦେବ !ଆପଣ କଅଣ ଆଉ ସ୍ୱୟଂ ଦେବରାଜ ଇନ୍ଦ୍ର ଅଟନ୍ତି କି ?
ମୋ ମନ ବିଡିବା ପାଇଁ ଏଠାକୁ ଆଜି ଆସିଛନ୍ତି ?ଯଦି ଏହା ଠିକ୍ ତେବେ ଶଚି ନାଥ ତୁମେ ଏବେ ବିଜେ ହୁଅ । କପଟ ବେଶ ତୁମେ ପରିତ୍ୟାଗ କର । ନହେଲେ ମୋ ମନରୁ ତୁମେ ସଂଶୟ ଫିଟାଅ 
।ଆଉ ନିମିଷେ ବିଳମ୍ବ ନକରି କହିବା ହେଉ ।ଆପଣ ଆଉ କେଉଁ ଦେବତା  ଅଟନ୍ତି ମୋତେ କୁହନ୍ତୁ ?। ସେହି ଦ୍ଵିଜବର ଏମନ୍ତ ପ୍ରକାର  ଆତୁର ରେ ଅସ୍ଥିର ହୋଇଗଲା  । ଶିବ ଭଗବାନ କହିଲେ -ହେ ଗୌରୀ !ଦ୍ଵିଜ ର ଆତୁର ଦେଖି ନିଜ ରୂପ ଧରି ତାକୁ ଦର୍ଶନ ଦେଲି । ମୁଁ ବିପ୍ର ରୂପ ତେଜି ନିଜ ରୂପ ଧାରଣ କଲି ।

ଶଙ୍କର ଭଗବାନ ନିଜ ପତ୍ନୀ ଙ୍କୁ କହିଲେ -ହେ ହିମାଳୟ ଯେମା  ଏକମନ ହୋଇ ଶୁଣ । ସେହି ବିପ୍ର ର ଗର୍ବ ଗାରିମା ସବୁ ଭାଙ୍ଗିଗଲା 
ବ୍ରାହ୍ମଣ ମୋ ରୂପକୁ ଦେଖି ବିହ୍ଵଳିତ ହେବାରେ ଲାଗିଲା ।ପ୍ରେମ ଓ ଆନନ୍ଦ ରେ ଗଦ୍ ଗଦ୍ ହୋଇ  ବ୍ରାହ୍ମଣ ମୋ ପାଦତଳେ ପଡିଗଲା ।ମୋ ଦୁଇ ପାଦକୁ ଧରି ଅବନୀ ରେ  ଲୋଟିଲା । ପୁଣି ଉଠି ଦୁଇ କର ଯୋଡି ମୋ ପାଦଧୂଳି ନେଇ ମୁଣ୍ଡରେ ମାରିଲା ।ତାହାରି ନେତ୍ରରୁ ପ୍ରେମାଶ୍ରୁ ଧାରା ବୋହିଲା ।ବିପ୍ର ଜଣଙ୍କ କହିଲା -ହେ ଦେବ ଦେବ ! ବାଞ୍ଛା କଳ୍ପତରୁ ! ଆପଣ ଙ୍କ ରୂପ କୁ ଏ ବିପ୍ର ଦର୍ଶନ କଲା।ଏହି ରୂପ ମୋ ମନ ସଦା ସର୍ବଦା  ଧ୍ୟାନ କରୁ । ଦେବ ଦାନଵ ,କିନ୍ନର  ତୁମର ଯେଉଁ ରୂପକୁ ଧ୍ୟାନ କରୁଥାନ୍ତି ତୁମର ଯେଉଁ ରୂପକୁ ମୁଁ ଦର୍ଶନ କଲି  ମନେ ମନେ ମୁଁ ଧନ୍ୟ ହୋଇଗଲି । ହେ ଦେବ !ତଵ ପାଦତଳେ ମୋର କୋଟି ନମସ୍କାର କରୁଛି । ଆପଣଂକର ଯେଉଁ ଅଙ୍ଗ  ଭସ୍ମ ସହିତ ସୁନ୍ଦର ଦିଶେ  ହେ ଦୁଃଖ  ଦୂରିତ ହାରଣକାରୀ ଭୋଳାନାଥ ,
କରୁଣା ସାଗର ପ୍ରଭୁ ହେ ପଞ୍ଚମାଥ  ମୋତେ ସେହି ରୂପ ସର୍ବଦା ଦର୍ଶନ ରେ ଆସୁ ।

ଏହାପରେ ବ୍ରାହ୍ମଣ ସଦାଶିବ ଙ୍କୁ ପ୍ରଣାମ ଜଣାଇ ବନ୍ଦନା ଆରମ୍ଭ କଲା । ହେ  ଚନ୍ଦ୍ରଚୂଡ଼ !ହେ ଜଟା କଳାପ ଭୂଷିତ ! ହେ ବୃକ୍ଷଧ୍ଵଜ !ହେ ତ୍ରିଶୂଳଧାରୀ !ହେ ଯୋଗାରୁଢ଼ !ହେ ଶ୍ମଶାନ ବାସୀ ! ହେ ପରମ ଯୋଗୀ !ହେ ମହେଶ୍ୱର ! ହେ ବିରୂପାକ୍ଷ !ହେ ତ୍ରିଲୋଚନ !ହେ ଦେବ ଦେବ ହର ! ମୋତେ ରକ୍ଷା କର ।

ଶିବ ଭଗବାନ କହିଲେ ହେ ପ୍ରିୟେ !ଏହିପରି ଭାବେ ମୋତେ ବ୍ରାହ୍ମଣ ବହୁତ ସ୍ତୁତି କଲା ।ମୋ ପାଦତଳେ ପଡ଼ିଗଲା ବ୍ରାହ୍ମଣ ଜଣ ଙ୍କ ।ପାଦତଳୁ ଉଠି ବେନି କର ଯୋଡି ମୁଣ୍ଡରେ ନେଇ ମାରିଲା । ହେ ପ୍ରିୟେ !ମୁଁ ବ୍ରାହ୍ମଣର ସ୍ତୁତିରେ ସୁପ୍ରସନ୍ନ ହୋଇଯାଇ କହିଲି ହେ ବ୍ରାହ୍ମଣ!ମୋତେ ସ୍ତୁତି କରି ତୁମେ ସନ୍ତୁଷ୍ଟ କରିଦେଲ । ମୁଁ ତୁମ ସ୍ତୁତିରେ  ସନ୍ତୋଷ ଓ ଆନନ୍ଦିତ ହେଲି । ଏବେ ତୁମେ ତାର ଫଳ କଅଣ ପାଇବ ତାହା ଶୁଣ ।ତୁମେ ସାରା ଜୀବନ ଅମର ହୋଇ ରହିବ । ଏହା ତ୍ରିବାର ସତ୍ୟ ଅଟେ । ତୁମେ କେଭେ ଜୀବନରେ ଦୁଃଖ ଅନୁଭବ କରିବ ନାହିଁ । ଏ ସଂସାରରେ ଚିରଦିନ ତୁମେ ସୁନ୍ଦର ସ୍ୱଭାବରେ ରହିବ । ହେ ବିପ୍ର !ତୁମେ ମୋର ଅତି ପ୍ରିୟତମ ଗଣାଧିପ ହୋଇ ରହିବ ।ହେ ଦ୍ଵିଜ !ମୋ ଠାରେ ତୁମେ ଶ୍ରଦ୍ଧା ସବୁଦିନ ରଖିଥିବ । ବୈଷ୍ଣବ ,ଅତିଥି  ଙ୍କ ସେବା ନିରନ୍ତର କରିବ । ହେ ଦ୍ଵିଜ ବର ତୁମେ  ସୁମେରୁ ପର୍ବତ ଶିଖରରେ ଘର କରି ସୁଖରେ ରୁହ ।ମୋ ବଚନ ବଜ୍ର ସହିତ ସମାନ ଅଟେ । 

ଶିବ ଭଗବାନ କହିଲେ ହେ ଗୌରୀ !ଏମନ୍ତ ବଚନ ମୋ ଠାରୁ ଶୁଣି ବ୍ରାହ୍ମଣ ଜଣକ ମୋତେ ଦଣ୍ଡବତ କରି ଗଲା । ସେହିଦିନ ଠାରେ ସେ ବ୍ରାହ୍ମଣ ସୁମେରୁ ପର୍ବତ ରେ ବାସ କଲା । ହେ ସତୀ ଅବଳା!ଆଉ ଏକକଥା କହୁଛି ଶୁଣ ।ଆଗୋ ଗିରିର ନନ୍ଦିନୀ ! ମୋହର ମାନସ ହାରିଣୀ  ସଙ୍କଟ ତାରିଣୀ  !ସେହିଦିନଠାରୁ ମୁଁ ମୋ ଅଙ୍ଗରେ  ବିଭୂତି ଧାରଣ କଲି ।ଏହି ଦ୍ଵିଜ ମୋତେ ଯେଉଁ ନାମ ଦେଲା  ଭସ୍ମ ବିଲୋପନ ବୋଲି ମୁଁ ଖ୍ୟାତ ହେଲି । ସେହି ପୂର୍ଣ୍ଣାଦ ବ୍ରାହ୍ମଣ ଯୋଗୁଁ  ମୋର ଭସ୍ମ ପ୍ରତି ବଡ଼ ପ୍ରୀତି ହେଲା । ଆଗୋ ହୈମବତୀ  !ଆଗୋ ଛଇଳି ! ଭସ୍ମ ର ଯେଉଁ ଗୁଣ ଅଛି ଶୁଣ ।

ଯେଉଁମାନେ ପ୍ରୟାଗ ତୀର୍ଥ ରେ ସ୍ନାନ କରନ୍ତି   ଓ ଏହା ଦ୍ୱାରା ଯେତେ ପୁଣ୍ୟ ଅର୍ଜନ ହୁଏ  ମୋ ବିଭୂତି ସର୍ବାଙ୍ଗରେ ଲେପନ କଲେ  ସେହି ଫଳ ଠାରୁ ଅଧିକ ହୁଏ । ପୁଷ୍କର ତୀର୍ଥ ଓ ପ୍ରଭାସ ଏ ଦୁଇ ତୀର୍ଥରେ  ଯିଏ ସ୍ନାନ କରେ ପୁଣି ମାଘ ମାସରେ ଯିଏ ସପ୍ତମୀ ସ୍ନାନ କରେ  ଓ ସେଥିରୁ ଯେତିକି ଫଳ ମିଳେ  ମୋ ବିଭୂତି ଲଗାଇଲେ ତା ଠାରୁ ଅଧିକ ଫଳ ମିଳେ । ଏହି ବିଭୂତି ସ୍ନାନ ର ଫଳ କଅଣ ଶୁଣ ଉମା !
ଇନ୍ଦ୍ର ,ଚନ୍ଦ୍ର , ବିଷ୍ଣୁ ,ଓ ବୈଶାନର  ନୈରୁତ ପବନ ,କୁବେର ,ବରୁଣ  ଏମିତି ଯେତେ ଦେବତା ଅଛନ୍ତି  ଭସ୍ମ ସ୍ନାନ କଲେ ଯାଇ ସେମାନେ ପୂଜା ପାଆନ୍ତି । ଅଷ୍ଟ ବସୁ ସହିତ ଦିବାକର ,ଏକାଦଶ ରୁଦ୍ର , ଅନଚାଷ  ପବନ  ,ଦୁଇ ଅଶ୍ୱନୀ କୁମାର  ଏହି ଭସ୍ମ ସ୍ନାନ କରି ଅମର ହୋଇଛନ୍ତି । ଋଷି ମୁନି ,ଯୋଗୀ ,ତପୀ ସମସ୍ତେ  ଶୁଦ୍ଧ ଚିତ୍ତରେ ମୋକ୍ଷ ପାଇଛନ୍ତି ।ବିଭୂତି ସ୍ନାନ ଫଳ ଏମାନଙ୍କୁ ମିଳିଛି । ହେ ସଖୀ !ଏ ଭସ୍ମ ଲେପନକୁ କିଏ  କହି ପାରିବ ?। ଯେଉଁଜନ ତାଙ୍କ ଅଙ୍ଗରେ  ଭସ୍ମ ଲେପନ କରନ୍ତି  ତାହାଙ୍କୁ ମୁଁ ମୋହର ସକଳ ବୁଦ୍ଧି ଦିଏ   ଏମାନଙ୍କୁ ଦୁଷ୍ଟ ଦାନଵ ଦେଖିଲେ  ସେମାନଙ୍କ ଅନ୍ତରରେ  ଭୟ ରଖନ୍ତି । ପିଶାଚ ଡାକିନୀ ଏହାଙ୍କ ପାଖରେ ଡରି  ପଶନ୍ତି ନାହିଁ ।

ଭଗବାନ ଶିବ ପୁଣି କହିଲେ ହେ ପ୍ରିୟେ ! ଏ ଭସ୍ମର କରାମତି ବିଷୟରେ ଶୁଣ ?। ଯମଦୂତ ମାନେ ଏ ଭସ୍ମ କୁ ଡରନ୍ତି । ଭସ୍ମ ଲଗାଇ ଥିବା ଲୋକ ମାନଙ୍କ ପାଖକୁ ଆସନ୍ତି ନାହିଁ । ଯିଏ ସବୁଦିନ ସବୁ ଅଙ୍ଗରେ ଭସ୍ମ ବିଲୋପନ କରେ  ତାହାରି ଅଙ୍ଗରୁ  ପାପ ତାପ କ୍ଷୟ ହୋଇଯାଏ   ।ମୋ ସଂଗେ ସମାନ ଥିବା ବ୍ୟକ୍ତି ଯଦି ଯୁଦ୍ଧ କରିବାକୁ ଆସେ ତେବେ ଯେଉଁମାନେ ଭସ୍ମ ଲଗାଇ ଥାଆନ୍ତି ସେମାନଙ୍କୁ ମୋ ସମାନ ଲୋକ ଡରି ଚାଲି ଯାଆନ୍ତି । ସେ ଜନଯେଉଁ ପଥରେ ଗମନ କରେ  ମୁଁ ସଦାବେଳେ ତାହାରି ଆଗରେ ଥାଏ ।ଯେଉଁ ଲୋକ ସବୁବେଳେ ଭସ୍ମ ମାଖି ହୁଏ ତାହାର ବହୁ କରାମତି ଅଛି ।ବିଭୁତି ସ୍ନାନ ଅତି ସୁମଙ୍ଗଳ ଅଟେ । ଏହା କହି ମହାଦେବ ମୌନ ହୋଇଗଲେ ।

କ୍ରମଶଃ.................
 

•✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୧୮】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୧୮】                ╚⏤⏤⏤⏤╗❀╔⏤⏤⏤⏤╝

#ମହାଦେବଙ୍କ_ଭସ୍ମ_ବିଲୋପନ_ବିଷୟ!
⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆⋅⋆⋄✧
ନୈମିଷା ଅରଣ୍ୟରେ ଏକତ୍ରିତ ହୋଇଥିବା ସକଳ ଋଷିମାନେ ସନତ କୁମାର ଙ୍କୁ ଚାହିଁ  କହିଲେ -ଭୋ ଗୋସାଇଁ !ଆମର ଗୋଟିଏ କଥା ମନେ ପଡୁଛି ।ଦୟାକରି ଆପଣ ଆମ ଆଗରେ ତାହା ପ୍ରକାଶ କରିବା ହେବେ  ।ଏକଥା ଶୁଣିବା ପାଇଁ ଆମର ଆଗ୍ରହ ହେଉଛି । ହେ ତପୋଧନ ! ହେ ଧାତାଙ୍କ କୁମର ଆପଣ କୁହ ନ୍ତୁ ଯେ -ତିନିପୁରରେ ଯିଏ ଦେବ ଦେବ ମହାଦେବ ସେତ  ଚନ୍ଦନ ,କର୍ପୂର  ଲାଗାଇ ପାରିଥାନ୍ତେ ?ତାହାକୁ ନ ଲଗାଇ କାହିଁକି  ନିଜ ଅଙ୍ଗରେ ଭସ୍ମ ବୋଳି ରାଜ୍ୟରେ ବୁଲନ୍ତି ?। ଏହିକଥା ବିସ୍ତାର କରି ଆମ ଆଗରେ କୁହନ୍ତୁ ।ହେ ମୁନି ଏହି ଅନୁରୋଧ କୁ ଆମର ରକ୍ଷା କରନ୍ତୁ ।

ସନତ କୁମାର ଉବାଚ ..........!!!!!
ବ୍ରହ୍ମା ନନ୍ଦନ ସନତ କୁମାର ଋଷି ମାନଙ୍କର ଏପରି ଅନୁରୋଧ ଶୁଣି  ମନ୍ଦ ମନ୍ଦ ହସି ଧୀରେ ଉତ୍ତର ଦେବାକୁ ଲାଗିଲେ ।  ସନତ କୁମାର କହିଲେ ହେ ସକଳ  ଋଷିଗଣ !ମୁ ଯାହା କହୁଛି ମନ କର୍ଣ୍ଣ ଦେଇ ଶୁଣ  ।ଏ ତଥ୍ୟ ଅତି ଗୁପ୍ତ ବଚନ ଅଟେ  ।

                      ଦିନକର କଥା  ।ମାହେଶ୍ୱରୀ ମନରେ  କଅଣ ବିଚାର କରି ଶିବଙ୍କ ନିକଟରେ ପ୍ରବେଶ ହେଲେ ।ଶିବ ଭଗବାନ ତାଙ୍କ ପ୍ରିୟା କୁ ଆଦର କରି  ସ୍ନେହ କରି ନେଇ କୋଳରେ ବସାଇଲେ  ।ଶିବ ଭଗବାନ ପଚାରିଲେ -ଆଗୋ ପ୍ରିୟେ !ଆଜି କାହିଁକି ଅସମୟରେ  ମୋ ନିକଟରେ ପ୍ରବେଶ ହେଲ କୁହ ? ସ୍ୱାମୀଙ୍କ ବଚନ ଶୁଣି ପାର୍ବତୀ  ବେନି ହସ୍ତ  ଯୋଡି  କହିଲେ -ଭୋ ଦେବ ! ଏ ଛାର ଦାସୀ ଏକ କଥା ପଚାରିବା ପାଇଁ ବହୁ ଦିନରୁ ମନସ୍ଥ କରି ଆସିଥିଲା । ସମୟ ଅଭାବରୁ ମୁଁ ଆପଣଙ୍କୁ ସେ କଥା ପଚାରି ପାରୁ ନଥିଲି । ହେ ପ୍ରାଣନାଥ ! ଆଜି ତୁମକୁ ଏକଲା ଦେଖି  ଯୋଗ ନେଇ ତୁମ ନିକଟରେ ଉପଗତ ହୋଇଛି । ହେ ପ୍ରାଣେଶ୍ବର ଦୟାକରି ମୋତେ ବିସ୍ତାର କରି  କୁହ  ଯେ ଦେବ ଦେବ ମହାଦେବ  ସମସ୍ତ ଦେବ ଙ୍କ ଉପରେ ଅଟନ୍ତି ।ସେ ପୁଣି ତିନିପୁରରେ ସର୍ବତ୍ର ପୂଜା ପାଆନ୍ତି । ବ୍ରହ୍ମାଣ୍ଡ ରେ ଏତେ ବଡ଼ ନାମ ତୁମର ଅଛି । ହେ ସ୍ୱାମୀ ଆପଣ କାହିଁକି  ଦିଗାମ୍ବର ବେଶ ରେ ଭ୍ରମଣ କରୁଛନ୍ତି ?, ତାପରେ ଶ୍ମଶାନ ରେ ଭୂତ ମାନଙ୍କ ସହିତ ଆପଣ ରହୁଛନ୍ତି ?' ତାପରେ ଚନ୍ଦନ ,ଅଗୁର ,ଅତର ନ ଲଗାଇ  ମଶାଣି ପାଉଁଶ କାହିଁକି ବୋଲି ହେଉଛ ପ୍ରାଣସାଇଁ ?। ଏହି କଥା ମୋ ମନରେ ସନ୍ଦେହ ହେଉଛି ?। କଅଣ କାରଣ ପାଇଁ ନିଜ ଦେହରେ ଭସ୍ମ  ବିଲୋପନ ଆପଣ କରନ୍ତି ?। ହେ ସ୍ୱାମୀ !ଦୟାକରି ଦାସୀ ଆଗରେ ଏକଥା ପ୍ରକାଶ କରନ୍ତୁ ?।ଏ ବିଷୟ ବୁଝିବା ପାଇଁ ମୋ ମନ ଉଦ୍ ବେଗ ହେଉଅଛି । ତିନି ଭୁବନରେ ଆପଣ ସମସ୍ତଙ୍କୁ ସୁଖ ଦେଇ  ସ୍ୱର୍ଗ ତେଜି ଆପଣ ମଶାଣି ଭୁଇଁରେ ପଡିଛନ୍ତି ? ଏହି କାରଣ  ଏ ଦାସୀ ଜାଣିବା ପାଇଁ  ହେ ପ୍ରାଣନାଥ  ଆପଣ ଙ୍କ ପାଦରେ ନିବେଦନ କରୁଛି ।

ପାର୍ବତୀଙ୍କ କଥା ଶୁଣି ଈଶ୍ୱର କହିଲେ - ହେ ପ୍ରାଣପ୍ରୟା ଚିତ୍ତ କୁ ସ୍ଥିର କରି ମୁଁ ଯାହା କହୁଛି ଶୁଣ ।ତୁମ ଉପରେ ମୋହର ଯେତିକି ଶ୍ରଦ୍ଧା ଅଛି  ସେତିକି ଶ୍ରଦ୍ଧା ଏ ପାଉଁଶ ଉପରେ ମୋହର ଅଛି । କାହିଁକି ପାଉଁଶ ଉପରେ ମୋହର ଶ୍ରଦ୍ଧା ଅଛି ସେକଥା ତୁମକୁ ମୁଁ ବୁଝାଇ କହୁଛି ।  ଶଙ୍କର ଭଗବାନ କହିଲେ - - ଭୃଗୁ ବଂଶରେ  ଗୋଟିଏ ବିପ୍ର ଜନ୍ମ ଗ୍ରହଣ କରିଥିଲା ।ତାହାର ଖ୍ୟାତି ତିନି ଭୁବନରେ ବ୍ୟାପି ଗଲା । ତାହାର ଦର୍ପ  ଯୋଗ ରେ  ଦେବଗଣ ମାନେ ଭୟ ଭିତ ହୋଇ ଗଲେ । ଏହି ବିପ୍ର ଗ୍ରୀଷ୍ମ ଋତୁ ରେ ପ୍ରଖର ସୂର୍ଯ୍ୟ କିରଣ ଥିଲା ବେଳେ  ଚାରି ପାଖରେ  ଅନଳ ଜାଳେ । କଠୋର ତପ୍ତ କିରଣ   ରେ ଏହି ବିପ୍ର  ଘୋର ତପ କଲା ।ତାହାର ମନରୁ ଅହଂକାର ଦୁରୀଭୂତ ହୋଇଗଲା  ।ଶୀତ ଦିନରେ ଏହି ବିପ୍ର  ଜଳ ମଧ୍ୟରେ ଶୟନ କରେ । ଦେହରେ କିଛି ବସ୍ତ୍ର ଆଚ୍ଛାଦନ କରେ ନାହିଁ ଶୀତ ଦିନରେ ଏହି ବିପ୍ର ।ଆଷାଡ଼ ଓ ଶ୍ରାବଣ ଏହି ଦୁଇ ମାସରେ  ମନରେ କଷ୍ଟ ନଭାବି  ବର୍ଷାରେ ବସି  ତପ କରିବ । ଏହିପରି ଭାବେ  ବିପ୍ର ଘୋର  ତପସ୍ୟା ରେ ଥାଏ । ପ୍ରତିଦିନ  ଫଳ ଆହାର କରେ । ବନ ରେ ପଶୁ ,ସିଂହ ,ବ୍ୟାଘ୍ର ,ଭାଲୁ ,ହସ୍ତୀ  ,ମୃଗ ହରିଣ  ,ବରାହ ଯେତେ ଜାତି ଅଛନ୍ତି  ସେମାନଙ୍କ ମନରୁ  ହିଂସା କୁ ବର୍ଜନ କରି ବ୍ରାହ୍ମଣ କୁ ଫଳମୂଳ ଯୋଗାନ୍ତି । ସେହି ଫଳମୂଳ କୁ ନେଇ ବ୍ରାହ୍ମଣ ଭୋଜନ କରେ । ବେଳକୁ ବେଳ ବ୍ରାହ୍ମଣର ତପ ପ୍ରବଳ ହେଲା । ତାହାର ତପସ୍ୟା ଦେଖି ଦେବତା ମାନେ ସ୍ୱର୍ଗପୁର  ଥାଇ  ଅତିଶୟ ସନ୍ତପିତ ହେଲେ  ।ଏହାପରେ ସେହି ବ୍ରାହ୍ମଣ  ଶାକ ଭକ୍ଷ ତେଜିବା ସହିତ ସମସ୍ତ ଆହାର ଛାଡିଦେଲା । ସେହିଦିନଠାରୁ ତାହାର ନାମ ପୂର୍ଣ୍ଣାଦ ନାମରେ ବ୍ରାହ୍ମଣ ନାମିତ ହେଲା ।

ସନତ କୁମାର କହିଲେ -ହେ ମୁନିଗଣ !ଏହା ପରେ କଅଣ ହେଲା ସମସ୍ତେ ଶୁଣ । ବ୍ରାହ୍ମଣ ପୂର୍ଣ୍ଣାଦ  ବହୁ ବର୍ଷ ପର୍ଯ୍ୟନ୍ତ  ଘୋର କଠିନ ସମସ୍ୟା ଦେଇ ତପସ୍ୟା କରିବାରେ ଲାଗିଲା । ଦିନେ ବ୍ରାହ୍ମଣ ପୂର୍ଣ୍ଣାଦ ମନରେ  ବିଚାର କଲା ସତ୍ୟ ଧର୍ମ ରେ ରହି ମୁଁ  ତପସ୍ୟା କଲି ।ମୋ ରକ୍ତର ବର୍ଣ୍ଣ ଶାକରସ ହୋଇଗଲା ।ଏବେ ମୋହର  ତପସ୍ୟା ସିଦ୍ଧ ହେଲା ବୋଲି ପୂର୍ଣ୍ଣାଦ ମନରେ ଜାଣିଲା ।ଦ୍ଵିଜ ଏପରି ମନରେ ଚିନ୍ତା କରି  ତାହାର ତପସ୍ୟା ପୂର୍ଣ ହେଲା ବୋଲି ଭାବିଲା । ଶଙ୍କର ଭଗବାନ କହିଲେ ହେ ଗୌରୀ ! ସେହି ପୂର୍ଣ୍ଣାଦ ବ୍ରାହ୍ମଣ ର ପ୍ରଭା କହୁଛି ଶୁଣ । 

ଦିନକର କଥା ସେହି ପୂର୍ଣ୍ଣାଦ ବ୍ରାହ୍ମଣ  କୁଶ ପୁଳାଏ ଛେଦନ କଲା । କୁଶ ଛେଦନ କରୁ କରୁ ତୀକ୍ଷ୍ଣ କୁଶ ଟିଏ  ସେହି ସମୟରେ ତାହାର ହାତର ମଧ୍ୟମା ଆଙ୍ଗୁଠି ରେ ବାଜି  କାଟି ହୋଇ ରକ୍ତ  ଝର ଝର ହୋଇ  ବହି  ମହୀ ରେ ପଡିଲା । ଦ୍ଵିଜ ବର  ନିଜ ଆଙ୍ଗୁଳି କୁ ନିରେଖି ଦେଖିଲା  ।ସେ ଦେଖିଲା ଯେ ତାହାର ରକ୍ତ ସବୁ ଶାକ ରସ ପରି ଦେଖା ଯାଉଛି । ତାହା ଦେଖି ବ୍ରାହ୍ମଣ ଆନନ୍ଦ ମନରେ  ପ୍ରେମରେ ହସି ହସି  ବାହୁ ଟେକି ନୃତ୍ୟ କଲା । ଥରକୁ ଥର ଉନ୍ମତ୍ତ ଭାବେ ଗର୍ଜନ କଲା । ଯେଉଁ ପଶୁମାନେ ସେହି ବ୍ରାହ୍ମଣ ପାଖରେ ଖଟୁଥିଲେ  ତା ଭୟରେ କେହି ଆଉ ରହିଲେ ନାହିଁ । ସମସ୍ତେ ଯାଇ ବଣ ରେ  ପଶିଲେ । ଶଙ୍କର ଭଗବାନ କହିଲେ  ହେ ପ୍ରାଣସହୀ !ଶୁଣ  ।ଏହି ସମୟରେ ସେହି ବ୍ରାହ୍ମଣର ମନ ଜାଣି  ମୁଁ ବିପ୍ର ରୂପ ଧରି ତା ନିକଟରେ ମିଳିଲି । ବ୍ରାହ୍ମଣ ମୋତେ ଦେଖି ଟହ ଟହ ହସି ଚାଲିଗଲା ।ବ୍ରାହ୍ମଣ ପାଗଳ ପରି ଗର୍ଜନ ଛାଡୁଥାଏ । ହେ ଗୌରୀ !ମୁଁ ଚଞ୍ଚଳ ଯାଇ ତାହାରି ହାତ କୁ ଧଇଲି ଓ କହିଲି ହେ ଦ୍ଵିଜବର  ତୁ କିମ୍ପାଇ ଉତ୍ପାତ  କରୁଛୁ ?। ତୋ ମନ ଏ ପ୍ରକାର କାହିଁକି ହେଉଛି ? ହେ ଦ୍ଵିଜବର କାକୁସ୍ଥ ପରି ତୁ କାହିଁକି ହେଉଛୁ ?। ମୋତେ ଏହା ଦେଖି ଆଶ୍ଚର୍ଯ୍ୟ ଲାଗୁଛି । ହେ ପୂର୍ଣ୍ଣାଦ !ମାୟା ନରଖି ମୋତେ ସବୁ କହ ?ସଂଶୟ ଫିଟାଇ କହ ବିପ୍ର ?। ତପ ବଳରେ ଜନ  ପୁଣ୍ୟ ଯଶ ଲାଭ କରେ  କିନ୍ତୁ ତୁ ଜାଣି ଜାଣି ତାହାକୁ ନାଶ କରୁଛୁ ।ଯିଏ ଗର୍ବ କରେ ତାହାର ସବୁ ଧର୍ମ  ବିନାଶ ହୁଏ  । ଯେଉଁ ଜନ ଅହଙ୍କାରଶୁନ୍ୟସେହିଁ ପୌରୁଷ ଲାଭ କରେ।ହେ ବ୍ରାହ୍ମଣ ତୁ ଦେଖୁଛୁ ଚନ୍ଦ୍ରମା କେତେ ସୁନ୍ଦର ଅଟନ୍ତି ?।ତାପରେ ବି ସୂର୍ଯ୍ୟ ଙ୍କର ତେଜବନ୍ତ କାନ୍ତି  ଅଛି ।ହେ ବ୍ରାହ୍ମଣ!ଅଗ୍ନି ଠାରେ ଦଗ୍ଧ କରିବାର ଶକ୍ତି ଅଛି । ଏମାନେ ଦିନେ ଅହଂକାର  କରନ୍ତି ନାହିଁ  ।ମୁଁ ଜାଣିଛି ଯେ ତୁମ ତପ ନିର୍ମଳ ହୋଇଛି ଗର୍ବ ଭାବ ଧରି ତାହାକୁ ନକର ।

ଈଶ୍ୱର ଭଗବାନ କହିଲେ ହେ ପ୍ରାଣସଖୀ ଏହାପରେ କଅଣ ଘଟିଲା ତାହା ମୁଁ କିଛି ସମୟ ପରେ କହିବି ।

କ୍ରମଶଃ.................
 
••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୧୭】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୧୭】                ╚⏤⏤⏤⏤╗❀╔⏤⏤⏤⏤╝
⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆⋅⋆⋄✧
#ସଦାଶିବଙ୍କ_ମସ୍ତକରେ_ଚନ୍ଦ୍ର_କାହିଁକି_ଥାଆନ୍ତି 
===============================
ବ୍ରହ୍ମାଙ୍କ ନନ୍ଦନ ସନତ କୁମାର ଙ୍କୁ  ନୈମିଷା ଅରଣ୍ୟରେ ଏକତ୍ରିତ ହୋଇ ଥିବା ସକଳ ଋଷିଗଣ ଚାହିଁ କହିଲେ -ହେ ମହାମୁନି ! ଆପଣ ଙ୍କୁ ଦେଖି ଗୋଟିଏ କଥା ଆମର ମନେ ପଡିଗଲା ।ଆମେ ଯାହା କହିବୁ ତାହାକୁ ଆପଣ ଆମକୁ ସାଦରେ ବୁଝାଇ କହିବେ । ହେ ତପି 
!ଶିବ ଭଗବାନ ଚନ୍ଦ୍ର ଙ୍କୁ କାହିଁକି  ଧାରଣ କରନ୍ତି ?ଶିବ ଭଗବାନ କେଉଁଥିପାଇଁ  ଚନ୍ଦ୍ରଶେଖର ବୋଲାଇଲେ ?।ଶିବଙ୍କୁ ବ୍ରହ୍ମାଣ୍ଡରେ କାହିଁକି ଚନ୍ଦ୍ରଶେଖର ବୋଲି କହନ୍ତି?। ଏସବୁ ଶୁଣିବାକୁ ଆମ୍ଭ ମନରେ ଶ୍ରଦ୍ଧା  ବଳୁଛି । ହେ ବିଧାତା କୁମାର  ଏସବୁ କଥା ଆମକୁ ବୁଝାଇ କୁହନ୍ତୁ ?।

ଋଷି ମାନଙ୍କର କଥା ଶୁଣି ସନତ କୁମାର ଆନନ୍ଦିତ ହେଲେ ଓ କହିଲେ ହେ ତପିଗଣ ! ତୁମେ ମାନେ ଯେଉଁ ବିଷୟରେ ମୋତେ ପ୍ରଶ୍ନ ପଚାରିଛ ତାହା ବଡ଼ ଗହନ କଥା  ।ମହାଦେବ ଙ୍କ ଶିର  ପବିତ୍ର ଅଟେ  । ଦିନକର କଥା ।ମହାମାୟା ଶିବ ଭଗବାନଙ୍କୁ ଚାହିଁ  ଅତି ବିନୟରେ କହିଲେ -ଆହେ ପ୍ରାଣସାଇଁ! ମୋ ମନରୁ ସଂଶୟ ଦୟା କରି ଦୂର କରନ୍ତୁ ?। ମୁଁ ଆପଣଂକର ଛାର କିଙ୍କର ଅଟେ । ମୋ ଠାରେ ଆପଣ ମାୟା ରଖନ୍ତୁ ନାହିଁ ।ଆପଣ ଯେପରି ମୋତେ ବାମ ଅଙ୍ଗରେ ଧରିଛ  ସେହିପରି ଅର୍ଦ୍ଧଚନ୍ଦ୍ର କୁ  ମସ୍ତକ ରେ ଧରିଛ ? ଏହି ଚନ୍ଦ୍ର କୁ ମସ୍ତକରେ  ଧରିବାର କାରଣ କଅଣ ମୋତେ କୁହ ?। ଆପଣ ଏପରି କହିବେ କେ ଯେପରି ମୋହର ମନରୁ ସନ୍ଦେହ ଦୂର ହୋଇଯିବ ।

ପ୍ରିୟା ର ମୁଖରୁ  ଏପରି କଥା ଶୁଣି ସଦାଶିବ  ହସି ହସି କହିଲେ ..
ତୁ ମୋ ପ୍ରାଣରୁ ଅଧିକ ଅଟୁ ।ହେ ଜୀବେଶ୍ୱରୀ !ତୁମେ ଯାହା ପଚାରିଲ ତାହା କହୁଛି  ମନ ଦେଇ ଶୁଣ । ତୁମେ ଥିଲା ଦକ୍ଷ ଙ୍କ ନନ୍ଦିନୀ  ।ତୁମର ନାମ ଥିଲା ସତୀ । ତୁମେ ଯେଉଁ ସମୟରେ ତୁମ  ପିତୃଧାମ ରେ ପ୍ରାଣତ୍ୟାଗ କଲ ମୁଁ ତୁମ  ବିରହ ରେ ବନ ରେ ବୁଲିଲି ।ମୋ ମନ ଅସ୍ଥିର ହେଲା ।କେଉଁଠାରେ ମୋ ମନ ଲାଗିଲା ନାହିଁ  ।ସବୁବେଳେ ତୋ ସୁନ୍ଦର ମୁହଁ ,ଗୋରା ଦେହ  ,ଟଣା ଟଣା ଆଖି  ଓ ସବୁ ଅଙ୍ଗ ମୋର ମନେ ପଡ଼ିଲା । ମୋ ହୃଦୟ ବିଦାରିତ ହୋଇଗଲା । ନିଜକୁ ସମ୍ଭାଳି ନପାରି ତପ କରିବାକୁ ନଦୀ କୂଳକୁ ଗଲି ।ତାପରେ ଉଦ୍ୟାନ ରେ ପ୍ରବେଶ କଲି ।ସେଠାରେ ମଧ୍ୟ ମୋ ମନ କ୍ଷଣ  ସ୍ଥିର ହେଲାନାହିଁ ।ତାପରେ ଗୋଟିଏ ବୃକ୍ଷ ମୂଳକୁ ମୁଁ ଚାଲିଗଲି । ସେହି ନଦୀ କୂଳରେ ଥିବା ବୃକ୍ଷ ମୂଳରେ ବସିଲି ।ତାପରେ ବହୁ ପର୍ବତ କନ୍ଦର ଭ୍ରମଣ କଲି ।ଜଳ ,ସ୍ଥଳ ,ପାତାଳ  ସବୁଆଡେ ବୁଲିଲି ।କିଛି ଦିନ ପରେ ମୋ ମନକୁ ବହୁ କଷ୍ଟରେ ସ୍ଥିର କଲି ।ବିଭିନ୍ନ ସ୍ଥାନରେ ମୁଁ କଠୋର ତପ  ସାଧିଲି । ହେ ପ୍ରିୟା !ମୁଁ ଯେଉଁ  ଯେଉଁ ବୃକ୍ଷ ମୂଳରେ ତପ ସାଧୁଥିଲି ସେ ବୃକ୍ଷ ସବୁ  ତପ ର ପ୍ରଭାବ ରେ  ଜଳିଗଲା ।ବନ  ପର୍ବତ ରମ୍ୟ ସ୍ଥଳୀ  ସବୁ ପୋଡିଗଲା । ମୋ ତପସ୍ୟା ଫଳରେ  ମହୀ  ମଣ୍ଡଳରେ  ଅଗ୍ନି ଘୋଟିଗଲା । ରବି ,ଶଶାଙ୍କ   ଦୁଇଙ୍କର ତେଜ ଉଣା ହୋଇଗଲା । ଏହା ଫଳରେ ଯମ ରାଜାଙ୍କ ର ଜରାଵସ୍ଥା ଆସିଗଲା । ଆଗୋ ଚନ୍ଦ୍ରମୁହିଁ! ତୁମକୁ ଅଧିକ  କଅଣ  ମୁଁ ଆଉ କହିବି ?। ତିନି ଭୁବନରେ  ନର  ,ନାଗ ,ଗନ୍ଧର୍ବ ,କିନ୍ନର   ,ରାକ୍ଷାସ ଯେତେ ବାସ କରିଥିଲେ  ସମସ୍ତେ ବ୍ୟାକୁଳ ହୋଇଗଲେ । ହେ ମହାମାୟୀ ! ମୋ ତପସ୍ୟା ବଳ ଅତି କଠୋର  ଦେଖି ଇନ୍ଦ୍ର ନିଜେ ଦେବଗଣ ମାନଙ୍କୁ ନେଇ  ବେଦପତି ବ୍ରହ୍ମାଙ୍କ ନିକଟକୁ ଗଲେ । ମୁଁ ମନ୍ଦର ପର୍ବତ ଶୃଙ୍ଗ ନିମ୍ନ ଦେଶରେ ତପସ୍ୟା କରି ରାଗରେ ବସିଥିଲି । ଇନ୍ଦ୍ର ,ବ୍ରହ୍ମାଙ୍କୁ ଚାହିଁ ପଚାରିଲେ  -ହେ  କମଣ୍ଡଳୁ ଧାରୀ ଏସବୁ କଅଣ ହେଉଛି ?କାହିଁକି ହେଉଛି ?ମୋତେ ବୁଝାଇ କୁହନ୍ତୁ ? ତୁମେ  ପିତାମହ !ତୁମେ ପ୍ରଜାପତି  ଅଟ !ଅଗ୍ନି କୁ ନିବାରଣ କରି  ଏ ଧରିତ୍ରୀ କୁ ରକ୍ଷା କର ?। ଏ ଅଗ୍ନି ର ତେଜରେ ତିନିପୁର ପୋଡିଯିବ ତା ସହିତ ତୁମେ ମଧ୍ୟ ପୋଡିଯିବ ।

ଇନ୍ଦ୍ରଙ୍କ କଥା ଶୁଣି ପଦ୍ମ ଉଦ୍ଭଵ  କହଲେ -ହେ ଶଚିନାଥ ! ଏହାର ବିଧାନ କହୁଛି ଶୁଣ ।ଯାହା ମୋତେ ପଚାରିଲ  ହେ ଅମରରାଣ ତାହା ମୁଁ ତୁମକୁ କହିବି । ବ୍ରହ୍ମା କହିଲେ -ଯାହାର ତେଜ ବଳ ଏ ତିନି ଭୁବନ ରେଅଛି ତାହା କହିଦେଉଛି ।ତୁମେ ନିଶ୍ଚଳ ଭାବେ ଶୁଣ ।ମହାଦେବ କୋପାନଳ ମୂର୍ତ୍ତି ହୋଇ  ସତୀ ଙ୍କ ବିରହରେ ବସି ତପସ୍ୟା କରୁଛନ୍ତି । ତାହାଙ୍କ ତପ କ୍ରୋଧାଗ୍ନି ବଳରେ ସଂସାର  ତିନିପୁର ଦହନ ହେଉଛି ହେ ପୁରନ୍ଦର  । ହେ ଶଚିସାଇଁ ଏବେ ତାହାର ପ୍ରତିକାର ତୁମେ କର ?।ମନରେ ଆଉ କିଛି ଭାବନା ନକରି ତାହାର ପ୍ରତିକାର କର । ବ୍ରହ୍ମା ଏମିତି କହି ବାସବ କୁ ସାନ୍ତ୍ୱନା ଦେଇ ବୁଝାଇଲେ ।ବ୍ରହ୍ମା ପୁନଶ୍ଚ କହିଲେ - ଶିବ ଶୂଳ ଧାରୀ ଓ ବିରୂପ ନୟନ ଅଟନ୍ତି  ।ସତୀ ଙ୍କୁ ନପାଇ ସେ ତିନି ଭୁବନ ପୋଡ଼ୁଛନ୍ତି । ସେହି ଅଗ୍ନିର ତେଜରେ ସପ୍ତ ଦ୍ବୀପ ମହୀ  ବେଳକୁ ବେଳ ପ୍ରଚଣ୍ଡ ଅଗ୍ନି  ଗ୍ରାସ କରୁଛି । ଏହା ଫଳରେ ତିନି ଭୁବନ ଲୋକ ବିକଳ ହେଉଛନ୍ତି । ହେ ଇନ୍ଦ୍ର !ଏବେ ଗୋଟିଏ କଥା କର ?ଚନ୍ଦ୍ର ଙ୍କୁ ନେଇ ଶିବ ଙ୍କ ପାଖକୁ ଚାଲ । ସେହିଁ ମହାଦେବଙ୍କର ଶିର ରେ ଗାରୁଢ ହେବେ   ।ଦେଵତା ମାନଙ୍କ ସହିତ ଚନ୍ଦ୍ର ଙ୍କୁ ନେଇ ଶୀଘ୍ର ଶିବ ଙ୍କ ନିକଟକୁ ଚାଲ ।ସୁଶୀତଳ ଚନ୍ଦ୍ରମା କୁ ଦେଖି  ମହେଶ୍ବର  ଆଉ କୋପ ନକରି  ଶାନ୍ତ ହୋଇଯିବେ ।ଶିବ ଭଗବାନଙ୍କ ପ୍ରିୟା ବିଚ୍ଛେଦ  କଷ୍ଟ ଦୂର ହୋଇଯିବ   ।ଦେବ ଦିଗମ୍ବର  ଆଉ ସନ୍ତାପିତ ହେବେ ନାହିଁ । ଚନ୍ଦ୍ରଙ୍କ କିରଣ ତାଙ୍କ ମନ ଙ୍କୁ ହରଣ କରିବ । ସତୀ ବିଚ୍ଛେଦ କଷଣ  ଶିବ ପାଶୋରି ଯିବେ ।

ବେଦବରଙ୍କ ମୁଖରୁ ଇନ୍ଦ୍ର ଏକଥା ଶୁଣି ମନେ ମନେ ଆନନ୍ଦିତ ହେଲେ ।ବଜ୍ରପାଣି  ଚନ୍ଦ୍ରକାନ୍ତ ମଣି  ସାହାଯ୍ୟ ରେ  ସୁଧାଘଟ ଓ ବିଷ ଘଟ ଧରି ସଜ ହେଲେ । ଶିବ କହୁଛନ୍ତି -ହେ ସଖୀ !ଦେବତା ମାନେ ସୁଧା ଘେନି ମୋ ନିକଟ କୁ ଆସିଲେ । ବ୍ରହ୍ମା ସହିତ ସମସ୍ତ ଦେବତା ମାନେ ଆସି ମୋ ନିକଟରେ ବିନୟ ରେ କହିଲେ -ହେ ଦେବ ଦେବ ତ୍ରିଲୋଚନ !ଏ ସୁଧା କଳସ କୁ ଗ୍ରହଣ କରନ୍ତୁ ।ଆପଣ ଏହି କଳସ କୁଗ୍ରହଣ କଲେ ଆମେ ସନ୍ତୁଷ୍ଟ ହେବୁ । ଭଗବାନ ଶିବ କହୁଛନ୍ତି -ହେ 
ଭବାନୀ !ଏବେ ମନ କର୍ଣ୍ଣ ଦେଇ ଶୁଣ ।ସୁଧା କୁମ୍ଭ ରୁ ସୁଗନ୍ଧ ବାହାରୁ ଥାଏ । ସେହି ସୁଧା ଘଟରୁ ଏପରି ସୁଗନ୍ଧ ବାହାରୁ ଥିଲା ଯେ ବନ ଉପବନ ଚହଟି ଯାଉଥିଲା  ।ସୁବାସ ରେ ମନ ପ୍ରାଣ ମୋର ପୁଲକିତ ହେଲା । ଚୁଆ ,ଚନ୍ଦନ ,କର୍ପୂର  ,ଅତର ସହିତ ଯେତେ ସୁବାସିତ ଦ୍ରବ୍ୟ ଅଛି  ସେହି ସୁଧା ଘଟରେ  ଆମୋଦ ସଂଗେ ସରି ହେବ ନାହିଁ । ହେ ମାହେଶ୍ୱରୀ ! ସେହି ଅମୃତ ବାସ୍ନା କୁ  ବର୍ଣ୍ଣନା କରି ହେବ ନାହିଁ ।ମୁଁ ସେ ବାସ୍ନାକୁ ଆଘ୍ରାଣ କରିବା ମାତ୍ରେ  ବିହ୍ଵଳ ହୋଇଗଲି । ମୋ ମନ ପ୍ରାଣ ,ନେତ୍ର  ମୁଗ୍ଧ ହୋଇଗଲା । ସେହି ସୁଧା କୁମ୍ଭ କୁ ମୁଁ ନେଇ ଗଲି । ସୁଧା କୁମ୍ଭ କୁ ମୁଁ ହାତରେ ଧରିବା  ବେଳେ  ହେ ଭବାନୀ !ମୋ ମସ୍ତକରେ  ଅକସ୍ମାତେ ଚନ୍ଦ୍ରରେଖା  ହୋଇଗଲା । ସେହି ଉଜ୍ଜ୍ୱଳ ଚନ୍ଦ୍ରରେଖା କୁ ମୁଁ ଦେଖିକରି  କ୍ରମେ କ୍ରମେ ମୋ ମନ ପୂର୍ବ ପରି ସ୍ଥିର ହୋଇଗଲା   ।ହେ ସତୀ !ତୁମ ବିରହ ବିଚ୍ଛେଦ  କଷ୍ଟ ମୋ ଠାରୁ ଦୂର ହେବା ସହିତ  ସମସ୍ତ ସନ୍ତାପ ଯାହା ଥିଲା ସବୁ ଦୂର ହେଲା ।ଠିକ୍ ଏହି ସମୟରେ ସବୁ ଦେବତା ମାନେ ମିଶି ମୋତେ ସ୍ତବ କଲେ ।ବ୍ରହ୍ମା ମୋତେ ସେଠାରେ ଚନ୍ଦ୍ରଚୂଡ଼ା ନାମ ରେ ନାମିତ କଲେ ।ଇନ୍ଦ୍ରଦେଵ ମୋ ନାମ  ଶଶାଙ୍କ ଶେଖର ବୋଲି  ନାମ ଦେଲେ । ଚନ୍ଦ୍ର ମୌଳି  ନାମ ସକଳ ଦେବତା ମାନେ ନାମ ଦେଲେ ।ଦେବତା ମାନେ ଆନନ୍ଦିତ ହୋଇ ସୋମନାଥ ,ସୋମେଶ୍ୱର  ଏମିତି ଆହୁରି କେତେ 
ନାମରେ ମୋତେ ନାମିତ କଲେ ।  ଭଗବାନ ଶିବ କହିଲେ ହେ ପ୍ରିୟା ସେହିଦିନରୁ  ଚନ୍ଦ୍ରମା କୁ ମୁଁ ବହୁତ ଆଦର କଲି । ବେଳକୁ ବେଳ ତା ଉପରେ ମୋହର ବହୁତ ଶ୍ରଦ୍ଧା  ହେଲା । ତେଣୁ ଚନ୍ଦ୍ର କୁ ମୁଁ ମସ୍ତକ ରେ ଧାରଣ କଲି । ହେ ସଖୀ !ତୁମ ଆଗରେ ମୁଁ ସବୁ କଥା 
ଫେଡ଼ି କହିଲି ।ହେ ପ୍ରିୟ ସହୀ !ଏକଥା ଅତି ଗହନ ଅଟେ ।ଏକଥା କୁ ତୁମେ କାହା ଆଗରେ କହିବ ନାହିଁ । ଯେଉଁ ଜନ ଭକ୍ତି ଭାବରେ  ଏହି କଥା କୁ ପଢିବ  ସେ ଅନ୍ତ କାଳରେ ବୈକୁଣ୍ଠ ରେ ବସିବ । ନାରୀ ମାନେ ଏହାକୁ ଶ୍ରଦ୍ଧା ରେ ପଢିଲେ  ପୁତ୍ର ପତି ସହିତ ସୁଖରେ ରହିବେ  ।ଲକ୍ଷ୍ମୀ ସର୍ବଦା ତାଙ୍କ ଉପରେ ସନ୍ତୁଷ୍ଟ ହେବେ ।ଦେବ ଦେବ ମହାଦେବ  ତାଙ୍କର ଅରିଷ୍ଠ ଖଣ୍ଡନ କରିବେ । ଏହି ଗ୍ରନ୍ଥ କୁ ଯିଏ ପ୍ରତିଦିନ ପାଠ କରିବ  ତାହାଠାରୁ ଗୋହତ୍ୟା ,ବ୍ରହ୍ମହତ୍ୟା  ମୋଚନ ହୋଇଯିବ । ଶିବଙ୍କ ସହିତ ସମାନ କେହି ବଳିୟାର ନାହାନ୍ତି।ହର ସକଳ ବିପଦ କୁ ହରି ପାରନ୍ତି । ସେହି ମହାଦେବ ଙ୍କ ପାଦ ପଦ୍ମେ ମନ ଦେଇ  ଏ ଅଧମ  ବୃହତ ଶିବ ପୁରାଣ କୁ ଅନୁବାଦ କରୁଛି ।

କ୍ରମଶଃ.............

••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

Sunday, July 31, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୧୬】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୧୬】                ╚⏤⏤⏤⏤╗❀╔⏤⏤⏤⏤╝
⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅

ବ୍ରହ୍ମାଙ୍କ ନନ୍ଦନ ମହାମୁନି ସନତ କୁମାର ନୈମିଷା ଅରଣ୍ୟ ରେ ଏକତ୍ରିତ ହୋଇଥିବା ସକଳ ଋଷିଗଣ ଙ୍କୁ ପୁଣ୍ୟବନ୍ତ ଲୋକ ଙ୍କ ବିଷୟରେ କହିବା ଆରମ୍ଭ କରି କହିଲେ -" ପୁଣ୍ୟବନ୍ତ ଙ୍କ ଯିବା ପଥ ପରିଷ୍କାର ଅଟେ  ।ବିଷ୍ଣୁ ଦୂତମାନେ  ପୁଣ୍ୟବନ୍ତ ମାନଙ୍କ ଆଗରେ ଶଙ୍ଖ ବଜାଇ   ଚାଲୁଥାନ୍ତି । କେଉଁ ଦୂତମାନେ ରହି ରହି କାହାଳୀ ବଜାଉଥାଏ ।କେହି କେହି ଭେରୀ ତୁରୀ ଓ କିଏ ମର୍ଦ୍ଦଳ ବଜାଇ ପୁଣ୍ୟବନ୍ତ ଙ୍କୁ ସ୍ୱାଗତ କରି ନେଉଥାଏ ।କିଏ କଂସାଳ ବଜାଏ ତ କିଏ ଝଞ୍ଜାଳ ବଜାଇ ବଜାଇ ପୁଣ୍ୟବନ୍ତ ଲୋକ କୁ ସ୍ୱର୍ଗପୁରକୁ ନେଉଥାଏ । କିଏ ମଦିରା ,କିଏ ଗିନି ,କିଏ ତାଳ ବଜାଉ ଥାଏ  ।କିଏ ବୀଣା ତ କିଏ ବଂଶୀ ବଜାଏ ।ମୃଦଙ୍ଗ , ଧମକ ,ଢୋଲ ,ସୀତାର  ଦୁନ୍ଧୁଭି  ବାଦ୍ୟ ବଜାଇ ପୁଣ୍ୟବନ୍ତ ଲୋକ ମାନଙ୍କୁ ବିଷ୍ଣୁଦୂତ ମାନେ ସ୍ୱର୍ଗପୁର କୁ ନିଅନ୍ତି । ବିଷ୍ଣୁଦୂତ ମାନେ ଧରଣୀ ବୁକୁରେ ବେବତା ମାନଙ୍କ ଚିତ୍ର କରି  ଅଳଙ୍କାର ଦେଇ ସଜାଇ ଥାଆନ୍ତି ।ଯାହାକି ପୁଣ୍ୟବନ୍ତ ଲୋକ ଦେଖି ଆନନ୍ଦିତ ହୁଏ । ସ୍ୱର୍ଗପୁରରେ ପହଁଞ୍ଚି ଗଲା ପରେ  ବିଷ୍ଣୁଦୂତ ମାନେ ପୁଣ୍ୟବନ୍ତ ଲୋକଙ୍କୁ ପୁଷ୍ପହାର  ,କର୍ପୂର ,ତାମ୍ବୁଳ ଦିଅନ୍ତି ।ପୁଣ୍ୟଲୋକ ପାଖରେ ବହୁ ଦାସ ଦାସୀ ଗଣ ଖଟିଥାନ୍ତି । ରଥ ,ଗଜ ଅଶ୍ୱ  ମାନେ ସର୍ବଦା ଖଟିବାରେ ଲାଗିଥାନ୍ତି । ଚାରି ପାଖରେ ବିଷ୍ଣୁଦୂତ ମାନେ ଘେରି ରହିଥାନ୍ତି । ଜୟ ଜୟ ଧ୍ୱନିରେ ସ୍ୱର୍ଗପୁର ଉଛୁଳି ପଡୁଥାଏ   ।ଶୁନ୍ୟ ପଥରେ ପୁଷ୍ପରଥ  ଢଳି ଢଳି  ଚାଲୁଥାଏ । ହେ ଋଷିଗଣ !ପୁଣ୍ୟବନ୍ତ ଜନର  ଶ୍ରୀଭୋଗ ଅଟେ । ଇହ ଜନ୍ମ ସୁଖ ପରେ ବୈକୁଣ୍ଠ  ରେ ସୁଖ ଏହିମାନେ ପାଆନ୍ତି । ଏହି ଲୋକମାନେ ପର ଦୁଃଖରେ ଦୁଃଖୀ ଓ ପର ସୁଖରେ ସୁଖୀ ହୋଇଥାନ୍ତି । ପରକୁ ଆପଣା ଏହି ମାନେ ହିଁ କରିଥାନ୍ତି ।

ପୁଣ୍ୟବନ୍ତ ଲୋକମାନେ  ପର ଯୁବତୀ କୁ ମାତୃସମ ଜ୍ଞାନ କରେ । ପର ଧନ କୁ କେଭେ ଲୋଭ କରେ ନାହିଁ । ସବୁରି ଆତ୍ମା କୁ  ଚିହ୍ନି  ସମସ୍ତଙ୍କୁ ପାଳୁଥାଏ । ପ୍ରତିଦିନ  ଦେବତା ଓ ଅତିଥି ଙ୍କୁ ପୂଜା କରେ । ଗୁରୁ ଗୁରୁଜନ ଙ୍କୁ ଭକ୍ତି ରେ ଊଣା କରନ୍ତି ନାହିଁ ।ପର କଷ୍ଟ ଦେଖିଲେ ତାହାକୁ ନିବାରଣ କରନ୍ତି । କ୍ରୋଧରେ କଟୁ ବାକ୍ୟ  କାହାକୁ କହନ୍ତି ନାହିଁ ।ଅମୃତ ବିନୟ ବାଣୀ ସମସ୍ତଙ୍କୁ କହନ୍ତି । କାମ ,କ୍ରୋଧ ,ଲୋଭ ମୋହ ଅହଂକାର  ମନ ମଧ୍ୟରୁ ଦୂର କରି ଦିଅନ୍ତି । ଜୀବେ ଦୟା  ଓ ଶ୍ରଦ୍ଧା  ରେ ଭକ୍ତି ରଖି ଥାନ୍ତି । ବୈଷ୍ଣବ ,ବ୍ରାହ୍ମଣ , ପାଦରେ ବିନୟ ର୍ ସହ  ଶ୍ରଦ୍ଧା ରଖନ୍ତି ଏହି ପୁଣ୍ୟବନ୍ତ ମାନେ । ଏହି ପରମ ଧର୍ମ ଯାହାର ମତି ଥାଏ ସେହିଁ ପିତାମାତାଙ୍କୁ ଭକ୍ତି କରେ । ଜୀଵ ମାନଙ୍କୁ କୌଣସି ଦିନ ହିଂସା ଆଚରଣ କରେ ନାହିଁ ପୁଣ୍ୟବନ୍ତ ଲୋକ । ଏପରି ପ୍ରାଣୀ ହିଁ ବିଷ୍ଣୁ ଭୁବନ କୁ ଯାଏ । ପୁଣ୍ୟାତ୍ମା ମାନେ ସୁପଥରେ ଗମନ କରି ମହାସୁଖ ପାଆନ୍ତି । ଯମରାଜ ପାଖରେ  ସେ ଦୁଃଖ ପାଏ ନାହିଁ । ହେ ଋଷିଗଣ !ଦୁର୍ଭିକ୍ଷ ସମୟରେ ଯିଏ ଅନ୍ନ ଵସ୍ତ୍ର ଦାନ କରେ  ଓ ପ୍ରାଣୀ ମାନଙ୍କର କଷଣ କୁ ଚିହ୍ନି ପାରୁଥାଏ  ,ଭୋଜନ  ପୂର୍ବରୁ ଯିଏ ଗୋରୁ  ସେବା କରୁଥାଏ ,ଦୁଃଖୀ ଲୋକମାନଙ୍କୁ ଯିଏ  ଦୟା କରେ  ସକଳ ଭୂତ ରେ ଯିଏ ସମ ଜ୍ଞାନ ରଖେ  ସେହିଁ ଏ ସଂସାର ରେ ପୁଣ୍ୟବନ୍ତ ଜନ ବୋଲାଇ ଥାଏ ।

କଣା ,କୁଜା ,ଛୋଟା ,ଅନ୍ଧ ,କାଲା  ଦେଖି ଯେଉଁ ଜନ ଏମାନଙ୍କୁ ଥଟ୍ଟା 
ନକରି ଦୟା କରେ ସେହିଁ ସଂସାରରେ ପୁଣ୍ୟବନ୍ତ ଲୋକ ଅଟେ ।ଏହାର ପାଶ କୁ ଯମଦୂତ ମାନେ ମାଡନ୍ତି ନାହିଁ । ବିଦ୍ୟା ଦାନ କରି  ଯିଏ ଧନ ନଦିଏ  ,ବିନା ମୂଲ୍ୟରେ ଯିଏ ମନ୍ତ୍ର ଦାନ କରେ  ଯେଉଁ ପ୍ରାଣୀ ଶିଷ୍ୟ କୁ ନ ଭଣ୍ଡେ   ସେହିମାନେ ହିଁ ପୁଣ୍ୟବନ୍ତ ଅଟନ୍ତି ।ଅନ୍ନ ଜଳ ବସ୍ତ୍ର  ଯିଏ ଦରିଦ୍ର କୁ ଦିଏ ,ନିଃସହାୟ ଲୋକକୁ ଯିଏ ଦୟା କରୁଥାଏ  ମଲା ପରେ ସେହି ଲୋକ ବୈକୁଣ୍ଠ କୁ ଯାଏ । ଏହି ଲୋକ କୁ ଜନ୍ତୁପତି ଦୂରରୁ ଦେଖି  ସମ୍ମାନ ଦିଏ ।ଏହି ବ୍ୟକ୍ତି ଜୀବିତ ଅବସ୍ଥା ରେ ଯାହା ଦାନ କରିଥାଏ  ଜୀବନ ଅନ୍ତେ ସେ କୋଟି ଗୁଣ ପାଏ ।କାଳଦୁତ ମାନେ ଏହା ପାଖକୁ ଆସନ୍ତି ନାହିଁ ।ବିଷ୍ଣୁ ଦୂତ ମାନେ ଦିବ୍ୟ ରଥରେ ଏହି ପୁଣ୍ୟବନ୍ତ ଲୋକକୁ ବସାଇ ନିଅନ୍ତି । ବିଷ୍ଣୁ ଦୂତ ମାନେ ଆଲଟ  ଛତ୍ର ,ଚାମର  ପକାଇ ଚୁଆ  ଚନ୍ଦନ  ବୋଲି ନେଇ ଯାଆନ୍ତି । ଏହିପରି ଧର୍ମବନ୍ତ ପ୍ରାଣୀ ମାନଙ୍କର  ସୁଖ ସମ୍ପଦ  କୁ ମୁଖରେ କହି ହୁଏ ନାହିଁ । ବୈକୁଣ୍ଠ ପୁରରେ ସେ ନାନା ଭୋଗ କରନ୍ତି ।ଦେବତା ମାନଙ୍କ ସହିତ ସର୍ବଦା ବସନ୍ତି ।ଜୀବେ ହିଂସା  ଅସତ୍ୟ ବଚନ  ଅଟେ ।ହେ ସାଧୁଜନ ! ମୁଖରେ ଏହାକୁ  ନକୁହ । ପ୍ରଭୁଙ୍କ ପାଦରେ ସଦା ସର୍ବଦା ମତି ରଖ । ଯିଏ ଶିବ ସେହିଁ ସତ୍ୟ ସେହିଁ ସୁନ୍ଦର ମୂର୍ତ୍ତି ଅଟନ୍ତି । ହେ ସୁଜ୍ଞଜନ ! ସର୍ବଦା ଶିବଙ୍କୁ ସ୍ମରଣା କର । ଈଶ୍ୱର ନିଶ୍ଚିତ ଅଭୟ ବର ପ୍ରଦାନ କରିବେ । ଶେଷ କାଳେ ସେହିଁ  ଭରସା ହେବେ । ସେହିଁ ସପ୍ତ ଦଣ୍ଡରୁ ଉଦ୍ଧାର କରିବେ । ଧାତା ସୁତ ସନତ କୁମାର ଏପରି ଭାବେ  ଋଷିଗଣ ଙ୍କୁ ବୁଝାଇ କହିଲେ । ଋଷିଗଣ ମାନେ ଏହା ଶୁଣି ଆନନ୍ଦିତ ହୋଇ କହିଲେ ହେ ମହାମୁନି ! ଆମ୍ଭର ବଡ଼ ଭାଗ୍ୟ ଅଟେ ଯେ ସନତ ଭଳି ଋଷିଙ୍କ ଠାରୁ ଶିବ ଶାସ୍ତ୍ର ସାର କଥା ଶୁଣିଲୁ ।

ହେ ପ୍ରଭୁ ଦେବ ଦେବ ମହାଦେବ !ତୁମର  ଚରଣେ ମୋହର ମନ ସଦା ସର୍ବଦା ରହୁ । ଅଧମ  ଆପଣଂକ ନାମ  ଶିଵପଦ କୁ ଧ୍ୟାୟୁ ।

କ୍ରମଶଃ.................

 
┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୧୫】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୧୫】                ╚⏤⏤⏤⏤╗❀╔⏤⏤⏤⏤╝
   ✍  ଉପସ୍ଥାପନା; ଦୁଷ୍ମନ୍ତ କୁମାର ମିଶ୍ର 
⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆
ବ୍ରହ୍ମାଙ୍କ ନନ୍ଦନ ଋଷି ସନତ କୁମାର ନୈମିଷା ଅରଣ୍ୟ ରେ ଏକତ୍ରିତ ହୋଇଥିବା ସମସ୍ତ ଋଷି ଗଣ ଙ୍କୁ କହିଲେ -ହେ ତପିଗଣ ! ପାପୀ ମାନଙ୍କ ଯମ ପୁରକୁ ଯିବାର ବୃତ୍ତାନ୍ତ ଶୁଣ ।ପାପୀ କୁ ଯମଦୂତ ମାନେ   ବାଟରେ ନେବାବେଳେ ବହୁତ କଷ୍ଟ ଦିଅନ୍ତି ।ପାପୀ ବିକଳରେ ବନ୍ଧୁ ଓ ସୋଦର ମାନଙ୍କୁ ଡାକି କହେ ହେ ଆତ୍ମୀୟ !ମୋତେ ଏ ସଂକଟ ରୁ ପରିତ୍ରାଣ କର ।ପାପୀର ବିକଳ ଦେଖି  ଯମଗଣ ହସନ୍ତି ।ପାପୀ କୁ ବାଟରେ ଦୁଇ ଗୁଣ ବାଡେଇ ଆହୁରି ଖୁସି ହୁଅନ୍ତି । ତାତିଲା ତୈଳ ଆଣି ତା ମୁଖରେ ଢାଳନ୍ତି ।ଏହି ସମୟରେ ପାପୀ ର ସାହା ଭରସା କେହି ନଥାନ୍ତି । ପାପୀ କୁ ଟାଣି ଘୋଷାରି ଯମଦୂତମାନେ ଅଗ୍ନି ରେ ନେଇ ପକାନ୍ତି ।ଶୁଖିଲା କାଠ ଓ ତୈଳ ପାପୀର ଉପରେ ପକାନ୍ତି ।ଯମଦୂତ ମାନେ ତାକୁ ଟିକିଏ ହେଲେ ଦୟା କରନ୍ତି ନାହିଁ । କେଉଁ ଯମଦୂତ ମାନେ ଚୁଟି କୁ ଧରି  ପିଠିରେ ପ୍ରହାର କରେ ତ କିଏ ବିଧା ଗୋଇଠା ମାରେ । କିଏ ଗଳା ଧରିଠେଲି ଠେଲି  ନେଉଥାଏ ।କିଏ ଉଚ୍ଚ ଜାଗାରୁ ତଳକୁ ପେଲିଦିଏ ।କିଏ ମୁଖି ମାରେ ତ କିଏ ଶାଂଖୁଳ କୋରଡ଼ା ଧରି ପିଟେ ।କିଏ ଠେଙ୍ଗା ରେ ଆଘାତ କରେ ତ କିଏ ଯୋଡି ବେତ ଧରି ମାରୁଥାଏ ।କୋଉ ଯମଦୂତ ଦାନ୍ତ କୁ ରଗଡି କୁ ବଚନ କୁହେ ତ କିଏ ଗାଳି ଦେଇ କୁବବଚନ କୁହେ ।କିଏ ରଡ଼ ନିଆଁ ଧରି ଫୋପାଡ଼ି ଦିଏ ତ କିଏ ବିଛା ବଣ ରେ ନେଇ ଠିଆ କରିଦିଏ ।କୋଉ ଯମଦୂତ ପାପୀର ମୁଣ୍ଡରେ ରକ୍ତ  ମାଠିଆ ନେଇ ଢାଳେ ତ  କିଏ ଗରଳ ନେଇ ପାପୀ ପାଟିରେ ଦିଏ । କୋଉ ଯମଦୂତ ପାପୀ କୁ ନେଇ ଶିମିଳି ବୃକ୍ଷରେ କଚାଡି ଦିଏ ତ କିଏ ଖଣ୍ଡାରେ ହାଣୀ ପକାଏ ।କିଏ ପାପୀର ଜିଭ କୁ ଓପାଡି ଦିଏ ତ  କିଏ କରତ ରେ କାଟି ପକାଏ ।କୋଉ ଯମଦୂତ କଟୁରି ଧରି  ହାଣୀ ଦିଏ ତ କିଏ  ଶୂଳ ରେ ଛାତି କୁ  ଭୂଷି ଦିଏ ।କୋଉ ଯମଦୂତ ମୁଦ୍ଗର ନେଇ ପାପୀର ମୁଣ୍ଡରେ ବାଡେଇ ଦିଏ ।ପାପୀମାନେ ରକ୍ଷାକର ରକ୍ଷାକର ବୋଲି ଡାକ ଦିଅନ୍ତି  ହେଲେ ସେତେବେଳେ ପାପୀର କରୁଣ ବାଣୀ କୁ କେହି ଶୁଣନ୍ତି ନାହିଁ ।ପାପୀ ମାନେ ଡାକି ଡାକି ନିରାଶ ହୋଇଥାନ୍ତି ।ପାପୀର ଦୁଇ ଆଖିରୁ ଅଶ୍ରୁ ବାର ବାର ବୋହୁଥାଏ ।ତାହାର କଣ୍ଠ ତାଳୁ ଶୁଖିଯାଏ ।ଯମଦୂତ ମାନେ ନିର୍ଦ୍ଦୟ ହୋଇ ପାପୀ କୁ ନର୍କ କୁଣ୍ଡ କୁ ଟାଣି ଆଣନ୍ତି ଓ ସର୍ପ କୁଣ୍ଡରେ ନେଇ ପକାଇ ଦିଅନ୍ତି ।ପାପୀକୁ ସର୍ପ ମାନେ  ଚୋଟ ମାରି ଚାଲନ୍ତି ।ବିଷ ଜ୍ବାଳାରେ ପାପୀ ର ଜ୍ଞାନ ରହେନାହିଁ । ତାପରେ ଯମଦୂତ ମାନେ ପାପୀ କୁ ନେଇ ବ୍ୟାଘ୍ର ଭାଲୁ ମୁଖରେ ଦିଅନ୍ତି ।ବାଘ ଭାଲୁ ମାନେ ପାପୀ କୁ କାମୁଡି ବିଦାରି ପକାନ୍ତି । ଏହାପରେ ଯମଦୂତ ମାନେ ପାପୀ କୁ ଉଠାଇ ନେଇ  ବିଷମ ଅଗ୍ନି କୁଣ୍ଡରେ ପକାଇ ଦିଅନ୍ତି ।ତୈଳ କୁଣ୍ଡରେ ପେଲି ଦେଲା ପରେ ପୁଣି ତାକୁ ଉଠାଇ ଆଣି ହାତଗୋଡ଼ ବାନ୍ଧି କଣ୍ଟା ବଣ ରେ ପକାଇ ଘୋସାରି ଦିଅନ୍ତି ।ସେଠାରେ ପାପୀ କୁ ଯମଦୂତ ମାନେ କଲବଲ କରନ୍ତି ।ପୁଣି ଯମଦୂତ ମାନେ ପାପୀ କୁ ନେଇ ତତଲା ବାଲି ରେ ପକାଇ ମୁଣ୍ଡ କୁ ପ୍ରହାର କରନ୍ତି ।ସେହି ତତଲା ବାଲି କୁ ମୁଠା ମୁଠା କରି ପାପୀ ର ଆଖିରେ ଭାରି ଦିଅନ୍ତି ।ତାପରେ ଯମଦୂତ ମାନେ ପାପୀ କୁ ଉଠାଇ ନେଇ ଯମରାଜା ଛାମୁରେ ପାପୀକୁ ଦର୍ଶନ କରାନ୍ତି ।

ଯମରାଜ ଚିତ୍ରଗୁପ୍ତ କୁ ଚାହିଁ  କୁହନ୍ତି -ହେ ମନ୍ତ୍ରୀବର !ଏ ପାପୀର ପାପ ସମୁଦାୟ ମୋ ଆଗରେ କୁହ ।କେତେ ପାପ କୁ ଏ ପାପୀ  କେତେ ଦଣ୍ଡ ପାଇଅଛି ?ଆଉ କେତେ ଦଣ୍ଡ ଏ ପାପୀ ପାଇବାର ଅଛି ?ପାଞ୍ଜି ଦେଖି ଚିତ୍ର ଗୁପ୍ତ ଯମ ରାଜା ଙ୍କୁ ବୁଝାଇ ଦିଏ ।ସେହି ଅନୁସାରେ ଯମ ରାଜ ଦୂତ ମାନଙ୍କୁ ଆଦେଶ ଦିଏ ।ଦୂତ ମାନେ ଆଦେଶ ପାଇବା ମାତ୍ରେ  ସମସ୍ତେ ଏକାଠି ହୋଇ ପାପୀ କୁ ଦଣ୍ଡ ଦିଅନ୍ତି ।ଜୀଵ ଯେତେ ଯେତେ ପାପ ଅର୍ଜନ କରିଥାଏ ତାହାର ପ୍ରତିଫଳ ସେ ସେହିଠାରେ ପାଏ ।ସଂଜୀବନୀ ପୁରରେ ଲକ୍ଷ ଲକ୍ଷ ନର୍କ କୁଣ୍ଡ ଅଛି । ଫାଶୀ ଖମ୍ବ ,ହାଣଘର ,ବନ୍ଦୀ ଘର  ସହିତ କେତେ କନ୍ଦି ବିକନ୍ଦି ମଧ୍ୟ ଅଛି ।ସ୍ଥାନେ ସ୍ଥାନେ ଲୁହାର ଶିକୁଳି ମଧ୍ୟ ଏଠାରେ  ଥାଏ  ଓ ଲୁହାର ଜାଲ ଘେରା ହୋଇଥାଏ ।ପାପପୁଣ୍ୟ ବିଚାର ପାଇଁ ନିକିତି ର ବ୍ୟବସ୍ଥା କରାଯାଇଥାଏ । ଏହି ପୁରରେ ପିଟଣୀ ସଜଡା ହୋଇ ରଖା ଯାଇଥାଏ ତା  ପାଖକୁ ପଥର ଗଦା ଗଦା ହୋଇ ରଖା ଯାଇ ଥାଏ । ଯେଉଁଠାରେ ଫାଶୀ ଦିଆଯାଏ ସେ  ଜାଗା ଭୟଙ୍କର ଦେଖାଯାଏ । ଯମ ପୁରରେ କେଉଁ ଠାରେ ରକ୍ତର ନଈ  ବହି ଯାଉଥାଏ । ସ୍ଥାନେ ସ୍ଥାନେ ପଚା ମାଂସ ରେ କୀଟ ବେଢ଼ି ରହି ଥାନ୍ତି 
।ପାପୀ ମାନେ ଦଣ୍ଡ ପାଇବା ସମୟରେ  ବିଭିନ୍ନ ପ୍ରକାର ଭୟଙ୍କର  ଦୃଶ୍ୟ ଦେଖେ । ଧମକ ,ଚମକ ,ମାଡ଼ ,ଗାଳି  ଦେଇ ଯମଦୂତ ମାନେ  ହରକତ କରୁଥାନ୍ତି । 

ଋଷି ସନତ କହିଲେ -ହେ ତପିଗଣ !ପୁଣ୍ୟବନ୍ତ  ପ୍ରାଣୀମାନେ ମଲା ପରେ ଅତି ଆନନ୍ଦରେ  ପୁଷ୍ପକ ବିମାନରେ ବସି ସ୍ୱର୍ଗ ପୁରରକୁ ଯାଆନ୍ତି । ହେ ମୁନିଗଣ !ଏବେ ପୁଣ୍ୟକଲା ଜନ ଙ୍କ କଥା ଶୁଣନ୍ତୁ ।
ବୈକୁଣ୍ଠ  କୁ ଯିବା ପାଇଁ ପରିଷ୍କାର ପଥ ପଡ଼ିଅଛି । ସେଇ ରାସ୍ତା ରେ ଗଲେ ସ୍ଥାନେ ସ୍ଥାନେ ସୁବାସିତ  ନୀର ଦେଖିବାକୁ ମିଳେ । ସୁଗନ୍ଧ ଗନ୍ଧ ଚନ୍ଦନ  ଅତର  କୁ ପୁଣ୍ୟବାନ ଲୋକ ଆମୋଦ ପ୍ରମୋଦ କରେ । ସୁବାସ କୁସୁମ  କୁ ବଡ଼ ମାନେ ଧରି  ପଥରେ ଧାଡି ଧାଡି କରି ଠିଆ ହୋଇ ଥାଆନ୍ତି । ଭ୍ରମର ମାନେ ଫୁଲରେ ଝଙ୍କାର କରନ୍ତି ।କୋକିଳ ଶୁକ ,ଶାରୀ ,ମୟୁର  ଏହା ସହିତ ଅନ୍ୟ ପକ୍ଷୀ ମାନେ  ରାଵ ଦେଉଥାନ୍ତି ।ଏହି ପକ୍ଷୀ ମାନଙ୍କର ରାଵ ଶୁଣି ପୁଣ୍ୟବନ୍ତ ଲୋକ ପୁଲକିତ ହୁଏ ।ପୁଣ୍ୟବନ୍ତ ଲୋକ ଯିବା ଆଗରେ  ଚିତ୍ରିତ  ହୋଇଥିବା ଚାନ୍ଦୁଆ  ବସନ ଆଦି   ଟଙ୍ଗା ହୋଇଥାଏ   ।ପୁଣ୍ୟବନ୍ତ ଲୋକ ଗଲାବେଳେ ଦେବତା ମାନେ  ଜୟ ଜୟ  ଗାଁନ କରନ୍ତି ।ଅତି ଖୁସି ହୋଇ  ବିବିଧ ବାଜା ବଜାନ୍ତି । ପୁଣ୍ୟବନ୍ତ ଲୋକ ଦୁଇ  ପାଖରେ ଆଲଟ ଚାମର ପଡୁଥାଏ । ବିଷ୍ଣୁ ଦୂତ ମାନେ ପୁଣ୍ୟବନ୍ତ ଲୋକ କୁ ରସ୍ଥରେ ବସାଇ ନେଉଥାନ୍ତି । କିଏ ଆଗରେ ପହଣ୍ଡି କରି ନିଏ ।କେଉଁ ବିଷ୍ଣୁ ଦୂତ ମାନେ  ହରି ନାମ ଶୁଣାଇ ନିଅନ୍ତି । କିଏ ପୁଣ୍ୟାତ୍ମା  ମସ୍ତକ ରେ ଛତ୍ରୀ ଟେକିଥାଏ । କିଏ ସମୟ ସମୟରେ ପହଡ଼ ପକାଏ । କିଏ ଚନ୍ଦନ କର୍ପୂର ପିଚକାରୀ ମାରେ । କେଉଁ ବିଷ୍ଣୁ ଦୂତ ସୁବାସ କୁସୁମ ତା ମସ୍ତକ ରେ ପକାନ୍ତି  ତ କିଏ ବିଞ୍ଚଣା ଧରି ବିଞ୍ଚୁଥାଏ   କେଉଁ ବିଷ୍ଣୁଦୂତ  ଝାଳ ପୋଛି ଦେଉଥାଏ ।
ଏହା କହି ସନତ ଋଷି ମୌନ ହୋଇଗଲେ ।

କ୍ରମଶଃ.................

┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୧୪】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୧୪】                ╚⏤⏤⏤⏤╗❀╔⏤⏤⏤⏤╝
⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅
#ଯମଭୁବନକୁ_କେଉଁପଥରେ_ପାପୀମାନଙ୍କର_ଯିବାର_ବୃତ୍ତାନ୍ତ
========================================
ନୈମିଷା ଅରଣ୍ୟରେ ରୁଣ୍ଡ ହୋଇଥିବା ସକଳ ଋଷିଗଣ ବ୍ରହ୍ମା ସୁତ ସନତ କୁମାର କୁ ଚାହିଁ କହିଲେ -ଭୋ ମୁନି ! ଆମ୍ଭ ମାନଙ୍କ ମନରେ ଗୋଟିଏ କଥା ଆସୁଛି ଯେ  ପ୍ରାଣୀ ମାନଙ୍କର ପ୍ରାଣ ଗଲାବେଳ  କେଉଁ  ପଥରେ ଯମଦୂତ ମାନେ ବିଚାର ପାଇଁ ଯମପୁରକୁ ନିଅନ୍ତି ? ହେ ତପିବର ! ସେହି କଥା ଆମ ଆଗରେ କୁହନ୍ତୁ ?ଏ ବିଷୟରେ ଶୁଣିବା ପାଇଁ  ଆମ୍ଭ ମାନଙ୍କ ମନରେ ଶ୍ରଦ୍ଧା ବଳିଅଛି ।

ଋଷି ମାନଙ୍କ ପ୍ରଶ୍ନ ଶୁଣି ବ୍ରହ୍ମା ସୁତ  ଅତି ଆନନ୍ଦ ମନରେ  କହିଲେ ହେ ଋଷିଗଣ !ଆପଣ ମାନେ ପଚାରି ଥିବା ପ୍ରଶ୍ନ ଉତ୍ତର ମୁଁ ବିସ୍ତାର କରିବାକୁ ଯାଉଛି ।ଆପଣ ମାନେ ଧୀର ଚିତ୍ତରେ  ସମସ୍ତେ ଶୁଣ । କେଉଁ ପଥ ଦେଇ ଜୀବ ଯମଆଳ ଯାଏ ! ଏହାର ଉତ୍ତର ଶୁଣିବାକୁ ଋଷି ମାନଙ୍କ ଆଗ୍ରହ ବଢିଗଲା । ଋଷି  ସନତ କହିଲେ ... ଯେତେବେଳେ  ପ୍ରାଣୀ ମାନଙ୍କର ଆୟୁଷ ଶେଷ ହୁଏ  ଚିତ୍ରଗୁପ୍ତ ପାଞ୍ଜି ଦେଖି   ଯମ ରାଜାଙ୍କ ଆଗରେ ତାହା ସଚିତ୍ତରେ ଜଣାଏ । ଚିତ୍ରଗୁପ୍ତ କହେ ହେ  ଦେବ !ଏ ଜୀଵ ର କାଳ ପୂରିଗଲା  ବର୍ତ୍ତମାନ ସେହି ପ୍ରାଣୀ କଣ୍ଠାଗ୍ରତ  ହୋଇ ଆସିଲାଣି ତଥାପି ସେ ଜୀଵ ଘଟତେଜି  ଆସୁ ନାହିଁ । ଚିତ୍ର ଗୁପ୍ତ ଠାରୁ ଏକଥା ଶୁଣି ଜନ୍ତୁରାଣ  ଯମଦୂତଙ୍କୁ ଆଜ୍ଞା ଦେଇ ପାଖକୁ ଡାକି  ଆଦେଶ ଦିଅନ୍ତି ।ଯମ ରାଜା କହନ୍ତି  ଯାଅ ଯାଅ ଦୂତ ଗଣ  ବିଳମ୍ବ ନକରି  ଜୀଵ କୁ ବାନ୍ଧି ଆଣ  ଖୁବ ଯୋରକରି।ଜନ୍ତୁରାଣ ଙ୍କ ନିର୍ଦ୍ଦେଶ ପାଇ ଦୂତ ମାନେ ଚଳି ଯାଆନ୍ତି  ଓ  ଜୀଵ ନିକଟରେ ପ୍ରବେଶ ହୁଅନ୍ତି । ଯମଦୂତ ମାନେ ଜୀବ କୁ ଯାଇ କହନ୍ତି ରେ ଜୀଵ  କାହିଁକି ଏତେ କଷଣ ସହୁଛୁ ? ତୋହର ଏ  ପଚା  ଘଟ ପାପର ହୋଇ ଗଲାଣି ?କାହିଁକି  ଆଉ ଲୋଭ କରୁଛୁ ? ତୁ କାହିଁକି ଛାଡି କି ଯାଉନୁ ?।ଅକାରଣ ରେ ତୁ ହଇରାଣ ହେଉଛୁ ?
ଯମଦୂତ ମାନେ ଜୀଵ କୁ ଏପରି କହନ୍ତି ।ଜୀଵ କିନ୍ତୁ ଲୋଭ ରେ ଘଟ ଛାଡିବାକୁ  ରାଜି ହୁଏ ନାହିଁ ।ଜୀଵ ରାଜି ନହେବା ଦେଖି ଯମଦୂତ ମାନେ  କୌଶଳ ଭିଆଇ ନାନାଦି ଲୋଭ ଜୀଵ କୁ ଦେଖାନ୍ତି
ଅପୂର୍ଵ ସୁନ୍ଦରୀ ନାରୀ ଜୀଵ କୁ ଦେଖାଇ ବା ପରେ ହୀରା ଲୀଳା ରତ୍ନ ଜୀଵ ପାଖରେ ଥୋଇ ଦିଅନ୍ତି ଓ କୁହନ୍ତି ଯଦି ତୁ ଏ ଘଟ ଛାଡିବୁ ତେବେ ଏ ସମ୍ପଦର ତୁ ଅଧିକାରୀ ହେବୁ । ଜୀଵ ଏ ସବୁ ଦେଖି ଭୁଲି ଯାଇ ଯିବାକୁ ଉଦ୍ୟତ ହୁଅନ୍ତେ ପରମ ନା ନା କରି ବାଟ  ରାଧେ । ପରମ କୁହେ ହେ ଜୀଵ ଭାଇ  !କେଭେ ଘର ଛାଡି ତୁମେ ଯାଅ ନାହିଁ 
ଏହି ଯମଦୂତ ମାନେ ତୁମକୁ ମହା ବିପଦ ରେ ପକାଇ ଦେବେ ।ପରମ ଏ ଏକଥା ଶୁଣି ଯମଦୂତ ମାନେ ଏକ ରତ୍ନ ଖଟ ନେଇ ଜୀଵ କୁ ଦେଖାନ୍ତି ଓ କୁହନ୍ତି ରେ ଜୀଵ !ତୁ ଯଦି ଏହାକୁ ଛାଡି ଦେବୁ ତେବେ  ଆଉ ପାଇବୁ ନାହିଁ ।ତୁ ଏହି ଘରେ ସଦା ସର୍ବଦା ରହିବୁ ରେ ଜୀଵ  । ଏତିକିବେଳେ ପରମ କଥା ରେ ଆଉ ନପଡ଼ି ଜୀଵ  ଡେଇଁ କି  ଯାଇ ଘଟରେ  ପଶେ। ଏପଟେ ମାଟି ପିଣ୍ଡ ଗୋଟିଏ ଅଗ୍ନି ରେ ପକାଇ  ପୋଡି ଜାଳି ସମସ୍ତେ ନଷ୍ଟ କରି ଦିଅନ୍ତି । ହେଲେ ସେ ମାୟା ଘଟରେ  ଜୀବକୁ ପୁରାଇ  ଯମଦୂତ ମାନେ ଚର୍ମ ଦଉଡି ରେ ଜୀଵ କୁ ବାନ୍ଧି ଦିଅନ୍ତି ।ଜୀଵ ର ଗଳା ରେ କାଳ ଫାଶ  ଲଗାଇ  ବହୁ ହରକତ କରନ୍ତି । ଜୀଵ ବନ୍ଧନ ରେ ପଡି ବହୁତ ଆକୁଳ ହୁଏ ।ସେହି ବନ୍ଧନ ରୁ ବାହାରିବା ପାଇଁ ଭିଡିମୋଡି ହେଉଥାଏ ।କାଳ ଦୂତ ମାନେ ତା ଗଳାରେ ଗଳଥା ଲଗାଇ  ମାଡ଼ ମାରି ହାଡ଼ ଭାଙ୍ଗି ଦିଅନ୍ତି । ବାଟ ସାରା ଘୋଷାରି ଘୋଷାରି ଜୀଵ କୁ ନିଅନ୍ତି ।ଟିକେ ହେଲେ ଦୟା ଦେଖାନ୍ତି ନାହିଁ ।ଯମପୁର ଲକ୍ଷେ ଯୋଜନ ଅଟେ । ଯମ ଡଗର ମାନେ ଜୀଵ କୁ କଷ୍ଟ ଦେଇ  ସେଠାକୁ ନିଅନ୍ତି ।କେଉଁଠି ତପ୍ତ ବାଲି ତ କେଉଁଠି କଣ୍ଟା ବଣ  ,କାହିଁ ପର୍ବତ ତ କାହିଁ ଖାଲ ଓ ଢ଼ିପ ,କେଉଁ ଠାରେ ପ୍ରଚଣ୍ଡ ଅଗ୍ନି ଜଳୁଥାଏ  ଓ ଏହାର ତେଜ ରେ ପାଷାଣ ତରଳି ଯାଏ ।କେଉଁଠାରେ ବିଷାକ୍ତ ସର୍ପ ଫଫକାର କରୁଥାଏ ଓ ଗର୍ଜନ କରି ଧାଇଁ ଆସେ ,କେଉଁଠାରେ ମଳ ମୂତ୍ର ଗଦା ଗଦା ହୋଇ ରହିଥାଏ । କେଉଁଠି କୁମ୍ଭୀର , ମଗର ଭେଳା ଭେଳା ହୋଇ ଜଳ ରେ ଭାସୁଥାନ୍ତି ।ଏହି ସବୁ ବିପଦ ରାସ୍ତା ଦେଇ ଯମଦୂତ ମାନେ ଜୀଵ କୁ ଯମପୁର କୁ ନିଅନ୍ତି । କେଉଁ ସ୍ଥାନରେ ଧୂଳି ପ୍ରବଳ ବେଗରେ ମାଡି ଆସୁଥାଏ ।ପ୍ରତି ଦିନ ଅନ୍ଧାର ରାତି ହୁଏ । ଏହି ଅନ୍ଧାର ରାତିରେ ଜୀଵ ଙ୍କୁ ସର୍ବଦା ଯମଦୂତ ମାନେ ବାଡ଼ି ସାହାଯ୍ୟ ରେ ବାଡାନ୍ତି ।

ଯମଦୂତ ମାନେ ଜୀଵ କୁ ଯମପୁର ନେଲା ବେଳେ ବାଟରେ କେଉଁଠାରେ ପ୍ରବଳ ଲହରୀ ମାଡି ଆସୁଥାଏ ଓ ସେହି ଲହରୀ ରେ ନାନା ଜୀବଙ୍କର ଅସ୍ଥି ମାଳ ମାଳ ଲହରୀ ରେଆସୁଥାଏ।କେଉଁଠି ପଚାମାଂସ ଗନ୍ଧ ଭୀଷଣ ଭାବରେ ହୁଏ । ଏହିପରି ଭୟଙ୍କର ପଥରେ ଯମଗଣ  ଜୀଵ କୁ ଟାଣି ଶମନ ଭୁବନ କୁ ନିଅନ୍ତି ।ଜୀବକୁ ବାଟରେ ବହୁତ ଯନ୍ତ୍ରଣା ଦିଅନ୍ତି । ବିଧା ଖୁନ୍ଦା ,ଗୋଇଠା ,ଜୀଵ ର ମୁହଁ କୁ ମାରନ୍ତି । ଏହି ଯମଦୂତ ମାନେ ବଡ଼ ଦାରୁଣ ଅଟନ୍ତି । ହାତରେ ଯମଦୂତ ମାନେ କାଳପାଶ  ଅସ୍ତ୍ର ଧରିଥାନ୍ତି ।ଏହି ଅସ୍ତ୍ର ରେ ଜୀଵ କୁ ପ୍ରହାର କରନ୍ତି ।

ବ୍ରହ୍ମା ସୁତ କହିଲେ ହେ ଋଷିଗଣ !ଯମଦୂତ ଙ୍କ ରୂପ କିପରି ଅଟେ ଶୁଣ ।ଯମଦୂତ ମାନଙ୍କ ଦେହର ରଙ୍ଗ କଳାହାଣ୍ଡି ରଙ୍ଗ ପରି । ନୟନ ଗୁଡିକ ଲାଲ ଓ କେଶ ଗୁଡିକ ଲମ୍ବା ଓ ପିଙ୍ଗଳ ବର୍ଣ୍ଣ ଅଟେ ।କଟି ପର୍ଯ୍ୟନ୍ତ  ମୁକୁଳା କେଶ ଲମ୍ବିଥାଏ । ଦାନ୍ତ  ଗୁଡିକ ଦୀର୍ଘ  ଅଟେ ନାସା ଓ କର୍ଣ୍ଣ   ଡୋଲି ସମାନ ଅଟେ  ।ସର୍ବଦା  ଏ ମାନେ କଟମଟ କରି ଚାହିଁ ଥାନ୍ତି ।ପାପୀ ମାନଙ୍କ ଗଳା ରେ ଲୁହାର ଶିକୁଳି ଦେଇ ଲୁହା ବାଡ଼ିରେ ଜଣ  ଜଣ  କରି ପିଟନ୍ତି । ହାତ ଗୋଡ଼ କୁ ବାନ୍ଧି ମୁଣ୍ଡରେ ପ୍ରହାର କରନ୍ତି ।ଏ ଯମ ଅନୁଚର ମାନେ ବହୁତ ନିଷ୍ଠୁର ଅଟନ୍ତି ।ଜୀଵ ର ଛାତିରେ ଲୁହାର ମୁଦ୍ଗର ନେଇ ଲଦି ଦିଅନ୍ତି ।ତାତିଲା ବାଲି ସବୁବେଳେ ଘୋଷାରନ୍ତି । ସେହି ସମୟରେ ପାପୀ ମାନଙ୍କର କେହି ଭରସା ନଥାନ୍ତି ।ନିଜେ କଲା କର୍ମ ମାନ ସେହି ପାପୀ ଭୋଗକରେ ।
ପାପୀ ଟି ସେତେବେଳେ କାନ୍ଦି କହେ  ହେ ପ୍ରଭୁ !ମୋତେ ଏଥିରୁ ତ୍ରାହି କର  ମୁଁ ଆପଣଂକ ନିକଟରେ ଶରଣ ମାଗୁଛି ।ହେ ପ୍ରଭୁ !ତୁମ୍ଭ ଦୋଷ କିଛି କରିନାହିଁ  ମୋତେ କାହିଁକି ବାନ୍ଧିଛ ?।ଅକାରଣରେ ମୋତେ  କାହିଁକି  ମାଡ଼ ମାରୁଛ ? ଏହି ପାପୀ ଲୋକ ଯେତେ ଆପତ୍ତି କଲେ  ବି ତାହାକୁ ଯମଦୂତ ମାନେ କିଛି ଶୁଣନ୍ତି ନାହିଁ । ନର୍କ ପଙ୍କରେ ନେଇ ତାକୁ ପକାନ୍ତି ।ସେଠାରେ ତାକୁ ବହୁତ କଷଣ ଦିଅନ୍ତି ।ସେହି ନର୍କ ପଙ୍କରେ ପାପୀ  ପଡି କଲବଲ ହୁଏ । ପାପୀ ଟି ନିଜ କର୍ମ କୁ ସ୍ମରଣା କରି ଆକୁଳ ରେ କାନ୍ଦି ଥାଏ ।ତାହାର ନୟନ ରୁ ଲୁହ ଧାର ଧାର ବୋହି ଯାଉଥାଏ ।ତାକୁ ରକ୍ଷା କରିବାକୁ କାହାର ବଳ ନାହିଁ । ପାପୀ ଟି ମୁଣ୍ଡରେ ହାତ ଦେଇ କାନ୍ଦି କାନ୍ଦି କହେ ମୋହର ଭାଇ  ,ବନ୍ଧୁ କୁଟୁମ୍ବ ଗଲେ କୁଆଡେ । କୁଆଡେ ଗଲେ ମୋହର ଆତ୍ମୀୟ ସୋଜନ ଓ ପରିବାର ।କୁଆଡେ ମୋ ପୁତ୍ରପତ୍ନୀ ସବୁ ଗଲେ । ମୋର ବିପଦ କାଳରେ କେହି ସାହା ହେଲେ ନାହିଁ ।ମୁଁ ତାଙ୍କ ପାଇଁ କେତେ ଲୋଭ କରିଥିଲି।କେତେ ଦୁଃଖ ସହି ତାଙ୍କ ସମସ୍ତ ଙ୍କୁ  ପୋଷୁ ଥିଲି  ।ଏତିକିବେଳେ କେହି ପଦେ ଉତ୍ତର ଦେଲେ ନାହିଁ ? ପାପୀଟି ବିକଳରେ କହେ  ହେ !ମୋ ବନ୍ଧୁ ଓ ସୋଦର ମାନେ  ମୋହର ଏ  ସଙ୍କଟ ସମୟରେ ପରିତ୍ରାଣ କର । ପାପୀ ର ବିକଳ ଦେଖି  ଯମଗଣ  ହସି  ହସି ପୁଣି ପ୍ରହାର କରନ୍ତି । ଋଷି ସନତ ଏତିକି କହି ସେହିଠାରେ ମୌନ ହୋଇଗଲେ ।
 

କ୍ରମଶଃ ................

┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୧୩】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୧୩】                ╚⏤⏤⏤⏤╗❀╔⏤⏤⏤⏤╝
⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆
#ନର୍କକୁଣ୍ଡମାନଙ୍କର_ବର୍ଣ୍ଣନା
==================
ନୈମିଷା ଅରଣ୍ୟ ମଧ୍ୟରେ ସର୍ଵ ଋଷିଗଣ  ବ୍ରହ୍ମା ସୁତ ସନତ କୁମାର ଙ୍କ  ମୁଖରୁ ପୁରାଣ ଶୁଣି  ମନେ ମନେ ସମସ୍ତେ  ଅତ୍ୟନ୍ତ ଆନନ୍ଦିତ ହେଲେ । ପୁଣି ସମସ୍ତ ଋଷିମାନେ ଇଚ୍ଛା କରି କହିଲେ- ହେ ତପିସାଇଁ 
! ଆପଣ ତ କହିଲେ ପ୍ରାଣୀ ମାନେ ପାପ କଲେ ଯମ ଦଣ୍ଡ ଦିଏ ?ଯମ ଭିନ୍ନ ଭିନ୍ନ ନର୍କ କୁଣ୍ଡ ରେ ପାପୀ ଙ୍କୁ ନେଇ ପକାଏ ?ସକଳ ପାପୀ କର୍ମ ଅନୁସାରେ  ଫଳ ଭୋଗ କରନ୍ତି । ହେ ଧାତା ସୁତ !ଆମ ମାନଙ୍କୁ ଗୋଟିଏ କଥା କୁହ  ଯମ ଭୁବନରେ ଯେତେ ନର୍କ କୁଣ୍ଡ ଅଛି  ସେଗୁଡିକର ନାମ କଅଣ କଅଣ ଅଟେ ?।ଏହି ନର୍କ କୁଣ୍ଡର ନାମ ଆମ ଆଗରେ ପ୍ରକାଶ କରନ୍ତୁ ମହାମୁନି !। ଆପଣଂକ ମୁଖରୁ ଏହି ଅମୃତ ଚରିତ୍ର ଶୁଣି  ଆମ୍ଭ ମାନଙ୍କର ପ୍ରାଣ କୃତାର୍ଥ ହେବ ।

ସନତ କୁମାର ଉବାଚ ...............!!!!!!!!!!!

ଋଷି ମାନଙ୍କର ବଚନ ଶୁଣି ଧାତା ସୁତ  କହିଲେ ହେ ତପୋବନ୍ତ !ଆପଣଙ୍କ  ପ୍ରଶ୍ନର ଉତ୍ତର କହୁଛି ମନ କର୍ଣ୍ଣ ଦେଇ ଶୁଣ । ସନତ ଋଷି କହିଲେ ...ସଞ୍ଜିବନୀ ପୁରରେ ଯେତେ ନର୍କକୁଣ୍ଡ ଅଛି  ତା ମଧ୍ୟରେ ଚୌରାଶୀ ଟି ଶ୍ରେଷ୍ଠ ନର୍କ କୁଣ୍ଡ ଅଟେ । ସେହି  ଚୌରାଶୀ ଗୋଟି କୁଣ୍ଡ ର ନାମ କୁ ବୁଝାଇ କହିବି । 

ଯେଉଁ କୁଣ୍ଡରେ ପାପୀ ମାନେ ଅଗ୍ନିରେ  ଦହନ ହେଉଛନ୍ତି  ସେହି କୁଣ୍ଡର ନାମ -ତପ୍ତ କୁଣ୍ଡ । ବିଷ୍ଠା ,ଅଶ୍ରୁ ,ମୂତ୍ର , ଖରକୁଣ୍ଡ  ,ତପ୍ତ ,ସ୍ବେଦ 
ମଜ୍ଜା କୁଣ୍ଡ ,ମାଂସ ,ନଖ ,ଗାତ୍ର କୁଣ୍ଡ ,କୃମି କୁଣ୍ଡ , ଅସ୍ଥି କୁଣ୍ଡ ରେ ହାଡ଼ ପୁରି କରିଥାଏ  । ଲୌହ କୁଣ୍ଡରେ  ଲୁହା କଣ୍ଟା  କୁଢ଼ କୁଢ଼ ହୋଇ ଥାଏ  ।ଭୟାନକ କୁଣ୍ଡ ଏକ ତାମ୍ବ ରହିଅଛି । ତାହାରି ମଧ୍ୟରେ ତେଲ ଟକଟକ ହୋଇ ଫୁଟୁଥାଏ । ତାହାରି ଉପରେ ଏକ ଶର କୁଣ୍ଡ ଅଛି  ସେହି ଶର କୁଣ୍ଡରେ ତୀକ୍ଷ୍ଣ ଶର  ପୂର୍ଣ୍ଣ ହୋଇଅଛି । ଦୁଇ ଦୁଇ ଟି ଚୂର୍ଣ୍ଣ  କର୍ମ କୁଣ୍ଡ ଯମପୁରେ ଅଛି । ମନ୍ତ୍ରୀ କୁଣ୍ଡରେ ମସି ମାନ ପୂର୍ଣ୍ଣ ହୋଇ ରହିଥାଏ । ଏହି କୁଣ୍ଡଟି ଯମ ପୁରେ ବହୁ କଦର୍ଯ୍ୟ ଦିଶେ । ଏହି କୁଣ୍ଡ  ନିକଟରେ ଶୂଳ କୁଣ୍ଡ ଅଛି । ଅଗଣିତ ଶୂଳ ଏହି କୁଣ୍ଡରେ ଭର୍ତ୍ତି ହୋଇଅଛି ।ବାଛି ବାଛି ପାପୀ ଙ୍କୁ ଏହି କୁଣ୍ଡକୁ ଅଣା ଯାଇ ଦଣ୍ଡ ଦିଆ ଯାଏ । ତୈଳ କୁଣ୍ଡ ନିକଟରେ ଆଉ ଏକ କୁଣ୍ଡ ଅଛି ତାହାର ନାମ ଜ୍ବାଳାବତୀ କୁଣ୍ଡ ।ଏହା ନିକଟରେ  ଭସ୍ମ କୁଣ୍ଡ ,ଜମ୍ବୁକୁଣ୍ଡ ,  ଓ କୁମ୍ଭୀପାକ କୁଣ୍ଡ ଅଛି । ଯେଉଁ ପାପୀ ଅତ୍ୟନ୍ତ ଦୁର୍ଦଣ୍ଡ ସେ ଏହି କୁଣ୍ଡରେ ପଡେ ।କର୍ଣ୍ଣ ମୁଖ କୁଣ୍ଡ  ଦୁଇଟି ଅଛି । ଏହି କୁଣ୍ଡରେ ମଳ ମୂତ୍ର ପୂଜ ଭରି ରହିଥାଏ । ଜଳନ୍ଧର କୁଣ୍ଡ ଅତି ଭୟଙ୍କର ଦିଶେ । କଫ କୁଣ୍ଡ ର ଗଭୀର ସବୁଠାରୁ ଅଧିକ । ଏହି ପୁରରେ ବିଷ କୁଣ୍ଡ ଅଛି । ଏହାର ନିକଟକୁ ମକ୍ଷିକା ବା ମଶା କୁଣ୍ଡ ଅଛି । ଶୁକ୍ରକୁଣ୍ଡ ,ରଜ କୁଣ୍ଡ ,ରୌରବ କୁଣ୍ଡ  ,ସିଂହ କୁଣ୍ଡ ,ଅଶ୍ୱକୁଣ୍ଡ , ଭେକ କୁଣ୍ଡ ଏସବୁ ଯମ ପୁରରେ ଅଛି ।ଗୋଳ କୁଣ୍ଡରେ ସର୍ବଦା ଗୋଳ ସୃଷ୍ଟି ହୁଏ । ତେଜ କୁଣ୍ଡ ,ସୂର୍ଯ୍ୟ କୁଣ୍ଡ ,ରୌଦ୍ର କୁଣ୍ଡ ,ରେ ପାତକ ଗଣ ଙ୍କୁ ପକାଯାଏ ।
ପୁତି କୁଣ୍ଡ ବହୁତ  ଦୁର୍ଗନ୍ଧ ହୁଏ । ଏହି କୁଣ୍ଡରେ ମହା ପାତକୀ ମାନଙ୍କୁ  ପକାଯାଏ । ବସା କୁଣ୍ଡ ମଧ୍ୟରେ ଗୋଟିଏ କୁଣ୍ଡ ପୂର୍ଣ୍ଣ ହୋଇ  ରହିଥାଏ  
ଶ୍ଳେଷ୍ମା  କୁଣ୍ଡ  ଗୋଟି ବଡ଼ ଦାରୁଣ ଅଟେ । ଜିହ୍ଵା କୁଣ୍ଡ  ,ନେତ୍ର କୁଣ୍ଡ  ଅତି ଭୟାନକ ଅଟେ । ଏହି କୁଣ୍ଡରେ ପାପୀ ପଡି ବହୁତ କଷ୍ଟ ପାଆନ୍ତି । 

ଯମପୁର କିଛି ଦୂରରେ  ଗୋକୁଣ୍ଡ ନାମକ ଏକ କୁଣ୍ଡ ଅଛି । ଏହି କୁଣ୍ଡରେ ଗୋରୁ ଙ୍କର ରକ୍ତ ଓ ମାଂସ ପଚି କି ଥାଏ । ଏହି କୁଣ୍ଡ ପାଖରେ ଦନ୍ତ କୁଣ୍ଡ ଅଛି ।ଏହି କୁଣ୍ଡ ଅତି କଦର୍ଯ୍ୟ କୁଣ୍ଡ ଅଟେ । ଚକ୍ର କୁଣ୍ଡ ,ପେଚା କୁଣ୍ଡ ,ସ୍ନାନ କୁଣ୍ଡ  ଏ ତିନି କୁଣ୍ଡ ଅତି ଭୟାନକ ଅଟେ ।
ଏହି କୁଣ୍ଡ ନିକଟରେ ସର୍ପ କୁଣ୍ଡ ଅଛି ।ଏହି କୁଣ୍ଡରେ ସବୁ ସର୍ପ ପୁରି ରହିଥାନ୍ତି। ତା ପାଖକୁ ସୁଚିମୁନା କୁଣ୍ଡ ,ଗୃଧ୍ର କୁଣ୍ଡ  ଓ ଏହାର ନିକଟରେ କାଳକୁଣ୍ଡ ରହିଅଛି । ସନତ କହିଲେ ହେ ଋଷିଗଣ ! ଏହି ରୂପେ  ଯମପୁରରେ ଚୌରାଶୀ ପ୍ରକାର ମୁଖ୍ୟ ନର୍କ କୁଣ୍ଡ ଅଛି । ଯମ ରାଜା ପାପ ଅନୁସାରେ ଦଣ୍ଡ ବାଛି  କି ଦିଅନ୍ତି ।କେଵଳ ପାପୀ ମାନେ ଏଠାରେ ବହୁତ ଦଣ୍ଡ ପାଆନ୍ତି । ଯମ ପୁରକୁ ପୁଣ୍ୟବନ୍ତ ପ୍ରାଣୀ ମାନେ ଯାଆନ୍ତି ନାହିଁ । ପୁଣ୍ୟବନ୍ତ ପ୍ରାଣୀଙ୍କ ପାଇଁ  ଦିବ୍ୟ ଭୋଗ ଖଞ୍ଜା ଯାଇ ଥାଏ । ତାଙ୍କ ପାଇଁ ଦିବ୍ୟ ଭବନ ଖଞ୍ଜା ହୋଇଅଛି । ଯେଉଁମାନେ ହରିହର ପାଦରେ ସେବା କରିଥିବ ଓ ସତ୍ୟ ଧର୍ମ ନାୟ ଧର୍ମ ଯେହୁ ଚଳିଥିବ  ସେମାନେ କେଭେ ନର୍କ କୁଣ୍ଡ ଦେଖିବେ ନାହିଁ । ସ୍ଵର୍ଗାଳୟ ରେ ସ୍ୱର୍ଗସୁଖ ସର୍ବଦା  ସେହିଁ ପାଇବ । ହେ ସାଧୁ ଜନ ସେ ସୁଖ ପାଇବା ପାଇଁ ଯଦି ମନ ଅଛି ତେବେ ଶିବ ଭଗବାନ ଙ୍କୁ ସ୍ମରଣ କର ।

କ୍ରମଶଃ....................


┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୧୨】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୧୨】                ╚⏤⏤⏤⏤╗❀╔⏤⏤⏤⏤╝
⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆⋅⋆⋄✧
ବ୍ରହ୍ମା ସୁତ ସନତ   ନୈମିଷା ଅରଣ୍ୟ ରେ ଏକତ୍ରିତ ହୋଇ ଶିବ ଚରିତ ଶୁଣୁଥିବା ସମସ୍ତ ଋଷିଗଣ ଙ୍କୁ କହିଲେ -ହେ ତପଶିଳ !  ମହେଶ୍ୱଙ୍କ ବାଣୀ ଅନୁସାରେ  ଯେଉଁ ନାରୀ ର ଦୁଇ ପତି ଥାଏ ତାକୁ ଦୋଚାରୁଣୀ ସଂସାର କୁହେ ।ଯାହାର ତିନି ପତି ଥାଏ ତାକୁ ସଂସାର ଧର୍ଷଣୀ ବୋଲି କୁହେ ।ଯାହାର  ଚାରିପତି ଥାଏ ସେହି ନାରୀକୁ ସଂସାରରେ ପୁଂସଳି ବୋଲି ଆଖ୍ୟା ଦିଏ ।ଯେଉଁ କାମୁକ ରାମଣୀର ପାଞ୍ଚ ପତି ଥାଏ   ସଂସାର ତାହାକୁ ବେଶ୍ୟା ବୋଲି କୁହେ ।ଯେଉଁ ନାରୀର  ପାଞ୍ଚ ଠାରୁ ଅଧିକ ପତି ଥାଆନ୍ତି ତାକୁ ମହା ବେଶ୍ୟା ବୋଲି ସଂସାର କୁହେ।ବେଶ୍ୟା ,ମହାବେଶ୍ୟା ,ପୁଂସଳି ,ଧର୍ଷଣୀ ଏ ଚାରି  ଜଣଙ୍କ ସହିତ ଯିଏ ସଙ୍ଗ ହୁଏ  ତେବେ ସେ ଜୀଇଥିବା ଯାଏ ବହୁତ କଷ୍ଟ ପାଏ । ଅନ୍ତିମ ସମୟରେ ନର୍କରେ ବାସ କରେ। ସେହି ନାରୀ  ଲକ୍ଷ୍ମୀ ଛଡା ହୋଇ ଦ୍ୱାର ଦ୍ୱାର ହୋଇ ବୁଲେ ।ଜନ୍ମ ଜନ୍ମାନ୍ତର ରେ ମହା ଦୁଃଖ ଭୋଗୁଥାଏ । ଚିରକାଳ ଚୌରାଶୀ ନର୍କ କୁଣ୍ଡରେ ପଡେ ।ହେ ଋଷିକୂଳ ସେ ମହା ପାତକୀ ଅଟେ । ଅନ୍ତଃ କାଳେ ଯମଦୂତ ମାନେ ତାକୁ ଧରି ନେଇ ନର୍କରେ ପକାଇ ବହୁତ ଦୁଃଖ ଦିଅନ୍ତି ।କୁମ୍ଭୀପାକ ନର୍କ ରେ ସେହି ନାରୀ ପଡି ଦୁଃଖ ପାଏ । ତା ଶରୀର ରେ କୃମି କୀଟ ଚାଲୁଥାନ୍ତି । ବେଶ୍ୟାନାରୀ ମାନେ ଅଳଙ୍କାର ମଣ୍ଡି ହୋଇ  
ସଭାରେ ରାଣୀ ପରି  ବସିଥାନ୍ତି ।ସେ ସଦା ସର୍ବଦା ଦେବ କନ୍ୟା ପରି ଦିଶୁଥାନ୍ତି ।ସକଳ ଧର୍ମ  ମହତ ଓ ମର୍ଯ୍ୟାଦା ବୁଢ଼ାଇ  ନାନାଦି ବିଳାସ କରିଥାନ୍ତି ।ଏମାନେ ପୁରୁଷ ମାନଙ୍କୁ  ପାପରେ ପକାଇ ଘରକୁ ଧନ ନେଇଥାନ୍ତି । ଗୀତ ଗାଇ ,ନାଚ କରି  ରଙ୍ଗ ରସ ମାଧ୍ୟମରେ  ଅଳ୍ପ ଅଳ୍ପ ହସି ଆଖି ନଚାଇ  ଅପାଙ୍ଗ ଚାହାଣି କଟାକ୍ଷ ରେ  ପୁରୁଷର ମନ କୁ ଟାଣି ନୂଆନ୍ତି । ଏଥିପାଇଁ ସନ୍ଥ ପୁରୁଷ ମାନେ ପାପ ରେ ପଡନ୍ତି । ହେ ଋଷିଗଣ !ଯିଏ ବେଶ୍ୟା ସହିତ ପଡେ  ସେହିଁ ନର୍କ ଭୋଗ କରେ । କଳ୍ପ କଳ୍ପାନ୍ତର ତାକୁ ମୁକ୍ତି ମିଳେ ନାହିଁ । 

ଏହାପରେ ସକଳ ଋଷିଗଣ ଙ୍କୁ ବ୍ରହ୍ମା ସୁତ କହିଲେ - କୁଳଶୀଳ ନାରୀ ମାନଙ୍କର ଆଚରଣ ବିଷୟରେ କହୁଛି ଶୁଣ । ଏହି ନାରୀ ମାନେ ଦେବତା ,ଅତିଥି  ଙ୍କ ପୂଜା ସର୍ବଦା କରନ୍ତି । ଗୁରୁଜନ ଙ୍କ ପାଦରେ ଏମାନଙ୍କର ଭକ୍ତି ଥାଏ   ।ସମସ୍ତଙ୍କୁ ସମାନ ଚକ୍ଷୁରେ ଏଭଳି ନାରୀ ଦେଖିଥାନ୍ତି । ସକଳ ନର ଙ୍କୁ ମିଷ୍ଟ ବାକ୍ୟ କହିଥାନ୍ତି । ଏ ନାରୀ ମାନେ ପର ଆପଣା  ବାରଣ କେଭେ କରନ୍ତି ନାହିଁ । ଆଗ ପରକୁ ଦେଖିଲେ ସମ୍ମାନ ଦିଅନ୍ତି ।ଏପରି ନାରୀ ଯାହାର ଗୃହରେ ଥାଏ ସେହି ଲୋକ ଏ ସଂସାରରେ ବଡ଼ ଭାଗ୍ୟବାନ ଅଟେ । ତାହାର ଗୃହ ଧନ ,ଜନ ରେ ପରିପୂର୍ଣ୍ଣ ହୋଇଥାଏ । ଗୁହାଳ ଗୁହାଳ ଗାଈ ପୁରି କି ରହିଥାନ୍ତି । ଏପରି ନାରୀ ଯାହାର ଘରେ ଥାଆନ୍ତି ତାହାର  ଦିନ ସବୁବେଳେ ଆନନ୍ଦ ରେ କଟିଥାଏ । ସେହିଭଳି ନାରୀ ଯୋଗୁ ପୁରୁଷ ଧନ୍ୟ ହୁଏ । ମୃତ୍ୟୁ ପରେ ସେ ନାରୀ  ସ୍ଵର୍ଗରେ ବସେ । ଲୋକମାନେ ତାକୁ ସତୀ ବୋଲି ପୂଜା କରନ୍ତି ।

ଋଷି ସନତ କୁମାର କହିଲେ ହେ ଋଷିଗଣ ! ଅପୁତ୍ରିକ ନାରୀ ମାନଙ୍କ  କାହାଣୀ ତୁମ ଆଗରେ କହୁଛି ।ତୁମେ ମନ କର୍ଣ୍ଣ ଦେଇ ଶୁଣ । 
ଯେଉଁ ନାରୀ ସ୍ବାମୀ ଙ୍କୁ ସର୍ବଦା ରୁକ୍ଷ ଭାଷା କହେ  ,ସ୍ୱାମୀ ଯାହା କୁହେ ସେ ନାରୀ ତାହା କର୍ଣ୍ଣ ରେ ଶୁଣେ ନାହିଁ ,ଏ ଭଳି ନାରୀ ଶାଶୁ ଶ୍ୱଶୁର ଙ୍କୁ ଖାତିରି କରେ ନାହିଁ ।ପଦେ ପଦେ କଥାରେ ରାଗି ଯାଇ କଳି ସୃଷ୍ଟି କରନ୍ତି । ଅତିଥି ଅଭ୍ୟାଗତ ଙ୍କୁ ଅନ୍ନ ଗଣ୍ଡେ ଦିଅନ୍ତି ନାହିଁ  ହେଲେ ଭର୍ତ୍ସନା କରି ସେମାନଙ୍କୁ କାଟୁ କଥା କୁହନ୍ତି  ।ଏହି ନାରୀ ମାନେ ପର ପିଲାଙ୍କୁ ଦେଖିଲେ  ମନରେ ଅହଂକାର ବହେ ଓ ସବୁବେଳେ ଦୂର ଦୂର ମାର ମାର କରେ । ଏପରି ରମଣୀ ଭାଗ୍ୟରେ ସନ୍ତାନ ସୁଖ ନଥାଏ । ଅପୁତ୍ରିକ ହୋଇ ଦୁଃଖରେ ଦିନ ବିତାଇ ଥାଏ । ଏହିଭଳି ନାରୀ ମୃତ୍ୟୁ ପରେ  ପୁତ୍ର ନାମକ ନର୍କରେ  ଯମଦୂତ ମାନେ ନେଇ ପକାଇ ଦିଅନ୍ତି । ନର୍କରେ ପକାଇ ବହୁତ ଦଣ୍ଡ ଦିଅନ୍ତି ।ଶାବଳ ରେ ପ୍ରହାର କରନ୍ତି । ହେ ଋଷିଗଣ !ଏହି ପ୍ରକାର ଅଟେ ନର୍କ ର ବିଚାର । ଏହାକୁ ମୁଁ ଠିକେ ଠିକେ  ତୁମ ଆଗରେ ବଖାଣିଲି ।

ବ୍ରହ୍ମା ସୁତ ସନତ କହଲେ -ଆହେ ଋଷିଗଣ ! ମୁଁ ପୂର୍ବେ ବ୍ୟାସ ଙ୍କ ମୁଖରୁ ଯାହା ଶୁଣିଥିଲି  ତାହାକୁ ଏଠାରେ ପ୍ରକାଶ କଲି । ଏ ଶିବ ପୁରାଣ  ପରମ ପବିତ୍ର ଅଟେ । ଯିଏ ଏହି ପୁରାଣ ପାଠ କରେ ସେ ମୋକ୍ଷ ହୋଇଯାଏ । ହେ ସୁଜ୍ଞ ଜନେ ଆପଣ ମାନଙ୍କୁ  ନିବେଦନ କରୁଛି ଯେ  ସର୍ବଦା ଶିବ ପୁରାଣ କୁ ପାଠ କରନ୍ତୁ । ଏହି ପୁରାଣ ପାଠ କଲେ ଭଵ ସାଗର ରୁ ନିଶ୍ଚିତ ପାର ହୋଇ ଯିବ । ଯମଦଣ୍ଡ ତୁମକୁ ଲାଗିବ ନାହିଁ । ତୁମ ନେତ୍ର ନର୍କ ଦର୍ଶନ କରିବ ନାହିଁ । ହେ ଜ୍ଞାନୀ ଜନ ତୁମେ ଶିବ ପୁରାଣ ପଢି ନପାରିଲେ ଏହାକୁ ଶୁଣ ।ସୁ ଚିତ୍ତରେ ଶିବ ଶାସ୍ତ୍ର  ଉପରେ  ମନ ନିବେଶ କର । ଏହି ଶିବ ପୁରାଣ ଅତ୍ୟନ୍ତ  ପବିତ୍ର ଅଟେ । ଯିଏ ଏହି ପୁରାଣ କୁ ଶୁଣି ଅନ୍ୟ କୁ ଶୁଣାଏ ସେ ବ୍ୟକ୍ତି ସଂସାର ରେ ମହାନ ଅଟେ । ହେ ଦେବ ଦେବ ମହାଦେବ  ତୁମ ପାଦ ପଦ୍ମ ରେ ମୋ ମନ ରହୁ ।

କ୍ରମଶଃ...................

┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

Sunday, July 3, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୧୧】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୧୧】                ╚⏤⏤⏤⏤╗❀╔⏤⏤⏤⏤╝
⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆⋅⋆⋄✧
ବ୍ରହ୍ମାଙ୍କ ସୁତ ସନତ ଋଷି ନୈମିଷା ଅରଣ୍ୟରେ ଏକତ୍ରିତ ହୋଇଥିବା ସକଳ ଋଷିଗଣ ଙ୍କୁ କହିଲେ -ହେ ଋଷିଗଣ !ଗୁରୁ ଆମେ କାହାକୁ କହିବା ସେ ବିଷୟରେ ତୁମକୁ କହୁଛି ଶୁଣ ।ସନତ କହିଲେ ....
ଯେଉଁ ବ୍ୟକ୍ତି ସର୍ଵ ଶାସ୍ତ୍ର ଜାଣେ ଓ ସର୍ବଦା ସତ୍ୟ କୁହେ  ,ଯିଏ ଜିତେନ୍ଦ୍ରିୟ ,ନିର୍ଲୋଭ ଧର୍ମରେ ସର୍ବଦା ରତ ଥାଏ ।ଯିଏ ଶତ୍ରୁ ମିତ୍ର ଦୁହିଁଙ୍କୁ ସମାନ ଭାବରେ ଦେଖେ ।ଯିଏ ସବୁବେଳେ ବିନୟ ବଚନ କହେ  ,ଅକ୍ରୋଧସମର ଦର୍ଶୀ ଓ ଧର୍ମ ରେ ଯାରମନ ଥାଏ ,ସରଳ ପ୍ରକୃତି ,ମନରେ ଲୋଭ ନଥାଏ  ,ଏପରି ଲୋକଙ୍କୁ ଗୁରୁ ବୋଲି ବିଚାର କରିବ । ଜନହିତେ ଏସବୁ କଥା ଦେବା ଦେବୀ ମାନେ କହି ଯାଇଛନ୍ତି । ହେ ଋଷିଗଣ !ଗୁରୁଙ୍କ ପୁତ୍ର ଯଦି ମୂର୍ଖ  ହୋଇଥିବ ତାଙ୍କ ଠାରେ ଗୁରୁ ତୁଲ୍ୟ ସମ୍ମାନ କରିବ ।ଗୁରୁ ଅଂଶ ଧରି ଗୁରୁପୁତ୍ର ଜନ୍ମ ହୁଅନ୍ତି ।ଗୁରୁପୁତ୍ର ଙ୍କୁ ଭକ୍ତି କରିବ ।ଗୁରୁ ନିନ୍ଦା କଲେ ନର୍କ ରେ ପଡିବ ଗୁରୁଙ୍କୁ ସେବାରେ ସନ୍ତୁଷ୍ଟ କରି ପାରିଲେ ବ୍ରହ୍ମପଦ ପାଇ ପାରିବ ।

ଋଷିଗଣ ପଚାରିଲେ  ହେ ମୁନିମଣି ! କି ପ୍ରକାର ରେ ଗୁରୁସେବା  କରନ୍ତି  ତାହା ଆମ୍ଭ ମାନଙ୍କୁ କୁହନ୍ତୁ ? ଋଷି ମାନଙ୍କର ବିନୟ ବଚନ ଶୁଣି  ସନତ କୁମାର  କହିଲେ  ......ଯେତେବେଳେ ଶ୍ରୀଗୁରୁଙ୍କ ଦର୍ଶନ  କରିବ ସେତେବେଳେ ସାଷ୍ଟାଙ୍ଗେ  ତାଙ୍କ ଚରଣ  ରେ ପ୍ରଣାମ କରିବ । ସୁବାସିତ ଜଳ ନେଇ ତାଙ୍କ ପାଦ ଦୁଇଟି କୁ ଧୋଇଦେଵ । ସେହି ପାଦଧୁଆ ଜଳ କୁ ଆନନ୍ଦ ହୋଇ ପିଇବ ।ତାପରେ  ଉତ୍ତମ ବସନ ନେଇ ଗୁରୁଙ୍କ ପାଦ ପୋଛି ଦେବ ।ଗନ୍ଧ ,ଚନ୍ଦନ ,କୁସୁମ ଦେଇ ଗୁରୁଙ୍କୁ ପୂଜା କରିବ ।ଗୁରୁଙ୍କୁ ନେଇ ଦିବ୍ୟ ଆସନ ରେ ବସାଇବ ।ତାଙ୍କ ଆଗରେ ଧୀର ବଚନ ରେ କଥା ହେବ ।ଗୁରୁଙ୍କ ଛାମୁରେ  ବେନିକର କୁ ଯୋଡି  ଭକ୍ତି ଭାବ ନେଇ ଛିଡା ହେବ ।ଗଳାରେ ବସନ ଦେଇ  ତାଙ୍କ ପାଖରେ ଭୃତ୍ୟ ପରି ରାତି  ଦିନ ଖଟି ଚାଲିବ ।ସବୁବେଳେ ସବୁକାର୍ଯ୍ୟ ରେ ଭୟ ରଖିଥିବ ଯେପରି ତୁମ କାର୍ଯ୍ୟ ଦେଖି ଗୁରୁ କ୍ରୋଧ ନ ହୁଅନ୍ତି । ଯେତେବେଳେ ଗୁରୁ ବସିବାକୁ ଆଜ୍ଞା ଦେବେ  ସେହି ସମୟରେ ଚକା ଆସନ ପକାଇ ବସିବ ।ଏପରି ବସିବ ଯେ ଯେପରି ପାଦ ର ଅଗ୍ର ପଦାକୁ ଦିଶିବ ନାହିଁ ।ଗୁରୁ ଙ୍କ ବିନା ଆଦେଶ ରେ ସେଠାରୁ ଉଠିବ ନାହିଁ । ଷଡରସ ଭୋଜନ ଦେଇ ଗୁରୁଙ୍କ ମନ ତୋଷିବ । ସମୟ ଜାଣି ଗୁରୁଙ୍କ ପାଖରେ ଖଟୁଥି ବ । ଭୋଜନ ଶେଷରେ ଆଚମନ କଲା ପରେ ଶୀଘ୍ର ନେଇ ସୁବାସିତ ଜଳ ଦେବ । ଗୁରୁ ଦାନ୍ତ ଘଷିବା ପାଇଁ ସୂକ୍ଷ୍ମ ଦାନ୍ତକାଠି  ଯୋଗାଇ ଦେଇ କିଣା ଜନ ପ୍ରାୟ ହୋଇବ । ଏହାପରେ ତାମ୍ବୁଳ ଦେଇ କୋମଳ ଶଯ୍ୟା ପାରିଦେଵ ।ଧୀରେ ଧୀରେ ଗୁରୁଙ୍କ ଚରଣ କୁ ଧରି ଚିପିବ ।  ଗୁରୁ ଛାଡିଥିବା ଅନ୍ନ କୁ  ଅତି ଆନନ୍ଦରେ ଭୋଜନ କରିବ ।ଯେତେଦିନ ଗୁରୁଦେବ ଘରେ ରହିବେ  ତାଙ୍କ ମନ ଜାଣି ତାଙ୍କ ପୂଜା କରିବ । ଯେଉଁ ଦିନ ଗୁରୁଦେବ ମେଲାଣି ହୋଇବେ  ଭୃତ୍ୟ ପରି ତାଙ୍କ ସହିତ ତାଙ୍କ ଲୁଗାପଟା ନେଇ ଯିବ।ଯେଉଁ ଠାରେ ଗୁରୁ ଆଜ୍ଞା ଦେବେ ଯାଅ ବୋଲି  ସେହି ସମୟରେ ଶହେ ଆଠ ଥର ଦଣ୍ଡବତ କରିବ ।ଗୁରୁଙ୍କ ବାକ୍ୟ ପାଳି ଘରକୁ ଆସିବ ।ମନ ମଧ୍ୟରେ ଗୁରୁଙ୍କୁ ଧ୍ୟାନ କରୁଥିବ । ଏପରି ଗୁରୁଙ୍କ ସେବା ଯେଉଁମାନେ କରନ୍ତି  ସେମାନଙ୍କ ଗୁଣ କୁ ବ୍ରହ୍ମା ବଖାଣି ପାରନ୍ତି ନାହିଁ । ଇହ ଲୋକ ରେ ଏପରି ଜନ ବହୁ ଆନନ୍ଦରେ ରୁହେ । ଅନ୍ତେ ବୈକୁଣ୍ଠ ଲୋକରେ ଦିବ୍ୟ ସ୍ଥାନ ପାଏ ।ବର୍ଣ୍ଣ ମାନଙ୍କର ଗୁରୁ ବ୍ରାହ୍ମଣ ଅଟନ୍ତି ।ବ୍ରାହ୍ମଣ ମାନଙ୍କର ଗୁରୁ ଅଗ୍ନିଦେଵ । ଅଭ୍ୟାଗତ ଲୋକ ସବୁଠାରେ ଗୁରୁ ଅଟନ୍ତି । ସଂସାରେ ଯେତେକ ଗୁରୁ ଅଛନ୍ତି ତୁମକୁ କହୁଛି ଋଷିଗଣ ।ଏହି କଥାକୁ ମନ କର୍ଣ୍ଣ ଦେଇ ଶୁଣ । କେଉଁ କେଉଁ  ଗୁରୁଙ୍କ ଚରଣ କୁ ପୂଜା କରିବ ।

ପିତା ଗୁରୁ ,ମାତା ଗୁରୁ , ବିଦ୍ୟାଦାତା ,ଶାଶୁ ,ଶ୍ୱଶୁର , ଅତିଥି ବୃଦ୍ଧ ,ବଡ଼ ଭାଇ ,ଏମାନେ ଗୁରୁଜନ ଅଟନ୍ତି ।ଏହି ମାନଙ୍କୁ ସେବାକଲେ ଏ ଭଵ ସାଗର ରୁ ପାରି ହୋଇ ପାରିବ ।ଯେଉଁମାନେ ଏମାନଂକ ପୂଜା ଭକ୍ତିରେ କରେ  ସେହିମାନେ ଚତୁବର୍ଗ ଫଳ  ଲାଭ କରନ୍ତି । ନାରୀ ମାନଙ୍କର ଗୁରୁ ତାଙ୍କର ପତି ଅଟନ୍ତି ।ନାରୀ ମାନେ ସ୍ୱାମୀ ଙ୍କୁ ହରିହର  ବ୍ରହ୍ମା ସମାନ ପୂଜା କଲେ ଅନେକ ପୁଣ୍ୟ ପାଇଥାନ୍ତି । ଯେଉଁ ନାରୀ ଦାସୀ ପରି ସ୍ବାମୀକି ସେବାକରେ  ସେହି ନାରୀ  ସତୀ ମଧ୍ୟରେ ଗଣା ହୁଏ ଓ ସେ ମଲା ପରେ ସ୍ୱର୍ଗ ସୁଖ ପାଏ ।ଯେଉଁ ନାରୀ ପତି ବିନା ଅନ୍ୟ କିଛି ଜାଣେ ନାହିଁ  ସେହିଁ ସଂସାର ରେ ପତିବ୍ରତା ସତୀ ନାରୀ ଅଟେ । ଯେଉଁ ନାରୀ ପ୍ରତିଦିନ ସ୍ୱାମୀ ପାଦ ଧୋଇ  ସେ ପାଦ ଉଦକ ଭକ୍ତି ସହକାରେ ସେବନ କରେ  ତାକୁ କୌଣସି ଜନ୍ମରେ ଯମଦଣ୍ଡ ଲାଗେନାହିଁ ।ପତି ,ଅନ୍ଧ ,କାଲ କୁଜା ଅବା ଛୋଟା କି ପାଷାଣ୍ଡ ହେଉ  କି ଗୁଣରେ ଅସୁନ୍ଦର ହେଉ  ପତିବ୍ରତା ନାରୀକି ତାହା ସୁନ୍ଦର ଦିଶେ । ଯେଉଁ ନାରୀ ପତିର ଆଜ୍ଞା କୁ ଅବଜ୍ଞା ନକରେ ଓ ଦିନ ରାତି ପତି ସେବାରେ ଲାଗିଥାଏ ,ପତିର 
ଉଚ୍ଛିଷ୍ଟ  କୁ ଆନନ୍ଦରେ ଖାଇଥାଏ ପତି ଆଜ୍ଞା କୁ ଦାସୀ ପରି ମାନି ଥାଏ  ,ପତି ଙ୍କର ଯେଉଁ ଦ୍ରବ୍ୟରେ ଆଗ୍ରହ ଥାଏ  ସେହି ଦ୍ରବ୍ୟ କୁ ଯଥା ସମୟରେ ଯୋଗାଏ  ପତି ର ଦୁଃଖ ରେ ଦୁଃଖୀ ଓ ପତି ର ସୁଖରେ ସୁଖୀ ହୁଏ  ଏହା ବ୍ୟତୀତ ପତି  ଧର୍ମ ଆଚରଣ ଶିଖି ପତି  ଙ୍କ ପରି ନିରନ୍ତର ଧ୍ୟାନ କରୁଥାଏ ସେହିଁ ସର୍ଵ ସୁଖ ପାଏ ।ଯେଉଁ ନାରୀ ପତି ପାଦେ ମନ ରଖେ ଓ ନିଜକୁ କିଣା ଦାସୀ ବୋଲି ଭାବେ 
ସେ ନାରୀ ଜଗତରେ ଭାଗ୍ୟବତୀ ଅଟେ ।ଏହି ନାରୀର ଦର୍ଶନ ପାଇ ପାପୀ ମାନେ ମୁକ୍ତି ପାଇଥାଆନ୍ତି । ପତିର ଦୋଷ କୁ ଯେଉଁ ରମଣୀ ଧରେ ନାହିଁ ,ପତିର ପାଶେ ସମୟ ବୃଥାରେ କଟାଏ ନାହିଁ  ,ଦୋଷ ରେ ଓ ଅଦୋଷ ରେ ପତି ଯଦି ଗାଳି ଦେଲେ  ଉତ୍ତର ନଦେଇ ଯଦି ନାରୀ ସବୁ ସହିଯାଏ  ,ଅଭିମାନ ନକରି ପତି ପାଡସେବା କରେ ସେହି ନାରୀ ସଂସାରରେ ଭାଗ୍ୟବତୀ ଅଟେ ।

ଯେଉଁ ନାରୀ ଗୁରୁଜନ ଙ୍କୁ ଦେଖି ଲଜ୍ୟା ବତୀ ହୁଏ ,ଉଚ୍ଚ କରି କେତେବେଳେ କଥା କହେ ନାହିଁ  ,ଧର୍ମକାର୍ଯ୍ୟ ରେ ମନ ସର୍ବଦା ଥାଏ 
କୁଟୁମ୍ବ କୁ ଆଗ ଦେଇ ପଛରେ ଭୋଜନ କରେ  ସେହି ନାରୀ  ସାଧବୀ ପତିବ୍ରତା ଅଟେ । ଏହି ନାରୀର ଆଜ୍ଞାକୁ କୌଣସି ଦେବତା ଲଙ୍ଘି ପାରନ୍ତି ନାହିଁ ।ତାହାର ଏତେ ପୁଣ୍ୟ ଯେ ଏହାକୁ କେହି ମୁଖରେ ବର୍ଣ୍ଣନା କରି ପାରିବେ ନାହିଁ । ଉମା ,ରମା ସହିତ ଏହି ନାରୀଙ୍କୁ ତୁଳନା କରାଯାଏ । ଏଭଳି ନାରୀର ଯଶକୀର୍ତ୍ତ ସଂସାର ସାରା ଉଡେ ।ଏହି  ନାରୀର କଥା ବ୍ରହ୍ମା ,ବିଷ୍ଣୁ ,ହର ଭାଙ୍ଗି ପାରନ୍ତି ନାହିଁ ।

ଯେଉଁ କାମତୁରା ନାରୀ ଦୁଇପତି କରେ  ସଂସାରରେ ସେ ଦୋଚାରୁଣୀ ରୂପେ ଆଖ୍ୟା ପାଏ । ଯେଉଁ ନାରୀ କାମ ବଶରେ ତିନି ପତି କରେ  ତାକୁ ସଂସାର ଧର୍ଷଣୀ ବୋଲି କୁହେ । ଯେଉଁ ନାରୀର ଚାରି ପତି ଥାଏ  ସଂସାର ତାହାକୁ ପୁଂସଳି  ବୋଲି କୁହେ ।ଯେଉଁ କାମୁକ ରମଣୀ ପାଞ୍ଚ ପତି କରେ  ସଂସାର ତାହାକୁ ବେଶ୍ୟା ବୋଲି କୁହେ । ପାଞ୍ଚ ରୁ ଅଧିକ ପତି ଯେଉଁ ନାରୀ କରେ  ସଂସାର ତାହାକୁ 
ମହାବେଶ୍ୟା ଆଖ୍ୟା ଦିଏ । ହେ ଋଷିଗଣ !ଏହା ହେଉଛି ମହେଶ ଙ୍କ ବାଣୀ ଓ ଏହା ମିଛ ନୁହଁଇ । ଏତିକି କହି ସନତ ଋଷି ମୌନ ହୋଇଗଲେ ।

କ୍ରମଶଃ.................

┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୧୦】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୧୦】                ╚⏤⏤⏤⏤╗❀╔⏤⏤⏤⏤╝
⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆⋅⋆⋄✧
ଋଷି ସନତ କୁମାର ଏହାପରେ ଅଗମ୍ୟ ଗମନ ପାପ କଥା ନୈମିଷା ଅରଣ୍ୟ ରେ ରୁଣ୍ଡ ହୋଇଥିବା ସକଳ ଋଷିଗଣ ଙ୍କୁ କହିଲେ - ବ୍ରାହ୍ମଣ ହୋଇ ଯଦି ଶୁଦ୍ର  ହରଣ କରେ ଓ ଶୁଦ୍ର ହୋଇ ଯଦି ବ୍ରାହ୍ମଣ କନ୍ୟା କୁ ହରଣ କରେ ବା ରତି କରେ କିମ୍ବା ବିବାହ କରେ  ତାହାକୁ ଅଗମ୍ୟ ଗମୀ ପାପ କହନ୍ତି ।ବ୍ରାହ୍ମଣ  ହୋଇ ଯଦି ବୃଶଳୀ ସଙ୍ଗରେ  ପ୍ରୀତି କରେ  ,ଯେଉଁ ମାନେ ନିଜ ମାତା କୁ ହରଣ କରନ୍ତି ଓ ବିମାତା କିମ୍ବା ଗୁରୁପତ୍ନୀ ଙ୍କୁ ହରଣ କରନ୍ତି ,ବଧୂ ,କନ୍ୟା ,ଶାଶୁ ଙ୍କୁ ହରନ୍ତି  ସେମାନଙ୍କୁ ଅଗମ୍ୟ ପାପୀ କୁହାଯାଏ  ।ଯେଉଁମାନେ ଭାଇ ବୋହୂ ସହିତ ପ୍ରୀତି କରନ୍ତି,କାମବାଣ ରେ ନିଜ  ଭଉଣୀ ସହିତ ପ୍ରୀତି କରନ୍ତି ,ମାଉସୀ ,ବଡ଼ମା ,ଶିଷ୍ୟ ର ଭାରିଯା ନାତୁଣୀ , ଝିଆରୀ ,ନାତୁଣୀ ବୋହୂ ,ଆଈ ,ମାତୁଳାଣୀ ,ପୁତୁରା ବୋହୂ ,ଓ ଭଉଣୀ କୁ ହରଣ କରନ୍ତି  ତାଙ୍କ ଠାରେ ଅଗମ୍ୟ ଗମନ ପାପ ଲାଗେ ।ସେମାନେ ଯାଇ କୁମ୍ଭୀପାକ ନର୍କରେ ପଡନ୍ତି ।କୁମ୍ଭୀପାକ ନର୍କରେ ପଡି ବହୁ କଷ୍ଟ ପାଆନ୍ତି । ହେ ଋଷିଗଣ !ମୁଁ ତୁମକୁ ଅଗମ୍ୟ ଗମନ ପାପ କଥା କହିଲି । ଏବେ  ସନ୍ଧ୍ୟା ନକରୁଥିବା ବ୍ରାହ୍ମଣ  କଥା କହୁଛି ଶୁଣ ।

ବଦରିକାଶ୍ରମ ,କୁରୁକ୍ଷେତ୍ର ,ଵିଷ୍ଣୁଧାମ ,ଗଙ୍ଗା ,ଗୋମତି ,ତ୍ରିବେଣୀ  ସାଗର ସଙ୍ଗମ ,ନୈମିଷା ଅରଣ୍ୟ ,ବୃନ୍ଦାବନ ,ହରଦ୍ୱାର ,ସୁପଵିତ୍ର ଧାମ ,ସରସ୍ୱତୀ କ୍ଷେତ୍ର  ଏସବୁ ତୀର୍ଥରେ ଯେଉଁ  ବ୍ରାହ୍ମଣ ଦାନ ଦିଅନ୍ତି
ସଂସାରରେ ତାଙ୍କୁ ଘାଟିଆ ବ୍ରାହ୍ମଣ କହନ୍ତି । ସାଧୁ ଥାଇ ଘାଟ ହୋଇ ସନ୍ଧ୍ୟା କରେନାହିଁ ଯେଉଁ ବ୍ରାହ୍ମଣ ଓ ଭୋଜନ ବେଳେ ଚଳୁ କରେ ନାହିଁ ଯେଉଁ  ବ୍ରାହ୍ମଣ  ସେମାନେ ସାତ ଜନ୍ମ ପର୍ଯ୍ୟନ୍ତ କୁମ୍ଭୀପାକ ନର୍କ ରେ ଘାଣ୍ଟି ହୁଅନ୍ତି । ହେ ଋଷିଗଣ  ସନ୍ଧ୍ୟା ହୀନ ବ୍ରାହ୍ମଣ  କଥା କହିଲି ଏବେ ରୋଷେୟା ବ୍ରାହ୍ମଣ କଥା ଶୁଣ !

ଯେଉଁ ବ୍ରାହ୍ମଣ  ପୁରୋହିତ ହୋଇଅନ୍ୟ ଘରେ ଯାଇ ରୋଷେଇ କରେ   ସେହି ବ୍ରାହ୍ମଣ  ମହାପାପୀ ରେ ଗଣା ହୁଏ ।କେଉଟ ,ତେଲି 
ଚମାର ,ଗଉଡ଼ ,କମାର ,ଓଡ଼ ,ବେଶ୍ୟା ,ଖୁଣ୍ଟିଆ ,ବେଣ୍ଟକାର ,ଧୋବା ,ଗୁଡ଼ିଆ ,ଭଣ୍ଡାରୀ ,ମହ୍ଲାର  ,କୁମ୍ଭାର ,ତନ୍ତି ,ବାଉରୀ ଏ ସତର ବର୍ଣ୍ଣ ଙ୍କ ଘରେ ଯଦି ବ୍ରାହ୍ମଣ ଯାଇ  ପାପ କାର୍ଯ୍ୟ କରେ  ତେବେ ସେ ବ୍ରାହ୍ମଣ ମହାପାପୀ ବୋଲି ଗଣାଯାଏ ।ତାହାରି ମୁଖ କେହି ଦେଖନ୍ତି ନାହିଁ ।ଯେଉଁମାନେ ଏପରି ମହାପାପୀ ଙ୍କୁ ଚାହାନ୍ତି ସେମାନଙ୍କ ଠାରେ ପାପ ଲାଗିଯାଏ । ହେ ଋଷିଗଣ  ରୋଷେଇ କରିବା ବିପ୍ର କଥାଓ ବୃଷଳୀ ପତି ଚରିତ ଏବେ ଶୁଣ । 

ଯେଉଁମାନେ କୁଳଟା ନାରୀ ହସ୍ତରୁ ଆହାର ଗ୍ରହଣ କରନ୍ତି ,ଯିଏ ବେଶ୍ୟା ପ୍ରୀତି ରେ ସନ୍ତୁଷ୍ଟ ହୁଏ , ଗ୍ରହଣ ଲାଗିଥିବା ଦିନ ଯିଏ ଅନ୍ନ ଭୋଜନ କରେ ।ସେହିମାନେ ବୃଷଳୀ ପତି ଜନ୍ମ ଜନ୍ମାନ୍ତର ହୋଇଥାନ୍ତି । ରଜ କୁଣ୍ଡ ନର୍କରେ ସେହିମାନେ ପଡନ୍ତି । ଏମାନେ ଶିମଳି ବୃକ୍ଷ ହୋଇ ଜନ୍ମ ନିଅନ୍ତି । 

ଋଷି ସନତ କୁମାର କହିଲେ -ଆହେ ଋଷିଗଣ !ମୋତେ ଯାହା ପଚାରିଥିଲ ତାହାକୁ ମୁଁ ଶିବ ପୁରାଣେ କହିଦେଲି ।ଏବେ ନାରୀ ମାନଙ୍କର ପାପପୁଣ୍ୟ କଥା କହୁଛି ଶୁଣ .......! ସକଳ ମୁନିଗଣ ଏକ ଚିତ୍ତ ହୋଇ  ବ୍ରହ୍ମା ସୁତଙ୍କ କଥା କୁ ଶୁଣିବାକୁ  ଆଗ୍ରହୀ ହେଲେ ।
ବ୍ରହ୍ମା ସୁତ କହିଲେ .... ଯେଉଁ କଥା ବରକୁ  ବରି ଥାଏ  ଯଦି ତାକୁ ଛାଡି ଅନ୍ୟ କୁ ବିଭାହୁଏ  ତେବେ ସେହି କନ୍ୟା ମଲା ପରେ ପାଂଶୁ କୁଣ୍ଡରେ ପଡନ୍ତି । ସେହି ନର୍କ କୁଣ୍ଡରେ ପଡି ବହୁତ ଯାତନା ପାଆନ୍ତି
 ଯେଉଁ ନାରୀ ଗର୍ବରେ ଶିବ ଲିଙ୍ଗ କୁ ନିନ୍ଦା କରେ  ସେ ମଲା ପରେ 
ଭୀଷ୍ମ କୁଣ୍ଡ ନର୍କ ରେ ପଡେ  ।ଶିବଙ୍କ ଆଜ୍ଞାରେ ସେହି ନାରୀ ପିଶାଚୀ ହୁଏ ।ରକ୍ତ ,ମାଂସ ଆହାର କରି ଦିନ କାଟେ । ଯେଉଁ ନାରୀ କ୍ରୋଧରେ ପତି କୁ ନିନ୍ଦା କରେ ତାହାର ଏତେ ପାପ ହୁଏ ଯେ ଏହାକୁ କେହି ଗଣି ପାରିବେ ନାହିଁ । ଏହି ନାରୀ ମଲେ ତାକୁ ଯମଦୂତ ମାନେ ବାନ୍ଧିନେଇ  ଉଲ୍କା ମୁଖ ନର୍କରେ ପକାଇ ଦିଅନ୍ତି । ସେହି ନାରୀର ଶରୀର ରେ ଯେତୋଟି ଲୋମ ଥାଏ  ସେତେକାଳ ପର୍ଯ୍ୟନ୍ତ ସେ ନର୍କ ଭୋଗକର । ଏହି ନାରୀ ପୁଣି ସାତଜନ୍ମ ଯାଏ ବିଧବା ହୋଇଥାଏ ।ସେ ନାରୀ ନିଦାରୁଣ ଦୁଃଖ ଭୋଗକର ।

ଯେଉଁ ବିପ୍ର ରମଣୀ ଶୁଦ୍ର  ଯୁବକ ର ସୁନ୍ଦରତା କୁ ଦେଖି କାମରେ ମତ୍ତ ହୋଇ  ତା ସହିତ ମାତେ  ସେହି ନାରୀ ଉର୍ଦ୍ଧ୍ବମୁଖ ନର୍କରେ ପଡେ । ଏହି ନର୍କରେ ଚଉଦ ବର୍ଷ ରହି ମନ ଦୁଃଖ କରେ ।ଏହାପରେ ମର୍ତ୍ତ୍ୟରେ ଜନ୍ମ ହୋଇ  ବେଶ୍ୟା କାମ କରି ଜୀବନ କାଟେ। ଯେଉଁ ନାରୀ ଶାଶୁ କଥା କୁ ମାନେ ନାହିଁ  ,ଯୌବନ କାଳରେ ଗୁରୁଙ୍କୁ ନିନ୍ଦା କରେ ,ଲାଜ ନକରି ଶଶୁର କୁ ଗାଳି ଓ ବଡ ପାଟିରେ କଥା କୁହେ ସେହି ସ୍ତ୍ରୀ ଲୋକ ତପ୍ତପାଣି  ନର୍କକୁଣ୍ଡରେ ପଡି ହଇରାଣ ହୁଏ । ଯେଉଁ ନାରୀ ପର ପୁରୁଷ ସହିତ ପ୍ରୀତି କରେ  ସେହି ନାରୀ ରକ୍ତ କୁଣ୍ଡରେ ପଡି ସର୍ବଦା ରକ୍ତ ପିଏ ।ସହସ୍ର ବର୍ଷ ପରେ ପୁଣି ସେ ନାରିଜନ୍ମ ପାଏ । ଶହେ ବର୍ଷ ଦୋଚାରୁଣୀ ହୋଇ ରୁହେ ।ପାପ ପାଇଁ ଯେତେ ଦଣ୍ଡ ଅଛି  ସେ ସବୁ କୁ ଏଭଳି ନାରୀ ଭୋଗ କରେ  ।

ନୈମିଷା ଅରଣ୍ୟ ରେ ଏକତ୍ରିତ ହୋଇଥିବା ଋଷିଗଣ ପୁଣି ବ୍ରହ୍ମା ସୁତ ଙ୍କୁ ପଚାରିଲେ   ଭୋଦେଵ!  ଗୁରୁ ଙ୍କ କଥାରେ ଯଦି ମନରେ ସନ୍ଦେହ  ହୁଏ  ତେବେ କଅଣ ପାପ ଲାଗେ କି ?। ଆମ ମନରୁ ଆପଣ ସନ୍ଦେହ ଦୂର କରନ୍ତୁ । ସନତ କୁମାର  ଏ କଥା ଶୁଣି କହିଲେ   ହେ ଋଷିଗଣ !ମୁଁ ଯାହା କହୁଛି ଏକ ଚିତ୍ତ ହୋଇ ଶୁଣ ।  ଏ ପ୍ରାଣର ଗୁରୁ ହେଉଛନ୍ତି  ଗତି ମୁକ୍ତି ଦାତା । ପ୍ରାଣୀ ମାନଙ୍କର ଜ୍ଞାନଦାତା  ଓ ପ୍ରାଣକର୍ତ୍ତା  ହେଉଛନ୍ତି ଗୁରୁ । ଏ ସଂସାରରେ ଏକ ମାତ୍ର ସାର ହେଉଛନ୍ତି ଗୁରୁ । ଭବସିନ୍ଧୁ ତାରିବା କୁ ଗୁରୁ ହିଁ କର୍ଣ୍ଣଧାର ଅଟନ୍ତି 
 ଯେଉଁମାନେ ଗୁରୁଙ୍କ ପୂଜା ନକରି ଆହାର କରନ୍ତି  ତାହାରି ଭୋଜନ ଅନ୍ନ ବିଷ୍ଠା ସହିତ ସମାନ ଅଟେ । ଗୁରୁ  ହେଉଛନ୍ତି ହରି ,ଗୁରୁ ହେଉଛନ୍ତି ହର ,ଗୁରୁହିଁ ବିଦ୍ୟାପତି ଅଟନ୍ତି । ଗୁରୁ ହେଉଛନ୍ତି ଜନକ  ଜନନୀ  ,ତଥା ପତି ।ଗୁରୁ ହେଉଛନ୍ତି ସର୍ଵ ଦେବ । ସେହି ଗୁରୁଙ୍କୁ ସର୍ଵଦା ନମସ୍କାର କରିବା ଉଚିତ । ଗୁରୁ ଜ୍ଞାନ ଦାତା ଓ ପିଣ୍ଡର କାରଣ  । ସେହି ଗୁରୁ ଯମଦଣ୍ଡ ରୁ ରକ୍ଷା କରନ୍ତି । ହେ ଋଷିଗଣ !
ସଂସାର ରେ କାହାକୁ ଆମେ ଗୁରୁ କହିବା  ସେହି କଥା କହୁଛି ଶୁଣ ।
ଏହାକହନ୍ତେ ବ୍ରହ୍ମା ସୁତ ମୌନ ହୋଇଗଲେ ।

କ୍ରମଶଃ.....................

┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

Friday, June 3, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ -୯】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୯】 
  ╚⏤⏤⏤⏤╗❀╔⏤⏤⏤⏤╝
ବ୍ରହ୍ମା ସୁତ ମୌନ ହୋଇ ଯାଇଥିଲେ  ।କିଛି ସମୟ ପରେ ପୁଣି ସର୍ଵ ଋଷିଙ୍କ ଆଗରେ ନର୍କର ବିବରଣ ବର୍ଣ୍ଣନା କରି କହିଲେ -ହେ ତପି ଗଣ !ମୁଁ ଯାହା କହୁଛି ମନ କର୍ଣ୍ଣ ଦେଇ ଶୁଣ ।ସନତ କହିଲେ -

ଯେଉଁ ଜନ ଗୋରୁ ,ବ୍ରାହ୍ମଣ ଙ୍କୁ ହତ୍ୟା କରେ ,କାମ ବଶରେ ମାନିତା ନାରୀ ଙ୍କୁ ହରଣ କରେ  ସେପରି ପାପୀ  ଚାରି ଯୁଗ ପର୍ଯ୍ୟନ୍ତ ରୌରବ ନର୍କ ରେ ପଡି ଘାଣ୍ଟି ହୁଏ । ଯମଦୂତ ମାନେ ଏହି ପାପୀ ଦେହରେ ଅଗ୍ନି ପକାଇ ଦିଅନ୍ତି ।ସେହି ପାପୀ ପୁଣି ଆସି ବିପ୍ରକୁଳ ରେ ଜନ୍ମ ହୁଏ ।ଯେଉଁ ଜନ ସନ୍ଧ୍ୟା କରେ ନାହିଁ ଓ ଶୁଦ୍ର ବିଧିମାନ ସବୁ କରେ ,ନୀଚ ଜାତିଠାରୁ ବିଭିନ୍ନ ଦାନ ନିଏ  ଏଥିପାଇଁ ତାକୁ ଦାନୁଆ ବ୍ରାହ୍ମଣ କହନ୍ତି ।ଶୁଦ୍ରକୁ ଯେଉଁ ବ୍ରାହ୍ମଣ ସେବାକରେ ଓ ଶୁଦ୍ର ଘରେ ପାପ କରେ  ସେହିମାନେ ବୃକ୍ଷଳୀ ପ୍ରତି ହୋଇଣ ଦୁଃଖରେ ଦିନ କଟେ ।

ଭିକ୍ଷୁକ ମାରି ତାହାର ଭିକ୍ଷା କୁ ଯେଉଁମାନେ ଛଡାଇ ନିଅନ୍ତି  ତାହାର ପାପ କଥା କେହି ମୁହଁ ରେ କହି ପାରିବେ ନାହିଁ । ସେହି ପାପୀ ମାନେ ସାତ ଥର କର୍କଟ ଦାଢ଼ ରେ ପଡନ୍ତି ।ଯମଦୂତ ମାନେ ଏହି ପାପୀ ଉପରେ ପ୍ରହାର କରନ୍ତି । ଏହି ପାପୀ ମାନେ ପୁଣି ମର୍ତ୍ତ୍ୟରେ ଜନ୍ମ ହୋଇ ଭ୍ରୁଣ ହତ୍ୟା କରନ୍ତି । ଏମାନଙ୍କୁ ସଂସାର ମହା ପାତକୀ ବୋଲି କୁହେ । ଏମାନେ ମଲା ପରେ ପୁଣି ଯମଦୂତ ମାନେ ବୋହି ନିଅନ୍ତି ଓ ତାଙ୍କ ଦେହରେ ତଳଲା ତେଲ ଢାଳି ଦିଅନ୍ତି । ଏହି ମାନଙ୍କୁ କଣ୍ଟା ବଣ ରେ ଫୋପାଡ଼ି ଦିଅନ୍ତି । ତାପରେ ଏମାନଙ୍କୁ ଆଣି ତପ୍ତ ପାଷାଣ ଉପରେ କଚାଡି ଦିଅନ୍ତି । ତତଲା ପାଣି ଏହାଙ୍କ ଉପରେ ଢାଳି ଦିଅନ୍ତି ।ଅନଳ ମଧ୍ୟରେ ଏମାନଙ୍କୁ ପକାଇ ଦିଆଯାଏ ।ସାତ ଜନ୍ମ ପର୍ଯ୍ୟନ୍ତ ଏମାନେ ଘୁଷୁରୀ ଜନ୍ମ ନିଅନ୍ତି ।ଆଉ ସାତ ଜନ୍ମ କୃଷ୍ଣ ସର୍ପ ହୋଇ ରୁହନ୍ତି । ଶେଷରେ ଯମ ପୁରେ ଜଳ କୁଣ୍ଡରେ ଯାଇ ପଡନ୍ତି।ଷାଠିଏ ସହସ୍ର ମଳ କୁ ଏମାନେ ଖାଆନ୍ତି । ବହୁ କଷ୍ଟ କଲା ପରେ ପୁଣି ମଣିଷ ଜନ୍ମ ନିଅନ୍ତି ।ସଂସାର କୁ ଆସି ସେହିମାନେ ଅପୁତ୍ରିକ ହୋଇ ରୁହନ୍ତି ।କେହି ତାଙ୍କ ମୁହଁ ଚାହାଁନ୍ତି ନାହିଁ ।ରକ୍ତ କୁଷ୍ଠ 
ରାଜ ଯକ୍ଷ୍ମା  କାଶ ରୋଗୀ ହୋଇ ରୁହନ୍ତି ।ଏମାନଙ୍କ ପତ୍ନୀ ଅକାଳରେ ମରି ଯାଆନ୍ତି । 

ଏହାପରେ ବ୍ରହ୍ମା ସୁତ କହିଲେ ହେ ଋଷି ଗଣ ! ତୁମେମାନେ ନର୍କର ଚରିତ ସବୁ ଶୁଣିଲ ।ଏହି ନର୍କର ବୃତ୍ତାନ୍ତ ଅତ୍ୟନ୍ତ ଗହନ ଅଟେ । ସବୁ ଋଷି ଏହା ଶୁଣି ଆନନ୍ଦିତ ହେଲେ  ଓ ସନତ କୁମାର ଙ୍କୁ ଧନ୍ୟ ଧନ୍ୟ କହିଲେ । ହେ ବ୍ରହ୍ମା ସୁତ !ଆମେ ଆପଣ ଙ୍କ ଠାରୁ ନର୍କ ବିଷୟରେ ଶୁଣୁ ଶୁଣୁ ରାତି ପାହିଗଲା ।ତୁମ ଦର୍ଶନ ପାଇ ଆମେ ସମସ୍ତେ ମୁକ୍ତି ହୋଇଗଲୁ ।ଅପୂର୍ଵ ନର୍କର ବିଧାନ କୁ ଆମେ ତୁମ ଠାରୁ ଶୁଣିଲୁ । ହେ ବ୍ରହ୍ମା ସୁତ !ଆମ ଇଛା ହେଉଛି ଯେ ତୁମ ଠାରୁ ଆଉ କିଛି ଶୁଣିବାକୁ ? ହେ ମୁନିବର ସେହି କଥା ଆମେ ତୁମକୁ ପଚାରୁ ଅଛୁ  ?ଆମ୍ଭର ସନ୍ଦେହ ଦୂର କରନ୍ତୁ ?। ହେ ମୁନିବର !ବ୍ରହ୍ମ ହତ୍ୟା ପାପ ହୁଏ କେଉଁ ପାପ କଲେ ? ହେ ତପଶୀଳ ସେହି କଥା ବିଚାର କରି କୁହନ୍ତୁ । ଅଗମ୍ୟ  ଗମନ କଲେ କିପରି ପାପ ହୁଏ ? ହେ ମୁନି !ବୃଶଳି ପତି ର କଥା  ମଧ୍ୟ ବିସ୍ତାର କରି କହିବେ । ଏହି ସବୁ ସଂଶୟ ଆମ ମନ ଭିତରେ ଉଠିଛି । ହେ ମୁନି !ଦୟାକରି ଏସବୁ ବିଷୟ ଆମକୁ କୁହନ୍ତୁ ?।

ଋଷି ମାନଙ୍କ କଥା ଶୁଣି ସନତ କୁମାର କହିଲେ -ହେ ଋଷିଗଣ!ପୁର୍ବେ ବ୍ୟାସ ଋଷି ଯାହା କହିଥିଲେ  ତାହା ମୁଁ ତୁମ ଆଗରେ ବର୍ଣ୍ଣନା କରୁଛି ।ଏବେ ମନ କର୍ଣ୍ଣ ଦେଇ ଶୁଣ। ସନତ କହିଲେ -ସଦାଯୋଗୀ ଶିବ ଯାହା କହିଛନ୍ତି ତାହା ହେଲା  ସଂସାରରେ ପାଞ୍ଚ ଗୋଟିତନ୍ତ୍ର ମନ୍ତ୍ର ଶାସ୍ତ୍ର ସାର  ଅଟେ । ମୁଁ ସେହି ପାଞ୍ଚ ଗୋଟି ଶାସ୍ତ୍ର ର ନାମ କହୁଛି ତୁମେ ମାନେ ସାବଧାନ ହୋଇ ଶୁଣ । ଶିବ ତନ୍ତ୍ର ,ଶକ୍ତି ତନ୍ତ୍ର ଗଣପତି
ତନ୍ତ୍ର ,ସୌର ତନ୍ତ୍ର , ବିଷ୍ଣୁ ତନ୍ତ୍ର , ଏହି ପାଞ୍ଚ ତନ୍ତ୍ର ସର୍ବତ୍ର ବିଖ୍ୟାତ ଅଟେ । ଏହି ପାଞ୍ଚ କୁ ଯିଏ ଭିନ୍ନ ଭାବେ ଦେଖେ ସଂସାର ରେ ତାଠାରେ ବ୍ରହ୍ମହତ୍ୟା ପାତକ ଲାଗେ  । ଯେଉଁମାନେ  ବିଧବା ମାତା  ଗୁରୁପତ୍ନୀ ,ବେଦାଚାରୀ  ଏମାନଙ୍କୁ ଭିନ୍ନ ବୋଲି ମଣେ  ସେହିଁ ଦୁରାଚାର ଅଟେ । ଯେଉଁ ଦୁଷ୍ଟ ମାନେ ଶିବ ଭକ୍ତ ସହିତ  ଅନ୍ୟ ଦେବ ଙ୍କ ଭକ୍ତ ଙ୍କୁ ସମାନ  କରେ  ସଂସାର ରେ ସେ ବ୍ରହ୍ମହତ୍ୟା ପାପ ରେ ଭାଗୀ ହୁଏ । ଯିଏ ଦେବ ପୂଜା କରେ ନାହିଁ କି  ପିତୃପୁରୁଷଙ୍କ ଶ୍ରାଦ୍ଧକରେ ନାହିଁ  ଏହା ସହିତ ବିଷ୍ଣୁ ଭକ୍ତ ମାନଙ୍କୁ ପ୍ରତିଦିନ ନିନ୍ଦା କରେ  ,ଜାଗର ଦିନ ଉଜାଗର ରହି  ଯିଏ ଦୀପ ଦିଏନାହିଁ  ,ଗର୍ବ ବହି ଜାଗର ବ୍ରତ କରେ ନାହିଁ  ,ଭୀଷ୍ମ ଜନ୍ମ ,ରାଧା ଜନ୍ମ ,ଓ ଅଷ୍ଟମୀ ତିଥି ସହିତ ଏକାଦଶୀ ,ଶ୍ରୀରାମ ନବମୀ ଯିଏ ନ କରେ ,ଯେଉଁମାନେ  ପ୍ରଥମ ରଜରେ ଭୂମି କୁ ଚାଷ କରନ୍ତି  ,ଶିବ ଲିଙ୍ଗ କୁ ପୂଜା ନକରି  ଆନନ୍ଦରେ ଭୋଜନ କରେ ,ସେହି ଲୋକମାନେ ବ୍ରହ୍ମହତ୍ୟା ପାପୀ ଅଟନ୍ତି ।

ସନତ କୁମାର କହିଲେ -ହେ ଋଷିଗଣ !ଗୋହତ୍ୟା ପାପୀ ମାନଙ୍କ କଥା ଶୁଣ । ଯେଉଁମାନେ ଦାଣ୍ଡ ,ଗୋଚର ପଡିଆ ଚାଷ କରନ୍ତି  ,ଗୁରୁଜନ ଙ୍କୁ  ଉଚ୍ଚିଷ୍ଟ ଦିଅନ୍ତି  ,ଯେଉଁମାନେ ବୃଷଭ କୁ ଜୋଚି ହଳ କରନ୍ତି ଏମାନଙ୍କୁ ଗୋ ହତ୍ୟା ପାତକୀ ବୋଲି ଶିବ କହିଛନ୍ତି । ଯିଏ ପାଦରେ ଅଗ୍ନି ଦେବତାଙ୍କୁ  ଦଳି ଦିଏ  , ଯେଉଁମାନେ ଅତି କ୍ରୋଧ ହୋଇ ଗୋରୁଙ୍କୁ ଗୋଇଠା ମାରନ୍ତି , ଯିଏ ସ୍ନାନ ସାରି ପାଦ ନଧୋଇ ଘରକୁ ପଶେ ,ଯିଏ  ଓଦା ଲୁଗା ପିନ୍ଧି ଭୋଜନ କରେ , ଯେଉଁ  ବ୍ରାହ୍ମଣ ଦିନରେ ଦୁଇଥର  ଭୋଜନ କରେ , ଯିଏ ଅବିବାହିତ କନ୍ୟା ସହ ରତି କରେ ,ଯେଉଁମାନେ ତ୍ରିସନ୍ଧ୍ୟା ରେ ଗାୟତ୍ରୀ ଜପ କରନ୍ତି ନାହିଁ  ,ଯେଉଁମାନେ ପିତୃ ଶ୍ରାଦ୍ଧ ଦିନ ପିଣ୍ଡ ଦିଅନ୍ତି ନାହିଁ  ,ଯେଉଁମାନେ ବିଧି ରେ ଦେବତା ଙ୍କୁ ପୂଜା କରନ୍ତି ନାହିଁ  ସେହିମାନେ ଗୋହତ୍ୟା ପାପୀ ସଂସାରରେ ଅଟନ୍ତି ।

ଯେଉଁମାନେ ଗର୍ବ କରି ନିଆଁ କୁ ଡ଼ିଅନ୍ତି , ଯେଉଁ ଜନ ସୁଖରେ ଜଳ ଦେବତାଙ୍କୁ ଲଙ୍ଘନ କରେ  ,ଯିଏ ପୂଜା ଦ୍ରବ୍ୟ କୁ ଡେଇଁ ଯାଏ  ,ଯିଏ ଲୋକମାନଙ୍କୁ ଠକି ମିଥ୍ୟା କଥା କହେ  ସେହିମାନେ ହେଉଛନ୍ତି ଗୋ ହତ୍ୟା ପାପୀ ।

ଶୁଦ୍ର ମାନେ ଦଣ୍ଡବତ କଲେ ଯେଉଁ ବ୍ରାହ୍ମଣ ଆଶିର୍ବାଦ କରେ ନାହିଁ  
ଯେଉଁମାନେ ବିଦ୍ୟାର୍ଥୀ ମାନଙ୍କୁ ବିଦ୍ୟାଦାନ କରନ୍ତି ନାହିଁ ସେହିମାନେ ହିଁ ଗୋହତ୍ୟା ପାତକୀ ଅଟନ୍ତି ।ଋଷି ସନତ କୁମାର କହିଲେ -ହେ ତପିଗଣ ମୁଁ  ଗୋହତ୍ୟା ଓ  ବ୍ରହ୍ମ ହତ୍ୟା ପାତକୀ ବିଷୟରେ କହିଲି ଏବେ  ଅଗମ୍ୟ ଗମନ ପାପ କଥା କହିବି ।ଏହାକୁ ତୁମେ ମନ ଦେଇ ଶୁଣ !। ଏହା କହି ଋଷି ସନତ କୁମାର ମୌନ ହୋଇଗଲେ ।

କ୍ରମଶଃ...............
 
┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ -୮】❀

╔⏤⏤⏤╝❀╚⏤⏤⏤⏤╗
             ଶିବ ପୁରାଣ
               ପ୍ରଥମ ଖଣ୍ଡ 
               【ଭାଗ -୮】 
 ╚⏤⏤⏤⏤╗❀╔⏤⏤⏤⏤╝
ବ୍ରହ୍ମାଙ୍କ ସୁତ ସନତ କୁମାର ବିଶ୍ରାମ ନେଇ ଉଠିଲା ପରେ ନୈମିଷା ଅରଣ୍ୟରେ ରୁଣ୍ଡ ହୋଇଥିବା ଋଷିଗଣ ଙ୍କ ନିକଟ କୁ ଗଲେ ।ସକଳ ଋଷିମାନେ ସନତ କୁମାରଙ୍କୁ ନମସ୍କାର କରି ଉପଯୁକ୍ତ ଆସନରେ ବସାଇଲେ ।ଋଷିମାନେ କହିଲେ ଭୋ ଦେବ !ଆମ୍ଭ ମାନଙ୍କୁ ନର୍କ କୁଣ୍ଡ ଓ ପାପୀ ମାନେ କେଉଁ ପାପ କଲେ କି ଯନ୍ତ୍ରଣା ଭୋଗ କରନ୍ତି ତାହା ବିସ୍ତାର ଭାବେ କୁହନ୍ତୁ ।ସନତ କୁମାର କହିଲେ ହେ ତପିଗଣ !ମୁଁ ଯାହା କହୁଛି ମନ କର୍ଣ୍ଣ ଦେଇ ଶୁଣ ।ସନତ କହିଲେ ......

ଯେଉଁମାନେ ଝାଳ ନାଳ ହାତରେ ଦେବତା ମାନଙ୍କୁ ପୂଜା କରନ୍ତି  ସେମାନଙ୍କ ଯମଦୂତ ମାନେ ସ୍ବେଦ ନର୍କ କୁଣ୍ଡରେ ନେଇ ପକାନ୍ତି  ଓ ତାଙ୍କ ଉପରେ ଯନ୍ତା ଦେଇ ଦିଅନ୍ତି । ଯେଉଁ ବ୍ରାହ୍ମଣ  ଶୁଦ୍ର ଘରେ ଅନ୍ନ ଭକ୍ଷଣ କରେ  ଶହେ ଜନ୍ମ ପର୍ଯ୍ୟନ୍ତ ସୁରା କୁଣ୍ଡରେ  ସୁରା ସେ ପିଏ । ଯେଉଁମାନେ ନୈବେଦ୍ୟ ନକରି ଭୋଜନ କରନ୍ତି କୃମି କୁଣ୍ଡରେ ସେମାନେ ପଡନ୍ତି ଓ ତାଙ୍କୁ କୃମି ମାନେ ଖାଇ ଯାଆନ୍ତି । ଯେଉଁ ବ୍ରାହ୍ମଣ ଶୁଦ୍ର ଙ୍କୁ ଶବ କୁ କାନ୍ଧରେ ନିଏ  ସେହିମାନେ ପୂଜ ନର୍କ କୁଣ୍ଡ ରେ ପଡି ପୂଜ ଖାଉଥାନ୍ତି  । ଯେଉଁ ନିଷ୍ଠୁର ନିର୍ଦ୍ଦୟ  ମାନେ କ୍ଷୁଦ୍ର ପ୍ରାଣୀ ଙ୍କୁ ମାରନ୍ତି ସେମାନେ ମକ୍ଷିକା ନର୍କ କୁଣ୍ଡରେ  ପଡି ନାନା କଷ୍ଟ ଭୋଗ କରନ୍ତି । ଯେଉଁ ଦୁର୍ଜନ ମାନେ ବ୍ରାହ୍ମଣ ମାନଙ୍କୁ ବାଡ଼ି ଦ୍ୱାରା ମାରନ୍ତି  ସେମାନେ ବଜ୍ର ଦଂଷ୍ଟ୍ର କୁଣ୍ଡରେ  ପଡି କଷ୍ଟ ପାଆନ୍ତି । ଯେଉଁମାନେ ମହୁଫେଣା  ଭାଙ୍ଗି  ମାଛି କୁ ମାରନ୍ତି  ସେମାନେ କୃମି ନର୍କ କୁଣ୍ଡରେ ପଡି ନାନା କଷ୍ଟ ପାଆନ୍ତି । ଯେଉଁ ରାଜା ପ୍ରଜା ମାନଙ୍କୁ  କଷ୍ଟ ଦିଏ  ଓ ଧନ ଦିଏ ନାହିଁ  ସେହି ରାଜା ବୃଶ୍ଚିକ କୁଣ୍ଡରେ ପଡି  କଷଣ ଭୋଗ କରେ । ତାହାର ଯେତେ ଯାତନା କେହି କହି ପାରିବେ ନାହିଁ । ଯେଉଁ ଜନ ହୀନ କୂଳରେ ଜନ୍ମ ହୋଇ ସ୍ବଧର୍ମ ଛାଡି ପରଧର୍ମ କରେ ସେମାନେ ମଶାଲ କୁଣ୍ଡରେ ପଡି ବହୁ କଷ୍ଟ ପାଆନ୍ତି ।

ବିନା ଦୋଷରେ ଯେଉଁମାନେ ପ୍ରାଣୀ ମାନଙ୍କୁ ବନ୍ଦୀ ଘରେ ରଖନ୍ତି  ସେମାନଙ୍କୁ ଯମଦୂତ ମାନେ  ଚରମ କୁଣ୍ଡରେ ପକାନ୍ତି । କାମବଶ ହୋଇ ଯେଉଁମାନେ ପର ରମଣୀ କୁ ହରନ୍ତି ସେମାନଙ୍କୁ ଯମଦୂତ ମାନେ ବାନ୍ଧି ନେଇ କାଳକୁଣ୍ଡ  ନର୍କ ରେ ପକାନ୍ତି ।ତାହାରି ମୁଣ୍ଡରେ ଥିବା କେଶ କୁ  ଅଗ୍ନି ରେ ପୋଡି ଦିଅନ୍ତି ।ଡାମରା କାଉ ମାନେ ତା ମୁଣ୍ଡକୁ ହାଣନ୍ତି  ଓ ଥଣ୍ଟ ରେ ତାହାରି ଆଖିକୁ  ଖୋଳନ୍ତି ।ତାହାରି ଦୁଃଖ କଷ୍ଟ କେହି ମୁଖରେ କହି ପାରିବେ ନାହିଁ ।ମଲି ମଲି ବୋଲି ସେ ପାପୀ ବୋବାଳି ଛାଡେ ।ସହସ୍ର ବର୍ଷ ସେ ସେହି ନର୍କ ଭୋଗ କରେ ।ପୁଣି ଥରେ ମାନବ ଯୋନିରେ ଜନ୍ମ ନିଏ  ।ଅଙ୍ଗ ହୀନ ହୁଏ ଓ ତାହାର ଗୋଡ଼ ହାତ ଛିଡିଯାଏ ।ଏହି ପାପୀ ବହୁତ କଷ୍ଟ ପାଏ ।

ଯେଉଁଜନ ଲୋଭରେ ସୁବର୍ଣ୍ଣ ଚୋରାଏ  ସେହି ପାପୀ ସଞ୍ଚାଣ ନର୍କ କୁଣ୍ଡରେ ପଡି ପତନ ହୁଏ ।ସଞ୍ଚାଣ ପକ୍ଷୀର ବିଷ୍ଠା ନିତି ଖାଏ ।ଯମଦୂତ ମାନେ ଲୌହ ଠେଙ୍ଗା ରେ ପ୍ରହାର କରନ୍ତି ।ଅୟୁତ ବର୍ଷ ପରେ ସେହି ପାପୀ ପୃଥିବୀ କୁ ଆସେ  ।ମନୁଷ୍ୟ ଜନ୍ମ ପାଏ ଓ ବହୁତ କ୍ଳେଶ ଭୋଗକର ।

ସୁବାସ ଦ୍ରବ୍ୟ ଯେଉଁମାନେ ଚୋରି କରନ୍ତି ସେମାନଙ୍କ ଦଣ୍ଡଧାରୀ ବହୁତ କଷ୍ଟ ଦିଅନ୍ତି ।ଯେଉଁ ଜନ ତେଲ ଦ୍ରବ୍ୟ ଚୋରି କରେ  ସେମାନେ ଅନଳ ନର୍କ କୁଣ୍ଡରେ ପଡନ୍ତି ।ତାହାର ଦେହ ପୋଡିଯାଏ ଓ ସେ ବୋବାଳି ଛାଡେ  ।ତାପରେ ଯମଦୂତମାନେ ତେଲ ଢାଳି ଦିଅନ୍ତି ।

ବଳ ପୂର୍ବକ ବା କୌଶଳ କରି ଯିଏ ପର ଭୂମି କୁ ହରେ ସେହି ଜନ ମରଣ ପରେ ତପ୍ତ ତୈଳ କୁଣ୍ଡରେ ପଡେ ।ସାତ ମନୁ ଯାଏ ସିଏ ପାଉଁଶଭକ୍ଷଣକରେ।ତାହାର କଷଣ କିଏ ବା କହି ପାରିବ ।

ଯେଉଁମାନେ ଖଣ୍ଟ  ବୃତ୍ତି କରି ଧନ ଉପାର୍ଜନ କରନ୍ତି  ସେମାନେ ମଲେ  ଯମଦୂତ ମାନେ  ତାଙ୍କୁ ବଳେ ଧରି ନେଇ ତାହାର ଚୁଟି କାଟି ତାକୁ ବହୁତ ବାଡାନ୍ତି ।ଅସୀ ପତ୍ର କୁଣ୍ଡରେ ତାକୁ ନେଇ ପକାନ୍ତି ।ସେହି ଲୋକ ଚଉଦ ମନୁ ପର୍ଯ୍ୟନ୍ତ ସେଠାରେ ସେ ରୁହେ ।ତାହାର ଡାକ କେହି ଶୁଣନ୍ତି ନାହିଁ ।ଅନ୍ନ ପାଣି ନପାଇ ସେ ଉପାସ ଭୋକରେ ପଡିଥାଏ ।ଭୋକରେ ଛଟପଟ ହୋଇ ବହୁ କଷ୍ଟ ପାଏ ।

ଯେଉଁମାନେ ବ୍ରାହ୍ମଣ କୁ ମାରି ତାହାର ଧନ ହରଣ କରନ୍ତି  ସେମାନେ ମଲେ ଯମଦୂତ ମାନେ ତାଙ୍କୁ ନେଇଯାଇ ଖଡ୍ଗ କୁଣ୍ଡରେ ପକାଇ ଦିଅନ୍ତି ।ସେଠାରେ ସେ ଶତ ମନୁ ଯାଏ ପଡିରହେ ।ତାହାର କଷ୍ଟ କୁ ଯିଏ ଆଖିରେ ଦେଖେ ତାହାର ହୃଦୟ ବିଦୀର୍ଣ୍ଣ ହୋଇଯାଏ ।ଏହାପରେ ସେହି ପାପୀ ମର୍ତ୍ତ୍ୟରେ ଜନ୍ମ ନିଏ ।ଘୁଷୁରୀ ଜନ୍ମ ପାଇ ବିଷ୍ଠା ଭକ୍ଷଣ କରେ ।

ଯେଉଁମାନେ ନିଆଁ ଲଗାଇ ଘରକୁ ପୋଡି ଦିଅନ୍ତି ସେହି ପାପୀ ମାନେ କ୍ଷୁର ଧାର କୁଣ୍ଡରେ ପଡନ୍ତି ।ସେହି କୁଣ୍ଡରେ ପଡି ବହୁତ ଯାତନା ପାଆନ୍ତି ।ଏହାପରେ ସେହି ପାପୀ ପ୍ରେତ ହୋଇ ବୁଲେ ।ସାତ ଜନ୍ମ ପରେ ମନୁଷ୍ୟ ଜନ୍ମ ନିଏ ।ବହୁଦିନ କାଟିବା ପରେ ଶୂଳ ରୋଗରେ ପଡେ  ।ଏତକ ହେଲା ପରେ ସାତ ଜନ୍ମ ଯାଏ  କୁଷ୍ଠ ରୋଗରେ  ପଡି ଦିନ କାଟେ ।

ଯେଉଁମାନେ ବ୍ରାହ୍ମଣ ଙ୍କୁ ଘୃଣା କରନ୍ତି ଓ ମୂଢ ପଣରେ ଦେବତା ମାନଙ୍କୁ ମାନନ୍ତି ନାହିଁ ,ନିଜର ପ୍ରଶଂସା ସବୁବେଳେ କରେ ଓ ପରର ନିନ୍ଦା କରେ  ସେମାନେ ମଲା ପରେ ସୂଚୀ କୁଣ୍ଡରେ ପଡନ୍ତି ।ତାହାର ଦେହରେ ସୂଚୀ ଫୋଡାଯାଏ । ଏମାନେ ଧର୍ମ କୁ ସ୍ମରଣା କରି ଦିନ କାଟନ୍ତି  ।ତିନିଯୁଗ କାଟି ସାରିଲା ପରେ ଏମାନେ ମର୍ତ୍ତ୍ୟ କୁ ଆସନ୍ତି ।ସାତ ଜନ୍ମ ଯାଏ ବଜ୍ରକୀଟ ହୋଇ ଜନ୍ମ ନିଅନ୍ତି ।ଭସ୍ମ କୀଟ ଯୋନି ସାତଜନ୍ମ ସେ ହୁଏ ।ପୁଣି ସେ ନର ବିଛା ହୋଇ ଜନ୍ମ ନିଏ ।ଶତ ଜନ୍ମ ବିଛା ହୋଇ ବହୁ କଷ୍ଟ ପାଏ ।

ଲୋଭ ବଳରେ ଯେଉଁମାନେ ପରଘର ଭାଙ୍ଗନ୍ତି ଓ ତାହାରି ଧନ କୁ ହରଣ କରନ୍ତି  ସେମାନେ ବହୁକାଳ ନର୍କ ଯନ୍ତ୍ରଣା ଭୋଗ କରନ୍ତି ।ଯମଦୂତ ମାନେ ତା ମୁହଁରେ ପରିଶ୍ରା କରନ୍ତି । ତାହାର ଦୁଇ ଆଖିକୁ କେତକୀ କଣ୍ଟା ରେ ଫୋଡି ଦିଅନ୍ତି ।ଏହି ପାପୀ ସାତ ଜନ୍ମ ଯାଏ ଛେଳି ମେଣ୍ଢା ହୋଇ ଜନ୍ମ ହୁଏ ।ତାପରେ ଗଉଡୁଣୀ  ଗର୍ଭରୁ ଜନ୍ମ ହୁଅନ୍ତି ।ଜନ୍ମ ହୋଇ ରୋଗରେ ପଡନ୍ତି ଓ ବହୁ କଷ୍ଟ ପାଆନ୍ତି ।ଶେଷରେ ତା ଠାରେ ଶ୍ଵେତ କୁଷ୍ଠ ହୁଏ ।

ଯେଉଁମାନେ ନିଜ ଲୋଭ ସମ୍ଭାଳି ନପାରି ଛୋଟ ଛୋଟ ଦ୍ରବ୍ୟ ମାନ ଚୋରି କରି ଆଣନ୍ତି  ସେମାନେ ଗୋଟିଏ ଯୁଗ ବିଷାକ୍ତ ସାପ ପାଖରେ ରହେ  ।ନରଦେହ ପାଇ ବହୁ କଷ୍ଟ ଭୋଗ କରେ ।ଲୋଭରେ ଯେଉଁମାନେ ହାତୀ ଘୋଡା ଚୋରି କରି ଆଣେ  ଯମ ଗଣ ମାନେ ତାକୁ ହାତୀ ଦାନ୍ତ ରେ ପ୍ରହାର କରନ୍ତି ।ଗଜଦନ୍ତ କୁଣ୍ଡରେ ସେହି ପାପୀ କୁ ନେଇ ପକାନ୍ତି  ।ବହୁତ ମଳ ମୂତ୍ର ନେଇ ତା ଉପରେ ଢାଳନ୍ତି ।ଏହି ପାପୀ ତିନି ଜନ୍ମ ପର୍ଯ୍ୟନ୍ତ ହାତୀ ହୋଇ ଜନ୍ମ ନିଏ ।ଏହାପରେ ସେ ମ୍ଳେଛ ଘରେ ଜନ୍ମ ନିଏ ।

ଯେଉଁ ଜନ ତୃଷାତୁର ହୋଇ ଜଳ ପିଉଥାଏ କିନ୍ତୁ ଯେଉଁମାନେ ତାହାକୁ ଜଳ ପିଆଇ ଦିଅନ୍ତି ନାହିଁ  ସେ ପାପୀ ଗୋମାଂସ ନର୍କ କୁଣ୍ଡରେ ପଡେ । ଏକ  ମନୁ ପର୍ଯ୍ୟନ୍ତ ସେହି ପାପୀ ଗୋମାଂସ ଭକ୍ଷଣ କରୁଥାଏ  ।  ଯୋଗୀ ଜନ୍ମ ପାଇ ଦ୍ୱାର ଦ୍ୱାର  ବୁଲେ ।ଭିକ୍ଷା ମାଗି ଗୀତ ଗାଇ ବହୁ କଷ୍ଟ ରେ ଚଳେ ।  ଏତିକି  କହି ସାରିବା ପରେ ବ୍ରହ୍ମା ସୁତ କିଛି ସମୟ ପାଇଁ ମୌନ ହୋଇଗଲେ ।

କ୍ରମଶଃ..........

┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ -୭】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
               ପ୍ରଥମ ଖଣ୍ଡ 
            【ଭାଗ -୭】
  ╚⏤⏤⏤⏤╗❀╔⏤⏤⏤⏤╝
  ✍ ଉପସ୍ଥାପନା; ଦୁଷ୍ମନ୍ତ କୁମାର ମିଶ୍ର 

ଋଷି ସନତ କୁମାର ସନ୍ଧ୍ୟା ଦର୍ଶନ ଶେଷ କରି ନୈମିଷା ଅରଣ୍ୟ ରେ ପ୍ରବେଶ ହେଲେ  ।ପୂର୍ବରୁ ସକଳ ଋଷିଗଣ ସନତ କୁମାର ଙ୍କୁ ଅପେକ୍ଷା କରିଥିଲେ  ।ସମସ୍ତ ଋଷି  ଉପଯୁକ୍ତ ଆସନ ଦେଇ ସନତ କୁମାର ଙ୍କୁ ନମସ୍କାର କରି କହିଲେ -ଭୋ ଦେବ !ନର୍କ ବିଷୟରେ ଆପଣ ଯେଉଁଠାରୁ ଛାଡି ଥିଲେ ଏବେ ସେହିଠାରୁ ଆମକୁ କହିବା ହୁଅନ୍ତୁ । ବ୍ରହ୍ମା ସୁତ କହିଲେ .........ହେ ଋଷିଗଣ ଏବେ ମନ କର୍ଣ୍ଣ ଦେଇ ଶୁଣିବା ହୁଅନ୍ତୁ ।ସନତ କହିଲେ ...

ଯେଉଁମାନେ ଇଷ୍ଟ ଦେବତାଙ୍କ ଉପରେ ବସ୍ତ୍ର ପ୍ରହାର କରେ ,ଯେଉଁ ମାନେ କ୍ରୋଧ ହୋଇ ବ୍ରାହ୍ମଣ ଙ୍କ ଶିର କାଟି ଦିଅନ୍ତି ,ସେମାନଙ୍କ ଅନ୍ତ କାଳରେ  ଯମଦୂତ ମାନେ  ତାଙ୍କୁ ନେଇ ଯାଇ ବାଟରେ ଲୁହା କଣ୍ଟା ରେ ତାଙ୍କ ଦେହ କୁ ଫୋଡି ଫୋଡି କଷ୍ଟ ଦିଅନ୍ତି ।ଏ ଭଳି ପାପୀ ଙ୍କୁ ନେଇ ଅସୃକ  କୁଣ୍ଡରେ ଯମଦୂତ ମାନେ ପକାଇ ଥାଆନ୍ତି । ଏମାନେ ସହସ୍ର ବର୍ଷ ନର୍କ ଭୋଗ କଲା ପରେ  ଶବରୀ ଗର୍ଭରେ  ସାତ ଥର ଜନ୍ମ ନିଅନ୍ତି ଓ ଜଙ୍ଗଲ ମଧ୍ୟରେ ବ୍ୟାଧ ରୂପେ ଏମାନେ ବୁଲନ୍ତି । ଏମାନେ ନାନା ପଚା ମାଂସ ଖାଇ ଜୀବନ କାଟନ୍ତି ।

ହେ ଋଷିଗଣ !ଯେଉଁମାନ  ଭକ୍ତ ଙ୍କୁ ପରିହାସ କରନ୍ତି ,ଭକ୍ତ ହରି ନାମ ଗାଇବା ,ନାଚିବା କାଳରେ ଉପହାସ କରନ୍ତି  ସେମାନେ ଶହେ ବର୍ଷ ଅଶ୍ରୁ କୁଣ୍ଡରେ ନର୍କ ଯନ୍ତ୍ରଣା ଭୋଗ କରନ୍ତି ।ତାପରେ ଏମାନେ ଚାଣ୍ଡାଳ ଯୋନି ରେ ଜନ୍ମ  ତିନି ଥର ହୁଅନ୍ତି ।ଏମାନେ ମଦ ମାଂସ ଖାଇ ସର୍ବଦା ପୋଷି ହୁଅନ୍ତି ।

ଯେଉଁ ଜନ ପର ହିଂସା ,ପରନିନ୍ଦା କରେ ,ପର ସମ୍ପଦ ଦେଖି ସହି ପାରେ ନାହିଁ  ସେମାନେ ମଳ କୁଣ୍ଡରେ ଶହେ ବର୍ଷ ଯାଏ ପଡନ୍ତି ।ସେମାନେ ଯେତେ କଷ୍ଟ ପାଆନ୍ତି ତାହା ବର୍ଣ୍ଣନା କରି ହେବ ନାହିଁ ।ସେମାନେ ମର୍ତ୍ତ୍ୟ କୁ ଆସି ଗଧ ଜନ୍ମ ହୁଅନ୍ତି ।ତିନି ଥର ଗଧ ଜନ୍ମ ନେବାପରେ  ସେମାନେ ଲୀନ ହୋଇଯାଆନ୍ତି ।

ହେ ଋଷିଗଣ !ଯେଉଁମାନେ ବଧିର କୁ ପରିହାସ କରନ୍ତି  ଯମଦୂତ ମାନେ ସେହି ମାନଙ୍କୁ  କର୍ଣ୍ଣ ମଳକୁଣ୍ଡେ ନେଇ ପକାଇ ଥାଆନ୍ତି ।ଏହାପରେ ଏମାନେ ମର୍ତ୍ତ୍ୟରେ ମାନବ ଜନ୍ମ ନିଅନ୍ତି ।ସାତ ଜନ୍ମଯାଏ ଏମାନେ ବଧିର ହୋଇ ବୁଲନ୍ତି ।

ଯେଉଁ ଜନ ଧନ ଆଶାରେ ପ୍ରାଣୀଙ୍କୁ ମାରେ  ସେ ଲକ୍ଷେ ବର୍ଷ ଯାଏ ମହାକୁଣ୍ଡ ନର୍କରେ ପଡେ ।ସାତ ଥର ଶଶକ ହୋଇ ଜନ୍ମ ନିଏ ।ପୋକ ଯୋକ ମାଛ ଇତ୍ୟାଦି ଖାଇ ଜୀବନ କଟାଏ ।

ଯେଉଁ ଜନ ଧନ ଲୋଭରେ କନ୍ୟା କୁ ବିକ୍ରି କରିଦିଏ ସେଇ ମାନଙ୍କୁ ଯମଗଣ ଧରି ନେଇ ମାଂସ କୁଣ୍ଡରେ ପକାଇ ଥାଆନ୍ତି ।ଲୁହା ବାଡ଼ି ଦ୍ୱାରା ଏମାନଙ୍କୁ ମାରନ୍ତି ।ତାଙ୍କ ନାକ ଓ କାନରେ ତେନ୍ତୁଳିଆ ବିଛା  ଭରି ଦିଅନ୍ତି ।ଏହି ପାପୀ ମଲି ମଲି ବୋଲି ଉଚ୍ଚ ସ୍ୱରରେ କାନ୍ଦୁଥାଏ ।ଯେତେ କାନ୍ଦିଲେ ମଧ୍ୟ ଯମ ଗଣ ତାଙ୍କୁ ଛାଡି ନଦେଇ  ହାତ ଗୋଡ଼ ବାନ୍ଧି ଦେଇ ନିଆଁ ରେ ପକାଇ ଦିଅନ୍ତି ।ସେମାନେ ଛଟପଟ ହୋଇ ବହୁତ କଷ୍ଟ ପାଆନ୍ତି ।ଅନେକ କାଳ ନର୍କ ଭୋଗିବା ପରେ  ତିନି ଥର ଘୁଷୁରୀ ଯୋନିରେ ଜନ୍ମ ନିଅନ୍ତି ।ଏହାପରେ ବାନରୀ ଗର୍ଭରେ ସାତ ଥର ଜନ୍ମ ନିଅନ୍ତି ।ପୁଣି କୁକୁର ଗର୍ଭରେ ସାତ ଥର ଜନ୍ମ ହୋଇ ଲୀନ ହୁଅନ୍ତି ।

ଯେଉଁମାନେ ସକାଳୁ ଉଠି ମଳ ଆହାର କରନ୍ତି  ସେମାନେ ସାତ ଜନ୍ମ ଯାଏ ବେଙ୍ଗ ହୁଅନ୍ତି ।ଆଉ ସାତ ଜନ୍ମ ଯୋକ ହୋଇ ବୁଲନ୍ତି ।ପୁଣି ସାତ ଜନ୍ମ ମାନବ ଯୋନିରେ ଜନ୍ମ ହୋଇ ମୁକ ହୋଇ ବୁଲନ୍ତି ।

ଯେଉଁମାନେ ପିତୃ ଶ୍ରାଦ୍ଧ ଦିନ କ୍ଷୌର ହୁଅନ୍ତି  ସେମାନେ ନର୍କ କୁଣ୍ଡରେ ଶହେ ବର୍ଷ ଯାଏ ପଡି ରୁହନ୍ତି ।

ଯେଉଁ ନୈବେଦ୍ୟ ଦ୍ରବ୍ୟ ରେ ବାଳ ପଡିଥାଏ  ଓ ସେହି ଦ୍ରବ୍ୟ କୁ ନେଇ ଶିବ ଲିଙ୍ଗ ରେ ଯିଏ ପୂଜା କରେ  ସେହି ଜନ ଙ୍କୁ ଯମଦୂତ ମାନେ ନେଇ କେଶକୁଣ୍ଡ ନର୍କରେ  ପକାଇ ଦିଅନ୍ତି । ସେଠାରେ ସେମାନଙ୍କର ହାତ ଗୋଡ଼ ବାନ୍ଧି ଦିଅନ୍ତି । ଏପରି ଜଣ ନୀଚ କୂଳରେ ଜନ୍ମ ନିଅନ୍ତି  । ଏମାନେ ଗୋରୁ ମାଂସ ଓ ମଦ୍ୟ ପାନ କରି  ଦିନ କାଟନ୍ତି ।

ଯେଉଁ ଜନ ଗୟା ତୀର୍ଥରେ  ପିଣ୍ଡ ଦିଏ ନାହିଁ  ଯମ ତାକୁ ବାନ୍ଧି ଆଣି ବହୁତ ଦଣ୍ଡ ଦିଏ । ସେହିମାନଙ୍କୁ ନେଇ ଅସ୍ଥି କୁଣ୍ଡ ନର୍କରେ ପକାଏ ।ଅୟୁତ ବର୍ଷ ପର୍ଯ୍ୟନ୍ତ ସେମାନେ ଅସ୍ଥି କୁଣ୍ଡ ନର୍କରେ ପଡ଼ିଥାନ୍ତି । ଏହାପରେ  ଏମାନେ ମାନବ ଯୋନି ରେ ଜନ୍ମ ନିଅନ୍ତି । ଏମାନେ ଅନ୍ଧ ହୋଇ ଦ୍ୱାର ଦ୍ୱାର ବୁଲି ଭିକ ମାଗନ୍ତି ।

ଯେଉଁ ଜନ ଅଜ୍ଞାନ ରେ ଗର୍ଭବତୀ ନାରୀ ଙ୍କୁ ହରଣ କରେ  ଯମଦୂତ ମାନେ ତାକୁ ନେଇ ତାମ୍ର କୁଣ୍ଡ ନର୍କରେ ପକାଇ ଦିଅନ୍ତି । ଏମାନେ ମନୁଷ୍ୟ ଜନ୍ମ ପାଆନ୍ତି ହେଲେ ଅଙ୍ଗ ହୀନ ହୋଇ ଥାଆନ୍ତି ।ଗୋଡ଼ ହାତ ତାଙ୍କର ଛିଡି ଯାଏ ଓ ଅନେକ କଷ୍ଟ ଏମାନେ ପାଆନ୍ତି ।

ଯେଉଁମାନେ ଅଭିଆଡ଼ି କନ୍ୟା କୁ ବଳତ୍କାର କରି ହରନ୍ତି  ସେମାନେ ସାତ ବର୍ଷ ଲୌହ ନର୍କରେ ପଡ଼ିଥାନ୍ତି  ।ତାପରେ ଧୋବା ହୋଇ ଜନ୍ମ ନିଅନ୍ତି ।ସାତ ଜନ୍ମ ଯାଏ ପର ଲୁଗା ଧୋଇ ଜୀବନ କାଟନ୍ତି ।ଧନ ହିନ ହୋଇ ସେ ବହୁତ କଷ୍ଟ ପାଏ । ଯେତେ ଅର୍ଜନ କଲେ ପେଟ ପୁରେ ନାହିଁ ।

     ଋଷି ସନତ କୁମାର ଏତିକି କହି ମୌନ ହୋଇଗଲେ ।ନୈମିଷା ଅରଣ୍ୟ ରେ ବସିଥିବା ସକଳ ଋଷିଗଣ ସନତ କୁମାରଙ୍କ ପାଦ ସେବା କରିବା ପରେ ଋଷି ସନତ ବିଶ୍ରାମ ନେଲେ ।

କ୍ରମଶଃ................

┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ -୬】❀

⏤  ╔⏤⏤⏤╝❀╚⏤⏤⏤⏤╗
                                 ଶିବ ପୁରାଣ
                                 ପ୍ରଥମ ଖଣ୍ଡ 
                                【ଭାଗ -୬】
                ╚⏤⏤⏤⏤╗❀╔⏤⏤⏤⏤╝
#ନର୍କମାନଙ୍କର_ବିବରଣ_ଓ_ନର୍କର_ବର୍ଣ୍ଣନା
       ✍ ଉପସ୍ଥାପନା; ଦୁଷ୍ମନ୍ତ କୁମାର ମିଶ୍ର 
⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆⋅⋆⋄✧
ଋଷି ଉବାଚ ......!!!!
ଧାତା ସୁତ ଙ୍କର ବାଣୀ ଶୁଣି ଋଷିମାନେ କହିଲେ- ହେ ତପିମଣି !ଆମେ ଆପଣଙ୍କ ଠାରୁ ସୃଷ୍ଟିର ଆରମ୍ଭ କଥା ଶୁଣିଲୁ ।ଏକଥା ଜାଣିଲୁ ଯେ ପ୍ରଳୟ ଶେଷରେ ସୃଷ୍ଟି କୁ ମହାଦେବ ସର୍ଜନା କରିଛନ୍ତି ।ତାପରେ ଆପଣଂକ ଠାରୁ ଧର୍ମାଧର୍ମ  ବିଚାର ଶୁଣିଲୁ ।ଏହା ଜାଣିଲୁ ଯେ ଧର୍ମ ଯେଉଁ ପ୍ରାଣୀ କରେ ସେ ବ୍ରହ୍ମାଣ୍ଡ ରେ ଶ୍ରେଷ୍ଠ ପ୍ରାଣୀ ଅଟେ ।ଅଧର୍ମ ଜନେ ନର୍କ କୁଣ୍ଡରେ ପଡନ୍ତି ।ହେ ତପିବର !ସେହି ନର୍କ କୁ ଲୋକମାନେ କିପରି ଭୋଗ କରନ୍ତି ?ନର୍କ ର ନାମ ସବୁ କଅଣ କଅଣ ?। କେଉଁପରି ସେ ସବୁ ତିୟାର ହୋଇଛି ?।ଏସବୁ କୁ ଅନୁଗ୍ରହ କରି ଆମକୁ କୁହନ୍ତୁ ?।ଏ ସମସ୍ତ କଥା ଶୁଣିବାକୁ ଆମ ମନ ବଳିଛି । କେଉଁ କେଉଁ ପାପ କଲେ କେଉଁ ଦଣ୍ଡ ମିଳେ ଓ ଜନେ ତାହାକୁ ଭୋଗ କରେ  ତାହା ବିସ୍ତାର କରି ଆମକୁ କୁହନ୍ତୁ ?।

ସନତ କୁମାର ଉବାଚ.............!!!

ଋଷିମାନଙ୍କର କଥାଶୁଣି ଧାତା ସୁତ  ହସି ହସି କହିଲେ -ହେ ତପିଗଣ !ମୁଁ ଯାହା କହୁଛି ତାହାକୁ ମନ କର୍ଣ୍ଣ ଦେଇ ଶୁଣ ! କିପରି ନର୍କପୁର ତିଆରି ହୋଇଛି ସେ ବିଷୟରେ ମୁଁ ତୁମକୁ କହିବି । ସଞ୍ଜିବନୀ ପୁର  ଭିନ୍ନ ଭିନ୍ନ ପ୍ରକାର ରେ ତିଆରି ହୋଇଛି ।ପାପୀ ମାନେ କେଉଁ ପାପ କଲେ କେଉଁ ଦଣ୍ଡ  ନର୍କରେ ଭୋଗ କରନ୍ତି ତାହା ମୁଁ ଗୋଟି ଗୋଟି କରି ବିସ୍ତାରି କହୁଛି ଶୁଣ ।ମୁଁ ଯେତିକି ଜାଣିଛି ଓ ବୁଝିଛି  ଯେତେ ଯେତେ ନର୍କ ମାନ ସଞ୍ଜିବନୀ ପୁରରେ ଅଛି  ମୋ ପକ୍ଷରେ କହିବା ଦୁଃସାଧ୍ୟ ଅଟେ ।ତେବେ କେଉଁ କେଉଁ ନର୍କ ପ୍ରଧାନ ଅଟେ ତାହା ମୁଁ କହିବି ।ସଞ୍ଜୀବନୀ ପୁରରେ ଚୌରାଶୀ ପ୍ରକାର ମୁଖ୍ୟ ନର୍କ ଅଛି ।ସେଗୁଡିକ ହେଲା -କୁମ୍ଭୀପାକ ,ରୌରବ , ।ଏଦୁଇଟି ନର୍କ ରେ ମଳ ମୂତ୍ର କୁଣ୍ଡ  । ଅନଳ ,ତପତ  ଏ ଦୁଇଟି ଅଶ୍ରୁ ମଜ୍ଜା ଭାଣ୍ଡ । କୃମି ,ଶୋଣିତ ଓ ଅନ୍ୟାନ୍ୟ ବହୁତ ନର୍କ କୁଣ୍ଡ  ଯମ ପୁରରେ ଅଛି । ଗୋଟିଏ ଗୋଟିଏ କୁଣ୍ଡରେ  ପଚା ମାଂସ ପୁରି  ବହୁତ ଦୁର୍ଗନ୍ଧ ହୁଏ ।କେଉଁ କୁଣ୍ଡରେ ରୁଧିର ତ କେଉଁ କୁଣ୍ଡରେ ପୂଜ ଭର୍ତ୍ତି ହୋଇଥାଏ ।କେଉଁ କୁଣ୍ଡରେ ତପ୍ତ ତୈଳ ,ଆଉ କେଉଁ କୁଣ୍ଡରେ ଯୋକ ମାନ ଚଳୁଥିବାର ଦେଖାଯାଏ । ଏହିପରି ଭାବେ ଯମ ପୁରରେ ବହୁତ ନର୍କ କୁଣ୍ଡ ଅଛି ।ଜନ୍ତୁରାଜ ପାପୀ ଙ୍କୁ ବାଛି ବାଛି  ନର୍କ କୁଣ୍ଡରେ ପକାଏ ।

ଯେଉଁମାନେ ଜୀବନରେ ପରହିଂସା କରନ୍ତି  ମୃତ୍ୟୁ ପରେ ସେମାନେ ଅନଳ କୁଣ୍ଡରେ ପଡନ୍ତି ।ଅନଳ କୁଣ୍ଡ ପ୍ରଜ୍ଵଳ ଶିଖାରେ ଦାଉ ଦାଉ ହୋଇ ଜଳୁଥାଏ ।ତପ୍ତ ଲୌହ ସେଠାରେ ପଡିଥାଏ ।ଏହି ଲୌହ ଗୁଡିକ ହେଙ୍ଗୁଳ ପରି ଦିଶୁଥାଏ ।ପରହିଂସା କରିଥିବା ପାତକୀ ଏହି କୁଣ୍ଡରେ ପଡନ୍ତି ।ପାପୀର ଦେହରେ ଯେତିକି ଲୋମ ଥାଏ  ସେସବୁ ଯମରାଜ ଗଣି ସେତିକି କାଳ ଅଗ୍ନି କୁଣ୍ଡରେ ପକାଇ ଥାଆନ୍ତି ।ତାପରେ ଏହି ପାପୀ ପଶୁ ଯୋନି ରେ ଜନ୍ମ ନିଏ ।ତିନି ଜନ୍ମ ପଶୁ ଯୋନିରେ ଜନ୍ମ ହେଲା ପରେ ତାହାର କଷ୍ଟ ଦୂର ହୁଏ ।

ଯେଉଁମାନେ ଶୋଷି ଲୋକଙ୍କୁ ଜଳ ଦିଅନ୍ତି ନାହିଁ  ସେହି ଲୋକ ମଲା
ପରେ ଜନ୍ତୁପତି ତାକୁ ଅପାର କଷ୍ଟ ଦିଅନ୍ତି ।ଏହି ପାପୀ ମଲା ପରେ 
ଯମଦୂତ ମାନେ ତାକୁ ବାନ୍ଧି ନିଅନ୍ତି ।ତପ୍ତ କୁଣ୍ଡରେ ତାକୁ ପକାଇ ଦହ ନ କରନ୍ତି ।ସେହି ପାପୀକୁ  ଶହେ ଜନ୍ମ ଯାଏ  ଜନ୍ତୁପତି ପକ୍ଷୀ ଜନ୍ମ ଦିଅନ୍ତି ।

ଯେଉଁମାନେ ପିତୃଶ୍ରାଦ୍ଧ ଦିନ ଅତି ଆନନ୍ଦିତ ହୋଇ  ନିଜର ପିନ୍ଧିଲା ବସନ କୁ ଧୋବା ଘରେ ପକାଏ ,ମୃତ୍ୟୁ ହେଲେ ସେହି ଲୋକକୁ ଯମ ଦୂତମାନେ ନେଇ  ମାଡ଼ ମାରି କ୍ଷୀର କୁଣ୍ଡରେ ପକାଇ ଦିଅନ୍ତି ।ଏହି ଜନ ସାତଥର ଧୋବା ଘରେ ଜନ୍ମ ନିଏ ।ପ୍ରତି ଜନ୍ମ ରେ ସେ ନର୍କ ଭୋଗ କରେ ।

ଯେଉଁମାନେ  ପରର ଧନ କୁ ହରେ ।ବଳତ୍କାର କରି ନାରୀ କୁ ଯିଏ  ହରଣ କରେ  ,ଦେବସ୍ୱ ,ବ୍ରହ୍ମସ୍ୱ  ଯିଏ ବଳ ପୂର୍ଵକ ହରଣ କରେ ସେହି ଲୋକ ର ମୃତ୍ୟୁ ହେଲେ ଯମଗଣ ମାନେ ତାକୁ ବାନ୍ଧି ନେଇ  ତାକୁ ବହୁତ ମାଡ଼ ମାରି ତା ଦେହରେ ଲୁହା କଣ୍ଟା ଫୋଡି ଦିଅନ୍ତି ।ତାପରେ ସେହି ପାପୀକୁ ନେଇ ବିଷ୍ଠା  କୁଣ୍ଡରେ ପକାଇ ଦିଅନ୍ତି ।ସେ କେତେ କଷ୍ଟ ପାଏ ତାହା ମୁଖରେ କହିହେବ ନାହିଁ ।ଜନ୍ମ ଜନ୍ମାନ୍ତର ସେ ବିଷ୍ଠା ଖାଉଥାଏ ।

ଯେଉଁମାନେ ପର ପୋଖରୀ ରେ ଯାଇ ମାଟି ଖୋଳନ୍ତି  ସେହି ପାପୀ କୁ ନେଇ ଯମଦୂତ ମାନେ ମୂତ୍ର କୁଣ୍ଡରେ ପକାଇ ଦିଅନ୍ତି ।ପାପୀ ମୂତ୍ର ପିଇ ବହୁ କଷ୍ଟରେ ମୂତ୍ର ପିଇ ଜୀବନ ଧରେ ।ଏହି ପାପୀ ସାତ ଥର ଗୋଧି ହୋଇ ଜନ୍ମ ନିଏ ।

ଯେଉଁମାନେ ମିଷ୍ଠାନ କୁ ଲୁଚାଇ ଗୋପନରେ  ଖାଆନ୍ତି  ମୃତ୍ୟୁ ପରେ ସେମାନେ  ଚିର କାଳ ଶ୍ଳେଷ୍ମା  କୁଣ୍ଡରେ ନର୍କ ଭୋଗ କରନ୍ତି ।ଯମରାଜ ତାହାକୁ ବହୁତ ଦଣ୍ଡ ଦିଅନ୍ତି । ତାହାର ହାଡ଼ କୁ ଲୁହା
 ଶାବେଳି ରେ ବାଡେଇ ଭାଙ୍ଗି ଦିଅନ୍ତି । ସେହି ପାପୀ ଶହେ ବର୍ଷ ପ୍ରେତ ହୋଇ ବୁଲେ ।ମଲା ମଣିଷ ଙ୍କ ମାଂସ ,ରକ୍ତ ଖାଏ ।

ଯେଉଁମାନେ  ଅତିଥି ଙ୍କୁ ଦ୍ୱାର ମୁହଁରୁ ଫେରାଇ ଦିଅନ୍ତି ସେମାନଙ୍କୁ ବ୍ରହ୍ମହତ୍ୟା ପାତକ ଲାଗେ ।ତା ହସ୍ତରୁ ପିତୃପୁରୁଷ ମାନେ ଜଳ ସ୍ପର୍ଶ କରନ୍ତି ନାହିଁ ।ଯମ ଦୂତମାନେ ସେହି ଲୋକଙ୍କୁ ବହୁତ ମାଡ଼ ଦିଅନ୍ତି । ଏହି ଲୋକ ଶହେ ବର୍ଷ  ପୂତି ଗନ୍ଧ ନର୍କରେ ପଡେ ।ଶହେ ବର୍ଷ ପରେ ଏ ଲୋକ ଆସି ମର୍ତ୍ତ୍ୟରେ ଜନ୍ମ ହୁଏ ।ମର୍ତ୍ତ୍ୟରେ ଜନ୍ମ ହୋଇ ସାତଜନ୍ମ ଯାଏ ଦରିଦ୍ର ହୁଏ ।ଦ୍ୱାର ଦ୍ୱାର ବୁଲି ଭିକ ମାଗି ଖାଏ ।

ଯେଉଁମାନେ ବ୍ରାହ୍ମଣ କୁ ଦେଇଥିବା ଦାନ କୁ ହରଣ କରେ  ସେ ଲୋକ ଯକ୍ଷ ନର୍କ କୁଣ୍ଡରେ ପଡି  ବହୁତ କଷ୍ଟ ପାଏ। ଏହି ପାପୀ ମର୍ତ୍ତ୍ୟରେ ପୁଣି ଜନ୍ମ ନିଏ ।ମର୍ତ୍ତ୍ୟରେ କୃକଲାସ ହୋଇ ସାତଜନ୍ମ  ନିଏ।

ଯେଉଁମାନେ କାମେ ମତ୍ତହୋଇ ପର ନାରୀ କୁ ହରେ ,ସେହି ଲୋକ ମଲାପରେ ଯମଦୂତ ମାନେ ତାକୁ ବାନ୍ଧି ନେଇ  ବାଟରେ ତତଲାଲୁହା ରେ  ତାକୁ ମାରନ୍ତି ।ସେହି ପାପୀର ପାଟିରେ ଯମଦୂତ ମାନେ ମୁତନ୍ତି ।ଏହି ପାପୀ ଟି ଅଶ୍ରୁ କୁଣ୍ଡରେ ଶହେ ବର୍ଷ କଷ୍ଟ ପାଏ ।ଏହାପରେ ସାତ ଜନ୍ମ  ଗଉଡୁଣୀ ପୋକ ହୋଇ ଜନ୍ମ ହୁଏ ।

ସନତ ଋଷି କହିଲେ -ହେ ଋଷିଗଣ ମୋହର ଏବେ ସନ୍ଧ୍ୟା କରିବା ର ସମୟ ହେଲାଣି ।ଆଉ କେଉଁ ପାପୀ କି ପ୍ରକାର ଦଣ୍ଡ ବ୍ୟବସ୍ଥା ଅଛି ତାହା ମୁଁ ସନ୍ଧ୍ୟା ସରିଲା ପରେ କହିବି ।ଏହା କହି ବ୍ରହ୍ମା ସୁତ ସନ୍ଧ୍ୟା କରିବାକୁ ଗଲେ ।

କ୍ରମଶଃ............  

┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...