╔⏤⏤⏤╝❀╚⏤⏤⏤⏤╗
ଶିବ ପୁରାଣ
ପ୍ରଥମ ଖଣ୍ଡ
【ଭାଗ -୧୮】 ╚⏤⏤⏤⏤╗❀╔⏤⏤⏤⏤╝
#ମହାଦେବଙ୍କ_ଭସ୍ମ_ବିଲୋପନ_ବିଷୟ!
⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆⋅⋆⋄✧
ନୈମିଷା ଅରଣ୍ୟରେ ଏକତ୍ରିତ ହୋଇଥିବା ସକଳ ଋଷିମାନେ ସନତ କୁମାର ଙ୍କୁ ଚାହିଁ କହିଲେ -ଭୋ ଗୋସାଇଁ !ଆମର ଗୋଟିଏ କଥା ମନେ ପଡୁଛି ।ଦୟାକରି ଆପଣ ଆମ ଆଗରେ ତାହା ପ୍ରକାଶ କରିବା ହେବେ ।ଏକଥା ଶୁଣିବା ପାଇଁ ଆମର ଆଗ୍ରହ ହେଉଛି । ହେ ତପୋଧନ ! ହେ ଧାତାଙ୍କ କୁମର ଆପଣ କୁହ ନ୍ତୁ ଯେ -ତିନିପୁରରେ ଯିଏ ଦେବ ଦେବ ମହାଦେବ ସେତ ଚନ୍ଦନ ,କର୍ପୂର ଲାଗାଇ ପାରିଥାନ୍ତେ ?ତାହାକୁ ନ ଲଗାଇ କାହିଁକି ନିଜ ଅଙ୍ଗରେ ଭସ୍ମ ବୋଳି ରାଜ୍ୟରେ ବୁଲନ୍ତି ?। ଏହିକଥା ବିସ୍ତାର କରି ଆମ ଆଗରେ କୁହନ୍ତୁ ।ହେ ମୁନି ଏହି ଅନୁରୋଧ କୁ ଆମର ରକ୍ଷା କରନ୍ତୁ ।
ସନତ କୁମାର ଉବାଚ ..........!!!!!
ବ୍ରହ୍ମା ନନ୍ଦନ ସନତ କୁମାର ଋଷି ମାନଙ୍କର ଏପରି ଅନୁରୋଧ ଶୁଣି ମନ୍ଦ ମନ୍ଦ ହସି ଧୀରେ ଉତ୍ତର ଦେବାକୁ ଲାଗିଲେ । ସନତ କୁମାର କହିଲେ ହେ ସକଳ ଋଷିଗଣ !ମୁ ଯାହା କହୁଛି ମନ କର୍ଣ୍ଣ ଦେଇ ଶୁଣ ।ଏ ତଥ୍ୟ ଅତି ଗୁପ୍ତ ବଚନ ଅଟେ ।
ଦିନକର କଥା ।ମାହେଶ୍ୱରୀ ମନରେ କଅଣ ବିଚାର କରି ଶିବଙ୍କ ନିକଟରେ ପ୍ରବେଶ ହେଲେ ।ଶିବ ଭଗବାନ ତାଙ୍କ ପ୍ରିୟା କୁ ଆଦର କରି ସ୍ନେହ କରି ନେଇ କୋଳରେ ବସାଇଲେ ।ଶିବ ଭଗବାନ ପଚାରିଲେ -ଆଗୋ ପ୍ରିୟେ !ଆଜି କାହିଁକି ଅସମୟରେ ମୋ ନିକଟରେ ପ୍ରବେଶ ହେଲ କୁହ ? ସ୍ୱାମୀଙ୍କ ବଚନ ଶୁଣି ପାର୍ବତୀ ବେନି ହସ୍ତ ଯୋଡି କହିଲେ -ଭୋ ଦେବ ! ଏ ଛାର ଦାସୀ ଏକ କଥା ପଚାରିବା ପାଇଁ ବହୁ ଦିନରୁ ମନସ୍ଥ କରି ଆସିଥିଲା । ସମୟ ଅଭାବରୁ ମୁଁ ଆପଣଙ୍କୁ ସେ କଥା ପଚାରି ପାରୁ ନଥିଲି । ହେ ପ୍ରାଣନାଥ ! ଆଜି ତୁମକୁ ଏକଲା ଦେଖି ଯୋଗ ନେଇ ତୁମ ନିକଟରେ ଉପଗତ ହୋଇଛି । ହେ ପ୍ରାଣେଶ୍ବର ଦୟାକରି ମୋତେ ବିସ୍ତାର କରି କୁହ ଯେ ଦେବ ଦେବ ମହାଦେବ ସମସ୍ତ ଦେବ ଙ୍କ ଉପରେ ଅଟନ୍ତି ।ସେ ପୁଣି ତିନିପୁରରେ ସର୍ବତ୍ର ପୂଜା ପାଆନ୍ତି । ବ୍ରହ୍ମାଣ୍ଡ ରେ ଏତେ ବଡ଼ ନାମ ତୁମର ଅଛି । ହେ ସ୍ୱାମୀ ଆପଣ କାହିଁକି ଦିଗାମ୍ବର ବେଶ ରେ ଭ୍ରମଣ କରୁଛନ୍ତି ?, ତାପରେ ଶ୍ମଶାନ ରେ ଭୂତ ମାନଙ୍କ ସହିତ ଆପଣ ରହୁଛନ୍ତି ?' ତାପରେ ଚନ୍ଦନ ,ଅଗୁର ,ଅତର ନ ଲଗାଇ ମଶାଣି ପାଉଁଶ କାହିଁକି ବୋଲି ହେଉଛ ପ୍ରାଣସାଇଁ ?। ଏହି କଥା ମୋ ମନରେ ସନ୍ଦେହ ହେଉଛି ?। କଅଣ କାରଣ ପାଇଁ ନିଜ ଦେହରେ ଭସ୍ମ ବିଲୋପନ ଆପଣ କରନ୍ତି ?। ହେ ସ୍ୱାମୀ !ଦୟାକରି ଦାସୀ ଆଗରେ ଏକଥା ପ୍ରକାଶ କରନ୍ତୁ ?।ଏ ବିଷୟ ବୁଝିବା ପାଇଁ ମୋ ମନ ଉଦ୍ ବେଗ ହେଉଅଛି । ତିନି ଭୁବନରେ ଆପଣ ସମସ୍ତଙ୍କୁ ସୁଖ ଦେଇ ସ୍ୱର୍ଗ ତେଜି ଆପଣ ମଶାଣି ଭୁଇଁରେ ପଡିଛନ୍ତି ? ଏହି କାରଣ ଏ ଦାସୀ ଜାଣିବା ପାଇଁ ହେ ପ୍ରାଣନାଥ ଆପଣ ଙ୍କ ପାଦରେ ନିବେଦନ କରୁଛି ।
ପାର୍ବତୀଙ୍କ କଥା ଶୁଣି ଈଶ୍ୱର କହିଲେ - ହେ ପ୍ରାଣପ୍ରୟା ଚିତ୍ତ କୁ ସ୍ଥିର କରି ମୁଁ ଯାହା କହୁଛି ଶୁଣ ।ତୁମ ଉପରେ ମୋହର ଯେତିକି ଶ୍ରଦ୍ଧା ଅଛି ସେତିକି ଶ୍ରଦ୍ଧା ଏ ପାଉଁଶ ଉପରେ ମୋହର ଅଛି । କାହିଁକି ପାଉଁଶ ଉପରେ ମୋହର ଶ୍ରଦ୍ଧା ଅଛି ସେକଥା ତୁମକୁ ମୁଁ ବୁଝାଇ କହୁଛି । ଶଙ୍କର ଭଗବାନ କହିଲେ - - ଭୃଗୁ ବଂଶରେ ଗୋଟିଏ ବିପ୍ର ଜନ୍ମ ଗ୍ରହଣ କରିଥିଲା ।ତାହାର ଖ୍ୟାତି ତିନି ଭୁବନରେ ବ୍ୟାପି ଗଲା । ତାହାର ଦର୍ପ ଯୋଗ ରେ ଦେବଗଣ ମାନେ ଭୟ ଭିତ ହୋଇ ଗଲେ । ଏହି ବିପ୍ର ଗ୍ରୀଷ୍ମ ଋତୁ ରେ ପ୍ରଖର ସୂର୍ଯ୍ୟ କିରଣ ଥିଲା ବେଳେ ଚାରି ପାଖରେ ଅନଳ ଜାଳେ । କଠୋର ତପ୍ତ କିରଣ ରେ ଏହି ବିପ୍ର ଘୋର ତପ କଲା ।ତାହାର ମନରୁ ଅହଂକାର ଦୁରୀଭୂତ ହୋଇଗଲା ।ଶୀତ ଦିନରେ ଏହି ବିପ୍ର ଜଳ ମଧ୍ୟରେ ଶୟନ କରେ । ଦେହରେ କିଛି ବସ୍ତ୍ର ଆଚ୍ଛାଦନ କରେ ନାହିଁ ଶୀତ ଦିନରେ ଏହି ବିପ୍ର ।ଆଷାଡ଼ ଓ ଶ୍ରାବଣ ଏହି ଦୁଇ ମାସରେ ମନରେ କଷ୍ଟ ନଭାବି ବର୍ଷାରେ ବସି ତପ କରିବ । ଏହିପରି ଭାବେ ବିପ୍ର ଘୋର ତପସ୍ୟା ରେ ଥାଏ । ପ୍ରତିଦିନ ଫଳ ଆହାର କରେ । ବନ ରେ ପଶୁ ,ସିଂହ ,ବ୍ୟାଘ୍ର ,ଭାଲୁ ,ହସ୍ତୀ ,ମୃଗ ହରିଣ ,ବରାହ ଯେତେ ଜାତି ଅଛନ୍ତି ସେମାନଙ୍କ ମନରୁ ହିଂସା କୁ ବର୍ଜନ କରି ବ୍ରାହ୍ମଣ କୁ ଫଳମୂଳ ଯୋଗାନ୍ତି । ସେହି ଫଳମୂଳ କୁ ନେଇ ବ୍ରାହ୍ମଣ ଭୋଜନ କରେ । ବେଳକୁ ବେଳ ବ୍ରାହ୍ମଣର ତପ ପ୍ରବଳ ହେଲା । ତାହାର ତପସ୍ୟା ଦେଖି ଦେବତା ମାନେ ସ୍ୱର୍ଗପୁର ଥାଇ ଅତିଶୟ ସନ୍ତପିତ ହେଲେ ।ଏହାପରେ ସେହି ବ୍ରାହ୍ମଣ ଶାକ ଭକ୍ଷ ତେଜିବା ସହିତ ସମସ୍ତ ଆହାର ଛାଡିଦେଲା । ସେହିଦିନଠାରୁ ତାହାର ନାମ ପୂର୍ଣ୍ଣାଦ ନାମରେ ବ୍ରାହ୍ମଣ ନାମିତ ହେଲା ।
ସନତ କୁମାର କହିଲେ -ହେ ମୁନିଗଣ !ଏହା ପରେ କଅଣ ହେଲା ସମସ୍ତେ ଶୁଣ । ବ୍ରାହ୍ମଣ ପୂର୍ଣ୍ଣାଦ ବହୁ ବର୍ଷ ପର୍ଯ୍ୟନ୍ତ ଘୋର କଠିନ ସମସ୍ୟା ଦେଇ ତପସ୍ୟା କରିବାରେ ଲାଗିଲା । ଦିନେ ବ୍ରାହ୍ମଣ ପୂର୍ଣ୍ଣାଦ ମନରେ ବିଚାର କଲା ସତ୍ୟ ଧର୍ମ ରେ ରହି ମୁଁ ତପସ୍ୟା କଲି ।ମୋ ରକ୍ତର ବର୍ଣ୍ଣ ଶାକରସ ହୋଇଗଲା ।ଏବେ ମୋହର ତପସ୍ୟା ସିଦ୍ଧ ହେଲା ବୋଲି ପୂର୍ଣ୍ଣାଦ ମନରେ ଜାଣିଲା ।ଦ୍ଵିଜ ଏପରି ମନରେ ଚିନ୍ତା କରି ତାହାର ତପସ୍ୟା ପୂର୍ଣ ହେଲା ବୋଲି ଭାବିଲା । ଶଙ୍କର ଭଗବାନ କହିଲେ ହେ ଗୌରୀ ! ସେହି ପୂର୍ଣ୍ଣାଦ ବ୍ରାହ୍ମଣ ର ପ୍ରଭା କହୁଛି ଶୁଣ ।
ଦିନକର କଥା ସେହି ପୂର୍ଣ୍ଣାଦ ବ୍ରାହ୍ମଣ କୁଶ ପୁଳାଏ ଛେଦନ କଲା । କୁଶ ଛେଦନ କରୁ କରୁ ତୀକ୍ଷ୍ଣ କୁଶ ଟିଏ ସେହି ସମୟରେ ତାହାର ହାତର ମଧ୍ୟମା ଆଙ୍ଗୁଠି ରେ ବାଜି କାଟି ହୋଇ ରକ୍ତ ଝର ଝର ହୋଇ ବହି ମହୀ ରେ ପଡିଲା । ଦ୍ଵିଜ ବର ନିଜ ଆଙ୍ଗୁଳି କୁ ନିରେଖି ଦେଖିଲା ।ସେ ଦେଖିଲା ଯେ ତାହାର ରକ୍ତ ସବୁ ଶାକ ରସ ପରି ଦେଖା ଯାଉଛି । ତାହା ଦେଖି ବ୍ରାହ୍ମଣ ଆନନ୍ଦ ମନରେ ପ୍ରେମରେ ହସି ହସି ବାହୁ ଟେକି ନୃତ୍ୟ କଲା । ଥରକୁ ଥର ଉନ୍ମତ୍ତ ଭାବେ ଗର୍ଜନ କଲା । ଯେଉଁ ପଶୁମାନେ ସେହି ବ୍ରାହ୍ମଣ ପାଖରେ ଖଟୁଥିଲେ ତା ଭୟରେ କେହି ଆଉ ରହିଲେ ନାହିଁ । ସମସ୍ତେ ଯାଇ ବଣ ରେ ପଶିଲେ । ଶଙ୍କର ଭଗବାନ କହିଲେ ହେ ପ୍ରାଣସହୀ !ଶୁଣ ।ଏହି ସମୟରେ ସେହି ବ୍ରାହ୍ମଣର ମନ ଜାଣି ମୁଁ ବିପ୍ର ରୂପ ଧରି ତା ନିକଟରେ ମିଳିଲି । ବ୍ରାହ୍ମଣ ମୋତେ ଦେଖି ଟହ ଟହ ହସି ଚାଲିଗଲା ।ବ୍ରାହ୍ମଣ ପାଗଳ ପରି ଗର୍ଜନ ଛାଡୁଥାଏ । ହେ ଗୌରୀ !ମୁଁ ଚଞ୍ଚଳ ଯାଇ ତାହାରି ହାତ କୁ ଧଇଲି ଓ କହିଲି ହେ ଦ୍ଵିଜବର ତୁ କିମ୍ପାଇ ଉତ୍ପାତ କରୁଛୁ ?। ତୋ ମନ ଏ ପ୍ରକାର କାହିଁକି ହେଉଛି ? ହେ ଦ୍ଵିଜବର କାକୁସ୍ଥ ପରି ତୁ କାହିଁକି ହେଉଛୁ ?। ମୋତେ ଏହା ଦେଖି ଆଶ୍ଚର୍ଯ୍ୟ ଲାଗୁଛି । ହେ ପୂର୍ଣ୍ଣାଦ !ମାୟା ନରଖି ମୋତେ ସବୁ କହ ?ସଂଶୟ ଫିଟାଇ କହ ବିପ୍ର ?। ତପ ବଳରେ ଜନ ପୁଣ୍ୟ ଯଶ ଲାଭ କରେ କିନ୍ତୁ ତୁ ଜାଣି ଜାଣି ତାହାକୁ ନାଶ କରୁଛୁ ।ଯିଏ ଗର୍ବ କରେ ତାହାର ସବୁ ଧର୍ମ ବିନାଶ ହୁଏ । ଯେଉଁ ଜନ ଅହଙ୍କାରଶୁନ୍ୟସେହିଁ ପୌରୁଷ ଲାଭ କରେ।ହେ ବ୍ରାହ୍ମଣ ତୁ ଦେଖୁଛୁ ଚନ୍ଦ୍ରମା କେତେ ସୁନ୍ଦର ଅଟନ୍ତି ?।ତାପରେ ବି ସୂର୍ଯ୍ୟ ଙ୍କର ତେଜବନ୍ତ କାନ୍ତି ଅଛି ।ହେ ବ୍ରାହ୍ମଣ!ଅଗ୍ନି ଠାରେ ଦଗ୍ଧ କରିବାର ଶକ୍ତି ଅଛି । ଏମାନେ ଦିନେ ଅହଂକାର କରନ୍ତି ନାହିଁ ।ମୁଁ ଜାଣିଛି ଯେ ତୁମ ତପ ନିର୍ମଳ ହୋଇଛି ଗର୍ବ ଭାବ ଧରି ତାହାକୁ ନକର ।
ଈଶ୍ୱର ଭଗବାନ କହିଲେ ହେ ପ୍ରାଣସଖୀ ଏହାପରେ କଅଣ ଘଟିଲା ତାହା ମୁଁ କିଛି ସମୟ ପରେ କହିବି ।
କ୍ରମଶଃ.................
No comments:
Post a Comment