Showing posts with label ସଂଗୃହୀତ ଐତିହାସିକ ତଥ୍ୟ. Show all posts
Showing posts with label ସଂଗୃହୀତ ଐତିହାସିକ ତଥ୍ୟ. Show all posts

Friday, November 19, 2021

⛵ଓଡ଼ିଶାର ତଥା ନୌଯାତ୍ରାର ଅଧିଷ୍ଠାତ୍ରୀ ଦେଵୀ ମାଆ ମଙ୍ଗଳା⛵

ଓଡ଼ିଶାର ତଥା ନୌଯାତ୍ରାର ଅଧିଷ୍ଠାତ୍ରୀ ଦେଵୀ 
                      ମାଆ ମଙ୍ଗଳା
     [ ଉପସ୍ଥାପନା ; ✍ ଶିଶିର ସାହୁ ମନୋଜ ]

ଆମ କଳିଙ୍ଗୋଡ୍ରତ୍କଳରେ ନୌଵାଣିଜ୍ୟ ପରମ୍ପରାର ଅଧିଷ୍ଠାତ୍ରୀ  ମା’ ମଙ୍ଗଳା  । କଳିଙ୍ଗ ଦେଶର ସାଧଵମାନେ ବୋଇତ ଦେଇ ଯାତ୍ରା ଆରମ୍ଭ କରିଵା ସମୟରେ ମା’ ମଙ୍ଗଳାକୁ ସ୍ମରଣ କରୁଥିଲେ ତାଙ୍କର ଆରାଧନା କରୁଥିଲେ । 

 ଗୋପୀନାଥ ଦାସ  ତାଙ୍କ “ଖୁଦୁରୁକୁଣୀ” ପଦ୍ୟରେ ସାଧଵମାନେ କିପରି ମାଆ ମଙ୍ଗଳାଙ୍କୁ ସୁମରଣା କରନ୍ତି ତହିଁର ଵର୍ଣ୍ଣନା କରିଛନ୍ତି 
 
“ଜୟଗୋ ଜୟଗୋ ମଙ୍ଗଳା
 ଉଦ୍ଧାର ବୁଡ଼ିବାର ଭେଳା ।
  ସଂକଟ ତାରିଣୀ ମଙ୍ଗଳା 
  ଉଦ୍ଧାର ବୁଡ଼ିବାର ଭେଳା ।”

ମଙ୍ଗ୍ ଧାତୁର ଅର୍ଥ ଗମନ କରିଵା ଵା ଯିଵା ।ନୌକାର ମୁଣ୍ଡ ଵା ନୌକାର କର୍ଣ୍ଣ ତଥା ଜାହାଜର ପାର୍ଶ୍ବ(ଆପ୍ଟେ)କୁ ମଙ୍ଗ କୁହାଯାଏ । ଡଙ୍ଗାର ଆଗ ପାଖର ମଙ୍ଗକୁ ଆଗମଙ୍ଗ ଓ ପଛପାଖର ମଙ୍ଗକୁ ପଛମଙ୍ଗ କହନ୍ତି । 

ଯେମିତି ମଙ୍ଗ ଵିନା ବୋଇତରେ ଆତଯାତ କରିଵା ଅସମ୍ଭଵ ସେହିପରି ମଙ୍ଗ୍ ଧାତୁରୁ ନିଷ୍ପନ୍ନ ମଙ୍ଗଳା ନାମରେ ନାମିତ ମାଆ ମଙ୍ଗଳାଙ୍କ ସ୍ମରଣ ଵିନା ଜଳଯାତ୍ରା ମଧ୍ୟ ନିତାନ୍ତ ଵିପଦପୂର୍ଣ୍ଣ ବୋଲି ପ୍ରାଚୀନ କାଳରୁ ଏ ଦେଶରେ ଲୋକଵିଶ୍ଵାସ ପ୍ରଚଳିତ । କଳିଙ୍ଗୋଡ୍ରତ୍କଳର ନୌଵାଣିଜ୍ୟ ଯୁଗରେ   ବୋଇତର ମଙ୍ଗ ଉପରେ ମା’ ମଙ୍ଗଳାକୁ ସ୍ଥାପନ କରାଯାଉଥିଲା ।  କାର୍ତ୍ତିକ ପୂର୍ଣ୍ଣିମା ପରେ ମାର୍ଗଶିର ମାସରେ ଗମନ କରି ଭାଦ୍ରବ ମାସରେ ସାଧବମାନେ ନୌବାଣିଜ୍ୟ ସାରି ଵିଦେଶରୁ ସ୍ଵଦେଶକୁ ଲେଉଟି ଆସୁଥିଲେ । ସାଧଵମାନଙ୍କର ଶୁଭ ପ୍ରତ୍ୟାଵର୍ତ୍ତନ ଲାଗି କୁମାରୀମାନେ ଭାଦ୍ରବ ମାସରେ ମଙ୍ଗଳମୟୀ ମା’ ମଙ୍ଗଳାଙ୍କୁ ଆରାଧନା କରୁଥିଲେ ଯାହା ଆଜି ମଧ୍ୟ “ଖୁଦୁରୁକୁଣୀ ଓଷା” ନାମରେ ପାଳିତ ହୋଇଥାଏ ।  

 ପାର୍ଵତୀ, ଦୁର୍ଗା ଓ ସରସ୍ବତୀ ଠାକୁରାଣୀଙ୍କ ମୂର୍ତ୍ତିକୁ ମଙ୍ଗଳା କୁହାଯାଏ । ପତିଵ୍ରତା ସ୍ତ୍ରୀ,ଧଳା ଓ ନୀଳ ଦୁବ ତଥା ହଳଦୀକୁ ମଧ୍ୟ ମଙ୍ଗଳା କୁହାଯାଏ ।‌ ଓଡ଼ିଶାର ଅଧିଷ୍ଠାତ୍ରୀ ଦେଵୀ ହେଉଛନ୍ତି ମାଆ ମଙ୍ଗଳା । ତାଙ୍କୁ ଏଠାକାର ଅଧିକାଂଶ ଗ୍ରାମରେ ଗ୍ରାମ୍ୟ ଦେଵୀ ରୂପେ ଆରାଧନା କରାଯାଏ । କାକଟପୁରରେ ସେହି ମାଆଙ୍କର ପ୍ରସିଦ୍ଧ ମନ୍ଦିର ଵିଦ୍ୟମାନ । 

ଓଡ଼ିଶାର ଲୋକେ ନୌଵାଣିଜ୍ୟ କରୁଥିଲେ ଫଳରେ  ନୌଯାତ୍ରାର ଅଧିଷ୍ଠାତ୍ରୀ ଦେଵୀ ମାଆ ମଙ୍ଗଳାଙ୍କର ଦେଵସ୍ଥାନ ଓଡ଼ିଶାର ପ୍ରାୟ ଅଧିକାଂଶ ଅଞ୍ଚଳରେ ଦେଖାଯାଏ । ମାଆ ମଙ୍ଗଳାଙ୍କୁ ସ୍ମରଣ ଵିନା ନୌଯାତ୍ରା କରିଵାକୁ ଅଶୁଭ ମନେ କରାଯାଉଥିଲା ‌ । 
 

 ଶ୍ରୀଧର ଧୀଵରଙ୍କ  ‘ଖୁଲଣା ସୁନ୍ଦରୀ’ ଗୀତିକାଵ୍ୟରେ ଏହି ଲୋକଵିଶ୍ଵାସ ସୁନ୍ଦର ଭାବରେ ପ୍ରତିଫଳିତ ହୋଇଛି ।  ସାଧଵ ଧନେଶ୍ବର ନୌଵାଣିଜ୍ୟ ଯାତ୍ରା ଆରମ୍ଭ ପୂର୍ଵରୁ ମା’ ମଙ୍ଗଳାଙ୍କ ପରିଵର୍ତ୍ତେ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରିଥିଵାରୁ ପରେ କେମିତି ବହୁ ଦୁଃଖ ଓ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ ଏଵଂ ଧନେଶ୍ଵର ସାଧଵ ପ୍ରତି ମା’ ମଙ୍ଗଳାଙ୍କର ତିରସ୍କାରକୁ ଶ୍ରୀଧର ଧୀଵର ‘ଖୁଲଣା ସୁନ୍ଦରୀ’ରେ ଏପରି ଉଲ୍ଲେଖ କରିଛନ୍ତି ...
 

“ଧନେଶ୍ବର ତୁ କି ବାତୁଳ ହେଲୁ କି
 ମତେ ଛାଡ଼ି ତୁ ଅନ୍ୟକୁ ଭଜିଲୁ । 
 ସେ କାଳିଆ ବଡ଼ ଦେଉଳେ ବସି 
 ଭୋଗ ଖାଉଥାଏ ହୋଇଣ ଖୁସି ।
  ଦେଖିବି ସେ ତୋତେ ରଖେ କେମିତି 
  ମୁହିଁ ମା’ ତୋତେ କହେ ଏତିକି । ”
  
 ସ୍ପଷ୍ଟ ହୁଏ  ମା’ ମଙ୍ଗଳା ନୌଵାଣିଜ୍ୟ ପରମ୍ପରାର ଇଷ୍ଟ ଦେଵୀ ଫଳତଃ ଏ ଦେଶରେ ଆଗେ ନୌଯାତ୍ରା ପୂର୍ଵରୁ ଜୟ ଜଗନ୍ନାଥର ଜୟଘୋଷ ନୁହେଁ ଵରଂ ମାତା ମଙ୍ଗଳାଙ୍କୁ ସ୍ମରଣ କରାଯାଉଥିଲା  । ଆଜି ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଆଜକୁ ଶତ ଶତ ଵର୍ଷ ପୂର୍ଵେ ଏହି ମାର୍ଗଶିର ମାସରେ ମାଆ ମଙ୍ଗଳାଙ୍କୁ ସ୍ମରଣ ଓ ପୂଜା କରି ବୋଇତ ନେଇ ନୌଵାଣିଜ୍ୟ ହେତୁକ ସାଗରପାରି ଦେଶମାନଙ୍କୁ ଗମନ କରୁଥିଲେ ।‌ 
 
ଯୁଗ ପରେ ଯୁଗ ବିତି ଯାଇଛି କଳିଙ୍ଗ ଦେଶର ସେ ସୁଵର୍ଣ୍ଣ ଯୁଗ ମଧ୍ୟ ଅପସରି ଯାଇଛି କିନ୍ତୁ ଓଡ଼ିଆ ଜାତି ପ୍ରାୟତଃ ସ୍ଵାଭିମାନହୀନ ହୋଇ ସୁଦ୍ଧା ତା ଜାତୀୟ ଠାକୁରାଣୀ ମାଆ ମଙ୍ଗଳାଙ୍କର ଆଜି ବି ଆରାଧନା କରିଚାଲିଛି । ସେଇ ମାଆମାଟି ଅଛି , ମହୋଦଧି ଓ ମାଆ ମଙ୍ଗଳା ଅଛନ୍ତି କିନ୍ତୁ ୪୦୦ ଵର୍ଷର ପରାଧୀନତା ଯୋଗୁଁ ଓଡ଼ିଆ ଜାତିର ସ୍ଵାଭିମାନ ହ୍ରାସ ହେତୁକ ଏ ଜାତି ସୁନାରୁ କ୍ରମଶଃ ମାଟି ହୋଇ ହୋଇ ଗଲାଣି ।

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...