Showing posts with label ସଂସ୍କୃତି ଓ ପରମ୍ପରା. Show all posts
Showing posts with label ସଂସ୍କୃତି ଓ ପରମ୍ପରା. Show all posts

Monday, December 20, 2021

● ଆକାଶ ଦୀପ ଓ ଓଡ଼ିଆ ସଂସ୍କୃତି ପରମ୍ପରା ●

                   ✍  ଉପସ୍ଥାପନା  ; ରାଧାକୃଷ୍ଣ ବାୟକ
 
ପବିତ୍ର କାର୍ତ୍ତିକ ମାସରେ ଅନେକ ମଠ, ମନ୍ଦିର ତଥା ବ୍ୟକ୍ତି ବିଶେଷ ସ୍ଥାନରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଆୟୋଜନ କରାଯାଇଥାଏ। ଯେପରି ପ୍ରଭାତ କୀର୍ତ୍ତନ, ଭାଗବତ , ଶ୍ରୀରାମଚରିତ ମାନସ, ଗୀତା ଓ ଅନ୍ୟାନ୍ୟ ପୁରାଣ ଆଦିର ପାରାୟଣ ଅନୁଷ୍ଠିତ ହୋଇଥାଏ। ସେହିପରି ମାସବ୍ୟାପି ଆକାଶଦୀପ ପ୍ରଜ୍ଵଳିତ ମଧ୍ୟ ହୋଇଥାଏ। ତେବେ କାହିଁକି ଲଗାଯାଇଥାଏ ଆକାଶଦୀପ ଓ ଏହାର କଣ ରହିଛି କାରଣ ଆସନ୍ତୁ ଜାଣିବା :-

ସାଧାରଣତଃ କାର୍ତ୍ତିକ ମାସରେ ବିଭିନ୍ନ ମଠ, ମନ୍ଦିର ତଥା ଧାର୍ମିକ ସ୍ଥଳରେ ଆକାଶଦୀପ ଲଗାଯାଇଥାଏ। ବିଶ୍ବାସ ରହିଛି ଏହି ଆକାଶଦୀପ ଉର୍ଦ୍ଧ୍ବରେ ଲାଗିଲେ ଜୀବ ଉର୍ଦ୍ଧ୍ବମୁଖୀ ହୋଇ ଭଗବଦ ଚରଣାରବିନ୍ଦକୁ ପ୍ରାପ୍ତ କରିଥାଏ। ଏହାସହ ନିଜ ଭିତରେ ଜ୍ଞାନଗ୍ନି ପ୍ରଜ୍ଵଳିତ ହୋଇଥାଏ। ଏହାସହ ପିତୃଲୋକଙ୍କୁ ମଧ୍ୟ ଆଲୋକ ଓ ଶାନ୍ତି ପ୍ରାପ୍ତହୋଇ ଅମୃତ ଲୋକକୁ ଯିବାର ପଥ ପରିଷ୍କାର ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଯହେତୁ କାର୍ତ୍ତିକ ମାସ ହେଉଛି ସବୁ ମାସ ଠାରୁ ଶ୍ରେଷ୍ଠ ମାସ, ସେଥିପାଇଁ ଏହି କାର୍ତ୍ତିକ ମାସରେ ଏହି ଆକାଶଦୀପ ଲଗାଯାଇଥାଏ।

ସାଧାରଣ ଦୀପ ଲଗେଇବା ଠାରୁ ଆକାଶଦୀପ ଲଗେଇବା ଭିନ୍ନ ପ୍ରକାରର ହୋଇଥାଏ। ଏକ ମାଟି ହାଣ୍ଡିରେ କେତେକ ଛିଦ୍ର କରିବା ପରେ ସେଥିରେ ବାଲି ରଖାଯାଇଥାଏ। ଏହି ବାଲି ଉପରେ ଏକ ଦୀପ ରଖାଯାଇ ଅଗ୍ନି ସଂଯୋଗ କରାଯାଇଥାଏ। ଏହାପରେ ଏକ ମାଟି ଢାଙ୍କୁଣୀ ଦ୍ବାରା ଢଙ୍କଯାଇ ଶିକାରେ ରଖାଯାଏ।

ଏହି ଦୀପ ଶିକାକୁ ଏକ ଉଚ୍ଚ ବାଉଁଶରେ ବାନ୍ଧି ଉପରକୁ ଉଠାଯାଏ। ସାଧାରଣତଃ ଏହାକୁ ଏକ ରଶି ସାହାର୍ଯ୍ୟରେ ଉପରକୁ ଭିଡାଯାଏ। କାରଣ ପୁଣି ତେଲ ସରିଗଲେ ସେହି ରଶି ଦ୍ବାରା ଦୀପକୁ ତଳକୁ ଖସାଯାଇଥାଏ। ଏହା ପୁରା ରାତିସାରା ଜଳିବାର ବିଧି ରହିଛି।

ଏହି ଆକାଶ ଦୀପ ପରମ୍ପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ସଂଧ୍ୟାବେଳେ ବୟସ୍କା ମହିଳାମାନେ ଚଉଁରା ମୂଳେ ଏହି ଆକାଶଦୀପ ସ୍ଥାପନା କରିଥାନ୍ତି। ବିଶ୍ବାସ ରହିଛି ଯେ ଯାହାର ଆକାଶଦୀପ ଯେତେ ଉଚ୍ଚା ତାହାର ପୂଣ୍ୟର ମାତ୍ର ସେତେ ଅଧିକ ହେବ।

ଏଥିସହିତ ଆକାଶଦୀପର ଆଉ ଏକ କାରଣ ରହିଛି। ତାହା ହେଲା ମହାଳୟାରେ ଆମ ପୂର୍ବ ପୁରୁଷମାନେ ପୃଥିବୀପୃଷ୍ଠକୁ ଆସିଥାନ୍ତି ବା ଆମ ପରିବାର ସହ ସମ୍ପର୍କ ରଖି ଯିବାଆସିବା କରନ୍ତି ।  ଦୀପାବଳି ଦିନ ଦୀପଦାନ ତଥା ପିମ୍ପେଇର (କାଉଁରିଆ କାଠି ବା ଆଖୁରେ ତିଆରି)  ଆଲୋକରେ ସେମାନେ ପିତୃ ଲୋକକୁ ଗମନ କରିଥାନ୍ତି । ସେଥିପାଇଁ ବହୁ ଉଚ୍ଚରେ ଏହି ଆକାଶଦୀପ ସେମାନଙ୍କୁ ବାଟ କଢାଇଥାଏ ବୋଲି ଏକ ଲୋକ ବିଶ୍ବାସ ମଧ୍ୟ ରହିଛି।

ବହୁ ସ୍ଥାନରେ କୁମାର ପୂର୍ଣ୍ଣିମା ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ମାସ ସାରା ଏହି ଦୀପ ଲଗାଯାଇଥାଏ। କେତେକ ସ୍ଥାନରେ   ଅଁଳା ନବମୀ ପରେ ଏହି ଦୀପ ଲଗାଯାଇଥାଏ। ଯେଉଁ ସାଂସାରିକ ଲୋକ କାର୍ଯ୍ୟ ବ୍ୟସ୍ତତା ହେଉ ଅବା କୌଣସି କାରଣ ବଶତଃ ହେଉ ଅଧିକାଂଶ ପଞ୍ଚୁକ ପାଞ୍ଚଦିନ ଏହି ଆକାଶଦୀପ ସ୍ଥାପନ କରିଥାନ୍ତି।

ଆକାଶଦୀପ ଉତ୍କଳୀୟ ଜନ ଜୀବନକୁ ବହୁ ଭାବରେ ପ୍ରଭାବିତ କରି ଆସିଛି। ପ୍ରାଚୀନ ସାହିତ୍ୟ ଓ ଭଣତିରେ ଏହି ଆକାଶଦୀପକୁ ନେଇ ରହିଛି ଅନେକ ରଚନା। ଗ୍ରାମାଞ୍ଚଳରେ ସାଧାରଣତଃ ବିଧବାମାନେ କାର୍ତ୍ତିକ ହବିଷ କରିବା ସହିତ ସନ୍ଧ୍ୟାରେ ଚଉରାମୂଳେ ଆକାଶଦୀପ ଜାଳିବା ଏକ ବିଧି ଏବଂ ପରମ୍ପରା। ଯେଉଁଥିପାଇଁ ସେମାନଙ୍କ ହବିଷ ବେଭାରରେ ଆକାଶଦୀପ ପାଇଁ ସ୍ୱତନ୍ତ୍ର ଅର୍ଥର ବ୍ୟବସ୍ଥା ରହିଛି। ଏହା ସେମାନଙ୍କ ପାଇଁ ଏକ ସମ୍ମାନର ପ୍ରତୀକ ବୋଲି ମନେ କରାଯାଏ।

Wednesday, August 26, 2020

🌺 ଆମ ପରମ୍ପରା ନୂଆଁଖାଇ 🌺

   ଆମ ଉତ୍କଳୀୟ ପରମ୍ପରାରେ ନୂଆଁଖାଇ
  ~~~~~~~୦~~~~~~~~
ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ ।ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ ।

 ନୂଆଖାଇ ପାଳନ ନିମନ୍ତେ ଆଗରୁ "ଲଗନ" ବା "ତିଥି" ନିର୍ଣ୍ଣୟ କରାଯାଉଥିଲା । ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ,  ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା ।
ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ । ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତାକରାଯାଇ ସର୍ବସମ୍ମତ କ୍ରମେ ଗଣେଶ ପୂଜାର ପରଦିନ ଅର୍ଥାତ ଋଷି ପଞ୍ଚମୀ ଦିନଟି ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି । କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ଏହା ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ । 

       ପୂର୍ବାଞ୍ଚଳରେ ଏହା ଆଶ୍ୱିନ ମାସର ମହାଳୟା ତିଥି ଭିତରେ ସମ୍ପନ୍ନ ହେବାର ବିଧାନ ରହିଛି । କାରଣ ଏହି ନବାନ୍ନ ପିତୃପୁରୁଷଙ୍କ ପିଣ୍ଡଦାନରେ ବ୍ୟବହୃତ ହୋଇଥାଏ । ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଅପରପକ୍ଷ (ମହାଳୟା) ପରଠାରୁ ଶ୍ରାଦ୍ଧ ଦେବାର ବ୍ୟବସ୍ଥା ଅଛି ।

           ଏହା ସମଗ୍ର ଓଡ଼ିଶାରେ ବିଶେଷ କରି ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାସମୂହରେ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ଦେଶର ବିଭିନ୍ନ ଅଞ୍ଚଳରେ ତଥା ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ନବାନ୍ନ ଦିନ ଘରେ ଉପସ୍ଥିତ ହେବାକୁ ଚେଷ୍ଟା କରିଥାନ୍ତି, ଯେଉଁମାନେ ନିଜ ଭିଟାମାଟିକୁ ଆସି ନ ପାରନ୍ତି, ସେମାନେ ନିଜେ ରହୁଥିବା ଜାଗାରେ ନୂଆଖାଇ ପାଳନ କରିଥାନ୍ତି ।

       ନୂଆଭାବରେ ଅମଳ କରାଯାଇଥିବା ଷାଠିଆଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଭକ୍ଷଣ କରିଥାନ୍ତି । ନୂଆଧାନରୁ ପ୍ରସ୍ତୁତ ଚୁଡ଼ା, ଭାତ, କ୍ଷୀରି, ମଣ୍ଡାପିଠା ନିଜ ନିଜ ଘରେ ପ୍ରସ୍ତୁତ କରି ନିଜ ନିଜର ଇଷ୍ଟଦେବୀ, ଗ୍ରାମଦେବୀ (ମାଉଳୀ), ଦେବତା, ଆରାଧ୍ୟ ପାଖରେ ପ୍ରଥମେ ଅର୍ପଣ କରି ସମସ୍ତେ ଏକାଠି ବସି ଖାଇଥାନ୍ତି । ଖାଇସାରିବା ପରେ ଭେଟଘାଟ ପର୍ବ ଆରମ୍ଭ ହୁଏ । ପ୍ରଥମେ ଗ୍ରାମଦେବତୀଙ୍କ ପୀଠ ବା ଭାଗବତ ଟୁଙ୍ଗୀରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କୁ ପ୍ରଣାମ ଜଣାଇ ଆଶୀର୍ବାଦ କାମନା କରିଥାନ୍ତି । ଭେଟଘାଟ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।
        ପଶ୍ଚିମଓଡିଶାକୁ ବାଦ୍ ଦେଲେ ଅନ୍ୟ ଅଞ୍ଚଳରେ କେବଳ ପୂଜାରେ ସୀମିତ ଏଇ ନୂଆଁଖାଇ । 

    ✍ ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ 

Sunday, August 23, 2020

🌺 ଷଷ୍ଟୀ ପୂଜା ( ଓଷା ) 🌺

      ~: ଷଷ୍ଠୀ ପୂଜା ( ଓଷା ) :~
         
କୁହନ୍ତି "ମା"ମଲା ପିଲାର ସଠି, ପଞ୍ଚୁଆତି କ'ଣ? ଅର୍ଥାତ ମାଆଟିଏ ନିଜ ସନ୍ତାନର ଦୀର୍ଘଜୀବନ କାମନା କରି ସଠି ଦେବୀଙ୍କୁ ପୂଜିଥାଏ ।ମାଆ ସଠିଦେବୀ ପିଲାଟିଏ ଜନ୍ମ ହେଲେ ତା ମଥାରେ ଭାଗ୍ୟଫଳ ଲେଖିଦିଅନ୍ତି ବୋଲି ବିଶ୍ୱାସ ଅଛି।   ତାଙ୍କୁ ସନ୍ତୁଷ୍ଟ କରି ପିଲାଟିକୁ ମାଆ ଘଣ୍ଟ ଘୋଡାଇ ରଖନ୍ତୁ  ,ଏହି କାମନା କରିଥାଏ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଷଷ୍ଠୀ, ଏହି ଦିନ ମାଆ ମାନେ ପୁଅଝିଅ ମାନଙ୍କ ର ଦୀର୍ଘଜୀବନ ପାଇଁ ସେମାନଙ୍କୁ ବନ୍ଦାପନା କରିଥାନ୍ତି, ନାନା ପ୍ରକାର ସୁସ୍ବାଦୁ ବ୍ୟଂଜନ, ପିଠା ଇତ୍ୟାଦି ଭୋଗ ହୋଇଥାଏ, ସାରୁଗଛ,ଓଲୁଅଗଛv,ବାଉଁଶଡାଳ,ଧାନଗଛ, ବଜ୍ରମୂଳିଗଛ, ଜୁଈଡାଳ,  ଅଁଳାଡାଳକୁ ପୂଜାକରି ପିଲାମାନଙ୍କ ପିଠିରେ ସାତଥର ବାଡେଇଥାନ୍ତି, 
ଏହାର କାରଣ ଏହିସବୁ ଗଛ ଅଛମର , ପ୍ରାୟତଃ ବର୍ଷାଦିନେ ଯେଉଁଠି ପୋତିଦେଲେ ଜୀଁ ଉଠିଥାଏ, "ମାଆ" ମାନେ  ଏହି କାମନା କରନ୍ତି ତାଙ୍କ ପିଲା ଏହିସବୁ ଗଛ ପରି ଦୀର୍ଘାୟୁ ହୁଅନ୍ତୁ,ଯେପରି ଅବସ୍ଥାରେ ଥାନ୍ତୁ,ଭଲରେ ଥାନ୍ତୁ।।

     ଆଗରୁ ମାଟିରେ "ବାପାମାଆ" ଓ ତାଙ୍କର "ଛଅ ପୁଅ" ଗଢାଯାଇଥାଏ,  ଓ ସେହିଦିନ ବାରିକ ଗହ୍ମାମାଟି ଦିଏ ।। ତା ସାଥିରେ ହଳଦୀ ଅଁଳାପତ୍ର ମିଶାଇ ସୁନାନାକୀ ଝିଅ ଗୋଟିଏ ତିଆରି କରାଯାଏ,  ହଳଦୀଆ ରଙ୍ଗର ଲୁଗା ,ପଇତା ,ଫୁଲ, ଦୁବ ,ଚନ୍ଦନ, ସିନ୍ଦୁର ମଣ୍ଡନ କରାଯାଇ,ଏହି ମାନଙ୍କୁ ପୂଜା କରାଯାଏ, ପିଲାମାନଙ୍କୁ ଝୋଟି ପଡିଥିବା ଚିତା ଉପରେ ବସାଇ ବନ୍ଦାପନା କରି ହାତରେ ସଠିସୂତା ବାନ୍ଧି ଦିଆଯାଏ । ଓଡିଆର ଘରେ ଘରେ ଏହି ପର୍ବ ଗଣେଶ ପୂଜାର ଗୋଟିଏ ଦିନ ପରେ ପାଳନ କରାଯାଏ। ଏପରିକି ଦ୍ବାପରରେ ରାଜା ନନ୍ଦ ଓ ମା ଯଶୋଦା ମଧ୍ୟ ପୁତ୍ର ଜନ୍ମର ଛଅ ଦିନରେ ପୁତ୍ର ପାଇଁ ସଠିପୂଜା କରିଥିଲେ।  ଆମମାନଙ୍କ ମଧ୍ୟରେ ଅଧିକାଂଶ ତାଙ୍କର ମହିମା, କାର୍ଯ୍ୟକଳାପ ବିଷୟରେ ଅବଗତ ନଥିବେ।।

ସେଥିପାଇଁ ମୁଁ ...ବିଶିଷ୍ଟ,କାବ୍ୟସ୍ରଷ୍ଟା,ସାରସ୍ୱତ ସାଧକ,ଲେଖକ, ସାହିତ୍ୟିକ,ଗାଳ୍ପିକ,ଶବ୍ଦର ସମ୍ରାଟ,  ପୌରାଣିକ କିମ୍ବଦନ୍ତୀକୁ ବାଖ୍ୟାକରି ଲୋକଲୋଚନକୁ ଆଣିବାରେ ଅତୁଳନୀୟ ଅବଦାନ ଆଣିଥିବା ସମ୍ନାନୀୟ  ଶ୍ରୀଯୁକ୍ତ "Dusmanta kumara Mishra(Tuku) ମହୋଦୟଙ୍କ"....ହରିବଂଶର...କିଛି ଅଂଶର ଉପସ୍ଥାପନା କରୁଅଛି।ସେଥିପାଇଁ ମୋ ହୃଦୟରୁ ତାଙ୍କୁ ଶତ ଶତ ପ୍ରଣାମ ।।

ମାଆ " ସଠିଦେବୀ"

ହରିବଂଶ(ଭାଗ--୩୯)
  =============*
                            

ରାଜାପରୀକ୍ଷିତ ଶୁକମୁନିଙ୍କୁ ପ୍ରଣିପାତକରି ପଚାରିଲେ ଭୋ ଦେବ !ଭଗବାନ ଶ୍ରୀକୃଷ୍ଣ ଙ୍କ ସଠି ପୂଜାକୁ ଅର୍ଦ୍ଧ ରାତ୍ରରେ ଚାରି 
ଯୁଗ ବୀର ମାନେ ଆସିଥିଲା ।କେଉଁ ଯୁଗରୁ ,କେଉଁ ବୀର ମାନେ ଆସିଥିଲେ ?ଏବିଷୟରେ ମୋତେ ସଂକ୍ଷେପରେ କୁହନ୍ତୁ
?।ପରୀକ୍ଷିତ ଙ୍କୁ ଶୁକମୁନି କହିଛନ୍ତି ........................!!!!!

ବେଦପତି ବ୍ରହ୍ମା  ,ସୃଷ୍ଟି ଆରମ୍ଭ କରିଥିବା ଆଦିନାରୀ କେତୁକାଙ୍କ 
କହିଲେ "ତୁମେ ଯାଇ କୃଷ୍ଣ ଭଗବାନଙ୍କ ସଠିଜୁଇ ଜାଳ।କେତୁକା ,କୃଷ୍ଣ ଭଗବାନଙ୍କ ସଠି ଜୁଇ ଜାଳିଲେ ।ଚକ୍ରଧର କେତୁକା ଙ୍କୁ ଶାଢ଼ୀ ପ୍ରଦାନ କଲେ ।ବେଦବର ବ୍ରହ୍ମା ସଠି ଦେବୀଙ୍କୁ ନିର୍ଦ୍ଦେଶ ଦେଇ କହିଲେ ତୁମେ ଯାଇ  କପାଳ ଲିଖନ କର ।ଯେ ଯାହା ଅର୍ଜନ କରିଥିବ ତାକୁ ସେୟା ଭୋଗ କରିବାକୁ ପଡିବ ।ଏକଥା ସମସ୍ତଙ୍କ କପାଳରେ ତୁମେ ସଠି ଦେବୀ ଲେଖିବ ।ସଠି ଦେବୀ ଡରିଗଲେ !ବ୍ରହ୍ମା ଙ୍କୁ କହିଲେ ମୁଁ 
ମୁଁ ଜଣେ  ,କିପରି ଏସବୁ ଭିଆଣ କରିବି ?।ବ୍ରହ୍ମା ସଠି ଦେବୀଙ୍କୁ କହିଲେ ତୁମ ସଙ୍ଗରେବୀର ମାନେ ଅଛନ୍ତି ।ଏହି ବୀର ମାନେ ତୁମରି ଆଜ୍ଞାରେ ଘଟିବେ ।ବ୍ରହ୍ମାଙ୍କ ଠାରୁ ଏମନ୍ତ କଥା ଶୁଣି ସଠି ଦେବୀ ବ୍ରହ୍ମାଙ୍କୁ ପ୍ରଣାମ ଜଣାଇଲେ ।
ଏହାପରେ ବ୍ରହ୍ମା ନିଜ ଦେହରୁ ସତ୍ୟ ଯୁଗ ପାଇଁ ଅଠସ୍ତୋରୀ ଜଣ ବୀର   ,ତ୍ରେତୟା ଯୁଗପାଇଁ ତୈୟାନବେ ବୀର ଦ୍ଵାପର ଯୁଗପାଇଁ ଷାଠିଏ ଓ କଳିଯୁଗ ପାଇଁ ବାଉନ ବୀର  ଜାତ କଲେ ।ଏହିପରି ଚାରିଯୁଗ ପାଇଁ ସଠିଦେବୀଙ୍କ ସହିତ ରହିବା ପାଇଁ ବ୍ରହ୍ମାବୀର ମାନଙ୍କୁ ବାଣ୍ଟି ଦେଲେ ।

ପରୀକ୍ଷିତ ,ଶୁକମୁନିଙ୍କୁ ପଚାରିଲେ ବ୍ରହ୍ମା କଳିଯୁଗପାଇଁ ବାଉନ 
ବୀର ସୃଷ୍ଟିକରି ସଠି ଦେବୀଙ୍କୁ ଦେଲେ ,ଏବେ ମୋତେ ସେଇ ବାଉନ ବୀର ଙ୍କ ନାମ କଅଣ କୁହନ୍ତୁ ?।ଶୁକମୁନି କହିଲେ ରାଜନ ସେଇ ବାଉନ ବୀର ଙ୍କ ନାମ କହୁଛି ତୁମେ ଶୁଣ ।ଶୁକମୁନି କହିଲେ .......!!!!

ମହୀସେନ ,ଶୂରବାହୁ  ,ରଶ୍ମି ,ଧୂମ ,ଶିରା ,ଅମୋଘ ,ବଳୀ,ରାହୁ ,ସୁସମ୍ବରା ,ରୁଦ୍ର ,ସିଦ୍ଧାନ୍ତ ,ହେମ ,ବଳବନ୍ତ ,ସିଂହ ,କାଳ ,ବିକାଳ ,ମାଲ୍ୟ ,ଧୁଜଟି ,କେବା ,ବିକୃତ ,ଉତ୍ତର ,ଜରାନ୍ତ ,କ୍ଷାନ୍ତ 
ବିକ୍ଷାନ୍ତ ,ଦନୁ ,ପୋଖଳା ,ତୁରଙ୍ଗ  ,ରଙ୍ଗ ,ଡାହୁକ ,ଅମର ,ଗୁଞ୍ଜର ,ଶିରା ,ଅଜୟ ,ଜୟ ,ବଜର ,ମନ୍ଦର ,କାର ପାୟ ,ପାତ ,
ବିପାତ ,ଖର୍ବ ,ବିଖର୍ବ  ଧୁର ,ବିଜେନ ,କାଠି ,ସୁବଳ ,ସୁବ ,ଚିତ୍ର
 ଶକ ,ହଳ ,ସରୁ , ସାରୁଆ ।ଏମାନଙ୍କ ମଧ୍ୟରୁ  ମହୀସେନ ସବୁଠାରୁ ବଳବାନ ।ସଠି ଦେବୀଙ୍କ ସଙ୍ଗରେ ଏହି ବୀର ମାନେ 
ଥାଆନ୍ତି ।ସଠିଦେବୀ ଆଜ୍ଞା ପାଇ ସବୁଆଡେ ଯାଇ ପ୍ରାଣୀ ମାନଙ୍କ ଭଲ ମନ୍ଦ  କପାଳରେ ଲେଖନ୍ତି ।

ବ୍ରହ୍ମା ଦ୍ଵାପର ଯୁଗପାଇଁ ନିଜ ଦେହରୁ ଷାଠିଏ ବୀର ସୃଷ୍ଟି କରି ଥିଲେ ।ଏହି ଷାଠିଏ ବୀରଙ୍କୁ ଧରି ସଠିଦେବୀ ଶ୍ରୀକୃଷ୍ଣ ଭଗବାନଙ୍କ ନିକଟକୁ ଅର୍ଦ୍ଧ ରାତ୍ରରେ ଧୀରେ ଧୀରେଗମନ କଲେ
।ନନ୍ଦ ଙ୍କ ଭବନରେ ଦ୍ଵାରିମାନେ ଶୋଇଛନ୍ତି ।ସଠି ଦେବୀ ସିଂହ ବାହାନରେ ଯାଇଛନ୍ତି ।ପ୍ରଭୁ ଚକ୍ରଧର ସଠି ଦେବୀଙ୍କୁ ଦେଖିଲେ ।ସଠି ଦେବୀ ବାହାନ ରୁ ଓହ୍ଲାଇ ପ୍ରଭୁଙ୍କୁ ପ୍ରଣିପାତ କଲେ ଓ 
କରପତ୍ର ଯୋଡି  ପ୍ରଭୁଙ୍କ ପାଦତଳେ ପଡି କହିଲେ ପ୍ରଭୁ ମୋତେ ତ୍ରାହି କରନ୍ତୁ ।ମୋତେ  ପରିତ୍ରାଣ କର ପ୍ରଭୁ !ତୁମରି ସେବାରେ ମୋର ଦୀନ ଯାଉ ପ୍ରଭୁ ।ହେ ପ୍ରଭୁ ଦାମୋଦର ମୋତେ ଆପଣ ସୃଷ୍ଟି କରିଛନ୍ତି ଓ ଅଧିକାର ଦେଇଛନ୍ତି ।ଆପଣଂକୁ ମୁଁ କହିବା ପାଇଁ ଯୋଗ୍ୟ ନୁହେଁ ?ଆପଣ ସକଳ ସୃଷ୍ଟି କରିଛନ୍ତି ।ହେ ନାରାୟଣ ମୋର ଯଦି କିଛି ଭୁଲୁ ଥାଏ ମୋତେ ଆପଣଂକ ପାଦତଳେ କ୍ଷମା କରିଦେବ ।ଏହିପରି ସଠି 
ଦେବୀ ପ୍ରଭୁ କୃଷ୍ଣ ଭଗବାନଙ୍କ ନିକଟରେ କାକୁତି ମିନତୀ ହୋଇ କହିଲେ 
ଭଗବାନ ଶ୍ରୀକୃଷ୍ଣ ସଠି ଦେବୀଙ୍କ ଉପରେ ସନ୍ତୁଷ୍ଟ ହେଲେ ଓ କହିଲେ ତୁ ଆସିଲୁ ଭଲ ହେଲା ।ତୁ କିଛି ମନରେ ଚିନ୍ତା କରନାହିଁ ?ମୋ ଲଲାଟ ରେ ଯାହା ଅଛି ସେୟା ଲେଖିଦେ" !।

ସଠି ଦେବୀ କରପତ୍ର ଯୋଡି କହିଲେ "ମୁଁ ଛାର ଭୃତ୍ୟ ,ଜନ୍ମ ଜନ୍ମାନ୍ତର ଭୃତ୍ୟ ହୋଇ ରହିଛି ,ଓ ସର୍ବଦା ଆପଣଂକ ଆଦେଶ ମାନୁଥିବି ,ମୋର ଏତେ ସାହସ କାଇଁ ଯେ ଆପଣଂକ କପାଳରେ ଆପଣଂକ କର୍ମ ଲେଖିବି ପ୍ରଭୁ !।

ଶ୍ରୀକୃଷ୍ଣ ଭଗବାନ ସଠି ଦେବୀଙ୍କୁ କହିଲେ ତୁ କାହିଁକି ଚିନ୍ତା ମନରେ କରୁଛୁ ?ମୋହର କପାଳରେ ତୁହି ଯଦି ନ ଲେଖିବୁ ତାହାଲେ  ଏ ମର୍ତ୍ତ୍ୟରେ ତୋତେ କିଏ ମାନିବ ?।
"ମୋହର କପାଳେ ତୁହି ଲେଖନ ନକଲେ 
କିଏସେ ଆଉ ମାନିବ ତୋତେ ଧରା ତଳେ "।
କୃଷ୍ଣ ଭଗବାନ ଏହା କହି ସଠି ଦେବୀଙ୍କୁ ଆଜ୍ଞା ଦେଲେ ଯେ ମୋର କପାଳରେ ଯାହା ଅଛି ତୁ ଲେଖିଦେ !ସଠି ଦେବୀ ପ୍ରଭୁ 
ଙ୍କୁ କହିଲେ ହେ ନାରାୟଣ  ଆପଣଂକ କଥା ଅନୁଯାୟୀ ମୁଁ ଆପଣଂକ କପାଳ ରେ ଲେଖିଛି ।ହେ ପ୍ରଭୁ ଏଥିରେ ମୋର କିଛି 
ଦୋଷ ନାହିଁ ।ସଠି ଦେବୀ  ଶ୍ରୀକୃଷ୍ଣ ଙ୍କୁ ପ୍ରଣିପାତ ହୋଇ ଲିଖନୀ ବାହାର କଲେ ....

ସଠିଦେବୀ ଭଗବାନ ଶ୍ରୀକୃଷ୍ଣ ଙ୍କ କପାଳରେ ଅଢେ଼ଇ ପଙ୍କ୍ତି
ଲେଖିଦେଇ ଭଗବାନଙ୍କୁ ପାଦତଳେ ପ୍ରଣାମ କଲେ ।ଗୋବିନ୍ଦ 
ପଚାରିଲେ ସଠି ଦେବୀଙ୍କୁ  କଅଣ ଲେଖିଲୁ ମୋ କପାଳରେ ମୋତେ ତୁ କହିକରି ଯାଅ ।ଡରିଗଲେ  ସଠି ଦେବୀ ।ଶ୍ରୀକୃଷ୍ଣ 
ଭଗବାନ କହିଲେ  ତୁମ୍ଭର କିଛି ଦୋଷ ନାହିଁ ସଠି ଦେବୀ ।ଭୟ ନକରି ମୋତେ ତୁମେ କୁହ ?।

ସଠି ଦେବୀ ଧୀର ସ୍ୱରରେ କହିଲେ -"ହେ ପ୍ରଭୁ ଚକ୍ରଧର !
୧-ଆପଣ ବହୁ କୁଟୁମ୍ବୀ ହେବେ...!
୨-ଆପଣଙ୍କ ଜୀବନ କାଳରେ ଆପଣ ବହୁତ ଦୈତ୍ୟ ଙ୍କୁ ବିନାଶ କରିବେ ......!!
୩-ଆପଣଙ୍କ ଭଳି ଆଉ ଜଣେ ଏ ପୃଥିବୀରେ କେହି ନଥିବେ....!!!
୪-ହେ ଦେବ ଆପଣ  ଏ ବ୍ରହ୍ମାଣ୍ଡ ର ଏକମାତ୍ର ଠାକୁର ବୋଲାଇବେ .......!!!!
୫-ଆପଣଂକର ବତିଶ ସହସ୍ର  ଭାର୍ଯ୍ୟା ଗ୍ରହଣ କରିବେ ....!!!!!
୬-ଆପଣଙ୍କ ଠାରୁ ଲକ୍ଷ ଅଣଆଶୀ ପୁତ୍ର  ଜାତ ହେବେ ..!!!!!!

୭-ଏତେ କୁଟୁମ୍ବ ଅର୍ଜନ କରି ସାରିବାପରେ ଆପଣଂକ  ଅବସାନ ଅର୍ଥାତ ମୃତ୍ୟୁ ସମୟରେ ଆପଣଙ୍କ ସହିତ କେହି ଜଣେ ନଥିବେ ..........!!!!!!!
୮-ଶିଆଳି ଲତା ନିକଟରେ ଆପଣଙ୍କୁ ଶସ୍ତ୍ରଘାତ ହେବ .!!!!!!!
୯-ଆପଣଙ୍କ ଅବସାନ ଯେଉଁଠି ହେବ ସେଠାରେ କେହି ନଥିବେ.....!!!!!!!!!
୧୦-ସବୁ କୁଟୁମ୍ବ ନିଜ ଭିତରେ ମରାମରି ହେବେ ।ଭାର୍ଯ୍ୟା କି ପୁଅ କେହି ଆପଣଂକ ପାଖରେ ନଥିବେ ।ଅନେକ ଆକୁଳ ବିକଳ ଆପଣ ମୃତ୍ୟୁ ବେଳକୁ ହେବେ ........!!!!!!!!!!
ଏହି ସବୁ ମୁଁ ଆପଣଙ୍କ କପାଳରେ ଲେଖିଦେଇଛି ପ୍ରଭୁ !

ସଠି ଦେବୀଙ୍କ କଥା ଶୁଣି ଶ୍ରୀକୃଷ୍ଣ ଭଗବାନ ସନ୍ତୁଷ୍ଟ ହେଲେ ।ନିଜେ ପିନ୍ଧିଥିବା ରତ୍ନମାଳକୁ ବାହାର କରି ପ୍ରଭୁ ସଠି ଦେବୀଙ୍କ 
ଗଳା ରେ ନିଜ ହାତରେ ପିନ୍ଧାଇ ଦେଲେ।ଭାବବାନ ଶ୍ରୀକୃଷ୍ଣ 
ସଠି ଦେବୀଙ୍କୁ କହିଲେ "ତୁ ଯାହା କପାଳରେ ଲେଖିବୁ ତା ସତ୍ୟ ଅଟେ ।ଏକଥାକୁ କେହି ଖଣ୍ଡନ କରି ପାରିବେ ନାହିଁ ?।

ସାହାସ ପାଇ ଗଲେ ସଠିଦେବୀ ।ଭଗବାନ ଶ୍ରୀକୃଷ୍ଣ ଙ୍କୁ ପୁନଶ୍ଚ 
କହିଲେ "ହେ ପ୍ରଭୁ ,ପାଣ୍ଡଵ ମାନେ ଆପଣଙ୍କ ସଖା ହୋଇ ରହିବେ  ।ଆପଣଂକ ମୃତ୍ୟୁ ସମୟରେ କେବଳ ଆପଣଂକ ପାଖରେ ଅର୍ଜ୍ଜୁନ ହିଁ ଏକା ଥିବ !। ଶ୍ରୀକୃଷ୍ଣ ,ସଠି ଦେବୀଙ୍କୁ ବର 
ପ୍ରଦାନ କରି କହିଲେ "ତୁ ଯାହା ଲେଖିବୁ ତାହା ସମସ୍ତ ପ୍ରାଣୀ ଭୋଗକରିବେ ।ଏକଥା ସତ୍ୟ !ସତ୍ୟ !!ସତ୍ୟ !!!

ଭଗବାନ ଶ୍ରୀକୃଷ୍ଣ ଙ୍କ ଠାରୁ ବର ପାଇ ସଠି ଦେବୀ ଚାଲିଯାଇ  ନିରାଲମ୍ଵ ଭୂମିରେ ପ୍ରବେଶ କଲେ
ମହାଶୟ Dusmanta Kumar Mishra kumar Mishra  ଙ୍କୁ କୃତଜ୍ଞତା ପୂର୍ବକ ଧନ୍ୟବାଦ।।

ଉପସ୍ଥାପନା : ସସ୍ମିତା ମହାପାତ୍ର(ଲୀନା)
ଭୁବନେଶ୍ୱର 


Saturday, August 22, 2020

⭕ ରଜ ପାନ ⭕

   ରଜ ପାନ :-
ରଜରେ ଭଙ୍ଗାଯାଇଥିବା ମିଠାପାନ
ପାନ: ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ । ପ୍ରୀତି, ପ୍ରେମ, ବନ୍ଧୁତାର ଛ'ଲକ୍ଷଣ ଏ ଦେଶରେ ନିର୍ଦ୍ଧାରିତ କରାଯାଇଛି । ଦିଏ, ନିଏ, ଖାଏ, ଖୁଆଏ, ଗୋପନ କଥା କହେ ଓ ପଚାରେ, ଏ ଛ'ଟି ଆନ୍ତରିକତା ଓ ନିବିଡ଼ତାର କଥା । ଭୋଜନ ଶେଷରେ ତାମ୍ବୁଳ ସେବା ଏକ ପ୍ରାଣମୟ ବ୍ୟବସ୍ଥା । ଓଡ଼ିଆଙ ଠାକୁର ବଡ଼ଠାକୁର ଜଗନ୍ନାଥ ପ୍ରତିଦିନ ଭୋଜନାନ୍ତେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି । 

                      ପାନ ହେଉଛି ମୁଖବାସ, ପରିତୋଷ । ରଜ ସହିତ ପାନ ଯୋଡ଼ିହେବା ପଛରେ କଥା ଅଛି, ଏଡା ବନ୍ଧୁତାର ଡେ଼ାରିକୁ ସୁଦୃଢ କରିବ । ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦବାନବା କରିଥାନ୍ତି । ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ । ପାନରେ ଦିଆଯାଉଥିବା ଚୂନ ଲୌହଶକ୍ତି ପୂର୍ଣ୍ଣ (କ୍ୟାଲସିଅମ) ଓ ଖଇର ଦାନ୍ତକୁ ମଜଭୁତ କରିଥାଏ । ପାନ ଖାଇଲା ବେଳେ ପତ୍ରରୁ ଶିରା ଛେଦନ କରାଯାଇଥାଏ କାରଣ ପାନଶିରା ହେଉଛି ବୁଦ୍ଧି ବିନାଶିନୀ ।

          ରଜପାନର ଚମକ ଓ ମହକ ସାରାବର୍ଷର ପାନକୁ ବଳିଯାଏ, ରଜ ଆଭୂଷଣକୁ ଆହୁରି ମୁଗ୍ଧକର କରିଦିଏ । ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧଣିଆ, ଚାଉଳ ଓ ନଡିଆ ଖଣ୍ଡ, ଚେରି, ଲବଙ୍ଗ, କବାବଚିନି, ଚୁଆ, ପାନ ମହୁରି, ସୁବାସିତ ଜାଫ୍ରାନ କେଶର, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହୃତ ହୁଏ । 

           ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଥାଳିରେ ସଜାଇ ଦିଆଯାଏ । ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର ।
      
      ✍ ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ 

Monday, August 3, 2020

⭕ ଗହ୍ମାପୂଣ୍ଣିମା / ଗହ୍ମାଡ଼ିଆଁ ⭕ ✍ଶିଶିର ସାହୁ ମନୋଜ

ଓଡିଶା ସମେତ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ଶ୍ରବଣ ମାସର ପୂର୍ଣ୍ଣିମା ତିଥିକୁ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଶ୍ରାବଣ ପୂର୍ଣ୍ଣିମା ଦିନ କୃଷ୍ଣଙ୍କର ବଡ଼ ଭାଇ ବଳରାମଙ୍କ ଜନ୍ମ ହୋଇଥିଲା ବୋଲି କିମ୍ବଦନ୍ତୀ ଅଛି । ବଳରାମ ମଧ୍ୟ ବଳଦେବ, ବଳଭଦ୍ର, ଓ ହଳଧର ଆଦି ଭିନ୍ନ ନାମରେ ମଧ୍ୟ ପୂଜା ପାଆନ୍ତି । ଆଗେ କଳିଙ୍ଗୋତ୍କଳରେ ଗମ୍ହାପୂର୍ଣିମା (ଗହ୍ମାପୂର୍ଣିମା) ଦିନ ବଳଦେବ ଜୀଉଙ୍କ ବିଶେଷ ପୂଜାର୍ଚ୍ଚନା ହେଉଥିଲା । ପରମ୍ପରା ଅନୁଯାୟୀ ପ୍ରତି ଶ୍ରାବଣ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିର ଓ କେନ୍ଦ୍ରାପଡ଼ାର ବଳଦେବ ଜୀଉ ଦେଉଳରେ ବଳଦେବଙ୍କ ଜନ୍ମନୀତି ମହା ସମାରୋହରେ ପାଳିତ ହୋଇଥାଏ ।

ଏହି ଦିନ ଗାଈ ଓ ବଳଦମାନଙ୍କୁ ପ୍ରଭୁ ବଳରାମଙ୍କ ପ୍ରତୀକ ଭାବେ ପୂଜା କରାଯାଇଥାଏ । ଗହ୍ମା ଶବ୍ଦ ଗାଈ ଶବ୍ଦରୁ ଆସିଛି । ଗାଈକୁ ହିନ୍ଦୁ ଶାସ୍ତ୍ରରେ ଗୋମାତା ବୋଲି କୁହାଯାଇଛି । ନିଜ ନିଜ ଗୃହରେ ଆଗେ ସମସ୍ତ ଉତ୍କଳୀୟ ଗାଈ ବଳଦମାନଙ୍କୁ ପୂଜା କରି ସେମାନଙ୍କୁ ପିଠା, ମିଷ୍ଟାନ୍ନ ଖାଇବାକୁ ଦିଆଯାଏ ଏବଂ ସନ୍ଧ୍ୟାରେ ଗୃହ ସମ୍ମୁଖରେ ଘାସ ରଖାଯାଏ । ଏହି ଦିନ ଗୋ (ଗାଭି)ଙ୍କ ପ୍ରତି ସାମାନ୍ୟତମ ଅନାଦର କରିବାକୁ ମଧ୍ଯ ସମସ୍ତଙ୍କୁ ବାରଣ କରାଯାଇଥାଏ । ଗ୍ରାମ ପ୍ରାନ୍ତରରେ ଗୋଟିଏ ହସ୍ତପଦ ଅଙ୍କିତ ବଳଦ ଶୋଇବା ଆକାର ମୃତ୍ତିକା ସ୍ତୁପ ନିର୍ମାଣ କରାଯାଏ । ସେହି ବଳୀବୃର୍ଦ୍ଧାକୃତି ମୃତ୍ତିକା ସ୍ତୁପକୁ ହିଁ ଗମ୍ହାବେଦୀ,ଗହ୍ମାବେଦୀ କହନ୍ତି । ସେହି ଗହ୍ମାବେଦୀ ନିକଟରେ ଗ୍ରାମର ସାଧାରଣ ବଳଦେବ ପୂଜା ଓ ଭୋଗ ହୁଏ ତଥା ଶେଷରେ ଗୋଟିଏ ଅଣ୍ଡିରା ବାଛୁରୀକୁ ଏ ସ୍ତୁପକୁ ଆଡ଼ବାଗରେ ଡିଆଁନ୍ତି ।

ସର୍ବଶେଷରେ ସେଠାରେ ହୋଇଥିବା ଭୋଗକୁ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟନ କରାଯାଏ । ଏଇ ପରମ୍ପରା ସହିତ ମଧ୍ୟ ଯୋଡ଼ି ହୋଇଛି ମନୋରଞ୍ଜନ ଧର୍ମୀ କ୍ରୀଡ଼ା  ଗହ୍ମା ଡିଆଁ |

ଯୋଡ଼ି ହେଲାଣି ରକ୍ଷା ବନ୍ଧନ ପରମ୍ପରା :

ଭାଇ ଭଉଣୀଙ୍କ ପବିତ୍ର ସଂପର୍କକୁ ନେଇ ରକ୍ଷାବନ୍ଧନର ପରିକଳ୍ପନା । ଆମ ତଥାକଥିତ ସମାଜରେ ନାରୀ ସର୍ବଦା ଅବଳା ଓ ଦୁର୍ବଳା ଭାବେ ବିବେଚିତ ହୋଇ ଆସିଛି ତେଣୁ ତା’ର ସୁରକ୍ଷା ନିହାତି ଆବଶ୍ୟକ । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଦେଇ ତା’ର ସୁରକ୍ଷା କାମନା କରିଥାଏ । ଭାଇ ଭଉଣୀର ଏହି ଅନାବିଳ ପ୍ରେମରୁ ରକ୍ଷା ବନ୍ଧନର ସୃଷ୍ଟି । ଅନ୍ୟ ଅର୍ଥରେ ଇତିହାସରୁ ଜଣାଯାଏ, ଯୁଦ୍ଧକୁ ଯାଉଥିବା ବୀରଙ୍କ ହସ୍ତରେ ଏହି ରକ୍ଷା ସୂତା ବାନ୍ଧି ତାଙ୍କ ମଙ୍ଗଳ ତଥା ବିଜୟ କାମନା କରାଯାଏ । ଏ ସୂତା ସମ୍ପର୍କର, କର୍ତ୍ତବ୍ୟ ବଦ୍ଧତାର, ପ୍ରେମର, ସୁରକ୍ଷାର ଓ ଭରସାର ସେତୁଟିଏ ।

#Odiapost ଇତିହାସରେ ରକ୍ଷା ବନ୍ଧନ ପରମ୍ପରା – କେବଳ ରକ୍ତ ସମ୍ପର୍କୀୟ ଭାଇ ଭଉଣୀଙ୍କ ମଧ୍ୟରେ ସୀମିତ ରହିନାହିଁ

ଓଡ଼ିଶାରେ ଆଜକୁ ପ୍ରାୟ ୬୦-୭୦ ବର୍ଷ ତଳେ ରକ୍ଷାବନ୍ଧନ ଏତେ ଲୋକପ୍ରିୟ ହୋଇନଥିଲା । ଭାଇମାନଙ୍କ ପାଇଁ ତାଙ୍କ ଭଉଣୀମାନେ କାର୍ତ୍ତିକ ଶୁକ୍ଳ ଦ୍ଵିତୀୟା ଦିନ ଯମ ଦ୍ଵିତୀୟା ଓଷା ବା ଭାତୃଦ୍ବିତୀୟା ବ୍ରତ ରଖୁଥିଲେ । ଏହା ହିନ୍ଦୀ ଭାଷୀ ଅଞ୍ଚଳର ଭାଇଦୁଜ ବ୍ରତ ଭଳି ଏକ ପ୍ରକାରର ବ୍ରତ ଥିଲା ।
ପଶ୍ଚିମଭାରତର ଗାଣପତ୍ୟ ପନ୍ଥରୁ ଅନୁପ୍ରାଣିତ ହୋଇ ପ୍ରଥମେ ଉତ୍ତରଭାରତ ତଥା ବଙ୍ଗରେ ରକ୍ଷାବନ୍ଧନ ଆରମ୍ଭ ହୋଇଥିଲା । ପଶ୍ଚିମ ଭାରତରୁ ଲୋକପ୍ରିୟ ହୋଇ ଉତ୍ତରଭାରତରେ ପ୍ରଚଳିତ ହୋଇ ବଙ୍ଗ ଦେଇ ଓଡ଼ିଶାକୁ ଆସିଲା । ବୋଧହୁଏ ଓଡିଶାରେ ବୈଷ୍ଣବ ସମ୍ପ୍ରଦାୟର ପ୍ରଭାବରେ ପରେ ଶ୍ରୀଜଗନ୍ନାଥ ମନ୍ଦିରରେ ରାକ୍ଷୀପୂର୍ଣ୍ଣିମା ପାଳନ କରାଯାଉଅଛି ।

ସେତେବେଳେ କେବଳ ଓଡ଼ିଶାର ଧନୀକ ଧାର୍ମିକ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ହିଁ ରକ୍ଷାବନ୍ଧନ ସୀମିତ ଥିଲା । ଓଡ଼ିଶାରେ ପ୍ରଥମେ ପ୍ରଥମେ ଯେତେବେଳେ ରକ୍ଷାବନ୍ଧନ ଆସିଲା ଓଡ଼ିଆ ଲୋକେ ତାହା ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ପାଳନ କରୁଥିଲେ ।

ମନ୍ତ୍ର ଦ୍ୱାରା ଅଭିମନ୍ତ୍ରିତ ସୂତାକୁ ଶୁଦ୍ଧ ହଳଦୀଜଳରେ ବୁଡ଼ାଇ ଭଉଣୀମାନେ ତାଙ୍କ ଭାଇଙ୍କ ହାତରେ ରକ୍ଷାସୂତ୍ର ବାନ୍ଧୁଥିଲେ ।
ସେ ଦିନିଆ ରେଶମ ଡୋରିର ବ୍ୟବହାର ରକ୍ଷାବନ୍ଧନପାଇଁ ହେଉନଥିଲା କାରଣ ଲୋକ ଭାବୁଥିଲେ ଗୋଟାଏ ଜୀବକୁ ମାରି ତା’ର ମୃତ ଶରୀରରୁ ଉତ୍ପାଦିତ ସୂତା ଭଲା କାହାର କିପରି ରକ୍ଷା କରି ପାରିବ !

ଭ୍ରମାତ୍ମକ ଦିଗ :

ସ୍ବାଧୀନତା ପରେ ପରେ ଦୂରଦର୍ଶନ, ଅଲ ଇଣ୍ଡିଆ ରେଡିଓ, ଖବରକାଗଜ, ସାହିତ୍ୟିକ, ଚଳଚ୍ଚିତ୍ର ଆଦି ଗଣମାଧ୍ୟମରେ ପ୍ରଚାର ଯୋଗୁଁ ଆଜି ଗମ୍ହାପୂର୍ଣିମା/ଗହ୍ମାପୂର୍ଣିମା ଟା ରାକ୍ଷୀପୂର୍ଣ୍ଣିମା ହୋଇଯାଇଛି । ଆଜି ପରିସ୍ଥିତି ଏଭଳି ହୋଇଛି ଗହ୍ମା କହିଲେ କେତେକ ଲୋକ ରାକ୍ଷୀ ବୋଲି କହୁଛନ୍ତି କିନ୍ତୁ ପ୍ରକୃତରେ ଏହା ସମ୍ପୂର୍ଣ୍ଣ ଭ୍ରମାତ୍ମକ । ନୂତନତ୍ୱ ଓ ଫେସନ ନାମରେ ଅନ୍ୟ ସଂସ୍କୃତିର ପ୍ରାଦୁର୍ଭାବ ଫଳରେ ଉତ୍କଳୀୟ ସଂସ୍କୃତି ଅବକ୍ଷୟ ହେଉଥିବାର ଦୃଷ୍ଟି ଗୋଚର ହେଲାଣି ଯାହା ଜଗନ୍ନାଥ ସଂସ୍କୃତି ପାଇଁ ବିପଦ ଜନକ ମନେହୁଏ ।

     ଉପସ୍ଥାପନା : ଶିଶିର ସାହୁ ମନୋଜ 


⭕ ଦେବସ୍ନାନ ପୂର୍ଣ୍ଣିମା ⭕ ଉପସ୍ଥାପନା : ସନ୍ତୋଷ ପଟ୍ଟନାୟକ


ଦେବସ୍ନାନପୂର୍ଣ୍ଣିମା ବା ସ୍ନାନଯାତ୍ରା,ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ 
ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ଵନି ପୂର୍ବକ ୧୦୮ କଳସୀ ଜଳରେ
 ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ ।
                 
 ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତି- ଭୂମିର ଲୀଳା । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବରୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ । ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିଲା । ସେଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚସ୍ନାନ ବୋଲି ଉଲ୍ଲେଖ ହୋଇଛି । ଶାସ୍ତ୍ରମତରେ ୧୦୮ ସୁନା କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହଙ୍କ ଆଦ୍ୟ ସ୍ଥାନଲୀଳା ସମାପନ ହୋଇଥିଲା । ସେହି ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସେହିପରି ସ୍ନାନଯାତ୍ରା ଅନୁଷ୍ଠିତ ହେଉଅଛି । ସୂଚନାଯୋଗ୍ୟ, ଶାସ୍ତ୍ର ମତରେ ଜ୍ୟୋଷ୍ଠ ପୂର୍ଣ୍ଣିମା ଦିବସରେ ମହାପ୍ରଭୁଙ୍କ ଆବିର୍ଭାବ ହୋଇଥିଲା ଜ୍ୟୋଷ୍ଠମାସ ପୂର୍ଣ୍ଣମୀରେ ମହାପ୍ରଭୁଙ୍କ ପ୍ରଥମ ସ୍ଥାନଲୀଳା ଜାତି, ବର୍ଣ୍ଣ, ନିର୍ବଶେଷରେ ସମସ୍ତେ ଦର୍ଶନ କରିଥିବାରୁ ଏହି ଲୀଳାକୁ ପତିତପାବନ ଲୀଳା କୁହାଯାଏ ।

        ମହାପ୍ରଭୁଙ୍କ ଏହି ସ୍ନାନରେ ବ୍ୟବହୃତ ୧୦୮ ଗରା ପାଣି ସୁନାକୂଅରୁ ସଂଗୃହୀତ ହେଇଥାଏ । ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ । ପରେ ଯେପରି ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖିଥାଏ । କୂଅର ବ୍ୟବହାର ବର୍ଷସାରା ନଥବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ । ସ୍ନାନଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଉଥବା ବେଳେ ସ୍ଥାନ କାଳରେ ତାନ୍ତ୍ରିକ ବିଧିରେ ତେରଟି ପଦାର୍ଥ ମିଶ୍ରଣ କରାଯାଏ । ଯଜ୍ଞ ପରମ୍ପରାରେ ଏହି କୂଅକୁ ‘ପ୍ରଣୀତାକୂପ' ବୋଲି କୁହାଯାଏ । ପ୍ରାଚୀନ କାଳରେ ମଧ୍ୟ ଓଡ଼ିଶାରେ ଛୁଆଟିଏ ଜନ୍ମ ହେଲେ ତାହାକୁ ଅଣତୁଠ ପାଣି ମିଶ୍ରଣ କରାଯାଇ ସ୍ନାନ କରିବାର ପରମ୍ପରା ରହିଥଲା । ଏହାଦ୍ଵାରା ଦୁଷ୍ଟ ଶକ୍ତିଙ୍କ ପ୍ରଭାବ କଅଁଳା ପିଲାଙ୍କ ଉପରେ ପଡ଼େନାହିଁ । ଅଭିମନ୍ତ୍ରିତ ହୋଇଥିବା ଜଳରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଏ । ଏହି ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ । ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହଙ୍କୁ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ l ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ ।ଏହାକୁ "ପ୍ରତ୍ୟେକ୍ଷ ଅବକାଶ" କହନ୍ତି । ପ୍ରଭୁ ଏହି ଦିନ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

                   ସଂଗୃହିତ :- ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ 

⭕ ପ୍ରଥମାଷ୍ଟମୀ / ପୋଢୁଆଁଷ୍ଟମୀ ⭕ ଉପସ୍ଥାପନା : ସନ୍ତୋଷ ପଟ୍ଟନାୟକ

ପ୍ରଥମାଷ୍ଟମୀ (ଅଥବା ପଢୁଆଁଷ୍ଟମୀ, ପୋଢୁଆଁଷ୍ଟମୀ) ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ Iଏହା ଓଡ଼ିଶାର ଏକ ପାରମ୍ପାରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ ।[ ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଅଛି । ଏ ଦିନ ବଂଶର ପ୍ରଥମ ଜାତ ସନ୍ତାନ (ପୁଅ ବା ଝିଅ)ଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ I

ପରମ୍ପରା:

ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ । ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା’ ମାନେ ତାଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି । ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ ହେବା’ କହିଥାନ୍ତି I ‘ପଢୁଆଁ’ ଶବ୍ଦଟି ‘ପ୍ରଥମା’ର ଅପଭ୍ରଂଶ ।

ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ ।ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ I ଅବଶ୍ୟ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଘରର ଜ୍ୟେଷ୍ଠପୁତ୍ର ବା ଜ୍ୟେଷ୍ଠକନ୍ୟାକୁ ନୂଆ ଲୁଗାପଟା ବାପ ମାଆମାନେ ପିନ୍ଧେଇଥାନ୍ତି ।

ଏହିବିଧିରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ଅତିମାତ୍ରାରେ ନିହିତ ରହିଛି । ଜ୍ୟେଷ୍ଠପୁତ୍ର, ପରିବାରରେ ପିତା ସମାନ । ପିତାଙ୍କ ଅନ୍ତେ କିମ୍ବା ପିତାଙ୍କ ଅକର୍ତ୍ତବ୍ୟରେ ଘର ଚଳାଇବା ଓ ଅନ୍ୟ ସନ୍ତାନ (ଭାଇ ଭଉଣୀ) ମାନଙ୍କୁ ପ୍ରତିପୋଷଣ କରିବା ଦାୟିତ୍ୱ ଜ୍ୟେଷ୍ଠ ପୁତ୍ର ଉପରେ ପଡ଼ିଥାଏ । ତେଣୁ ତାକୁ ସମସ୍ତେ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଓ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରଥମ ସନ୍ତାନ ବା ଜ୍ୟେଷ୍ଠ ସନ୍ତାନକୁ ପୂଜା ବନ୍ଦାପନା କରିବାର ବିଧି ଆମ ସମାଜରେ ପ୍ରଚଳିତ ।

⭕ କୁମାର ପୂର୍ଣ୍ଣିମା ⭕ ଉପସ୍ଥାପନା : ସନ୍ତୋଷ ପଟ୍ଟନାୟକ

ଓଡିଶାରେ କୁମାର ପୂର୍ଣ୍ଣିମା .....
ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନ‌ଙ୍କର ପର୍ବ ରୂପେ ବିବେଚନା କରାଯାଏ । ଏହି ଦିନ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସ‌ହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି । ଏହା ସ‌ହ ସେମାନେ ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି । ପୁରାଣରେ କଥିତ ଅଛି ଯେ ତୁଳସୀ ଦେବୀ ଜଣେ ପରମ ପତିବ୍ରତା ନାରୀ ଥିଲେ । ତାଙ୍କର ପତିବ୍ରତା ଗୁଣ ଯୋଗୁଁ ହିଁ ତାଙ୍କୁ ବୃକ୍ଷ ରୂପରେ ପୂଜା ପାଇବାର ବର ମିଳିଥିଲା । ଯୁଗେ ଯୁଗେ କୁମାରୀମାନେ ଉତ୍ତମ ବର ପାଇବା ପାଇଁ ଓ ବିବାହିତା ନାରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି ପାଇଁ ଚଉରା ପୂଜା କରି ଆସିଛନ୍ତି । ତେଣୁ କୁମାର ପୂର୍ଣିମାରେ ମଧ୍ୟ ଚଉରା ପୂଜା କରାଯାଇଥାଏ । ସେହିପରି ଭଗବାନ ଶିବଙ୍କର ପୁଅ କାର୍ତ୍ତିକେୟ ଈଶ୍ୱରମାନଙ୍କ ମଧ୍ୟରେ ସବୁଠାରୁ ସୁନ୍ଦର ବୋଲି ପୁରାଣରେ କଥିତ ଅଛି । ସେ ଏହି ଦିନ ତାଡ଼କାସୁର ସ‌ହିତ ଯୁଦ୍ଧ ଆରମ୍ଭ କରିଥିଲେ । ତାଡ଼କାସୁରକୁ ପରାଜିତ କରିଥିବାରୁ ତାଙ୍କୁ ଯୁଦ୍ଧର ଦେବତା ଭାବେ ମଧ୍ୟ ଜଣାଯାଏ । ତେବେ ଏହି ପର୍ବରେ କାର୍ତ୍ତିକେୟଙ୍କ ପାଇଁ କୌଣସି ବିଶେଷ ପୂଜା ବିଧି ନାହିଁ ।
ଏହି ଦିନ ଘରର କୁମାରୀମାନେ ଭୋର୍‌ରୁ ଉଠି ସ୍ନାନାଦି ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ଏହାପରେ ସେମାନେ ଆଞ୍ଜୁଳାରେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ଏହି ବିଧିକୁ ଆଞ୍ଜୁଳା ଟେକା ବିଧି କୁହାଯାଏ । ତେବେ ଓଡ଼ିଶାର କେତେକ ଅଞ୍ଚଳରେ ଏହି ଆଞ୍ଜୁଳା ଟେକା ବିଧି ପାଳନ କରାଯାଏ ନାହିଁ । ଏହି ପର୍ବରେ କୁମାରୀମାନେ ଦିନସାରା ଉପବାସ କରିଥାନ୍ତି । ଏହିଦିନ କୁମାରୀ ତ‌ଥା ବିବାହିତା ମହିଳାମାନେ ପାଦରେ ଅଳତା ଲଗାଇଥାନ୍ତି । ଅଳତା ହେଉଛି ଭାରତୀୟ ପରମ୍ପରାରେ ଅହିସୁଲକ୍ଷଣୀହେବାର ପ୍ରତୀକ । ପ୍ରତ୍ୟକ ପୂଜା ପର୍ବରେ ଭାରତୀୟ ନାରୀମାନେ ଅଳତା ଲଗାଇ ନିଜ ଜୀବନସାଥୀର ଦୀର୍ଘ ଜୀବନ କାମନା କରିଥାନ୍ତି । ସନ୍ଧ୍ୟା ସମୟରେ କୁମାରୀମାନେ ପୁଣି ନୂତନ ବସ୍ତ୍ର ପରିଧାନ କରି ଚନ୍ଦ୍ର ଓ ଚଉରାଙ୍କୁ ପୂଜା କରିଥାନ୍ତି । କୁମାର ପୂର୍ଣ୍ଣିମାର କିଛିଦିନ ପୂର୍ବରୁ ଚଉରାକୁ ଭଲ ଭାବରେ ସଫା କରି ରଙ୍ଗ କରାଯାଇଥାଏ । କୁମାର ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ଚଉରା ଆଗରେ ମୁରୂଜରେ ବିଭିନ୍ନ ପ୍ରକାର ଚିତ୍ର କରାଯାଇଥାଏ ଓ ଚଉରାକୁ ଫୁଲ ଓ ସିନ୍ଦୁରରେ ସଜାଯାଇଥାଏ । ଚଉରାକୁ ସଜାଇବାରେ ମୁଖ୍ୟତଃ କଇଁ ଫୁଲ ବ୍ୟବ‌ହାର କରାଯାଇଥାଏ । ଚନ୍ଦ୍ର ଉଦୟ ହେଲେ କଇଁ ଫୁଟିଥାଏ । ଏହି ପର୍ବରେ ଚନ୍ଦ୍ରଙ୍କ ପୂଜା କରାଯାଉଥିବାରୁ ଏଥିରେ କଇଁ ଫୁଲ ବିଶେଷ ଭାବରେ ବ୍ୟବ‌ହୃତ ହୋଇଥାଏ । ଏହି ଦିନ ତୁଳସୀ ଗଛରେ ନାଲି ଶଙ୍ଖା ଓ ସାଲୁ କନା ସ‌ହ ନୂଆ ବସ୍ତ୍ରଟିଏ ମଧ୍ୟ ଦିଆଯାଇଥାଏ । ଚଉରା ଆଗରେ ପିଢ଼ାରେ ଗୁଆ ରଖି ତା' ଉପରେ ଦୁବ ଘାସ, ଫୁଲ, ବରକୋଳି ପତ୍ର ଦେଇ ସଜାଯାଇଥାଏ । ଚଉରା ପାଖରେ ସ୍ଥାପନ କରାଯାଇଥିବା କଳସରେ ମଧ୍ୟ ଆମ୍ବଡାଳ, ଗୁଆ, ସିନ୍ଦୂର, ଚନ୍ଦନ ଇତ୍ୟାଦି ଦେଇ ଅନୁରୂପ ଭାବେ ସଜାଯାଇଥାଏ । ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦ‌ହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ । ଏହି ପର୍ବରେ ତିଆରି କରାଯାଉଥିବା ମଣ୍ଡା ପିଠା ଓଡ଼ିଶାର ମୁଖ୍ୟ ଆକର୍ଷଣମାନ‌ଙ୍କ ମଧ୍ୟରୁ ଅନ୍ୟତମ । ପୂଜା ସମୟରେ ଚାନ୍ଦ ଚକଟା ଓ ମଣ୍ଡା ପିଠା ଭୋଗ ଚଉରା ଏବଂ ଚନ୍ଦ୍ରଙ୍କୁ ଅର୍ପଣ କରି ସେମାନ‌ଙ୍କୁ ଶଙ୍ଖ ଓ ହୁଳହୁଳି ସ‌ହ ଦୀପରେ ବନ୍ଦାଇ ଦିଆଯାଏ । ଯେଉଁ ଘରେ କୌଣସି କୁମାରୀ କନ୍ୟା ନ ଥାନ୍ତି, ସେ ଘରେ ବିବାହିତା ସ୍ତ୍ରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି କାମନା କରି ଚଉରା ଓ ଚନ୍ଦ୍ର ପୂଜା କରିଥାନ୍ତି । ପୂଜା ସରିଲା ପରେ ଭୋଗ ଖାଇ କୁମାରୀ କନ୍ୟାମାନେ ନିଜର ସାରା ଦିନର ଉପବାସ ଭାଙ୍ଗିଥାନ୍ତି । ଗାଁ ଗ‌ହଳିର ଝିଅମାନେ

{କୁଆଁର ପୁନେଇ ଜ‌ହ୍ନ ଗୋ,   
     ଫୁଲ ବଉଳ ବେଣୀ.... 
କୁଆଁରୀ ଝିଅଙ୍କ ଅପୂର୍ବ ଆନ‌ନ୍ଦ 
    ପୁଚି ଖେଳିବାକୁ ମନ ଗୋ,,,
            ଫୁଲ ବଉଳ ବେଣୀ... }

ଗୀତ ଗାଇ ପୁଚି ଖେଳିଥାନ୍ତି । ପୁଅମାନେ  ତାସ୍ ଖେଳି ମନୋରଞ୍ଜନ କରିଥାନ୍ତି । ଏହି ଦିନ ଘରର ଜ୍ୱାଇଁମାନ‌ଙ୍କୁ ମଧ୍ୟ ବିଭିନ୍ନ ପ୍ରକାରର ଉପହାର ଦିଆଯାଇଥାଏ । ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମାଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ କୁମାରୀ କନ୍ୟାମାନେ ଏକାଠି ହୋଇ ଜହ୍ନି ଓଷା କରନ୍ତି । ଏହି ଓଷାର ଉଦ୍‌ଯାପନ କୁମାର ପୂର୍ଣ୍ଣିମା ଦିନ ହୋଇଥାଏ ।

    [ ସଂଗ୍ରାହକ :- ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ ]

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...