Showing posts with label ଗବେଷଣାତ୍ମକ ତଥ୍ୟ. Show all posts
Showing posts with label ଗବେଷଣାତ୍ମକ ତଥ୍ୟ. Show all posts

Thursday, May 20, 2021

🔲 ଓଡ଼ିଆ ଭାଷା ଓ ଭ୍ରମ 🔲

🔲🔲🔲🔲🔲
ମାନକ ଓଡ଼ିଆ ଭାଷା ଵା ଯାହାକୁ ବହିଭାଷା କୁହାଯାଏ ତା ଵିଷୟରେ ଆମ ଗଡ଼ଜାତିଆଙ୍କ ମଧ୍ୟରେ ଅନେକ ଭ୍ରମ ଧାରଣା ରହିଛି । 

ଭ୍ରମ ଧାରଣା (୧)
ବହି ଭାଷା ଵା ମାନକ ଶାସ୍ତ୍ରୀୟ ଭାଷା = କଟକୀ ଭାଷା

★ପ୍ରକୃତ ସତ୍ଯ★

ବହି ଭାଷା କଟକୀ ନୁହେଁ, ଯିଏ କଟକର ଗ୍ରାମାଞ୍ଚଳରେ ରହିଛି ସିଏ ସ୍ପଷ୍ଟ ଭାବରେ କହିପାରେ ଯେ
ନା !!!  ବହି ଭାଷା କଟକୀ ଆଦୌ ନୁହେଁ । 

ଯଥା କେତେକ ଉଦାହରଣ ଦେଖନ୍ତୁ 
ମାନକ ଓଡ଼ିଆରେ #ସେବେ #ଏବେ କୁହାଯାଏ କିନ୍ତୁ କଟକୀରେ କୁହନ୍ତି #ସେଭେ , #ଏଭେ । ମାନକ ଓଡ଼ିଆରେ #ତୁମେ  କୁହାଯାଏ କଟକୀ ଶୈଳୀରେ #ତେମେ କୁହନ୍ତି । ଏଇଭଳି ଲକ୍ଷାଧିକ ଉଦାହରଣ ରହିଛି । ଅଵିଭକ୍ତ କଟକ ଜିଲ୍ଲାରେ ଲକ୍ଷାଧିକ ସ୍ଥାନୀୟ ଶବ୍ଦ ରହିଛି କିନ୍ତୁ ସେଗୁଡ଼ିକ ମାନକ ଓଡ଼ିଆରେ ସ୍ଥାନପାଇ ନାହିଁ । 

ଭ୍ରମ ଧାରଣା (୨) 
ପୂର୍ଵାଞ୍ଚଳର କଥିତ ଓଡ଼ିଆ ଶୈଳୀ ହେଉଛି ମାନକ ଓଡ଼ିଆ କଥିତ ଶୈଳୀ 

•ପ୍ରକୃତ ସତ୍ଯ

କଟକୀ ଶୈଳୀ ମାନକ ଓଡ଼ିଆ କଥିତ ଶୈଳୀ ନୁହେଁ ଵରଂ ଯେଉଁ କଥିତ ଓଡ଼ିଆ ଭାଷାରେ ଜଣେ ବ୍ରହ୍ମପୁରର ଲୋକ ସହ ଜଣେ ସମ୍ବଲପୁରଵାସୀ କଥା ହୁଏ, ଯେଉଁ କଥିତ ଶୈଳୀରେ ଜଣେ ବାଲେଶ୍ବରଵାସୀ ସହ ଆନଜଣେ  ଢେଙ୍କାନାଳିଆ କଥା ହୁଏ ସେଇ କଥିତ ଶୈଳୀକୁ ମାନକ ଓଡ଼ିଆ କଥିତ ଶୈଳୀ କୁହାଯାଏ । 

ଭ୍ରମ ଧାରଣା (୩)
କେଵଳ ବହିଭାଷା ଵା ମାନକ ଓଡ଼ିଆ ହିଁ ଶାସ୍ତ୍ରୀୟ ଓଡ଼ିଆ ଏଵଂ ଵାକି ସବୁ ତାହାର ଶୈଳୀ 

★ପ୍ରକୃତ ସତ୍ୟ★
ଶାସ୍ତ୍ରୀୟ ଓଡ଼ିଆ ଵା ଯାହାର ପ୍ରାଚୀନ ନାମ ଉଡ୍ରୀ ଵିଭାଷା ଥିଲା ତାହା ମୂଳତଃ ଵସ୍ତର ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଅଞ୍ଚଳରେ ଆଜକୁ ପ୍ରାୟ ୨୪୦୦ ଵର୍ଷ ତଳେ କଥିତ ଭାଷା ରୂପେ ଚଳୁଥିଵାର ଉଲ୍ଲେଖ ନାଟ୍ୟଶାସ୍ତ୍ରମ୍ ରେ ଅଛି । ଏହି ଭାଷା ଆଜି ଭାଷା କ୍ଷେତ୍ରରେ ସଂସ୍କୃତ ପରଵର୍ତ୍ତୀ ସବୁଠାରୁ ଅଧିକ ଵୈଜ୍ଞାନିକ ଭାଷା କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଵେ ଶାସ୍ତ୍ରୀୟ ଓଡ଼ିଆ ଭାଷାକୁ ସମଗ୍ର ଓଡ଼ିଆ ଭାଷା ମଧ୍ୟ କୁହାଯାଏ । ଏହା କୌଣସି ଗୋଟିଏ ଅଞ୍ଚଳର ନୁହେଁ ସମଗ୍ର କଳିଙ୍ଗ ଦେଶର ଭାଷା,ଏହା ସମସ୍ତଙ୍କର ଭାଷା କାରଣ ସମସ୍ତେ ଏ ଭାଷାକୁ ନିଜ ନିଜର ଶବ୍ଦ ଓ ଶୈଳୀ ଦେଇଛନ୍ତି । 
ସେଇ ଶାସ୍ତ୍ରୀୟ ଓଡ଼ିଆ ଭାଷା ଵା ସମଗ୍ର ଓଡ଼ିଆ ଭାଷା କିନ୍ତୁ
କେଵଳ ମାନକ ଭାଷା ଵା ବହିଭାଷା ନୁହେଁ ଵରଂ ବହିଭାଷା ଵା ମାନକ ଓଡ଼ିଆ ମଧ୍ୟ ଦେଶିଆ,କୁପିଆ,ରେଲୀ,ଭତ୍ରୀ ଆଦି ଭଳି ସମଗ୍ର ଓଡ଼ିଆ ଭାଷାର ଗୋଟିଏ ଶୈଳୀ  ଛଡ଼ା ଆଉ କିଛି ନୁହେଁ ।

ସମଗ୍ର ଓଡ଼ିଆ ଭାଷା ଵା ଶାସ୍ତ୍ରୀୟ ଓଡ଼ିଆ ଭାଷାର ଏକ ଶୈଳୀ ଏହି ବହିଭାଷା ଵା ମାନକ ଭାଷା ମଧ୍ୟ ଦୁଇ ପ୍ରକାରର

୧) କଥିତ ମାନକ ଭାଷା
ଯେଉଁ ମାନକ ଭାଷା ଦ୍ଵାରା ଜଣେ ସମ୍ବଲପୁରଵାସୀ ସହ କୌଣସି ଢେଙ୍କାନାଳାଞ୍ଚଳର ଲୋକ କଥାଭାଷା ହୁଏ, ଯେଉଁ କଥିତ ମାନକ ଭାଷା ଵ୍ଯଵହାର କରି ଜଣେ ଗଞ୍ଜାମଵାସୀ ଆନଜଣେ ବାଲେଶ୍ଵରିଆ ଲୋକ ସହ କଥା ହୁଏ ତାହା କଥିତ ମାନକ ଭାଷା

୨) ଲିଖିତ ମାନକ ଭାଷା
ଯେଉଁ ମାନକ ଭାଷା ଵା ବହିଭାଷାର କଳିଙ୍ଗଦେଶର ଵିଦ୍ଵାନମାନେ, ଛାତ୍ର ଓ ଶିକ୍ଷକ ଆଦି ସମସ୍ତ ବୁଦ୍ଧିଜୀଵିମାନେ ଵ୍ଯଵହାର କରନ୍ତି ତାହା ଲିଖିତ ମାନକ ଭାଷା ଅଟେ ।

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...