Showing posts with label ଗଳ୍ପ. Show all posts
Showing posts with label ଗଳ୍ପ. Show all posts

Friday, February 18, 2022

ଗଳ୍ପ ; # ଅକୁହା କଥା #

ଗଳ୍ପ ;  # ଅକୁହା କଥା #
"""""""""""""""""""""""""""""""""""""""
              ✍ ସୁବ୍ରତ କୁମାର ପ୍ରଧାନ


     ଜୀବନର ଷୋହଳଟି ବସନ୍ତ ଅତିକ୍ରମ କରିସାରିଛି ହେଲେ ଯେଉଁ ଚିନ୍ତା କେବେ ବି ତାର ମନକୁ ସ୍ପର୍ଶ କରିନଥିଲା ,ଆଜି ସେହି ଚିନ୍ତାରେ ମନ ତାର ନିରନ୍ତର ଅସ୍ଥିର ।ବାମନ ହୋଇ ଚାନ୍ଦ କୁ ହାତ ବଢାଇବାର ସ୍ଵପ୍ନ ଦେଖିଛି ।ଏହିପରି ଅନେକ ମିଠା ମିଠା ଭାଷା ପ୍ରୟୋଗ କରି ଗୋଟିଏ ପ୍ରେମ ଚିଠି ଲେଖିଛି ପରଦେଶୀ ବେପାରୀ ଜଣେ ଯୁବକ । ନାଁ ତାର ବୀରେନ୍ । ଦେଖିବାକୁ ଖୁବ ସୁନ୍ଦର ଓ ସ୍ଵାସ୍ଥ୍ୟବାନ୍ ।ବାହାରର ଦ୍ରବ୍ୟ ଆଣି ଗାଁ ଗାଁ ରେ ବିକ୍ରି କରିବା ତାର ନିତିଦିନିଆ ବେଉସା ।ଏହିପରି ପ୍ରତିଦିନ ସକାଳୁ ଉଠି ଗାଧୋଇ ପାଧୋଇ କଣ ଦିଟା ଖାଇଦେଇ ବାହାରି ପଡିଛି ବେପାରକୁ ।ସାଇକେଲ ଟି ଖତରା ହେଲେ ମଧ୍ୟ ତା ଜିନିଷ ଗୁଡିକ ସଜାଇ ଦେଇଥିବାରୁ ସାଇକେଲଟି ଚିକ୍କଣ ଓ ଉଜ୍ଜଳ ଜଣାପଡୁଛି ।ଦଶ ଖଣ୍ଡ ଗାଁ ବୁଲି ସାରି ଆସି ପହଞ୍ଚିଛି କାଶୀପୁରରେ । ଶେଷ ବସନ୍ତର ନିର୍ଦ୍ଧୁମ ଖରାରେ ବୁଲି ବୁଲି ଦେହ ତାର ସିଝି କଳାକାଠ ପଡିଯାଇଛି ।ଦେହ ତାର ଝାଳରେ ସରସର ।ସେ ବିକ୍ରି କରିବା ପାଇଁ ଆଣିଛି ବିଭିନ୍ନ ପ୍ରକାରର ଚୁଡି,ଟିକିଲି , ସିନ୍ଦୂର ,ଅଳତା ,ଓ ବିଭିନ୍ନ ନାରୀପକୋରଣ ଜିନିଷ ।ତା ଡାକରେ ଧାଇଁ ଆସିଛନ୍ତି ଗ୍ରାମ୍ୟ କୁମାରୀ ମାନେ । ନିତିଦିନ ର ବେପାର ଭିତରେ ଗୀତା ନାମକ ଯୁବତୀ ସହିତ ତାର କଥୋପକଥନ ହୋଇଛି । ଚୋରା ଚାହାଣି ଭିତରେ ଆଖିକୁ ଆଖି ମିଶି ଯାଇଛି । ପ୍ରେମ ର ସପ୍ତରଙ୍ଗ ରେ ରଙ୍ଗାୟିତ ହୋଇଛନ୍ତି ଉଭୟେ । ଗୀତାର ପ୍ରେମରେ ବାନ୍ଧି ହୋଇ ପଡିଛି ବୀରେନ୍ ।ବୀରେନ ଏହିପରି ମାସକୁ ପ୍ରାୟ ଆଠ ଦଶ ଥର କାଶୀପୁର ଗାଁ କୁ ନଆସିଲେ ତାକୁ ଭଲ ଲାଗେନି ।ଶୟନେ ସପନେ ଖାଲି ଗୀତାର ମୁହଁ ତା ମନ ପରଦାରେ ଭାସି ଆସେ ।ଗୀତାକୁ ଦେଖିବା ବାହାନା ରେ ସେ ପାଞ୍ଚ ଛ ଥର କାଶୀପୁର ଆସି ଫେରିଛି । ଗୀତାର ଚନ୍ଦ୍ର ଉଦିଆ ମୁହଁ ଟି ଦେଖିବା ପାଇଁ ତାକୁ ସ୍ଵପ୍ନ ହୋଇପଡିଛି ।ସେ ବେଳେ ବେଳେ ବିଭିନ୍ନ ବାହାନା କରି ଗୀତାର ଘର ମୁହଁ ରେ ଆସି ଡାକ ଦେଲେ ମଧ୍ୟ କେହି ଆସନ୍ତିନି ତା ପାଖକୁ ।

             ବେପାରର କଷାଘାତରେ  ଶରୀର ହୋଇ ପଡିଛି ଅବଶ ଓ ଜରାଜୀର୍ଣ୍ଣ ।ରୋଗ ବ୍ୟାଧି ରେ ପିଡିତ ହୋଇଛି ବୀରେନ । ଦୀର୍ଘ ଦୁଇ ମାସ ହେବ ବେପାର ବନ୍ଦ ।ଗୀତା ମଧ୍ୟ ମନେମନେ  ବୀରେନ୍ କୁ ଖୋଜୁଛି । ଡାକ୍ତର ଙ୍କ ପରାମର୍ଶ କ୍ରମେ କିଛି ଔଷଧ ଖାଇବା ପରେ ରୋଗରୁ ମୁକ୍ତ ହୋଇ ବେପାରକୁ ବାହାରିଛି ବୀରେନ୍ ।ବେପାର ପ୍ରତି ନିଘା ନାହିଁ ,ବେଶୀ ମନେ ପଡିଛି ତା ହୃଦୟର ସ୍ପନ୍ଦନ ଗୀତା କଥା ।ଅବଶ ଶରୀରରେ ବାହି ନେଇଛି ତାର ଦି ଚକ୍ର ଯାନକୁ କାଶୀପୁର ଅଭିମୁଖେ ।
ବେପାର ସମୟରେ ଗୀତାର ଅନ୍ୟ ସାଥି ମାନଙ୍କ ଠାରୁ ବୁଝିଛି ,ଗୀତା କଥା ।ଯାହା ଶୁଣିଛି ତା ହୃଦୟର ଅନ୍ତସ୍ଵର ସ୍ତବ୍ଧ ହୋଇଯାଇଛି ‌। ଦୀର୍ଘ ଦେଢମାସ ହେବ ଗୀତା ବିବାହ କରିଛି ।ବାପ ଘରକୁ ପ୍ରଥମ ଥର ମଧ୍ୟ ଆସିନାହିଁ ।କେତେ ଆଶା ନେଇ ବୀରେନ ବାହାରି ଆସିଥିଲା ,ଗୀତା କୁ ଦେଖିବା ପାଇଁ କିନ୍ତୁ ସବୁ ଆଶା ପାଣି ଫୋଟକା ପରି ମିଳେଇଗଲା ।

         ତଥାପି ଧୈର୍ଯ୍ୟ ନହରାଇ ନିଜର ଅକୁହା କଥା କୁ ଭଙ୍ଗା ହୃଦୟରେ ଧରି ସାହାସ ସଞ୍ଚୟ କରିଛି ଗୀତାର ଶାଶୁଘରକୁ ଯିବା ପାଇଁ ।ସେହି କ୍ଷଣିକ ସମୟ ମଧ୍ୟରେ ଗୀତାର ପ୍ରତିଛବି ବୀରେନ ଆଗରେ ନାଚି ଉଠିଲା । ଦୀର୍ଘ ଦଶ କିଲୋମିଟର ଅତିକ୍ରମ କରି ପହଞ୍ଚିଲା ଗୀତାର ଶାଶୁ ଘର ଗାଆଁରେ ।ପଚାରି ପଚାରି ଗୀତାର ଶାଶୁ ଘର ଆଗରେ ପହଞ୍ଚିଲା ବୀରେନ ।ଗୀତାକୁ ଡାକି ଦେବା ପାଇଁ ଘରର ଲୋକଙ୍କୁ କହିବାରୁ , ନୂଆଁ ବୋହୂ ଡାକରେ ଗୀତା ଧିରେ ଧିରେ ବାହାର କୁ ଆସିଲା ।ଗୀତାକୁ ବଧୂବେଶରେ ପଦ୍ମ ଫୁଲିଆ ମୁହଁ କୁ ଦେଖି ବୀରେନ ର ଅତୀତ ସବୁ ମନେ ପଡ଼ିଲା ‌ଦୁଇ ନୟନରୁ ନିର୍ଗତ ହେଲା ଅଶ୍ରୁ ଧାର ।ବୀରେନ ଶେଷରେ ଏତିକି କହିଲା ଗୋଟିଏ ଭଙ୍ଗା ହୃଦୟର ନିଭୃତ କୋଠରୀକୁ ଜାଳିପୋଡି ପାଉଁଶ କରିଦେବ ବୋଲି  , ମୁଁ ଜାଣି ନଥିଲି ।ଏତେ ଦିନର ସମ୍ପର୍କ ଭିତରେ ମୋର ଗୋଟିଏ ଅକୁହା କଥା ବାକି ରହିଯାଇଛି ।କିଛି ଖରାପ ଭାବିବ ବୋଲି କହିନଥିଲି । ମୁଁ ତୁମକୁ ଭଲପାଏ ।।

       ଗୋପୀବଲ୍ଲଭପୁର, 
         ଅନୁଗୋଳ, ୭୫୯୧୩୦
            ମୋ -୯୮୬୧୯୭୦୪୧୮

Tuesday, January 11, 2022

🟠 କାକଵନ ଗୃହଯୁଦ୍ଧ କଥା 🟠

🟠କାକଵନ ଗୃହଯୁଦ୍ଧ କଥା🟠

ଗୋଟିଏ ଜଙ୍ଗଲରେ ସବୁପ୍ରକାରର ପକ୍ଷୀ ଥିଲେ ବି କାଉମାନଙ୍କର ସଂଖ୍ୟା ସବୁ ପକ୍ଷୀମାନଙ୍କ ସଂଖ୍ୟାର ଅର୍ଦ୍ଧାଧିକ ଥିଲା ଫଳତଃ ମନୁଷ୍ୟମାନେ ଉକ୍ତ ଵନକୁ କାକଵନ ନାଆଁ ଦେଇଥିଲେ । 

ସେ ଵନରେ ଵିଭିନ୍ନ ଜାତିର ପଶୁ ପକ୍ଷୀ କୀଟ ପତଙ୍ଗ ଥିଲେ ହେଁ ସର୍ଵାଧିକ କା କା ରାଵର ଗୁଞ୍ଜରଣ  ତଥା ସର୍ଵତ୍ର କାଉଙ୍କ ଉପସ୍ଥିତି ଯୋଗୁଁ ଜଙ୍ଗଲ ବାହାରେ ରହୁଥିଵା ମଣିଷମାନେ ସେ ଜଙ୍ଗଲକୁ କାଉମାନଙ୍କର ଜଙ୍ଗଲ ଭାବରେ ଜାଣିଥିଲେ । 

କାଉମାନେ ମନେ ମନେ ଚାହୁଁଥିଲେ ଯେ ସାରା ଜଙ୍ଗଲଟା ଯାକର ଜୀଵ କେଵଳ କା କା କରନ୍ତୁ । ସେମାନେ ଯେମିତି ଡାଳରେ ଥଣ୍ଟ ଘସନ୍ତି ସେମିତି ଥଣ୍ଟ ଘସନ୍ତୁ ଇତ୍ୟାଦି । 

କାଉମାନଙ୍କୁ ନିଜ କଳାରଙ୍ଗ ସବୁଠାରୁ ସୁନ୍ଦର ଲାଗୁଥିଲା । କା କା ରାଵଙ୍କୁ ସେ ଵେଦଧ୍ଵନି ମନେ କରୁଥିଲେ ଏଵଂ ତାଙ୍କର ଗଛ ଡାଳରେ ଥଣ୍ଟ ଘସା ହିଁ ସର୍ଵାଧିକ ଵୈଜ୍ଞାନିକ ବୋଲି ସେମାନେ ଵିଚାର କରୁଥିଲେ । 

ମୟୁରପୁଚ୍ଛକୁ ଦେଖି କାକମାନେ କାକା ରାବି ଟାପରା କରୁଥିଲେ , କୋଇଲି ନିଜ ଭଉଣୀ ହେଇ ସୁଦ୍ଧା କା କା ନରାବି କୁ କୁ ରାବୁଥିଵାରୁ ତାଙ୍କର ଵେଦ ଅଶୁଦ୍ଧ ହୋଇଯାଏ । କୋଇଲିକୁ ଯୋଉଠେ ଦେଖନ୍ତି ତାକୁ ମାରି ଗୋଡା଼ନ୍ତି । ପେଚାଟା କାଉମାନଙ୍କର ଦୌରାତ୍ମ୍ୟ ସହିନପାରି ରାତିରେ ବାହାରିଵା ଆରମ୍ଭ କରିଦେଲାଣି ।‌ ଅନ୍ୟାନ୍ୟ ସମସ୍ତ ପଶୁ ପକ୍ଷୀ କାଉମାନଙ୍କର ଅତ୍ୟାଚାର ସହି ସହି ବଡ଼ କଷ୍ଟରେ କାଳାତିପାତ କରୁଥାନ୍ତି । 

କାଉମାନଙ୍କର ସଂଖ୍ୟା ଅଧିକ ଥିଵାରୁ ସେମାନଙ୍କ ଜାତିର ନେତାମାନେ ହିଁ ପକ୍ଷୀ ସମାଜର ଉଚ୍ଚ ଆସନରେ ବସୁଥିଲେ । ଅଧିକାଂଶ କାକନେତା ଚାହୁଁଥିଲେ ଯେ ଅନ୍ତତଃ ବଣର ସବୁ ପକ୍ଷୀ କା କା ରାଵ କରନ୍ତୁ । କି କୁ ଚିଁ ଚିଁ ଚେଁ ଚେଁ କିଚିର ମିଚିରି 
ଆଦି ଶହେ ପ୍ରକାରର ରାଵ ଥିଲେ ବି ସେସବୁ କାକମାନେ ବୁଝିପାରୁନଥିଲେ ଏଵଂ ଅନ୍ୟାନ୍ୟ ପକ୍ଷୀମାନଙ୍କର ଡାଳପତ୍ରରେ ଥଣ୍ଟଘସା ସଂକେତ ବୁଝିପାରୁନଥିଵାରୁ କାଉମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେଵାକୁ ପଡୁ଼ଥିଲା ।

ଥରେ ଡାମରାକାଉଟିଏ ପକ୍ଷୀସମାଜର ସର୍ଵୋଚ୍ଚନେତା ଭାବେ ନିର୍ଵାଚିତ ହେଲା ‌ । କିଛି ଦିନ ମଧ୍ୟରେ ସେ ଆଦେଶ ଦେଇ ଦେଲା ଯେ ଏଣିକି କା କା ରାଵ ସବୁ ପକ୍ଷୀମାନଙ୍କର ଜାତୀୟ ବୋବାଳି ହୋଇଗଲା ‌ । ଏବଠାରୁ ସବୁ ପକ୍ଷୀ ତାଙ୍କ ବସା ପାଖରେ ନିଜ ମାଆଠାରୁ ଶିଖିଥିଵା ବୋବାଳି ଚିଁ ଚିଁ ଚୁଁଚୁଁ ଆଦି କରିପାରିବେ କିନ୍ତୁ ନିଜ ବସାରୁ ବାହାରକୁ ବାହାରି ଅନ୍ୟ ଥାନକୁ ଗଲାବେଳେ ଅନ୍ୟ ପକ୍ଷୀ ସହିତ କଥା ହେଲାବେଳେ କେଵଳ କା କା କରି ହିଁ ବୋବେଇବେ । 

ସବୁ କାଉମାନେ ଯେମିତି ଘୋଷଣା ଶୁଣିଲେ ଉକ୍ତ ନେତା ଡାମରାକାଉ ପ୍ରଶଂସାରେ ପୋତି ପକେଇଲେ । ଏଣେ ଅନ୍ୟ ପକ୍ଷୀମାନେ ବଡ଼ ଅଡ଼ୁଆରେ ପଡି଼ଲେ ‌ । ଏବେ କ'ଣ କରାଯିଵ ? ସବୁ ପକ୍ଷୀ ତ ଆଉ କା କା ରାବି ପାରିବେନି କି ବୁଝିପାରେନି । ପକ୍ଷୀସମାଜର ଅନ୍ୟ ଜାତୀୟ ପକ୍ଷୀମାନେ ଏହି ଆଇନର ଭୀଷଣ ଵିରୋଧ କଲେ କିନ୍ତୁ କାଉମାନେ ତାଙ୍କର ଗୃଧ ,ଛଞ୍ଚାଣ, ଚିଲ ଆଦି ଜାତିଭାଇଙ୍କୁ ହାତକରି ସେହି ପକ୍ଷୀ ଆନ୍ଦୋଳନକୁ ନିର୍ମମ ଭାବରେ ଦମନ କଲେ । 

ପକ୍ଷୀମାନଙ୍କର ଜଙ୍ଗଲରେ ଏଣିକି କାଉମାନଙ୍କର 
ଶାସନ ଥିଲା । କାଉମାନଙ୍କର କା କା ବୋବାଳି ସବୁ ପକ୍ଷୀ ବୋବାଉଥିଲେ । ଯେଉଁ ପକ୍ଷୀମାନେ ଏହି ନିୟମ ଅମାନ୍ୟ କରି ଚିଁ ଚିଁ କିଚିରି ମିଚିରି ବୋବେଇଲା ତାକୁ ଦେଶଦ୍ରୋହୀ ଆଖ୍ୟା ଦେଇ ଜଙ୍ଗଲରୁ ତଡ଼ି ଦିଆଯାଉଥିଲା । 

ଜଙ୍ଗଲର ଦକ୍ଷିଣ ଭାଗରେ ଗୋଟିଏ ବଡ଼ ଦିଘିଟିଏ ଥିଲା କିନ୍ତୁ ସେପଟେ କାଉମାନଙ୍କର ବସା ଅଳ୍ପ । ଜଙ୍ଗଲର ଦକ୍ଷିଣାଞ୍ଚଳରେ ବଗ ଓ ହଂସମାନଙ୍କର ବସା ଅଧିକ ଥିଲା । ସେମାନେ କାଉମାନଙ୍କର ଆଇନକୁ ମାନୁନଥିଲେ । ଯୋଉ କାଉ ସେମାନଙ୍କୁ କା କା ରାଵର ଜ୍ଞାନ ଦେଇ ଦେଶଦ୍ରୋହୀ ଅଭିହିତ କରୁଥିଲା ବଗ ଓ ହଂସମାନେ ମିଶି ତାକୁ ଖୁମ୍ଫି ଖୁମ୍ପି ତଡ଼ି ଦେଉଥିଲେ । ଏହା ଧିରେ ଧିରେ ଆଞ୍ଚଳିକ ଵୈଷାମ୍ୟରେ ପରିଣତ ହେଲା । କାଉମାନେ ମଣିଷମାନଙ୍କ ଗାଆଁରୁ ନିଆଁ ଆଣି ହଂସ ଓ ବଗଙ୍କ ଘର ଉପରେ ପକେଇ ତାଙ୍କୁ ମାରିଦେଵାକୁ ଚେଷ୍ଟା କଲେ । ଏପଟେ ବଗମାନଙ୍କର ଏକତ୍ର ଆକ୍ରମଣରେ ଅନେକ କାଉ ଜୀଵନ ହାରିଲେ । 

ଜଙ୍ଗଲ ରାଇଜଟା ଭିତରେ ଅଳ୍ପଦିନ ଭିତରେ ଗୃହ ଯୁଦ୍ଧ ଲାଗିଗଲା । ଗୋଟିଏ ପଟରେ ବଗ ଓ ଅନ୍ୟାନ୍ୟ ପକ୍ଷୀ ଥିଲାବେଳେ ଅନ୍ୟ ପକ୍ଷରେ କାଉ,ଚିଲ ,ଶାଗୁଣାମାନେ ତାଙ୍କୁ ପ୍ରତିହତ କରିଵାକୁ ଚେଷ୍ଟା କରୁଥିଲେ । 

ଏହି ଗୃହଯୁଦ୍ଧ ଅନେକ ଦିନ ଯାଏଁ ଚାଲିଲା । ପକ୍ଷୀସମାଜର ଅନେକ ମରିଲେ କିନ୍ତୁ ବଣଭୁଆଦିଙ୍କୁ ଢେର୍ ଖାଦ୍ୟ ମିଳିଲା । ଶେଷରେ କାଉମାନେ ହାରିଗଲେ ଏଵଂ ଏହା ସହ ପକ୍ଷୀସମାଜ ମଧ୍ୟରେ ଥିଵା ସୌହାର୍ଦ୍ଦ୍ୟ ମଧ୍ୟ ଲୋପପାଇଗଲା । କୁହାଯାଏ ସେହିଦିନଠାରୁ ପକ୍ଷୀମାନେ ଅଲଗା ଅଲଗା ସମାଜରେ ରହିଵା ପସନ୍ଦ କରନ୍ତି । କାଉମାନେ ସବୁପକ୍ଷୀଙ୍କଠାରୁ ଶୋଚନୀୟ ପରାଜୟ ଵରଣ କରିଥିଵାରୁ ଯେକୌଣସି ପକ୍ଷୀକୁ ଦେଖିଲେ ମାରିଗୋଡା଼ନ୍ତି । 

(କାହାଣୀ ଭାବୁଛନ୍ତି କି 🙃 ଭାରତରେ ମଧ୍ୟ ସବୁ ଅହିନ୍ଦୀଭାଷୀଙ୍କ ଉପରେ ହିନ୍ଦୀକୁ ରାଷ୍ଟ୍ରଭାଷା କହି ଲଦିଵାକୁ ଚେଷ୍ଟା କଲେ ସେହି ପକ୍ଷୀରାଜ୍ୟ ଭଳି ସମସ୍ୟା ସୃଷ୍ଟି ହୋଇପାରେ ଯେ ! ମନେ ରଖନ୍ତୁ ପ୍ରଥମେ ମାତୃଭାଷା ପରେ ଆଉ ଯେତେ ଭାଷା । )

Tuesday, September 14, 2021

🔵 ଉପଯୁକ୍ତ ବେଶ ପକାଇ ଆସ 🔵 ଗଳ୍ପସମ୍ରାଟ ଶ୍ରୀମନୋଜ ଦାସ

🔵 ଉପଯୁକ୍ତ ବେଶ ପକାଇ ଆସ 🔵
                ଗଳ୍ପସମ୍ରାଟ ଶ୍ରୀମନୋଜ ଦାସ 

ଗୋଟିଏ ରାଜ୍ୟ ଜୟ କଲେ ରାଜା ତାଙ୍କ ପୋଷାକରେ ଖଣ୍ଡିଏ ନୂଆ ହୀରା ଲଗାନ୍ତି । ରାଜ୍ୟ ପରେ ରାଜ୍ୟ, ଚାରି ଛଅ ରାଜ୍ୟ ଜୟ କରି, ପଗଡ଼ି ଓ ପରିଧେୟରେ ଚାରି ଛଅ ଚେକା ହୀରା ଝଲସାଇ ରାଜା ନିଜ ନଅରକୁ ପ୍ରତ୍ୟାଵର୍ତ୍ତନ କରୁଥିଲେ । ଡେରା ପଡ଼ିଥିଲା ଗୋଟିଏ ପର୍ଵତର ପାଦଦେଶରେ । ଦୁଇ-ରାଜ୍ୟ ମଝିରେ ଏଇଟା ଗୋଟାଏ ଜନହୀନ ପ୍ରାୟ ବଣ ମୁଲକ । ସୈନ୍ୟଵାହିନୀ ଶୋଇ ପଡ଼ିଥିଲେ । ରାଜା ତାଙ୍କ ଶିଵିର ବାହାରେ ନିଶାର୍ଦ୍ଧରେ ପଦଚାରଣା କରୁଥିଲେ । ହଠାତ୍ ସମ୍ମୁଖଵର୍ତ୍ତୀ ପର୍ଵତ ଉପରେ ଏକ ଅଦ୍ଭୁତ ନୀଳାଭ ଆଲୋକ ତାଙ୍କର ଦୃଷ୍ଟିଗୋଚର ହେଲା । ତାଙ୍କ ହୃଦୟ ଵିସ୍ମୟ, ଚମକ ଏବଂ ଆନନ୍ଦରେ ଭରିଗଲା । ସେ ଆଲୋକ ଯେ ଅସାଧାରଣ, ସେଥିରେ ସନ୍ଦେହର ଅଵକାଶ ନ ଥିଲା । ଵିସ୍ମିତ ରାଜା ମନ୍ତ୍ରୀଙ୍କୁ ନିଦରୁ ଉଠାଇଲେ ଓ ସେ ଆଲୋକ ଦେଖାଇଲେ । ମନ୍ତ୍ରୀ ଅତି ସ୍ବାଭାଵିକ ଭାବରେ କହିଲେ, “ମହାରାଜ, ମୁଁ ସନ୍ଧ୍ୟାବେଳେ ଆଖପାଖ ଲୋକଙ୍କଠୁଁ ଶୁଣିଥିଲି କି ସେ ପର୍ଵତ ଉପରେ ଜଣେ ସନ୍ନ୍ୟାସୀ ରହନ୍ତି । ଶୀତ ରାତି । ସେ ନିଆଁ ଜାଳିଛନ୍ତି ।” 

—ମନ୍ତ୍ରୀ । ତୁମକୁ ସେ ଆଲୋକ କିପରି ଲାଗୁଛି ? "ରାଜାଙ୍କ ପ୍ରଶ୍ନରେ ଵିସ୍ମିତ ହୋଇ ମନ୍ତ୍ରୀ କହିଲେ, "ମଣିମା। ଶୁଖିଲା କାଠପତ୍ର ଜାଳିଲେ ନିଆଁ ଯେପରି ହେଵା କଥା, ଏହା ସେହିପରି ।” 
“ଆଚ୍ଛା, ଶୋଇଵ ଯାଅ ।" କହିଲେ ରାଜା । ସେ ବୁଝିଲେ ଯେ ଆଲୋକର ଯେଉଁ ଵିଶେଷତ୍ଵ ସେ ଦେଖୁଛନ୍ତି, ମନ୍ତ୍ରୀ ତାହା ଦେଖିପାରୁ ନାହାନ୍ତି । ପ୍ରଭାତ ହେଲା । ରାଜା ସନ୍ନ୍ୟାସୀଙ୍କୁ ଭେଟିଵାର ଅନୁମତି ପ୍ରାର୍ଥନା କରି ଦୂତ ପଠାଇଲେ । ଦୂତ ଫେରିଆସି କହିଲେ, “ ସନ୍ନ୍ୟାସୀ କହୁଛନ୍ତି କି, ତାଙ୍କୁ ଭେଟିଵାକୁ ହେଲେ ରାଜା ଉପଯୁକ୍ତ ବେଶ ପକାଇ ଯିଵା ଦରକାର ।” “ ଅଵଶ୍ୟ ।” କହି ରାଜା ତାଙ୍କର ରତ୍ନଖଚିତ ପୋଷାକ ଓ ପଗଡ଼ି ଲଗାଇ ବାହାରି ପଡ଼ିଲେ । ସେ ପର୍ଵତ ଅଧା ଚଢ଼ିଵା ବେଳକୁ ସନ୍ନ୍ୟାସୀଙ୍କର ଜଣେ ଚେଲା ଆସି କହିଲେ,
 “ ଗୁରୁଦେଵ ମଣିମାଙ୍କୁ ଦୂରରୁ ଦେଖିଛନ୍ତି । ସେ କହିଲେ କି ଆପଣ ଉପଯୁକ୍ତ ବେଶ ପକାଇ ଆସିଵା ଦରକାର ।” 

ରାଜା ନୀରଵରେ ଶିଵିରକୁ ଆସି ରତ୍ନପୋଷାକ ଉତାରି, ଜଣେ ସାଧାରଣ ନାଗରିକର ପୋଷାକ ପିନ୍ଧିଲେ ଓ ନିଜକୁ ନିଜେ କହିଲେ, “ଵାସ୍ତଵିକ୍ ରାଜ-ପୋଷାକରେ ସନ୍ନ୍ୟାସୀଙ୍କ ପାଖକୁ ଯିଵାକୁ ଵାହାରିଵାଟା ବୋକାମି ଛଡ଼ା ଆଉ କ'ଣ । ” ସେ ପର୍ଵତ ଚଢ଼ିଵାକୁ ଆରମ୍ଭ କରନ୍ତେ ପୁଣି ଜଣେ ଚେଲା ଆସି କହିଲା, 

“ ମହାରାଜ । ଗୁରୁଦେଵ କହୁଛନ୍ତି କି, ଆପଣ ଉପଯୁକ୍ତ ବେଶରେ ଆସନ୍ତୁ । ରାଜା ଅଗତ୍ୟା ତମ୍ବୁକୁ ଫେରିଲେ ଓ ଏଥର ଗେରୁଆ ଲୁଗାପଟା ଯୋଗାଡ଼ କରି ପିନ୍ଧି, ପୁଣି ପର୍ଵତ ଚଢ଼ିଵାକୁ ଆରମ୍ଭ କଲେ । 

“ ମହାରାଜ ! ଗୁରୁଦେବ କହିଲେ କି ଆପଣ ଉପଯୁକ୍ତ ବେଶ ପକାଇ ଆସନ୍ତୁ । ” ତୃତୀୟ ଚେଲାଟାଏ ତାଙ୍କୁ ଆସି କହିଲା ।

 ରାଜା କାନ୍ଦ କାନ୍ଦ ଦେଖାଗଲେ । ମନ୍ତ୍ରୀ ତାଙ୍କ କାନରେ କହିଲେ, “ମହାରାଜ ! ସେ ଉଦ୍ଧତ ସାଧୁକୁ ଏହିକ୍ଷଣି ଧରି ଆଣି ଆପଣଙ୍କ ଆଗରେ ହାଜର କରିଦେବି ।”
 ରାଜା ଧୀର କଣ୍ଠରେ କହିଲେ, “ ମନ୍ତ୍ରୀ। କେତେ ରାଜା ମହାରାଜାଙ୍କୁ ବନ୍ଦୀ କରି ତ ମୋ ଆଗରେ ତମେ ଓ ସେନାପତି ହାଜର କରିଛ । ଜଣେ ନିରସ୍ତ, ନିର୍ଵାକ୍ ସାଧୁଙ୍କୁ ଧରି ଆଣିଵାରେ ବାହାଦୁରି କ'ଣ ?”ଶିଵିର ଭିତରେ ଏକାକୀ ରାଜା ଅଶ୍ରୁରୋଧ କରିପାରିଲେ ନାହିଁ । ଵାସ୍ତଵିକ, ଆଜିଯାଏଁ ସେ ନିଜକୁ କେଡ଼େ ପ୍ରଭାଵଶାଳୀ, କ୍ଷମତାଶାଳୀ ମନେ କରି ଆସିଥିଲେ । ଇଏ ହେଲା କ’ଣ ? ବେଶ ବୋଇଲେ ସାଧୁ କ’ଣ ବୁଝାଉଛନ୍ତି ? ଯୋଗ୍ୟତା ? ଵାସ୍ତଵିକ, ସେ କ'ଣ ଜଣେ ସାଧୁଙ୍କୁ ଭେଟିଵାକୁ ଯୋଗ୍ୟ ? ସେ ଏ ପ୍ରଶ୍ନ ଉପରେ ଯେତିକି ଚିନ୍ତା କଲେ, ସେତିକି ଵିମର୍ଷ ବୋଧ କଲେ । ଅର୍ଥାତ୍ ଜୀଵନରେ ସେ ଯେତେ ଵିଜୟ ପ୍ରାପ୍ତି କରିଛନ୍ତି, ଯେତେ ମୁଣ୍ଡ କାଟ କରି ତଳେ ଲୋଟାଇ ଦେଇଛନ୍ତି, ସେ ସବୁ ତାଙ୍କୁ ଅନ୍ୟମାନଙ୍କ ଆଖରେ ଵିରାଟ କରି ଥାଇପାରେ, କିନ୍ତୁ ସାଧୁଙ୍କ ଆଖିରେ ସେ ଅଯୋଗ୍ୟ ! 
 
“ ପୁଅ ! ଏ ବେଶରେ ତମେ କେତେ ସୁନ୍ଦର ଦିଶୁଛ ।”

ଏ ଅପୂର୍ଵ କଣ୍ଠସ୍ଵର ରାଜାଙ୍କୁ ଚମକାଇ ଦେଲା । ସେ ଅନାଇଵା ବେଳକୁ ତାଙ୍କ ଆଗରେ ଉଭା ସ୍ଵୟଂ ସନ୍ନ୍ୟାସୀ । ରାଜା ତାଙ୍କ ପାଦରେ ଲୋଟିଗଲେ । ସନ୍ନ୍ୟାସୀ ତାଙ୍କୁ ଉଠାଇ କୁଣ୍ଢାଇ ପକାଇ କହିଲେ

 “ହୃଦୟରେ ଏହିଭଳି ନମ୍ରତା ବୋଧଠୁଁ ବଳି
  ସୁନ୍ଦର ସାଜ ଆଉ କିଛି ନାହିଁ” । 

“ମହାଭାଗ ! ମୁଁ କେଡ଼େ ମୂର୍ଖ ଥିଲି । ରାଜ୍ୟ ପରେ ରାଜ୍ୟ ଜୟ କରି ନିଜକୁ ଗୌରଵାନ୍ବିତ ବୋଧ କରୁଥିଲି ।” ରାଜା ମୃଦୁକଣ୍ଠରେ କହିଲେ ।

 “ହଁ ଵତ୍ସ । ସେ ଗୌରଵବୋଧ ଅଜ୍ଞାନପ୍ରସୂତ । ଆଜି ତମେ ଜ୍ଞାନର ଉଷାଲୋକରେ ଉପନୀତ ।" ସନ୍ନ୍ୟାସୀ ରାଜାଙ୍କୁ ଆଶୀର୍ଵାଦକରି ବୁଲିପଡ଼ି ଚାଲିଗଲେ । 
------------------------------------------------------
------------------------------------------------------
-------------------------------------------------------
ପ୍ରଥମଠାରୁ ଦ୍ଵାଦଶ ଶ୍ରେଣୀ ଓଡ଼ିଆ ସାହିତ୍ୟ ବହିଗୁଡି଼କ ମଧ୍ୟରେ କେଵଳ ପଞ୍ଚମ ଓ ଦ୍ଵାଦଶ ଶ୍ରେଣୀର ସାହିତ୍ୟ ବହିରେ ମନୋଜ ଦାସଙ୍କ ଦୁଇଗୋଟି ଗଳ୍ପ ସ୍ଥାନ ପାଇଛି । ମୁଁ ଉଚ୍ଚ ଵିଦ୍ୟାଳୟରେ ପଢୁ଼ଥିଵା ସମୟରେ ତାଙ୍କର ଏକ ପ୍ରବନ୍ଧ ସାହିତ୍ୟ ବହିରେ ଥିଲା ଯାହା ଏବେ ଆଉ ନାହିଁ । ପ୍ରୋକ୍ତ କାହାଣୀଟି ପଞ୍ଚମ ଶ୍ରେଣୀ ଓଡ଼ିଆ ସାହିତ୍ୟ ବହିରୁ ସଂଗୃହୀତ । 
------------------------------------------------------
------------------------------------------------------
-------------------------------------------------------

Sunday, August 15, 2021

● ମାତୃଭୂମି ଓ ଦେଶପ୍ରେମ ●

ଆଜି ସ୍ବାଧିନତା ଦିବସ ଏହି ଦିବସକୁ ଆମେ ସମସ୍ତେ ବହୁତ ଧୁମ୍ ଧାମ୍ ରେ ପାଳନ କରୁଛନ୍ତି ପିଲାଙ୍କ ଠୁ  ନେଇ ବୁଢା ପର୍ଯ୍ଯନ୍ତେ ହାତରେ ତିରଙ୍ଗାକୁ ଧରି ସ୍ଳୋଗାନ୍ ଦେଉଥାଉ ବନ୍ଦେ ମାତାରାମ୍ ।  କାହିଁକି ଜାଣିଛ କାହିଁକି ନା ଆଜି ପରି ଏକ ଦିନରେ ଗୋରା ସରକାର ଠାରୁ ଆମ ଦେଶ ସ୍ବାଧିନ ହୋଇଥିଲା ଏହି ଦେଶକୁ ସ୍ବାଧିନ କରିବା ପାଇଁ କେତେ କେତେ ମହାପୁରୁଷ ଏଥିରେ ବଳିଦାନ ଦେଇଗଲେ ଚିରଦିନ ପାଇଁ । ରକ୍ତର ସ୍ବର୍ଣ୍ଣ ଅକ୍ଷରରେ ଲେଖିଦେଇ ଗଲେ ତାଙ୍କର ବୀରତ୍ବର କାହାଣୀ ଆମ ଦେଶ ସ୍ବାଧିନ ତ ହୋଇଗଲା କିନ୍ତୁ ଆଜିର ସମାଜ ନିଜ ସ୍ବାର୍ଥରେ ଅନ୍ଧ ହୋଇପଡିଛି । ଏମିତିକି ନିଜର ସ୍ବାର୍ଥକୁ ଛାଡି ଦେଲେ କିଛି ବି ଜାଣନ୍ତିନି ଆମ ଦେଶର ନେତା । ବଡ ଦୁଃଖର ବିଷୟ ଯେ  ଆଜିର ମଣିଷ ସ୍ବାଧିନ ହୋଇ ମଧ୍ୟ ପରାଧିନ । ଥରେ ନିଜ ବିବେକକୁ ପଚାରି ଦେଖ କଣ ତୁମେ ନିଜ ପାଖରେ ନିଜର ସ୍ବାଧିନତା ବୋଲି କିଛି ଅଛି ! ଦେଖିବ ତୁମ ବିବେକ ବି ତୁମକୁ କହିବ ଯେ ତୁମର ସ୍ବାଧିନତା ବୋଲି କିଛି ନାହିଁ କାହିଁକି ଜାଣିଛ ! କାହିଁକି ନା ସମସ୍ତେ ଆଜି ସ୍ବାର୍ଥରେ ଅନ୍ଧ ହୋଇ ପଡିଛନ୍ତି କେଇଟା ଟଙ୍କା ପାଇଁ ନିଜର ମୁଣ୍ତ ଅନ୍ଯ ପାଖରେ ବିକି ଦେଇଛନ୍ତି ସେ ଚାହିଁଲେ ବି ସ୍ବାଧିନ ହୋଇ ପାରନ୍ତିନି କି ସ୍ବାର୍ଥ ଛାଡି ପାରନ୍ତିନି ! କଣ କିଛି ଭୁଲ୍ କହିଲି ଆମେ ଯଦି ଏଠି ଭୋଟ ଦିଅନ୍ତି ତେବେ ତା ବଦଳରେ ଆମେ ତାଙ୍କୁ ଟଙ୍କା ମାଗନ୍ତି ଆଉ ସେଇ ଟଙ୍କା ପାଇଁ ଆମେ କିଏ ଭୁଲ୍ ଆଉ କିଏ ଠିକ୍ ବାଛି ପାରନ୍ତିନି ଆଉ ପରେ ଯାହାର ଟଙ୍କାବଳ ଥାଏ ସିଏ ଜିତିଯାଏ ପ୍ରକୃତରେ ଯିଏ ମନ୍ତ୍ରୀ ହେବା ପାଇଁ ଉପଯୁକ୍ତ ସିଏ ହାରିଯାଏ ।  କିନ୍ତୁ ତା ମନରେ ଦୁଃଖ ନଥାଏ ସିଏ ଦେଖୁଥାଏ ଏହି ସ୍ବାର୍ଥପର ଦୁନିଆଁକୁ କେମିତି ନିଜ ସ୍ବାର୍ଥ ପାଇଁ ମଣିଷ ଗୁଡାକ ରାକ୍ଷାସ ବି ପାଲଟି ଯାଉଛନ୍ତି । ଆଉ ଯେତେବେଳେ ସେଇ ଭୋଟ ଦେଇଥିବା ମନ୍ତ୍ରୀମାନଙ୍କ ପାଖରେ ଏଇ ମଣିଷ ଗୁଡାକର କାମ ପଡିଥାଏ ସେମାନେ ଦଉଡି ଯାଆନ୍ତି ସେଇ ମନ୍ତ୍ରୀ ମାନଙ୍କ ପାଖକୁ ଆଜ୍ଞା ଆପଣ କହି ନିଜ ଦୁଃଖ କହିଥାନ୍ତି କିନ୍ତୁ ମନ୍ତ୍ରୀମାନେ ସିଧା କହି ଦିଅନ୍ତୁ ମୁଁ ତୁମକୁ କାହିଁକି ସାହାଯ୍ଯ କରିବି ତୁମେ ମୋତେ ଭୋଟ ଦେଇଥିଲତ , ଆରେ ତୁମେ ଯଦି ତୁମର ସ୍ବାର୍ଥ ଛାଡି ପାରିଲନି ତେବେ ମୁଁ କେମିତି ମୋ ସ୍ବାର୍ଥ ଛାଡି ଦେବି ତୁମେ ମୋତେ ଭୋଟ ଦେବ ବୋଲି ମୁଁ ତୁମକୁ ବସ୍ତା ବସ୍ତା ଟଙ୍କା ଦେଇ ସାରିଛି ତୁମେ କିଏ ମୁଁ ତୁମକୁ ଜାଣି ନାହିଁ ତୁମେ ଚାଲିଯାଅ ଏହି ଠାରୁ । ଏତିକିରେ ବି ମଣିଷ ମାନଙ୍କର ଆଖି ଖୋଲେ ନାହିଁ ଭୁଲ୍ ପରେ ଭୁଲ୍ କରି ଚାଲନ୍ତି ନିଜର  ସ୍ବାର୍ଥ ପାଇଁ । ହେ ମୋର ବନ୍ଧୁ ଭାଇ ମାନେ ଏବେ ବି ସମୟ ଅଛି ନୋଟ୍ ପାଇଁ ଭୋଟ୍ ନଦେଇ ଉପଯୁକ୍ତ ନେତା ଟିଏ ବାଛିବା ଦେଶର ହିତ ପାଇଁ , ଯିଏ ଆମ ସୁଖରେ ଦୁଃଖରେ ଆମ ପାଖରେ ଠିଆ ହେବ ଏବେ ଚାଲ ଯିବା ସେଇ ଦିନକୁ । 

             ଯେଉଁ ଦିନ ଏ ଭାରତ ସ୍ବାଧିନ ହୋଇଥିଲା ଆରେ ଆଜି ପରା ସେଇ ଦିନ ଅଗଷ୍ଟ ଅନ୍ଦର ସ୍ବାଧିନତା ଦିବସ ଆହା କି ସୁନ୍ଦର ଦିସୁଛି ଆଜି ଏ ଭାରତ କି ମଧୁର ସ୍ବର ଛୁଟି ଆସୁଛି ତା କୋଳରୁ, ଚାରିଆଡେ ତିନି ରଙ୍ଗରେ ସଜା ହୋଇ ପଡିଛି ସବୁଠି ଜାତୀୟ ପତକା ତ୍ରିରଙ୍ଗା ଉଡୁଛି ଏହି ଦୃଶ୍ଯ ଦେଖି ନାତି ଟୋକା ଅଜାଙ୍କୁ ପଚାରେ ଅଜା ଆଜି ଏମିତି କଣକି !  ଚାରିଆଡେ ତିନି ରଙ୍ଗରେ ସଜାଇ ପତକା ଉତ୍ତୋଳନ କରୁଛନ୍ତି ଅଜା ଟିକିଏ ହସି ଦେଇ କହିଲେ ଆରେ ନାତିଆ ଆଜି ହେଉଛି ଅଗଷ୍ଟ ପନ୍ଦର ତେଣୁ ଚାରିଆଡେ ଏ ଭାରତ ଦିଶୁଛି ସୁନ୍ଦର ନାତି କହିଲା ଆଛା ଅଜା ଆଜି ଏମିତି କଣ ହୋଇଥିଲା କି ଯେ ଚାରିଆଡେ ଏତେ ଧୁମ୍ ଧାମରେ ପାଳନ କରୁଛନ୍ତି ଅଜା ଗୋଟାଏ ବାରଣ୍ତାରେ ନିତିକୁ ନେଇ ବସି ପଡିଲେ । ଆଉ ସେଇ ସ୍ବାଧିନତାର ଗାଥା ଶୁଣାଇଲେ ସ୍ବାଧିନତାର ଗାଥା ଶୁଣି ନାତିଟି ଗର୍ବରେ ଛାତି ଫୁଲାଇ କହିଲା ବନ୍ଦେ ମାତାରାମ୍ । ଆଉ ପାଖରେ ଥିବା ଗୋଟାଏ ଦୋକାନରୁ ତ୍ରିରଙ୍ଗା ପତାକାଟେ କିଣି ଗାଁ ଠୁ ସହର ଯାଏ ଅଜା ସାଙ୍ଗରେ ନାତିଆ ଦଉଡି ଚାଲିଲା ଅଜା ନାତିର ଦେଶ ପ୍ରେମକୁ ଦେଖି ବହୁତ ଖୁସି ହୋଇଗଲେ । ଆଉ ଅଜା କହିଲେ ନାତିଆ ଯଦି ଦେଶ ପ୍ରେମକୁ ଏହି ଭଲି ଛାତିରେ ଜାବୁଡି ଧରିବୁ ତେବେ ନିଶ୍ଚୟ ବଡ ହେଲେ ତୁ ଜଣେ ଦେଶ ପ୍ରେମୀ ହେବୁ ।

         ଆଉ ଶେଷରେ ସେଆ ହିଁ ହେଲା ନାତିଆ  ବଡ ହୋଇ ଜଣେ ଦେଶ ପ୍ରେମୀ ହୋଇ ପରିବାରର ସ୍ନେହ ମମତା ଭଲପାଇବାକୁ  ଆଡେଇ ଚାଲିଗଲା ଭାରତ ମାତାର ସୁରକ୍ଷା ପାଇଁ । ହାତରେ ବନ୍ଧୁକ ଧରି ଶତ୍ରୁର ଦମନ ପାଇଁ ଠିଆ ହୋଇ ପଡିଲା ବୋର୍ଡର ଉପରେ ଏମିତି କିଛି ବର୍ଷ ବିତିଗଲା ନାତିଆ ଅଜାଙ୍କ ପାଖକୁ ଫୋନ୍ କରି କହିଲା ଅଜା ମୁଁ ଖୁବ୍ ଶୀଘ୍ର ଆସୁଛି ତୁମ ପାଖକୁ ନାତିଆର କଥା ଶୁଣି ଅଜା ସହ ପରିବାର ଲୋକେ ଖୁସି ହୋଇଗଲେ ତାପର ଦିନ ହିନ୍ଦୁ ମୁସଲମାନ ଲଢେଇ ଚାଲିଲା ଆଉ ସେଇ ଲଢେଇକୁ ଜିତେଇବା ପାଇଁ ନାତିଆ ନିଜର ଜୀବନକୁ ବାଜି ଲଗେଇ ଦେଲା ସେ ଦିନ ଅଜା ଷ୍ଟେସନ୍ ରେ ଆସି ନାତିଆର ଫେରିବା ବାଟକୁ ଚାହିଁ ବସିଥାନ୍ତି ଅଜା ହେଲେ ନାତିଆ ଫେରିଲାନି ବହୁତ ମନ ଦୁଃଖରେ ଅଜା ଘରକୁ ଫେରିଗଲେ  ।

        ଅଜା ସିନା ଘରକୁ ଫେରିଲେ ହେଲେ ତାଙ୍କୁ ପାପ ମନ ଛୁଉଁଥାଏ ଏମିତି ଦିନ ଯାଇ ରାତି ଆସିଲା ଅଜା ଶୋଇବାକୁ ଗଲେ ଆଉ ଶୋଇ ପଡିଲେ ହେଲେ ନିଦ ଠିକ୍ ସେ ହେଉ ନଥାଏ ଘଡି ଘଡିକେ ନିଦ ଭାଙ୍ଗି ଯାଉଥାଏ ତାଙ୍କୁ ଲାଗୁଥାଏ ସତେ ଯେମିତି ନାତିଆ ଆସି କହୁଥାଏ ଅଜା କବାଟ ଖୋଲ ମୁଁ ଆସିଗଲି କଣ ହେଲା ତୁମେ ମନ ଦୁଃଖରେ ଅଛ ଏହିଭଲି ରାତି ପାହି ସକାଳ ହେଲା ଦାଣ୍ତ ମୁହଁରେ ବୀର ବାଜା ଶୁଣି ଅଜା ଘର ଭିତରୁ ଦଉଡି ଆସିଲେ ଦାଣ୍ତକୁ ଦେଖିଲେ ଗୋଟାଏ ବାକ୍ସରେ ତ୍ରିରଙ୍ଗା ପତକା ଘୋଡା ହୋଇଛି ଆଉ ଚାରି ପାଖରେ ଦେଶର ଯବାନ ମାନେ ଠିଆ ହୋଇଛନ୍ତି ଏହା ଦେଖି ଅଜା ସମସ୍ତଙ୍କୁ ପଚାରନ୍ତି । ଆଖିରେ ଲୁହ ଛଳ ଛଳ କରି କହୁଥାନ୍ତି ଆରେ ବାବୁ ତୁମେ ସମସ୍ତେ ଅଛ ମୋ ନାତି ଟୋକା କାହିଁ !  ଅଜାର କଥା ଶୁଣି ସମସ୍ତେ ଚୁପ୍ ହୋଇ ରହିଲେ ଆଉ ବକ୍ସ ଉପରେ ଘୋଡା ହୋଇଥିବା ତ୍ରିରଙ୍ଗାଟିକୁ କାଢିଲେ ଅଜା ଦେଖି ବେହୋସ ହୋଇଗଲେ । ନାତିଆର ଶବକୁ ଦେଇ ଯବାନ ମାନେ ଫେରିଗଲେ ପରିବାର ଲୋକ ବହୁତ କାନ୍ଦିଲେ ହେଲେ ଅଜା ତ୍ରିରଙ୍ଗାକୁ ଧରି କହିଲେ ନାତିଆ ଆଜି ତୁ ଯାହା କହିଥିଲୁ ଆଜି ତାହା ପ୍ରମାଣ କରି ଦେଖାଇ ଦେଲୁ ଦିଲ୍ ଦିଆ ହେ ଜାନ୍ ଭି ଦେଏଙ୍ଗେ  ହେ ବତନ୍ ତେରେ ଲିଏ ପରିବାର ସହ ବନ୍ଧୁ ପରିଜନ ସମସ୍ତେ ଶୋକ ସାଗରରେ ଭାସିଗଲେ ତେଣୁ ହେ ମୋର ପ୍ରିୟ ବନ୍ଧୁ ମାନେ ସେ ନାତିଆତ ତାର ଅଡା କୋଳକୁ ଓ ତା ପରିବାରକୁ ଫେରିବନି କିନ୍ଥୁ ଆଜି ଏଇ ସ୍ବାଧିନତା ଦିବସରେ ଆସ ସମସ୍ତେ ମିଶି ଯବାନ ଭାଇଙ୍କୁ ସାଲାମ୍ କରବା ଓ ତାଙ୍କ ମାନଙ୍କ ପାଇଁ ଶୁଭ କାମନା କରିବା ଜୟ ହିନ୍ଦ୍ ଜୟ ଭାରତ ।

Monday, August 2, 2021

● ଡୋରା ●

#ଡୋରା 

          ଏକ ନିଘଞ୍ଚ ଜଙ୍ଗଲ। କିଚିରି ମିଚିରି ଶବ୍ଦରେ ଫାଟି ପଡୁଥିଲା ପୁରା ବନ ପ୍ରଦେଶ। ସେ ଭିତରେ ଶୁଣା ଯାଉଥିଲା ଆଉ ଗୋଟେ ସ୍ବର। କାହାର କାନ୍ଦିବାର ସ୍ବର। ଗୋଟେ ଝରଣା କୂଳରେ ଗୋଟେ ଟୋକେଇରେ ଗୋଟେ ନବ ଜାତ ଶିଶୁଟି ଶୋଇ ଭାରି ଆକୁଳରେ କାନ୍ଦୁଛି। 

         ସେହି ଝରଣା ପାଖ ଜଙ୍ଗଲରେ ଦଳେ ସିମ୍ପାଞ୍ଜି ରୁହନ୍ତି। ମନ ଆନନ୍ଦରେ ଡାଳକୁ ଡାଳ ଡେଇଁ ଖେଳି ବୁଲି ରୁହନ୍ତି। ସେମାନଙ୍କ ସାଙ୍ଗରେ ଆଉ କିଛି ହରୀଣ ଆଉ ହାତୀ ବି ରୁହନ୍ତି। ନିତି ସିମ୍ପାଞ୍ଜିମାନେ ସେଇ ଝରଣାକୁ ପାଣି ପିଇବା ପାଇଁ ଯା'ନ୍ତି । ସେଇ ଝରଣାର ପାଣି ଭାରି ମିଠା ଆଉ ଭାରି ଥଣ୍ଡା। ପାଣି ବି ପିଅନ୍ତି ଆଉ ତା'ର ପାଣିର ବର୍ଷାରେ କେବେ କେବେ ବି ଖେଳି ଆସନ୍ତି। 

         ସେଦିନ ଗୋଟେ ମାଇ ସିମ୍ପାଞ୍ଜି ସେହି ଝରଣାକୁ ପାଣି ପିଇବାକୁ ଯାଇଥାଏ। ସେ ସେଠି ପହଞ୍ଚିବା କ୍ଷଣି ଛୁଆ କାନ୍ଦିବାର ସ୍ବର ଶୁଣାଗଲା। ସେ ଆଶ୍ଚର୍ଯ୍ୟ ଭାବରେ ଥରେ ଚତୁର୍ଦିଗ ଆଖି ବୁଲେଇ ଆଣିଲା। ହେଲେ ତା' ଆଖିରେ କିଛି ପଡିଲା ନାହିଁ। ବାରମ୍ବାର ଯେତେବେଳେ ସେଇ କାନ୍ଦିବାର ସ୍ବର ଖାଲି ଶୁଣାଗଲା ସେ ପୁଣି ଖୋଜିବାକୁ ଲାଗିଲା। ଶେଷରେ ସେ ଯେଉଁ ପାଖରେ ଥିଲା ତାର ଆର ପାଖରେ ଗୋଟେ ଟୋକେଇରେ ଗୋଟେ ନବଜାତ ଶିଶୁଟି ଶୋଇ ଭାରି ଜୋରରେ କାନ୍ଦୁଛି।ନିରୀହ ଆଖି ଦୁଇଟିକୁ ଦେଖି ମାଇ ସିମ୍ପାଞ୍ଜିର ମାତୃ ହୃଦୟ ତରଳିଗଲା। ସେ ତାକୁ ଟୋକେଇରୁ ଉଠେଇ ହାତରେ ଧରିବା ହେଲେ ସିମ୍ପାଞ୍ଜିକୁ ଦେଖି ଛୁଆଟି ଭୟରେ ଆହୁରି କାନ୍ଦିବାକୁ ଲାଗିଲା। ସିମ୍ପାଞ୍ଜି ତାର କାନ୍ଦ ବନ୍ଦ କରିବା ପାଇଁ ସବୁପ୍ରକାର ଚେଷ୍ଟା କଲା ହେଲେ ସେ ପିଲାଟି ଚୁପ୍ ହେଉ ନଥାଏ । ତା'ପରେ ସେଇ ଝରଣା ପାଣିରୁ ଟିକେ ପାଣି ଆଣି ତାକୁ ପିଆଇବାକୁ ଦେବାରୁ ସେ ପୁରା ଚୁପ୍ ହୋଇଗଲା। ଏହାପରେ ସିମ୍ପାଞ୍ଜିଟି ତାକୁ ତା' ବସାକୁ ନେଇଗଲା । ସେଠି ଅନ୍ୟ ସିମ୍ପାଞ୍ଜି ମାନେ ଏହି ମଣିଷ ଛୁଆଟିକୁ ଦେଖି ଭାରି ଆଶ୍ଚର୍ଯ୍ୟ ହେଲେ। ତା' କଅଁଳ ମୁହଁକୁ ଦେଖି ସମସ୍ତେ କିନ୍ତୁ ଖୁସି ହୋଇଗଲେ। ମାଇ ସିମ୍ପାଞ୍ଜିଟି ତା' ନିଜ ଛୁଆ ପରି ଲାଳନ ପାଳନ କରିବାକୁ ଲାଗିଲା। ଆଉ ଅନ୍ୟମାନେ ବି ତାକୁ ଏଥିରେ ଖୁବ୍ ସାହାଯ୍ୟ କଲେ। ସବୁବେଳେ ତା' ପାଖେ ପାଖେ ରହି ତାର ଖୁବ୍ ଯତ୍ନ ନେଲେ। ତା'ର ନା'ଦେଲେ "ଡୋରା"। ସେହି ଜଙ୍ଗଲର ପାଣି ପବନରେ ଧିରେ ଧିରେ ସେହି ଛୁଆଟି ବଡ ହେବାକୁ ଲାଗିଲା। 

            ଚାହୁଁ ଚାହୁଁ ବିତିଗଲା ଦଶ ବର୍ଷ। ଥରେ ଜଙ୍ଗଲକୁ ଦଳେ ଲୋକମାନେ ଆସିଥା'ନ୍ତି । ବୁଲିବା ବାହାନାରେ ଅନ୍ୟ କିଛି ଉଦ୍ଦେଶ୍ୟ ନେଇ ଆସିଥା'ନ୍ତି। ସେମାନେ ସମସ୍ତେ ଥିଲେ ଗୋଟେ ସର୍କସ୍ ଦଳର ଲୋକମାନେ। ବିଭିନ୍ନ ଜୀବଜନ୍ତୁଙ୍କୁ ଜାଲ ଫଶେଇ ନେଇ ଯା'ନ୍ତି ଆଉ ସେମାନଙ୍କୁ ତାଲିମ୍ ଦେଇ ସର୍କସ୍ ଦେଖାନ୍ତି। 

            ସେଦିନ ବି ଏମିତି କିଛି ଉଦ୍ଦେଶ୍ୟରେ ଜଙ୍ଗଲରେ ବିଛେଇଥିଲେ କିଛି ଜାଲ। ସେଦିନ ଡୋରା ଜଙ୍ଗଲ ଭିତରେ ବୁଲୁଥାଏ। ବୁଲୁ ବୁଲୁ ତା'ର ପାଦ ଏହି ଜାଲରେ ଛନ୍ଦି ହୋଇଗଲା । ଆଉ ରସିରେ ତା' ପାଦ ବାନ୍ଧି ହୋଇ ଗଛରେ ଓଲଟା ଲଟକି ଗଲା। ସେ ସିମ୍ପାଞ୍ଜିଙ୍କ ଦଳ ଠାରୁ ବହୁତ ଦୂରକୁ ପଳେଇ ଆସିଥିବାରୁ ଯେତେ ଶବ୍ଦ କଲେ ମଧ୍ୟ କେହି ଶୁଣିଲେ ନାହିଁ। ଏଣେ ଲୋକମାନେ କିଛି ଗୋଟେ ଭଲ ପଶୁଟେ ତାଙ୍କ ହାବୁଡରେ ପଡିଛି ବୋଲି ଭାବି ଆସି ଯେବେ ଦେଖନ୍ତି ତ ଡୋରିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏ ଜଙ୍ଗଲରେ ଏ ଅଦ୍ଭୁତ ପିଲାକୁ ଦେଖି । ଡୋରା ବି ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଉଥାଏ। ଖାଲି ମଟ ମଟ କରି ଚାହିଁଥାଏ। ତାକୁ ଓହ୍ଲାନ୍ତେ ଡୋରା ପରି ହିଂସ୍ର ପରି ସେମାନଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କଲା ହେଲେ ସମସ୍ତେ ମିଶି ତାକୁ କାବୁ କରିନେଲେ ଆଉ ଯନ୍ତାରେ ଭର୍ତ୍ତି କରି ସହରକୁ ନେଇଗଲେ। 

              ଏଣେ ଅନେକ ସମୟ ଯାଏଁ ଡୋରାକୁ ନ ପାଇବାରୁ ସିମ୍ପାଞ୍ଜି ଭାରି ବ୍ୟସ୍ତ ହୋଇ ଏଣେ ତେଣେ ଖୋଜିବାକୁ ଲାଗିଲେ । ହେଲେ ପାଇଲା ନାହିଁ। ଅନ୍ୟ ସାଥୀମାନେ ବି ତା'ସାଙ୍ଗରେ ଜଙ୍ଗଲ ସାରା ବହୁତ ଖୋଜିବାକୁ ଲାଗିଲେ। ହେଲେ ବି ଫଳ ଶୁନ୍। ଖୋଜୁ ଖୋଜୁ ସିମ୍ପାଞ୍ଜିଟି ସେଇ ଫାଶ ପାଖରେ ଆସି ପହଞ୍ଚିଲା, ଯେଉଁଠି ଡୋରା ଫଶି ଯାଇଥିଲା। ଆଉ ଛିଣ୍ଡା ଦଉଡିକୁ ଦେଖି ସିମ୍ପାଞ୍ଜି ସବୁ ବୁଝିପାରିଲା। ଆଉ ନିରାଶ ହୋଇ ସେହି ଛିଣ୍ଡା ଦଉଡିକୁ ଦେଖୁ ଦେଖୁ ସେଇଠି ବସି ପଡିଲା। କଷ୍ଟରେ ତା' ଆଖିରୁ ଦୁଇ ଟୋପା ଲୁହ ଝରି ପଡିଲା। ସେଇ ନୃଶଂସ ମଣିଷ ମାନେ ଯେ ତା' ଡୋରାକୁ ନେଇ ଯାଇଛନ୍ତି, ଏ କଥା ଭାବି ଭାରି କଷ୍ଟରେ କାନ୍ଦିବାକୁ ଲାଗିଲା। ଆଉ ନିଜ ମନର କୋହ ସମ୍ଭାଳି ନ ପାରି ଚିତ୍କାର କରି ଉଠିଲା। ଖୁବ୍ ଜୋର୍ ରେ ତା'ର ଏ କରୁଣ ଚିତ୍କାର ଶୁଣି ଅନ୍ୟ ସିମ୍ପାଞ୍ଜିମାନେ ଏକାଠି ହୋଇଗଲେ। ଆଉ ତାକୁ କୁଣ୍ଢେଇ ଧରି ତାକୁ ସାନ୍ତ୍ବନା ଦେବାକୁ ଲାଗିଲେ। ହେଲେ ବି ସେ ବେଦନା ସମ୍ଭାଳି ହେଉ ନଥାଏ। ପୁରା ସିମ୍ପାଞ୍ଜି ମହଲରେ ଗୋଟେ ଶୋକର ଛାଇ ଖେଳିଗଲା। ସବୁ ଜାଣିପାରି ବି ସେମାନେ ନିରାଶ। କିଛି କରିପାରୁ ନଥିଲେ କି ଡୋରାକୁ ଫେରାଇ ଆଣିବା ଅସମ୍ଭବ ଭଳି ମନେ ହେଲା।

                ଏଣେ ଡୋରାକୁ ସର୍କସ୍ ବାଲା ନେଇ ତାକୁ ବିଭିନ୍ନ ଯନ୍ତ୍ରଣା ଦେଇ ସେମାନଙ୍କ ନିୟନ୍ତ୍ରଣକୁ ନେଇ ଆସିଲେ। ଆଉ ତା' ପରେ ତା'ର ତାଲିମ୍ ଆରମ୍ଭ କଲେ । ଦିନ ଦିନ ପରେ ଗଡି ଚାଲିଥାଏ। ଆଉ ତାଲିମ୍ ମଧ୍ୟ କଠିନରୁ କଠିନ ହୋଇ ଚାଲିଥାଏ। ଡୋରା କିନ୍ତୁ ମନେ ମନେ ତା'ର ସିମ୍ପାଞ୍ଜି ମା' କୁ ଖୁବ୍ ଝୁରେ। ରାତିରେ ତାକୁ ମନେ ପକାଇ ଖୁବ୍ କାନ୍ଦେ। ଆଉ ତେଣେ ସିମ୍ପାଞ୍ଜି ମା' ଟି ମଧ୍ୟ ଖୁବ୍ ମନେ ପକାଏ। ଆଉ ସେ ଜାଗାକୁ ଯାଏ ଯେଉଁଠୁ ଡୋରାକୁ ଫସେଇ ନେଇଯାଇଥିଲେ। ସେଠି ଯାଇ ସେ ବସେ। ଡୋରା କଥା ମନେ ପକାଇ ଖୁବ୍ କାନ୍ଦେ। ଆଉ ମନ ବୁଝିଲା ପରେ ଫେରି ଆସେ। 

              ୟା ଭିତରେ ଡୋରା ସଂପୂର୍ଣ୍ଣ ତାଲିମ୍ ପ୍ରାପ୍ତ ଜୋକର୍ ହୋଇଯାଇଥାଏ। ସେ ଏବେ ଗୋଟେ ପରେ ଗୋଟେ ସର୍କସ୍ ରେ ଯାଇ ତାର ଚମତ୍କାର ପ୍ରଦର୍ଶନରେ ଲୋକମାନଙ୍କର ମନ ମୋହି ନିଏ। ଆଉ ଏତେ ମାତ୍ରାରେ ଦର୍ଶକମାନେ ପସନ୍ଦ କରନ୍ତି ଯେ ସେ ସର୍କସ୍ ଦଳର ଚାହିଦା ବି ଦିନକୁ ଦିନ ବଢିବାରେ ଲାଗିଥାଏ ଆଉ ସେମାନଙ୍କର ବେପାର ବି । ଏମିତି ଦିନ ପରେ ଦିନ ବିତି ଚାଲିଥାଏ। 

             ଥରେ ଗୋଟେ ସର୍କସ୍ ରେ ଶ୍ରୀ ନିଶିକାନ୍ତ ଚୌଧୁରୀ ନାମକ ବଡ ବ୍ୟବସାୟୀ ବସି ଦେଖୁଥା'ନ୍ତି। ସେଥର ମଧ୍ୟ ଡୋରା ତାର ଖେଳ ଦେଖାଉଥାଏ। ତାର ପ୍ରଦର୍ଶନରେ ଚୌଧୁରୀ ବାବୁ ଏତେ ମାତ୍ରାରେ ପ୍ରଭାବିତ ହୋଇଗଲେ ଯେ ସଂପୂର୍ଣ୍ଣ ବିଭୋର ହୋଇଗଲେ। ସର୍କସ୍ ସରିବା ପରେ ଚୌଧୁରୀ ବାବୁ ଯାଇ ସେହି ସର୍କସ୍ ର ମାଲିକଙ୍କୁ ଦେଖାକଲେ। ଆଉ ଡୋରାକୁ ସଂପୂର୍ଣ୍ଣ ରୂପେ ନିଜ ଘରକୁ ନେବା ପାଇଁ ପ୍ରସ୍ତାବ ଦେଲେ। ହେଲେ ସେ ମାଲିକଟି ସହଜରେ ରାଜି ହେଲା ନାହିଁ। ଏହାପରେ ଚୌଧୁରୀ ବାବୁ ମୋଟା ଅଙ୍କର ଟଙ୍କାର ପ୍ରଲୋଭନ ଦେଖାଇଲେ। ତଥାପି ବି ସେ ଲୋଭି ମାଲିକଟି ଗୋଟେ ସର୍ତ୍ତରେ ରାଜି ହେବ ବୋଲି ରାଜି ହେଲା। ଆଉ ସେ ସର୍ତ୍ତ ଥିଲା କି ଡୋରା ପ୍ରତି ସପ୍ତାହରେ ଗୋଟେ ଦିନ ଡୋରା ତାଙ୍କ ସର୍କସ୍ ରେ ଖେଳ ଦେଖାଇବ ଆଉ ଡୋରା କୁ ନେବା ବଦଳରେ ୧୦ ଲକ୍ଷ ଟଙ୍କା ନଗଦ ଦେବା ପାଇଁ ଚୁକ୍ତି ହେଲା। ଶେଷରେ ଚୌଧୁରୀ ବାବୁ ସେହି ଚୁକ୍ତି ପତ୍ରରେ ଦସ୍ତଖତ କରି ଡୋରାକୁ ସାଥୀରେ ନେଇଆସିଲେ। 

                  ଯେତେବେଳେ ଚୌଧୁରୀ ବାବୁ ଡୋରାକୁ ନେଇ ଘରେ ପହଞ୍ଚିଲେ ତାଙ୍କ ସ୍ତ୍ରୀ ଡୋରାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଆଉ ପଚାରିଲେ," ଏ କିଏ? କାହାକୁ ତୁମେ ସାଙ୍ଗରେ ନେଇ ଆସିଛ?" ଚୌଧୁରୀ ବାବୁ କହିଲେ," ତୁମ ପୁଅ ।" ଏତକ ଶୁଣି ଖୁସିରେ ବିଭୋର ହୋଇ ଶ୍ରୀମତୀ ସୁନନ୍ଦା ଡୋରାକୁ କୁଣ୍ଢେଇ ପକେଇଲେ। ନିଃସନ୍ତାନ ମାତୃ ହୃଦୟ ପ୍ରଥମ ଥର ପାଇଁ ସନ୍ତାନର ସ୍ପର୍ଶରେ ଆନନ୍ଦିତ ମନ ତାଙ୍କର ଅଶ୍ରୁରେ ଭରିଗଲା। ବହୁତ ଖୁସିରେ ଡୋରାକୁ ନିଜ ପୁଅ ପରି ସବୁ ସୁଖ ଦେଇ ପାଳନ କଲେ। ହେଲେ ଛୋଟ ବେଳୁ ଜଙ୍ଗଲରେ ହିଁ ବଢି ଆସିଥିବା ଡୋରା କେବେ କିଛି କହି ପାରେନି ଖାଲି ଯାହା ଅଦ୍ଭୁତ ଶବ୍ଦ କରେ । ହେଲେ ଏତେ ସୁଖ ପାଇ ବି କେବେ ଖୁସି ହୋଇପାରେନି। ସବୁଦିନ ପରି ସବୁ ରାତିରେ ବସି ସେ ତା' ମା' ସିମ୍ପାଞ୍ଜିକୁ ଖୁବ୍ ଝୁରେ ଆଉ ତା' ଜୀବନରେ ଘଟି ଚାଲିଥିବା ଘଟଣା ଗୁଡିକ ପାଇଁ ବି ଖୁବ୍ ମନସ୍ତାପ କରେ। 

               ଡୋରା ସବୁବେଳେ ମନ ମାରି ବସେ। ଯେତେ ଚେଷ୍ଟା କଲେ ବି ସେମାନେ ତାକୁ ଖୁସି କରାଇ ପାରନ୍ତି ନାହିଁ। ତେଣୁ ଭାବିଲେ ଡୋରାକୁ ନେଇ ବାହାରେ ବୁଲି ଆସିଲେ ବୋଧେ ତା ମନ ବଦଳିପାରେ। ଗୋଟେ ଦିନ ଚୌଧୁରୀ ବାବୁ ଆଉ ତାଙ୍କ ସ୍ତ୍ରୀ ଡୋରା ସହ ଗୋଟେ ଜଙ୍ଗଲ ବୁଲିବା ପାଇଁ ଗଲେ। ଆଉ ସେ ଜଙ୍ଗଲ ହିଁ ଥିଲା ଡୋରାର ପୂର୍ବ ଘର। ସେମାନେ ଗୋଟେ ଜିପ୍ ରେ ବସି ଜଙ୍ଗଲ ଭିତରେ ପଶିଲେ। ତା'ର ଘଡ ଘଡ ଶବ୍ଦରେ ପୁରା ନିସ୍ତବ୍ଧ ଜଙ୍ଗଲ ପ୍ରକମ୍ପିତ ହୋଇ ଯାଉଥିଲା। 

             ସବୁଦିନ ପରି ମା' ସିମ୍ପାଞ୍ଜିଟି ସେଇ ଯାଗାରେ ବସି ଡୋରାକୁ ମନେ ପକାଉଥାଏ। ହଠାତ୍ ତା' କାନରେ ଜିପ୍ ଶବ୍ଦ ଶୁଣାଗଲା। ସେ ବିଚଳିତ ହୋଇ ଉଠିଲା। ପୁଣି ଆଉ କେଉଁ ମଣିଷ ଆସି ତାଙ୍କ ସୁଖ ସଂସାରକୁ ଉଜାଡି ନ ଦେଉ ବୋଲି ରାଗରେ ଉଚ୍ଚ ଶବ୍ଦ କରି ତାର ସବୁ ସାଥୀ ମାନଙ୍କୁ ଡାକି ଏକାଠି କରାଇଦେଲା। ଆଉ ସମସ୍ତେ ମିଶି ସେଇ ଜିପ୍ କୁ ଆକ୍ରମଣ କରିବା ପାଇଁ ବାହାରିଲେ। ଯେତେବେଳେ ସେମାନେ ଡୋରାକୁ ସେଥିରେ ଦେଖିଲେ ସେଇଠି ହିଁ ସ୍ତବ୍ଧ ହୋଇଗଲା ସବୁକିଛି। ସାମ୍ନାରେ ନିଜ ମା' ସିମ୍ପାଞ୍ଜିକୁ ଦେଖି ତା' ଖୁସିର ସୀମା ରହିଲା ନାହିଁ । ସେ ଜିପ୍ ରୁ ବାହାରି ଦୌଡିଲା ତା' ମା' ସିମ୍ପାଞ୍ଜି ପାଖକୁ। ଆନନ୍ଦରେ କୁଣ୍ଢାଇ ପକାଇଲା ତାକୁ। ଅନେକ ଦିନର ଏ ବିଚ୍ଛେଦର କଷ୍ଟ ଖୁସିର ଲୁହ ହୋଇ ଝରିଗଲା ଦୁଇଜଣଙ୍କର ଆଖିରୁ। ମନ ଭରି ଗେଲ କରିଚାଲିଲା ଡୋରାକୁ ମା' ସିମ୍ପାଞ୍ଜିଟି। ବାକି ସମସ୍ତ ସିମ୍ପାଞ୍ଜି ମଧ୍ୟ ଖୁସିରେ କାନ୍ଦୁଥା'ନ୍ତି ସେ ଦୁଇଜଣଙ୍କର ଖୁସିର ମୁହୁର୍ତ୍ତକୁ ଦେଖି। ଏ ସବୁକୁ ଦେଖୁଥା'ନ୍ତି ଚୌଧୁରୀ ବାବୁ ଓ ତାଙ୍କ ସ୍ତ୍ରୀ। ଆଶ୍ଚର୍ଯ୍ୟ ଆଉ ଚକିତ । ସୁନନ୍ଦା ଦେବୀ ଏ ସବୁକୁ ସହ୍ୟ ନ କରିପାରି ଜିପ୍ ରୁ ବାହାରି ଡୋରାକୁ ଆଣିବା ପାଇଁ ଉଦ୍ୟତ ହୁଅନ୍ତେ ଅଟକାଇ ଦେଲେ ଚୌଧୁରୀ ବାବୁ। ଆଉ କହିଲେ," ତୁମେ ଏ କ'ଣ କରିବାକୁ ଯାଉଛ ସୁନନ୍ଦା???," " ଦେଖ ! ଏ ହେଉଛି ଆମ ଡୋରାର ପ୍ରକୃତ ଖୁସି। " 
          ଆନନ୍ଦ ବିଭୋରର ମୂହୁର୍ତ୍ତ ହିଁ ଥିଲା ସାମ୍ନାରେ । 

                                               -ଜ୍ୟୋତିର୍ମୟୀ ସାହୁ

Wednesday, May 12, 2021

🐸🐸🐸🐸🐸 ଗଙ୍ଗଦତ୍ତ ବେଙ୍ଗର କଥା🐸🐸🐸🐸🐸

ବେଙ୍ଗମାନଙ୍କ ରାଜା ‘ଗଙ୍ଗଦତ୍ତ’ ଗୋଟାଏ ସାପ ଦ୍ଵାରା ନିଜର ସମସ୍ତ ପ୍ରତିଦ୍ଵନ୍ଦୀ ଓ ଵିରୋଧୀମାନଙ୍କୁ ମରେଇ ଦେଲା ହେଲେ ସାପ ସେମାନଙ୍କ ପରେ ପରେ  ଗଙ୍ଗଦତ୍ତ କୁଟୁମ୍ବର ଭେକମାନଙ୍କୁ ବି ଖାଇଗଲା ।

ଏଵେ ଗଙ୍ଗଦତ୍ତ ସେଇ କୂଅରେ ଏକେଲା ବଞ୍ଚିଯାଇଥାଏ । ସାପ ତାକୁ ବି ଖାଇଵାକୁ ଉଦ୍ଯତ ହୁଅନ୍ତେ ଗଙ୍ଗଦତ୍ତ ବେଙ୍ଗ କହିଲା

“ହେ ସାପଭାଇ ଦୟାକରି ତୁମ୍ଭେ ମୋତେ ଗିଳନାହିଁ ଏଥିରେ ତୁମ୍ଭର କ୍ଷତି ହିଁ ହେଵ  ଵରଂ ମୁଁ ତୁମ୍ଭ ପାଇଁ ଅନ୍ୟ ଏକ କୂପକୁ ଯାଇ ଆହୁରି ଅନେକ ବେଙ୍ଗଙ୍କୁ ଏଠାକୁ ନେଇ ଆସିଵି”

ଏଭଳି କୌଶଳ କରି ଗଙ୍ଗଦତ୍ତ  ସେଇ କୂଅରୁ ଅଳ୍ପକେ ଵର୍ତ୍ତିଯାଇଥିଲା । କୂଅରୁ ବାହାରି ସେ ଯେମିତି ପଦାକୁ ଆସି ଦେଖିଲା ପୃଥିଵୀଟା କେତେ ଵିଶାଳ ତାହା ଅନୁଭଵ କରିପାରିଲା । କୂଅରେ ତ ସାପ ଅଛି ତେଣୁ କୂଅର ଲୋଭ ଛାଡ଼ି ଏବେ ଅନ୍ୟ ଏକ ଵାସସ୍ଥାନ ଅନ୍ଵେଷଣ କରିଵାକୁ ଗଙ୍ଗଦତ୍ତ ବାହାରି ପଡି଼ଛି । କୂଅଠାରୁ ମାତ୍ର ଦୁଇ କୋଶ ଦୂରରେ ହ୍ରଦଟିଏ ଥାଏ ଯେ ଗଙ୍ଗଦତ୍ତ ଡେଇଁ ଡେଇଁ ଆସି ସେଇ ହ୍ରଦ ପାଖରେ ପହଞ୍ଚିଗଲା ।

ସେଇ ହ୍ରଦଟି ବହୁତ ବଡ଼ ପୁଣି ସେଠାରେ ଅନେକ ଜାତିର ଜୀଵ ଵସଵାସ କରୁଥାନ୍ତି । ହ୍ରଦଟିରେ ଜଳତନ୍ତ୍ର ଶାସନ ଵ୍ୟଵସ୍ଥାରେ ଶାସନ ହେଉଥାଇ । ଏଥିରେ କୁମ୍ଭୀର ଓ ସର୍ପାଦି ଜୀଵଭକ୍ଷକ ଗୋଷ୍ଠୀ ଶାସନ କାର୍ଯ୍ୟ ପରିଚାଳନା କରୁଥିଵାଵେଳେ ଅନ୍ୟ ଜଳଚର ଜୀଵମାନେ ମତଦାତାଠାରୁ ପ୍ରଶାସନିକ ଅଧିକାରୀ ଯାଏଁ ଵିଭିନ୍ନ କାର୍ଯ୍ୟ କରୁଥିଲେ ।

ସେହି ହ୍ରଦର ସମ୍ବିଧାନ ଅନୁସାରେ ଜଳଚର ଜୀଵଟିଏ ଜଳଚର ଜୀଵକୁ ଆଦୌ ଭକ୍ଷଣ କରିଵ ନାହିଁ ଵରଂ ଏକ ଜଳଚର ଜୀଵଭକ୍ଷକ କୌଣସି ସ୍ଥଳଚର ଜୀଵକୁ ଭକ୍ଷଣ କରିଣ ଆପଣା ଜୀଵନଯାପନ କରିଵ । ଏ ନିୟମ ଲକ୍ଷ ଲକ୍ଷ ଵର୍ଷ ଧରି ସେ ହ୍ରଦର ଜୀଵମାନେ ପାଳୁଅଛନ୍ତି । ଫଳତଃ ଉକ୍ତ ହ୍ରଦରେ ବେଙ୍ଗ ଆଦି ନୀରିହ ଜୀଵମାନେ ଅତି ସୁଖରେ କାଳାତିପାତ କରୁଥାଆନ୍ତି ।

ଗଙ୍ଗଦତ୍ତ ଦେଖିଲା ସେଠାରେ ତାହାର ଅନେକ ଭାଇବନ୍ଧୁ ଅଛନ୍ତି ଯେଉଁମାନେ ଠିକ୍ ତା ଭଳି କେଁ କଟର କେଁ କଟର କରିପାରନ୍ତି । ସେମାନଙ୍କର ପରସ୍ପରର ଭାଷା ଏକ ଥିଲା ହାଵଭାଵ,ମଉଡା଼ ସବୁ ମିଶିଯାଉଥିଲା ।  ତେଣୁ ପୁଷ୍କରିଣୀର ବେଙ୍ଗମାନଙ୍କ ସହ ଗଙ୍ଗଦତ୍ତର ସମ୍ପର୍କ ଘନିଷ୍ଠରୁ ଘନିଷ୍ଠତର ହେଵାକୁ ଲାଗିଲା ।

ଦିନେ ପୁଷ୍କରିଣୀରେ ବୁଲୁବୁଲୁ ଗଙ୍ଗଦତ୍ତ ଅନେକ ସର୍ପମାନଙ୍କୁ ମଧ୍ୟ ଦେଖିପାରିଲା । ଏକ ସର୍ପଦ୍ଵାରା କୂପ ମଧ୍ଯରେ ତାହାର ସବୁ ଭ୍ରାତାବନ୍ଧୁଙ୍କୁ ହତ୍ୟା କରାଯାଇଥିଵା ହେତୁରୁ ସେ ସଂପୂର୍ଣ୍ଣ ସର୍ପଜାତିଟାକୁ ଘୃଣା କରୁଥାଏ । କିନ୍ତୁ ଏତେସଂଖ୍ୟକ ସର୍ପଙ୍କଠାରୁ ସିଏ ଏକାକୀ ତ ପ୍ରତିଶୋଧ ନେଇପାରିଵ ନାହିଁ ତେଣୁ ମନେ ମନେ ବହେ ଉପାୟ ପାଞ୍ଚିଲା । କେଁ କଟର କରି କରି ଗୋଟାଏ ପଦ୍ମ ପତ୍ରରୁ ଆନ ଏକ ପତ୍ରକୁ ଯହ ଡିଆଁ ଡେଇଁ କରୁଥାଇ । ଶେଷରେ ତା ମୁଣ୍ଡକୁ ଉପାୟଟିଏ ଯୁଟିଲା ।

ପ୍ରତିଦିନ ସକାଳୁ ସକାଳୁ ପାଣିରେ ରହୁଥିଵା ବୋଡ଼ା ଆଦି ସାପମାନେ ସ୍ଥଳଭାଗକୁ ଖାଦ୍ୟ ଉଣ୍ଡିଵାକୁ ବୁଲି ବାହାରନ୍ତି ।
ଯେମିତି ସେମାନଙ୍କୁ ଗଙ୍ଗଦତ୍ତ ବେଙ୍ଗ ଦେଖିଦିଏ ତାଙ୍କ ଆଗ ସାମ୍ନାକୁ ଚାଲିଆସି ମିଛଟାରେ ତା ବେଙ୍ଗ ଜାତିଭାଇଙ୍କୁ ବଡ଼ ପାଟି କରି ଡାକେ

“ହେ ବଞ୍ଚାଅ ବଞ୍ଚାଅ ମୋତେ ଖାଇଗଲେ ହେ ଭାଇମାନେ”

ଏ ରାମା ଏ ଭୀମା ହଇରେ ଶଙ୍କରା ଆବେ ମକରା
ଆରେ ସବୁ କୋଉଠି ଅଛ ଧାଇଁ ଆସରେ ଧାଇଁ ଆସ
ଏ ରାକ୍ଷସ ସର୍ପମାନେ ଏଇନାକେ ମେତେ ଚଳୁକରିଦେଵେ ରେ”

ପ୍ରଥମେ ପ୍ରଥମେ ଗଙ୍ଗଦତ୍ତର ନାଟକ ଦେଖି ସ୍ଵୟଂ ତାହାର ବେଙ୍ଗ ଜାତିଭାଇମାନେ ହିଁ ଵିଶ୍ଵାସ କରୁନଥିଲେ ।  ‘ଖୋ ରେ  ! ଶଳା ବାହାରିଆଟା ବୋ ! ଏଟା କଥାରେ କିଏ ପଡୁ଼ଛି ମ’ !!

କିନ୍ତୁ ଗଙ୍ଗଦତ୍ତ ସହଜେ ଛାଡି଼ଵା ଜନ୍ତୁ ନୁହେଁ ।  ଵିଭିନ୍ନ ପ୍ରକାରର ଉପାୟ ଅଵଲମ୍ବନ କରି ସେ  ତାହାର ଅନେକ ବେଙ୍ଗ ଭାଇମାନଙ୍କୁ ତା ଆନ୍ଦୋଳନର ସମର୍ଥକ କଲା । କାହାକୁ “ଭେକ ଜାତୀୟତା”ର ମଦରେ ଅନ୍ଧ କରି ତ କା'କୁ କଙ୍କି ଦେଵାର ଲୋଭରେ ପକେଇ ନିଜ ପକ୍ଷକୁ ଆଣିଲା । ଚାହୁଁ ଚାହୁଁ ଦିନ କେଇଟାରେ ଶହ ଶହ ବେଙ୍ଗ ଏକ ସ୍ଵରରେ କହିଲେ ଏ ମାଂସଭକ୍ଷକ ଜୀଵମାନଙ୍କୁ ଏହି ହ୍ରଦରୁ ବାହାର କର ଅନ୍ୟଥା ହ୍ରଦକୁ ଦୁଇଭାଗ କରି ବାଣ୍ଟିଦିଅ । ଏକ ପାଖରେ ହିଂସ୍ର-ଜଳଚର ରହିଵେ ଆନ ପଟରେ ନୀରିହ କ୍ଷୁଦ୍ର ଜୀଵ ରହିବେ । ମାଛ , କଙ୍କଡ଼ା ଆଦି ଜୀଵମାନେ ବେଙ୍ଗମାନଙ୍କର ସମର୍ଥନରେ ବାହାରିପଡି଼ଲେ ।

ଗୋଳଟା ଶେଷକୁ କଇଁଛ ବିଚାରପତିଙ୍କ ସୁପ୍ରିମକୋର୍ଟରେ ଯାଇ ପହଞ୍ଚିଲା । ଵୟୋଜ୍ୟେଷ୍ଠ କଚ୍ଛପ ଵିଚାରପତି ମହୋଦୟ  ବହୁତ ସମୟ ଧରି ଏ ଵିଷୟରେ ଆଲୋଚନା ପର୍ଯ୍ୟାଲୋଚନା କରୁଥାଆନ୍ତି ‌। ଶେଷରେ ହ୍ରଦର ସୁପ୍ରିମକୋର୍ଟ ଆଦେଶ ଦେଲା ।

“ହ୍ରଦଟି ପ୍ରାକୃତିକ ଦୃଷ୍ଟିରୁ ଏକ ଓ ଅଭିନ୍ନ ତେଣୁ କୌଣସି ଜୀଵ ଵିଶେଷଙ୍କ ପାଇଁ ତାହାର ଵିଭାଜନ ପ୍ରକୃତି ଵିରୁଦ୍ଧାଚରଣ ଵିଚାର୍ଯ୍ୟ ହେଵ । ଅତଃ ଏହି ହ୍ରଦ-କୋର୍ଟରେ ସର୍ବସମ୍ମତିକ୍ରମେ ଘୋଷଣା କରାଗଲା ଯେ ଏଠାକାର ବଡ଼ ବଡ଼ ମାଂସ ଭକ୍ଷୀ ଜୀଵମାନେ ଶିଘ୍ରାତିଶିଘ୍ର ଅନ୍ୟତ୍ର ରହିଵାର ଵ୍ୟଵସ୍ଥା କରନ୍ତୁ ନୋହିଲେ ଜଳ ସମାଜର ସମସ୍ତ ଜୀଵ ମିଶି ସେମାନଙ୍କ ଵିରୁଦ୍ଧରେ ଵଳପୂର୍ଵକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଵେ”

କୁମ୍ଭୀର ଓ ବୋଡ଼ା ସର୍ପମାନେ ସ୍ଵଭାଵତଃ ହିଂସ୍ର ହେଲେ ହେଁ ବହୁଦିନ ଧରି ଅନ୍ୟ କ୍ଷୁଦ୍ର ଜଳ ଜୀଵଙ୍କ ସହିତ ଏକତ୍ର ସହାଵସ୍ଥାନ କରୁଥିଵାରୁ ଆପଣାର ମୂଳପ୍ରକୃତି ଭୁଲି ସାରିଥାନ୍ତି । ସେମାନେ ଦୁଃଖ ମନରେ ହ୍ରଦ ଛାଡ଼ି ନିକଟସ୍ଥ ଛୋଟ ଛୋଟ ପୁଷ୍କରିଣୀ ମଧ୍ୟକୁ ଯିଵାକୁ ଲାଗିଲେ ।

ଵିଶାଳ ହିଂସ୍ର ଜଳଜୀଵଙ୍କ ଵିନା ହ୍ରଦଟିରେ କିଛି ଦିନ ପାଇଁ ଶାନ୍ତି ଵିରାଜମାନ କଲା ମାତ୍ର ଧୀରେ ଧୀରେ ମାନଵମାନେ ଓ ତାଙ୍କର ଗୃହପାଳିତ ଜୀଵ ଏ ହ୍ରଦକୁ ଗାଧୋଇଵା ପାଇଁ ତଥା ଜଳ ନେଵା ପାଇଁ ଆସିଵାକୁ ଲାଗିଲେ । ପ୍ରତିଦିନ ଶହ ଶହ ମାଛ କଙ୍କଡ଼ାମାନଙ୍କୁ ମଣିଷମାନେ ମାରି  ଖାଇଲେ । ପୁଣି ଉକ୍ତ ହ୍ରଦରୁ ହଜାର ହଜାର ଲିଟର ଜଳ ପ୍ରତିଦିନ କଟକ ନଗରର ଵିକାଶ କାର୍ଯ୍ୟରେ ଵ୍ୟଵହୃତ ହେଲା । ଆଗ ଭଳି ହିଂସ୍ରଜନ୍ତୁ ନଥିଵାରୁ ଏବେ ମାନଵମାନେ ଉକ୍ତ ହ୍ରଦରେ ଅଵାଧ୍ୟ ପ୍ରଵେଶ କରିଵା ଆରମ୍ଭ କରିଦେଲେ । ହ୍ରଦର ତଥାକଥିତ ନିରୀହ ଜଳଜୀଵମାନେ କିଛି ବୁଝିଵା ପୂର୍ଵରୁ ମନୁଷ୍ୟମାନେ ଉକ୍ତ ହ୍ରଦକୁ ଵାସ୍ତୁଵାଦୀ ଵିକାଶ ପାଇଁ ବଳି ପକେଇ ଦେଵାର ନିର୍ଣ୍ଣୟ ନେଇ ସାରିଥିଲେ ।

(କଟକ ନଗରରେ ଆଗେ ଗୋଟିଏ ହ୍ରଦ ଥିଲା ଯାହାକୁ ୧୮୧୪ ସୁଦ୍ଧା “ସପନା ଝିଲ୍” କୁହାଯାଉଥିଲା । ହିନ୍ଦୀ ଭାଷାରେ ହ୍ରଦକୁ ଝିଲ୍ କୁହାଯାଏ । ସେତେବେଳେ କଟକର ତୃତୀୟ ମହଲା ଥିଲା ତେଲେଙ୍ଗା ବଜାର ଏଵଂ ଚତୁର୍ଥ ମହଲା ଗଙ୍ଗା ମଞ୍ଜିଲ୍ ଯାହାକୁ ଏବେ ଗଙ୍ଗାମନ୍ଦିର ସାହି କୁହାଯାଉଛି । ଏ ଉଭୟ ଅଞ୍ଚଳରେ କାହ୍ନୁ ଆଚାର୍ଯ୍ୟ ନାମରେ ଜଣେ ଜମିଦାରଙ୍କର ଅନେକ ଜମିବାଡ଼ି ଥିଲା । ସପନା ଝିଲ୍ ମଧ୍ୟ ତାଙ୍କରି ନାମରେ ଥିଲା  । କିନ୍ତୁ ଦୁର୍ଭାଗ୍ୟଵଶତଃ ଆଜି ଗଙ୍ଗାମନ୍ଦିର ଅଞ୍ଚଳରେ ଦୁଇ ତିନୋଟି ଛୋଟ ବନ୍ଧ ଥିଲେ ହେଁ ଝିଲ୍ ଵା କୌଣସି ହ୍ରଦ ଥିଵା ଜଣାଯାଏ ନାହିଁ । ସମ୍ଭଵତଃ ଜନଵସତି ବଢି଼ଵାରୁ ହ୍ରଦଟି ପୋତା ପଡ଼ି ସଂକୁଚିତ ହୋଇ ଯାଇଛି କିଂଵା ନିଶ୍ଚିହ୍ନ ହୋଇଯାଇଛି । ଜଣେ ଇଂରେଜ ପ୍ରଶାସନିକ ଅଧିକାରୀଙ୍କ ଚିଠିରୁ ଏହି ସପନା ଝିଲ୍ ଵିଷୟରେ କେତେକ ତଥ୍ୟ ମିଳିଅଛି  । କାହାଣୀର ହ୍ରଦ ପୃଥିଵୀର ଯେକୌଣସି ହ୍ରଦ ହୋଇପାରେ ଏଵଂ କାହାଣୀ ମଧ୍ୟରେ ଉଲ୍ଲେଖିତ ନିରୀହ ଜଳଜୀଵମାନେ ଜଗତର ଯେକୌଣସି ସରଳ ନିରୀହ ଜୀଵ ହୋଇପାରନ୍ତି ଯେଉଁମାନେ ଈର୍ଷା ଦ୍ଵେଷରେ ଅନ୍ଧ କିଛି ତଥାକଥିତ ଘୃଣ୍ବି ଲୋକଙ୍କ କଥାରେ ପଡ଼ି ନିଜ ଦେଶ ମାଟିକୁ ନିଜ ଭାଇ ବନ୍ଧୁଙ୍କୁ ପର କରି ଦିଅନ୍ତି )

© ଶିଶିର ସାହୁ ମନୋଜ

Saturday, March 27, 2021

●ଶାଶୁ, ବୋହୂ, ନଣନ୍ଦ ●

ଶାଶୁକାଣୀ ଵୋହୂକାଣୀ 
ନଣନ୍ଦ ଆଖିରେ ଫୁଲା
ଘର ଚାରିକାନି ବୁଲି ଅଇଲେ
ନପାଇଲେ କାହିଁ କୁଲା 😝😝😝

କୁଲା ନପାଇଲାରୁ ତିନିହେଁ କଳି ନାଗିଲେ
ନଣନ୍ଦଟା ମାଆ ପଟେ ରହିଲା ଆଉ ଵୋହୂ ଵିଚାରୀ ତାଙ୍କେ ଦିହିଁଙ୍କି କଥାରେ  ନପାରିଲାରୁ ଯୋଡ଼ାକୁ ଘୋଡ଼ା ସରିନୁହେଁ ନ୍ୟାୟରେ କାନମୁଣ୍ଡା ଆଉଁସି ରହିଲା 

ସକାଳୁ ସକାଳୁ ଵୋହୂ ସେଇଠୁ ଶାଶୁକୁ ଦେଖେଇ କହୁଥାଇ...

ଶାଶୁଏ କିଆଫୁଲ ତୁମ ମୁଣ୍ଡକୁ
ରାତିଯାକ ହେଲ ବାଜୁରୁ ବାଜୁରୁ
ନପାରିଲି ତୁମ ତୁଣ୍ଡକୁ 😜

ଶାଶୁ ଵୋହୂଙ୍କର ନିର୍ଦ୍ଧୂମ ଝଗଡ଼ା ନାଗିଗଲା
ଚୁଟି ଧରା ଧରି ଟଣା ଟଣି ହୋଇ ଗଡି଼ଗଲେ ଗଡ଼ି ଆସିଲେ
ଗାଁ ଟା ସାରା ଲୋକ ଜାଣିଲେ ତାଙ୍କର ପଡୁ଼ନି

ହେଲେ ଆଉ ଦିନେ ପୁରା ଭିନ୍ନ ଚିତ୍ର ଦେଖିଵାକୁ ମିଳିଲା 

ତା କ'ଣ ନା ...

ଶାଶୁଵୋହୂଙ୍କର କେରା କଳି
ଚକୁଳି ଖାଆନ୍ତି କବାଟ କିଳି 😀

Wednesday, January 27, 2021

■ ଅପରାଧ କାହାର !! ■

 #ଅପରାଧ_କାହାର      ( ଗଳ୍ପ )
                   ✍ ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

ମଳୟ ଦେଶର ରାଜା ସମରଜିତ୍ l ବଡ଼ ବୀର ଓ ପଣ୍ଡିତ ଥିଲେ l ତାଙ୍କ ରାଜ୍ୟରେ ଚନ୍ଦ୍ରମଣି ବୋଲି ଗୋଟିଏ ଧନୀ ଲୋକ ରହୁଥିଲେ l ତାର ମଣିମାଳା ନାମରେ ଖୁବ୍ ସୁନ୍ଦରୀ ଝିଅଟିଏ ଥିଲା l ଥରେ ଜଣେ ରାଜକର୍ମଚାରୀ ଆଶିକହିଲା – ‘ ହଜୁର ! ଚନ୍ଦ୍ରମଣିର ଝିଅ ଆପଣଙ୍କ ରାଣୀ ହବାକୁ ଯୋଗ୍ୟ l ତେଣୁ ଶୀଘ୍ର ତାକୁ ଏ ରାଜପୁର ନେଇ ଆସନ୍ତୁ l ‘’

ରାଜା ନିଜର ଜଣେ ବିଶ୍ଵସ୍ତ ସେବିକା ଦେବକୀକୁ ଡକାଇ କହିଲେ , ‘’ ତୁମେ ମଣିମାଳାକୁ ଦେଖି ଆସ l ସେ ଆମ ଅନ୍ତଃପୁରକୁ ଯୋଗ୍ୟ ହେବ କି ନା, ଭଲ ଭାବରେ ବୁଝିକରି ସୂଚନା ଦେବ l ‘’

ରାଜାଙ୍କ ଆଦେଶରେ ଦେବକୀ ମଣିମାଳାକୁ ଦେଖିବାକୁ ଗଲେ l ମଣିମାଳାର ସୌନ୍ଦର୍ଯ୍ୟ ଦେଖି ଦେବକୀ ଖୁବ୍ ଆଶ୍ଚର୍ଯ୍ୟ ହେଲା l ଆଉ ମନେ ମନେ ଭବିଲା-ଯଦି ଏ ଝିଅ ରାଣୀ ହେବ , ତେବେ ରାଜା ଭୋଗ ବିଳାସରେ ବୁଡ଼ି ରହିବେ l ରାଜକାର୍ଯ୍ୟରେ ମନ ଦେବେ ନାହିଁ l ବରଂ ଏପରି କହିବି ଯେ ରାଜା ତାକୁ ବିଭାହେବାକୁ ମନ କରିବେ ନାହିଁ l ତେଣୁ ସେ ରାଜାଙ୍କ ପାଖକୁ ଫେରି ଯାଇ କହିଲା – ‘ ହଜୁର ! ସେ ଝିଅଠାରୁ ଆମରାଣୀମାନେ ବହୁତ ସୁନ୍ଦର l ‘’ ସେ କଥା ଶୁଣି ରାଜା ଆଉ ସେଥିପ୍ରତି ମନ ବଳାଇଲେ ନାହିଁ l ସେ ଅନ୍ୟକାମରେ ମନ ଦେଲେ l

ଚନ୍ଦ୍ରମଣି ଏକଥା ଜାଣିଲା ପରେ ନିଜେ ରାଜାଙ୍କ ପାଖରେ ନିଜ ଝିଅକୁ ବିବାହ ଦେବାର ପ୍ରସ୍ତାବ ଦେଲା l ହେଲେ ରାଜା ତାଙ୍କର ଜଣେ କର୍ମଚାରୀ କୃଷ୍ଣାନନ୍ଦ ସହିତ ମଣିମାଳାର ବିଭାଘର କରିଦେଲା l ମଣିମାଳା ପରି ସୁନ୍ଦରୀ ସ୍ତ୍ରୀକୁ ପାଇ କୃଷ୍ଣାନନ୍ଦ ବେଶ୍ ଆନନ୍ଦରେ କାଳ କଟାଇବାରେ ଲାଗିଲା l

ଦିନେ କୌଣସି କାମରେ ରାଜା ଗଲାବେଳେ ତାଙ୍କର ମଣିମାଳା ସହିତ ଭେଟ ହୋଇଗଲା ରାଜା ଯେତେବେଳେ ଦେଖିଲେ ମଣିମାଳା ଖୁବ୍ ସୁନ୍ଦରୀ l ଦେବକୀ ତାଙ୍କୁ ମିଛ କହି ଠକିଥିବାର ଜାଣି ସେ ଦେବକୀକୁ ଫାଶୀ ଦେବାକୁ ଆଦେଶ ଦେଲେ l ସେ କଥା ଶୁଣି କୃଷ୍ଣାନନ୍ଦ କହିଲା –‘’ ହଜୁର ! ମୁଁ ମଣିମାଳାକୁ ଆପଣଙ୍କୁ ଦେବାକୁ ପ୍ରସ୍ତୁତ, ମାତ୍ର ଦେବକୀକୁ ଏପରି କଠୋର ଦଣ୍ଡ ଦିଅନ୍ତୁ ନାହିଁ l

ରାଜା କହିଲେ – ‘’ ପରସ୍ତ୍ରୀ ଗ୍ରହଣ କରି ମୁଁ ପାପ କରିବି ନାହିଁ l ‘’ ତେଣୁ ସେ ଦେବକୀକୁ ନିଜ ଦେଶରୁ ବାହାର କରିଦେଲେ l

ଏବେ କୁହ ରାଜା ! ‘’ ଦେବକୀର ଦୋଷ ରହିଲା କେଉଁଠି ? ‘’ ରାଜା ଏପରି କରିବା ଦ୍ଵାରା ତାଙ୍କର ପାପ ହେଲା ନାହିଁ କି ?

ବିକ୍ରମାଦିତ୍ୟ କହିଲେ- ପ୍ରଭୁଭକ୍ତି ଠାରୁ କର୍ତ୍ତବ୍ୟ ବଡ଼ l ଦେବକୀ ପ୍ରଭୁଭକ୍ତିର ପରିଚୟ ଦେଇ ଅପରାଧ ତ ନିଶ୍ଚୟ କଲା l ଏଥିପାଇଁ ରାଜା ସମରଜିତ୍ ଦେବକୀକୁ ଦେଶରୁ ବାହାର କରିଦେଇ ଅପରାଧ କଲେ l

ବିକ୍ରମାଦିତ୍ୟଙ୍କର କଥା ଶୁଣି ବେତାଳ ଅଟ୍ଟହାସ୍ୟ ସହ ସିଧା ଯାଇ ସେହି ଗଛରେ ପୂର୍ବପରି ଓହଳି ରହିଲା l

Sunday, January 24, 2021

■ ମିଠା କଥା କୁହା ଦୁଷ୍ଟ ମିତ୍ର ■


ଘଞ୍ଚ ଅରଣ୍ୟ ମଧ୍ୟରେ ଅରଣ୍ୟର ରାଜା ସିଂହ ବାସ କରୁଥାଏ । ତାହାର ଅତି ଆପଣାର ମିତ୍ର ଭାବରେ ସମସ୍ତ କାର୍ଯ୍ୟ ତୁଲାଇବା ନିମନ୍ତେ ବିଲୁଆ ଗୋଟିଏ ସିଂହ ସେବକ ଭାବରେ ପାଖେ ପାଖେ ରହୁଥାଏ । ଦିନେ ଅକାଳରେ ପଡ଼ି ଗୋଟିଏ ହାତୀ ସହିତ ଘମାଘୋଟ ଯୁଦ୍ଧରେ ସିଂହ ପଡ଼ିଗଲା । ହାତୀ କିନ୍ତୁ ଖୁବ୍ ବଳୁଆ ଥିଲା । ତେଣୁ ସେ ସିଂହକୁ ଘାଇଲା କରି ସେହି ସ୍ଥାନରେ ପକାଇଦେଇ ପଳାଇଗଲା । ବିଚରା ସିଂହ ଏପରି ଘାଇଲା ହୋଇ ପଡ଼ିରହିଲା ଯେ କେଉଁଆଡ଼େ ଯାଇ ପାରିଲା ନାହିଁ । ବିଚରା ସିଂହ ଆଉ ପଡ଼ିବା ସ୍ଥାନରୁ ଉଠିପାରିଲା ନାହିଁ ।

ସେତେବେଳେ ବିଲୁଆଟି ସିଂହର ସେବକ ଭାବରେ ସେବା କରୁଥାଏ । ଏମିତି ମୁହୂର୍ତ୍ତରେ ଗୋଟିଏ ବି ତାକୁ ସମୟ ମିଳିଲା ନାହିଁ । ଯେପରି ବାହାରକୁ ଯାଇ କିଛି ଆହାର କରି ଆସନ୍ତା। ସେ ମଧ୍ୟ ସିଂହ ଭୟରେ ନିରୁପାୟ ହୋଇ ସେହିଠାରେ ହିଁ ପଡ଼ି ରହିଥାଏ ।

ଏମିତି ଅବସ୍ଥା ହେଲା ଯେ ବିଚରା ବିଲୁଆଟି ମଧ୍ୟ ସିଂହ ସହିତ ଅନେକ ଦିନ ଭୋକ ଉପାସରେ ସେଠାରେ ପଡ଼ିରହିଲା । ଭୋକରେ ଡହଳ ବିକଳ ହେବାରୁ ଦିନେ ବହୁତ ଭାବିଚିନ୍ତି ତାର ମାଲିକ ଅରଣ୍ୟର ସିଂହକୁ ମୁହଁଖୋଲି କହିଲା । ହେ ସିଂହ ରାଜା! ଆପଣଙ୍କ ଅଶେଷ କରୁଣାରୁ ମୁଁ ଆପଣଙ୍କ ସେବକ ଭାବରେ ଏଠାରେ ପଡ଼ି ରହିଛି । କ’ଣ କରିବି ହଜୁର । ତୁଛାକୁ ତ ଆପଣ ଏକ ବିପଦରେ ପଡ଼ି ଭୋକ ଉପାସରେ ସମୟ ଅତିବାହିତ କରୁଅଛନ୍ତି । ସେଥିସହିତ ମୁଁ ମଧ୍ୟ ତଦ୍ ରୁପ ଅବସ୍ଥା ଭୋଗ କରୁଅଛି । ହେଲେ ମୁଁ ଏବେ ଖୁବ୍ ନିରୁପାୟ ହୋଇପଡ଼ିଛି । ଏବେ ଉଦର ମୋର ଶତ୍ରୁ ସାଜିଛି । ଆପଣଙ୍କ ଦୟା ହେଲେ ଅବା ମୁଁ ବାହାରକୁ ଯାଇ କିଛି ଆହାର ଗ୍ରହଣ କରି ପୁଣି ଆପଣଙ୍କ ପାଖକୁ ଫେରି ଆସିପାରନ୍ତି । ଆପଣ ଯେବେ ଏ ସମୟରେ ମୋ ପ୍ରତି କୃପା ନକରିବେ ତାହାହେଲେ ମୋର ଏହି ହିନସ୍ଥା ପ୍ରାଣଟା କେତେବେଳେ ବାହାରିଯିବ ।

ବିଚରା ବିଲୁଆର ଏପରି ଆତୁର ବାଣୀ ଶୁଣନ୍ତେ ସିଂହ ରାଜା ତାକୁ କହିଲା -ଆରେ ଏପରି ବିପଦ ସମୟରେ ଅଧୈର୍ଯ୍ୟ ହେଲେ ଚଳିବ ! ତୁ ମୋ କଥାକୁ ସ୍ୱୀକାର କରିନେଇ ଗୋଟେ ଉପାୟ କର । ତାହାହେଲେ ତୁ ଏପରି ଏକ ଶିକାର ଦେଖିବୁ ଯେ ଯାହାକୁ ମୁଁ ଏହି ଘାଇଲା ଅବସ୍ଥାରେ ମଧ୍ୟ ସହଜରେ ମାରି ପାରୁଥିବି ।

ଯାହାହେଉ ବିଚରା ବିଲୁଆକୁ ଏବେ ଏକ ସୁବିଧା ମିଳିଗଲା । ସେ ସଙ୍ଗେ ସଙ୍ଗେ ରାଜା ସିଂହଠାରୁ ଆଦେଶ ପାଇ ବାହାରି ପଡ଼ିଲା । ଏପରି ଯାଉ ଯାଉ ମାର୍ଗ ମଧ୍ୟରେ ଏକ ଗ୍ରାମ ମୁଣ୍ଡରେ ଯାଇ ସେ ପହଞ୍ଚିଗଲା । ସେ ଦେଖିଲା ଗ୍ରାମର ଶେଷ ଭାଗରେ ଗୋଟିଏ ଗଧ ଆନନ୍ଦରେ ଘାସ ଚରୁଛି । ସେ ଚତୁରତାର ସହିତ ଗଧର ନିକଟବର୍ତ୍ତୀ ହେବା ମାତ୍ରେ ଗଧ ତାହାକୁ ଦେଖି ହଠାତ୍ ଚମକି ପଡ଼ିବା ବେଳକୁ ଚତୁର ବିଲୁଆ ତାକୁ ଚଟାପଟ ଗୋଟାଏ ଲମ୍ବା ନମସ୍କାର ପକାଇ ଦେଲା ।

ବିଲୁଆର ଏପରି ରଙ୍ଗ ଢ଼ଙ୍ଗ ଦେଖି ଗଧିଆ ତାକୁ ପଚାରିଲା – କିଏ ତୋର ଚତୁରତାର ଆଚରଣ ନଜାଣିଛି, କୁଆଡ଼େ ଯାଇଥିଲୁ । ହଠାତ୍ ଆମ ଆଡ଼େ ଚାଲି ଆସିବାର କାରଣ କ’ଣ କହିଲୁ? ଆଚ୍ଛା ତୋର ମୋ’ ପାଖରେ କିଛି କାମ ଥିଲା ନା’ କ’ଣ?

ବିଲୁଆ ସତକୁ ସତ ଗଧ ନିକଟରେ ତାର ଚତୁରତା ଦେଖାଇ ହସିଦେଇ କହିଲା, ନାଇମ ନନା । ଆଜି ମୁଁ ତୁମର ଅଦ୍ଭୁତ ରୂପ ଦେଖି ତାଟସ୍ଥ ହୋଇଗଲି । କାରଣଟା ଏୟା ଯେ ମୁଁ ଦେଖୁଛି ଆଗଠାରୁ ଏବେ ତୁମେ ବହୁତ ଦୁର୍ବଳ ହୋଇପଡ଼ିଛ । କାରଣ କ’ଣ? ତୁମର ମାଲିକ କ’ଣ ତୁମକୁ ଆଉ ଆଗପରି ଆଦର କରୁନାହିଁ ! ସେଇଥିଲାଗି ଖାଇବାକୁ ଦେବାରେ ଏତେ ଅବହେଳା କରୁଛି, କିହୋ ମାଲିକ ହୋଇ ବେଶ୍ କାମ ତ ଉଠାଇ ପାରୁଛ, ତାହାହେଲେ ଖାଇବା ପିଇବାରେ ଅସୁବିଧା କରୁଛ କାହିଁକି? ଏୟା ନା ନନା । ନାଁ ତୁମର ଏବେ ବେଶି କିଛି ପାରିବାରିକ ଅସୁବିଧା ହୋଇଛି ?

ଗଧ ବିଲୁଆକୁ ଏଥର ଚତୁର ପରିବର୍ତ୍ତେ ନିଜର ପରି ମନେ କଲା । ସେ କହିଲା ସେ କଥା ସତ, ମୋ ମାଲିକକୁ ତ ଏବେ ନିଜର ଖାଇବା ଲାଗି ଦାନାର ଅଭାବ ହୋଇଛି । ତାକୁ ତ ଦୁଇଓଳି ଗଣ୍ଡେ ଆହାର ଜୁଟୁନାହିଁ । ଆଉ କ’ଣ ସେ ଏବେ ମନ୍ତ୍ରୀ ହୋଇଅଛି ଯେ ଗରୀବ ଗୁରୁବାଙ୍କ ତଣ୍ଟି ଚିପି କଳା ଧନ ଖାଇ ହାତୀ ହୋଇଯିବ । ତା’ର ଯେ ମୁଖ୍ୟମନ୍ତ୍ରୀ ଅଛି, ୟାର ଏହି ଅନ୍ୟାୟ ଆଚାରଣ ଲାଗି ମନ୍ତ୍ରୀ ପଦରୁ ବାହାର କରିଦେଲେ । ପୁଣି ମନ୍ତ୍ରୀପଦରୁ ବାହାର କରିଦେଲା ତ ଦେଲା । ହେଲେ ତାର ଏହି ବିପଦ ବେଳକୁ ବିରୋଧୀ ଗୋଷ୍ଠୀ ଏମିତି ମାଡ଼ି ବସିଲେ ଯେ ଏବେ ସେ ଦୁର୍ନୀତିରେ ପଡ଼ି ଛଟପଟ ହେଉଛି । ଆଉ ସେ ବାବୁ ଅଛି ନା ଅଛି ତା’ର ଗାଡ଼ି ଘୋଡ଼ା । ଏବେ ଏପରି ଅବସ୍ଥା ଯେ ଖାଇବାକୁ ଗଣ୍ଡେ ତାର ପିଲାପିଲିଙ୍କୁ ଦେଇପାରୁନାହିଁ । ସେ ପୁଣି ମୋତେ କେଉଁଠୁ ଆଣି ଖାଇବାକୁ ଦେବ ।

ତୁ ଠିକ୍ କହିଛୁ ନନା । ଏଥର ଆଉ ଚିନ୍ତା କରିବାର ଆବଶ୍ୟକ ନାହିଁ । ତୋତେ ଦେଖିଲା ଠାରୁ ତ ମୋର ମନଟା କ’ଣ ହୋଇଗଲା । ଆଉ ତୁ ତ ଜାଣୁ ତୋପରି ମିତ୍ରମାନଙ୍କର ଏପରି ଦଶା ଦେଖିଲେ ମୋତେ ବିକଳ ପରି ଲାଗେ । ଆଚ୍ଛା ଠିକ୍ ଅଛି ତୁ ନନା ଆଉ ଚିନ୍ତା କର ନାହିଁ । ଏଣିକି ସଦାବେଳେ ମୁଁ ତୋରି ପଛେ ପଛେ ରହିଥିବି । ଏଣିକି ଆଉ ତୋର କିଛି ବି ଅସୁବିଧା ହେବ ନାହିଁ । ଆଚ୍ଛା ଏଥର ତୁ ଗୋଟେ କାମ କର । ମୁଁ କହୁଥିଲି କି ଆଜି ତୁ ମୋ ସାଙ୍ଗରେ ଏ ଗାଁ ଛାଡ଼ି ଚାଲିଗଲେ ଆଉ କିଛି ଅସୁବିଧା ହେବ ନାହିଁ ।

ବିଲୁଆଠାରୁ ଏକଥା ଶୁଣିବା ମାତ୍ରେ ଗଧ କହିଲା – ମୁଁ ଜାଣିପାରୁଛି ଯେ ତୁମେ ମୋର ହିତକଥା କହୁଛ । କିନ୍ତୁ ମୋର ଭୟ ହେଉଛି ବଣର ଥିବା ସେହି ହିଂସ୍ରଜନ୍ତୁମାନଙ୍କୁ ।

ବିଲୁଆ ହସି ଦେଇ କହିଲା – ତୁମ ପାଖରେ ପରା ମୁଁ ତୁମର ବନ୍ଧୁ ପରି ପାଖେ ପାଖେ ରହୁଥିବି । ବଣର ହିଂସଜନ୍ତୁମାନେ ପୁଣି ତୁମର କ’ଣ କରିବେ? ଆରେ ମୋ କଥାକୁ ବିଶ୍ୱାସ କରି ଚାଲୁନା ନନା ।

ଏଥର ବିଲୁଆ କଥାରେ ବିଶ୍ୱାସ କରି ଗଧ ବଣକୁ ଚାଲିଗଲା କିନ୍ତୁ ବିଲୁଆ ଯେତେବେଳେ ଗଧକୁ ନେଇ ସିଂହ ପାଖରେ ପହଞ୍ଚିଗଲା ସେତେବେଳେ ସିଂହକୁ ଦେଖିବା ମାତ୍ରେ ଗଧ ଡିଆଁଟେ ମାରିଲା ଯେ ଏକା ନିଶ୍ୱାସରେ ସେ ପଳାଇଗଲା ।

ଗଧ ଚାଲିଯିବାରୁ ବିଲୁଆ ସିଂହକୁ ଚାହିଁ କହିଲା – ହଜୁର ମୋର ବା ଉପାୟ କ’ଣ? ଆପଣ ତ ଶିକାରକୁ ହଠାତ୍ ଚାଲାଖ କରି ଦେଲେ । ସେ ଦେଖିବାମାତ୍ରେ ଚମ୍ପଟ ମାରିଲା । ମୁଁ ଏବେ କ’ଣ କରିବି କହୁନାହାଁନ୍ତି ।

ସିଂହ କହିଲା – ଆରେ ନାଇଁରେ । ଥରେ ସିନା ମୁଁ ଅପ୍ରସ୍ତୁତ ହୋଇପଡ଼ିଲି ଏଥର କ’ଣ ମୁଁ ଆଉ ଏପରି ଭୁଲ କରିବି । ଆଉ ଥରେ ଚେଷ୍ଟା କର ତ ଦେଖିବା ।

ବିଲୁଆ ସଙ୍ଗେ ସଙ୍ଗେ ପୁଣି ସେହି ଗଧ ପାଖରେ ଯାଇ ପହଞ୍ଚି କହିଲା – ବୁଝିଲ ନନା ତୁମେ ଏବେ ଯାହା କରିଲ ତାହା କିନ୍ତୁ ଠିକ୍ ହେଲା ନାହିଁ । କାହିଁକି ଯେ ପଳାଇ ଆସିଲ ତାହାର କାରଣ କ’ଣ ମୁଁ ଯେ ବୁଝିପାରିଲି ନାହିଁ ।

ବିଲୁଆର ଏପରି ମନବୋଧ କଥା ଶୁଣି ଗଧ ପୁଣି କହିଲା – ତୁମେ ମୋତେ ଗୋଟେ ଘାଇଲା ସିଂହ ପାଖରେ ପହଞ୍ଚାଇ ଦେଇ ପଳାଇ ଆସିବ ବୋଲି ଭାବିଥିଲ ନୁହେଁ ।

ଏଥର ବିଲୁଆ ବାସ୍ତବିକ ଗଧ ନିକଟରେ ଚତୁରତା ପଣ ଦେଖାଇ କହିଲା – ମୁଁ ଦେଖୁଛି ତୁମର ଦେଖିବା ଆଦୌ ଠିକ୍ ହୋଇନାହିଁ । ତୁମେ ଯାହାକୁ ସିଂହ ଭାବି ପଳାଇ ଆସିଲ ସେ କଣ ସିଂହ ଯେ, ସେ ପରା ଘାଇଲା ଗଧଟାଏ ମୋରି ଭରସାରେ ପଡ଼ିରହିଛି । ଆଉ ମଧ୍ୟ ତୁମର ପରା ତାର ସମ୍ପର୍କ ଅଛିବୋଲି ସେ ତୁମକୁ କେବଳ ଝୁରି ଝୁରି ମରିବାକୁ ବାହାରିଲାଣି ।

ଗଧ ପୁଣି ବିଲୁଆର ଏହି ଛଳନାମୟ କଥାକୁ ଆଉ ଥରେ ବିଶ୍ୱାସ କରି ପୁଣିଥରେ ବିଲୁଆ ସାଥିରେ ବଣକୁ ଗଲା । ଗଧ ଭାବି ସେ ଯେତେବେଳେ ସିଂହ ପାଖରେ ପହଞ୍ଚିଗଲା ସେତେବେଳେ ଘାଇଲା ହୋଇ ପଡ଼ିଥିବା ସିଂହ ଚଟକରି ଗଧକୁ ମାଡ଼ିବସି ଖଣ୍ଡ ଖଣ୍ଡ କରି ପକାଇଲା ସେଣିକି ଚତୁର ବିଲୁଆ କ’ଣ କଲା ନା ସିଂହର ଅଜାଣତରେ ଗଧର କାନ ଆଉ କଲିଜାକୁ ଚଟାପଟ ଖାଇଦେବାରୁ ସିଂହ କହିଲା ଆରେ ପାପିଷ୍ଠ ତୁ ମୋର ଶିକାରଟାକୁ ଅଇଁଠା କରି ପକାଇଲୁ ।

ଏହାକହି ସିଂହ ରାଗିଯିବାରୁ ହଜୁର ମୋର ଏଥିରେ ଦୋଷ କିଛି ନାହିଁ । ମୁଁ କାହିଁକି ତାକୁ ଅଇଁଠା କରିବି? ମୁଁ ପରା ପ୍ରଥମରୁ ଦେଖିଛି ଗଧଟାର କଲିଜା ଆଉ କାନ ନଥିଲା ।

ସିଂହ ଏଥର ବିଲୁଆର କଥାକୁ ବିଶ୍ୱାସ କରିଗଲା ସିନା, ହେଲେ ଉପାସରେ ପେଟ ତ ପୋଡ଼ିଯାଉଛି । ଏଠି ଆଉ ଅଇଁଠା ବିଚାର ନକରି ସିଂହ ଓ ଗଧିଆ ସାଥି ହୋଇ ମଲା ଗଧଟାକୁ ଖାଇବାକୁ ଲାଗିଲେ ।

Wednesday, January 13, 2021

ଜରା ନିବାସ

#ଜରା_ନିବାସ
                  ✍ ଶ୍ରୀ ଲକ୍ଷ୍ମୀଧର ନାୟକ (ଆଦିସ୍ୟ)

ତୁମେ ମୋ ବୋଉର ବାପା ପରି ଲାଗୁଛ । ମୋର ତ ଅଜା । ଦେଖିଲ ମୋ ଆଡ଼େ, ମୁଁ ତୁମର କେଡ଼େ ସୁନ୍ଦରୀ ନାତୁଣୀ ।

ଆଉ କେଇ ଦିନରେ ମୋ ବାହାଘର. . . !

ମୁଁ କିନ୍ତୁ ଚାକିରୀ ଛାଡୁ ନି ଅଜା । ମାନବ ସେବା ପରା ମାଧବ ସେବା । ଠିକ୍ ସପ୍ତ ମଙ୍ଗୁଳା ପର ଦିନ ମୁଁ ଏଠି ପହଞ୍ଚି ଯିବି ମୋ ସ୍ୱାମୀଙ୍କ ସହିତ. . . ।

ତାଙ୍କୁ ଦେଖି, ତୁମେ ବି ଖୁସି ହେବ ।

କହିବ- “ଯୋଡ଼ିଟା ବିଧାତା ନିରୋଳା ଟାଇମ୍‌ରେ ମନ ଲଗାଇ କରିଛି ।” ବଢ଼ିଆ ପିଲା ମ’ । ଆମେ ଏକା ସାଥୀରେ କଲେଜ୍‌ରେ ପଢୁଥିଲୁ । ଦୁହେଁ ଦୁହିଁଙ୍କୁ ବୁଝିଥିଲୁ ।

ଆଚ୍ଛା ଅଜା ! ପ୍ରଥମ ସାକ୍ଷାତ୍‌ରେ ତମେ ଆମକୁ କ’ଣ ଦେବ ? ହୃଦୟ ପାଇଁ ହସ ଧାରେ, ନା. . . ଜୀବନ ପାଇଁ ଆଶୀର୍ବାଦର ସ୍ପର୍ଶ. . . ଆମ ମୁଣ୍ଡ ଉପରେ

. . . ତୁମର ଏହି ଦୁଇ ହାତର ।

ଆଜି ଜରାନିବାସକୁ ନୂଆ କରି ଆସିଥିବା ବୃଦ୍ଧ ଜଣକ ଚଷମା ତଳୁ, ଏହି ଚୁଲବୁଲି ଝିଅଟିର ମୁହଁକୁ ଟିକେ ଚାହିଁଲେ ଓ ପରେ ପରେ ପୂର୍ବ ପରି ଚାହିଁ ରହିଲେ- ସାମ୍ନା ବଗିଚାର ନାନା ରଙ୍ଗର ଫୁଲଙ୍କୁ, କଅଁଳ ସବୁଜ ପତ୍ରଙ୍କୁ, କୃତ୍ରିମ ଝରଣାରେ ପହଁରୁ ଥିବା ଛଅଟି ହଂସ ହଂସୁଲୀଙ୍କୁ ଓ ଗୋଟିଏ ବଟଲ୍‌ ବ୍ରଶ୍ ଫୁଲକୁ ଫିଙ୍ଗିଦେଲେ. . . ।

ତାଙ୍କ ଡାହାଣ ହାତଟା ସାମ୍ନାକୁ ଲମ୍ୱି ଯାଇ କଟ୍ କରି ଶବ୍ଦଟାଏ କଲା । ସେ ଯନ୍ତ୍ରଣାରେ ଧୀର ଚିତ୍କାରଟିଏ କଲେ ଓ ବାଁ ହାତରେ ବାହା ମୂଳକୁ ଚାପିଧରି, ମୁହଁକୁ ବିକୃତ କରିଦେଲେ. . . ।

ଝିଅଟା ଆଉଁସି ଦେଉ ଦେଉ କହିଲା- “ଅଜା ! ବାହୁ ପରା ଦୁର୍ବଳ ହେଲାଣି । ରକା ପଶିଗଲା କି ? ବ୍ୟସ୍ତ ହୁଅ ନାହିଁ । ତୁମ ନାତୁଣୀ ଆଉ କେଉଁ ବେଳର ? ତୁମର ସବୁ ଦାୟିତ୍ୱ ପରା ମୋ ଉପରେ. . . । କିଛି ହେବନି ମ’ । ମୁଁ ଅଛି ନା ।”

ସେ ନିଜ ଭ୍ୟାନିଟ୍ ବ୍ୟାଗରୁ ମୂଭ୍ ମଲମ ବାହାର କରି, ଟିପେ ଲମ୍ୱର ନେଲା, ବୃଦ୍ଧଙ୍କ ଡାହାଣ ହାତ ବାହୁ ମୂଳରେ ଧୀରେ ପ୍ରଲେପ ଦେଇ, ହାଲୁକା ସ୍ପର୍ଶରେ ଉପରୁ ତଳକୁ ଘସିଲା । କହୁଣୀ ଓ କଚଟୀକୁ ମଧ୍ୟ ସେମିତି ସେମିତି ମଲମ ବୋଳି, ପ୍ରାଥମିକ ଚିକିତ୍ସା ଶେଷ କଲା ।

ଏଥର ବୃଦ୍ଧ ତାଙ୍କୁ ସଳଖ ହେଇ ଚାହିଁଲେ ।

ପ୍ରକୃତରେ ଭାରି ସୁନ୍ଦର ଝିଅଟିଏ ।

ଯେଉଁ ପାନଖିଆ ଛେପ ଲଣ୍ଡାଏ ସେ ଘୃଣାରେ ପକାଇ ଦେଇଥିଲେ, ସେଥିରୁ କିଛିଟା କଳା ଚପଲ ଭିତରୁ ଗୋରା ଗୋରା ଲାଗୁଥିବା ତା’ର ଡାହାଣ ଗୋଡ଼ ପାଦ ଉପରକୁ ଛିଟିକି ପଡ଼ିଛି ।

ସେ ନଇଁ ପଡ଼ି ତାକୁ ରୁମାଲ୍‌ରେ ସଫା କରି, ହସି ହସି ଚାହିଁଛି ବୃଦ୍ଧଙ୍କୁ । ମୁହଁରେ ସାମାନ୍ୟ ବିରକ୍ତିର ଚିହ୍ନ ନାହିଁ ।

. . . ରୂପରେ ଯେମିତି, କଥାରେ ସେମିତି ।

ଅତି ଆପଣାର ପରି ଲାଗୁଛି ଝିଅଟା. . . ।

ନିଜର ପୁଅ ବୋହୂ ନାତି ନାତୁଣୀ ତ ହେଲେ ନାହିଁ. . . ଏ କ’ଣ ହେବ ?? ତଥାପି, କିଛିଦିନର ଅବଲମ୍ୱନ । ଝିଅଟା ଅଭାବରେ ପଡ଼ି ଚାକିରୀ କରୁଥିବ ।

ଛଳ ଛଳ ଯୌବନର ମହକିତ ବୟସ ଏହାର । ବଗିଚାରେ ବୁଲି ବୁଲି, ଫୁଲମାନଙ୍କୁ ଗାଲରେ ଲଗାଇ, ସ୍ୱପ୍ନରେ ସ୍ୱପ୍ନରେ ଭିଜୁଥାନ୍ତା ଏ । କାହିଁକି ଏଠି ଏ ପତ୍ରଝରା ଋତୁଟା ପାଇଁ ଏତେ ସ୍ନେହ ଅଜାଡ଼ି ଦିଅନ୍ତା . . . ଯଦି ଚାକିରୀ ତା’ ପାଇଁ ନିହାତି ପ୍ରୟୋଜନ ନଥାନ୍ତା ।

ବେକଟା ଖାଲି ପଡ଼ିଛି. . . ।

ସୁନା ଚେନ୍‌ଟିଏ ସେଠାରେ ଭଲ ମାନନ୍ତା ।

ବାଁ ହାତ ଅନାମିକା ଆଙ୍ଗୁଳିଟି ପାଇଁ ପଥର ଖଞ୍ଜା ସରୁ ମୁଦିଟିଏ ଦରକାର । ବୃଦ୍ଧ କ’ଣ ଭାବି, ନିଜ ବେକରୁ ପିନ୍ଧିଥିବା ରଗଡ଼ା ଚେନ୍‌ଟା ବାହାର କରି, ତା’ ହାତକୁ ବଢ଼ାଇଲେ. . . ।

. . . କ’ଣ ହେବ ?

ହସି ହସି ପଚାରିଲା ଝିଅଟା. . . ।

: ତୁ ଏଇଟାକୁ ପିନ୍ଧି ନେ ! ମୋର ଆଉ ଦରକାର କ’ଣ ?

ଝିଅଟା ଅଳ୍ପ ହସର ରେଖା ଓଠରେ ଫୁଟାଇ ସେଇଟିକୁ ପୁଣି ବୃଦ୍ଧଙ୍କ ବେକରେ ଲମ୍ୱାଇ ଦେଲା । କହିଲା- “ଆମ ଜରାନିବାସର ଏଗ୍ରୀମେଣ୍ଟ୍‌ର ତୁମ ଗଳାରେ ଚେନ୍‌ଟିଏ, ହାତ ଆଙ୍ଗୁଳିରେ ମୁଦିଟିଏ ଥିବା କଥା ଉଲ୍ଲେଖ ଅଛି । ଯଦି କେବେ ଘରକୁ ଫେରାଇ ନିଆଯାଏ ତୁମକୁ. . ., ଏ ସବୁ ତୁମ ସହିତ ଯିବ । ଯଦି ଏଇ ମାଟିରେ ତୁମର ମିଶିବାର ଥାଏ. . . ଏ ସବୁ ତୁମ ପୁଅ ବୋହୂଙ୍କୁ ଫେରାଇ ଦିଆଯିବ । କାରଣ, ଏ ସବୁ ସେମାନଙ୍କର । ତାଙ୍କ ସ୍ମୃତିର. . . ।”

ବୃଦ୍ଧଙ୍କ ଆଖି ଛଳଛଳ ହେଇ ଉଠିଲା ।

ଆଜି ପୁଅ ତାଙ୍କୁ ଆଣି, ଏହି ଜରାନିବାସରେ ଛାଡ଼ିଛି । ବୋହୂ ବି ଆସିଛନ୍ତି, କିନ୍ତୁ ସେ ଏଠିକୁ ନ ଆସି, ବଗିଚାରେ ବୁଲି ବୁଲି, ତାଙ୍କ ପୁଅ ଝିଅଙ୍କୁ କିସମ୍ କିସମ୍ ଫୁଲଙ୍କର ପରିଚୟ ଦେଉଛନ୍ତି । ବଟାନୀରେ ପୋଷ୍ଟ୍ ଗ୍ରାଜୁଏସନ୍ ତାଙ୍କର । ବଗିଚାକୁ ଭାରି ଆଦର ।

ଯେଉଁ ଫୁଲ ତାଙ୍କ ବଗିଚାରେ ନାହିଁ କିମ୍ୱା ଯାହାର ନାଁ ସେ ଜାଣିନାହାନ୍ତି, ସେ ସବୁର ଫଟୋ ତାଙ୍କ ମୋବାଇଲ୍ ଫୋନ୍ କ୍ୟାମେରାରେ ନେଉଛନ୍ତି । ଜରା ନିବାସରୁ ଫେରିବା ବେଳେ ସିଟୀ ନର୍ସରୀରୁ ସେହି କିସମର ଚାରା କାର୍ ଡିକୀରେ ଭର୍ତ୍ତି କରି ନେବେ । ମାଳୀ ସେ ସବୁର କେୟାର୍ ନେବ ।

ବୃଦ୍ଧ ଥରକୁ ଥର ନାତି ନାତୁଣୀଙ୍କ ଆଡ଼କୁ ଚାହୁଁଥାନ୍ତି । ହୁଏତ. . . ସେମାନେ ଥିଲେ ତାଙ୍କ ପାଇଁ ପରିବାରର ଶେଷ ଆକର୍ଷଣ । ଆଉ ସେମାନଙ୍କୁ ଜୀବନରେ ଦେଖି ହେବ କି ନାହିଁ । ଟିକେ ଆସନ୍ତେ କି ପାଖକୁ. . . !

ସେମାନେ ଏଇ ନିକଟରେ କେଉଁ ଦିନ ପଢ଼ିବାକୁ ଫରେନ୍ ଚାଲିଯିବେ । ନାତି ଯିବ ଅକ୍ସଫୋର୍ଡକୁ, ନାତୁଣୀ କେମ୍ୱ୍ରିଜ୍‌କୁ । ତାଙ୍କ ମମୀ ବି ତାଙ୍କ ସହିତ ଯିବେ । ସେଇଠି ଥାଇ, ଏଠି ସେଠି ହେଉଥିବେ ।

ଏମିତି. . . ବୋହୂ ମା’ ବର୍ଷରେ ଥରେ ଦୁଇଥର ଫରେନ୍ କଣ୍ଟ୍ରିକୁ ଭ୍ରମଣରେ ଯାଆନ୍ତି । ଏବେ ପିଲା ପଢ଼ିବେ । ତାଙ୍କୁ ବାରମ୍ୱାର ଯିବାକୁ ହେବ ତ । ପୁଣି, ଇଣ୍ଡିଆକୁ ବି ଛାଡ଼ି ହେବନି । ବୋଉ ନାହାନ୍ତି । ଏକ ମାତ୍ର ବାପା । ଭାଇ ବି ନାହାନ୍ତି, ପୁଣି ସ୍ୱାମୀଙ୍କ ବିଜିନେସ୍‌ରେ କିଛିଟା ସାହାଯ୍ୟ ଦରକାର ।

ଏଣୁ, ବୁଢ଼ା ଶଶୁର ଅତି ପରିଣତ ବୟସରେ ଘରେ ପଡ଼ି ଚାକର ବାକରଙ୍କୁ ହଇରାଣ କରିବେ କାହିଁକି ? ବରଂ, ଏଇଠି ଜରାନିବାସରେ ବେଶ୍ ଆରାମ୍‌ରେ ଚଳି ଯିବେ ।

ମ୍ୟାନେଜର୍ ପହଞ୍ଚି ଦୁଇ ହାତ ଯୋଡ଼ି ନମସ୍କାର କଲେ । କହିଲେ- “କଙ୍ଗ୍ରାଚୁଲେସନ୍ ସାର୍ ! ମୁଁ କିଏ, ଆପଣଙ୍କର ମନେ ନ ଥାଇପାରେ । ମୁଁ ଆପଣଙ୍କ ପାଖରେ ତିରିଶ୍ ବର୍ଷ ପୂର୍ବରୁ ପଢ଼ିଥିଲି, ହାଇସ୍କୁଲରେ । ଆପଣ ଆମ ଜରାନିବାସର ଜଣେ ରେକର୍ଡଧାରୀ ଅନ୍ତେବାସୀ ଆଜିଠାରୁ । କାରଣ, ଆପଣ ଆମର ଅଶୀତମ ସଦସ୍ୟ ଓ ଆପଣଙ୍କ ବୟସ ମଧ୍ୟ ଅଶୀ । ଆମେ ଆପଣଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛୁ ।”

ଏହି ଝିଅଟି ତାଙ୍କ ବେକରେ ଫୁଲ ହାରଟିଏ ଲମ୍ୱାଇ ଦେଲା । କେହି ଜଣେ କର୍ମଚାରୀ, ତାଙ୍କ ସାମ୍ନାରେ ରେଜିଷ୍ଟର୍ ଖାତାଟିର ଫର୍ଦ୍ଦ ଖୋଲି, ସ୍ୱାକ୍ଷର ନେବାକୁ ଦେଖାଇଲା. . . । ସେଥିରେ ଲେଖାଥିଲା-

ମୁଁ ଦ୍ୱାରିକାନାଥ ଶ୍ରୀଚନ୍ଦନ ମହାପାତ୍ର. . . କାହାରି ବାଧ୍ୟ ବାଧକତାରେ ନୁହେଁ, ନିଜ ଇଚ୍ଛାରେ ଜରାନିବାସରେ ରହିବାର ସ୍ୱୀକୃତି ଦେଉଛି. . . ।

ସ୍ୱାକ୍ଷର. . . !

ତାରିଖ. . . !

ହଠାତ୍ ବୃଦ୍ଧ ଦ୍ୱାରିକାନାଥ ଚେୟାର୍ ଛାଡ଼ି ଉଠି ପଡୁ ପଡୁ ପଡ଼ିଯାଉଥିଲେ । ତାଙ୍କୁ ତାଙ୍କର ପରିଚାରିକା. . . ଏ ଝିଅଟା ଧରି ପକାଇଲା । ବୃଦ୍ଧ ତାଙ୍କ ବେକର ଫୁଲମାଳାକୁ ଛିଡ଼ାଇ ପକାଇ ଦୂରକୁ ଫିଙ୍ଗିଦେଲେ ଓ ଅନୁଚ୍ଚ କରୁଣ ସ୍ୱରରେ କହିଲେ-

“. . .ଏଥିରେ ଆହୁରି ଲେଖି ଦିଅ- କାହାରି ବାଧ୍ୟ ବାଧକତାରେ ନୁହେଁ, ନିଜ ଇଚ୍ଛାରେ, ମୁଁ ମୋର ସମସ୍ତ ସମ୍ପତ୍ତି ଜରାନିବାସକୁ ଦାନ କରୁଛି. . . ।”

ଲେଖ, ମୁଁ ସ୍ୱାକ୍ଷର କରି ଦେଉଛି ।

ବୋହୂ ମା’ ତାଙ୍କ ପାଖକୁ ଆସିସାରିଥାନ୍ତି ।

ସ୍ଥାଣୁ ପରି ଠିଆ ହୋଇଥିବା ସ୍ୱାମୀଙ୍କ ଟାଇକୁ ଟିକେ ଟାଣି ଦେଇ, ତାଙ୍କ କୋଟ ଛାତିରେ ଅଳ୍ପ ଆଘାତର ମୃଦୁ ବିଧାଟିଏ ମାରି, ସାମାନ୍ୟ କର୍କଶ ସ୍ୱରରେ ତାତ୍ସଲ୍ୟ ଭରି କହିଲେ- “ମୁଁ ତୁମକୁ କହିଥିଲି ନା, ତୁମ ବାପାଙ୍କର ମତିଭ୍ରମ ଘଟିଲାଣି ।”

ସ୍ୱାମୀ ଚମକିଲା ପରି କହିଲେ-

“ହଁ ହଁ କହିଥିଲ ତ ! ଏବେ ତାଙ୍କ ସମ୍ପତ୍ତିର ହିସାବ ତାଙ୍କୁ ବୁଝାଇ ଦିଅ ।”

ବୋହୂ ଶଶୂରଙ୍କୁ କହିଲେ-

“ସୌଭାଗ୍ୟକୁ ଆପଣଙ୍କ ପରି ଜଣେ ଦରିଦ୍ର ଶିକ୍ଷକଙ୍କ କୋଳରେ ଏପରି ଯୋଗ୍ୟ ପୁଅ ଜନ୍ମ ହୋଇଥିଲେ । ମାଟ୍ରିକ୍‌ରେ ବେଷ୍ଟ୍-ଟେନ୍ଥ-ବେଷ୍ଟ ହେଇଗଲେ । ଆପଣ ତ ତା’ ଆଗ ଚାରି ବର୍ଷରୁ ରିଟାୟାର୍ଡ କରି, ବଡ଼ ଚାରି ଝିଅକୁ ପ୍ରତି ବର୍ଷ ଜଣକ ପରେ ଜଣଙ୍କୁ ବିବାହ ଦେଇ, କରଜରେ ବୁଡ଼ିଥିଲେ । ଯୋଗ୍ୟ ପୁଅଙ୍କୁ ଅଯୋଗ୍ୟ କରି ରଖିବାର ଯଥେଷ୍ଟ ନିରାଶ୍ରୟତା ଆପଣଙ୍କର ଥିଲା ।

ମୋ ବାପା ଏ ପ୍ରତିଭାକୁ ଚିହ୍ନିଲେ. . . ।

ମୋ ବାପା ଆପଣଙ୍କ ପୁଅକୁ ଇଞ୍ଜିନିୟର୍ କଲେ ।

ମୋ ବାପା ତାଙ୍କ ଇମ୍ପୋର୍ଟ ଏକ୍ସପୋର୍ଟ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର କରି ଦେଲେ ଏହାଙ୍କୁ . . . । ମୋ ବାପା ୟା’ଙ୍କ ବିଜିନେସଟାକୁ କଣ୍ଟିନେଣ୍ଟାଲ୍ କରାଇ ଦେଲେ. . . । ଯେଉଁ ଲୋକଙ୍କ ପାଇଁ ଆପଣ ପୁରୁଣା ସାଇକେଲ୍ ଖଣ୍ଡେ ଯୋଗାଡ଼ କରିପାରି ନଥିଲେ, ସେ ପ୍ଲେନ୍‌ରେ ପୃଥିବୀ ସାରା ବୁଲିଲେ, କେବଳ ମୋ ବାପାଙ୍କ ଉଦ୍ୟମରେ ।

ମୋ ବାପାଙ୍କର ମୁଁ ଗୋଟିଏ ମାତ୍ର ଝିଅ । ବୋଉ ମରିଛି । ଭାଇ ନାହାନ୍ତି । ବିରାଟ ଇଣ୍ଡଷ୍ଟ୍ରିଆଲିଷ୍ଟ୍ । ବାପା କହିଲେ- “ନାଇଁ, ମାଷ୍ଟରଟା କାନ୍ଦିବ । ମୋ ଝିଅର ମଙ୍ଗଳ ହେବ ନାହିଁ । ତା’ ପୁଅ ଆମ ଘରେ ନ ରହୁ । ସେ ତାଙ୍କ ଘରେ ରହୁ ।’ କେମିତି ହୃଦୟ ମୋ ବାପାଙ୍କର ।

ଆପଣଙ୍କ ଚାରି ବଖରା ମାଟି-ଖପର ଘରକୁ ସେ ବିରାଟ ପ୍ରାସାଦ କରିଦେଲେ । ଆପଣଙ୍କ ସେହି ଚାରି ବଖରା ଘର, ଚାରିକୋଟି ଟଙ୍କାର ମହଲ୍ ବନିଗଲା, କେବଳ ମୋ ବାପାଙ୍କ କୃପାରୁ ।

କାଳେ ଆପଣଙ୍କର ମନେ ରହିବ ନାହିଁ, ଏହି ପାଇଁ, ବଗିଚାର ଗୋଟାଏ ପାଖରେ ସର୍ଭ୍ୟାଣ୍ଟ କ୍ୱାଟର୍ସ କରି, ତା’ର ସ୍ଲୋପିଂ ଛାତରେ ସେହି ଭଙ୍ଗା ଖପରକୁ ବାପା ଖଞ୍ଜାଇ ଦେଇଛନ୍ତି । ସେ କହିଥିଲେ. . . “ମଣିଷଠାରୁ ସାଂଘାତିକ କୃତଘ୍ନ କେହି ପୃଥିବୀରେ ନାହାନ୍ତି । କାରଣ, ଅନ୍ୟର ଉପକାରକୁ ସେ ଅପକାର କରି, ଶୁଝିଥାଏ ।’

ମୋ ବାପା ଟଙ୍କା ଖର୍ଚ୍ଚ କଲା ବେଳେ ମାଲିକାନା କଥା ଚିନ୍ତା କରି ନଥିଲେ । କାରଣ ସେ ଜାଣନ୍ତି- ଏ ପୃଥିବୀଟା କାହାର ନିଜର ନୁହେଁ । ସମସ୍ତେ ଏହାରି ଭିତରେ ମିଶିବେ । ଏମିତି ଉଦାର ସେ ଯେ. . . କୋଟି କୋଟି ଟଙ୍କା ଖର୍ଚ୍ଚ କରିଦେଲେ, ଅଥଚ ଆପଣ ଏତେ କୃତଘ୍ନ ଯେ, ଫୁଣ୍ଟାଟିଏ ବି ଖର୍ଚ୍ଚ ନ କରି, ମାଲିକାନା ସୂତ୍ରରେ ବିରାଟ ରାଜ୍ ମହଲ୍‌ର ମାଲିକ୍ ହେଇଗଲେ ବୋଲି, ଆଜି ତାକୁ ଜରାନିବାସକୁ ଦାନ କରିଦେବାକୁ ଘୋଷଣା କରିଦେଲେ । ବାଃ ! ପୂଜ୍ୟ ମାଷ୍ଟର୍ ଜାତିଟାର କି ଉଦାର ଉଦାହରଣ ଆପଣ !

. . . ଆପଣଙ୍କ ଘରର ମୂଲ୍ୟ ଏବେ ଚାରିକୋଟି ଟଙ୍କା । ସାମ୍ନାରେ ଯେଉଁ ବଗିଚାଟା ଅଛି, ସେଠି ଗୋଟେ ତେଲେଙ୍ଗା ବସ୍ତି ଥିଲା । ତାକୁ ଉଠାଇବା ପାଇଁ, ବାପା ଶାସକ ଠାରୁ ଶୋଷକ ଯାଏ, ପଚାଶ ଲକ୍ଷରୁ କମ୍ ଖର୍ଚ୍ଚ କରି ନାହାନ୍ତି । ସେଇ ଜାଗାଟା ବାପା ଆମ ନାଁରେ କରିଛନ୍ତି ।

ତାକୁ ବି ଆପଣ ହସ୍ତାନ୍ତର କରିପାରନ୍ତି. . . ।

ଆମେ ସ୍ୱୀକୃତି ଦେଇ ଦେବୁ । ଆପଣ ରାଜି ତ !”

ଝିଅଟାକୁ ଅବଲମ୍ୱନ କରି ବୃଦ୍ଧ ଦ୍ୱାରିକାନାଥ କହିଲେ- “ମା’ ! ଟିକେ ବୋହୂଙ୍କୁ ପଚାରିଲୁ- ତାଙ୍କ କୋଟିପତି ବାପାଙ୍କୁ ଯଦି ମୋ ବୟସରେ ଜରାନିବାସରେ ଛାଡ଼ିଦିଆଯାଏ. . . କେମିତି ଲାଗିବ ତାଙ୍କୁ ? କୋଟିପତି ମୁହୂର୍ତ୍ତକରେ ନିଃସ୍ୱ ହେଇଯିବେ ନି କି ? ସମ୍ପର୍କହୀନ ଟଙ୍କାର ପାହାଡ଼ ତାଙ୍କୁ କି ଶାନ୍ତି ଦେବ !”

ବୋହୂ କହିଲେ- “କିଛି ଫରକ୍ ପଡ଼ିବ ନାହିଁ ।

ମୋ ବାପା ଖୁସିରେ ଆତ୍ମହରା ହେଇ ଉଠିବେ । କାରଣ, ବୁଢ଼ା କାଳରେ ପରିବାରର ବୋଝ ହେବାଟା ଗୋଟାଏ ଅଦୂରଦର୍ଶୀ ପାରମ୍ପରିକତା । ଏହି ସମୟରେ ସମସ୍ତଙ୍କଠୁ ଅଲଗା ରହି, ସେମାନଙ୍କ ସ୍ୱାଧୀନତାରେ ହସ୍ତକ୍ଷେପ ନ କରି, ସେମାନଙ୍କ ମୂଲ୍ୟବାନ ସମୟକୁ ମହତ୍ତ୍ୱ ଦେଇ. . . ସ୍ୱଚ୍ଛନ୍ଦ ଭାବରେ ଜରାନିବାସରେ ଅବଶିଷ୍ଟ ଜୀବନ ଜୀଇଁବା, ଗୋଟାଏ ଉଚ୍ଚ ମୂଲ୍ୟବୋଧର ପରିମାର୍ଜିତ ସାମାଜିକତା. . . ।”

ବୁଢ଼ା ଏଥର ସିଧା ପ୍ରଶ୍ନ କଲେ- “ଯଦି ତୁମ ପୁଅ ବୋହୂ ତୁମ ଦୁହିଁଙ୍କୁ ଏମିତି ଛାଡ଼ି ଦିଅନ୍ତି ?”

: “ଆମେ ଖୁସି ହେବୁ । ଏହି ପାଇଁ ଯେ. . . କାହାରି ବୋଝ ହେଇ ନ ରହିବାର ଯେଉଁ ନୂଆ ପ୍ରୟୋଗ ଏବେ ପରମ୍ପରା ହେବାକୁ ଚେଷ୍ଟା ଚଳାଇଛି, ଆମ ପିଲାଏ ତାକୁ ଗ୍ରହଣ କରୁଛନ୍ତି । ଆମେ ତ ଆପଣଙ୍କ ପାଇଁ ଜରାନିବାସର ବିଭିନ୍ନ ଦେୟ ବାବଦକୁ ମାସିକ ପନ୍ଦର ହଜାର ଟଙ୍କା ହିସାବରେ, ପାଞ୍ଚ ବର୍ଷ ପାଇଁ ମୋଟ ନଅ ଲକ୍ଷ ଟଙ୍କାର ଏଗ୍ରୀମେଣ୍ଟ୍ କରିଛୁ । ଫିପ୍ଟି ପରସେଣ୍ଟ୍ ଆଡ୍ଭାନ୍ସ ଡିପୋଜିଟ୍ କରିଛୁ । ଆମେ କିନ୍ତୁ ବୁଢ଼ା ବୟସରେ ଜରାନିବାସକୁ ଆସିବୁନି, କିନ୍ତୁ ପିଲାଙ୍କ ଉପରେ ବୋଝ ହେଇ ରହିବୁ ନି ।

. . . ଯଥେଷ୍ଟ ଆଗରୁ, କୌଣସି ସ୍ୱାସ୍ଥ୍ୟ ନିବାସ କ୍ଷେତ୍ରରେ ଆମ ପାଇଁ ସ୍ୱତନ୍ତ୍ର ଘର ତୋଳିଥିବୁ । ଜରାନିବାସର ସମସ୍ତ ସୁବିଧା ସେଠାରେ ଥିବ । ଆମ ପାଇଁ ଅନ୍ୟମାନେ ଲାଗିବେ- ଯେଉଁମାନେ ଚାକିରୀ କରି ଉପାର୍ଜନ କରିବାକୁ ଚାହୁଁଥିବେ । ଆମେ ଆମ ପିଲାଙ୍କଠାରୁ ଯଥେଷ୍ଟ ଦୂରକୁ ଘୁଞ୍ଚି ଯାଇଥିବୁ ।

କାରଣ, କିଛି ଲୋକ ସାକ୍ରିଫାଇସ୍ ନ କଲେ, ଅନେକ ଲୋକଙ୍କର ଉପକାର ହୁଏ ନା । ସମାଜଟା ଏହି ଅକର୍ମଣ୍ୟ କଟ୍ଟରପନ୍ଥୀ ବୁଢ଼ାବୁଢ଼ୀଙ୍କ ଯୋଗୁଁ ହିଁ ଅଧା ଅଧି ସ୍ଥାଣୁ ହେଇଯାଉଛି । ସବୁ ମଣିଷ ସମାନ । ପୁଅ କ’ଣ ନା ଝିଅ କ’ଣ ! ସ୍ନେହ ଯଦି ସବୁ ଜାଗାରୁ ମିଳିଲା. . . ବିଶ୍ୱାସ ଯଦି ସବୁ ଆଡ଼େ ମାଡ଼ିଲା. . . ନିଜ ରକ୍ତ, ପର ରକ୍ତର ମାନେ କିଛି ନାହିଁ ।

ଏହିପରି ସମାଜ ଗଠନ ପାଇଁ ନୂଆ ଉଦ୍ୟମ ଆରମ୍ଭ ହେଉଛି- ଏହି ଜରାନିବାସ ମାନଙ୍କରୁ । ଅଥଚ ଆପଣ ! ପୃଥିବୀଟା କେଡ଼େ ଛୋଟ ହେଇଗଲାଣି, ଆପଣ ସେହି ପୁରୁଣା ପରମ୍ପରାକୁ ଜାବୁଡ଼ି ଧରିଛନ୍ତି ଯାହା ।”

ଏହି ସମୟରେ ନାତି ନାତୁଣୀ ସେଠାରେ ପହଞ୍ଚିଗଲେ । ଜେଜେ ପଚାରିଲେ- “ଆରେ ! ବୁଢ଼ା ବୟସରେ ତୁମେମାନେ ତୁମ ବାପା ମା’. . . କି ଶାଶୁ ଶଶୁରଙ୍କୁ ଅସହାୟ ମାନସିକ ଅବସ୍ଥାରେ, ଜରାନିବାସରେ ଛାଡ଼ି ଦେଇପାରିବ ? ତୁମେ ସିନା ନୂଆ ଯୁଗରେ ନୂଆ ପରମ୍ପରା ପାଇଁ ବ୍ୟସ୍ତ. . . ତୁମ ଭିତରେ ଥିବା ମନଟା କ’ଣ ପୁରୁଣା ପ୍ରେମରେ ବନ୍ଧା ନ ଥିବ ?”

ନାତୁଣୀ କହିଲା- “ଗ୍ରାଣ୍ଡ୍ପା’ ! ଆମେ ଯେଉଁ ପଶ୍ଚିମ ଦେଶକୁ ପଢ଼ିବାକୁ ଯାଉଛୁ, ସେଠାକାର ମଣିଷ ପଶୁଙ୍କଠାରୁ ଶିଖନ୍ତି । ପକ୍ଷୀଙ୍କଠାରୁ ବୁଝନ୍ତି । ଥିଓରୀଟା ଆପଣ ବୁଝିପାରିବେ ନାହିଁ ହଠାତ୍ । ଏକ୍ସପ୍ଲେନ୍ କରିଦେଉଛି-

. . . ଚଢ଼େଇମାନେ ବସା ବାନ୍ଧନ୍ତି. . . ଅଣ୍ଡା କରାନ୍ତି. . . ଅଣ୍ଡା ଦିଅନ୍ତି. . . ଉଷୁମାନ୍ତି. . . ଛୁଆ ଫୁଟାନ୍ତି । ପଶୁମାନେ ଗର୍ଭ ଦିଅନ୍ତି. . . ଗର୍ଭ ନିଅନ୍ତି. . . ଛୁଆ ଜନ୍ମ କରନ୍ତି । ଅଳ୍ପ କେଇ ଦିନର ଦାୟିତ୍ୱ ପରେ କେହି କାହାର ବୋଝ ହେଇ ରହନ୍ତି ନାହିଁ । ଏଇ ପାଇଁ ପଶ୍ଚିମର ଅଧିକାଂଶ ଦେଶ ଆଡ୍ଭାନ୍ସଡ୍ ।”

ନାତି କହିଲା- “ସେମାନେ ବୁଢ଼ା ହେବା ଯାଏ ଗୋଟାଏ ଜାଗାରେ ଅଟକି ରହନ୍ତି ନାହିଁ । ସମଗ୍ର ସଂସାରରେ ସବୁ କିଛିକୁ ନିଜର ବୋଲି ମନେ କରି, ନିଜର ଆବଶ୍ୟକତା ମୁତାବକ ଯେଉଁଠି ସୁବିଧା, ସେଠୁ ସଂଗ୍ରହ କରିନିଅନ୍ତି. . . ସରଳ ଭାବରେ ହେଉ, କି ବଳ ପ୍ରୟୋଗ କରି ହେଉ ! ସେଠି ନିରବରେ ପଶୁ-ପକ୍ଷୀ ଏହି ଶିକ୍ଷା ଦିଅନ୍ତି । ସେଠି ମଣିଷ ଏହି କଥା ଶିଖନ୍ତି ।”

“ତେବେ, ତୁମେ କ’ଣ କରିବ ?” ଜେଜେ ପ୍ରଶ୍ନ କଲେ ।

“ଆମେ ଫରେନ୍‌ରେ ପଢ଼ିବୁ । ଫରେନ୍ କଲଚର୍‌ରେ ବଢ଼ିବୁ । ସେଇଠି ରହିବୁ । ନିଜକୁ ଭାରତ, ବିଲାତ କି ଆମେରିକାର ଲୋକ ନ ଭାବି, ପୃଥିବୀର ମଣିଷ ବୋଲି ମନେ କରିବୁ । ଯେଉଁଠି ଦୁର୍ବଳ ବାଡ଼ ଦେଖିବୁ, ଷଣ୍ଢ ଭୂଷିଲା ପରି, ବାଡ଼ ଭାଙ୍ଗି ସବୁକୁ ଚରିଯିବୁ । ଯେଉଁଠି ଶସ୍ୟ କିଆରୀ ଦେଖିବୁ, ପକ୍ଷୀ ଖୁଣ୍ଟି ଖାଇଲା ପରି, ସବୁ ଦାନା ଖାଇଯିବୁ । ବାହା ହେବୁ ସେଇଠି । ପ୍ରଥମକୁ ଭୁଲିଯାଇ ଦ୍ୱିତୀୟକୁ, ପୁଣି ଦ୍ୱିତୀୟକୁ ଭୁଲି ଯାଇ ତୃତୀୟକୁ. . . ଏମିତି ଏମିତି ମନ ବଳ, ଦେହ ବଳ ଥିବା ଯାଏ, ବାହା ହେଉଥିବୁ । ସନ୍ତାନ କରିବୁ ନାହିଁ । ଯଦି ଭୁଲ୍ କ୍ରମେ ହୋଇଯାଏ. . . ଅନାଥାଶ୍ରମରେ ଛାଡ଼ି ଦେଇ, ତାଙ୍କ ପାଇଁ ଟଙ୍କା ଖଞ୍ଜି ଦେବୁ. . . । ଆମେ ନୂଆ ସଂସ୍କୃତିର ମୂଳଦୁଆ ପକାଇବୁ ।”

“କିରେ ତୁ ଏମିତି କ’ଣ କହୁଚୁ ?” ମମି ଶଙ୍କିତ ସ୍ୱରରେ ପଚାରିଲେ ।

ଝିଅ କହିଲା- “ଭାଇ ଠିକ୍ କହୁଚି ମମି । ଚଢ଼େଇ ଅଣ୍ଡାରୁ ଶାବକ ହେବା. . . ପଶୁ ଗର୍ଭରୁ ଛୁଆ ଜନ୍ମିବା, ପ୍ରାଣୀ ଜଗତରେ ଗୋଟାଏ ଗୋଟାଏ ଖେଳ କୌତୂକର ପରିଣାମ । ମଣିଷର ଛୁଆ ଜନ୍ମ ହେବା ବି ଏକା କଥା । ପାର୍ଥକ୍ୟ- ପଶୁ ପକ୍ଷୀଙ୍କର ସମାଜ ନାହିଁ, ଆମେ ସମାଜ ଗଢ଼ିଛୁ । ଯେ ଗଢ଼ିଛି, ସେ ନିୟମର ସଂଯୋଗ କରିପାରେ, ନିୟମ ଭାଙ୍ଗି ବି ଦେଇପାରେ ।

ବୁଝିଲୁ ମମି- ପଶୁ ପକ୍ଷୀ ଯେମିତି ସବୁ ସମ୍ପର୍କକୁ ଅଳ୍ପ ଦିନରେ ଭୁଲିଯାଆନ୍ତି. . . ମୋହ, ମାୟା ମମତାର ବନ୍ଧନରୁ ମୁକ୍ତ ହେଇ ରହନ୍ତି, ଆମେ ସେମିତି ହେଇଯିବୁ । ତାଙ୍କ ଠାରୁ ଆହୁରି ଆଡ୍ଭାନ୍ସଡ୍ ହେବୁ । କାରଣ, ଆମ ବୁଦ୍ଧିର ବିକାଶ ଅଛି ତ !”

ପୁଅ କହିଲା- “ଯେମିତି ପଶୁ ପକ୍ଷୀମାନଙ୍କର ବାପ, ମା’, ଭାଇ, ଭଉଣୀ ବୋଲି ସମ୍ପର୍କ କିଛି ନଥାଏ, ଆମର ବି ସେମିତି କାହାରି ସହିତ କୌଣସି ସମ୍ପର୍କ ନ ଥିବ । ସମ୍ପର୍କ ଥିଲେ ସିନା, ଜେଜେଙ୍କ ପରି ଆକୁଳ ବ୍ୟାକୁଳ ହେବାକୁ ପଡ଼ିବ । ସମସ୍ତ ପୁରୁଣା ସମ୍ପର୍କର ଶିକୁଳିକୁ ଭାଙ୍ଗି ଦେଇ, ବନ୍ଧନହୀନ ସ୍ୱଚ୍ଛନ୍ଦ ଜୀବନ ଜୀଉଁ ଜୀଉଁ, ଆମେ କିଏ କେଉଁଠି ମରିଯିବୁ, କେହି ବି ଜାଣିବେ ନାହିଁ । ଏଇଟା ଧୀରେ ଧୀରେ ଗୋଟାଏ ପରମ୍ପରା ହେଇଯିବ । ସମାଜଟା ଖାଲି ପର ବୋଝ ମୁଣ୍ଡାଇ ମୁଣ୍ଡାଇ, ଥକି ପଡ଼ିଲାଣି । ସେ ଟିକେ ଶାନ୍ତିରେ ଶୋଇବ ।”

ଏତିକି କହି, ହାତ ଧରାଧରି ହେଇ, ଭାଇଭଉଣୀ ବାହାରିଗଲେ । ବୋହୂମା’ଙ୍କ ଦାୟିତ୍ୱର ବୋଝ ହାଲ୍କା ହେଉ ହେଉ. . . ଓଜନିଆ ହେଇଗଲା । ସେ ହଠାତ୍ ଖୁବ୍ ବେଶି ପାରିବାରିକ ହୋଇପଡ଼ି କହିଲେ-

“. . . ମ୍ୟାନେଜର୍ !”

ୟେସ୍ ମାଡ଼ାମ୍ ।

“. . . ଆଡ୍ଭାନ୍ସ ଡିପୋଜିଟ୍ ଟଙ୍କାକୁ ଜରାନିବାସର ଡେଭ୍ଲପ୍ମେଣ୍ଟ୍ ହେଡକୁ ଡୋନେସନ୍ ଆକାରରେ ନେଇ ନିଅ । ଏଗ୍ରୀମେଣ୍ଟ୍ କ୍ୟାନ୍ସେଲ୍ କର. . . ।”

ଦ୍ୱାରିକାନାଥଙ୍କ ଆଖିରୁ ଦୁଇଧାର ଲୁହ ଝରିପଡ଼ିଲା ।

Saturday, August 22, 2020

❣ ଏଇ ବୋଧେ ପ୍ରେମ ❣

ଏଇ ବୋଧେ ପ୍ରେମ 
=========⚘=========
                                ✍  ରାମ ଚନ୍ଦ୍ର ପ୍ରଧାନ


ଯା'ର ରଙ୍ଗ ଇନ୍ଦ୍ରଧନୁର ସପ୍ତରଙ୍ଗ ଠାରୁ ବି ରଙ୍ଗନ୍ l ଯା'ର ସୁର ସଂଗୀତର ସପ୍ତସୁର ଠାରୁ ବି ଆହୁରି ମନଛୁଆଁ l ଯା'ର ଆକାର ସପ୍ତ ସାଗରର ସୁବିସ୍ତୃତ ବିଶାଳ ଛାତି ଠାରୁ ବି ଚଉଡା l ଯା'ର ରାଗିଣୀ ମତୁଆଲୀ ସାଧବ ବୋହୁର ସୁରିଲା ସୁରିଲା ନାଲିଆ ଅଧର ଠାରୁ ବି ଛନ୍ଦାୟିତ l ଯା'ର ନୀଳିମା ସ୍ବପ୍ନ ସୁନ୍ଦରୀ ନୀଳାମ୍ବୁ ଚିଲିକାର ନୀଳ ବିଚି ଠାରୁ ବି ଗାଢ଼ତା l ଯା'ର ଯନ୍ତ୍ରଣା ଅଗ୍ନିର ଲେଲିହାନ୍ ଶିଖା ଠାରୁ ବି ତେଜିଆନ୍ ଆଉ ଯା'ର ଯଶ ପୃଥିବୀର ସପ୍ତାଶ୍ଚର୍ଯ୍ୟ ତାଜମହଲ୍ ଠାରୁ ବି ଅମର, ଅପରାଜେୟ, ଅଦ୍ବିତୀୟ ଓ ବିଶ୍ୱବିଦିତ l ସେ ଆଉ କିଛି ନୁହେଁ?... ଏକ ଅଜଣା ଆକର୍ଷଣ... ଏକ ଅଜଣା ଅନୁଭୂତି... ଆଉ ଏକ ଅଜଣା ଶିହରଣର ଭାବାନ୍ତର ମାତ୍ର l ଯାହାର ଅନ୍ୟ ନାମ ପ୍ରେମ...ଆଇମନ୍ ଲଭ୍... l

                 ସମୟର ଚକା ଭଉଁରୀ ଖେଳ ଖେଳୁ ଖେଳୁ ଅଚାନକ ଏକ ନିରୀହ ଦିଗହରା କପୋତଟିର ଭେଟ ହୁଏ ଏକ ଦୁର୍ବଳ ମୁହୂର୍ତରେ ଏକ ଅଜଣା ଅଚିହ୍ନl କପୋତୀଟି ସହ l ପ୍ରଥମ ଦେଖାରୁ ଦୁହେଁ ଦୁହିଁଙ୍କ ଠାରେ ଏକ ଅଜଣା ସମ୍ପର୍କର ଅଡୁଆ ସୁତାରେ ଏମିତି ଛନ୍ଦି ହୋଇଯାଆନ୍ତି ଯେ ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ଭଲ ପାଇବାରେ ରୂପାନ୍ତରିତ ହୋଇଯାଇଥିଲା l ସେଇ ଦିନଠାରୁ ସେମାନେ ଏକାଠି ବଞ୍ଚିବାର ବଜ୍ର ଶପଥ ନେଇଥାନ୍ତି l ଶୈଶବର ପ୍ରତିଟି ମୁହୂର୍ତ୍ତ ହସଖୁସିରେ ସେମାନେ କଟାଇଦିଅନ୍ତି ଏକ ନିର୍ଜନ ନିଛାଟିଆ ବଣ ମୁଲକରେ ଥିବା ସୁଶୀତଳ ଛାୟାଯୁକ୍ତ ସବୁଜିମା ଘେରା ଶାଳତରୁର ଗହନ ଇଲାକାରେ l ସେଠି ସ୍ୱର୍ଗ ଭାବି ସେମାନେ ଦୁହେଁ ଦୁହିଁକୁ ନେଇ ନାନା ସ୍ବପ୍ନ ଦେଖନ୍ତି l କେତେବେଳେ ସେମାନେ ମନ ପବନ ଘୋଡାରେ ବସି ମେଘ ଝୁଲାରେ ଦୋଳି ଖେଳିଥାନ୍ତି ତ କେତେବେଳେ ଝରଣାର କୁଳୁକୁଳୁ ଜଳଧାରେ କାଗଜଡଙ୍ଗା ନେଇ ଜଳକ୍ରୀଡା କରିବାର ଅଜବ ଖିଆଲ ମନକୁ ଆଣନ୍ତି l ଆଉ କେତେବେଳେ ନୀରୀମାଖି କପୋତୀଟି ଜ୍ୟୋସ୍ନା ବିଧୌତ ପରୀରାଇଜର ପରୀଟେ ସାଜି ପାରିଜାତ ଫୁଲ ପାଖୁଡ଼ାରେ ଜହ୍ନରେ କପୋତଟିର ନାଁ ଲେଖିବାକୁ ଜିଦ୍ ଧରେ l ବାଃ.. ସତରେ କି ଚମତ୍କାର ଭାବନା l

                 ଇତି ମଧ୍ୟରେ କପୋତଟିର ଦେହରେ ଆଉ କୈଶୋରର ସେ ନିରୀହ ସବୁଜିମା ନାହିଁ l ତା ଦେହର ପ୍ରତି ଶାଖା ଉପଶାଖା ବୟସ ଫୁଲର ବର୍ଣ୍ଣ ବିଭବରେ ଉବୁଟୂବୁ l ଯାହାକୁ ଦେଖିଲେ ସ୍ୱୟଂ ଦେବଦୂତ ବି ଇର୍ଷାନ୍ୱିତ ହୋଇଯିବେ l ଏମିତି ଭାବେ ସେମାନଙ୍କ ସମ୍ପର୍କଟା ବଢି ଚାଲିଲା ଶଶୀକଳା ଭଳି l କିନ୍ତୁ ସେମାନଙ୍କ ସୁଖର ଦିନ ବେଶି ଦିନ ରହିଲା ନାହିଁ l ହଠାତ୍ ସେମାନଙ୍କ ସୁଖର ଭାଗ୍ୟ ଆକାଶରେ ଦୁଃଖର କଳାବଉଦ ଘୋଟି ଆସିଲା l ବିଧିର ବିଧାନ ବଡ଼ ବିଚିତ୍ର l ଅଚାନକ ଦିନେ ପାରିଧି ସମୟରେ ରାଜକୁମାରଙ୍କ ଆଖି ଖୋସି ହୋଇଗଲା ଏଇ ସୁନ୍ଦରୀ ସୁଢ଼ଳନୟନୀ କପୋତୀଟି ଉପରେ l ରାଜକୁମାରଙ୍କ ସୌଖିନି ମନୋବୃତ୍ତି ବୋଧହୁଏ କପୋତୀଟି ପାଇଁ କାଳ ହେଲା l ରାଜକୁମାରଙ୍କ ନିର୍ଦେଶ ପାଇ ସୈନମାନେ ବିଚରା କପୋତଟି ଠାରୁ ତାର ପ୍ରାଣପ୍ରିୟା   ସପନରାଣୀକୁ ଜୋର୍ ଜବରଦସ୍ତ ଛଡାଇ ନେଇଗଲେ ରାଜ ନଅରକୁ l ସେଠି ସେ ଅଣନିଶ୍ୱାସୀ ହୋଇଗଲା ନିଜର ପ୍ରିୟ ପୁରୁଷଟିକୁ ଝୁରି ଝୁରି l ରାଜକୁମାରଙ୍କ ସୁନାପଞ୍ଜୁରୀ, ରୁପାଥାଳି ଆଉ ନାନାଦି ପ୍ରକାରର ଖାଦ୍ୟପଦାର୍ଥ ତା' ପାଖେ ନିଷ୍ପ୍ରଭ ହୋଇଗଲା l ତା ମନ କେଉଁଥିରେ ବି ବୁଝିଲାନି l ନିଇତି ନିଜ ମନର ମଣିଷକୁ ଝୁରିଝୁରି ସେ କଣ୍ଟା ହୋଇଗଲା l ନ ଖାଇ ନ ପିଇ ସେ ରୁଗ୍ଣତାକୁ ଆଦରି ନେଲା l ଏପଟେ କପୋତ ବି ତାର ପ୍ରିୟ ବାନ୍ଧବୀର ଫେରନ୍ତା ବାଟକୁ ଚାହିଁ ଚାହିଁ ତା ଆଖିରୁ ପାଣି ମରିଗଲା l ଭାବପ୍ରବଣ ହୋଇ ସେ ଖିଆପିଆ ଛାଡି ଦେଲା l ଫଳରେ ତା ସୁନ୍ଦର ସ୍ୱାସ୍ଥ୍ୟ ଭଗ୍ନ ହୋଇଗଲା l ହେଲେ ବି ତା'ର ଟିକିଏ ସୁଦ୍ଧା ଦୁଃଖ ନ ଥିଲା l କାରଣ ସେ ଏବେ ବି ଅପେକ୍ଷାରତ ବାଟୋଇ !...ତା'ର ସେଇ ଦିଲ୍ ଯାନିୟା କପୋତୀଟି ପାଇଁ... !!
     
             ଦୀର୍ଘ ଦିନର ସ୍ୱପ୍ନ ଓ ଆଶା ଆଜି ସାକାର ହେଲା କାରଣ ରାଜକୁମାରଙ୍କ ଆଖିରେ ଏବେ ରୁଗ୍ଣ କପୋତୀଟି ଅଲୋଡ଼ା ହୋଇଯାଇଥିଲା l ଫଳ ସ୍ୱରୂପ ସେ ତାକୁ ଆଜି ସବୁଦିନ ପାଇଁ ମୁକ୍ତିର ପଥ ଦେଖାଇଲେ l ମହା ଆନନ୍ଦରେ କପୋତୀଟି ମୁକ୍ତ ଆକାଶରେ ଉଡିବାକୁ ଚେଷ୍ଟାକଲା l କିନ୍ତୁ ବିଚାରି ନିଜ ଭଗ୍ନସ୍ୱାସ୍ଥ୍ୟ ହେତୁ ଉଡିପାରିଲାନି l ତଥାପି ନିଜର ପ୍ରିୟ ପୁରୁଷଟିକୁ ଅତି ପାଖରୁ ଦେଖିବା ପାଇଁ ତା'ର ମନ ଛଟପଟ ହେଲା ଆଉ ତା' ଓଠରେ ବହୁ ଦିନରୁ ସାଇତା ପ୍ରୀତି ଚୁମ୍ବନ ଟାଣି ଦେବାର ଆଶା ତାକୁ ସତେ ଯେମିତି ବେଶ ଶକ୍ତି ପ୍ରଦାନକଲା l ପରିଶେଷରେ ସେ ବହୁ କଷ୍ଟରେ
ସେଇ ଅତି ପରିଚିତ ଶାଳତରୁ ପାଖରେ ପହଂଚି ଗଲା ଯେଉଁଠି ତା ମନର ମଣିଷ ରହେ l ଅପେକ୍ଷାରତ କପୋତଟି ଫେରନ୍ତା କପୋତୀଟିର ଆଗମନରେ ନିଜକୁ କୃତାର୍ଥ ମନେକଲା l ଆନନ୍ଦାଶ୍ରୁରେ ତା ଗଣ୍ଡ ଦେଶ ପ୍ଲାବିତ ହୋଇଗଲା l ବାଃ.. କି ଆନନ୍ଦ !..କି ଶାନ୍ତି !!..କି ପରମ ତୃପ୍ତି !!! ସେମାନେ ବୋଧେ ଏଇ ମହାମିଳନକୁକେବେଠୁ ଅପେକ୍ଷା କରିଥିଲେ l ଏଇମିତି ଏକ ବିରଳ ଖୁସି ମୁହୂର୍ତ୍ତରେ ସେମାନେ ଭାବପ୍ରବଣ ହୋଇ ପରସ୍ପର ମଧ୍ୟରେ ଚଞ୍ଚୁକୁଚଞ୍ଚୁରେ ଘଷୁଘଷୁ ଭାରସାମ୍ୟ ହରାଇ ତଳେ ପଡିଗଲେ ଭଗ୍ନ କଳେବର ଯୋଗୁଁ l ଫଳରେ ନିମିଷକ ମଧ୍ୟରେ ସେମାନଙ୍କ ପ୍ରାଣବାୟୁ ଉଡ଼ିଗଲା l ଚାରିଆଡେ ଶୂନ୍ୟତା... ନିରବତା... ଆଉ ହା ହତାଶର ବାତାବରଣ ଖେଳିଗଲା l ବୋଧେ ସଭିଏଁ ଏଇ ପ୍ରେମୀ ଯୁଗଳଙ୍କ ମର ଶରୀର ଦୁଇଟା ପାଇଁ ଶୋକ ସଭାରେ ନିମଗ୍ନ l କେବଳ ଦୂର ଦିଗବଳୟର ନୁଆଁଣିଆ ସିଡ଼ିତଳେ ଅଳସ ରବିର ଲୁଚକାଳି ଖେଳଟା ଦୃଶ୍ୟମାନ ହେଉଥିଲା l ତା' ସାଙ୍ଗକୁ ଏଠାକାର ଶିମିରଣ ଏଇ ଅମର ପ୍ରେମର ବାର୍ତ୍ତାକୁ ଭସା ମେଘର ଡୋଲାରେ ବାଣ୍ଟି ଚାଲିଥିଲା ବୋଧେ ଆଗାମୀ ଦିନର ଆଗନ୍ତୁକ ମାନଙ୍କ ପାଇଁ l ବାସ୍ତବରେ କି ତ୍ୟାଗ, କି ଭଲ ପାଇବା ଆଉ କି ଆକର୍ଷଣ ଥିଲା ଏମାନଙ୍କ ପ୍ରେମରେ...l ଭାବିଲା ବେଳକୁ ବଡ଼ ତାଜୁବ ଲାଗେ ଓ ମନରୁ ସ୍ୱତଃ ବାହାରି ଆସେ ""ଏଇ ବୋଧେ ପ୍ରେମ""...ହଁ.. ହଁ.. ଏଇ.. ବୋଧେ.. ପ୍ରେମ... l

                  ====ସମାପ୍ତ=====


ସାନ୍ତରାପଲ୍ଲୀ, ଗଞ୍ଜାମ 
ମୋ :9861638736

❣ ବାସ୍ତବ ପ୍ରେମର ପରିଭାଷା ❣

ବାସ୍ତବ ପ୍ରେମର ପରିଭାଷା/:/
                              ✍ ଦାଶରଥି ସାହୁ 

ବୟସର ସଫଳତା ଏ ପ୍ରେମ ବିଚାରର ସମାନତା
ପ୍ରେମ ପାଠ ଭାଇ ଭାରି ଅଙ୍କାବଙ୍କା ଅଡୁଆ ଖିଅର ସୁତା
ସଭିଏ କହନ୍ତି ସ୍ରଷ୍ଟାଙ୍କ ସୃଷ୍ଟିରେ ଏ ଦରବ ଅଟେ ଦାମୀ
ବେଳେ ବେଳେ ଲାଗେ ବିଚାରର ସମାନତାରେ ଏ ପ୍ରେମ ବୟସର ପାଗଳାମି....!

         ପ୍ରେମ ସତ୍ଯ,ଶିବ,ସୁନ୍ଦର,ଶାଶ୍ୱତ,ଚିରନ୍ତନ ହେଲେ ଏକବିଂଶ ଶତାବ୍ଦୀର ମଣିଷ ନିଜ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ସମ୍ପର୍କ ସାଥିରେ ସଉଦା କରେ,ବିଶ୍ୱାସକୁ ନେଇ ବ୍ଯବସାୟ କରେ,ଯେମିତ ସବୁ ଅନର୍ଥର ମୂଳ କାରଣ ପାଲଟି ଯାଇଛି ଏ ସ୍ରଷ୍ଟାଙ୍କ ସୃଷ୍ଟିରେ ନିଜକୁ ଶ୍ରେଷ୍ଠ କହି ଛାତି ପିଟୁଥିବା ଏ ମଣିଷ ଜାତି,ତଥାପି ଏ ସଂସାରର କେଉଁ ଏକ କୋଣେ ଅନୁକୋଣେ କେହି କେହି ଅଛନ୍ତି ଯେଉଁମାନେ ଜାଣନ୍ତି ବାସ୍ତବ ପ୍ରେମର ପରିଭାଷା ତେବେ ନଜର ଦିଅନ୍ତୁ ମୋ ତୃତୀୟ  ପ୍ରୟାସକୁ ତାଗିଦ୍ କରିବେ ଯାହା ଯେତେ ତୃଟି ଦେଖି  । 

            ଗାଆଁଟିର ନାମ ଅନ୍ଧାରିଗଡ ସେଇଠି ରହୁଥିଲେ ଦନେଇ ଦାସ ପୁଅ,ଝିଅକୁ ନେଇ ତାଙ୍କ ପରିବାରର ଅଣ ଓସାରିଆ ଛାତ,ଅଭାବି ହେଲେ ମଧ୍ଯ୍ଯ ପରସ୍ପର ଭିତରେ ଉତ୍ତମ ବୁଝାବଣା ଲାଗେ ଯେମିତି ଘର ନୁହେଁ ଏ ମାଟି ବୌକୁଣ୍ଠ,ହେଲେ ସବୁବେଳେ ରାତି ପାହି ସକାଳ ହେଲେ ଦନେଇ ଦାସଙ୍କ ଚୁଲି ଚାଉଳର ଚିନ୍ତା,ଅଭାବ ତେଲ ଲୁଣ ସଂସାର କଥା,ପିଆଜ ପଖାଳ ତାଙ୍କ ଅତି ପରିଚିତ,ବେଳେ ବେଳେ ପୁଣି ଜାଉ କାଞ୍ଜି ସହ ଗୁଆ ଦିଆ ବନ୍ଧୁ,ତଥାପି ହାରାସ୍ ନହୋଇ ଷୋହଳ ବର୍ଷର ଝିଅ ଅଲିଭାର ନାମ ଲେଖେଇ ଥିଲେ ବିଜ୍ଞାନ ମହା ବିଦ୍ଯାଳୟରେ ନିଜ ମୁଣ୍ତ ଝାଳ ତୁଣ୍ତରେ ମାରି ।

              ବୟସର ଅପରାହ୍ନରେ ପାଦ ଥାପି ମଧ୍ଯ୍ଯ ନିଜ ପରିବାରର ସୁଖ ଭବିଷ୍ଯତ ପାଇଁ ଦନେଇ ଦାସ ଯେଉଁ ଭଳି ଭାବେ ସମୟ ସହିତ ଲଢେଇ କରୁଥିଲେ ତାହା ଦେଖିଥିଲା ଅଲିଭା,ଯେଉଁଥି ପାଇଁ ସେ ଝିଅଟେ ହୋଇ ମଧ୍ଯ୍ଯ ନିଜକୁ ରୋଜଗାର କ୍ଷମ କରିବାକୁ ପ୍ରୟାସ ଜାରି ରଖିଥିଲା,ଅଲିଭା ଅତି ନିଖୁଣ ,ନିଆରା ନିର୍ଣ୍ଣୟିକା ସର୍ବ ଗୁଣେ ସମ୍ପର୍ଣ୍ଣା ବୟସର ରାଜପଥରେ ଚାଲୁ ଚାଲୁ ସମ୍ପର୍କର ମିଠା ଶିଉଳିରେ ତା'ର ପାଦ ଖସି ସାରିଥିଲା,ନିଜ ଅଜାଣତେ ତା ମନ ଝରକା ଦେଇ କେତେ ବେଳେ ପ୍ରିତୀର ମଳୟ ପବନ ବୋହିଗଲା ନିଜେ ବି ସେ ଅଜ୍ଞ ଥିଲା,ସାଥି ସାଜୁଥିଲା ଚଲାବାଟର ବନ୍ଧୁଟିଏ ପୁଣି ସୁଖ ଦୁଃଖର ସେ ଥିଲା ଅଲିଭାର ପଡୋଶୀ ଆଦର୍ଶ ଦୁହେଁ ସହପାଠିବି ଥିଲେ ।

            ସେଦିନ ପ୍ରକୃତି ରାଣୀର ପଣତକାନିରେ ସବୁଜ ଘାସର ଗାଲିଚା ପସରା ମେଲିଥିଲା,ଆଦ୍ଯ ଆଷାଢର  ଅସରା ଅସରା ବରଷା ଛିଟାରେ ବତୁରା ମାଟିର ବାସ୍ନା ମହକାଉ ଥିଲା ଚଉଦିଗ,ଖୋଲା ଆକାଶର ଫୁଙ୍ଗୁଳା ପବନବି ଭାରି ଫାଜିଲ୍ ଥିଲା ଦେହ ମନରେ ଭରି ଦେଉଥିଲା ମିଠା ଶହରଣ ହେଲେ ଆଦର୍ଶ ଅଲିଭାର ଧିମା ଧିମା ଆଖିର ଭାଷା ବୁଝିଥିଲା,ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଦୁହିଁଙ୍କ ପ୍ରେମ ନିଷ୍ପାପ ଓ ନୈସର୍ଗିକ ଥିଲା,ଆଦର୍ଶ ଅଲିଭାର ପୂଜା ଫୁଲ ପରି ପବିତ୍ର ସଂମ୍ପର୍କର ସାକ୍ଷୀ ଥିଲା ଦୁହିଙ୍କର ଦୁଇ ହଳ ଆଖି ।

           ଆଖି ଏଇ ଆଖିବି ବେଳେ ବେଳେ ମଣିଷକୁ ଧୋକା ଦିଏ ଭିଷଣ ଭାବରେ,ସୁଦୂର ରାଇଜ ଅନ୍ଧାରିଗଡରୁ ଦନେଇ ଦାସ ଆସିଥିଲେ ହଷ୍ଟେଲକୁ ଅଲିଭାକୁ ଦେଖିବାକୁ ସଦର ଦରଜା ଖୋଲୁ ଖୋଲୁ  ଦେଖିଲେ ଅଲିଭା କେଉଁ ଏକ ପୁରୁଷ ପୁଅର ବାହୁ ବନ୍ଧନରେ ଛନ୍ଦି ହୋଇ  ଅଛି ,ଘଟଣା କିଛି ଅଲଗା ଥିଲା ଅଲିଭା ଆଖିରେ କିଛି ଧୂଳି ଜାଗା ନେଇଥିଲା ଯହାକି ଆଦର୍ଶ ଅଲିଭାର ଓଢଣୀରେ ସଫା କରି ଦେଉଥିଲା ଏହା ଦେଖି ଦନେଇ ଦାସ ଅଲିଭାକୁ ଦୁରରୁ ଦେଖି ଆପଣା ବାଟେ ଘରମୁହାଁ ହେଲେ ବିଚରା ବାପ ସେ କଥା ଭାବି ଭୟଭିତ , କାରଣ ସେ ଜାଣିଥିଲେ ଗରିବ ମାନଙ୍କ ପାଇଁ କଳଙ୍କ ସେମାନଙ୍କ  ମୁଣ୍ତ ଉପରେ କଳା ମେଘର ଛାଇ ଆଉ ବଡ ବଡିଆଙ୍କ ପାଇଁ କଳଙ୍କ ସେମାନଙ୍କ ମୁଖ ମଣ୍ଡଳରେ ଶୋଭାପାଏ ହୋଇ କଳାଜାଇ, ସବୁପରେ  ବାପର ମନ କାଗଜ ପୁଡିଆରେ ସିନ୍ଦୁର ଦେଖିଦେଲେ ବିକଳରେ ଆଉଟୁ ପାଉଟୁ ଝିଅ କେବେ ତାକୁ ସିନ୍ଥି ସିନ୍ଦୁର କରି ସ୍ୱାମୀ ସୁହାଗିନି ହେବ ବୋଲି ଚିନ୍ତାର ଚଡକ । ଗାଇ  ଫେରୁଥିଲେ ଗୋଠକୁ,ପକ୍ଷୀ ଫେରୁଥିଲେ ବସାକୁ ବେଳର  ବୟସେ ବି ପଡି ଆସୁଥିଲା ଛାଇ ,  ଅଳପ ଅଳପ ସଞ୍ଜ ଆସୁଥିଲା ନଇଁ କାହିଁକି କେଜାଣି ଅହେତୁକ ଆତଙ୍କରେ ଆଉଟୁ ପାଉଟୁ ହେଉଥିଲା ଅଲିଭା ହଠାତ୍ ମୋବାଇଲ୍ ଫୋନ୍ ବାଜି ଉଠିଲା ସେ ନମ୍ବର ଥିଲା ଅଲିଭାର ପିଉସୀ ପୁଅର ,ଫୋନ ଉଠାଇ ହେଲୋ କହୁ ନ କହୁ ଭାଷି ଆସିଲା ବାପା ଦନେଇ ଦାସଙ୍କ ସ୍ୱର ମାଆରେ ଭଲ ଅଛୁ ତୋ ପଢା ପଢି ସବୁ ଠିକ୍ ଠାକ୍ ତ 
ହଁ କହିଲା ଅଲିଭା ବାପ କହିଲା ମାଆରେ ତୁ ଯେତେ ଶୀଘ୍ର ପାରିବୁ ଗାଆଁକୁ ଆସିବୁ ମୁଁ ତୋ ପାଇଁ ବାହାଘର ସ୍ଥିର କରିଛି ତୋ  ପିଉସୀ ପୁଅ ପ୍ରତ୍ଯୁଷ୍ ସାଥିରେ  ମୁଁ ଜାଣେ ତୁ ମୋ ସୁନା ଝିଅ ମୋ ମନ ରଖିବୁ,ବାହାଘର କଥା ଶୁଣି ସ୍ତବ୍ଧ ପାଲଟିଗଲା ଅଲିଭା ଯେମିତି ତା ମୁଣ୍ତ ଉପରେ ଆକାଶ ଛିଡି ପଡିଲା ତା ପାଦ ତଳର ମାଟି ପୁଳା ପୁଳା ହୋଇ ଭୁଷୁଡି ପଡିଲା ,ନୀରବ ନିରୁତ୍ତର ରହିଲା ବାପା କିନ୍ତୁ ଅନର୍ଗଳ କହି ଚାଲନ୍ତି  ।

                    ଆପେ ମଙ୍ଗ ଛିଡେଇ ମଝି ନଈକୁ ଚାଲି ଯାଇଥିବା ଆପଣାର ନାଆକୁ ସମୟର ଚହଲା ପାଣିରେ ପହଁରା ଦେଇ ଆସିବାକୁ ସ୍ୱାଗତ କଲେ ସବୁ ସରିଯିବ ପୁଣି ଏ ବଳ ବୟସରେ ନିଜ ନାଆକୁ ଆଣିବା ପାଇଁ ମୁଁ ଦରିଆ ମଝିକୁ ଡେଇଁ ପାରିବିନି ଶୁଣ୍ ଝିଅ ମୋ ମନ ଯଦି ନରଖିବୁ ତେବେ ବାହୁଡିଲା ବେଳେ ଘରେ ତୁ ତୋ ବାପାକୁ ଦେଖିବିନୁ ,ଦେଖିବୁ ତୋ ବାପର ସମାଧିରେ ଉଠିଥିବା କଅଁଳ ଘାସକୁ ଏତକ କାହି ଫୋନ୍ କାଟିଦେଲେ ଦନେଇ ଦାସ,ବିଚାରି ଅଲିଭାର ମନ ଆକାଶରେ ଅଶାନ୍ତର  କଳାହାଣ୍ଡିଆ ମେଘ ଚଅଁରି ଉଠିଲା ,ତଥାପି ମନରେ ସାହାସ ଜୁଟେଇ ଆସୁଥିବା ପରିସ୍ଥିତିକୁ ସାମ୍ନା କରିବାକୁ ଅଣ୍ଟା ଭିଡିଲା କୋହ ମିଶା କଣ୍ଠରେ ଆଦର୍ଶକୁ ଡାକ ପକେଇଲା  ।

          ଆଦର୍ଶ ଏ ଆଦର୍ଶ ମୋ ପାଖକୁ ଆସିଲ, ଆସିଲା ଆଦର୍ଶ କୁହ ଧନ ପ୍ରେମର ଶେଷ କଅଣ ସିନ୍ଦୁର ! ଅବାକ୍ ହୋଇଗଲା ଆଦର୍ଶ ବିଚରା , ହଠାତ୍ ଏମିତି ପ୍ରଶ୍ନ !କ୍ଷମା କର ମୋତେ ମୁଁ ତୁମକୁ ବିବାହ କରି ପାରିବିନି ପାରୁଛ ଯଦି ମୋତେ ଭୁଲିଯାଅ,ଅଲିଭା ତୁମେ କଅଣ ମୋତେ ଭୁଲି ପାରିବ, ଅଲିଭା କୁହେ ଏ ଆଦର୍ଶ ତୁମେ ମୋ ପାହାନ୍ତି ନିଦର ସ୍ୱପ୍ନ ନୁହଁ ଯାହାକୁ ମୁଁ  ଭୁଲିଯିବି, ତୁମେ ମୋ ଦେହର ହଳଦୀ ନୁହଁ ଯାହା କି ମୁଁ ଆଉ କାହା ପାଇଁ ବାଡୁଅ ପାଣିରେ ଗାଧୋଇ ପଡିବି, ତୁମେ  ମୋ ସଞ୍ଜ ସକାଳର  ତୁଠ ପଥର ନୁହଁ ଯାହା ଉପରେ ପାଦ ଘଷି ମୁଁ ମୋ ପ୍ରେମ ଅଳତାକୁ ଧୋଇଦେବି , ତୁମେତ ମୋ ଛାତି ତଳର ଶ୍ରେଷ୍ଠ  ଅନୁଭବ ଯାହାକୁ ନେଇ ମୁଁ ଏ ଦୁନିଆରୁ ଚାଲିଯିବି, ତୁମେ ଭୁଲ୍ କହୁଛ ଅଲିଭା ବରଂ ଏଇ ଅନୁଭବକୁ ତୁମେ କନକ ଆଞ୍ଜୁଳି କରି ତୁମ ବାପାଙ୍କ କାନ୍ଧ ଗାମୁଛାରେ ଅଜାଡି ତୁମେ ଆଉ କାହା ଘରକୁ ବୋହୂ ସାଜି ଚାଲିଯିବ,ମୋ ସୁଖ ସ୍ୱପ୍ନକୁ ଖଇ କଉଡି କରି ବିଞ୍ଚି ତୁମେ ଆଉ କାହା ସହ ମାଟିର ବେଦୀରେ କଉଡି ଖେଳିବ,ପ୍ରେମର ଦ୍ୱାହିରେ ମୋ ସହିତ ବାଣ୍ଟି  ନଥିବା ଲାଜକୁ ଫୁଲ ଶେଯର  ମିଞ୍ଜି-ମିଞ୍ଜି ଆଲୁଅରେ ଆଉ କାହା ସହିତ ତୁମେ ଭାଗ ବାଣ୍ଟିବ,କିଛି ସଫେଇର ସାଠିଫିକେଟ୍ ଦେବା ଜରୁରୀ ନୁହଁ ତୁମ ବାପାଙ୍କ ସହ କଥା ମୁଁ ସବୁ ଶୁଣିଛି,ଏ ଅଲିଭା କେମିତି ମୁଁ ଭୁଲିବି ନିଜଠାରୁ ଅଧିକ ଭଲ ପାଉଥିବା ଚିହ୍ନା ଚିହ୍ନା ଦିନ ଗୁଡିକୁ,କଥା ଗୁଡିକୁ,ସ୍ୱପ୍ନ ଆଉ  ସ୍ମୁତି ଗୁଡିକୁ , ଆଜି ମୁଁ ଠିକ୍ ବୁଝୁଛି ଏ ଦୁନିଆଁରେ ରକତର ବନ୍ଧନ ଠାରୁ  ଆଉ  କେଉଁ ବନ୍ଧନ ସେତୁବନ୍ଧ ଭଳି ଚିରସ୍ଥାୟୀ ହୋଇ ପାରେନା ବାକି ସମସ୍ତେ ବଞ୍ଚିବା ମରିବାର କଥା ଦିଅନ୍ତି ସତ ହେଲେ ନିଜ ସ୍ୱାର୍ଥ ପାଇଁ ଏ ସାଥିକୁ ସ୍ୱପ୍ନ ଭାବି ଭୁଲି ଯାଆନ୍ତି,ତଥାପି ତୁମକୁ ମୋତେ ଭୁଲିବାକୁ ହେବ ଆଦର୍ଶ ମୋ ପାଦରେ ପରିସ୍ଥିତିର ବେଡି,ଭାବି ନେବ ଆମ ସମ୍ପର୍କ କାଳ ରାତ୍ରିର ଦୁଃସ୍ୱପ୍ନ ଥିଲା,ଆମ ପ୍ରେମ ସମୁଦ୍ର ବେଳା ଭୂଇଁର ବାଲିଘର ଥିଲା,ଆଶା ସ୍ୱପ୍ନ ଯେତେ ବାସ୍ତବ ନିଆଁରେ ଜଳିପୋଡି ମୁଠାଏ ପାଉଁଶ ପାଲଟିଗଲା ହଁ ହଁ ମୁଠାଏ ସପନ ଆମ ମୁଠେ ପାଉଁଶ  ।

            ନାଇଁ ଅଲିଭା ଶୁଖିଲା ପତ୍ରଟିକୁ ସିନା ଦିଆସିଲି କାଠିଟିଏ ସିନା ଜାଳି ଦେଇପାରେ ହେଲେ ପ୍ରେମକାକୁ ନେଇ ପ୍ରେମିକର ଉଦ୍ବେଗ ଉଦ୍ଯାନରେ ଜିଇଁଥିବା ସ୍ୱପ୍ନର ସବୁଜଲତାକୁ ଜଳନ୍ତା ଆଗ୍ନେୟଗିରିର ଜଳନ୍ତା ଶିଖାବି ଜାଳି ପାରେନା,ରଙ୍ଗମଞ୍ଚରେ ଅଭିନୟ କରୁଥିବା ଅଭିନେତାର ମୁହଁର ରଙ୍ଗ ସିନା ରାତି ପାହି ସକାଳ ହେଲେ ବଦଳି ଯାଏ ହେଲେ ପ୍ରେମିକ ଆଖିର ଫାଙ୍କା କାନ୍ଥରେ କାନଭାର୍ସ ହୋଇ ଝୁଲୁଥିବା ପ୍ରେମିକାର ଫୋଟ ଚିତ୍ର ଜୁଇରେ ଜଳିବା ଯାଏ ଝୁଲୁଥାଏ ଯେ ଝୁଲୁଥାଏ  ।

             ତାହେଲେ ତୁମେ କୁହ ଆଦର୍ଶ କଅଣ କରିବି ମୁଁ ଏନ୍ତୁଡି ଶାଳରୁ ଏ ପର୍ଯ୍ଯନ୍ତ ଯେଉଁ ବାପ ତା କୋଳକୁ ଝୁଲଣା ଆଉ ଛାତିକୁ ଅଗଣା କରି ମା ଛେଉଁଣ୍ତ ହେବାର ଦୁଃଖକୁ ଅନୁଭବ କରିବାକୁ ଦିନେବି ସୁଯୋଗ ଦେଇନଥିବ ମୋ ବୁଢା ବାପର ଇଚ୍ଛାକୁ ସମାଧି  ଦେଇ ସେ ସମାଧି ଉପରେ ଖିଆଲିର ଘୋଡା ଦୌଉଡେଇ ପାରିବି,ପାରିବି ସେଇଠି ଜିଦ୍ ର ମିନାର୍ ଗଢି, ପିଲାବେଳେ ଆଙ୍ଗୁଳି ଧରି ଚାଲି ଶିଖେଇଥିବା ମୁଠା ଭିତର ବନ୍ଧନକୁ ଭୁଲି ପାରିବି, ବରଂ ନିଜ ଇଚ୍ଛାକୁ ମାରି ହୃତପିଣ୍ତ ଉପାଡି ନିଜ ରକ୍ତରେ ଏମିତି ବାପର ପାଦ ଧୋଇଦେବି ଯାଅ ଆଦର୍ଶ ରାତି ଆସି ଅନେକ ହେଲାଣି ମୋ ସାଥେ ବିତେଇଥିବା ବୟସର ସ୍ମୁତିକୁ ଶବ କରି ମନ ମଶାଣୀରେ ପୋଡିଦେଇ ନିଶ୍ଚିନ୍ତ ହୋଇଯାଅ ତୁମକୁ ନେହୁରା ହୋଇ କହୁଛି  ।

           ନିଶ୍ଚିନ୍ତ ରହିବି ଅଲିଭା ତୁମେ ଘରକୁ ଫେରିଯାଇ ବାପଙ୍କ କଥାରେ ବିବାହ କରି ସ୍ୱାମୀ ସୁହାଗିନୀ  ହୁଅ ଶୁଭଚିନ୍ତକ ହିସାବରେ ଏତିକି ମୋର କାମନା ଏ ଆଦର୍ଶ ହସର ହଁ ମୁହଁକୁ ତୁମ ପାଖରୁ ଛଡେଇ ନେଇ ଯିଏ ତୁମ ଆଖିରେ  ନାଁ ର ଲୁହ ନେସି ଦେଉଛି ତା'ପାଇଁ ଏ ଚିନ୍ତା ସ୍ପୃହଣୀୟ ନୁହେଁ, ଧେତ୍ ପାଗେଳିଟା ତୁମେ ଜାଣନା ଅଲିଭା କୁଆଁରୀ ନଈ ଛାତିରେ ପହିଲି ଆଷାଢର ପାଣି ଟୋପେ ପଡିଗଲେ ସୁନା ଶଗଡି ପାହାଡ ଛାତିରେ କେତେ ନାନା ଜାତିର ଘାସ ଫୁଲ ଗଜିରି ଉଠେ ,ଅଲିଭା ସିନ୍ଦୁର ଟୋପାଏରେ ମୁଁ ତୁମକୁ ସିନା ନିଜର କରି ପାରିଲିନି ହେଲେ ପୁଣି ଏ ଡହରା ସମୟ ଯଦି କେବେ କେମିତି କଡ ଲେଉଟାଏ ତୁମ ଓଠର ଚେନାଏ ହସ ପାଇଁ ମୋ ଜୀବନ ମୁଁ ଯମକୁ ଦେଇଦେବି ଏହାପରେ କାନ୍ଦି କାନ୍ଦି ଯେଝା ବାଟେ ଚାଲିଗଲେ  ।

         ଅବୁଝା ନହୋଇ ଅଲିଭା ବାପାଙ୍କର ସୁନା ଝିଅ ହେଲା ବେଦୀ,ବ୍ରାହ୍ମଣର ମନ୍ତ୍ର ପାଠ ,ଗଇଠାଳ ଗଣ୍ଠି , ତେତିଶି କୋଟି ଦେବତା ସାକ୍ଷି ରଖି ପ୍ରତ୍ୟୁଷ୍ ସହ ବିଧି ପୂର୍ବକ ବିବାହ ସମାପନ ହେଲା । ବିବାହ ପରେ ବାସର ରାତି ରଜନୀଗନ୍ଧାର ଭୁରୁ ଭୁରୁ ଗନ୍ଧରେ ମହକି ଉଠୁଥିଲା ଆବଧ କୋଠରୀ,ପହିଲି ପ୍ରେମକୁ ପାଶୋରି ନପାରି ଲାଜର ଓଢଣା ତଳେ ଅଣନିଶ୍ବାସୀ ହୋଇ ଅବଶୋଷର ଅଙ୍କ କଷୁଥାଏ ଅଲିଭା ।, ହଠାତ୍ କବାଟ ଖୋଲି ପାଖରେ ଆସି ପହଞ୍ଚିଗଲା ଅଲିଭାର ପତି ପ୍ରତ୍ଯୁଷ୍ ଲାଜର ଓଢଣା ଖୋଲିଦେଇ କହିଲା ହେ ପ୍ରାଣେଶ୍ୱରି ମୁଁ ଜାଣେ ତୁମେ ହେଉଛ କାଳିଦାସଙ୍କ ମହକାବ୍ଯ ଶକୁନ୍ତଳା ପରି  ଆଉ ଜଣେ ଅସାଧାରଣ ନାୟିକା  ଶକୁନ୍ତଳା ହାତରେ ଦୁଷ୍ମନ୍ତଙ୍କ  ସ୍ୱୀକୃତିର ମୁଦି ଥାଇବି ସେ  ଯେମିତି  ଅନ୍ଯ ପାଇଁ ସିନ୍ଥିରେ ସିନ୍ଦୁର ନାଇଥିଲେ ତୁମେବି ପରିସ୍ଥିତିରେ... 

              ସବୁ ନିୟତିର ନିୟମ,ସ୍ୱର୍ଗ ନନ୍ଦିନୀ କୁଳେ ବସି ପ୍ରଜାପତି ବ୍ରହ୍ମା ବର ପତ୍ର ସହ ଓସ୍ତ ପତ୍ର ଯୋଡି ଯମୁନା ନଇରେ ଭସେଇ ସ୍ଥିର କରୁଥିଲେ ଯିଏ ଯାହା ପାଇଁ,ତୁମେ ଜାଣ ଜଣେ କୁଆଁରୀ ଝିଅର ଅନୁଭୁତି ବିହୀନ ମନର ଚୋରାବାଲିରେ ଯଦି କୌଣସି ଅଜଣା ପୁରୁଷର ଭଲ ପାଇବାର ପାଦ ଚିହ୍ନ ଆଙ୍କି ହୋଇଯାଏ ତେବେ ବିବାହିତ ଜୀବନର ମିଠା ଚଇତାଳି ପବନ ଏକା ଥରେ ସବୁ ପାପ ଧୋଇ ଦିଏ,ହେ ଅଲିଭା କିଛି କୁହନା ଦେଖ ତୁମ ନିରବତା ଦେଖି ରାତିଟା ଅଭିମାନ କରି ଚାଲି ଯାଉଛି ।

           କଅଣ କହିବି ପ୍ରତ୍ଯୁଷ୍ ଜୀବନରେ ଜିଇଁବାକୁ ହେଲେ କାଣିଚାଏ ସ୍ନେହ,ମୁଠାଏ ମମତା ଆଞ୍ଜୁଳାଏ ଭଲ ପାଇବା ଲୋଡା ବିଧାତାର ବିଧି ତୁମକୁ ପତି ରୂପେ ପାଇବା,କିଏ ଜାଣେ ଆସୁଥିବା ଭବିଷ୍ଯତ କାହାପାଇଁ କେଉଁ ରୂପ ନେଇ ଆସିବ ବାସ୍ ବର୍ତ୍ତମାନକୁ ନେଇ ଦିଦିନର ଜୀବନରେ ସମ୍ପର୍କର ଡୋର ଟିକେ ବାନ୍ଧିଦେଲେ ସବୁ ଖତମ ଏମିତି ଆଳାପ ପରେ ପତି ପତ୍ନୀ ର ସଂଜ୍ଞ୍ଯା ନିର୍ବାହ କରି  ଦୁହେଁ ରାତି ପୁହାଇଲେ ।

       ଜୀବନ ଦୌଡୁଛି ଭେଟିବାକୁ କାଳ ସିନ୍ଧୁ କରାଳ ଲହରୀ,ଜୀବନ ସାଥିରେ ସମୟ ଚାଲିଛି ହେ ଆତ୍ମନ୍ ସମୟକୁ ସ୍ୱାଗତ ଜଣେଇ କେଉଁ ଏକ ଅନିର୍ଦ୍ଧିଷ୍ଟ ପୃଥିବୀର ଚେନାଏ ମାଟି ଉପରେ ଜୀବନ ଗାଉଛି ସମୟର ସଙ୍ଗୀତ ଆଉ ଏ ସମୟ ଖେଳୁଛି ଚକା ଚକା ଭଉଁରି । ଏ ସମୟର ଚକା ଚକା ଭଉଁରି ଖେଳ ଭିତରେ ଅସୁସ୍ଥ ହୋଇ ସାରିଥିଲା ଅଲିଭା । ଏଣେ ଆଦର୍ଶ ଖୋଜି ବୁଲୁଥିଲା ହରେଇଥିବା ପ୍ରେମକୁ ପାଖେ ପାଇ ମନେ ଭରି ଦେଖିବାକୁ ,ଆଦର୍ଶ ଏବେ ମେଡିକାଲ୍ ରେ ଝାଡୁଦାର୍ କାମ କରୁଥିଲା ଦେଖିଲା ମେଡିକାଲ୍ ରେ ସେଇ ଚିହ୍ନା ମୁହଁ ଅଲିଭା ଆସିଥାଏ ଅସୁସ୍ଥର କାରଣ ଜାଣିବାକୁ ପତି ସହିତ ,ସତରେ ହୃଦୟର ଡାକ ଲକ୍ଷେ ଯୋଜନକୁ ଶୁଭେ ଏକଥା ସତ ହେଲା ,ଅଲିଭାକୁ ଡାକ୍ତର ପରିକ୍ଷା ନିରିକ୍ଷା କରି ବାହାରକୁ ପଠେଇ ଦେଇ ପ୍ରତ୍ଯୁଷ୍ କୁ ଗୋଟି ଗୋଟି କରି କହିଲେଯେ ଅଲିଭାର ହାର୍ଟ ଖରାପ ଅଛି ହାର୍ଟ ଯୋଗାଡରେ ଲାଗିପଡ ଖୁବ ଶୀଘ୍ର ଅପରେସନ୍ କରିବାକୁ ପଡିବ ଏ କଥା ଶୁଣି ପ୍ରତ୍ଯୁଷ୍ କୁ ଚାରିଦିଗ ଅନ୍ଧାର ଦିଶିଲା ହାଏରେ ବିଧାତା ଏ କିସ କଲୁ କହି ମନ ଦୁଃଖରେ ଘରକୁ ଯିବାକୁ ପତ୍ନୀକୁ ଧରି ବାହାରିଲା ।

         ଅସହାୟତାର  ଅରଗଳିରେ ଜୀବନ ଆଜି ଏକଥା ଭାବି ଭାବି ମେଡିକାଲ୍ ବାରଣ୍ତାରେ ଦଣ୍ତାୟମାନ ହନୁମାନଙ୍କ ମୂର୍ତ୍ତିକୁ ନତ ମସ୍ତକ ହୋଇ  ପ୍ରଣାମ କରି ମଥା ଉଠାଉ ଉଠାଉ କିଛି ଦୂରକୁ ଲକ୍ଷ କଲା କେହି ଜଣେ ଦୁହିଁଙ୍କୁ ଦେଖୁଛି ଟିକେ ମଳିନ ପଡିଥିବା ଚେହେରା ବୟଷ୍କ ପୁଣି ଝାପ୍ସାରେ ଚିହ୍ନା ଲାଗିଲା ସେ କିନ୍ତୁ ଆଉ କିଏ ନଥିଲା ଆଦର୍ଶ ବହୁ ବର୍ଷ ପରେ ଦେଖୁଛି ତା ମନର ମାନସୀକୁ , ଅଲିଭାକୁ ନେଇ ପ୍ରତ୍ଯୁଷ୍  ଗାଡିରେ ବସେଇ ଏଇଠୁ ଆସୁଛି କହି ଆଦର୍ଶ ପାଖକୁ ଧାଇଁ ଆସିଲା ଆବେଗରେ କୁଣ୍ଡେଇ କାନ୍ଦିବାକୁ ଲାଗିଲା ମୁଁ ହାରିଗଲି ଆଦର୍ଶ ତୁମଠୁ ତୁମ ଅମାନତ୍ କୁ ଆଣିବାର  ଦଣ୍ତ  ଭୋଗୁଛି, ଅଳପ ହସିଦେଇ ଆଦର୍ଶ କହିଲା ନାରେ ବାବୁ ଥୁଣ୍ଟା ହୋଇଯିବାର ଦୁଃଖକୁ ନେଇ ଗଛ ଯଦି କାଠୁରିଆ ଠାରୁ ଡାଳ,ପତ୍ର,ଛାଇ ଫେରେଇ ଆଣୁଥାନ୍ତା ତେବେ କାଠୁରିଆ ଘରେ ଚୁଲି ଜଳୁ ନଥାଆନ୍ତା କି ସେହି କଷ୍ଟକୁ ମହାପୂଣ୍ଯ ଭାବି ଗଛଟି ମରିବା ଯାଏଁ  କଅଁଳୁ ନଥାଆନ୍ତା କୁହ କାହିଁକି ଆସିଥିଲ ମେଡିକାଲ୍ ,ପ୍ରତ୍ଯୁଷ୍ ଗୋଟି ଗୋଟି ସବୁ କହିଲା ହେଲେ ଆଦର୍ଶ ଅଧର୍ଯ୍ଯ ନହୋଇ ଦମ୍ଭ ଦେଲା ମନେ ମନେ ଭାବିଲା ଏହା ହିଁ ପ୍ରକୃତ ବେଳ ଭାବିବାରେ ଲାଗିଲା ,ଏଣେ ପତି ଆସିବାର ବିଳମ୍ବ ଦେଖି ଛୁଟି ଆସି ଦେଖେତ ଦୁହେଁ କଥା ହେଉଛନ୍ତି କିଛି ନବୁଝି  ଅଲିଭା କହିଲା ଏ ଆଦର୍ଶ ବହୁ  କଷ୍ଟରେ ଧୌର୍ଯ୍ଯ ସାହାସକୁ ଗୋଟେଇ ସାଉଁଟି ମୋ ଅବୁଝା ମନକୁ ମୁଁ ବୁଝେଇ ଦେଇଛି ,ମୋ ବୁଝି ଯାଇଥିବା ମନରେ ନଖ ମାରି ତୁମେ ଯଦି ଆଉଁଷି ଦେବ ତେବେ ଖାଲି ଶୁଖି ଯାଇଥିବା ମୋ ମନର କ୍ଷତ ନୁହଁ ସାରା ଦେହଟା ମୋର ରକ୍ତରେ ଜୁଡୁବୁଡୁ ହୋଇଯିବ ମୋ ପତିକୁ ନେଇ ମୁଁ ଖୁସିରେ ଜୀବନ ଜିଉଁଛି ଏତକ କହି ପତିକୁ ନେଇ କାନ୍ଦି କାନ୍ଦି ଚାଲିଗଲା ଅଲିଭା ।

        ଆଦର୍ଶ କିନ୍ତୁ ଏହା ଶୁଣି ଖୁସି ଅନୁଭବ କଲା ଆଉ ଦେଖିଥିଲା ଅଲିଭା ଆଖିରେ ତା ପତି ପ୍ରତି ପ୍ରଗଢ ପ୍ରେମ,ଆଉ ଜିଇଁବାର ନିଶା ,ତୁରନ୍ତ ମେଡିକାଲ୍ ଯାଇ ଡାକ୍ତରଙ୍କୁ ସମସ୍ତ କଥା କହି ହାର୍ଟ ଦେବବୋଲି କହିଲା,କିଛି ଦିନ ପରେ ପୁଣି ଅଲିଭାର ଛାତିରେ ଯନ୍ତ୍ରଣା ଭରିଗଲା ମେଡିକାଲ୍ ନେଇ ଆସିଲା ଡାକ୍ତର କହିଲେ ଅପରେସନ୍ ନିହାତି ଲୋଡା ହେଲେ କଅଣ କରିବ ଖାଲି କାନ୍ଦିଲା ପ୍ରତ୍ଯୁଷ୍  ,ତୁନି ହୋଇଯାଅ ଭଗବାନ୍ ଙ୍କୁ ଡାକ ସବୁ ଠିକ୍ ହୋଇଯିବ ,ଡାକ୍ତର ଚାଲିଗଲେ ଅପରେସନ୍ କକ୍ଷକୁ କିଛି ଘଣ୍ଟା ପରେ ଆସି କହିଲେ ତୁମେ ଜିତିଗଲ ହାର୍ଟ ମିଳିଗଲି ଅପରେସନ୍ ବି ସଫଳତା ଛୁଇଁଚି,ପ୍ରତ୍ଯୁଷର ଖୁସି କହିଲେ ନସରେ କିଏ ସେ ମହାନ୍ ମଣିଷ ଯିଏ  ମୋ ଅଲିଭାକୁ ବଞ୍ଚେଇ ନିଜେ ମୃତ୍ଯୁ କୋଳେ ଶୋଇଗଲା,ଡାକ୍ତର ବାବୁ କିନ୍ତୁ ନୀରବ କହିଲେ ତୁମେ ଘରକୁ ଫେରିଲା ଦିନ କହିବି ଏବେ ନୁହଁ  ।

          ଅଲିଭା ଧିରେ ଧିରେ ସୁସ୍ଥ ହେଲା ଦୁହେଁ ଘରକୁ ଯିବାକୁ ବାହାରିଲେ ହେଲେ ଭୁଲି ନଥିଲେ ଡାକ୍ତରଙ୍କୁ ପଚାରିବାକୁ ଦୁହେଁ ଆବେଗରେ ଗଲେ ହେଲେ ରୁମ୍ ରେ ନଥିଲେ ଡାକ୍ତର ଥିଲା ଜଣେ ନର୍ସ ପଚାରିବାରୁ କହିଲା ସାର୍ ବଗିଚା ପଟେ ଅଛନ୍ତି ଆସିଲେ ଦୁଇ ପ୍ରାଣି ,ଦେଖିଲେ ଡାକ୍ତର ଗୋଟିଏ ପ୍ରତି ମୂର୍ତ୍ତି ସାମ୍ନାରେ ଠିଆ ହୋଇ ଫୁଲହାର ଚଢାଉଥିଲେ  ।

         ସାର୍ ଶୁଣିବେ ଡାକିଲେ ପ୍ରତ୍ଯୁଷ୍ ,ପ୍ରତ୍ଯୁଷଙ୍କ ଡାକ ଶୁଣି  ଡାକ୍ତର ପ୍ରତିମୂର୍ତ୍ତି ସାମ୍ନାରୁ ଅଳପ ଘୁଞ୍ଚିଛନ୍ତି କି ନାହିଁ ନଜର ପଡିଲା ଦୁହିଁଙ୍କର ଅବାକ୍ ହୋଇଗଲେ  ଆଖିଲୁହ ଛଳ ଛଳ ହୋଇଗଲା ସତରେ ଏ ଆଦର୍ଶ ଦୁନିଆରୁ ଚାଲିଗଲେ ଏ ତୁମର କଅଣ ହେବେ,ଡାକ୍ତର କହିଲେ ଏ ମୋର କିଛି ନୁହେଁ ଅଲିଭା ବରଂ ଏ ତୁମ ପ୍ରାଣଦାତ ଯାହାଙ୍କ ପାଇଁ ତୁମେ ନୂଆଁ ଜୀବନ ପାଇଛ,ତୁମକୁ ହାର୍ଟ ଦେଇଥିବା ଏ ମହାନ୍ ମଣିଷକୁ  ଶ୍ରଦ୍ଧାଞ୍ଜଳି ଦେଇ ଏମିତି ମଣିଷକୁ ଆର ଜନମେ ପୁଅ ଭାବେ ପାଇବାକୁ ଠାକୁରଙ୍କୁ ଡାକୁଛି  ।

          ହାଏରେ ବିଧାତା ତୋର ଏ କି ବିଚାର କହି ଦୁହେଁ କାନ୍ଦିବାକୁ ଲାଗିଲେ ,ଡାକ୍ତର କହିଲେ କାନ୍ଦନା ଏଇ ନିଅ ଆଦର୍ଶ ଲେଖିଥିବା ଏଇ ଚିଠି,ଅଲିଭା ଚିଠିଟି ଧରି ପଢିବାକୁ ଲାଗିଲା ସେଥିରେ ଲେଖାଥିଲା ଅଲିଭା ମୁଁ ଆଜି ଜିତିଗଲି ଏଥର ତୁମଠାରୁ କେହି ମୋତେ ଅଲଗା କରି ପାରିବନି,ଟୋପାଏ ସିନ୍ଦୁର ଦେଇ ମୁଁ ସିନା ସାରା ଜୀବନର ସାଥିକରି ରଖି ପାରିଲିନି ହେଲେ ଆଜି ମୋ ହୃଦୟ ଦେଇ ତୁମ ଭିତରେ ରହିଗଲି ଜୀବନର ଶେଷ ଦିଗ୍ ବଳୟ ଯାଏଁ ,ଏକଥା ଶୁଣି ପ୍ରତ୍ଯୁଷ ଲୁହ ଭିଜା ଭିଜା ଆଖିରେ ଶ୍ରଦ୍ଧାଞ୍ଜଳିର ସାଲୁଟ୍ ମାରି ଈଶ୍ୱରଙ୍କୁ କହିଲି ହେ ଇଶ୍ବର ଏ ସଂସାରର ସବୁ ଘରେ ଘରେ ଆଦର୍ଶ ପରି ପୁଅକୁ ଜନମ ଦିଅ ଯିଏ ବୁଝିଛି "ବାସ୍ତବ ପ୍ରେମର ପରିଭାଷା"  ।

               ✍ ଦାଶରଥି ସାହୁ
                       କଳମ୍ବ , ଗଞ୍ଜାମ 

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...