ଶାଶୁକାଣୀ ଵୋହୂକାଣୀ
ନଣନ୍ଦ ଆଖିରେ ଫୁଲା
ଘର ଚାରିକାନି ବୁଲି ଅଇଲେ
ନପାଇଲେ କାହିଁ କୁଲା 😝😝😝
କୁଲା ନପାଇଲାରୁ ତିନିହେଁ କଳି ନାଗିଲେ
ନଣନ୍ଦଟା ମାଆ ପଟେ ରହିଲା ଆଉ ଵୋହୂ ଵିଚାରୀ ତାଙ୍କେ ଦିହିଁଙ୍କି କଥାରେ ନପାରିଲାରୁ ଯୋଡ଼ାକୁ ଘୋଡ଼ା ସରିନୁହେଁ ନ୍ୟାୟରେ କାନମୁଣ୍ଡା ଆଉଁସି ରହିଲା
ସକାଳୁ ସକାଳୁ ଵୋହୂ ସେଇଠୁ ଶାଶୁକୁ ଦେଖେଇ କହୁଥାଇ...
ଶାଶୁଏ କିଆଫୁଲ ତୁମ ମୁଣ୍ଡକୁ
ରାତିଯାକ ହେଲ ବାଜୁରୁ ବାଜୁରୁ
ନପାରିଲି ତୁମ ତୁଣ୍ଡକୁ 😜
ଶାଶୁ ଵୋହୂଙ୍କର ନିର୍ଦ୍ଧୂମ ଝଗଡ଼ା ନାଗିଗଲା
ଚୁଟି ଧରା ଧରି ଟଣା ଟଣି ହୋଇ ଗଡି଼ଗଲେ ଗଡ଼ି ଆସିଲେ
ଗାଁ ଟା ସାରା ଲୋକ ଜାଣିଲେ ତାଙ୍କର ପଡୁ଼ନି
ହେଲେ ଆଉ ଦିନେ ପୁରା ଭିନ୍ନ ଚିତ୍ର ଦେଖିଵାକୁ ମିଳିଲା
ତା କ'ଣ ନା ...
ଶାଶୁଵୋହୂଙ୍କର କେରା କଳି
ଚକୁଳି ଖାଆନ୍ତି କବାଟ କିଳି 😀
No comments:
Post a Comment