Sunday, March 28, 2021

🎈ସଂସ୍କୃତିର ହେଉ ରକ୍ଷା 🎈

#ସଂସ୍କୃତିର_ହେଉ_ରକ୍ଷା
                 ✍ ସନ୍ତୋଷ ପଟ୍ଟନାୟକ 
   ~~~~🎈~~~~~⚘~~~~~🎈~~~~~
ଫଗୁ ମାସ ରାସେ ରସେ ଋତୁରାଜ
       ପ୍ରୀତି ରଙ୍ଗାୟିତ ପ୍ରଜା 
ଶାନ୍ତି-ମୈତ୍ରି ଧ୍ୟାଇ ପୁଲକିତ ପ୍ରାଣେ 
         ବିମାନ ହୁଅଇ ସଜା 
         ରାଧାମାଧବଙ୍କ ପୂଜା 
ପ୍ରେମ ବରଷାରେ ଭିଜେ ତନୁମନ 
          ରଙ୍ଗ ଅବିରର ଉର୍ଜା ....

ପଲ୍ଲବିତ ସର୍ବ  ପାଦପ ରାଜିଏ
       ପୁଷ୍ପ ପରାଗରେ ଭରା 
ସତେକି ଅବନୀ ଶୃଙ୍ଗାରେ ମଜ୍ଜିତ 
        ମନ୍ତ୍ରମୁଗ୍ଧ ଏ' ପସରା   
    ନଭ ଦିଶେ କେଡେ ତୋରା
ଉପନୀତ ମର୍ତ୍ତ୍ୟେ ଦୋଳ ଗୋବିନ୍ଦଙ୍କ
        ପବିତ୍ର ଦୋଳ ଯାତରା ....

ଫଗୁ ଅବିରରେ ଦିଗନ୍ତଟା ଦିଶୁ  
      ଲାଲିମା ଲସିତ ଶୋଭା 
ମଧୁର ସମ୍ପର୍କ ସାଗରରେ ଉଠୁ  
      ସୁଖମୟ ଢେଉ ଆଭା 
      କରୁଣା ରଖିନ୍ତୁ ଜଗା 
ଦୋଳାୟିତ ସ୍ମୃତି ଜାଗୁ ପ୍ରତିପ୍ରାଣେ 
      ସଂସ୍କୃତିର ହେଉ ରକ୍ଷା ....
       
    ----------------
ବେଗୁନିଆପଡା ବ୍ଳକ୍ ,ତିରିଡ଼ା, ଗଞ୍ଜାମ । 7984259080

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...