Tuesday, July 28, 2026

-:ଦେଖି ପାରିବିନି ତୁମ ବଧୂ ବେଶ:-

-:ଦେଖି ପାରିବିନି ତୁମ ବଧୂ ବେଶ:-

କେମିତି ଦେଖିଥାନ୍ତି
ତୁମ ବଧୁ ବେଶ
ଆଉ କାହା ସାଥିରେ?
କେମିତି ଦେଖି ଥାନ୍ତି ତୁମ
ମଥାରେ ସିନ୍ଦୂର
ହାତରେ ଶଙ୍ଖା
ପାଦରେ ଅଳତା ନାଇଥିବ ଆଉ କାହା ପାଇଁ ପ୍ରିୟାରେ!!

ଇଚ୍ଛା ଥିଲା 
ତୁମ ମୁଣ୍ଡରେ ଓଢଣା ଦେଇ
କରିଥାନ୍ତି ମୋ ଘରଣୀ
ଚଉଠି ରାତିରେ ଗଜରା ଖୋଲି
କରିଥାନ୍ତି ମୋ ରାଜରାଣୀ।

ଏବେ ହୋଇଗଲ 
ତୁମେ ଆଉ କାହାର
ମୋ ପାଇଁ ହୋଇ ସ୍ୱାର୍ଥପର
ଭୁଲି ଗଲ ସବୁ ପଛକଥା ପ୍ରିୟା
ଅତୀତର ସେଇ ଭଲ ପାଇବାର।

ଏବେ ହେଉଛ 
ତୁମେ ଆଉ କାହା ଘରଣୀ
ଚାଲି ଯାଉଛ ତା'ଙ୍କ ସାଙ୍ଗେ ତୁମେ 
ହେବା ପାଇଁ ପାଟ୍ଟରାଣୀ
ମୋ କୁଡ଼ିଆଟା ନଥିଲା ସିନା ରାଜମହଲ
ହେଲେ ହୃଦୟରେ କରି ରଖିଥାନ୍ତି ରାଣୀ।

ସୁଶୀଲ୍ କୁମାର ଭୋଇ, ଭୁବନେଶ୍ୱର-୨

-:ଦେଖି ପାରିବିନି ତୁମ ବଧୂ ବେଶ:-

-:ଦେଖି ପାରିବିନି ତୁମ ବଧୂ ବେଶ:- କେମିତି ଦେଖିଥାନ୍ତି ତୁମ ବଧୁ ବେଶ ଆଉ କାହା ସାଥିରେ? କେମିତି ଦେଖି ଥାନ୍ତି ତୁମ ମଥାରେ ସିନ୍ଦୂର ହାତରେ ଶଙ୍ଖା ପାଦ...