Wednesday, March 24, 2021

⚫ ଜୀବନ କୁଞ୍ଜ ବିହାରୀ ⚫

ଜୀବନ କୁଞ୍ଜ ବିହାରୀ 
ଉପେନ୍ଦ୍ର କୁମାର ବସ୍ତିଆ ।
--------""---------
ତୁମେ ତ ମୋହର ହୃଦୟର ହାର 
ମୁହିଁ ଅଟଇ ତୁମରି 
ଦିଅ ପୋଡ଼ି ମୋତେ ବିରହ ଅନଳେ 
କିବା ପଦାଘାତ କରି 
ଜୀବନ କୁଞ୍ଜ ବିହାରୀ ।୧।

ଦୁଇ ମୁଠା ଖୁଦ ନେଇ ସୁଦାମାର 
ଦେଲ ଦ୍ଵିଲୋକ ବିଚାରି 
ସଖା ବନଚାରି ପାଣ୍ଡବଙ୍କ ସାଥୀ 
ହୋଇଲ ସାହାର୍ଯ୍ୟ କାରୀ 
ଜୀବନ କୁଞ୍ଜ ବିହାରୀ ।୨।


କୁବୁଜାକୁ କଲ ସୁନ୍ଦରୀ ଶ୍ରୀପତି 
କମଳାର କାନ୍ତି ଭରି 
ଯା'ଇଚ୍ଛା ତୁମରି କଲ ସେହିପରି 
ଦିଅ ନାହିଁ ଦୂର କରି 
ଜୀବନ କୁଞ୍ଜ ବିହାରୀ ।୩।

କାମ ,କ୍ରୋଧ,ଲୋଭ ଦୁଃଖ ଦେଲା ଘୋର 
ଧାଏଁ ହାୟ ହାୟ କରି 
ନ ମେଣ୍ଟିଲା ତୃଷ୍ଣା ପିଇ ଦିବା ରାତ୍ରୀ
ମୃଗ ମରୀଚିକା ପରି 
ଜୀବନ କୁଞ୍ଜ ବିହାରୀ ।୪।

କାମନା ବିହୀନ ପ୍ରେମର ଯାଚନା 
ମାଗେ ଦୁଆରେ ଭିକାରୀ 
ଚଉରାଶି ଲକ୍ଷ ଯୋନି ମୁଁ ଭ୍ରମିଲି 
ଅମିତ ଶରୀର ଧରି 
ଜୀବନ କୁଞ୍ଜ ବିହାରୀ ।୫।

ଶ୍ରୀଅଙ୍ଗେ ତୁମର ପ୍ରତିଟି ଲୋମରେ 
ବ୍ରହ୍ମାଣ୍ଡ ରହିଛି ଘେରି
କୋଟି ଅଜାମ୍ବିଳ ମୋ ଦେହେ 
ଭରିଛି
ପାପ ରହିଅଛି ପୁରି 
ଜୀବନ କୁଞ୍ଜ ବିହାରୀ ।୬।

ପତୀତର ଡାକ ଶୁଣି ଧାଇଁ ଆସ
ନ'ଶୁଣ ଡାକ ମୋହରି
କାରଣ ରହିତ କୃପାଳୁ ତୁମେ ତ 
ଡାକି ଡାକି ଥକିଗଲି 
ଜୀବନ କୁଞ୍ଜ ବିହାରୀ ।୭।

ମାଗୁନାହିଁ ସାତ ସ୍ବର୍ଗ ଅପବର୍ଗ 
କରେ ଏତିକି ଗୁହାରି 
ନାଥ ମୁଁ ଅନାଥ ଅଗତିର ଗତି 
କୁହ କି ! ଗତି ମୋହରି 
ଜୀବନ କୁଞ୍ଜ ବିହାରୀ ।୮।

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...