~: ଷଷ୍ଠୀ ପୂଜା ( ଓଷା ) :~
କୁହନ୍ତି "ମା"ମଲା ପିଲାର ସଠି, ପଞ୍ଚୁଆତି କ'ଣ? ଅର୍ଥାତ ମାଆଟିଏ ନିଜ ସନ୍ତାନର ଦୀର୍ଘଜୀବନ କାମନା କରି ସଠି ଦେବୀଙ୍କୁ ପୂଜିଥାଏ ।ମାଆ ସଠିଦେବୀ ପିଲାଟିଏ ଜନ୍ମ ହେଲେ ତା ମଥାରେ ଭାଗ୍ୟଫଳ ଲେଖିଦିଅନ୍ତି ବୋଲି ବିଶ୍ୱାସ ଅଛି। ତାଙ୍କୁ ସନ୍ତୁଷ୍ଟ କରି ପିଲାଟିକୁ ମାଆ ଘଣ୍ଟ ଘୋଡାଇ ରଖନ୍ତୁ ,ଏହି କାମନା କରିଥାଏ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଷଷ୍ଠୀ, ଏହି ଦିନ ମାଆ ମାନେ ପୁଅଝିଅ ମାନଙ୍କ ର ଦୀର୍ଘଜୀବନ ପାଇଁ ସେମାନଙ୍କୁ ବନ୍ଦାପନା କରିଥାନ୍ତି, ନାନା ପ୍ରକାର ସୁସ୍ବାଦୁ ବ୍ୟଂଜନ, ପିଠା ଇତ୍ୟାଦି ଭୋଗ ହୋଇଥାଏ, ସାରୁଗଛ,ଓଲୁଅଗଛv,ବାଉଁଶଡାଳ,ଧାନଗଛ, ବଜ୍ରମୂଳିଗଛ, ଜୁଈଡାଳ, ଅଁଳାଡାଳକୁ ପୂଜାକରି ପିଲାମାନଙ୍କ ପିଠିରେ ସାତଥର ବାଡେଇଥାନ୍ତି,
ଏହାର କାରଣ ଏହିସବୁ ଗଛ ଅଛମର , ପ୍ରାୟତଃ ବର୍ଷାଦିନେ ଯେଉଁଠି ପୋତିଦେଲେ ଜୀଁ ଉଠିଥାଏ, "ମାଆ" ମାନେ ଏହି କାମନା କରନ୍ତି ତାଙ୍କ ପିଲା ଏହିସବୁ ଗଛ ପରି ଦୀର୍ଘାୟୁ ହୁଅନ୍ତୁ,ଯେପରି ଅବସ୍ଥାରେ ଥାନ୍ତୁ,ଭଲରେ ଥାନ୍ତୁ।।
ଆଗରୁ ମାଟିରେ "ବାପାମାଆ" ଓ ତାଙ୍କର "ଛଅ ପୁଅ" ଗଢାଯାଇଥାଏ, ଓ ସେହିଦିନ ବାରିକ ଗହ୍ମାମାଟି ଦିଏ ।। ତା ସାଥିରେ ହଳଦୀ ଅଁଳାପତ୍ର ମିଶାଇ ସୁନାନାକୀ ଝିଅ ଗୋଟିଏ ତିଆରି କରାଯାଏ, ହଳଦୀଆ ରଙ୍ଗର ଲୁଗା ,ପଇତା ,ଫୁଲ, ଦୁବ ,ଚନ୍ଦନ, ସିନ୍ଦୁର ମଣ୍ଡନ କରାଯାଇ,ଏହି ମାନଙ୍କୁ ପୂଜା କରାଯାଏ, ପିଲାମାନଙ୍କୁ ଝୋଟି ପଡିଥିବା ଚିତା ଉପରେ ବସାଇ ବନ୍ଦାପନା କରି ହାତରେ ସଠିସୂତା ବାନ୍ଧି ଦିଆଯାଏ । ଓଡିଆର ଘରେ ଘରେ ଏହି ପର୍ବ ଗଣେଶ ପୂଜାର ଗୋଟିଏ ଦିନ ପରେ ପାଳନ କରାଯାଏ। ଏପରିକି ଦ୍ବାପରରେ ରାଜା ନନ୍ଦ ଓ ମା ଯଶୋଦା ମଧ୍ୟ ପୁତ୍ର ଜନ୍ମର ଛଅ ଦିନରେ ପୁତ୍ର ପାଇଁ ସଠିପୂଜା କରିଥିଲେ। ଆମମାନଙ୍କ ମଧ୍ୟରେ ଅଧିକାଂଶ ତାଙ୍କର ମହିମା, କାର୍ଯ୍ୟକଳାପ ବିଷୟରେ ଅବଗତ ନଥିବେ।।
ସେଥିପାଇଁ ମୁଁ ...ବିଶିଷ୍ଟ,କାବ୍ୟସ୍ରଷ୍ଟା,ସାରସ୍ୱତ ସାଧକ,ଲେଖକ, ସାହିତ୍ୟିକ,ଗାଳ୍ପିକ,ଶବ୍ଦର ସମ୍ରାଟ, ପୌରାଣିକ କିମ୍ବଦନ୍ତୀକୁ ବାଖ୍ୟାକରି ଲୋକଲୋଚନକୁ ଆଣିବାରେ ଅତୁଳନୀୟ ଅବଦାନ ଆଣିଥିବା ସମ୍ନାନୀୟ ଶ୍ରୀଯୁକ୍ତ "Dusmanta kumara Mishra(Tuku) ମହୋଦୟଙ୍କ"....ହରିବଂଶର...କିଛି ଅଂଶର ଉପସ୍ଥାପନା କରୁଅଛି।ସେଥିପାଇଁ ମୋ ହୃଦୟରୁ ତାଙ୍କୁ ଶତ ଶତ ପ୍ରଣାମ ।।
ମାଆ " ସଠିଦେବୀ"
ହରିବଂଶ(ଭାଗ--୩୯)
=============*
ରାଜାପରୀକ୍ଷିତ ଶୁକମୁନିଙ୍କୁ ପ୍ରଣିପାତକରି ପଚାରିଲେ ଭୋ ଦେବ !ଭଗବାନ ଶ୍ରୀକୃଷ୍ଣ ଙ୍କ ସଠି ପୂଜାକୁ ଅର୍ଦ୍ଧ ରାତ୍ରରେ ଚାରି
ଯୁଗ ବୀର ମାନେ ଆସିଥିଲା ।କେଉଁ ଯୁଗରୁ ,କେଉଁ ବୀର ମାନେ ଆସିଥିଲେ ?ଏବିଷୟରେ ମୋତେ ସଂକ୍ଷେପରେ କୁହନ୍ତୁ
?।ପରୀକ୍ଷିତ ଙ୍କୁ ଶୁକମୁନି କହିଛନ୍ତି ........................!!!!!
ବେଦପତି ବ୍ରହ୍ମା ,ସୃଷ୍ଟି ଆରମ୍ଭ କରିଥିବା ଆଦିନାରୀ କେତୁକାଙ୍କ
କହିଲେ "ତୁମେ ଯାଇ କୃଷ୍ଣ ଭଗବାନଙ୍କ ସଠିଜୁଇ ଜାଳ।କେତୁକା ,କୃଷ୍ଣ ଭଗବାନଙ୍କ ସଠି ଜୁଇ ଜାଳିଲେ ।ଚକ୍ରଧର କେତୁକା ଙ୍କୁ ଶାଢ଼ୀ ପ୍ରଦାନ କଲେ ।ବେଦବର ବ୍ରହ୍ମା ସଠି ଦେବୀଙ୍କୁ ନିର୍ଦ୍ଦେଶ ଦେଇ କହିଲେ ତୁମେ ଯାଇ କପାଳ ଲିଖନ କର ।ଯେ ଯାହା ଅର୍ଜନ କରିଥିବ ତାକୁ ସେୟା ଭୋଗ କରିବାକୁ ପଡିବ ।ଏକଥା ସମସ୍ତଙ୍କ କପାଳରେ ତୁମେ ସଠି ଦେବୀ ଲେଖିବ ।ସଠି ଦେବୀ ଡରିଗଲେ !ବ୍ରହ୍ମା ଙ୍କୁ କହିଲେ ମୁଁ
ମୁଁ ଜଣେ ,କିପରି ଏସବୁ ଭିଆଣ କରିବି ?।ବ୍ରହ୍ମା ସଠି ଦେବୀଙ୍କୁ କହିଲେ ତୁମ ସଙ୍ଗରେବୀର ମାନେ ଅଛନ୍ତି ।ଏହି ବୀର ମାନେ ତୁମରି ଆଜ୍ଞାରେ ଘଟିବେ ।ବ୍ରହ୍ମାଙ୍କ ଠାରୁ ଏମନ୍ତ କଥା ଶୁଣି ସଠି ଦେବୀ ବ୍ରହ୍ମାଙ୍କୁ ପ୍ରଣାମ ଜଣାଇଲେ ।
ଏହାପରେ ବ୍ରହ୍ମା ନିଜ ଦେହରୁ ସତ୍ୟ ଯୁଗ ପାଇଁ ଅଠସ୍ତୋରୀ ଜଣ ବୀର ,ତ୍ରେତୟା ଯୁଗପାଇଁ ତୈୟାନବେ ବୀର ଦ୍ଵାପର ଯୁଗପାଇଁ ଷାଠିଏ ଓ କଳିଯୁଗ ପାଇଁ ବାଉନ ବୀର ଜାତ କଲେ ।ଏହିପରି ଚାରିଯୁଗ ପାଇଁ ସଠିଦେବୀଙ୍କ ସହିତ ରହିବା ପାଇଁ ବ୍ରହ୍ମାବୀର ମାନଙ୍କୁ ବାଣ୍ଟି ଦେଲେ ।
ପରୀକ୍ଷିତ ,ଶୁକମୁନିଙ୍କୁ ପଚାରିଲେ ବ୍ରହ୍ମା କଳିଯୁଗପାଇଁ ବାଉନ
ବୀର ସୃଷ୍ଟିକରି ସଠି ଦେବୀଙ୍କୁ ଦେଲେ ,ଏବେ ମୋତେ ସେଇ ବାଉନ ବୀର ଙ୍କ ନାମ କଅଣ କୁହନ୍ତୁ ?।ଶୁକମୁନି କହିଲେ ରାଜନ ସେଇ ବାଉନ ବୀର ଙ୍କ ନାମ କହୁଛି ତୁମେ ଶୁଣ ।ଶୁକମୁନି କହିଲେ .......!!!!
ମହୀସେନ ,ଶୂରବାହୁ ,ରଶ୍ମି ,ଧୂମ ,ଶିରା ,ଅମୋଘ ,ବଳୀ,ରାହୁ ,ସୁସମ୍ବରା ,ରୁଦ୍ର ,ସିଦ୍ଧାନ୍ତ ,ହେମ ,ବଳବନ୍ତ ,ସିଂହ ,କାଳ ,ବିକାଳ ,ମାଲ୍ୟ ,ଧୁଜଟି ,କେବା ,ବିକୃତ ,ଉତ୍ତର ,ଜରାନ୍ତ ,କ୍ଷାନ୍ତ
ବିକ୍ଷାନ୍ତ ,ଦନୁ ,ପୋଖଳା ,ତୁରଙ୍ଗ ,ରଙ୍ଗ ,ଡାହୁକ ,ଅମର ,ଗୁଞ୍ଜର ,ଶିରା ,ଅଜୟ ,ଜୟ ,ବଜର ,ମନ୍ଦର ,କାର ପାୟ ,ପାତ ,
ବିପାତ ,ଖର୍ବ ,ବିଖର୍ବ ଧୁର ,ବିଜେନ ,କାଠି ,ସୁବଳ ,ସୁବ ,ଚିତ୍ର
ଶକ ,ହଳ ,ସରୁ , ସାରୁଆ ।ଏମାନଙ୍କ ମଧ୍ୟରୁ ମହୀସେନ ସବୁଠାରୁ ବଳବାନ ।ସଠି ଦେବୀଙ୍କ ସଙ୍ଗରେ ଏହି ବୀର ମାନେ
ଥାଆନ୍ତି ।ସଠିଦେବୀ ଆଜ୍ଞା ପାଇ ସବୁଆଡେ ଯାଇ ପ୍ରାଣୀ ମାନଙ୍କ ଭଲ ମନ୍ଦ କପାଳରେ ଲେଖନ୍ତି ।
ବ୍ରହ୍ମା ଦ୍ଵାପର ଯୁଗପାଇଁ ନିଜ ଦେହରୁ ଷାଠିଏ ବୀର ସୃଷ୍ଟି କରି ଥିଲେ ।ଏହି ଷାଠିଏ ବୀରଙ୍କୁ ଧରି ସଠିଦେବୀ ଶ୍ରୀକୃଷ୍ଣ ଭଗବାନଙ୍କ ନିକଟକୁ ଅର୍ଦ୍ଧ ରାତ୍ରରେ ଧୀରେ ଧୀରେଗମନ କଲେ
।ନନ୍ଦ ଙ୍କ ଭବନରେ ଦ୍ଵାରିମାନେ ଶୋଇଛନ୍ତି ।ସଠି ଦେବୀ ସିଂହ ବାହାନରେ ଯାଇଛନ୍ତି ।ପ୍ରଭୁ ଚକ୍ରଧର ସଠି ଦେବୀଙ୍କୁ ଦେଖିଲେ ।ସଠି ଦେବୀ ବାହାନ ରୁ ଓହ୍ଲାଇ ପ୍ରଭୁଙ୍କୁ ପ୍ରଣିପାତ କଲେ ଓ
କରପତ୍ର ଯୋଡି ପ୍ରଭୁଙ୍କ ପାଦତଳେ ପଡି କହିଲେ ପ୍ରଭୁ ମୋତେ ତ୍ରାହି କରନ୍ତୁ ।ମୋତେ ପରିତ୍ରାଣ କର ପ୍ରଭୁ !ତୁମରି ସେବାରେ ମୋର ଦୀନ ଯାଉ ପ୍ରଭୁ ।ହେ ପ୍ରଭୁ ଦାମୋଦର ମୋତେ ଆପଣ ସୃଷ୍ଟି କରିଛନ୍ତି ଓ ଅଧିକାର ଦେଇଛନ୍ତି ।ଆପଣଂକୁ ମୁଁ କହିବା ପାଇଁ ଯୋଗ୍ୟ ନୁହେଁ ?ଆପଣ ସକଳ ସୃଷ୍ଟି କରିଛନ୍ତି ।ହେ ନାରାୟଣ ମୋର ଯଦି କିଛି ଭୁଲୁ ଥାଏ ମୋତେ ଆପଣଂକ ପାଦତଳେ କ୍ଷମା କରିଦେବ ।ଏହିପରି ସଠି
ଦେବୀ ପ୍ରଭୁ କୃଷ୍ଣ ଭଗବାନଙ୍କ ନିକଟରେ କାକୁତି ମିନତୀ ହୋଇ କହିଲେ
ଭଗବାନ ଶ୍ରୀକୃଷ୍ଣ ସଠି ଦେବୀଙ୍କ ଉପରେ ସନ୍ତୁଷ୍ଟ ହେଲେ ଓ କହିଲେ ତୁ ଆସିଲୁ ଭଲ ହେଲା ।ତୁ କିଛି ମନରେ ଚିନ୍ତା କରନାହିଁ ?ମୋ ଲଲାଟ ରେ ଯାହା ଅଛି ସେୟା ଲେଖିଦେ" !।
ସଠି ଦେବୀ କରପତ୍ର ଯୋଡି କହିଲେ "ମୁଁ ଛାର ଭୃତ୍ୟ ,ଜନ୍ମ ଜନ୍ମାନ୍ତର ଭୃତ୍ୟ ହୋଇ ରହିଛି ,ଓ ସର୍ବଦା ଆପଣଂକ ଆଦେଶ ମାନୁଥିବି ,ମୋର ଏତେ ସାହସ କାଇଁ ଯେ ଆପଣଂକ କପାଳରେ ଆପଣଂକ କର୍ମ ଲେଖିବି ପ୍ରଭୁ !।
ଶ୍ରୀକୃଷ୍ଣ ଭଗବାନ ସଠି ଦେବୀଙ୍କୁ କହିଲେ ତୁ କାହିଁକି ଚିନ୍ତା ମନରେ କରୁଛୁ ?ମୋହର କପାଳରେ ତୁହି ଯଦି ନ ଲେଖିବୁ ତାହାଲେ ଏ ମର୍ତ୍ତ୍ୟରେ ତୋତେ କିଏ ମାନିବ ?।
"ମୋହର କପାଳେ ତୁହି ଲେଖନ ନକଲେ
କିଏସେ ଆଉ ମାନିବ ତୋତେ ଧରା ତଳେ "।
କୃଷ୍ଣ ଭଗବାନ ଏହା କହି ସଠି ଦେବୀଙ୍କୁ ଆଜ୍ଞା ଦେଲେ ଯେ ମୋର କପାଳରେ ଯାହା ଅଛି ତୁ ଲେଖିଦେ !ସଠି ଦେବୀ ପ୍ରଭୁ
ଙ୍କୁ କହିଲେ ହେ ନାରାୟଣ ଆପଣଂକ କଥା ଅନୁଯାୟୀ ମୁଁ ଆପଣଂକ କପାଳ ରେ ଲେଖିଛି ।ହେ ପ୍ରଭୁ ଏଥିରେ ମୋର କିଛି
ଦୋଷ ନାହିଁ ।ସଠି ଦେବୀ ଶ୍ରୀକୃଷ୍ଣ ଙ୍କୁ ପ୍ରଣିପାତ ହୋଇ ଲିଖନୀ ବାହାର କଲେ ....
ସଠିଦେବୀ ଭଗବାନ ଶ୍ରୀକୃଷ୍ଣ ଙ୍କ କପାଳରେ ଅଢେ଼ଇ ପଙ୍କ୍ତି
ଲେଖିଦେଇ ଭଗବାନଙ୍କୁ ପାଦତଳେ ପ୍ରଣାମ କଲେ ।ଗୋବିନ୍ଦ
ପଚାରିଲେ ସଠି ଦେବୀଙ୍କୁ କଅଣ ଲେଖିଲୁ ମୋ କପାଳରେ ମୋତେ ତୁ କହିକରି ଯାଅ ।ଡରିଗଲେ ସଠି ଦେବୀ ।ଶ୍ରୀକୃଷ୍ଣ
ଭଗବାନ କହିଲେ ତୁମ୍ଭର କିଛି ଦୋଷ ନାହିଁ ସଠି ଦେବୀ ।ଭୟ ନକରି ମୋତେ ତୁମେ କୁହ ?।
ସଠି ଦେବୀ ଧୀର ସ୍ୱରରେ କହିଲେ -"ହେ ପ୍ରଭୁ ଚକ୍ରଧର !
୧-ଆପଣ ବହୁ କୁଟୁମ୍ବୀ ହେବେ...!
୨-ଆପଣଙ୍କ ଜୀବନ କାଳରେ ଆପଣ ବହୁତ ଦୈତ୍ୟ ଙ୍କୁ ବିନାଶ କରିବେ ......!!
୩-ଆପଣଙ୍କ ଭଳି ଆଉ ଜଣେ ଏ ପୃଥିବୀରେ କେହି ନଥିବେ....!!!
୪-ହେ ଦେବ ଆପଣ ଏ ବ୍ରହ୍ମାଣ୍ଡ ର ଏକମାତ୍ର ଠାକୁର ବୋଲାଇବେ .......!!!!
୫-ଆପଣଂକର ବତିଶ ସହସ୍ର ଭାର୍ଯ୍ୟା ଗ୍ରହଣ କରିବେ ....!!!!!
୬-ଆପଣଙ୍କ ଠାରୁ ଲକ୍ଷ ଅଣଆଶୀ ପୁତ୍ର ଜାତ ହେବେ ..!!!!!!
୭-ଏତେ କୁଟୁମ୍ବ ଅର୍ଜନ କରି ସାରିବାପରେ ଆପଣଂକ ଅବସାନ ଅର୍ଥାତ ମୃତ୍ୟୁ ସମୟରେ ଆପଣଙ୍କ ସହିତ କେହି ଜଣେ ନଥିବେ ..........!!!!!!!
୮-ଶିଆଳି ଲତା ନିକଟରେ ଆପଣଙ୍କୁ ଶସ୍ତ୍ରଘାତ ହେବ .!!!!!!!
୯-ଆପଣଙ୍କ ଅବସାନ ଯେଉଁଠି ହେବ ସେଠାରେ କେହି ନଥିବେ.....!!!!!!!!!
୧୦-ସବୁ କୁଟୁମ୍ବ ନିଜ ଭିତରେ ମରାମରି ହେବେ ।ଭାର୍ଯ୍ୟା କି ପୁଅ କେହି ଆପଣଂକ ପାଖରେ ନଥିବେ ।ଅନେକ ଆକୁଳ ବିକଳ ଆପଣ ମୃତ୍ୟୁ ବେଳକୁ ହେବେ ........!!!!!!!!!!
ଏହି ସବୁ ମୁଁ ଆପଣଙ୍କ କପାଳରେ ଲେଖିଦେଇଛି ପ୍ରଭୁ !
ସଠି ଦେବୀଙ୍କ କଥା ଶୁଣି ଶ୍ରୀକୃଷ୍ଣ ଭଗବାନ ସନ୍ତୁଷ୍ଟ ହେଲେ ।ନିଜେ ପିନ୍ଧିଥିବା ରତ୍ନମାଳକୁ ବାହାର କରି ପ୍ରଭୁ ସଠି ଦେବୀଙ୍କ
ଗଳା ରେ ନିଜ ହାତରେ ପିନ୍ଧାଇ ଦେଲେ।ଭାବବାନ ଶ୍ରୀକୃଷ୍ଣ
ସଠି ଦେବୀଙ୍କୁ କହିଲେ "ତୁ ଯାହା କପାଳରେ ଲେଖିବୁ ତା ସତ୍ୟ ଅଟେ ।ଏକଥାକୁ କେହି ଖଣ୍ଡନ କରି ପାରିବେ ନାହିଁ ?।
ସାହାସ ପାଇ ଗଲେ ସଠିଦେବୀ ।ଭଗବାନ ଶ୍ରୀକୃଷ୍ଣ ଙ୍କୁ ପୁନଶ୍ଚ
କହିଲେ "ହେ ପ୍ରଭୁ ,ପାଣ୍ଡଵ ମାନେ ଆପଣଙ୍କ ସଖା ହୋଇ ରହିବେ ।ଆପଣଂକ ମୃତ୍ୟୁ ସମୟରେ କେବଳ ଆପଣଂକ ପାଖରେ ଅର୍ଜ୍ଜୁନ ହିଁ ଏକା ଥିବ !। ଶ୍ରୀକୃଷ୍ଣ ,ସଠି ଦେବୀଙ୍କୁ ବର
ପ୍ରଦାନ କରି କହିଲେ "ତୁ ଯାହା ଲେଖିବୁ ତାହା ସମସ୍ତ ପ୍ରାଣୀ ଭୋଗକରିବେ ।ଏକଥା ସତ୍ୟ !ସତ୍ୟ !!ସତ୍ୟ !!!
ଭଗବାନ ଶ୍ରୀକୃଷ୍ଣ ଙ୍କ ଠାରୁ ବର ପାଇ ସଠି ଦେବୀ ଚାଲିଯାଇ ନିରାଲମ୍ଵ ଭୂମିରେ ପ୍ରବେଶ କଲେ
ମହାଶୟ Dusmanta Kumar Mishra kumar Mishra ଙ୍କୁ କୃତଜ୍ଞତା ପୂର୍ବକ ଧନ୍ୟବାଦ।।
ଉପସ୍ଥାପନା : ସସ୍ମିତା ମହାପାତ୍ର(ଲୀନା)
ଭୁବନେଶ୍ୱର
No comments:
Post a Comment