¤ ପ୍ରିୟ ଶିକ୍ଷକ ଭାସ୍କର ¤
~~~୦~~
✍ ଦାଶରଥି ସାହୁ
ସଂସାରେ ଭାସ୍କର ସଦା ଶ୍ରେୟସ୍କର
ତିନିପୁରେ ତେଜିୟାନ
ବଖାଣିବି କିସ ମନ ମହାକାଶ
ଜାଣେ ଜଡଠୁ ଚେତନ
ସଭିଙ୍କର ପ୍ରିୟ ନିଆରା ନିର୍ଣ୍ଣୟ
ମଣିଷ ହେ' ମିଷ୍ଟଭାଷୀ
ସ୍ୱଭାବେ ସରଳ ଭର ଶୂନ୍ୟ ଥାଳ
ମାନବିକତାକୁ ନେସୀ
ଗୁରୁ ମଧ୍ୟେ ଶ୍ରେଷ୍ଠ ନିୟମ ନିର୍ଦ୍ଧିଷ୍ଟ
ପାରିଲା ପଣ ନମୂନା
କଳମ୍ବ ମାଟିର ଅଦ୍ୱିତୀୟ ବୀର
ଝଲସ ଯେସନେ ସୁନା
ଅପ୍ରାଣ ଉଦ୍ୟମେ ଶିକ୍ଷିତର ଶ୍ରମେ
ଛାତ୍ରଙ୍କର ଛାୟାଛତ୍ର
ପ୍ରତି ପଦ କଥା ଭାଗବତ ଗୀତା
ପୁରାଣ ଭଳି ପବିତ୍ର
ଦାନରେ ବିରାମ ନାହିଁ କେବେ ତୁମ
ନିଃସ୍ୱାର୍ଥେ ନିମଗ୍ନ ଚିର
ବିପଦରେ ବନ୍ଧୁ ମରୁପରେ ସିନ୍ଧୁ
ଭରଷା ଭରା ଭଣ୍ତାର
ଆହେ ଅଯାଚିତ ବରେଣ୍ୟ ବ୍ଯକ୍ତିତ୍ୱ
ଆଧ୍ୟାତ୍ମିକ ତୁମ ଅଙ୍ଗ
ଆଳପେ ଅଳପ ବିରଳ ବିକଳ୍ପ
ବୁଣିଦିଅ ସୁଖ ରଙ୍ଗ
ଆଜିର ଏ ଦିନ ସୁଖେ ସମ୍ମୋହିନ
ଘେନ ଭକ୍ତି ପୁଷ୍ପାଞ୍ଜଳି
ସଦା ଥାଅ ପାଶେ ଯଶ ଅପଯଶେ
ଅଧମର ଏଇ ଅଳି .....
-------------
କଳମ୍ବ, ଗଞ୍ଜାମ
No comments:
Post a Comment