Sunday, August 23, 2020

⭕ କଳିର କଳ୍କୀ କୋରନା ⭕

~ କଳିର କଳ୍କି କୋରୋନା ~
           ~~~~୦~~~
                     ✍ ଦାଶରଥି ସାହୁ 

କୋରନାର କ୍ରୁର ଅଥୟ ଅଧିର
    କଲାଣି ଜନ ମାନସେ
ବିସ୍ତାରୁଛି କାୟା ନାହିଁ ଦୟା ମାୟା
       ଧ୍ୱଂସ ତାଣ୍ତବର ଶୀର୍ଷେ
ଲଢନ୍ତି ଲଢିବେ ସର୍ବେ ସଗୌରବେ
      ଆହା ଉଦ୍ୟମ ଅପ୍ରାଣେ
ଏ ବିଶ୍ୱ ବିପତ୍ତି କରିବାକୁ ଇତି
      ପ୍ରତି କ୍ଷଣ ଅନୁକ୍ଷଣେ
ଉର୍ଦ୍ଧିଷ୍ଟ ନିୟମେ ସ୍ୱେଚ୍ଛାସେବି ଶ୍ରମେ
        ପ୍ରାଯୁର୍ଜ୍ୟର ପ୍ରୋତ୍ସାହନ
ଭାଷା ଉଚ୍ଚାସିନ ଆବେଗେ ଆହ୍ୱାନ
      ଯୋଦ୍ଧାକୁ କାଳେ ସମ୍ମାନ
ସମ୍ମାନରେ ତୁମ ଦିଅହେ ବିରାମ
     ଯୋଦ୍ଧା ଜାଗା ଆବର୍ଜନେ
ମାନବିକତାର ଅପ ବ୍ୟବହାର
         ବାହାଷ୍ପଟଟି ବଦନେ
କ୍ଷୁଦାରେ ଆତୁର ଗରିବ ସଂସାର
      ମୁଲିଆ ମରନ୍ତି ନିତି
କୋଟି କୋଟି ଅର୍ଥ କେଉଁଠି ନିଯୁକ୍ତ
       ପୃଷ୍ଠା ପୃଷ୍ଠା ପାପ ପଂକ୍ତି
ପାପର କଳସୀ ଭରିଲାଣି ଆସି
     ଯେତେ ହୁଅ ଯତ୍ନବାନ
ଖେଳ ସମୟର ପାପ ଓ ପୂଣ୍ୟର
      ବାଛୁଛି ଅଗାଡି ଧାନ
ଦୋହଲେକି ଦମ୍ଭ ଆୟାମ ଆରମ୍ଭ !
      ଶେଷ ସଅଳ ପ୍ରସ୍ତୁତି
କୁଢ କୁଢ ଶବ ସଂହାର ପରବ
      ପାରିବନି କେହି ବର୍ତ୍ତି
ବିବେକ ଶୁଉନ ଆଜିର ବିଜ୍ଞାନ
    ହେଜିବାକୁ ନାହିଁ ଆଉ
ଅଚିହ୍ନା ଏ ବ୍ୟାଧି ନାହିଁ ମହୋଷଧି
      ତାଣ୍ତବେ ପ୍ରକୄତି ଦାଉ
ସଂସ୍ଥାପିବେ ଧର୍ମ ଶାନ୍ତି ଶ୍ରଦ୍ଧା ପ୍ରେମ
      ଉପୁଡେଇ ଅନାବନା
ବିହିଙ୍କ ଭିଆଣି ଜନେ ଯାହା ଗୁଣି
    କଳିରେ କଳ୍କି କୋରନା
            -------×--------
                    କଳମ୍ବ/ଗଞ୍ଜାମ

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...