Sunday, August 23, 2020

କେତେ ଦିନ ❗

 ~: କେତେ ଦିନ ❗:~
                           ✍ ଦାଶରଥି ସାହୁ 


ଗଭୀର ଗୁମାନେ
ଦୁଃଖର ଦହନେ
ହଜିଛି ଓଠରୁ ହସ...!

ଲାଗୁଛି ଯେମିତି
ଚିରିଛି କେ ଛାତି
ଅପ୍ରଯ୍ୟାପ୍ତ  ଅବଶୋଷ....!!

ଅନ୍ତରେ ବେଦନା
ମନ ଆନମନା
ବିଷାଦ ବିବଶ ପ୍ରାଣ....!

ସଞ୍ଚିତ ଏ ଦୁଃଖ
ପ୍ରାରବ୍ଧ ପ୍ରମୁଖ
କ୍ରିୟମାଣେ ତା' କଷଣ...!!

କଷଣ କୋଳେଇ
ମନ ମଲାନଈ
ସୁପ୍ତେ ବିଦ୍ରୋହର ସ୍ୱର...!

ସେଥିଲାଗି ବୋଧେ
ନୀରିହ ନିର୍ବୋଧେ
 ପିଠିରେ ପଡେ ପାହାର...!!

ସଭିଙ୍କ ଆଦର
ଆଜି ହତାଦର
ଜୀବନ ଲାଗଇ ଜଡ...!

ନାହିଁ ସ୍ୱଳ୍ପ ଶାନ୍ତି
ସଦା ଭୟ ଭ୍ରାନ୍ତି
ଝାପ୍ସା ଦିଶୁଅଛି ଝଡ...!!

ଆସୁ ଯେତେ ଝଡ
ତାଣ୍ତବର ମୋଡ
ଯାହା ଦେଉ ଉଲୁରେଇ....!

କେତେ ଦିନ ଆଉ
ସହୁଥିବୁ ଦାଉ
ନିଜ ପିଠି ଥାପୁଡେଇ...!!

ନୁହଁ ଏ କବିତା
କାହା ଅଙ୍ଗେନିଭା 
ଦୁଃଖିର ଆତ୍ମ ଜୀବନି...!

ସମ୍ପର୍କରେ ସଦା
ହେଲା ବୋଲି ଓଦା
ଆଖି ତା' ଲୁହ ଶ୍ରାବଣୀ...!!

ନହୋଇ  ଖିଆଲି
ପାରିଲାନି ଚାଲି
ସମୟର ସମତୁଲେ...!

ରଚି ଚକ୍ରବିହ୍ୱ
ଭାଙ୍ଗିଲେ ହୃଦୟ
ଢାଙ୍କିଦେଲେ ମାୟାଜାଲେ...!!

ଚୁପ୍ ସିନା ଆଜି
ସମ୍ପର୍କକୁ ହେଜି
ତୁନି ତୁଣ୍ତ ଖୋଲିଦେଲେ...!

ଯେତେକ ଜଡିତ
ହୋଇବେ ରକ୍ତାକ୍ତ
ସମାଲୋଚନାର ଢାଲେ....!!
           ~~~~୦~~~
                 କଳମ୍ବ/ଗଞ୍ଜାମ

No comments:

Post a Comment

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...