ଭାଗ୍ୟ ଭାଗବତ
~~~~୦~~~~ ✍ ସନ୍ତୋଷ ପଟ୍ଟନାୟକ
ସପନଠୁ ସତ ଦୂରତା ନିଶ୍ଚିତ
ହୃଦୟର ସ୍ବର୍ଶ ଅନ୍ତର୍ନିହିତ
ଭାବଠୁ ଭାବନା କେବେ ଅନାବନା
କେବେ ପୁଣି ବହିର୍ଭୂତ
ଏଇତ ଜୀବନାମୃତ
ଭାଗ୍ୟ ଭାଗବତ ହୋଇବ ଆଦୃତ
ମନ ଯେବେ ଥିବ ପବିତ୍ର.....୦
କଳ୍ପନା ,ବାସ୍ତବ ଦୂର ସୁନିଶ୍ଚିତ
ତଥାପି ଚିତ୍ତାକର୍ଷକ
କଳ୍ପନାର ପୁଟେ ମରୁଭୂମି ପରେ
କବି ଗଢ଼େ ସ୍ବର୍ଗ ସୁଖ
ଶିଳ୍ପୀ ଚିତ୍ର ଟିକେ ଦେଖ
ନିର୍ଜୀବ ଛବିରେ ପୁଲକିତ ପ୍ରାଣ
ସତରେ କେଡ଼େ ଚ଼ମକ....୧
ମାଟିଠୁ ଆକାଶ ଦୂରତା ଅବଶ୍ୟ
ବିହିର ଭିଆଣ ସତେ
ହୃଦୟର ଛାପେ ଦୁହେଁ ବିହ୍ଵଳିତ
ସ୍ବର୍ଗେ ହେଉ ବା' ମରତେ
ବିଶାଳ ଏ' ଚକ୍ରାବର୍ତ୍ତେ
ସର୍ଜନାକାରୀଙ୍କ ସୃଷ୍ଟି ସମ୍ଭାରଟା
କେତେ ମନୋହର ସତେ...୨
କୁମୁଦଠୁ ଚାନ୍ଦ ଶହସ୍ର ଦୂରତ୍ବ
ତଥାପି ସ୍ବତନ୍ତ୍ର ଭାବ
କଳ୍ପନା କି' ସତ ଦେଖ ପ୍ରାମାଣିକ
ସଞ୍ଜ ୟାଙ୍କ ସାକ୍ଷୀ ଦବ
ଭକ୍ତ ଭଗବାନ ଭାବ
ସନ୍ତୋଷ ହୃଦୟେ ଭାଗ୍ୟ ଭାଗବତ
ସତେକି ମୋକ୍ଷ ଆଣିବ... ୩
~~~୦~~~
✍ ସନ୍ତୋଷ ପଟ୍ଟନାୟକ , । ( 7984259080 )
No comments:
Post a Comment