Sunday, August 23, 2020

⭕ ଆସ ଆସ ଶୁଣ ମୋର ପ୍ରଶ୍ନ ⭕

 ~: ଆସ ଆସ  :~
     ~~~୦~~~

ଚାଲ ତୁମେ ମୁଁ' ଭିତରର
ପାଚେରୀକୁ ଭାଙ୍ଗି
ତୋଳିବା ସୁନ୍ଦର ଦେଶ ,,,
ବନ୍ଦ କରିଦେବି ମୋ 
ଦୀପାବଳୀର ଅର୍ଘ୍ୟ ମୁଁ
ତୁମେ ବକ୍ରୀ ଇଦ୍ ଛାଡି ଆସ .... ।।

ଚାଲ ବଞ୍ଚିବା ନିର୍ଦ୍ୱନ୍ଦରେ
ହୋଇ ମଣିଷ
ମୁଁ ଦେବି ନାହିଁ ଆଉ
ପ୍ରତିମାରେ ଜୀବନ୍ୟାସ
ତୁମେ ଛାଡ଼ିବ କି କୁହ ସେ କ୍ରୁଶ .... !!  ।।

ମିଛୁଆ କାଜି ଫାଦରଙ୍କୁ ଛାଡ଼ ତୁମେ
ମୁଁ ଛାଡି ଦେବି ଭଣ୍ଡ ବାବାଙ୍କ ପାଶ
କୁହ ଧର୍ମ ଲଢେଇରେ 
ଯୋଗ ଦେବ ନାହିଁ
ଗଢିବା କି ଗୋଟେ ସୁନ୍ଦର ଦେଶ... !? ।।

ଗୀତା, କୁରାନ, ବାଇବଲ
ସବୁ ପଢିବା
ନୂତନ ବିଜ୍ଞାନକୁ ଆଶ୍ରା କରି
ଛାଡିବ କି କୁହ
ଧର୍ମୀୟ ରାଜନୀତିର ଫାଶ ,,,, ! ?
ମୁଁ ମନ୍ଦିର ଯିବା ବନ୍ଦ କରିବି
ମସଜିଦ ଗୀର୍ଜାର ତାଲା ବନ୍ଦକରି ତ ଆସ ..... ।।

ବେଘର୍ ଅହମ୍ମଦ ହେଉ
ଅବା ଥାଉ ଆନ୍ଥୋନୀର କ୍ଳେଶ ,,,,
ପରିବର୍ତ୍ତନ କରିବାକୁ ଅଡ଼ି ବସିବାନି କାହାକୁ
ଦଳିତ, କାଫିର ସଭିଙ୍କୁ ଏକ କରି
କରିବା ଏ ନାଟକ ଏଇଠି ଶେଷ .... ।।

ଆରମ୍ଭ କରିବା ଚାଲ ଏ ମସାଲର
 ନୂଆ ଅଭିଯାନ
ଗଢିବା ଅନେକ ବିଚାରଧାରାର
କେବଳ ଗୋଟିଏ ଦେଶ .... ।।

©️ଶ୍ରୀମା  
 ✍ ଶ୍ରୀମା ଶତପଥୀ
             (ଲେଖିକା-ସାମ୍ବାଦିକା)
ସୁନାରୀସାହି, ଛତ୍ରପୁର, ବହ୍ମପୁର , ଗଞ୍ଜାମ ।

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...