Monday, August 24, 2020

⭕ ସାଧୁ ସାବଧାନ ⭕

ସାଧୁ ସାବଧାନ
  ~~~୦~~~       ✍ ଉପେନ୍ଦ୍ର ବସ୍ତିଆ 

ନାରୀକୁ ଚାହିଁବା ମନର କାମନା 
କଥା ପାଇଁ ଇଛାହୁଏ 
କଥାପ୍ରସଙ୍ଗରେ ଆସକ୍ତି ବଢିଲେ 
ମନ ଟିକେ ଛୁଇଁ ଦିଏ ll

ଛୁଇଁବା ମାଦକ ଇଛା ବଢିଗଲେ 
ମନ ପାଖେ ବସିବାକୁ 
ପାଖରେ ବସିବା କାମନା ପୁରିଲେ 
ଇଛା ହୁଏ  ରସିବାକୁ ll

କାମନା ବାସନା ବଡ଼ ହିଁ ଗଭୀର 
ସହଜରେ ନୁହେଁ କଳି  
ଏ କଳିଯୁଗରେ ରେ' ମୂଢ଼ମାନବ 
ସୀମାରୁ ଯାଅନା ବଳି ll

ଏହି ଯେଉଁଖୋଳ ଶରୀର ଧରିଛ 
ତହିଁ ମାୟା  କରାମତି 
ଅଢେଇ ଦିନକୁ ବଡେଇ ନ କରି
ସତ କର୍ମେ ଦିଅ ମତି ll
-----------×------------
           ରାଉଲକେଲା  । 

No comments:

Post a Comment

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...