╔⏤⏤⏤╝❀╚⏤⏤⏤⏤╗
ଶିବ ପୁରାଣ
ପ୍ରଥମ ଖଣ୍ଡ
【ଭାଗ -୧୨】 ╚⏤⏤⏤⏤╗❀╔⏤⏤⏤⏤╝
⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆⋅⋆⋄✧
ବ୍ରହ୍ମା ସୁତ ସନତ ନୈମିଷା ଅରଣ୍ୟ ରେ ଏକତ୍ରିତ ହୋଇ ଶିବ ଚରିତ ଶୁଣୁଥିବା ସମସ୍ତ ଋଷିଗଣ ଙ୍କୁ କହିଲେ -ହେ ତପଶିଳ ! ମହେଶ୍ୱଙ୍କ ବାଣୀ ଅନୁସାରେ ଯେଉଁ ନାରୀ ର ଦୁଇ ପତି ଥାଏ ତାକୁ ଦୋଚାରୁଣୀ ସଂସାର କୁହେ ।ଯାହାର ତିନି ପତି ଥାଏ ତାକୁ ସଂସାର ଧର୍ଷଣୀ ବୋଲି କୁହେ ।ଯାହାର ଚାରିପତି ଥାଏ ସେହି ନାରୀକୁ ସଂସାରରେ ପୁଂସଳି ବୋଲି ଆଖ୍ୟା ଦିଏ ।ଯେଉଁ କାମୁକ ରାମଣୀର ପାଞ୍ଚ ପତି ଥାଏ ସଂସାର ତାହାକୁ ବେଶ୍ୟା ବୋଲି କୁହେ ।ଯେଉଁ ନାରୀର ପାଞ୍ଚ ଠାରୁ ଅଧିକ ପତି ଥାଆନ୍ତି ତାକୁ ମହା ବେଶ୍ୟା ବୋଲି ସଂସାର କୁହେ।ବେଶ୍ୟା ,ମହାବେଶ୍ୟା ,ପୁଂସଳି ,ଧର୍ଷଣୀ ଏ ଚାରି ଜଣଙ୍କ ସହିତ ଯିଏ ସଙ୍ଗ ହୁଏ ତେବେ ସେ ଜୀଇଥିବା ଯାଏ ବହୁତ କଷ୍ଟ ପାଏ । ଅନ୍ତିମ ସମୟରେ ନର୍କରେ ବାସ କରେ। ସେହି ନାରୀ ଲକ୍ଷ୍ମୀ ଛଡା ହୋଇ ଦ୍ୱାର ଦ୍ୱାର ହୋଇ ବୁଲେ ।ଜନ୍ମ ଜନ୍ମାନ୍ତର ରେ ମହା ଦୁଃଖ ଭୋଗୁଥାଏ । ଚିରକାଳ ଚୌରାଶୀ ନର୍କ କୁଣ୍ଡରେ ପଡେ ।ହେ ଋଷିକୂଳ ସେ ମହା ପାତକୀ ଅଟେ । ଅନ୍ତଃ କାଳେ ଯମଦୂତ ମାନେ ତାକୁ ଧରି ନେଇ ନର୍କରେ ପକାଇ ବହୁତ ଦୁଃଖ ଦିଅନ୍ତି ।କୁମ୍ଭୀପାକ ନର୍କ ରେ ସେହି ନାରୀ ପଡି ଦୁଃଖ ପାଏ । ତା ଶରୀର ରେ କୃମି କୀଟ ଚାଲୁଥାନ୍ତି । ବେଶ୍ୟାନାରୀ ମାନେ ଅଳଙ୍କାର ମଣ୍ଡି ହୋଇ
ସଭାରେ ରାଣୀ ପରି ବସିଥାନ୍ତି ।ସେ ସଦା ସର୍ବଦା ଦେବ କନ୍ୟା ପରି ଦିଶୁଥାନ୍ତି ।ସକଳ ଧର୍ମ ମହତ ଓ ମର୍ଯ୍ୟାଦା ବୁଢ଼ାଇ ନାନାଦି ବିଳାସ କରିଥାନ୍ତି ।ଏମାନେ ପୁରୁଷ ମାନଙ୍କୁ ପାପରେ ପକାଇ ଘରକୁ ଧନ ନେଇଥାନ୍ତି । ଗୀତ ଗାଇ ,ନାଚ କରି ରଙ୍ଗ ରସ ମାଧ୍ୟମରେ ଅଳ୍ପ ଅଳ୍ପ ହସି ଆଖି ନଚାଇ ଅପାଙ୍ଗ ଚାହାଣି କଟାକ୍ଷ ରେ ପୁରୁଷର ମନ କୁ ଟାଣି ନୂଆନ୍ତି । ଏଥିପାଇଁ ସନ୍ଥ ପୁରୁଷ ମାନେ ପାପ ରେ ପଡନ୍ତି । ହେ ଋଷିଗଣ !ଯିଏ ବେଶ୍ୟା ସହିତ ପଡେ ସେହିଁ ନର୍କ ଭୋଗ କରେ । କଳ୍ପ କଳ୍ପାନ୍ତର ତାକୁ ମୁକ୍ତି ମିଳେ ନାହିଁ ।
ଏହାପରେ ସକଳ ଋଷିଗଣ ଙ୍କୁ ବ୍ରହ୍ମା ସୁତ କହିଲେ - କୁଳଶୀଳ ନାରୀ ମାନଙ୍କର ଆଚରଣ ବିଷୟରେ କହୁଛି ଶୁଣ । ଏହି ନାରୀ ମାନେ ଦେବତା ,ଅତିଥି ଙ୍କ ପୂଜା ସର୍ବଦା କରନ୍ତି । ଗୁରୁଜନ ଙ୍କ ପାଦରେ ଏମାନଙ୍କର ଭକ୍ତି ଥାଏ ।ସମସ୍ତଙ୍କୁ ସମାନ ଚକ୍ଷୁରେ ଏଭଳି ନାରୀ ଦେଖିଥାନ୍ତି । ସକଳ ନର ଙ୍କୁ ମିଷ୍ଟ ବାକ୍ୟ କହିଥାନ୍ତି । ଏ ନାରୀ ମାନେ ପର ଆପଣା ବାରଣ କେଭେ କରନ୍ତି ନାହିଁ । ଆଗ ପରକୁ ଦେଖିଲେ ସମ୍ମାନ ଦିଅନ୍ତି ।ଏପରି ନାରୀ ଯାହାର ଗୃହରେ ଥାଏ ସେହି ଲୋକ ଏ ସଂସାରରେ ବଡ଼ ଭାଗ୍ୟବାନ ଅଟେ । ତାହାର ଗୃହ ଧନ ,ଜନ ରେ ପରିପୂର୍ଣ୍ଣ ହୋଇଥାଏ । ଗୁହାଳ ଗୁହାଳ ଗାଈ ପୁରି କି ରହିଥାନ୍ତି । ଏପରି ନାରୀ ଯାହାର ଘରେ ଥାଆନ୍ତି ତାହାର ଦିନ ସବୁବେଳେ ଆନନ୍ଦ ରେ କଟିଥାଏ । ସେହିଭଳି ନାରୀ ଯୋଗୁ ପୁରୁଷ ଧନ୍ୟ ହୁଏ । ମୃତ୍ୟୁ ପରେ ସେ ନାରୀ ସ୍ଵର୍ଗରେ ବସେ । ଲୋକମାନେ ତାକୁ ସତୀ ବୋଲି ପୂଜା କରନ୍ତି ।
ଋଷି ସନତ କୁମାର କହିଲେ ହେ ଋଷିଗଣ ! ଅପୁତ୍ରିକ ନାରୀ ମାନଙ୍କ କାହାଣୀ ତୁମ ଆଗରେ କହୁଛି ।ତୁମେ ମନ କର୍ଣ୍ଣ ଦେଇ ଶୁଣ ।
ଯେଉଁ ନାରୀ ସ୍ବାମୀ ଙ୍କୁ ସର୍ବଦା ରୁକ୍ଷ ଭାଷା କହେ ,ସ୍ୱାମୀ ଯାହା କୁହେ ସେ ନାରୀ ତାହା କର୍ଣ୍ଣ ରେ ଶୁଣେ ନାହିଁ ,ଏ ଭଳି ନାରୀ ଶାଶୁ ଶ୍ୱଶୁର ଙ୍କୁ ଖାତିରି କରେ ନାହିଁ ।ପଦେ ପଦେ କଥାରେ ରାଗି ଯାଇ କଳି ସୃଷ୍ଟି କରନ୍ତି । ଅତିଥି ଅଭ୍ୟାଗତ ଙ୍କୁ ଅନ୍ନ ଗଣ୍ଡେ ଦିଅନ୍ତି ନାହିଁ ହେଲେ ଭର୍ତ୍ସନା କରି ସେମାନଙ୍କୁ କାଟୁ କଥା କୁହନ୍ତି ।ଏହି ନାରୀ ମାନେ ପର ପିଲାଙ୍କୁ ଦେଖିଲେ ମନରେ ଅହଂକାର ବହେ ଓ ସବୁବେଳେ ଦୂର ଦୂର ମାର ମାର କରେ । ଏପରି ରମଣୀ ଭାଗ୍ୟରେ ସନ୍ତାନ ସୁଖ ନଥାଏ । ଅପୁତ୍ରିକ ହୋଇ ଦୁଃଖରେ ଦିନ ବିତାଇ ଥାଏ । ଏହିଭଳି ନାରୀ ମୃତ୍ୟୁ ପରେ ପୁତ୍ର ନାମକ ନର୍କରେ ଯମଦୂତ ମାନେ ନେଇ ପକାଇ ଦିଅନ୍ତି । ନର୍କରେ ପକାଇ ବହୁତ ଦଣ୍ଡ ଦିଅନ୍ତି ।ଶାବଳ ରେ ପ୍ରହାର କରନ୍ତି । ହେ ଋଷିଗଣ !ଏହି ପ୍ରକାର ଅଟେ ନର୍କ ର ବିଚାର । ଏହାକୁ ମୁଁ ଠିକେ ଠିକେ ତୁମ ଆଗରେ ବଖାଣିଲି ।
ବ୍ରହ୍ମା ସୁତ ସନତ କହଲେ -ଆହେ ଋଷିଗଣ ! ମୁଁ ପୂର୍ବେ ବ୍ୟାସ ଙ୍କ ମୁଖରୁ ଯାହା ଶୁଣିଥିଲି ତାହାକୁ ଏଠାରେ ପ୍ରକାଶ କଲି । ଏ ଶିବ ପୁରାଣ ପରମ ପବିତ୍ର ଅଟେ । ଯିଏ ଏହି ପୁରାଣ ପାଠ କରେ ସେ ମୋକ୍ଷ ହୋଇଯାଏ । ହେ ସୁଜ୍ଞ ଜନେ ଆପଣ ମାନଙ୍କୁ ନିବେଦନ କରୁଛି ଯେ ସର୍ବଦା ଶିବ ପୁରାଣ କୁ ପାଠ କରନ୍ତୁ । ଏହି ପୁରାଣ ପାଠ କଲେ ଭଵ ସାଗର ରୁ ନିଶ୍ଚିତ ପାର ହୋଇ ଯିବ । ଯମଦଣ୍ଡ ତୁମକୁ ଲାଗିବ ନାହିଁ । ତୁମ ନେତ୍ର ନର୍କ ଦର୍ଶନ କରିବ ନାହିଁ । ହେ ଜ୍ଞାନୀ ଜନ ତୁମେ ଶିବ ପୁରାଣ ପଢି ନପାରିଲେ ଏହାକୁ ଶୁଣ ।ସୁ ଚିତ୍ତରେ ଶିବ ଶାସ୍ତ୍ର ଉପରେ ମନ ନିବେଶ କର । ଏହି ଶିବ ପୁରାଣ ଅତ୍ୟନ୍ତ ପବିତ୍ର ଅଟେ । ଯିଏ ଏହି ପୁରାଣ କୁ ଶୁଣି ଅନ୍ୟ କୁ ଶୁଣାଏ ସେ ବ୍ୟକ୍ତି ସଂସାର ରେ ମହାନ ଅଟେ । ହେ ଦେବ ଦେବ ମହାଦେବ ତୁମ ପାଦ ପଦ୍ମ ରେ ମୋ ମନ ରହୁ ।
କ୍ରମଶଃ...................
No comments:
Post a Comment