Sunday, July 31, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ - ୧୩】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                 ପ୍ରଥମ ଖଣ୍ଡ 
               【ଭାଗ -୧୩】                ╚⏤⏤⏤⏤╗❀╔⏤⏤⏤⏤╝
⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆
#ନର୍କକୁଣ୍ଡମାନଙ୍କର_ବର୍ଣ୍ଣନା
==================
ନୈମିଷା ଅରଣ୍ୟ ମଧ୍ୟରେ ସର୍ଵ ଋଷିଗଣ  ବ୍ରହ୍ମା ସୁତ ସନତ କୁମାର ଙ୍କ  ମୁଖରୁ ପୁରାଣ ଶୁଣି  ମନେ ମନେ ସମସ୍ତେ  ଅତ୍ୟନ୍ତ ଆନନ୍ଦିତ ହେଲେ । ପୁଣି ସମସ୍ତ ଋଷିମାନେ ଇଚ୍ଛା କରି କହିଲେ- ହେ ତପିସାଇଁ 
! ଆପଣ ତ କହିଲେ ପ୍ରାଣୀ ମାନେ ପାପ କଲେ ଯମ ଦଣ୍ଡ ଦିଏ ?ଯମ ଭିନ୍ନ ଭିନ୍ନ ନର୍କ କୁଣ୍ଡ ରେ ପାପୀ ଙ୍କୁ ନେଇ ପକାଏ ?ସକଳ ପାପୀ କର୍ମ ଅନୁସାରେ  ଫଳ ଭୋଗ କରନ୍ତି । ହେ ଧାତା ସୁତ !ଆମ ମାନଙ୍କୁ ଗୋଟିଏ କଥା କୁହ  ଯମ ଭୁବନରେ ଯେତେ ନର୍କ କୁଣ୍ଡ ଅଛି  ସେଗୁଡିକର ନାମ କଅଣ କଅଣ ଅଟେ ?।ଏହି ନର୍କ କୁଣ୍ଡର ନାମ ଆମ ଆଗରେ ପ୍ରକାଶ କରନ୍ତୁ ମହାମୁନି !। ଆପଣଂକ ମୁଖରୁ ଏହି ଅମୃତ ଚରିତ୍ର ଶୁଣି  ଆମ୍ଭ ମାନଙ୍କର ପ୍ରାଣ କୃତାର୍ଥ ହେବ ।

ସନତ କୁମାର ଉବାଚ ...............!!!!!!!!!!!

ଋଷି ମାନଙ୍କର ବଚନ ଶୁଣି ଧାତା ସୁତ  କହିଲେ ହେ ତପୋବନ୍ତ !ଆପଣଙ୍କ  ପ୍ରଶ୍ନର ଉତ୍ତର କହୁଛି ମନ କର୍ଣ୍ଣ ଦେଇ ଶୁଣ । ସନତ ଋଷି କହିଲେ ...ସଞ୍ଜିବନୀ ପୁରରେ ଯେତେ ନର୍କକୁଣ୍ଡ ଅଛି  ତା ମଧ୍ୟରେ ଚୌରାଶୀ ଟି ଶ୍ରେଷ୍ଠ ନର୍କ କୁଣ୍ଡ ଅଟେ । ସେହି  ଚୌରାଶୀ ଗୋଟି କୁଣ୍ଡ ର ନାମ କୁ ବୁଝାଇ କହିବି । 

ଯେଉଁ କୁଣ୍ଡରେ ପାପୀ ମାନେ ଅଗ୍ନିରେ  ଦହନ ହେଉଛନ୍ତି  ସେହି କୁଣ୍ଡର ନାମ -ତପ୍ତ କୁଣ୍ଡ । ବିଷ୍ଠା ,ଅଶ୍ରୁ ,ମୂତ୍ର , ଖରକୁଣ୍ଡ  ,ତପ୍ତ ,ସ୍ବେଦ 
ମଜ୍ଜା କୁଣ୍ଡ ,ମାଂସ ,ନଖ ,ଗାତ୍ର କୁଣ୍ଡ ,କୃମି କୁଣ୍ଡ , ଅସ୍ଥି କୁଣ୍ଡ ରେ ହାଡ଼ ପୁରି କରିଥାଏ  । ଲୌହ କୁଣ୍ଡରେ  ଲୁହା କଣ୍ଟା  କୁଢ଼ କୁଢ଼ ହୋଇ ଥାଏ  ।ଭୟାନକ କୁଣ୍ଡ ଏକ ତାମ୍ବ ରହିଅଛି । ତାହାରି ମଧ୍ୟରେ ତେଲ ଟକଟକ ହୋଇ ଫୁଟୁଥାଏ । ତାହାରି ଉପରେ ଏକ ଶର କୁଣ୍ଡ ଅଛି  ସେହି ଶର କୁଣ୍ଡରେ ତୀକ୍ଷ୍ଣ ଶର  ପୂର୍ଣ୍ଣ ହୋଇଅଛି । ଦୁଇ ଦୁଇ ଟି ଚୂର୍ଣ୍ଣ  କର୍ମ କୁଣ୍ଡ ଯମପୁରେ ଅଛି । ମନ୍ତ୍ରୀ କୁଣ୍ଡରେ ମସି ମାନ ପୂର୍ଣ୍ଣ ହୋଇ ରହିଥାଏ । ଏହି କୁଣ୍ଡଟି ଯମ ପୁରେ ବହୁ କଦର୍ଯ୍ୟ ଦିଶେ । ଏହି କୁଣ୍ଡ  ନିକଟରେ ଶୂଳ କୁଣ୍ଡ ଅଛି । ଅଗଣିତ ଶୂଳ ଏହି କୁଣ୍ଡରେ ଭର୍ତ୍ତି ହୋଇଅଛି ।ବାଛି ବାଛି ପାପୀ ଙ୍କୁ ଏହି କୁଣ୍ଡକୁ ଅଣା ଯାଇ ଦଣ୍ଡ ଦିଆ ଯାଏ । ତୈଳ କୁଣ୍ଡ ନିକଟରେ ଆଉ ଏକ କୁଣ୍ଡ ଅଛି ତାହାର ନାମ ଜ୍ବାଳାବତୀ କୁଣ୍ଡ ।ଏହା ନିକଟରେ  ଭସ୍ମ କୁଣ୍ଡ ,ଜମ୍ବୁକୁଣ୍ଡ ,  ଓ କୁମ୍ଭୀପାକ କୁଣ୍ଡ ଅଛି । ଯେଉଁ ପାପୀ ଅତ୍ୟନ୍ତ ଦୁର୍ଦଣ୍ଡ ସେ ଏହି କୁଣ୍ଡରେ ପଡେ ।କର୍ଣ୍ଣ ମୁଖ କୁଣ୍ଡ  ଦୁଇଟି ଅଛି । ଏହି କୁଣ୍ଡରେ ମଳ ମୂତ୍ର ପୂଜ ଭରି ରହିଥାଏ । ଜଳନ୍ଧର କୁଣ୍ଡ ଅତି ଭୟଙ୍କର ଦିଶେ । କଫ କୁଣ୍ଡ ର ଗଭୀର ସବୁଠାରୁ ଅଧିକ । ଏହି ପୁରରେ ବିଷ କୁଣ୍ଡ ଅଛି । ଏହାର ନିକଟକୁ ମକ୍ଷିକା ବା ମଶା କୁଣ୍ଡ ଅଛି । ଶୁକ୍ରକୁଣ୍ଡ ,ରଜ କୁଣ୍ଡ ,ରୌରବ କୁଣ୍ଡ  ,ସିଂହ କୁଣ୍ଡ ,ଅଶ୍ୱକୁଣ୍ଡ , ଭେକ କୁଣ୍ଡ ଏସବୁ ଯମ ପୁରରେ ଅଛି ।ଗୋଳ କୁଣ୍ଡରେ ସର୍ବଦା ଗୋଳ ସୃଷ୍ଟି ହୁଏ । ତେଜ କୁଣ୍ଡ ,ସୂର୍ଯ୍ୟ କୁଣ୍ଡ ,ରୌଦ୍ର କୁଣ୍ଡ ,ରେ ପାତକ ଗଣ ଙ୍କୁ ପକାଯାଏ ।
ପୁତି କୁଣ୍ଡ ବହୁତ  ଦୁର୍ଗନ୍ଧ ହୁଏ । ଏହି କୁଣ୍ଡରେ ମହା ପାତକୀ ମାନଙ୍କୁ  ପକାଯାଏ । ବସା କୁଣ୍ଡ ମଧ୍ୟରେ ଗୋଟିଏ କୁଣ୍ଡ ପୂର୍ଣ୍ଣ ହୋଇ  ରହିଥାଏ  
ଶ୍ଳେଷ୍ମା  କୁଣ୍ଡ  ଗୋଟି ବଡ଼ ଦାରୁଣ ଅଟେ । ଜିହ୍ଵା କୁଣ୍ଡ  ,ନେତ୍ର କୁଣ୍ଡ  ଅତି ଭୟାନକ ଅଟେ । ଏହି କୁଣ୍ଡରେ ପାପୀ ପଡି ବହୁତ କଷ୍ଟ ପାଆନ୍ତି । 

ଯମପୁର କିଛି ଦୂରରେ  ଗୋକୁଣ୍ଡ ନାମକ ଏକ କୁଣ୍ଡ ଅଛି । ଏହି କୁଣ୍ଡରେ ଗୋରୁ ଙ୍କର ରକ୍ତ ଓ ମାଂସ ପଚି କି ଥାଏ । ଏହି କୁଣ୍ଡ ପାଖରେ ଦନ୍ତ କୁଣ୍ଡ ଅଛି ।ଏହି କୁଣ୍ଡ ଅତି କଦର୍ଯ୍ୟ କୁଣ୍ଡ ଅଟେ । ଚକ୍ର କୁଣ୍ଡ ,ପେଚା କୁଣ୍ଡ ,ସ୍ନାନ କୁଣ୍ଡ  ଏ ତିନି କୁଣ୍ଡ ଅତି ଭୟାନକ ଅଟେ ।
ଏହି କୁଣ୍ଡ ନିକଟରେ ସର୍ପ କୁଣ୍ଡ ଅଛି ।ଏହି କୁଣ୍ଡରେ ସବୁ ସର୍ପ ପୁରି ରହିଥାନ୍ତି। ତା ପାଖକୁ ସୁଚିମୁନା କୁଣ୍ଡ ,ଗୃଧ୍ର କୁଣ୍ଡ  ଓ ଏହାର ନିକଟରେ କାଳକୁଣ୍ଡ ରହିଅଛି । ସନତ କହିଲେ ହେ ଋଷିଗଣ ! ଏହି ରୂପେ  ଯମପୁରରେ ଚୌରାଶୀ ପ୍ରକାର ମୁଖ୍ୟ ନର୍କ କୁଣ୍ଡ ଅଛି । ଯମ ରାଜା ପାପ ଅନୁସାରେ ଦଣ୍ଡ ବାଛି  କି ଦିଅନ୍ତି ।କେଵଳ ପାପୀ ମାନେ ଏଠାରେ ବହୁତ ଦଣ୍ଡ ପାଆନ୍ତି । ଯମ ପୁରକୁ ପୁଣ୍ୟବନ୍ତ ପ୍ରାଣୀ ମାନେ ଯାଆନ୍ତି ନାହିଁ । ପୁଣ୍ୟବନ୍ତ ପ୍ରାଣୀଙ୍କ ପାଇଁ  ଦିବ୍ୟ ଭୋଗ ଖଞ୍ଜା ଯାଇ ଥାଏ । ତାଙ୍କ ପାଇଁ ଦିବ୍ୟ ଭବନ ଖଞ୍ଜା ହୋଇଅଛି । ଯେଉଁମାନେ ହରିହର ପାଦରେ ସେବା କରିଥିବ ଓ ସତ୍ୟ ଧର୍ମ ନାୟ ଧର୍ମ ଯେହୁ ଚଳିଥିବ  ସେମାନେ କେଭେ ନର୍କ କୁଣ୍ଡ ଦେଖିବେ ନାହିଁ । ସ୍ଵର୍ଗାଳୟ ରେ ସ୍ୱର୍ଗସୁଖ ସର୍ବଦା  ସେହିଁ ପାଇବ । ହେ ସାଧୁ ଜନ ସେ ସୁଖ ପାଇବା ପାଇଁ ଯଦି ମନ ଅଛି ତେବେ ଶିବ ଭଗବାନ ଙ୍କୁ ସ୍ମରଣ କର ।

କ୍ରମଶଃ....................


┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...