╔⏤⏤⏤╝❀╚⏤⏤⏤⏤╗
ଶିବ ପୁରାଣ
ପ୍ରଥମ ଖଣ୍ଡ
【ଭାଗ -୧୧】 ╚⏤⏤⏤⏤╗❀╔⏤⏤⏤⏤╝
⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆⋅⋆⋄✧
ବ୍ରହ୍ମାଙ୍କ ସୁତ ସନତ ଋଷି ନୈମିଷା ଅରଣ୍ୟରେ ଏକତ୍ରିତ ହୋଇଥିବା ସକଳ ଋଷିଗଣ ଙ୍କୁ କହିଲେ -ହେ ଋଷିଗଣ !ଗୁରୁ ଆମେ କାହାକୁ କହିବା ସେ ବିଷୟରେ ତୁମକୁ କହୁଛି ଶୁଣ ।ସନତ କହିଲେ ....
ଯେଉଁ ବ୍ୟକ୍ତି ସର୍ଵ ଶାସ୍ତ୍ର ଜାଣେ ଓ ସର୍ବଦା ସତ୍ୟ କୁହେ ,ଯିଏ ଜିତେନ୍ଦ୍ରିୟ ,ନିର୍ଲୋଭ ଧର୍ମରେ ସର୍ବଦା ରତ ଥାଏ ।ଯିଏ ଶତ୍ରୁ ମିତ୍ର ଦୁହିଁଙ୍କୁ ସମାନ ଭାବରେ ଦେଖେ ।ଯିଏ ସବୁବେଳେ ବିନୟ ବଚନ କହେ ,ଅକ୍ରୋଧସମର ଦର୍ଶୀ ଓ ଧର୍ମ ରେ ଯାରମନ ଥାଏ ,ସରଳ ପ୍ରକୃତି ,ମନରେ ଲୋଭ ନଥାଏ ,ଏପରି ଲୋକଙ୍କୁ ଗୁରୁ ବୋଲି ବିଚାର କରିବ । ଜନହିତେ ଏସବୁ କଥା ଦେବା ଦେବୀ ମାନେ କହି ଯାଇଛନ୍ତି । ହେ ଋଷିଗଣ !ଗୁରୁଙ୍କ ପୁତ୍ର ଯଦି ମୂର୍ଖ ହୋଇଥିବ ତାଙ୍କ ଠାରେ ଗୁରୁ ତୁଲ୍ୟ ସମ୍ମାନ କରିବ ।ଗୁରୁ ଅଂଶ ଧରି ଗୁରୁପୁତ୍ର ଜନ୍ମ ହୁଅନ୍ତି ।ଗୁରୁପୁତ୍ର ଙ୍କୁ ଭକ୍ତି କରିବ ।ଗୁରୁ ନିନ୍ଦା କଲେ ନର୍କ ରେ ପଡିବ ଗୁରୁଙ୍କୁ ସେବାରେ ସନ୍ତୁଷ୍ଟ କରି ପାରିଲେ ବ୍ରହ୍ମପଦ ପାଇ ପାରିବ ।
ଋଷିଗଣ ପଚାରିଲେ ହେ ମୁନିମଣି ! କି ପ୍ରକାର ରେ ଗୁରୁସେବା କରନ୍ତି ତାହା ଆମ୍ଭ ମାନଙ୍କୁ କୁହନ୍ତୁ ? ଋଷି ମାନଙ୍କର ବିନୟ ବଚନ ଶୁଣି ସନତ କୁମାର କହିଲେ ......ଯେତେବେଳେ ଶ୍ରୀଗୁରୁଙ୍କ ଦର୍ଶନ କରିବ ସେତେବେଳେ ସାଷ୍ଟାଙ୍ଗେ ତାଙ୍କ ଚରଣ ରେ ପ୍ରଣାମ କରିବ । ସୁବାସିତ ଜଳ ନେଇ ତାଙ୍କ ପାଦ ଦୁଇଟି କୁ ଧୋଇଦେଵ । ସେହି ପାଦଧୁଆ ଜଳ କୁ ଆନନ୍ଦ ହୋଇ ପିଇବ ।ତାପରେ ଉତ୍ତମ ବସନ ନେଇ ଗୁରୁଙ୍କ ପାଦ ପୋଛି ଦେବ ।ଗନ୍ଧ ,ଚନ୍ଦନ ,କୁସୁମ ଦେଇ ଗୁରୁଙ୍କୁ ପୂଜା କରିବ ।ଗୁରୁଙ୍କୁ ନେଇ ଦିବ୍ୟ ଆସନ ରେ ବସାଇବ ।ତାଙ୍କ ଆଗରେ ଧୀର ବଚନ ରେ କଥା ହେବ ।ଗୁରୁଙ୍କ ଛାମୁରେ ବେନିକର କୁ ଯୋଡି ଭକ୍ତି ଭାବ ନେଇ ଛିଡା ହେବ ।ଗଳାରେ ବସନ ଦେଇ ତାଙ୍କ ପାଖରେ ଭୃତ୍ୟ ପରି ରାତି ଦିନ ଖଟି ଚାଲିବ ।ସବୁବେଳେ ସବୁକାର୍ଯ୍ୟ ରେ ଭୟ ରଖିଥିବ ଯେପରି ତୁମ କାର୍ଯ୍ୟ ଦେଖି ଗୁରୁ କ୍ରୋଧ ନ ହୁଅନ୍ତି । ଯେତେବେଳେ ଗୁରୁ ବସିବାକୁ ଆଜ୍ଞା ଦେବେ ସେହି ସମୟରେ ଚକା ଆସନ ପକାଇ ବସିବ ।ଏପରି ବସିବ ଯେ ଯେପରି ପାଦ ର ଅଗ୍ର ପଦାକୁ ଦିଶିବ ନାହିଁ ।ଗୁରୁ ଙ୍କ ବିନା ଆଦେଶ ରେ ସେଠାରୁ ଉଠିବ ନାହିଁ । ଷଡରସ ଭୋଜନ ଦେଇ ଗୁରୁଙ୍କ ମନ ତୋଷିବ । ସମୟ ଜାଣି ଗୁରୁଙ୍କ ପାଖରେ ଖଟୁଥି ବ । ଭୋଜନ ଶେଷରେ ଆଚମନ କଲା ପରେ ଶୀଘ୍ର ନେଇ ସୁବାସିତ ଜଳ ଦେବ । ଗୁରୁ ଦାନ୍ତ ଘଷିବା ପାଇଁ ସୂକ୍ଷ୍ମ ଦାନ୍ତକାଠି ଯୋଗାଇ ଦେଇ କିଣା ଜନ ପ୍ରାୟ ହୋଇବ । ଏହାପରେ ତାମ୍ବୁଳ ଦେଇ କୋମଳ ଶଯ୍ୟା ପାରିଦେଵ ।ଧୀରେ ଧୀରେ ଗୁରୁଙ୍କ ଚରଣ କୁ ଧରି ଚିପିବ । ଗୁରୁ ଛାଡିଥିବା ଅନ୍ନ କୁ ଅତି ଆନନ୍ଦରେ ଭୋଜନ କରିବ ।ଯେତେଦିନ ଗୁରୁଦେବ ଘରେ ରହିବେ ତାଙ୍କ ମନ ଜାଣି ତାଙ୍କ ପୂଜା କରିବ । ଯେଉଁ ଦିନ ଗୁରୁଦେବ ମେଲାଣି ହୋଇବେ ଭୃତ୍ୟ ପରି ତାଙ୍କ ସହିତ ତାଙ୍କ ଲୁଗାପଟା ନେଇ ଯିବ।ଯେଉଁ ଠାରେ ଗୁରୁ ଆଜ୍ଞା ଦେବେ ଯାଅ ବୋଲି ସେହି ସମୟରେ ଶହେ ଆଠ ଥର ଦଣ୍ଡବତ କରିବ ।ଗୁରୁଙ୍କ ବାକ୍ୟ ପାଳି ଘରକୁ ଆସିବ ।ମନ ମଧ୍ୟରେ ଗୁରୁଙ୍କୁ ଧ୍ୟାନ କରୁଥିବ । ଏପରି ଗୁରୁଙ୍କ ସେବା ଯେଉଁମାନେ କରନ୍ତି ସେମାନଙ୍କ ଗୁଣ କୁ ବ୍ରହ୍ମା ବଖାଣି ପାରନ୍ତି ନାହିଁ । ଇହ ଲୋକ ରେ ଏପରି ଜନ ବହୁ ଆନନ୍ଦରେ ରୁହେ । ଅନ୍ତେ ବୈକୁଣ୍ଠ ଲୋକରେ ଦିବ୍ୟ ସ୍ଥାନ ପାଏ ।ବର୍ଣ୍ଣ ମାନଙ୍କର ଗୁରୁ ବ୍ରାହ୍ମଣ ଅଟନ୍ତି ।ବ୍ରାହ୍ମଣ ମାନଙ୍କର ଗୁରୁ ଅଗ୍ନିଦେଵ । ଅଭ୍ୟାଗତ ଲୋକ ସବୁଠାରେ ଗୁରୁ ଅଟନ୍ତି । ସଂସାରେ ଯେତେକ ଗୁରୁ ଅଛନ୍ତି ତୁମକୁ କହୁଛି ଋଷିଗଣ ।ଏହି କଥାକୁ ମନ କର୍ଣ୍ଣ ଦେଇ ଶୁଣ । କେଉଁ କେଉଁ ଗୁରୁଙ୍କ ଚରଣ କୁ ପୂଜା କରିବ ।
ପିତା ଗୁରୁ ,ମାତା ଗୁରୁ , ବିଦ୍ୟାଦାତା ,ଶାଶୁ ,ଶ୍ୱଶୁର , ଅତିଥି ବୃଦ୍ଧ ,ବଡ଼ ଭାଇ ,ଏମାନେ ଗୁରୁଜନ ଅଟନ୍ତି ।ଏହି ମାନଙ୍କୁ ସେବାକଲେ ଏ ଭଵ ସାଗର ରୁ ପାରି ହୋଇ ପାରିବ ।ଯେଉଁମାନେ ଏମାନଂକ ପୂଜା ଭକ୍ତିରେ କରେ ସେହିମାନେ ଚତୁବର୍ଗ ଫଳ ଲାଭ କରନ୍ତି । ନାରୀ ମାନଙ୍କର ଗୁରୁ ତାଙ୍କର ପତି ଅଟନ୍ତି ।ନାରୀ ମାନେ ସ୍ୱାମୀ ଙ୍କୁ ହରିହର ବ୍ରହ୍ମା ସମାନ ପୂଜା କଲେ ଅନେକ ପୁଣ୍ୟ ପାଇଥାନ୍ତି । ଯେଉଁ ନାରୀ ଦାସୀ ପରି ସ୍ବାମୀକି ସେବାକରେ ସେହି ନାରୀ ସତୀ ମଧ୍ୟରେ ଗଣା ହୁଏ ଓ ସେ ମଲା ପରେ ସ୍ୱର୍ଗ ସୁଖ ପାଏ ।ଯେଉଁ ନାରୀ ପତି ବିନା ଅନ୍ୟ କିଛି ଜାଣେ ନାହିଁ ସେହିଁ ସଂସାର ରେ ପତିବ୍ରତା ସତୀ ନାରୀ ଅଟେ । ଯେଉଁ ନାରୀ ପ୍ରତିଦିନ ସ୍ୱାମୀ ପାଦ ଧୋଇ ସେ ପାଦ ଉଦକ ଭକ୍ତି ସହକାରେ ସେବନ କରେ ତାକୁ କୌଣସି ଜନ୍ମରେ ଯମଦଣ୍ଡ ଲାଗେନାହିଁ ।ପତି ,ଅନ୍ଧ ,କାଲ କୁଜା ଅବା ଛୋଟା କି ପାଷାଣ୍ଡ ହେଉ କି ଗୁଣରେ ଅସୁନ୍ଦର ହେଉ ପତିବ୍ରତା ନାରୀକି ତାହା ସୁନ୍ଦର ଦିଶେ । ଯେଉଁ ନାରୀ ପତିର ଆଜ୍ଞା କୁ ଅବଜ୍ଞା ନକରେ ଓ ଦିନ ରାତି ପତି ସେବାରେ ଲାଗିଥାଏ ,ପତିର
ଉଚ୍ଛିଷ୍ଟ କୁ ଆନନ୍ଦରେ ଖାଇଥାଏ ପତି ଆଜ୍ଞା କୁ ଦାସୀ ପରି ମାନି ଥାଏ ,ପତି ଙ୍କର ଯେଉଁ ଦ୍ରବ୍ୟରେ ଆଗ୍ରହ ଥାଏ ସେହି ଦ୍ରବ୍ୟ କୁ ଯଥା ସମୟରେ ଯୋଗାଏ ପତି ର ଦୁଃଖ ରେ ଦୁଃଖୀ ଓ ପତି ର ସୁଖରେ ସୁଖୀ ହୁଏ ଏହା ବ୍ୟତୀତ ପତି ଧର୍ମ ଆଚରଣ ଶିଖି ପତି ଙ୍କ ପରି ନିରନ୍ତର ଧ୍ୟାନ କରୁଥାଏ ସେହିଁ ସର୍ଵ ସୁଖ ପାଏ ।ଯେଉଁ ନାରୀ ପତି ପାଦେ ମନ ରଖେ ଓ ନିଜକୁ କିଣା ଦାସୀ ବୋଲି ଭାବେ
ସେ ନାରୀ ଜଗତରେ ଭାଗ୍ୟବତୀ ଅଟେ ।ଏହି ନାରୀର ଦର୍ଶନ ପାଇ ପାପୀ ମାନେ ମୁକ୍ତି ପାଇଥାଆନ୍ତି । ପତିର ଦୋଷ କୁ ଯେଉଁ ରମଣୀ ଧରେ ନାହିଁ ,ପତିର ପାଶେ ସମୟ ବୃଥାରେ କଟାଏ ନାହିଁ ,ଦୋଷ ରେ ଓ ଅଦୋଷ ରେ ପତି ଯଦି ଗାଳି ଦେଲେ ଉତ୍ତର ନଦେଇ ଯଦି ନାରୀ ସବୁ ସହିଯାଏ ,ଅଭିମାନ ନକରି ପତି ପାଡସେବା କରେ ସେହି ନାରୀ ସଂସାରରେ ଭାଗ୍ୟବତୀ ଅଟେ ।
ଯେଉଁ ନାରୀ ଗୁରୁଜନ ଙ୍କୁ ଦେଖି ଲଜ୍ୟା ବତୀ ହୁଏ ,ଉଚ୍ଚ କରି କେତେବେଳେ କଥା କହେ ନାହିଁ ,ଧର୍ମକାର୍ଯ୍ୟ ରେ ମନ ସର୍ବଦା ଥାଏ
କୁଟୁମ୍ବ କୁ ଆଗ ଦେଇ ପଛରେ ଭୋଜନ କରେ ସେହି ନାରୀ ସାଧବୀ ପତିବ୍ରତା ଅଟେ । ଏହି ନାରୀର ଆଜ୍ଞାକୁ କୌଣସି ଦେବତା ଲଙ୍ଘି ପାରନ୍ତି ନାହିଁ ।ତାହାର ଏତେ ପୁଣ୍ୟ ଯେ ଏହାକୁ କେହି ମୁଖରେ ବର୍ଣ୍ଣନା କରି ପାରିବେ ନାହିଁ । ଉମା ,ରମା ସହିତ ଏହି ନାରୀଙ୍କୁ ତୁଳନା କରାଯାଏ । ଏଭଳି ନାରୀର ଯଶକୀର୍ତ୍ତ ସଂସାର ସାରା ଉଡେ ।ଏହି ନାରୀର କଥା ବ୍ରହ୍ମା ,ବିଷ୍ଣୁ ,ହର ଭାଙ୍ଗି ପାରନ୍ତି ନାହିଁ ।
ଯେଉଁ କାମତୁରା ନାରୀ ଦୁଇପତି କରେ ସଂସାରରେ ସେ ଦୋଚାରୁଣୀ ରୂପେ ଆଖ୍ୟା ପାଏ । ଯେଉଁ ନାରୀ କାମ ବଶରେ ତିନି ପତି କରେ ତାକୁ ସଂସାର ଧର୍ଷଣୀ ବୋଲି କୁହେ । ଯେଉଁ ନାରୀର ଚାରି ପତି ଥାଏ ସଂସାର ତାହାକୁ ପୁଂସଳି ବୋଲି କୁହେ ।ଯେଉଁ କାମୁକ ରମଣୀ ପାଞ୍ଚ ପତି କରେ ସଂସାର ତାହାକୁ ବେଶ୍ୟା ବୋଲି କୁହେ । ପାଞ୍ଚ ରୁ ଅଧିକ ପତି ଯେଉଁ ନାରୀ କରେ ସଂସାର ତାହାକୁ
ମହାବେଶ୍ୟା ଆଖ୍ୟା ଦିଏ । ହେ ଋଷିଗଣ !ଏହା ହେଉଛି ମହେଶ ଙ୍କ ବାଣୀ ଓ ଏହା ମିଛ ନୁହଁଇ । ଏତିକି କହି ସନତ ଋଷି ମୌନ ହୋଇଗଲେ ।
କ୍ରମଶଃ.................
No comments:
Post a Comment