Friday, June 3, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ -୮】❀

╔⏤⏤⏤╝❀╚⏤⏤⏤⏤╗
             ଶିବ ପୁରାଣ
               ପ୍ରଥମ ଖଣ୍ଡ 
               【ଭାଗ -୮】 
 ╚⏤⏤⏤⏤╗❀╔⏤⏤⏤⏤╝
ବ୍ରହ୍ମାଙ୍କ ସୁତ ସନତ କୁମାର ବିଶ୍ରାମ ନେଇ ଉଠିଲା ପରେ ନୈମିଷା ଅରଣ୍ୟରେ ରୁଣ୍ଡ ହୋଇଥିବା ଋଷିଗଣ ଙ୍କ ନିକଟ କୁ ଗଲେ ।ସକଳ ଋଷିମାନେ ସନତ କୁମାରଙ୍କୁ ନମସ୍କାର କରି ଉପଯୁକ୍ତ ଆସନରେ ବସାଇଲେ ।ଋଷିମାନେ କହିଲେ ଭୋ ଦେବ !ଆମ୍ଭ ମାନଙ୍କୁ ନର୍କ କୁଣ୍ଡ ଓ ପାପୀ ମାନେ କେଉଁ ପାପ କଲେ କି ଯନ୍ତ୍ରଣା ଭୋଗ କରନ୍ତି ତାହା ବିସ୍ତାର ଭାବେ କୁହନ୍ତୁ ।ସନତ କୁମାର କହିଲେ ହେ ତପିଗଣ !ମୁଁ ଯାହା କହୁଛି ମନ କର୍ଣ୍ଣ ଦେଇ ଶୁଣ ।ସନତ କହିଲେ ......

ଯେଉଁମାନେ ଝାଳ ନାଳ ହାତରେ ଦେବତା ମାନଙ୍କୁ ପୂଜା କରନ୍ତି  ସେମାନଙ୍କ ଯମଦୂତ ମାନେ ସ୍ବେଦ ନର୍କ କୁଣ୍ଡରେ ନେଇ ପକାନ୍ତି  ଓ ତାଙ୍କ ଉପରେ ଯନ୍ତା ଦେଇ ଦିଅନ୍ତି । ଯେଉଁ ବ୍ରାହ୍ମଣ  ଶୁଦ୍ର ଘରେ ଅନ୍ନ ଭକ୍ଷଣ କରେ  ଶହେ ଜନ୍ମ ପର୍ଯ୍ୟନ୍ତ ସୁରା କୁଣ୍ଡରେ  ସୁରା ସେ ପିଏ । ଯେଉଁମାନେ ନୈବେଦ୍ୟ ନକରି ଭୋଜନ କରନ୍ତି କୃମି କୁଣ୍ଡରେ ସେମାନେ ପଡନ୍ତି ଓ ତାଙ୍କୁ କୃମି ମାନେ ଖାଇ ଯାଆନ୍ତି । ଯେଉଁ ବ୍ରାହ୍ମଣ ଶୁଦ୍ର ଙ୍କୁ ଶବ କୁ କାନ୍ଧରେ ନିଏ  ସେହିମାନେ ପୂଜ ନର୍କ କୁଣ୍ଡ ରେ ପଡି ପୂଜ ଖାଉଥାନ୍ତି  । ଯେଉଁ ନିଷ୍ଠୁର ନିର୍ଦ୍ଦୟ  ମାନେ କ୍ଷୁଦ୍ର ପ୍ରାଣୀ ଙ୍କୁ ମାରନ୍ତି ସେମାନେ ମକ୍ଷିକା ନର୍କ କୁଣ୍ଡରେ  ପଡି ନାନା କଷ୍ଟ ଭୋଗ କରନ୍ତି । ଯେଉଁ ଦୁର୍ଜନ ମାନେ ବ୍ରାହ୍ମଣ ମାନଙ୍କୁ ବାଡ଼ି ଦ୍ୱାରା ମାରନ୍ତି  ସେମାନେ ବଜ୍ର ଦଂଷ୍ଟ୍ର କୁଣ୍ଡରେ  ପଡି କଷ୍ଟ ପାଆନ୍ତି । ଯେଉଁମାନେ ମହୁଫେଣା  ଭାଙ୍ଗି  ମାଛି କୁ ମାରନ୍ତି  ସେମାନେ କୃମି ନର୍କ କୁଣ୍ଡରେ ପଡି ନାନା କଷ୍ଟ ପାଆନ୍ତି । ଯେଉଁ ରାଜା ପ୍ରଜା ମାନଙ୍କୁ  କଷ୍ଟ ଦିଏ  ଓ ଧନ ଦିଏ ନାହିଁ  ସେହି ରାଜା ବୃଶ୍ଚିକ କୁଣ୍ଡରେ ପଡି  କଷଣ ଭୋଗ କରେ । ତାହାର ଯେତେ ଯାତନା କେହି କହି ପାରିବେ ନାହିଁ । ଯେଉଁ ଜନ ହୀନ କୂଳରେ ଜନ୍ମ ହୋଇ ସ୍ବଧର୍ମ ଛାଡି ପରଧର୍ମ କରେ ସେମାନେ ମଶାଲ କୁଣ୍ଡରେ ପଡି ବହୁ କଷ୍ଟ ପାଆନ୍ତି ।

ବିନା ଦୋଷରେ ଯେଉଁମାନେ ପ୍ରାଣୀ ମାନଙ୍କୁ ବନ୍ଦୀ ଘରେ ରଖନ୍ତି  ସେମାନଙ୍କୁ ଯମଦୂତ ମାନେ  ଚରମ କୁଣ୍ଡରେ ପକାନ୍ତି । କାମବଶ ହୋଇ ଯେଉଁମାନେ ପର ରମଣୀ କୁ ହରନ୍ତି ସେମାନଙ୍କୁ ଯମଦୂତ ମାନେ ବାନ୍ଧି ନେଇ କାଳକୁଣ୍ଡ  ନର୍କ ରେ ପକାନ୍ତି ।ତାହାରି ମୁଣ୍ଡରେ ଥିବା କେଶ କୁ  ଅଗ୍ନି ରେ ପୋଡି ଦିଅନ୍ତି ।ଡାମରା କାଉ ମାନେ ତା ମୁଣ୍ଡକୁ ହାଣନ୍ତି  ଓ ଥଣ୍ଟ ରେ ତାହାରି ଆଖିକୁ  ଖୋଳନ୍ତି ।ତାହାରି ଦୁଃଖ କଷ୍ଟ କେହି ମୁଖରେ କହି ପାରିବେ ନାହିଁ ।ମଲି ମଲି ବୋଲି ସେ ପାପୀ ବୋବାଳି ଛାଡେ ।ସହସ୍ର ବର୍ଷ ସେ ସେହି ନର୍କ ଭୋଗ କରେ ।ପୁଣି ଥରେ ମାନବ ଯୋନିରେ ଜନ୍ମ ନିଏ  ।ଅଙ୍ଗ ହୀନ ହୁଏ ଓ ତାହାର ଗୋଡ଼ ହାତ ଛିଡିଯାଏ ।ଏହି ପାପୀ ବହୁତ କଷ୍ଟ ପାଏ ।

ଯେଉଁଜନ ଲୋଭରେ ସୁବର୍ଣ୍ଣ ଚୋରାଏ  ସେହି ପାପୀ ସଞ୍ଚାଣ ନର୍କ କୁଣ୍ଡରେ ପଡି ପତନ ହୁଏ ।ସଞ୍ଚାଣ ପକ୍ଷୀର ବିଷ୍ଠା ନିତି ଖାଏ ।ଯମଦୂତ ମାନେ ଲୌହ ଠେଙ୍ଗା ରେ ପ୍ରହାର କରନ୍ତି ।ଅୟୁତ ବର୍ଷ ପରେ ସେହି ପାପୀ ପୃଥିବୀ କୁ ଆସେ  ।ମନୁଷ୍ୟ ଜନ୍ମ ପାଏ ଓ ବହୁତ କ୍ଳେଶ ଭୋଗକର ।

ସୁବାସ ଦ୍ରବ୍ୟ ଯେଉଁମାନେ ଚୋରି କରନ୍ତି ସେମାନଙ୍କ ଦଣ୍ଡଧାରୀ ବହୁତ କଷ୍ଟ ଦିଅନ୍ତି ।ଯେଉଁ ଜନ ତେଲ ଦ୍ରବ୍ୟ ଚୋରି କରେ  ସେମାନେ ଅନଳ ନର୍କ କୁଣ୍ଡରେ ପଡନ୍ତି ।ତାହାର ଦେହ ପୋଡିଯାଏ ଓ ସେ ବୋବାଳି ଛାଡେ  ।ତାପରେ ଯମଦୂତମାନେ ତେଲ ଢାଳି ଦିଅନ୍ତି ।

ବଳ ପୂର୍ବକ ବା କୌଶଳ କରି ଯିଏ ପର ଭୂମି କୁ ହରେ ସେହି ଜନ ମରଣ ପରେ ତପ୍ତ ତୈଳ କୁଣ୍ଡରେ ପଡେ ।ସାତ ମନୁ ଯାଏ ସିଏ ପାଉଁଶଭକ୍ଷଣକରେ।ତାହାର କଷଣ କିଏ ବା କହି ପାରିବ ।

ଯେଉଁମାନେ ଖଣ୍ଟ  ବୃତ୍ତି କରି ଧନ ଉପାର୍ଜନ କରନ୍ତି  ସେମାନେ ମଲେ  ଯମଦୂତ ମାନେ  ତାଙ୍କୁ ବଳେ ଧରି ନେଇ ତାହାର ଚୁଟି କାଟି ତାକୁ ବହୁତ ବାଡାନ୍ତି ।ଅସୀ ପତ୍ର କୁଣ୍ଡରେ ତାକୁ ନେଇ ପକାନ୍ତି ।ସେହି ଲୋକ ଚଉଦ ମନୁ ପର୍ଯ୍ୟନ୍ତ ସେଠାରେ ସେ ରୁହେ ।ତାହାର ଡାକ କେହି ଶୁଣନ୍ତି ନାହିଁ ।ଅନ୍ନ ପାଣି ନପାଇ ସେ ଉପାସ ଭୋକରେ ପଡିଥାଏ ।ଭୋକରେ ଛଟପଟ ହୋଇ ବହୁ କଷ୍ଟ ପାଏ ।

ଯେଉଁମାନେ ବ୍ରାହ୍ମଣ କୁ ମାରି ତାହାର ଧନ ହରଣ କରନ୍ତି  ସେମାନେ ମଲେ ଯମଦୂତ ମାନେ ତାଙ୍କୁ ନେଇଯାଇ ଖଡ୍ଗ କୁଣ୍ଡରେ ପକାଇ ଦିଅନ୍ତି ।ସେଠାରେ ସେ ଶତ ମନୁ ଯାଏ ପଡିରହେ ।ତାହାର କଷ୍ଟ କୁ ଯିଏ ଆଖିରେ ଦେଖେ ତାହାର ହୃଦୟ ବିଦୀର୍ଣ୍ଣ ହୋଇଯାଏ ।ଏହାପରେ ସେହି ପାପୀ ମର୍ତ୍ତ୍ୟରେ ଜନ୍ମ ନିଏ ।ଘୁଷୁରୀ ଜନ୍ମ ପାଇ ବିଷ୍ଠା ଭକ୍ଷଣ କରେ ।

ଯେଉଁମାନେ ନିଆଁ ଲଗାଇ ଘରକୁ ପୋଡି ଦିଅନ୍ତି ସେହି ପାପୀ ମାନେ କ୍ଷୁର ଧାର କୁଣ୍ଡରେ ପଡନ୍ତି ।ସେହି କୁଣ୍ଡରେ ପଡି ବହୁତ ଯାତନା ପାଆନ୍ତି ।ଏହାପରେ ସେହି ପାପୀ ପ୍ରେତ ହୋଇ ବୁଲେ ।ସାତ ଜନ୍ମ ପରେ ମନୁଷ୍ୟ ଜନ୍ମ ନିଏ ।ବହୁଦିନ କାଟିବା ପରେ ଶୂଳ ରୋଗରେ ପଡେ  ।ଏତକ ହେଲା ପରେ ସାତ ଜନ୍ମ ଯାଏ  କୁଷ୍ଠ ରୋଗରେ  ପଡି ଦିନ କାଟେ ।

ଯେଉଁମାନେ ବ୍ରାହ୍ମଣ ଙ୍କୁ ଘୃଣା କରନ୍ତି ଓ ମୂଢ ପଣରେ ଦେବତା ମାନଙ୍କୁ ମାନନ୍ତି ନାହିଁ ,ନିଜର ପ୍ରଶଂସା ସବୁବେଳେ କରେ ଓ ପରର ନିନ୍ଦା କରେ  ସେମାନେ ମଲା ପରେ ସୂଚୀ କୁଣ୍ଡରେ ପଡନ୍ତି ।ତାହାର ଦେହରେ ସୂଚୀ ଫୋଡାଯାଏ । ଏମାନେ ଧର୍ମ କୁ ସ୍ମରଣା କରି ଦିନ କାଟନ୍ତି  ।ତିନିଯୁଗ କାଟି ସାରିଲା ପରେ ଏମାନେ ମର୍ତ୍ତ୍ୟ କୁ ଆସନ୍ତି ।ସାତ ଜନ୍ମ ଯାଏ ବଜ୍ରକୀଟ ହୋଇ ଜନ୍ମ ନିଅନ୍ତି ।ଭସ୍ମ କୀଟ ଯୋନି ସାତଜନ୍ମ ସେ ହୁଏ ।ପୁଣି ସେ ନର ବିଛା ହୋଇ ଜନ୍ମ ନିଏ ।ଶତ ଜନ୍ମ ବିଛା ହୋଇ ବହୁ କଷ୍ଟ ପାଏ ।

ଲୋଭ ବଳରେ ଯେଉଁମାନେ ପରଘର ଭାଙ୍ଗନ୍ତି ଓ ତାହାରି ଧନ କୁ ହରଣ କରନ୍ତି  ସେମାନେ ବହୁକାଳ ନର୍କ ଯନ୍ତ୍ରଣା ଭୋଗ କରନ୍ତି ।ଯମଦୂତ ମାନେ ତା ମୁହଁରେ ପରିଶ୍ରା କରନ୍ତି । ତାହାର ଦୁଇ ଆଖିକୁ କେତକୀ କଣ୍ଟା ରେ ଫୋଡି ଦିଅନ୍ତି ।ଏହି ପାପୀ ସାତ ଜନ୍ମ ଯାଏ ଛେଳି ମେଣ୍ଢା ହୋଇ ଜନ୍ମ ହୁଏ ।ତାପରେ ଗଉଡୁଣୀ  ଗର୍ଭରୁ ଜନ୍ମ ହୁଅନ୍ତି ।ଜନ୍ମ ହୋଇ ରୋଗରେ ପଡନ୍ତି ଓ ବହୁ କଷ୍ଟ ପାଆନ୍ତି ।ଶେଷରେ ତା ଠାରେ ଶ୍ଵେତ କୁଷ୍ଠ ହୁଏ ।

ଯେଉଁମାନେ ନିଜ ଲୋଭ ସମ୍ଭାଳି ନପାରି ଛୋଟ ଛୋଟ ଦ୍ରବ୍ୟ ମାନ ଚୋରି କରି ଆଣନ୍ତି  ସେମାନେ ଗୋଟିଏ ଯୁଗ ବିଷାକ୍ତ ସାପ ପାଖରେ ରହେ  ।ନରଦେହ ପାଇ ବହୁ କଷ୍ଟ ଭୋଗ କରେ ।ଲୋଭରେ ଯେଉଁମାନେ ହାତୀ ଘୋଡା ଚୋରି କରି ଆଣେ  ଯମ ଗଣ ମାନେ ତାକୁ ହାତୀ ଦାନ୍ତ ରେ ପ୍ରହାର କରନ୍ତି ।ଗଜଦନ୍ତ କୁଣ୍ଡରେ ସେହି ପାପୀ କୁ ନେଇ ପକାନ୍ତି  ।ବହୁତ ମଳ ମୂତ୍ର ନେଇ ତା ଉପରେ ଢାଳନ୍ତି ।ଏହି ପାପୀ ତିନି ଜନ୍ମ ପର୍ଯ୍ୟନ୍ତ ହାତୀ ହୋଇ ଜନ୍ମ ନିଏ ।ଏହାପରେ ସେ ମ୍ଳେଛ ଘରେ ଜନ୍ମ ନିଏ ।

ଯେଉଁ ଜନ ତୃଷାତୁର ହୋଇ ଜଳ ପିଉଥାଏ କିନ୍ତୁ ଯେଉଁମାନେ ତାହାକୁ ଜଳ ପିଆଇ ଦିଅନ୍ତି ନାହିଁ  ସେ ପାପୀ ଗୋମାଂସ ନର୍କ କୁଣ୍ଡରେ ପଡେ । ଏକ  ମନୁ ପର୍ଯ୍ୟନ୍ତ ସେହି ପାପୀ ଗୋମାଂସ ଭକ୍ଷଣ କରୁଥାଏ  ।  ଯୋଗୀ ଜନ୍ମ ପାଇ ଦ୍ୱାର ଦ୍ୱାର  ବୁଲେ ।ଭିକ୍ଷା ମାଗି ଗୀତ ଗାଇ ବହୁ କଷ୍ଟ ରେ ଚଳେ ।  ଏତିକି  କହି ସାରିବା ପରେ ବ୍ରହ୍ମା ସୁତ କିଛି ସମୟ ପାଇଁ ମୌନ ହୋଇଗଲେ ।

କ୍ରମଶଃ..........

┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...