# ଅଶୋକ ଶିଳାଲିପି, ଜଉଗଡ଼ !
✍ ଉପସ୍ଥାପନା : ଜଗନ୍ନାଥ ଦୋରା
ଅବହେଳିତ ଜଉଗଡ଼,କଳିଙ୍ଗ ଇତିହାସ ର ଶିଳାଲେଖ. କଳିଙ୍ଗ ଇତିହାସ ର ସର୍ବପୁରାତନ ମୁକ ସାକ୍ଷୀ ହେଉଛି ଜଉଗଡ଼. ଯାହାକି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ପାଣ୍ଡିଆ ପଞ୍ଚାୟତ ରେ ଅବସ୍ଥିତ.ଏଠାରେ ଥିବା ଶିଳାଲେଖ ଗୁଡିକ ହେଉଛି 2060 ବର୍ଷ ପୁରୁଣା, ଯାହାକି ଖ୍ରୀଷ୍ଟପୂର୍ଵ 261 ରେ ଅଶୋକଙ୍କ ସମୟରେ ଲେଖା ଯାଇଥିଲା ବୋଲି ପ୍ରତ୍ନତ୍ୱାତିକ ସର୍ଭେ ଅଫ ଇଣ୍ଡିଆ (ASI) ରୁ ଜଣାପଡେ଼ ! ଐତିହାସିକ କଳିଙ୍ଗ ବିଜୟ ପରେ ଅଶୋକ ରକ୍ତାକ୍ତ ହୋଇଥିବା ଦୟା ନଦୀ କୁ ଦେଖି ଚଣ୍ଡାଶୋକ ରୁ ଧର୍ମାଶୋକ ରେ ପରିଣତ ହୋଇଥିଲେ ସେ ରାଜ୍ୟ ଜୟ କ୍ଷମତା ଲୋଭକୁ ପରିତ୍ୟାଗ କରି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ଏବଂ ତାର ପ୍ରଚାର ପ୍ରସାର କରିଥିଲେ ।
ସେହି ସମୟରେ ଅଶୋକ 14 ଟି ଶିଳାନୁଶାସନ ଲେଖିଥିଲେ, ସେଥି ମଧ୍ୟରୁ ଏକାଦଶଟି ଶିଳାନୁଶାସନ ଜଉଗଡ଼ ପଥର ଦେହରେ ଖୋଦିତ ହେଇଥିବା ବେଳେ ଅନ୍ୟ ତିନୋଟି ଧଉଳି ପାହାଡ଼ ରେ ଖୋଦିତ ହେଇଛି । ଏହି ଲେଖା ଗୁଡିକ ପାଲି ଭାଷାରେ ଲେଖା ଯାଇଥିବା ବେଳେ, ଏହା ତତ୍କାଳୀନ କଳିଙ୍ଗର ଧର୍ମ ସଂସ୍କୃତି ଓ ରାଜ୍ୟ ଶାସନର ସୁବିସ୍ତୃତ ବିବରଣୀ ପ୍ରଦାନ କରେ ! କିନ୍ତୁ ଦୁଃଖର ବିଷୟ ଏହା ଯେ କଳିଙ୍ଗ ର ଐତିହାସ ଗାନ କରୁଥିବା ଏ ଶିଳାଲେଖ ଗୁଡିକ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ସ୍ୱାଧୀନତା ପୂର୍ବରୁ ଜଉଗଡ଼ ଜାତୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ପାଇଥିଲେ ମଧ୍ୟ ଏଠାରେ କିଛି ବିକାଶ ର କାମ ହୋଇପାରିନାହିଁ । ଐତିହାସିକ ଜଉଗଡ଼ ର ଇତିହାସ ଯେତିକି ପୁରୁଣା ତାର କିମ୍ବଦନ୍ତୀ ମଧ୍ୟ ସେତିକି ନିଆରା ଲୋକକଥା ବା କିମ୍ବଦନ୍ତୀ ଅନୁଯାୟୀ, ଜଉଗଡ଼ ରାଜା ନିଜ ଗଡ଼ର ସୁରକ୍ଷା ପାଇଁ ଜଉ ଦ୍ୱାରା ନିର୍ମିତ ପାଚେରୀ ତିଆରି କରିଥିଲେ, ଯା'ଦ୍ୱାରା ଗଡ଼ ମଧ୍ୟ୍ୟକୁ ଶତ୍ରୁ ମାନଙ୍କ ପ୍ରବେଶକୁ ରୋକାଯାଇପାରିବ ଏବଂ ଏ ବିଷୟରେ ଅପରପକ୍ଷର ଶତ୍ରୁ ମାନଙ୍କୁ ଅଜଣା ଥିଲା । ଯେତେବେଳେ ଶତ୍ରୁ ପକ୍ଷର ସୈନ୍ୟ ମାନେ ରାଜଉଆସ କୁ ପ୍ରତିଦିନ କ୍ଷୀର, ଦହି ଦେବାକୁ ଯାଉଥିବା ଗଉଡ଼ୁଣୀ ଠାରୁ ପାଚେରୀର ରହସ୍ୟ ପଚାରି ବୁଝିଥିଲେ ଗଉଡ଼ୁଣୀ ଠାରୁ ଜଉରେ ତିଆରି ହୋଇଥିବା ରହସ୍ୟ ଜାଣିପାରି ଶତ୍ରୁ ପକ୍ଷ ସୈନ୍ୟ ମାନେ ସେଥିରେ ନିଆଁ ଲଗେଇଦେଇଥିଲେ, ଯାହା ଫଳରେ ପାଚେରୀ ସହ ସମ୍ପୂର୍ଣ୍ଣ ଜଉଗଡ଼ ଜଳିଯାଇଥିଲା ଏବଂ ପରେ ରାଜା ଏକଥା ଜାଣିସାରି ଗଉଡ଼ୁଣୀ କୁ ଅଭିଶାପ ଦେଇଥିଲେ ଫଳସ୍ୱରୂପ ପର ମୂହୁର୍ତ୍ତରେ ଗଉଡ଼ୁଣୀ ପଥର ପାଲଟି ଯାଇଥିଲା ! ଏବେ ବି ସେଇ ପଥରକୁ ଗଉଡ଼ୁଣୀ ପଥର କୁହାଯାଏ ।
ଏବେ କିନ୍ତୁ ଏ ଐତିହାସିକ ଗଡ଼ ସମ୍ପୂର୍ଣ୍ଣ ଅବହେଳିତ ଅବସ୍ଥାରେ ରହିଅଛି । ଇତିହାସର କଥା କହୁଥିବା ଏ ଜଉଗଡ଼ କୁ ଦେଖିଲେ ମନରେ ପ୍ରଶ୍ନ ଉଠେ ଯେଉଁ ରାଜ୍ୟରେ ଇତିହାସ ସୁରକ୍ଷା ବ୍ୟବସ୍ଥା ନାହିଁ ସେ ରାଜ୍ୟ କେତେ ବା ସୁରକ୍ଷିତ ? କଳିଙ୍ଗର ଇତିହାସ କହୁଥିବା ଅକ୍ଷର ଗୁଡିକ ଏବେ ଅଦୃଶ୍ୟ ହେବାରେ ଲାଗିଛି ।
No comments:
Post a Comment