ପଞ୍ଚଦଶ ସପ୍ତାବ୍ଦିରେ ଭାରତ ଆଜିର ଭାରତ ପରି ନଥିଲା ସେ ସମୟରେ ଅନେକ ଛୋଟ ବଡ଼ ରାଜ୍ୟରେ ବାଣ୍ଟିହୋଇ ଥିଲା ଏବଂ ଯେଉଁ ସବୁ ରାଜ୍ୟରେ ଜଣେ ମାତ୍ର ରାଜାଙ୍କର ଶାସନ କରିବାର ଅଧିକାର ଥିଲା ତାକୁ ଜନପଦ କୁହାଯାଉଥିଲା ସେହି ପରି ଷୋହଳଟି ରାଜ୍ୟ ଥିଲା ସେସବୁ ରାଜ୍ୟ ଓ ଏହାର ରାଜଧାନୀ ହେଲା :-
#ଅଙ୍ଗ-ଚମ୍ପକ , ମଗଧ- ରାଜଗ୍ରିହା ପରେ ପାଟଳି ପୁତ୍ର ,
ମଲ୍ଲ - କୁସିନଗର ଓ ପାୱା, ଭଜ୍ଜି-ବୈଶାଳୀ ,
କୋଶଳ-ସ୍ରଭସ୍ତି , କାଶୀ-ବାରଣାସୀ , ଚେଦି-ସୁକ୍ତିମତି ,
କୁରୁ-ଇନ୍ଦ୍ରପ୍ରସ୍ଥ , ଭସ୍ଥ-କୌଶମ୍ବୀ , ପାଞ୍ଚାଳ-ଅହିଛତ୍ର ଓ କାଂପିଲ୍ୟ , ମତଶ୍ୟା-ବିରାଟ ନଗର ,ସୁରସେନା-ମଥୁରା,
ଅବନ୍ତି-ଉଜ୍ଜୟନୀ ଓ ମହିସ୍ମତି, ଆଷ୍ମକ-ପୋତନ,
କମ୍ବୋଜ-ରାଜପୁର , ଗାନ୍ଧାର-ତକ୍ଷଶିଳା । ଏସବୁ ରାଜ୍ୟ ଉପରେ ଜଣେ ଜଣେ ମାତ୍ର ରାଜାଙ୍କର ଅଧିକାର ରହୁଥିଲା ଏବଂ ଅନ୍ୟ କିଛି ରାଜ୍ୟ ଥିଲେ ଯେଉଁ ରାଜ୍ୟ ମାନଙ୍କରେ କୌଣସି ଜଣେ ଶାସକଙ୍କର ଅଧିକାର ରହୁ ନଥିଲା ଏବଂ କ୍ରମାନୁକ୍ରମେ ଅନେକ ଶାସକ ପରିବାର ଶାସନ କରୁଥିଲେ ସେ ସବୁ ରାଜ୍ୟକୁ ସଂଘ 'ବା' ଗଣ କୁହାଯାଉଥିଲା, ଏହି ସବୁ ରାଜ୍ୟ ଓ ଏହାର ରାଜଧାନୀ ଗୁଡ଼ିକ ହେଲା :-
#ସାକ୍ୟ-କପିଳ ବସ୍ତୁ , ମଲ୍ଲ-ପାୱା/କୁସିନାରା ,
ଲିଛିୟୁ-ବୈଶ୍ୟାଲି ,ବିଦ୍ଧେୟ-ମିଥିଲା, କୋଲ୍ଲ-ରମାଙ୍ଗମ,
ବୁଲ୍ଲି-ଆଲ୍ହକପ , କାଲାମ-କେଷପୁତ୍ୟ, କଳିଙ୍ଗ-ରେଶପୁତ
ମୋର୍ଯ୍ୟ-ପିପଲୱାନ , ଭଗ୍ନ-ସଂସାର ପର୍ବତ,
ଏହିସବୁ ରାଜ୍ୟ ମଧ୍ୟରୁ ସାକ୍ୟ ରାଜ୍ୟର ରାଜଧାନୀ କପିଳବସ୍ତୁରେ ରାଜତନ୍ତ୍ର କିମ୍ବା ଗଣତନ୍ତ୍ର ଥାଇପାରେ କିନ୍ତୁ ଏହି ରାଜ୍ୟରେ ଅନେକ ଶାସକ ପରିବାର ଥିଲେ (ସେତେବେଳେ ଯେଉଁମାନେ ଯୁଦ୍ଧ ବା ଶାସନ କରନ୍ତି,ସେଇ ମାନଙ୍କୁ କ୍ଷତ୍ରିୟ କୁହାଯାଉଥିଲା ଓ ପରବର୍ତ୍ତୀ ସମୟରେ ଆର୍ଯ୍ୟମାନେ ଏହି ଶବ୍ଦକୁ ନିଜ ମଧ୍ୟରେ ରଖିଛନ୍ତି) ଏବଂ କ୍ରମାନୁସାରେ ଏମାନେ ଶାସନ କରୁଥିଲେ ଓ ଏହି ଶାସକ ପରିବାରର ଯିଏ ମୁଖ୍ୟ ଥିଲେ ସେମାନଙ୍କୁ ରାଜା କୁହା ଯାଉଥିଲା । ସମୟାନୁକ୍ରମେ ଶୁଦ୍ଧଧନ ରାଜା ହୋଇଛନ୍ତି ଓ ଏହା ଏକ ସ୍ୱତନ୍ତ୍ର ରାଜ୍ୟ ହୋଇଛି କିନ୍ତୁ ପରବର୍ତ୍ତୀ ସମୟରେ ଏହି ରାଜ୍ୟର ପଡ଼ୋଶୀ ରାଜ୍ୟ କୋଷଳ ନିଜର ଅଧିପତ୍ୟ ସାକ୍ୟ ରାଜ୍ୟ ଉପରେ ଜାହିର କରିଛି। ଏଥିପାଇଁ ସାକ୍ୟ ରାଜ୍ୟରେ ନିଜର ରାଜନୈତିକ ଅଧିକାର ଉପଯୋଗ କରିବା ପାଇଁ ଅସୁବିଧା ହେଉଛି ଓ କୋଷଳ ରାଜ୍ୟର ଅନୁମତିରେ ସାକ୍ୟ ରାଜ୍ୟରେ ରାଜନୈତିକ ଅଧିକାର ନିର୍ଣ୍ଣୟ କରାଯାଉଛି।ସେ ସମୟରେ କୋଷଳ ଓ ମଗଧ ଏହି ଦୁଇଟି ରାଜ୍ୟ ଶକ୍ତିଶାଳୀ ଥିବା ସହିତ କୋଷଳ ରାଜ୍ୟର ରାଜା ପ୍ରଶନଜିତ୍ ଓ ମଗଧ ରାଜ୍ୟର ରାଜା ବିମ୍ବିସାର ମହାନ ପରାକ୍ରମୀ ରାଜା ଭାବେ ଖ୍ୟାତ ହୋଇଥାନ୍ତି।ସାକ୍ୟ ରାଜ୍ୟର ରାଜଧାନୀ କପିଳବସ୍ତୁ, କପିଳ ନାମକ ଜଣେ ମହାନ ବୁଦ୍ଧିବାଦୀ କପିଳଙ୍କ ନାମରେ ରଖାଯାଇଥିଲା।ସାକ୍ୟ ରାଜ୍ୟରେ ଜୟ ସେନା ନାଁ ରେ ଜଣେ ବ୍ୟକ୍ତି ଥିଲେ ଓ ତାଙ୍କ ପୁତ୍ର ନାଁ ଥିଲା ଶ୍ରୀହନୁ, ଶ୍ରୀ ହନୁଙ୍କ ବିବାହ କଞ୍ଚନାଙ୍କ ସହିତ ହୋଇଥିଲା।ଶ୍ରୀ ହନୁ ଓ କଞ୍ଚନାଙ୍କ ପାଞ୍ଚଟି ପୁତ୍ର ଥିଲେ ସେମାନେ ହେଲେ-ଶୁଦ୍ଧଧନ,ଧୋତଦ୍ଧନ,ଶୁକ୍ଳୋଦ୍ଧନ,ସୁକଦ୍ଧନ ଓ ଅମିତଦ୍ଧନ ଓ ଅମିତା ଏବଂ ପମିତା ନାଁ ରେ ଦୁଇ କନ୍ୟା ଥିଲେ।
ଶୁଦ୍ଧୋଧନଙ୍କର ବିବାହ ମହାମାୟାଙ୍କ ସହିତ ହୋଇଥିଲା, ମହାମାୟାଙ୍କ ପିତା ଅଞ୍ଜନା ଜଣେ କୋଲ୍ହ ଥିଲେ ଏବଂ ସେ ଦେବୋଦ୍ଧର ନାଁ ରେ ଏକ ଗାଁ କିମ୍ବା ସହରରେ ରହୁଥିଲେ।ସୁଦ୍ଧଧନଙ୍କର ପରିବାରର ଆଦିତ୍ୟ ଗୋତ୍ରଥିଲା ଶୁଦ୍ଧଧନ ମହାନ ଯୋଦ୍ଧା ଥିଲେ ଓ ତାଙ୍କର ପରାକ୍ରମ ଯୋଗୁଁ ତାଙ୍କୁ ଆଉଗୋଟେ ବିବାହ କରିବା ପାଇଁ ଅନୁମତି ମିଳିଥିଲା।
ସେ ମହାମାୟାଙ୍କ ବଡ଼ ଭଉଣୀ ମହାପ୍ରଜାପତିଙ୍କୁ ବିବାହ କରିଥିଲେ।ସୁଦ୍ଧଧନ ଜଣେ ଧନବାନ ବ୍ୟକ୍ତିଥିଲେ ତାଙ୍କର ବଡ଼ ବଡ଼ ରାଜମହଲ,କ୍ଷେତ ଓ ଅନେକ ଚାକର ଚାକରାଣୀ ଥିଲେ।ନିଜ କ୍ଷେତରେ ଚାଷ କରିବା ପାଇଁ ସେ ଏକ ସମୟରେ ହଜାର ହଜାର ହଳ ବୁଲାଉ ଥିଲେ। ସେ ଏକ ପ୍ରକାର ଐଶୁର୍ଯ୍ୟପୂର୍ଣ୍ଣ ଜୀବନ ଯାପନ କରୁଥିଲେ। ସେ ସମୟରେ ସାକ୍ୟ ମାନଙ୍କର ଏକ ପ୍ରଥା ଥାଏ ମଧ୍ୟଗ୍ରୀଷ୍ମରେ ଏକ ଉତ୍ସବର ପାଳନ କରାଯାଏ ଏହି ଉତ୍ସବ ସାତଦିନ ଧରି ପାଳନ କରାଯାଏ ଓ ଏଥିରେ ସାକ୍ୟର ସମସ୍ତ ଶାସକ ପରିବାର ଯୋଗ ଦିଅନ୍ତି। ଏହି ଉତ୍ସବରେ ଫଳ,ମୂଳ,ପିଠା,ପଣା,ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ସମତେ ଅନେକ ପ୍ରକାରର ଖାଦ୍ୟ ସାମଗ୍ରୀର ପରିବେଷଣ କରାଯାଇଥିଲା କିନ୍ତୁ ମଦ୍ୟପାନ କରିବାର ଅନୁମତି ନଥିଲା।ଗୋଟେ ବର୍ଷ ମହାମାୟା ଏହି ଉତ୍ସବକୁ ଅତି ଧୂମଧାମରେ ପାଳନ କରିବା ପାଇଁ ମନସ୍ଥ କରିଛନ୍ତି ଏବଂ ଉତ୍ସବ ପାଳନ କରିବା ପାଇଁ,ସେ ଦିନ ସକାଳ ସମୟରେ ଉଠି ସୁଗନ୍ଧିତ ଜଳରେ ସ୍ନାନ କରି, ସ୍ୱାଦିଷ୍ଟ ଭୋଜନ ଗ୍ରହଣ କରି, ବିଭିନ୍ନ ରକମର ଅଳଙ୍କାର ପରିଧ୍ୟାନ କରି, ସାକ୍ୟର ସମସ୍ତ ଶାସକ ପରିବାର ସହିତ ଉତ୍ସବରେ ସାମିଲ ହୋଇଥିଲେ।
ଉତ୍ସବ ସରିବା ପରେ ମହାମାୟା ବାସଗୃହର ନିଜ କକ୍ଷକୁ ଗଲେ ପୁଷ୍ପ ଓ ସୁଗନ୍ଧ ଦ୍ରବ୍ୟରେ ବିଛଣା ସଜ୍ଜିତ କରାଯାଇ ଥିଲା ଓ ନିକଟରେ ସୁଦ୍ଧଧନ ଉପସ୍ଥିତ ଥାନ୍ତି ଏବଂ ଏତିକି ବେଳେ ମହାମାୟାଙ୍କୁ ଗର୍ଭଧାରଣ ହୋଇଥିବାର ଅନୁମେୟ ହୋଇଛି ଏବଂ ଶୟନ କରିବା ସମୟରେ ଏକ ସ୍ୱପ୍ନ ଦେଖିଲେ ତାଙ୍କର ଯେଉଁ ଚାରିଜଣ ରକ୍ଷକ ଅଛନ୍ତି ସେମାନେ ମହାମାୟାଙ୍କୁ ହିମାଳୟ ପର୍ବତ ଉପରକୁ ନେଇ ଯାଉଛନ୍ତି ଏବଂ ରକ୍ଷକଙ୍କର ପତ୍ନୀମାନେ ଆସି ମାନସରବର ଜଳରେ ସ୍ନାନ କରାଇ, ଅଳଙ୍କାରରେ ସଜ୍ଜିତ କରାଉଛନ୍ତି।
ଯେମିତି ମହାମାୟା କୌଣସି ଜଣେ ମହାନ ବ୍ୟକ୍ତିଙ୍କ ସହିତ ଭେଟ ହେବେ।କିଛି ସମୟ ପରେ ବୌଦ୍ଧି ସତ୍ୟ ସୁମିଦ ମହାମାୟାଙ୍କ ନିକଟକୁ ଆସୁଛନ୍ତି ଓ ମହାମାୟାଙ୍କୁ ତାଙ୍କ କୋଳରେ ପରଜନ୍ମ ନେବା ପାଇଁ ପଚାରୁଛନ୍ତି, ମହାମାୟା ଏହାର ଉତ୍ତର ହସି ହସି ସହମତି ପ୍ରକାଶ କରି କହିଛନ୍ତି କାଇଁ ନୁହେଁ ??? "ମୁଁ ଆପଣଙ୍କ ମାଆ ହେବା ପାଇଁ ବହୁତ ଉତ୍ସାହର ସହିତ ଅଛି , ଏତିକି ବଳେ ମହାମାୟାଙ୍କର ସ୍ୱପ୍ନ ଭାଙ୍ଗିଗଲା ଏବଂ ସମସ୍ତ ଘଟଣା ମାନ ମହାମାୟା ସୁଦ୍ଧଧନଙ୍କୁ ଜଣାଇଲେ ଏବଂ ସୁଦ୍ଧଧନ ପରଦିନ ନିଜ ରାଜ୍ୟରେ ଥିବା ଆଠଜଣ ସ୍ୱପ୍ନ ବିଶାରଦ ବ୍ରାହ୍ମଣଙ୍କୁ ଡ଼ାକି ତାଙ୍କୁ ଖିଆପିଆ ଓ ଦକ୍ଷିଣା ଦେଇ ଏ ସ୍ୱପ୍ନ ବିଷୟରେ ଜାଣିବା ପାଇଁ ଚାହିଁଲେ ଏବଂ ବ୍ରାହ୍ମଣମାନେ ଶୁଦ୍ଧଧନଙ୍କୁ କହିଲେ ଆପଣ ନିଶ୍ଚିନ୍ତ ରୁହନ୍ତୁ ଆପଣଙ୍କ ଘରେ ଜଣେ ପୁତ୍ର ଜନ୍ମ ଗ୍ରହଣ କରିବାକୁ ଯାଉଛନ୍ତି ଏବଂ ସେ ଯଦି ସଂସାରରେ ରୁହନ୍ତି ତ' ଜଣେ ମହାନ ଚକ୍ରବର୍ତ୍ତୀ ସମ୍ରାଟ ହେବେ, ଏବଂ ଯଦି ସଂସାର ପରିତ୍ୟାଗ କରନ୍ତି ତ' ବୁଦ୍ଧ ହେବେ। ବ୍ରାହ୍ମଣ ମାନେ ଏପରି ଆଶ୍ବାସନା ଦେଇଛନ୍ତି। ମହାମାୟା ଦଶମାସର ଗର୍ଭବତୀ ହୋଇ ସାରିଛନ୍ତି ଓ ସୁଦ୍ଧଧନଙ୍କୁ ନିଜ ବାପଘର ଦେବଦ୍ଧର ଯିବା ପାଇଁ କହିଲେ, ସୁଦ୍ଧଧନ ଏହାପରେ ମହାମାୟାଙ୍କ ପାଇଁ ସ୍ୱର୍ଣ୍ଣପାଲିଙ୍କି ସଜା ସାଜ କରାଇ ମହାମାୟାଙ୍କ ଇଚ୍ଛା ପୂରଣ କରିବା ପାଇଁ ସେବକ, ରକ୍ଷକ, ସୈନ୍ୟସାମନ୍ତଙ୍କ ସହିତ ଦେବଦ୍ଧର ଯାତ୍ରା କରେଇଦେଲେ।
ଦେବଦ୍ଧର ଯିବା ବାଟରେ ଏକ ଶାଳ ବୃକ୍ଷର ଜଙ୍ଗଲ ପଡ଼ିଥାଏ ଓ ଏହି ଜଙ୍ଗଲକୁ ଲୁମ୍ବିନ ବନ କୁହାଯାଏ ଏବଂ ମହାମାୟା ଯେତେବେଳେ ଲୁମ୍ବିନ ବନ ଅତିକ୍ରମ କରୁଛନ୍ତି ସେ ଦେଖୁଛନ୍ତି ସମ୍ପୂର୍ଣ୍ଣ ଲୁମ୍ବିନିବନ ଫୁଲ,ଫଳରେ ଭରି ରହିଛି ଏବଂ ଅନେକ ପକ୍ଷୀ ଗୁଡ଼ିକର ଶବ୍ଦ ଶୁଣାଯାଉଛି ଏପରି ଅପୂର୍ବ ପ୍ରାକୃତିକ ମନଲୋଭା ଶୋଭାର ଦୃଶ୍ୟ ଆନନ୍ଦିତ କରୁଛି,ମହାମାୟା ଏ ଦୃଶ୍ୟକୁ ଦେଖି ନିଜର ସେବକ ଓ ସୈନ୍ୟବାହିନୀଙ୍କୁ ଅଟକାଇ ଲୁମ୍ବିନୀ ବନର ଏହି ଦୃଶ୍ୟ ଦେଖିବା ପାଇଁ ପାଲିଙ୍କି ରଖିବାକୁ କହିଲେ ଓ ପାଲିଙ୍କିରୁ ତଳକୁ ଓଲ୍ଲାଇ ଲୁମ୍ବିନୀ ବନରେ ଥିବା ଏକ ବିଶାଳ ଶାଳ ବୃକ୍ଷ ନିକଟକୁ ଯାଇ ଏହାର ଡାଳକୁ ଡେଇଁ ଧରିବା ପାଇଁ ଚେଷ୍ଟା କରିଲେ କିନ୍ତୁ ଜୋରରେ ପବନ ବୋହୁଥିବା କାରଣରୁ ଶାଳ ବୃକ୍ଷର ଡାଳ ତଳ ଉପର ହେଉଥାଏ ମହାମାୟା ଡାଳ ଧରି ପାରୁ ନାହାଁନ୍ତି କିନ୍ତୁ ମହାମାୟା ଚେଷ୍ଟାକରି କୌଣସି ମତେ ଏକ ଡାଳ ଧରିଛନ୍ତି ଏବଂ ସେ ଡାଳ ଧରି ଛାଡ଼ି ଦେବା କ୍ଷଣି ଡାଳ ଉପରକୁ ଯେତେଶିଘ୍ର ଯାଇଛି ସେତିକି ବେଳେ ମହାମାୟା ଦଣ୍ଡାୟ ମାନ ହୋଇଥିବା ଅବସ୍ଥାରେ ଏକ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଛନ୍ତି।ଏହି ଦିନ ଥିଲା ବୈଶାଖ୍ୟ ପୂର୍ଣ୍ଣିମା ୫୬୩ ଶାଲ। ସୁଦ୍ଧଧନ ଓ ମହାମାୟାଙ୍କ ବିବାହ ବହୁବର୍ଷ ପରେ ଏକ ଶିଶୁପୁତ୍ରର ଜନ୍ମ ହୋଇଥିବାରୁ, ଏଥିପାଇଁ ପୁରା ସାକ୍ୟ ରାଜ୍ୟରେ ଖୁସିରେ ଉତ୍ସବ ପାଳନ କରାଗଲା।ଯେହେତୁ ସୁଦ୍ଧଧନ ରାଜା ଥିଲେ ସ୍ୱଭାବିକ ଭାବେ ତାଙ୍କ ଶିଶୁପୂତ୍ର ରାଜକୁମାର ହୋଇଗଲେ।ଯେବେ ଶିଶୁପୂତ୍ରର ଜନ୍ମ ହୋଇଥିଲା ସେବେ ହିମାଳୟରେ ଅସିତ ନାଁ ରେ ଜଣେ ସାଧୁ ଧ୍ୟାନ କରୁଥିଲେ ହଠାତ ଆକାଶରୁ ବୁଦ୍ଧ ନାଁ ର ଘୋଷଣା ତାଙ୍କୁ ଶୁଣାଗଲା ଏବଂ ସେ ଧ୍ୟାନ ଭଙ୍ଗକରୀ ଜମ୍ବୁଦ୍ୱୀପ ଆଡ଼େ ଦୃଷ୍ଠି ଗୋଚର କରି ଦେଖୁଥାନ୍ତି ଏ ବୁଦ୍ଧ ଶବ୍ଦ କ'ଣ ପାଇଁ ଘୋଷଣା ହେଉଛି ??? ପରେ ଜାଣିବାକୁ ପାଇଲେ ସୁଦ୍ଧଧନଙ୍କ ଘରେ ଜଣେ ଶିଶୁପୂତ୍ରର ଜନ୍ମ ହୋଇଛି ଓ ସେ ବହୁତ ତେଜବାନ ।
ଏଥିପାଇଁ ଅସିତ ଏହି ବାଳକକୁ ଦେଖିବା ପାଇଁ ଚାହିଁଲେ ଓ ନିଜ ପୁତୁରା ନାରଦତ୍ତଙ୍କୁ ନେଇ କପିଳବସ୍ତୁ ଆସିଲେ, ଏବଂ ସୁଦ୍ଧଧନଙ୍କ ରାଜପ୍ରାସାଦ ଆଗରେ ଲକ୍ଷ ଲକ୍ଷ ଲୋକଙ୍କର ଜନଗହଳି ଦେଖିବାକୁ ପାଇଲେ। ଅସିତ ରାଜପ୍ରାସାଦର ଜଣେ ଦରୱାନଙ୍କୁ ସୁଦ୍ଧଧନଙ୍କ ସହିତ ଭେଟ ହେବା ପାଇଁ ଅନୁମତି ମାଗିଲେ ଓ ଦରୱାନ ଅନୁମତି ପାଇଁ ସୁଦ୍ଧଧନଙ୍କ ନିକଟକୁ ଯାଇ ଅସିତଙ୍କ ବିଷୟରେ ଜଣେଇଲେ ଏବଂ ସୁଦ୍ଧଧନ ଅସିତଙ୍କୁ ରାଜପ୍ରାସାଦକୁ ନେଇ ଏକ ଆସନରେ ବସାଇ ପ୍ରଥମ କରି ଦେଖିଥିବା ଅସିତଙ୍କ ରାଜପ୍ରାସାଦକୁ ଆସିବାର କାରଣ ପଚାରିଲେ ଓ ଅସିତ ଶିଶୁପୁତ୍ରଙ୍କୁ ଦେଖିବା ପାଇଁ ଆସିଛନ୍ତି ବୋଲି ଜଣାଇଲେ। ସୁଦ୍ଧଧନ ଏହାସୁଣି ଅସିତଙ୍କୁ କହିଛନ୍ତି ଶିଶୁପୁତ୍ର ଏବେ ଶୋଇଛି ଓ ଅପେକ୍ଷା କରନ୍ତୁ ପରେ ଶିଶୁପୁତ୍ରଙ୍କୁ ଦେଖିବେ, ଏହା ଶୁଣି ଅସିତ କହିଛନ୍ତି ଏପରିକା ବିଚକ୍ଷଣ ଶିଶୁ କେବେ ଶୁଅନ୍ତି ନାହିଁ ଏବଂ ମୁଁ ତାଙ୍କୁ ଦେଖା କରିବି।ଅସିତଙ୍କ ଏଇ କଥା ଶିଶୁପୁତ୍ରଙ୍କ କାନରେ ପଡ଼ିଛି ଓ ସେ ହାତ ଗୋଡ଼ ହଲାଇ ଶୋଇ ନଥିବାର ସନ୍ଦେଶ ଦେଲେ।ଏହାପରେ ସୁଦ୍ଧଧନ ଶିଶୁପୁତ୍ରକୁ ଧରି ଅସିତଙ୍କ କୋଳକୁ ବଢ଼ାଇ ଦେଇଛନ୍ତି।ଅସିତ ଶିଶୁପୁତ୍ରଙ୍କୁ କୋଳକୁ ନେଇ ଶିଶୁପୁତ୍ର ଦେହରେ ଥିବା ବିଶିଷ୍ଟ ବତିଷଟି ଲକ୍ଷଣକୁ ଦେଖିଛନ୍ତି ଓ ଏହାପରେ କାନ୍ଦିଛନ୍ତି ଓ କାନ୍ଦର କାରଣ ସୁଦ୍ଧଧନ ଡ଼ରିକି ପଚାରିଛନ୍ତି କ'ଣ ମୋ ଶିଶୁପୁତ୍ରର ଭବିଷ୍ୟତ ଜୀବନରେ କିଛି ବିପଦ ଅଛିକି ??? ଅସିତ ସୁଦ୍ଧଧନଙ୍କୁ କହୁଛନ୍ତି ଡରନ୍ତୁ ନାହିଁ ମୋର ଆଉ କିଛି ଦିନ ପରେ ମୃତ୍ୟୁ ହୋଇଯିବ କିନ୍ତୁ ଆପଣଙ୍କ ପୁତ୍ର ଭବିଷ୍ୟତରେ ବୁଦ୍ଧହେବେ ଓ ଦୁନିଆରେ ଏମିତି କ୍ରାନ୍ତି ଆଣିବେ ଏବଂ ଧର୍ମଚକ୍ରର ପ୍ରଚାର କରିବେ ଯାହାକୁ ଦେଖିବା ପାଇଁ ମୁଁ ନଥିବି,ଏ ଯେଉଁ ଧର୍ମ ପ୍ରଚାର କରିବେ ଏହା ଆରମ୍ଭରୁ କଲ୍ୟାଣକାରୀ ହେବ, ମଧ୍ୟମରେ ବି କଲ୍ୟାଣକାରୀ ହେବ, ଓ ଶେଷରେ ବି କଲ୍ୟାଣକାରୀ ହେବ।
ଏହି ଧର୍ମ ସମଗ୍ର ବିଶ୍ବକୁ କିପରି ଦୁଃଖରୁ ବାହାର କରିବ ତା' ଉପରେ ପ୍ରତିଷ୍ଠିତ ହେବ ଏବଂ ଏହାକୁ ଦେଖିବାକୁ ମୁଁ ନଥିବି, ଏଥିପାଇଁ ମୁଁ ମୋ ନିଜ ପାଇଁ କାନ୍ଦୁଛି। ସାଙ୍ଗରେ ଥିବା ପୁତୁରାଙ୍କୁ କହୁଛନ୍ତି ଏ ଶିଶୁ ଯେବେ ବୁଦ୍ଧ ହୁଅନ୍ତି ତ' ତମେ ଶୁଣିବା କ୍ଷଣି ଆଙ୍କ ସରଣକୁ ଆସିବ। ଏହି ଭବିଷ୍ୟବାଣୀ କରି ଅସିତ ସୁଦ୍ଧଧନଙ୍କ ପାଖରୁ ଖାଦ୍ୟ ଖାଇ ସାରି ବିଦାୟ ନେଲେ।ପଞ୍ଚମ ଦିନରେ ଏହି ଶିଶୁପୂତ୍ରର ନାମ କରଣ ବିଧିଥିଲା ଓ ଶିଶୁପୁତ୍ରର ନାମ ସିଦ୍ଧାର୍ଥ ରଖାଗଲା।ପରିବାରର ଗୋତ୍ର "ଗୌତମ" ଥିବାରୁ ସିଦ୍ଧାର୍ଥଙ୍କ ସମ୍ପୂର୍ଣ୍ଣ ନାମ "ସିଦ୍ଧାର୍ଥ ଗୌତମ" ହୋଇଗଲା।ସିଦ୍ଧାର୍ଥ ଗୌତମ ନାମକରଣ ହେବା ଦୁଇ ଦିନ ପରେ ଅର୍ଥାତ୍ ଜନ୍ମର ସପ୍ତମ ଦିନରେ ମହାମାୟାଙ୍କ ଶରୀର ବହୁମାତ୍ରାରେ ଅସୁସ୍ଥ ହୋଇଛି ଏବଂ ତାଙ୍କୁ ସ୍ମରଣ ହେଉଛି ସେ ଆଉ ବଞ୍ଚିବେ ନାହିଁ, ଏଥିପାଇଁ ସୁଦ୍ଧଧନ ଓ ମହାପ୍ରଜାତିଙ୍କୁ ଡ଼ାକି କହିଛନ୍ତି ମୁଁ ଆଉ ବଞ୍ଚିବି ନାହିଁ ଏଥିନେଇ ମୋର କୌଣସି ଦୁଃଖ ନାହିଁ କିଛି ସମୟ ପରେ ମୋ ପୁତ୍ର ମାଆ ଛେଉଣ୍ଡ ହୋଇଯିବ କିନ୍ତୁ ମୋର ବିଶ୍ୱାସ ଅଛି ମହାପ୍ରଜାପତି ମୋ ପୁତ୍ରକୁ କୋଳାଇ ନେବେ ଏବଂ ମୋଠାରୁ ଅଧିକା ସ୍ନେହ ମୋ ପୁତ୍ରକୁ ଦେବେ, କିନ୍ତୁ ମୋର ଦୁଃଖର କାରଣ ଏଇ କିଛି ସମୟ ପୂର୍ବରୁ ଅସିତ ଯେଉଁ ଭବିଷ୍ୟବାଣୀ କରିଛନ୍ତି କି ମୋ ପୁତ୍ର ବୁଦ୍ଧ ହେବେ ଏହାକୁ ମୁଁ ଦେଖି ପାରିବି ନାହିଁ ଏହାହିଁ ମୋର ଏକ ଅବଶୋଷ ଓ ଦୁଃଖ ଏହା କହି ମହାମାୟା ପ୍ରାଣତ୍ୟାଗ କରିଛନ୍ତି।ମହାମାୟା ପ୍ରାଣତ୍ୟାଗ କରିଲା ବେଳକୁ "ସିଦ୍ଧାର୍ଥ ଗୌତମଙ୍କୁ" ସାତ ଦିନ ହୋଇଥିଲା ଏବଂ ମହାପ୍ରଜାପତି ସିଦ୍ଧାର୍ଥଙ୍କୁ କୋଳାଇ ନେଲେ।ମହାପ୍ରଜାତି ଓ ସୁଦ୍ଧଧନଙ୍କର ଜଣେ ପୁତ୍ର ଥିଲା ନନ୍ଦ,ସୁଦ୍ଧଧନଙ୍କର ଭାଇ ମାନଙ୍କର ପୂତ୍ର ଏବଂ ସୁଦ୍ଧଧନଙ୍କ ଭଉଣୀ ଅନିତାଙ୍କ ପୁତ୍ର ଦେବଦ୍ଧତ୍ତଙ୍କ ସହ ସିଦ୍ଧାର୍ଥ ଲାଳନପାଳନ ହେଲେ।
ସିଦ୍ଧାର୍ଥ ଶୈଶବ ସମୟରୁ ଧିରେ ଧିରେ ବଢ଼ି ଚଲାବୁଲା କରିଲେ ସେବେ ସାକ୍ୟର ମୁରବୀ ମାନେ ସୁଦ୍ଧଧନଙ୍କୁ ସାକ୍ଷ୍ୟର ଗ୍ରାମ ଦେବତା "ଅଭୟ"ଙ୍କ ନିକଟକୁ ଯାଇ ଆଶ୍ରିବାଦ ନେବାପାଇଁ କହିଲେ ଏବଂ ସୁଦ୍ଧଧନ ଓ ମହାପ୍ରଜାପତି "ଅଭୟଙ୍କ" ମନ୍ଦିରକୁ ନେଇ ଗଲେ, ଯେଉଁ ଆଠ ବ୍ରାହ୍ମଣ ସିଦ୍ଧର୍ଥଙ୍କ ଭବିଷ୍ୟ ବାଖ୍ୟା କରିଥିଲେ ସେଇ ଆଠ ବ୍ରାହ୍ମଣ ସିଦ୍ଧାର୍ଥଙ୍କ ପ୍ରଥମ "ଶିକ୍ଷକ ହୋଇଥିଲେ" ସିଦ୍ଧାର୍ଥ ସେ ଆଠ ଜଣ ଶିକ୍ଷକଙ୍କ ଠାରୁ ଶିକ୍ଷା ଗ୍ରହଣ କରି ସାରିବା ପରେ, ସୁଦ୍ଧଧନ ଉଚଶିକ୍ଷା ପାଇଁ ସିଦ୍ଧାର୍ଥଙ୍କୁ "ଉଦ୍ଦିକା ଦେଶର" ବେଦ,ବେଦାନ୍ତ, ଉପନ୍ୟାସ,ଶାସ୍ତ୍ର,ଭାଷା ବିଶାରଦ ଓ ଶିକ୍ଷାରେ ମାହୀର ସପମିତାଙ୍କ ନିକଟକୁ ଅଧ୍ୟୟନ କରିବା ପାଇଁ ପଠାଇଲେ ଓ ସପମିତା ସିଦ୍ଧାର୍ଥଙ୍କୁ ସମସ୍ତ ଶିକ୍ଷା ଦେଇଥିଲେ ଓ ସିଦ୍ଧାର୍ଥ ସମସ୍ତ ଶିକ୍ଷା ଗ୍ରହଣ କରି କପିଳବସ୍ତୁ ଫେରିଥିଲେ।ସେତେବେଳକୁ ସିଦ୍ଧାର୍ଥଙ୍କୁ ଆଠ ବର୍ଷ ବୟସ ହୋଇଛି।କପିଳ ବସ୍ତୁ ଫେରି ଆଲାମ ଓ କାଲାମଙ୍କ ଶିଷ୍ୟ ଭରଦ୍ବାଜଙ୍କ ନିକଟରୁ ଏକାଗ୍ରତା,ଧ୍ୟାନ ସାଧନା, ଆଦି ପ୍ରାପ୍ତ କରିଲେ।ସିଦ୍ଧାର୍ଥ ଶିକ୍ଷା ବିରତି ପରେ ଯେବେ ନିଜ ପିତାଙ୍କ କ୍ଷେତକୁ ଯାଆନ୍ତି କୌଣସି କାମ ନଥିଲେ ବଳକା ସମୟରେ ଏକାନ୍ତରେ ଧ୍ୟାନ ସାଧନା କରନ୍ତି, ଯେବେ ସିଦ୍ଧାର୍ଥ ନିଜ ସାଙ୍ଗମାନଙ୍କ ସହିତ କ୍ଷେତରେ କିଛି ମଳି ମୁଣ୍ଡିଆ ଅଭେକା ହୋଇ ଗଛ କାଟୁଛନ୍ତି, ମାଟି ଖୋଳୁଛନ୍ତି, ମାଟି ବୁହାବୁହି କରୁଛନ୍ତି ସିଦ୍ଧାର୍ଥ ଏସବୁ କାର୍ଯ୍ୟ ଦେଖି ନିଜ ସାଙ୍ଗ ମାନଙ୍କୁ ପଚାରୁଛନ୍ତି ଏହା କେଉଁ ପରିକା ପ୍ରସଙ୍ଗ କ'ଣ ଜଣେ ବ୍ୟକ୍ତିଙ୍କ ପାଇଁ ଅନ୍ୟଜଣେ ବ୍ୟକ୍ତି କାମ କରିବ ? ମଜୁରିଆର ପରିଶ୍ରମ ଉପରେ କେବଳ ମାଲିକର ଅଧିକାର ରହିଥିବ ? ସିଦ୍ଧାର୍ଥଙ୍କ ଠାରୁ ଏହି ପ୍ରଶ୍ନ ଶୁଣି ତାଙ୍କ ସାଙ୍ଗ କହୁଛନ୍ତି ମଜୁରିଆଙ୍କର ତ' ଜନ୍ମ ହୋଇଛି ଆମର ସେବା କରିବା ପାଇଁ।ସିଦ୍ଧାର୍ଥ ଏ ଉତ୍ତର ଶୁଣି ସମାଜରେ ଅସମାନତା ଥିବା ଜାଣି ବିଚଳିତ ହେଉଛନ୍ତି ଓ ତାଙ୍କ ମନରେ କରୁଣା ଆସିଛି।
ସାକ୍ୟଙ୍କର ଗୋଟେ ଉତ୍ସବ ହୁଏ "ମନ ପ୍ରଙ୍ଗଲମ" ଏହି ପର୍ବରେ ରାଜା କିମ୍ବା ରାଜପରିବାରର ସଦସ୍ୟ ପ୍ରଥମ ଦିନ ନିଜ କ୍ଷେତର କାର୍ଯ୍ୟ ଅନୁକୂଳ କରିବେ।ସିଦ୍ଧାର୍ଥ ଏହି ଉତ୍ସବରେ ଭାଗ ନିଅନ୍ତି ଓ ଶାରୀରିକ ପରିଶ୍ରମ କରି କ୍ଷେତ କାର୍ଯ୍ୟ ଅନୁକୂଳ କରନ୍ତି।ସିଦ୍ଧାର୍ଥ ଅସ୍ତ୍ର,ଶସ୍ତ୍ର, ଧନୁ ଚାଳନାରେ ମାହୀର ଥିଲେ କିନ୍ତୁ ତାଙ୍କ ସାଙ୍ଗ ମାନେ ଯେବେ ଶିକାର କରିବା ପାଇଁ ଡ଼ାକନ୍ତି କିନ୍ତୁ ସିଦ୍ଧାର୍ଥ ମନାକରନ୍ତି।ସିଦ୍ଧାର୍ଥଙ୍କ ଶିକାର ପରିତ୍ୟାଗକୁ ଦେଖି ତାଙ୍କ ସାଙ୍ଗମାନେ ତାଙ୍କୁ ଉପହାସ୍ୟ କରନ୍ତି ଓ ସିଂହକୁ ଡରି ଶିକାରକୁ ଯାଉନାହଁ କହି ଥଟା କରନ୍ତି, "କିନ୍ତୁ ସିଦ୍ଧାର୍ଥ ତାଙ୍କ ସାଙ୍ଗ ମାନଙ୍କୁ କୁହନ୍ତି ତମେ ମାନେ ସିଂହକୁ ଶିକାର କରି ପାରିବ ନାହିଁ ତମେ କେବଳ ଜଙ୍ଗଲର ନିଷ୍ପାପ ହରିଣ, ଠେକୁଆ ପରି ସରଳ ଜୀବଙ୍କୁ ଶିକାର କରିବ ତ' ଏଥିରୁ ନିବୃତ୍ତ ରୁହ।
ସିଦ୍ଧାର୍ଥଙ୍କ ଠାରୁ ଏ ଉତ୍ତର ଶୁଣି ମହାପ୍ରଜାପତି ଚିନ୍ତିତ ହୋଇ ଯାଆନ୍ତି ଓ ସିଦ୍ଧାର୍ଥଙ୍କୁ ବୁଝାନ୍ତି ତମେ କ୍ଷେତ୍ରିୟ ଓ ଯୁଦ୍ଧ କରିବା ତୁମର କର୍ତ୍ତବ୍ୟ ଏବଂ ତମେ ଯୁଦ୍ଧର ପ୍ରାଥମିକତା ଏହି ଜଙ୍ଗଲରୁ ଯାଇକି ଶିକାର କରି ଯୁଦ୍ଧର ପୂର୍ବ ଭାଷ ଶିଖିବ। କିନ୍ତୁ ସିଦ୍ଧାର୍ଥ ମହାପ୍ରଜାପତିଙ୍କୁ ପ୍ରଶ୍ନ କରିଛନ୍ତି କ'ଣ କ୍ଷତ୍ରିୟମାନେ କେବଳ ଯୁଦ୍ଧ ମାଧ୍ୟମରେ ସବୁ ସମାଧାନ କରିବେ ଶାନ୍ତି,ଆଲୋଚନା, କଥାବାର୍ତ୍ତା, ଆପୋଷ ବୁଝାମଣା ମାଧ୍ୟମରେ କିଛି ସମାଧାନ କରି ପାରିବେ ନାହିଁ? ମହାପ୍ରଜାପତି ଏ ପ୍ରଶ୍ନ ଶୁଣି ଚୁପ୍ ହୋଇ ରହି ଯାଆନ୍ତି।ପରେ ସିଦ୍ଧାର୍ଥ ନିଜର ସାଙ୍ଗମାନଙ୍କୁ ଧ୍ୟାନ,ଚିତ୍ତ,ଏକାଗ୍ରତା ବିଷୟରେ ଶିକ୍ଷା ଦେଉଛନ୍ତି କିନ୍ତୁ ତାଙ୍କ ସାଙ୍ଗମାନେ ଏହା ଶୁଣି ହସି ଗଡ଼ି ଯାଉଛନ୍ତି, ବସି ପାଖରେ ଥିବା ମିଠା, ପିଠା,ଲଡୁ ଆଦି ଖାଦ୍ୟ ଖାଇ ସିଦ୍ଧାର୍ଥଙ୍କ କଥାକୁ କର୍ଣ୍ଣପାତ କରୁନାହାଁନ୍ତି।
ସିଦ୍ଧାର୍ଥ ପିଲାବେଳୁ ସରଳ ହୃଦୟର ଥିଲେ ତାଙ୍କ ପାଖରେ କରୁଣାର ଅଭାବ ନଥିଲା ଦିନେ ସେ ନିଜ ପିତାଙ୍କର କ୍ଷେତକୁ ଯାଇଛନ୍ତି ଓ ଏକ ଶାନ୍ତ ସ୍ଥାନରେ ଏକାଗ୍ରତାର ସହିତ ବସିଛନ୍ତି ଏବଂ ହଠାତ ଏକ ସରବିନ୍ଧ ପକ୍ଷୀ ଆସି ସିଦ୍ଧାର୍ଥଙ୍କ କୋଳରେ ପଡ଼ିଲା ଓ ସିଦ୍ଧାର୍ଥ ପକ୍ଷୀଟିକୁ ଉଠାଇ ତା ଶରୀରରୁ ତୀର ଟି କାଢ଼ି କ୍ଷେତ ସ୍ଥାନକୁ ଉପସମ କରି ନିଜ କୋଳର ଉଷମତାରେ ରଖି ପକ୍ଷୀଟିକୁ ସୁସ୍ଥ କରିଦେଲେ।କିଛି ସମୟ ପରେ ସିଦ୍ଧାର୍ଥଙ୍କ ଭାଇ "ଦେବଦ୍ଧର" ଆସି ସିଦ୍ଧାର୍ଥଙ୍କୁ ପଚାରିଲେ କି ମୁଁ ଗୋଟେ ପକ୍ଷୀକୁ ତୀର ମାରିଥିଲି ସେ ଆସି ଏହିଠାରେ ପଡ଼ିଥିଲା ତମେ ତାକୁ ଦେଖିଛ କି? ସିଦ୍ଧାର୍ଥ କହିଛନ୍ତି ହଁ, ସେ ପକ୍ଷୀ ମୁଁ ରଖିଛି।ଦେବଦ୍ଧତ୍ତ କହିଛନ୍ତି ସେ ପକ୍ଷୀ ମୋର ନିୟମ ଅନୁଯାୟୀ ଯିଏ ପକ୍ଷୀକୁ ମାରିଥାଏ ସେ ପକ୍ଷୀ ତା'ର ତ ତମେ ମତେ ମୋ ପକ୍ଷୀ ଫେରାଇ ଦିଅ, କିନ୍ତୁ ସିଦ୍ଧାର୍ଥ କହିଛନ୍ତି ମୁଁ ପକ୍ଷୀ ଫେରାଇବି ନାହିଁ କାରଣ ଯିଏ ପକ୍ଷୀକୁ ଶିକାର କରେ ସେ କେବେ ସେ ପକ୍ଷୀର ସ୍ୱାମୀ ହୋଇ ପାରେ ଏ ନିୟମକୁ ମୁଁ ବିଶ୍ବାସ କରେନାହିଁ।ଯିଏ ଜୀବନ ରକ୍ଷା କରେ ସେହିଁ ପ୍ରକୃତ ଅଧିକାରୀ।ଏହିପରି ଭାବେ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ଲାଗିଛି ଓ ପରେ ମଧ୍ୟସ୍ଥିଙ୍କୁ ଆଣି ସେ ପକ୍ଷୀର ପ୍ରକୃତ ଅଧିକାରୀ କିଏ ନିର୍ଣ୍ଣୟ କରିବା ପାଇଁ କୁହାଯାଇଛି, ଆଦେଶ କ୍ରମେ ସେ ପକ୍ଷୀଟିକୁ ସିଦ୍ଧାର୍ଥ ଓ ଦେବଦ୍ଧତଙ୍କ ମଧ୍ୟରେ ରଖା ଯାଇଛି ଓ ସେ ପକ୍ଷୀଟି ସିଦ୍ଧାର୍ଥଙ୍କ ନିକଟକୁ ଆସିଛି ଏବଂ ସିଦ୍ଧାର୍ଥଙ୍କର ସେ ପକ୍ଷୀ ହୋଇ ଯାଇଛି।ସେବେଠାରୁ ଦେବଦ୍ଧତ୍ତ ସିଦ୍ଧାର୍ଥଙ୍କର ଶତ୍ରୁ ହୋଇ ଯାଇଛନ୍ତି କିନ୍ତୁ କରୁଣା କର ସିଦ୍ଧାର୍ଥ ନିଜ ଭାଇଙ୍କର ମୈତ୍ରି ପାଇଁ ଜୀବ ହତ୍ୟା କରିବାକୁ ଚାହିଁ ନାହାଁନ୍ତି।କପିଳବସ୍ତୁରେ ଦଣ୍ଡପାଣି ବୋଲି ଜଣେ ସାକ୍ୟ ରହୁଥିଲେ ତାଙ୍କର ଜଣେ ଝିଅ ଥିଲେ ଯଶୋଦରା ସେ ବହୁତ ସୁନ୍ଦର ଓ ତାଙ୍କୁ ଷୋଳବୟସ ପୁରୀ ଯାଇଥିବାରୁ ତାଙ୍କର ସ୍ଵୟଂମ୍ବର ଆୟୋଜନ ପାଇଁ ଦଣ୍ଡପାଣି ପଡ଼ୋଶୀ ରାଜ୍ୟର ରାଜକୁମାର ସମେତ ସିଦ୍ଧାର୍ଥଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ, ଯେହେତୁ ସିଦ୍ଧର୍ଥଙ୍କୁ ମଧ୍ୟ ଷୋଳବୟସ ହୋଇ ସାରିଥିଲା ଏଥିପାଇଁ ଶୁଦ୍ଧଧନ ଓ ମହାପ୍ରଜାପତି, ସିଦ୍ଧାର୍ଥଙ୍କୁ ସ୍ୱୟଂମ୍ବରକୁ ଯିବା ପାଇଁ ସୂଚନା ଦେଇଥିଲେ, ଏବଂ ସ୍ୱୟଂମ୍ବରକୁ ସିଦ୍ଧାର୍ଥ ଯାଇଥିଲେ।ସ୍ୱୟଂମ୍ବର ସଭାରେ ଯଶୋଧରା ସିଦ୍ଧାର୍ଥଙ୍କୁ ଚୟନ କରିଲେ କିନ୍ତୁ ଏକଥା ଦଣ୍ଡପାଣି ଶୁଣି ଏତେଟା ଖୁସି ହେଲେ ନାହିଁ।
ଦଣ୍ଡପାଣି ଯଶୋଧରାଙ୍କୁ ଯାଇ କହୁଛନ୍ତି ସିଦ୍ଧାର୍ଥଙ୍କୁ ଗୃହସ୍ତ ଜୀବନ ପସନ୍ଦ ନୁହେଁ ଏବଂ ସେ ସବୁବେଳେ ଏକାନ୍ତ ରୁହନ୍ତି ଓ ସେ ସାଧୁ ସନ୍ଥଙ୍କ ଜୀବନ ଜାପନକୁ ବହୁତ ପସନ୍ଦ କରନ୍ତି ଏଥିପାଇଁ ସମସ୍ୟା ଅଛି।ଯଶୋଧରା ଏକଥା ଶୁଣି ସିଦ୍ଧାର୍ଥଙ୍କର ସବୁଗୁଣକୁ ସେ ପସନ୍ଦ କରନ୍ତି ଏବଂ ସେ ତାଙ୍କୁ ହିଁ ବିବାହ କରିବେ ନିର୍ଣ୍ଣୟ ନେଇଛନ୍ତି। ଯଶୋଧରାଙ୍କ ମାଆ ଝିଅଙ୍କ ଇଚ୍ଛାନୁସାରେ ସବୁ ହେଉ କହି ଦଣ୍ଡପାଣିଙ୍କୁ କହୁଛନ୍ତି, ଏବଂ ସଭାରେ ଉପସ୍ଥିତ ଥିବା ଅନ୍ୟସବୁ ରାଜକୁମାର ଏପରି ସ୍ଵୟଂମ୍ବରକୁ ବିରୋଧ କରିଛନ୍ତି ଓ କୌଣସି ଏକ ପ୍ରତିଯୋଗିତାର ଆୟୋଜନ ପାଇଁ କହିଛନ୍ତି।ଏଥିପାଇଁ ଧନୁଚଳନା ପ୍ରତିଯୋଗିତା ହୋଇଛି ଏବଂ ସିଦ୍ଧାର୍ଥ ଏଥିରେ ପ୍ରଥମ ହୋଇଛନ୍ତି ଏବଂ ଯଶୋଧରାଙ୍କୁ ବିବାହ କରିଲେ, ପରବର୍ତ୍ତୀ ସମୟରେ ତାଙ୍କର ଏକ ପୁତ୍ର ସନ୍ତାନ ରାହୁଲ ଜନ୍ମ ହୋଇଥିଲେ।ସୁଦ୍ଧଧନ ବହୁତ ଖୁସୀ ଥିଲେ କାରଣ ତାଙ୍କ ପୁଅ ସିଦ୍ଧାର୍ଥ ଗୃହସ୍ତ ଜୀବନ ଯାପନ କରୁଛନ୍ତି କିନ୍ତୁ ଏହି ଆନନ୍ଦ ମଧ୍ୟରେ ଏକ ପ୍ରକାର ଆଶଂକାମଧ୍ୟ କରୁଥିଲେ କାଳେ ଅସିତ କରିଥିବା ଭବିଷ୍ୟ ବାଣୀ ସତ ହୋଇଯିବ।ଏଥିପାଇଁ ସୁଦ୍ଧଧନ ତାଙ୍କର ମହାମନ୍ତ୍ରୀ ବା ପୁରୋହିତ ଉଦୟନଙ୍କୁ ଡ଼ାକି ସିଦ୍ଧାର୍ଥ କିପରି ଭୋଗ ବିଳାସ ଏବଂ ସାମାଜିକ ଉପଭୋଗରେ ବୁଡ଼ି ରହିବେ ସେ କଥା କହିଛନ୍ତି ଓ ସିଦ୍ଧାର୍ଥଙ୍କ ପାଇଁ ତିନୋଟି ଭିର୍ଣ୍ଣ ଭିର୍ଣ୍ଣ ମହଲ ନିର୍ମାଣ କରିଛନ୍ତି(ଗ୍ରୀଷ୍ମ, ବର୍ଷା, ଶୀତ କାଳ ପାଇଁ)।ଉଦ୍ଦୟନ ସିଦ୍ଧାର୍ଥଙ୍କୁ କାମନା,ଭୋଗ,ବିଳାଶରେ ଆସକ୍ତ ରଖିବା ପାଇଁ ଗୋଟେ ଅନନ୍ତପୁର କରିଛନ୍ତି ଏବଂ ସେ ଘରେ ବିଶ୍ଵରୁ ସୁନ୍ଦର ସୁନ୍ଦର ଯୁବତୀ ଆଣି ରଖିଲେ ଏବଂ ସୁବତୀ ମାନଙ୍କୁ ନିର୍ଦେଶ ଦେଲେ ସିଦ୍ଧାର୍ଥଙ୍କୁ ଭୋଗ ବିଳାସରେ ବାନ୍ଧି ରଖିବା ପାଇଁ।
ସିଦ୍ଧାର୍ଥ ସେ ସମସ୍ତ ସୁନ୍ଦର ଅପ୍ସରା ଯୁବତୀ ମାନଙ୍କୁ ଦେଖି ବିଚଳିତ ହୋଇ ନାହାଁନ୍ତି ଓ ମନେ ମନେ ଗୋଟେ କଥା ଭାବୁଛନ୍ତି ଏ ଯୁବତୀ ମାନେ କ'ଣ ବୁଝି ପାରୁ ନାହାଁନ୍ତି କି ତାଙ୍କର ଏ ଯେଉଁ ରୂପ,ଯୌବନ, ସୌନ୍ଦର୍ଯ୍ୟ ଶରୀର କ୍ଷଣ ସ୍ଥାୟୀ ଓ ବୃଦ୍ଧ ସମୟରେ ଏସବୁ ଚାଲିଯିବ, ଏପରି ଭାବି ସିଦ୍ଧାର୍ଥ ସେ ଯୁବତୀ ମାନଙ୍କୁ ପରିତ୍ୟାଗ କରିଛନ୍ତି, ଯୁବତୀ ମାନେ ସିଦ୍ଧାର୍ଥଙ୍କୁ ମତେଇବାରେ ଅସଫଳ ହୋଇଥିବାର ଦେଖି ଉଦୟନ ନିଜେ ସିଦ୍ଧାର୍ଥଙ୍କ ନିକଟକୁ ଆସି ସିଦ୍ଧାର୍ଥଙ୍କୁ କହିଲେ।
ମତେ ରାଜା ସୁଦ୍ଧଧନ ଆପଣଙ୍କ ମିତ୍ର ହେବାପାଇଁ ଚୟନ କରିଛନ୍ତି ଓ ମୁଁ ଜଣେ ମିତ୍ର ହିସାବରେ ଆପଣଙ୍କୁ ସଠିକ ରାସ୍ତାରେ ଚଳେଇବା ପାଇଁ ଚାହିଁବି, ମୁଁ ଦେଖୁଛି ଆପଣ ଗୃହସ୍ତ ଜୀବନ ତ୍ୟାଗ କରୁଛନ୍ତି ଏଥିପାଇଁ ଆପଣଙ୍କୁ ରୋକିବା ପାଇଁ ଅନେକ ଚେଷ୍ଟା କରୁଛି, ଏହି ଉଦ୍ୟସରେ ଆପଣଙ୍କ ପାଇଁ ବିଶ୍ଵର ସୁନ୍ଦର ସୁନ୍ଦର ତରୁଣୀ ମାନଙ୍କୁ ବାଛି ଆଣିଛି କିନ୍ତୁ ଆପଣ ତାଙ୍କ ଉପରେ ଟିକେଟ ଦୃଷ୍ଟି ପକାନ୍ତୁ, ଯେଉଁ ତରୁଣୀ ମାନଙ୍କୁ ଦେଖି ମୁନିରୁଷି ମାନେବି ତରଳି ଯାଆନ୍ତି ଆପଣ ସେମାନଙ୍କ ଉପରେ ଟିକେବି ନଜର ପକାଉ ନାହାଁନ୍ତି? ଏକଥା ଶୁଣି ସିଦ୍ଧାର୍ଥ କହୁଛନ୍ତି ମୁଁ ସେ ଯୁବତୀ ମାନଙ୍କୁ ଅପମାନିତ କରିବା ପାଇଁ ଚାହୁଁନି କିନ୍ତୁ ମୁଁ କୌଣସି କାମ,ଭୋଗ,ବିଳାଶରେ ଲିପ୍ତ ହେବା ପାଇଁ ଚାହୁଁନି କାରଣ ଏସବୁ ଅନିତ୍ୟ ଯେବେ ଯୌବନ ସମୟ ଚାଲିଯିବ ସେବେ ଏସବୁର ମୂଲ୍ୟ କିଛି ରହିବ ନାହିଁ।ସିଦ୍ଧାର୍ଥଙ୍କ ଠାରୁ ଏ କଥାଶୁଣି ଉଦୟନ ଚିନ୍ତିତ ହୋଇ ରାଜା ଶୁଦ୍ଧଧନଙ୍କୁ ଜଣାଇଲେ ଓ ଅନନ୍ତପୁରକୁ ବନ୍ଦ କରାଗଲା।ସିଦ୍ଧାର୍ଥ ନିଜ ପଥରେ ଏପରି ଦୃଢ଼ତା ରହିଲେ।ଶାକ୍ୟ ମାନଙ୍କର ଏକ ସଙ୍ଘ ଥାଏ, ଯେଉଁ ସାକ୍ୟ ରାଜ ପରିବାରର ସଦସ୍ୟଙ୍କ ବୟସ ବିଂଶ ବର୍ଷ ବୟସ ହୁଏ ସେ ସେହି ସାକ୍ୟ ସଂଘରେ ପ୍ରବେଶ କରିବା ବାଧ୍ୟତାମୂଳକ, ଏଥିପାଇଁ ସୁଦ୍ଧଧନ କୂଳ ପୁରୋହିତଙ୍କୁ ଡ଼ାକି ସିଦ୍ଧାର୍ଥଙ୍କୁ ସାକ୍ୟ ସଂଘରେ ପ୍ରବେଶ କରିବା ପାଇଁ ଡ଼କେଇଲେ, କୂଳ ପୁରୋହିତ ଏକ ସଭା ଡ଼କାଇଲେ ସାକ୍ୟ ସଂଘର "ସଂସ୍ଥାଘର" ମଧ୍ୟରେ ସଭାରେ ନିୟମ ଅନୁସାରେ ତିନିଥର ସହମତିରେ ହାତ ଉଠାଇ ସିଦ୍ଧାର୍ଥଙ୍କୁ ପ୍ରବେଶ କରାଇ ସାକ୍ୟ ସଂଘର ସଦସ୍ୟ ଭାବେ ଗ୍ରହଣ କରାଗଲା।ସାକ୍ୟ ସଂଘର ଏକ ନିୟମ ଥିଲା ଯେଉଁ ମାନେ ସାକ୍ୟ ସଂଘର ସଦସ୍ୟ ହେବେ ସେମାନେ ତନ, ମନ, ଧନ ଲଗାଇ କାର୍ଯ୍ୟ କରିବେ କୌଣସି ଭୁଲ୍ ଅପରାଧ କରିବେ ନାହିଁ ଓ ସାକ୍ୟ ସଂଘର ନିର୍ଣ୍ଣୟକୁ ସଂମ୍ମାନ ଦେବେ ଓ ଦୃଢ଼ତାର ସହିତ ସଙ୍ଘ ପାଇଁ ଛିଡ଼ା ହେବେ ଏବଂ ସଙ୍ଘର ନିର୍ଦ୍ଧେଶ ଅନୁସାରେ ସମସ୍ତେ ଚଳିବେ।
ସିଦ୍ଧାର୍ଥ ସାକ୍ୟ ସଂଘର ସଦସ୍ୟ ହେଲାପରେ ଜଣେ ଦାଇତ୍ୱବାନ ସଦସ୍ୟ ରୂପେ ସାକ୍ୟଙ୍କର ପ୍ରତେକଟି ନିର୍ଣ୍ଣୟକୁ ସମର୍ଥନ କରି ଆସୁଥିଲେ ପ୍ରାୟ ସାକ୍ୟ ସଂଘରେ ଆଠ ବର୍ଷ ଧରି କାର୍ଯ୍ୟ କରିଛନ୍ତି କିନ୍ତୁ ହଟାତ ତାଙ୍କ ଜୀବନରେ ଏକ ଏପରି ପରିସ୍ଥିତି ଆସିଲା ଯାହା ସିଦ୍ଧାର୍ଥ ଓ ତାଙ୍କ ପରିବାର ପାଇଁ ଦୁଃଖ ଆଣିଦେଲା।ସିଦ୍ଧାର୍ଥଙ୍କୁ ଯେବେ ଅଠେଇସି ବର୍ଷ ବୟସ ହୋଇଥିଲା ସେବେ ପଡ଼ୋଶୀ ରାଜ୍ୟ "କୋଲ୍ହ ଓ ସାକ୍ୟ" ମଧ୍ୟରେ ରୋହିଣୀ ନଦୀର ଜଳକୁ ନେଇ ବିବାଦ ଉପୁଜିଛି(ସାକ୍ୟ ଓ କୋଲ୍ହର ରାଜ୍ୟର ବିଭାଜିତ ସୀମା ରୋହିଣୀ ନଦୀ ଥିଲା।) ପ୍ରତିବର୍ଷ ମୌସୁମୀ ସମୟ ଆସିଲେ ରୋହିଣୀ ନଦୀର ଜଳ ବ୍ୟବହାରକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ହୁଏ ଏବଂ ମରାମରି ହୁଅନ୍ତି।ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ରୋହିଣୀ ନଦୀର ଜଳକୁ ବ୍ୟବହାର କରିବା ପାଇଁ ସାକ୍ୟ ଓ କୋଲ୍ହଙ୍କ ମଧ୍ୟରେ ଝଗଡ଼ା ଲାଗିଛି, ଏଥିପାଇଁ ସାକ୍ୟ ସଂଘର ସେନାପତି ଏକ ସଭା ଡ଼କେଇ କୋଲ୍ହ ରାଜ୍ୟକୁ ଦୋଷ ଦେଇ ଯୁଦ୍ଧ ମାଧ୍ୟମରେ ଏ ଝଗଡ଼ାକୁ ସବୁଦିନ ପାଇଁ ସମାଧାନ କରିଦେବା ପାଇଁ କହିଛନ୍ତି।ଏଥିପାଇଁ ନିୟମ ଅନୁଯାୟୀ ସଭାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କୁ ହାତ ଉଠାଇ ସହମତି ଦେବା ପାଇଁ କହିଛନ୍ତି।ସଭାରେ ଉପସ୍ଥିତ ଥିବା ସିଦ୍ଧାର୍ଥ ନିଜ ଜେଗାରେ ଛିଡ଼ା ହୋଇ ଏପରି ପ୍ରସ୍ତାପକୁ ବିରୋଧ କରି କହିଛନ୍ତି,"ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ, ଗୋଟେ ଯୁଦ୍ଧ ଅନ୍ୟଗୋଟେ ଯୁଦ୍ଧକୁ ଜନ୍ମଦିଏ।ସାକ୍ୟ ଓ କୋଲ୍ହ ମଧ୍ୟରେ ଯେଉଁ ବିବାଦ ଉପୁଜିଛି ଏହାର ଯାଞ୍ଚ ଭଲ ଭାବରେ କରାଯାଉ ଦୁଇ ପକ୍ଷର ବିବାଦକୁରେ ଉଭୟ ପକ୍ଷଙ୍କର ଭୁଲ୍ ଅଛି ତ' ପ୍ରକୃତରେ ଭୁଲ୍ କାହାର ଅଛି ଏଥିପାଇଁ ଏହାର ପୂର୍ଣ୍ଣବାର ଯାଞ୍ଚ କରାଯାଉ।
ସେନାପତି ଏକଥା ଶୁଣି ଏହାର ଜବାବ ଦେଇ କହିଲେ ସାକ୍ୟ ପ୍ରଥମେ ଝଗଡ଼ା ଆରମ୍ଭ କରିଥିଲେ ଓ ପ୍ରଥମ ଭୁଲ୍ ସାଖ୍ୟଙ୍କର ହୋଇଛି, ସିଦ୍ଧାର୍ଥ ଏସବୁ ଶୁଣି ସେନାପତିଙ୍କୁ କହିଲେ ଏହାର ସମାଧାନ ପାଇଁ ଶାକ୍ୟର ଦୁଇଜଣ ଓ କୋଲ୍ହର ଦୁଇଜଣଙ୍କୁ ନେଇ ଏକ "ପର୍ଯ୍ୟବେକ୍ଷଣ ସମିତି" ଗଠନ କରାଯାଉ ଓ କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ କରାଯାଉ, ଏପରି ଏକ ପ୍ରସ୍ତାବ ସିଦ୍ଧାର୍ଥ ରଖିଲେ।ଏହି ପ୍ରସ୍ତାବକୁ ସେନାପତି ବିରୋଧ କରି କହିଲେ ଏପରି ନକରି କୋଲ୍ହକୁ ଉଚିତ୍ ଶିକ୍ଷା ଦେବାପାଇଁ ହେଲେ ଆମକୁ ଯୁଦ୍ଧ କରିବାକୁ ପଡ଼ିବ ନଚେତ୍ କୌଣସି ସମାଧାନ ବାହାରି ପାରିବ ନାହିଁ, ସେନାପତି ଏହି ପ୍ରସ୍ତାବ ରଖିଲେ।କିନ୍ତୁ ସିଦ୍ଧାର୍ଥ ଓ ସେନାପତିଙ୍କ ପ୍ରସ୍ତାବକୁ ନେଇ ଦୁଇ ଏକ ଭୋଟ୍ ପ୍ରକ୍ରିୟାର ବ୍ୟବସ୍ଥା ହେଲା।ଏହି ପ୍ରକ୍ରିୟାରେ ସେନାପତିଙ୍କ ସମର୍ଥନରେ ଅଧିକାଂଶ ମତ ଯିବାରୁ ଯୁଦ୍ଧ ହେବା ପାଇଁ ନିର୍ଣ୍ଣୟ କରାଗଲା।ସିଦ୍ଧାର୍ଥ ଏହାକୁ ମଧ୍ୟ ବିରୋଧ କରିଲେ ଏପରି ପ୍ରସଙ୍ଗରେ ଯୁଦ୍ଧ କରିବା ଉଚିତ୍ ନୁହେଁ, କାରଣ ଆମେ ପୂର୍ବରୁ ଯୁଦ୍ଧ କରି ଆମ ସଂଘ ଦୁର୍ବଳ ହୋଇଯାଇଛି, ଆମେ ଏଥିପାଇଁ ନିଜର ସ୍ବାଧୀନତା ହରେଇଛେ କୋଶଳରାଜ୍ୟର ବିନା ଅନୁମତିରେ ଆମେ କିଛି ବି ନିର୍ଣ୍ଣୟ ନେଇ ପାରୁନେ ଏବଂ କୋଲ୍ହ ରାଜ୍ୟରେ ଆମର ଅନେକ ବନ୍ଧୁ,ବାନ୍ଧବ,ସମ୍ପର୍କୀୟ ଅଛନ୍ତି ଏଥିପାଇଁ ଏ ଯୁଦ୍ଧର ନିଷ୍ପତ୍ତି ପରିବର୍ତ୍ତନ କରାଯାଉ।ପରଦିନ ସେନାପତି ଏକ ବୈଠକ ଡକେଇ ନିର୍ଦେଶ ଦେଲେ ବିଂଶରୁ ପଚାଶ ବର୍ଷ ବୟସ ମଧ୍ୟରେ ଯେଉଁମାନେ ଅଛନ୍ତି ସେମାନେ ଯୁଦ୍ଧ ଲଢ଼ିବା ବାଧ୍ୟତାମୂଳକ ଯୁବକ ମାନଙ୍କର ସୈନ୍ୟ ବାହିନୀ ପ୍ରବେଶ କରାଯାଉ ସେନାପତି ଏପରି ପ୍ରସ୍ତାବ ରଖିଲେ କିନ୍ତୁ ସିଦ୍ଧାର୍ଥ ଏ ପ୍ରସ୍ତାବକୁ ବିରୋଧ କରି କହିଲେ ଏପରି ନିର୍ଣ୍ଣୟ ନେବା ଅନୁଚିତ୍ ଯଦି ଏପରି ଅର୍ଣ୍ଣାୟରେ ସୈନିକ ଭର୍ତ୍ତି କରାଯାଏ ତ' ମୁଁ ଏଥିରୁ ନିବୃତ୍ତ ରହିବି ଯୁଦ୍ଧ ଲଢ଼ିବାରେ ଭାଗ ନେବି ନାହିଁ।ସିଦ୍ଧାର୍ଥଙ୍କ ମୁହଁରୁ ଏକଥା ଶୁଣି ସେନାପତି କହିଲେ ମନେ ପକାଅ ଯେବେ ତମେ ସାକ୍ୟ ସଂଘର ସଦସ୍ୟ ହୋଇଥିଲ ସେତେବେଳେ ଶପଥ ନେଇଥିଲ ସାକ୍ୟ ମାନଙ୍କର ହିତ ପାଇଁ ତନ୍,ଧନ୍,ମନ୍,ରେ କାର୍ଯ୍ୟ କରିବ ଓ ସାକ୍ୟଙ୍କର ସ୍ୱାର୍ଥରେ ଛିଡ଼ା ହେବ, ସିଦ୍ଧାର୍ଥ ଏହାର ଉତ୍ତର ଦେଇ କହିଲେ ମୁଁ ସାକ୍ୟଙ୍କର ହିତ ଓ ସ୍ୱାର୍ଥରେ ଛିଡ଼ା ହୋଇଛି ଏଥିପାଇଁ ମୁଁ ଯୁଦ୍ଧ ନକରିବା ପାଇଁ କହୁଛି ଯଦି ଯୁଦ୍ଧ ହୁଏ ତ' ଶାକ୍ୟର ଅନେକ କ୍ଷତିହେବ, କୋଶଳ ରାଜ୍ୟ ଆମ ଉପରେ ଅଧିକା ଅଧିକାର ଜମେଇବ।
ସେନାପତି ଏହାର ଜବାବ ଦେଇ କହିଲେ 'ତମେ ଭାବୁଛକି କୋଷଳ ରାଜ୍ୟ ତୁମ ସପକ୍ଷରେ ଅଛି ଏବଂ ଆମେ ତମକୁ ଦଣ୍ଡ ଦେଲେ ସେ ଆମ ସଂଘର ନିର୍ଣ୍ଣୟରେ ମୁଣ୍ଡ ପୁରେଇବେ ଯଦି ଏକଥା ତମେ ଭାବୁଥାଅ ତ ଭୁଲ୍ ଭାବୁଥାଅ କାରଣ କୋଷଳ ରାଜ୍ୟ ଆମର ଏ ପ୍ରସଙ୍ଗରେ ମୁଣ୍ଡ ଖେଳାଇବ ନାହିଁ ଏବଂ ତମେ ସାକ୍ୟ ସଂଘ ବିରୁଦ୍ଧରେ ଯାଇଥିବାରୁ ତୁମକୁ ମୃତ୍ୟୁ ଦଣ୍ଡ ମିଳିବ।ସିଦ୍ଧାର୍ଥ ଏକଥା ଶୁଣି କହିଛନ୍ତି ତମେ ମତେ ମୃତ୍ୟୁ ଦଣ୍ଡ ଦିଅ ପଛେ କିନ୍ତୁ ସୈନ୍ୟ ବାହିନୀରେ ଏପରି ଅର୍ଣ୍ଣିବାର୍ଯ୍ୟ ହିସାବରେ କାହାକୁ ସାମିଲ କରନାହିଁ କିମ୍ବା ଯୁଦ୍ଧ କର ନାହିଁ।ସେନାପତି ମନେ ଭାବିଛନ୍ତି ଯଦି ସିଦ୍ଧାର୍ଥଙ୍କୁ ମୂର୍ତ୍ୟୁଦଣ୍ଡ ଦିଆଯିବ ତ' ଏବିଷୟରେ କୋଷଳ ରାଜ୍ୟ ଜାଣିଲେ ବହୁତ ଅନର୍ଥ ହେବ।ଏଥିପାଇଁ କୋଷଳ ରାଜ୍ୟକୁ ବାଧିଲା ପରି କିଛି ନକରି ଅନ୍ୟଏକ ରାସ୍ତା ବାଛିଲେ ଓ ସିଦ୍ଧାର୍ଥଙ୍କୁ କହିଲେ ତୁମକୁ ମୂର୍ତ୍ୟୁ ଦଣ୍ଡ ନଦିଆ ଯାଇ ତୁମ ପିତାଙ୍କୁ ରାଜ ଗାଦିରୁ ବହିଷ୍କାର କରାଯାଇ ତମର ଯେତେସବୁ ସମ୍ପତ୍ତିବାଡ଼ି ଅଛି ସେସବୁକୁ ଜବତ କରାଯିବା ସହିତ ତୁମ ପରିବାରକୁ ସାମାଜିକ ବହିଷ୍କାର କରାଯିବ।ସିଦ୍ଧାର୍ଥ ଏହାକୁ ଶୁଣି ସେନାପତିଙ୍କୁ କହିଛନ୍ତି ମୋ ବ୍ୟକ୍ତିଗତ କାରଣ ପାଇଁ ମୋ ପରିବାରକୁ କ'ଣ ଦଣ୍ଡ ଦିଆଯିବ ଏବଂ ଏଥିପାଇଁ ମୁଁ ଦାଇ ମତେ ଯାହାବି ଦଣ୍ଡ ଦିଅନ୍ତୁ କିନ୍ତୁ ମୋ ପରିବାରକୁ ଏପରି କରନ୍ତୁ ନାହିଁ।ଏହାପରେ ସିଦ୍ଧାର୍ଥଙ୍କୁ ଅନ୍ୟକିଛି ଦଣ୍ଡ ଦେବାପାଇଁ ଭାବୁଥିବା ବଳେ ସିଦ୍ଧାର୍ଥ ତାଙ୍କ ଆଡ଼ୁ ଏକ ପ୍ରସ୍ତାବ ଦେଇଛନ୍ତି,କହିଛନ୍ତି ମତେ ଦେଶରୁ ବହିଷ୍କାର ହେବାର ଅଛି ଯଦି, ମୁଁ ପରିବ୍ରାଜକ ହୋଇ ଯାଉଛି ଏହାବି ଏକ ପ୍ରକାରର ବହିଷ୍କାର ପରି ହେବ।ଏକଥା ଶୁଣି ସେନାପତି କହିଛନ୍ତି ଏହାବି ଏକ ସମସ୍ୟା।ଏଥିପାଇଁ ତମେ ତମ ପରିବାଠାରୁ ମଧ୍ୟ ଅନୁମତି ଆଣିବାକୁ ହେବ, ସିଦ୍ଧାର୍ଥ ଏହାସୁଣି ସେନାପତିଙ୍କୁ ଅନୁମତି ଆଣି ଆସିବାକୁ ଆଶ୍ୱାସନା ଦେଲେ ଅନୁମତି ମିଳୁ କି ନମିଳୁ କିନ୍ତୁ ଆସନ୍ତା ଦିନ ସାକ୍ୟ ରାଜ୍ୟ ଛାଡ଼ି ଚାଲିଯିବିଏବଂ ପରିବ୍ରାଜକ ହୋଇଯିବି କିନ୍ତୁ ଯୁଦ୍ଧ ଲଢ଼ିବି ନାହିଁ,ସଭା ମଧ୍ୟରେ ଉପସ୍ଥିତ ଥିବା ଜଣେ ସାକ୍ୟ ଛିଡ଼ା ହୋଇ କହିଲେ ସିଦ୍ଧାର୍ଥ ପରିବ୍ରାଜକ ହୋଇ ଚାଲିଯିବେ ଏଥିରେ କିଛି ସନ୍ଦେହ ନାହିଁ କିନ୍ତୁ ଯଦି କୋଷଳ ରାଜ୍ୟ ଏସମସ୍ତ ଘଟଣା ସମ୍ପର୍କରେ ଜାଣନ୍ତି ତ ବହୁତ ଅସୁବିଧା ହେବ ଏଥିପାଇଁ ଯୁଦ୍ଧ ଓ ସିଦ୍ଧାର୍ଥଙ୍କ ପରିବ୍ରାଜକ ହେବାର ଟିକେ ଅନ୍ତର ରଖାଯାଉ।
ସାକ୍ୟ ସଂଙ୍ଘ ସଭାରେ ଏସବୁ ଘଟଣା ଘଟି ସରିବା ପରେ ସିଦ୍ଧାର୍ଥ ରାଜପ୍ରାସାଦକୁ ଫେରିଲେ ଏବଂ ଦେଖିଲେ ତାଙ୍କ ପିତା ଶୁଦ୍ଧଧନ ଓ ମାତା ମହାପ୍ରଜାପତି କାନ୍ଧୁଛନ୍ତି, ସିଦ୍ଧାର୍ଥ ରାଜପ୍ରାସାଦକୁ ପହଞ୍ଚିବା ପୂର୍ବରୁ ଏସମସ୍ତ ଘଟଣାର ଖବର ରାଜା ଶୁଦ୍ଧଧନଙ୍କ ନିକଟରେ ପହଞ୍ଚି ଥିଲା, ଏଥିପାଇଁ ଶୁଦ୍ଧଧନ ସିଦ୍ଧାର୍ଥଙ୍କୁ କହିଲେ ତମ ସହିତ ଯାହା ହୋଇଛି ତା' ବିଷୟରେ ଆମେ ସବୁ ଜାଣିଛୁ ଆମେ ଯୁଦ୍ଧକୁ ନେଇ ତପ୍ତର ଥିବାବଳେ ତମେ କ'ଣ ପାଇଁ ଏପରି ନିର୍ଣ୍ଣୟ ନେଇଗଲ, କ'ଣ ପାଇଁ ସବୁ ସୀମା ପାର କରିଦେଲ? ସିଦ୍ଧାର୍ଥ, ଶୁଦ୍ଧଧନଙ୍କୁ ବୁଝାଇକି କହିଲେ,"ମୁଁ ସାକ୍ୟ ସଂଘ ସହିତ ସମସ୍ତିଙ୍କୁ ତର୍କ ମାଧ୍ୟମରେ ବୁଝାଇବା ପାଇଁ ଚାହୁଁଥିଲି କିନ୍ତୁ ସେନାପତି ସମସ୍ତ ଶାକ୍ୟଙ୍କୁ ଏପରି ଉତ୍ତେଜନା କରି ରଖିଥିଲେ ଯେ' ସବୁ ସାକ୍ୟ ଯୁଦ୍ଧ ଲଢ଼ିବା ପାଇଁ ଆଗଭର ଥିଲେ ଏଥିପାଇଁ ମୁଁ ସେମାନଙ୍କୁ ବୁଝାଇବା ପାଇଁ ଅସଫଳ ହେଲି।ହେଲେ ଏତେସବୁ ବିରୋଧ ପରେ ବି ମୁଁ ସତ୍ୟ ଓ ନ୍ୟାୟରୁ ବିଚ୍ୟୁତ ହୋଇ ନାହିଁ, କିନ୍ତୁ ଶୁଦ୍ଧଧନ ଏହାକୁ ନେଇ ଅଶାନ୍ତି ଥିଲେ ଓ ସିଦ୍ଧାର୍ଥଙ୍କୁ ଗୋଟେ ପ୍ରଶ୍ନ ପଚାରିଲେ କି ତମେ ଏତେବଡ଼ ପଦକ୍ଷପ ନେଲ କିନ୍ତୁ ଆମ କଥା ଜମାବି ଭାବିଲ ନାହିଁ??? ସିଦ୍ଧାର୍ଥ ଏହାର ଉତ୍ତର ଦେଇ କହିଛନ୍ତି, ତମ ମାନଙ୍କ ପାଇଁ ହିଁ ତ' ଏସବୁ କରିଲି ଓ ପ୍ରବଜା ନେବାପାଇଁ ନିର୍ଣ୍ଣୟ ନେଲି ନଚେତ୍ ସେମାନେ ତମ ଜମି,ବାଡ଼ି, ଧନ, ସମ୍ପତ୍ତି ଜବତ କରି ନେଇଥାନ୍ତେ ଓ ତମକୁ ରାଜ ଗାଦିରୁ ହଟାଇ ସମଗ୍ର ପରିବାରକୁ ସାମାଜିକ ବହିଷ୍କାର କରିଥାନ୍ତେ।
ଶୁଦ୍ଧଧନ ଏକଥା ଶୁଣି ସିଦ୍ଧାର୍ଥଙ୍କୁ କହିଲେ ଆମର ଧନ,ସମ୍ପତ୍ତି, ରାଜଗାଦିର ଆବଶ୍ୟକ ନାହିଁ ଆମେ ରାଜ୍ୟ ଛାଡ଼ି ଅନ୍ୟ କୌଣସି ରାଜ୍ୟରେ(କୋଶଳ ରାଜ୍ୟ) ଶରଣ ନେବା କିନ୍ତୁ ତମ ସହିତ ଆମେ ମଧ୍ୟ ଯିବୁ, ସିଦ୍ଧାର୍ଥ ଏହାସୁଣି ଅମଙ୍ଗ ହେଲେ ଓ କହିଲେ ମୋର ପ୍ରବଜା ବିଷୟରେ କୋଷଳ ରାଜ୍ୟକୁ ବି ଯେମିତି ଜଣା ନପଡ଼େ ଯଦି କୋଷଳ ରାଜ୍ୟ ଏସମସ୍ତ ଘଟଣା ବିଷୟରେ ଜାଣେ ତ' ସାକ୍ୟ ପ୍ରତି ଅନର୍ଥ ହେବ ମୁଁ ସାକ୍ୟ ସଭାରେ କଥା ଦେଇଥିଲି କୋଷଳ ରାଜ୍ୟ ମୋ ପ୍ରବଜା ବିଷୟରେ କିଛି ଜାଣି ପାରିବ ନାହିଁ ଯଦି ଆମେ ତାଙ୍କର ସରଣ ନେବା ତ' ଦେଶ ଦ୍ରୋହହେବ ଏଥିପାଇଁ ଏସବୁକୁ ଗ୍ରହଣ କରିପାରିବି ନାହିଁ, ଏବଂ ଶୁଦ୍ଧଧନଙ୍କୁ ନିଜ ସାଙ୍ଗେ ଯିବାପାଇଁ ଅନୁମତି ଦେଲେ ନାହିଁ,ଏବଂ କହିଲେ ମୋ ସାନ ଭାଇ ନନ୍ଦ(ଶୁଦ୍ଧଧନ ଓ ମହାପ୍ରଜାପତିଙ୍କ ପୁତ୍ର) ଏବେ ଛୋଟ ଅଛି, ମୋ ପୂତ୍ର ରାହୁଲ ଏବେ ଜନ୍ମ ହୋଇଛି ଓ ଶାକ୍ୟର ସଂମ୍ମାନ ପାଇଁ ଅନ୍ୟ କାହାର ସରଣ ନେବା ମଧ୍ୟ ଉଚିତ୍ ନୁହଁ।ଏହାପରେ ମାତା ମହାପ୍ରଜାପତି କାନ୍ଦି କାନ୍ଦି କହିଲେ ମୁଁ ତମ ସହିତ ପ୍ରବଜା ନେବାପାଇଁ ଚାହୁଁଛି ତମ ସହିତ ମୁଁ ବି ଗୃହ ପରିତ୍ୟାଗ କରିବି,ସିଦ୍ଧାର୍ଥ ମନାକରି କହିଲେ ଯଦି ମୁଁ ଯୁଦ୍ଧରେ ଲଢ଼ି ମରି ଯାଇଥାନ୍ତି ତମେ ଗର୍ବ କରିଥାନ୍ତ ନାଁ ଏପରି କନ୍ଧିଥାନ୍ତ? ମହାମାୟା ଏହାର ଉତ୍ତରରେ କହିଲେ କ୍ଷତ୍ରିୟର ଧର୍ମ ହେଉଛି ଯୁଦ୍ଧ କରିବା ଓ ଯୁଦ୍ଧ ଭୂମିରେ ବଳିଦାନ ଦେଇ ବିରତ୍ବ ପ୍ରାପ୍ତ ହେବା କିନ୍ତୁ ତମେ ତ' ଜଙ୍ଗଲ ଯାଇ ବାଘ,ଭାଲୁ,ହାତୀ ପରି ଜଙ୍ଗଲ ଜନ୍ତୁଙ୍କ ସହିତ ରହିବ।ସିଦ୍ଧାର୍ଥ ଶୁଣି କହିଲେ ଯୁଦ୍ଧରେ ନିଜ ଭାଇ ମାନଙ୍କୁ ମାରିବା ଠାରୁ ସହେଗୁଣ ଭଲ ହେବ ଜଙ୍ଗଲକୁ ଜାଇ ଜଙ୍ଗଲୀ ଯିବ ଜନ୍ତୁଙ୍କ ସହିତ ରହିବା,ତ ଏଥିପାଇଁ ମତେ ଅନୁମତି ଦିଅ ମୁଁ ଯିବାକୁ ପ୍ରସ୍ତୁତ ହେବି।ମାଆଙ୍କ ଠାରୁ ଅନୁମତି ନେଇ "ସିଦ୍ଧାର୍ଥ" ଯେବେ ପତ୍ନୀ ଯଶୋଧରାଙ୍କ କକ୍ଷକୁ ଯାଇଛନ୍ତି ସେଠାରେ ସେ "ଯଶୋଦାରାଙ୍କୁ" କ'ଣ କହିବେ କିଛି ଭାବି ପାରି ନାହାଁନ୍ତି, ଯଶୋଧରା ସିଦ୍ଧାର୍ଥଙ୍କୁ ଦେଖି ନିଯଆଡ଼ୁ ପ୍ରଥମେ କହିଲେ ସାକ୍ୟ ସଂଘ ସଭାରେ ଘଟିଥିବା ଘଟଣା ବିଷୟରେ ସବୁ ଜାଣିଛନ୍ତି, ସିଦ୍ଧାର୍ଥ ଯଶୋଧରାଙ୍କୁ ପ୍ରଶ୍ନ କରିଛନ୍ତି ମୋ ଜେଗାରେ ଯଦି ତମେ ଥାନ୍ତ ତ' କ'ଣ କରିଥାନ୍ତ? ଯଶୋଧରା ଉତ୍ତର ରେ କହିଲେ, ଯାହା ତମେ କରିଲ ତା' ମୁଁ ବି କରିଥାନ୍ତି।ଯଦି ଆମ ପୁଅ ରାହୁଲ ଛୋଟ ହୋଇନଥାନ୍ତା ତ' ମୁଁ ବି ତମ ସହିତ ପ୍ରବଜା ହୋଇ ଦେଶ ଛାଡ଼ି ଚାଲି ଯାଇଥାନ୍ତି।
ଯଶୋଦାରାଙ୍କ ମୁଁହରୁ ଏ ସବୁଶୁଣି ସିଦ୍ଧାର୍ଥ ଭାବିଛନ୍ତି ସତରେ ଯଶୋଧରା ଜଣେ ମହାନ ସାହସୀ ଯୋଧ୍ୟା ନାରୀ।ଏହାପରେ ସିଦ୍ଧାର୍ଥ ନିଜ ପୁତ୍ର ରାହୁଲକୁ ଦେଖିବାପାଇଁ ଯଶୋଧରାଙ୍କୁ ଆଣିବା ପାଇଁ କହିଲେ ଓ ଯଶୋଦାରା ରାହୁଲଙ୍କୁ ଆଣି ସିଦ୍ଧାର୍ଥଙ୍କ ହାତରେ ଧରାଇଲେ ଏବଂ ସିଦ୍ଧାର୍ଥ ନିଜର ପିତୃତ୍ୱର ବାତ୍ସଲ୍ୟ ନଜରରେ ରାହୁଲଙ୍କୁ ଦେଖି ବିଦାୟ ନେଲେ।ଏହାପରେ ସିଦ୍ଧାର୍ଥ ପରଦିନ ସକାଳେ ରୁଷି "ଭରଦ୍ବାଜଙ୍କ" ଆଶ୍ରମକୁ ଗଲେ ଓ ସେଠାରେ ଅନେକ ଲୋକ ହାତ ଯୋଡ଼ି ହୋଇ ଠିଆ ହେବା ସହିତ କାନ୍ଧୁଥିବାର ଦେଖିଲେ। ଅନେକ ଭିଡ଼ରେ ସେ ଭରଦ୍ବାଜ ଆଶ୍ରମ ଦ୍ୱାରକୁ ଆସିଲେ,ଘରୁ ବାହାରିବା ସମୟରେ ନିଜର ସାରଥି ଛନ୍ନ ଓ ଘୋଡ଼ା କନ୍ଥଙ୍କ ସହିତ ଆସିଲେ, ଏବଂ ସେ ଛନ୍ନଙ୍କୁ କହିଲେ ଘୋଡ଼ା କନ୍ଥକୁ ନେଇକି ଗୋଟେ ଗଛରେ ବାନ୍ଧି ଦିଅ, ସିଦ୍ଧାର୍ଥ ଚାହିଁଥିଲେ ସେ ପ୍ରବଜା ନେବା ସମୟରେ ତାଙ୍କ ମାତା-ପିତା ଆଶ୍ରମରେ ଉପସ୍ଥିତ ନରୁହନ୍ତୁ କିନ୍ତୁ ତାଙ୍କ ମାତା-ପିତା ପୂର୍ବରୁ ଆସି ଉପସ୍ଥିତ ଥିଲେ, ସିଦ୍ଧାର୍ଥ ଏହାପରେ ତାଙ୍କ ପାଦ ଛୁଇଁ ଆଶ୍ରିବାଦ ନେଲେ କିନ୍ତୁ ତାଙ୍କ ମାତା-ପିତାଙ୍କ ମୁହଁରୁ କୌଣସି କଥା ବାହାରୁ ନଥିଲା ଏବଂ ସେ ବହୁତ କାନ୍ଧୁଥିଲେ।ଏହାପରେ ସିଦ୍ଧାର୍ଥ ନିଜ ସାରଥୀ ଛନ୍ନଙ୍କ ପାଖକୁ ଯାଇ ସମସ୍ତ ଆଭୂଷଣ ଦେଇ ଭରଦ୍ବାଜଙ୍କ ଆଶ୍ରମକୁ ପ୍ରବେଶ କରିଲେ, ସିଦ୍ଧାର୍ଥଙ୍କ ସମ୍ପର୍କୀୟ ଭାଇ "ମହାନାମ" ସିଦ୍ଧାର୍ଥଙ୍କ ପାଇଁ ପ୍ରବଜା ଧାରଣ ପାଇଁ ଉଦିଷ୍ଠ ସମସ୍ତ ବସ୍ତ୍ର ଓ ଭିକ୍ଷା ପାତ୍ର ଆଣିଥିଲେ, ସିଦ୍ଧାର୍ଥ ତାଙ୍କଠାରୁ ମୁଣ୍ଡ ନୁଆଁଇକି ଏସବୁ ଗ୍ରହଣ କରି ଋଷି ଭରଦ୍ବାଜଙ୍କ ପାଖକୁ ଗଲେ।ଏହାପରେ ଋଷି ଭରଦ୍ବାଜ ନିଜର ଶିଷ୍ୟଙ୍କ ସହାୟତାରେ ସିଦ୍ଧାର୍ଥଙ୍କୁ ପ୍ରବଜା କରିଥିଲେ ଓ ଘୋଷଣା କରିଲେ, ପରେ ସିଦ୍ଧାର୍ଥ ଆଶ୍ରମ ଛାଡ଼ି ଗଲେ କପିଳବସ୍ତୁରୁ ବାହାରି ଅନୁମା ନଦୀ ଆଡ଼େ ଗଲେ ଓ ନଦୀ ତଟରୁ ପଛକୁ ଚାହିଁ ଦେଖିଲେ ମାତା-ପିତା ସହିତ ସମଗ୍ର କପିଳବସ୍ତୁର ଜନସାଧାରଣ ତାଙ୍କ ପଛରେ ଆସୁଛନ୍ତି, ଏହାଦେଖି "ସିଦ୍ଧାର୍ଥ" ସମସ୍ତିଙ୍କୁ ଅନୁରୋଧ କରି କହିଲେ ମୋ ପଛରେ ଆସନ୍ତୁ ନାହିଁ, ମୁଁ ଯୁଦ୍ଧ ରୋକିବାକୁ ଅସମର୍ଥ ହେଲି ଏବଂ ଯଦି ତମେ ମାନେ ମତେ ଭଲ ପାଉଛ ତ' ଯୁଦ୍ଧ ରୋକିବା ପାଇଁ ଚେଷ୍ଟାକର।
ଏହାପରେ ସମସ୍ତେ ଘରକୁ ଫେରିଲେ ଓ ମହାମାୟା ରାଜପ୍ରାସାଦରେ ଛନ୍ନ ଆଣି ରଖିଥିବା "ସିଦ୍ଧାର୍ଥଙ୍କ" ସ୍ୱର୍ଣ୍ଣ ଆଭୂଷଣ ଦେଖି କାନ୍ଦିଲେ ଓ ଏହାକୁ ନେଇ ଏକ ବାକ୍ସ ମଧ୍ୟରେ ରଖିଲେ, ସମସ୍ତେ ଘରକୁ ଫେରିଥିଲେ କିନ୍ତୁ ଛନ୍ନ ଓ କନ୍ଥ ଘରକୁ ନଫେରି ସିଦ୍ଧାର୍ଥଙ୍କ ପଛରେ ଯାଉଥିଲେ ଓ ସିଦ୍ଧାର୍ଥ ନଆସିବା ପାଇଁ ବାରଣ କରିଲେ କିନ୍ତୁ ଛନ୍ନ ଅନୁରୋଧ କରିଥିଲେ ଅତ୍ୟନ୍ତ ମତେ ଅନୁମା ନଦୀ ପର୍ଯ୍ୟନ୍ତ ତମ ସହିତ ଯିବା ପାଇଁ ଦିଅ,ଏହାପରେ ସିଦ୍ଧାର୍ଥ ଛନ୍ନଙ୍କୁ କହିଲେ ମିତ୍ର ତମେ ଫେରିଯାଅ ତମ ଭଳିଆ ମିତ୍ର ପାଇଁ ମୁଁ ବହୁତ ଗର୍ବିତ ତମକୁ ଦେବାପାଇଁ ମୋ ପାଖରେ କିଛି ନାହିଁ କିନ୍ତୁ ତମେ ଯାଇକି, ମୋ ପିତାଙ୍କୁ କହିବ ମୁଁ କୌଣସି ଅଲୌକିକ ଶକ୍ତି ପ୍ରାପ୍ତ ଉଦ୍ଦେଶ୍ୟରେ କିମ୍ବା କୌଣସି ଭୁଲ୍ କାର୍ଯ୍ୟ କରିବା ପାଇଁ ଯାଉ ନାହିଁ, ଆପଣଙ୍କ ଠାରୁ କମ୍ ଭଲ ପାଇବା ରାଗରେ ଘର ଛାଡ଼ି ଯାଉନି, ଏପରି କହି ସିଦ୍ଧାର୍ଥ କିପରି ଶୁଦ୍ଧଧନଙ୍କ ଦୁଃଖ ଦୂର ହେବ ମୋ ବିଷୟରେ ମନ୍ଦ କଥା କହି ପିତାଙ୍କ ଦୁଃଖ ଦୂର କରେଇବ, ଏହାପରେ ଛନ୍ନ କହିଛନ୍ତି ତମ ବିଷୟରେ ମନ୍ଦ କଥା କହିଲେ କିଏ ବିଶ୍ୱାସ କରିବ? ସିଦ୍ଧର୍ଥ ଓ ଛନ୍ନଙ୍କ ମଧ୍ୟରେ ସମସ୍ତ ବାତ୍ତାଳପ ଘୋଡ଼ା କନ୍ଥ ଶୁଣୁଥାଏ ଓ ତା' ଆଖିରୁ ପାଣି ବାହାରୁ ଥାଏ, ମଝିରେ ମଝିରେ ସେ ମଧ୍ୟ ରଡ଼ି ଛାଡୁଥାଏ, ଏହାପରେ ଛନ୍ନ ଓ କନ୍ଥ ଘରକୁ ଫେରୁଥାନ୍ତି ଯେଉଁ ପଥକୁ କନ୍ଥ ଅତିକ୍ରମ କରି କିଛି ସମୟରେ ପହଁଚି ଯାଏ, ସେଇ ପଥକୁ ଅତିକ୍ରମ କରିବାକୁ ଅନେକ ସମୟ ନେଉଛି ଓ ଯେବେ କପିଳ ବସ୍ତୁରେ ପହଁଚିଛି ସମସ୍ତ ସାକ୍ୟ ମାନେ କବାଟ, ଝରକା ଖୋଲି ଦେଖୁଛନ୍ତି କାଳେ "ସିଦ୍ଧର୍ଥ" ଫେରି ଆସିଛନ୍ତି, କିନ୍ତୁ ସିଦ୍ଧର୍ଥ ନଫେରିବା ଦେଖି ସମସ୍ତେ ଦୁଃଖରେ ମୁହଁ ଫେରେଇ ନେଉଛନ୍ତି ରାଜ କୁମାର ସିଦ୍ଧର୍ଥଙ୍କୁ ଝୁରୁଛନ୍ତି, କନ୍ଥକ ଆସି ଯେବେ ରାଜମହଲର ପହଁଚିଲା ତା'ର ଶବ୍ଦ ଶୁଣି ରାଜପରିବାରର ସମସ୍ତ ସଦସ୍ୟ ଆଶଙ୍କାର ସହିତ ଆସି ଦେଖିଲେ କାଳେ ସିଦ୍ଧର୍ଥ ଫେରି ଆସିଥିବେ କିନ୍ତୁ କନ୍ଥର ଖାଲି ପିଠି ଦେଖି, ମହାପ୍ରଜାପତି, ଯଶୋଦାରା, ଶୁଦ୍ଧଧନ ସମସ୍ତେ ଦୁଃଖରେ କାନ୍ଦି କି ଟଳି ପଡ଼ିଲେ, ମହାପ୍ରଜାପତି ଭାବୁଛନ୍ତି, ଯେଉଁ ହାତ ସବୁବେଳେ ଦାନ ଦେଉଥିଲା ଏବେ ସେ ହାତ କିପରି ଭିକ ମାଗିବ,ଯେଉଁ ଶରୀର ସବୁବେଳେ ଫୁଲର, କମଳର ସେଜରେ ଶୋଉଥିଲା ସେ ଏବେ ପୁଣି କେମିତି ଜଙ୍ଗଲର ଘାସ କିମ୍ବା ପତରରେ ସୋଇବ,ଯେବେ ସିଦ୍ଧାର୍ଥଙ୍କର ପ୍ରବଜା ହୋଇଥିଲା ତାଙ୍କୁ ସେବେ ୨୯ ବର୍ଷ ବୟସ ହୋଇଥିଲା।
ସିଦ୍ଧାର୍ଥ ଗୌତମ କପିଳବସ୍ତୁ ଛାଡ଼ି ରାଜଗୃହ ଯିବା ପାଇଁ ନିର୍ଣ୍ଣୟ କରିଲେ, ରାଜଗୃହ ମଗଧ ଦେଶର ରାଜଧାନୀ ଥିଲା ଓ ସେଠାରେ ଅନେକ ଜ୍ଞାନୀ, ଗୁଣୀ,ବୁଦ୍ଧିଜିବୀ,ରାଜନୈତିକ ବିଚାରକ, ମାର୍ଗଦର୍ଶକ ଆଦି ରୁହନ୍ତି ଏହା ସେମାନଙ୍କର ମୁଖ୍ୟ କାର୍ଯ୍ୟାଳୟ ଥିଲା, ଏବଂ ଏହି ସମୟରେ ମଗଧର ରାଜା ବିମ୍ବିସାର ଥିଲେ।ସିଦ୍ଧାର୍ଥ ଦୃଢ଼ ମନସ୍ଥରେ ଯେବେ ରାଜଗୃହ ଯାତ୍ରା କରିଲେ ବାଟରେ ପ୍ରଖର ସ୍ରୋତ ଭାବେ ପ୍ରବାହିତ ହେଉଥିବା ଗଙ୍ଗା ନଦୀକୁ ପାରି ହୋଇ ଗଙ୍ଗାର ଆର ପାର୍ଷରେ ପହଞ୍ଚିଲେ, ଯେତେବେଳେ ସେ ରାଜଗୃହ ଯାଉଥିଲେ ବାଟରେ ପ୍ରଥମେ ସାକ୍ଷୀ, ପରେ ପଦ୍ମା ନାଁ ରେ ଦୁଇଜଣ ବ୍ରାହ୍ମଣ ମହିଳାଙ୍କ ଆଶ୍ରମରେ ରହିଲେ ଓ ଅନ୍ୟ ଦିନେ ରଇବତ ରୁଷିଙ୍କ ଆଶ୍ରମରେ ରହିଲେ ଏବଂ ସେସମସ୍ତ ଆଶ୍ରମରେ "ସିଦ୍ଧାର୍ଥ ଗୌତମଙ୍କୁ" ଆଦର, ସଂମ୍ମାନ ଓ ଆତିଥ୍ୟତା ମିଳିଥିବା ବଳେ ଅନେକ ଜନସାଧାରଣ ଦେଖିବା ପାଇଁ ଆସୁଥିଲେ, ଜଣେ ରାଜପୁତ୍ର ଏପରି କ'ଣ ପାଇଁ ପରିବ୍ରାଜକ ପୋଷାକ ପରିଧ୍ୟାନ କରିଲେ ଏହାକୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ।ଏହାପରେ "ସିଦ୍ଧାର୍ଥ ଗୌତମ" ରାଜଗୃହ ପହଞ୍ଚିଲେ ବିଶେଷ ଭାବରେ ରାଜଗୃହ ପାଞ୍ଚୋଟି ପର୍ବତ ଦ୍ୱାରା ଘେରା ହୋଇଥିଲା, ସିଦ୍ଧାର୍ଥ ଗୌତମ ରାଜଗୃହ ପହଞ୍ଚି ସେଠାରେ ପାଣ୍ଡୁ ପର୍ବତ ତଳେ ଗଛର ଡାଳ, ବକଳ ଆଦି ସଂଗ୍ରହ କରି ଏକ କୁଡ଼ିଆ ନିର୍ମାଣ କରିଲେ।(କପିଳ ବସ୍ତୁରୁ ରାଜଗୃହ ସିଦ୍ଧାର୍ଥ ଗୌତମ ସାଢ଼େ ଚାରିଶ ମାଇଲ ବା ସାଢ଼େ ଛଅସ୍ କିମି ପାଦରେ ଚାଲିକି ଯାଇଥିଲେ)।ପର ଦିନ ସିଦ୍ଧାର୍ଥ ଗୌତମ ଯେତେବେଳେ ଭିକ୍ଷା ଗ୍ରହଣ କରିବା ପାଇଁ ଗଲେ ତାଙ୍କୁ ଲୋକମାନେ ଦେଖି ଭିଡ଼ ଜମାଇଛନ୍ତି ଓ ରାଜା ବିମ୍ବୀସାର ଏହି ଭିଡ଼କୁ ରାଜମହଲରୁ ଦେଖି ତାଙ୍କର ଦରୱାନଙ୍କୁ ଭିଡ଼ରେ କାରଣ କ'ଣ ବୁଝିକି ଆସିବା ପାଇଁ କହିଲେ, ଦରୱାନ ସିଦ୍ଧାର୍ଥ ଗୌତମଙ୍କୁ ଦେଖିକି ଆସି ରାଜା ବିମ୍ବିସାରଙ୍କୁ ଜଣାଇଲେ, ଏ ହେଉଛନ୍ତି ସେଇ ବ୍ୟକ୍ତି ଯାହାଙ୍କ ଭବିଷ୍ୟ ବାଣୀ ବ୍ରାହ୍ମଣ ମାନେ କରିଥିଲେ ଯଦି ଏ ସଂସାରରେ ରହିବେ ତ' ଚକ୍ରବର୍ତ୍ତୀ ସମ୍ରାଟ ହେବେ ଏବଂ ଯଦି ସଂସାର ପରିତ୍ୟାଗ କରିବେ ତ' ଏ ବୁଦ୍ଧ ହେବେ।
ବିମ୍ବିସାର ଏହାଶୁଣି ଉଲ୍ଲସିତ ହୋଇ ଦରୱାନଙ୍କୁ କହିଲେ ଏ କୁଆଡ଼େ ଯାଉଛନ୍ତି ତାଙ୍କ ପଛେ ପଛେ ଯାଅ ଓ ମତେ ଜଣାଅ, ଦରୱାନ ସିଦ୍ଧାର୍ଥ ଗୌତମଙ୍କ ପଛେ ପଛେ ଯାଇ ଦେଖିଲେ ସିଦ୍ଧାର୍ଥ ଗୌତମ ଏକ ଛୋଟ ଭିକ୍ଷା ପତ୍ର ଧରି ଭିକ୍ଷା ଗ୍ରହଣ କରୁଛନ୍ତି ଏବଂ ଯେଉଁ ସବୁ ଖାଦ୍ୟ ସାମଗ୍ରୀ ଭିକ୍ଷା ଆକାରରେ ମିଳୁଥିଲା ତା'କୁ ନେଇ ପାଣ୍ଡୁ ପର୍ବତର ତଳେ କରିଥିବା କୁଡ଼ିଆରେ ଖାଉଛନ୍ତି ଏବଂ ପର୍ବତ ଶିଖରକୁ ଯାଇ ଧ୍ୟାନରେ ବସୁଛନ୍ତି, ଏକଥା ଦରୱାନ ବିମ୍ବିସାରଙ୍କୁ ଜଣାଈଲେ।ବିମ୍ବିସାର ଏହାଜାଣି ସପରିବାର ସହିତ ରାଜଗୃହ ଆସିଲେ ସିଦ୍ଧାର୍ଥ ଗୌତମଙ୍କୁ ଦେଖିବା ପାଇଁ ଏବଂ ରାଜଗୃହରେ ପହଞ୍ଚି ପର୍ବତକୁ ଯେବେ ଚାହିଁଛନ୍ତି ପର୍ବତସବୁ ଚାଲିଲା ପରି ଦେଖା ଯାଉଛି ଏବଂ ପର୍ବତର ଶିଖର ତାଙ୍କୁ ସିଦ୍ଧାର୍ଥ ଗୌତମ ମୟ ଦେଖା ଯାଉଛି,ବିମ୍ବିସାର ଏହାପରେ ସିଦ୍ଧାର୍ଥଙ୍କ ପାଖକୁ ଯାଇ ଭଲ ମନ୍ଦ ଓ ସୁସ୍ଥତା ବିଷୟରେ ପଚାରି ବୁଝିଲେ।ସିଦ୍ଧାର୍ଥ ସମ୍ପୂର୍ଣ୍ଣ ଭଲ ଅଛନ୍ତି ଜଣାଇଛନ୍ତି।ବିମ୍ବିସାର ସିଦ୍ଧାର୍ଥଙ୍କୁ କହିଲେ ମୁଁ ଆପଣଙ୍କ ପରିବାରର ବଂଶାନୁକ୍ରମ ମିତ୍ର ଓ ମୁଁ ମିତ୍ରତାକୁ ଧ୍ୟାନ ଦେଇ ଆପଣଙ୍କୁ କିଛି ପଚାରିବା ପାଇଁ ଚାହୁଁଚି, ବିମ୍ବିସାର ଦେଖୁଛନ୍ତି ଜଣେ ରାଜପୁତ୍ର ସୁନ୍ଦର ଯୁବକ, ଯୌବନ ଅବସ୍ଥାରେ ଯେଉଁ ବୟସରେ ଶରୀରରେ ଚନ୍ଦନ ରୂପକ ବସ୍ତ୍ର ପରିଧାନ କରି ସାଶନ କରିବା କଥା ସେଇ ବୟସରେ ସୈନ୍ୟାସୀ ବସ୍ତ୍ର ପରିଧ୍ୟାନ କରି କିପରି ଭିକ୍ଷା ଗ୍ରହଣ କରିବ? ଅପଣ ମୋ ରାଜ୍ୟର କୌଣସି ଏକ ଅଞ୍ଚଳ ନେଇ ସାଶନ କର ଯଦି ଆପଣଙ୍କର କୂଳ ଏସବୁକୁ ଆଗ୍ରହ କରେନି ତ' ମୋ ସେନା ବାହିନୀରେ ଯୋଗ ଦେଇ ସେନା ବାହିନୀର ନେତୃତ୍ୱ ନିଅ, ଧର୍ମ,କାମ,ଧନ ଏ ଜୀବନର ତିନୋଟି ଉଦ୍ଦେଶ୍ୟ ଏହାକୁ ପ୍ରାପ୍ତ କର ଯେବେ ବୃଦ୍ଧ ଅବସ୍ଥା ଆସିଯିବ ଏହାକୁ ପ୍ରାପ୍ତ କରି ପାରିବ ନାହିଁ, ଏଣୁ ପରିବ୍ରାଜକ ତ୍ବାଗ କର।ଏହା ଶୁଣି ସିଦ୍ଧାର୍ଥ କହିଛନ୍ତି ହେ ରାଜନ ମତେ ଆପଣଙ୍କ ମୈତ୍ରୀ ବହୁତ ପସନ୍ଦ ଆସିଛି ମୁଁ ଆପଣଙ୍କ ମୈତ୍ରୀ ପାଇଁ ଗର୍ବିତ କିନ୍ତୁ ମୁଁ ଆପଣଙ୍କୁ ଗୋଟେ କଥା କହିବା ପାଇଁ ଚାହୁଁଚି ମତେ ସାପ,ବିଛା କିମ୍ବା ବିଜୁଳି ଘଡ଼ ଘଡ଼ିକୁ ଯେତିକି ଡର ଲାଗୁନାହିଁ ଯେତିକି ଡର ଏ ଆସକ୍ତ ବିଷୟକୁ ଲାଗୁଛି ଏବଂ ମୋ ରାଜପଦବୀ, ରାଜ ସିଂହାସନ,ରାଜ ମୁକୁଟ ସବୁ ଚାଲି ଯାଇଛି ଏଥିପାଇଁ ମୁଁ ପରିବ୍ରାଜକ ହୋଇ ନାହିଁ, ସଂସାରର ଦୁଃଖ ଏହାର ପ୍ରତିକାର ପାଇଁ ମୁଁ ପରିବ୍ରାଜକ ହୋଇଛି, ଏହି ତର୍କ ଶୁଣିବା ପରେ ରାଜା ବିମ୍ବିସାର କ'ଣ ଉତ୍ତର ଦେବେ ଜାଣି ପାରୁ ନାହାଁନ୍ତି ତାଙ୍କ ମୁହଁରେ କୌଣସି ଉତ୍ତର ନଥିଲା।
ଏହାପରେ ବିମ୍ବିସାର ସିଦ୍ଧାର୍ଥଙ୍କୁ କହିଲେ ଆପଣ ଯେଉଁ ମାର୍ଗ ଯଦି ଖୋଜି ପାଆନ୍ତି ତ' ମତେ ଜଣେଇବେ ମୁଁ ମଧ୍ୟ ଏହାକୁ ଗ୍ରହଣ କରିବି।ଏହାପରେ ବିମ୍ବିସାର ସେଠାରୁ ଚାଲିଗଲେ।ବିମ୍ବିସାର ଗଲାପରେ ସେଠାରେ ଉପସ୍ଥିତ ଥିବା ପାଞ୍ଚ ଜଣ ପରିବ୍ରାଜକ,କୁଣ୍ଡିନ୍ୟ,ଅଶ୍ଵଜିତ,କଶ୍ୟପା,ମହାନାମ, ବଧୁକ,ସିଦ୍ଧାର୍ଥଙ୍କ ପାଖକୁ ଆସିଲେ ଓ ସମସ୍ତିଙ୍କ ପରି ସିଦ୍ଧାର୍ଥଙ୍କୁ ସମ ପ୍ରଶ୍ନ କରିଲେ,ସିଦ୍ଧାର୍ଥ ସମସ୍ତ ଵିଷୟ ଜଣାଇଲେ, ଏହାପରେ ସେ ପଞ୍ଚଜଣ ପରିବ୍ରାଜକ କହିଲେ ଆପଣ ଆସିଲା ପରେ କପିଳ ବସ୍ତୁରେ କ'ଣ ହୋଇଛି ଆପଣ ଜାଣିଛନ୍ତି କି? ସିଦ୍ଧାର୍ଥ ମନାକରିଲେ ଏବଂ କହିଲେ କପିଳ ବସ୍ତୁର ଖବର କିଛି ଜାଣି ନାହିଁ।ଏହାପରେ ସିଦ୍ଧାର୍ଥଙ୍କୁ ସେମାନେ କହିଛନ୍ତି ଆପଣ କପିଳଵସ୍ତୁ ଛାଡ଼ିଲା ପରେ ସମସ୍ତ ଯୁବକ,ମହିଳା, ନାଗରିକ ମାନେ ଯୁଦ୍ଧ କରିବା ପାଇଁ ବିରୋଧ କରିଛନ୍ତି ଏବଂ କୋଲ୍ହ ଆମର ଭାଇ ଆମେ ତାଙ୍କ ସହିତ ଲଢ଼ି ପାରିବୁ ନାହିଁ, ସିଦ୍ଧାର୍ଥଙ୍କ ପରିବ୍ରାଜକ ବିଷୟରେ ଧ୍ୟାନ ଦିଅ କହି ଦାବି କରିଥିଲେ ଓ ଏହାପରେ ସାକ୍ୟ ସଭା ସଂଘ ଏକ ଜରୁରୀ ସଭା ଡ଼ାକି ପାଞ୍ଚ ଜଣ ଶକ୍ୟକୁ ନିଯୁକ୍ତି କରିଥିଲେ ରୋହିଣୀ ନଦୀର ଜଳ ବିବାଦକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବା ପାଇଁ ଓ ଏ ବିଷୟରେ କୋଲ୍ହ ରାଜ୍ୟ ଜାଣି ଖୁସି ହୋଇ ସେମାନେ ବି ପଞ୍ଚଜଣ ସଦସ୍ୟଙ୍କୁ ନିଯୁକ୍ତି କରି କଥାବାର୍ତ୍ତା ମାଧ୍ୟମରେ ବିବାଦକୁ ସମାଧାନ କରିବାକୁ ରାଜି ହୋଇଥିଲେ ଏବଂ ପରେ ଉଭୟ ପକ୍ଷରୁ ଦଶଜଣ ସଦସ୍ୟ ଏକ ସଭା ଅନୁଷ୍ଠିତ କରି ସବୁଦିନ ପାଇଁ କଥାବାର୍ତ୍ତା ମାଧ୍ୟମରେ ରୋହିଣୀ ନଦୀର ଜଳ ବିବାଦକୁ ସମାଧାନ କରି ଦେଇଛନ୍ତି, ଏକଥା ଶୁଣି ସିଦ୍ଧାର୍ଥ ଅନେକ ଖୁସୀ ଜାହିର କରିଛନ୍ତି, ଆନନ୍ଦ ହୋଇଛନ୍ତି ଏବଂ ଭାବିଛନ୍ତି ମୋର ଯେଉଁ ଗୃହତ୍ଵାଗ ସଫଳ ହୋଇଛି।ଏହାପରେ ସେ ପାଞ୍ଚଜଣ ପରିବ୍ରାଜକ ସିଦ୍ଧାର୍ଥଙ୍କୁ ଏକ ପ୍ରଶ୍ନ କରିଛନ୍ତି ଆପଣ ଯେଉଁ କାରଣ ଯୋଗୁଁ ପରିବ୍ରାଜକ ହୋଇଥିଲେ ସେ କାରଣ ତ' ଦୁର ହୋଇ ଯାଇଛି ତ' ଆପଣ କ'ଣ ପରିବ୍ରାଜକ ତ୍ବାଗ କରିବେ? ଆମେ ଆପଣଙ୍କୁ ବିନତି କରୁଛୁ ଆପଣ ପରିବ୍ରାଜକ ତ୍ବାଗ କରି ଗୃହସ୍ତି ହୋଇ ଯାନ୍ତୁ, କିନ୍ତୁ ସିଦ୍ଧାର୍ଥ ପୂର୍ବପରି ଗୃହସ୍ତୀ ହେବା ପାଇଁ ଇଚ୍ଛା ପ୍ରକାଶ କରି ନାହାଁନ୍ତି ଏବଂ ସଂସାରରେ ଘଟୁଥିବା ବିଭିନ୍ନ ସମସ୍ୟା,ଦୁଃଖ, ଦୁର୍ଦ୍ଦଶା, ଏବଂ ଏସବୁର ସମାଧାନର ବାଟ ଖୋଜିବା ପାଇଁ ଚାହିଁଲେ ଓ ତାଙ୍କ ପୂର୍ବରୁ ଆସିଥିବା ଅନେକ ଦାର୍ଶନିକ ବ୍ୟକ୍ତିଙ୍କ ଦର୍ଶନ ଭିଳାଶ ଅନୁସରଣ କରିଲେ ଓ ଅନେକ ଅନୁସନ୍ଧାନ ପରେ ଏକ ନୂତନ ମାର୍ଗ ଖୋଜି ବାହାର କରିଲେ ''ବା'' ବୋୖଦ୍ଧିତ୍ୱ ପ୍ରାପ୍ତ ହେଲେ।
Regards:Sushil Kumar Bhoi
No comments:
Post a Comment