~: ଦୁଃଖ :~ / ✍ ସୁଶୀଲ୍ କୁମାର ଭୋଇ
ଯେବେ ଘରର ଚାରିକାନ୍ଥରେ ଆବଦ୍ଧ ହୋଇ ଲାଗିଥିବା ଆଇନା ସାମ୍ନାରେ ଛିଡ଼ା ହୋଇ ପ୍ରଶ୍ନକରେ
ହେ ଆଇନା କହ ମୁଁ କିଏ ଓ ମୁଁ କାହାର !???
ଆଇନାର ପ୍ରତିଛବି ମତେ ଉତ୍ତର ଦିଏ
ତୁ ଦୁଃଖ ଓ ଦୁଃଖ ତୋ ନିଜର,
ତୁ' ହବୁ ଅବା ଆଉ କାହାର !!
ଆଇନା ପ୍ରତିଛବିର ଉତ୍ତରକୁ ଲାଗେ ମତେ ଭାରି ଭଲ, କାରଣ ଦୁଃଖ ଠାରୁ କିଏ ହେବ ଅବା ଅତି ନିଜର !!
ଛଳନାମୟ ଦୁନିଆରେ କିଏ ହୋଇଥାଏ କାହାର !?
ଏଠି ସମସ୍ତେ ତ' ସ୍ୱାର୍ଥପର କିଏ ହେବ ବା ନିଜର
କେବଳ ଦୁଃଖ ହିଁ ଆପଣାର ।
ସମ୍ପର୍କ ଭାଙ୍ଗିଯାଏ,ଶରୀରରୁ ଜୀବନ ଛାଡ଼ିଯାଏ,
ସାବକକୁ ତା' ମାଆ ପକ୍ଷୀ ଛାଡ଼ି ଯାଏ ଓ
ବାସୀ ମଉଳା ଫୁଲ ଝରିଯାଏ .....,,,,,
ହେଲେ ,,,,,,
ଦୁଃଖ କେବେ ଭାଙ୍ଗେ ନାହିଁ,
ପୁଣି କେବେ ଛାଡ଼େ ନାହିଁ,
କିମ୍ବା ସେ ମଉଳି ଝରେ ନାହିଁ,
ସବୁବେଳେ ସାଥେ ଥାଇ ଆପଣାର ହୋଇଥାଇ ।
ଦିନ ସରିଯାଏ,ରାତି ସରିଯାଏ
ଚନ୍ଦ୍ର ଓ ସୂର୍ଯ୍ୟଙ୍କର ଆତ ଜାତ ହେବା ମଧ୍ୟ ସରିଯାଏ।
କିନ୍ତୁ ଦୁଃଖ କେବେ ସରେ ନାହିଁ .....
ସୁଖ ସିନା କ୍ଷଣସ୍ଥାୟୀ ଏଇଥାଏ ଏଇ ନାଇଁ ।
ହେଲେ, ଦୁଃଖ ଥାଏ ଦୀର୍ଘସ୍ଥାୟୀ
ରହିଥାଏ ସାଥେ ଯାଇ ,ପରସେ କରେନା
କରିଲେ ଭୁଲେନା , ଆସିଥାଏ ଧାଇଁ ଧାଇଁ ....।
ଜୀବନଟା ଏକ ନିର୍ଭୀକ ପ୍ରେମିକ,
ଦୁଃଖ ଥାଏ ତା'ର ପ୍ରେମୀକା,
ଦୁଃଖ ବିନା ସତେ ଅଧୁରା ପ୍ରେମଟା
ଲାଗୁଥାଏ ଭାରି ବେସାହାରା.....।
ସାହାରା ପାଇଁ ତ' କେହି ନଥାଏ,
ପାଖେ ଥାଏ ଖାଲି ଯନ୍ତ୍ରଣା,,,,,
ଯନ୍ତ୍ରଣା ଆଣଇ ଆପଣାର ପ୍ରିୟ
ଦୁଃଖର ଆଳତୀ ବନ୍ଦନା....।
ଦୁଃଖ ବିନା ଜୀବଟା ଅଧୁରା
ଦୁଃଖ ପାଇଁ ଜୀବନଟା ବେସାହାରା
ଦୁଃଖ ପାଇଁ ସୁଖର ନଥାଏ ମୂଲ୍ୟ
ଦୁଃଖ କେବଳ ଦୁଃଖ ହିଁ ଜୀବନ......।
ସୁଶୀଲ୍ କୁମାର ଭୋଇ
(ଛାତ୍ର)
ବରକୁଦା, ପାଞ୍ଚଗାଁ,ଜଟଣୀ, ଖୋର୍ଦ୍ଧା (୭୫୨୦୫୦)
No comments:
Post a Comment