Wednesday, December 30, 2020

ସମର୍ପଣ ( topic - 88 ଅହଙ୍କାର ) quote #quot


ଅହଂଙ୍କାର  - 88
********
ଧର୍ମପଥ ଛାଡ଼ି ଅଧର୍ମେ ଚାଲିଲ
      ସ୍ବାର୍ଥକୁ ସାରଥି କଲ 
ମନେ ଅହଂଙ୍କାର ଖୁନ୍ଦି ଖୁନ୍ଦି ରଖି
       ହୁଅନାହିଁ କଲବଲ 
ଧର୍ମପଥେ ପାଦ ଥାପ ବାଇମନ
    ଭେଲରୁ ହେଇଯା ଭଲ 
ଦସ୍ୟୁରୁ ବାଲ୍ମୀକି ହେଇଗଲେ ସିନା
      ଜଗତ କହିବ ଭଲ 
                - ରାଧା କୃଷ୍ଣ ବାୟକ

ଜାଳିଦିଅ ଗର୍ବ ଆତ୍ମ ଅହଙ୍କାର
       ଜାଳିଦିଅ ଭେଦଭାବ 
ଜାଳିଦିଅ ସ୍ବାର୍ଥ  ପ୍ରତି ହୃଦୟରୁ
       ଜଗାଇ ଜ୍ଞାନ ପ୍ରଦୀପ 
ଗୁଞ୍ଜରିତ କର ଓଁ କାର ଶବଦ୍ଦ
     ସନ୍ତାପିତ ହେଉ ପ୍ରାଣ  
ଗରିମା ବିନାଶି ମନ ସ୍ମରୁ ଶିବ 
        ଭକ୍ତିରସେ ହୁଅ ଲୀନ
          - ସନ୍ତୋଷ ପଟ୍ଟନାୟକ

ଅହଙ୍କାର ଭରା ମଣିଷ ଜୀବନ
     ତିଷ୍ଟେ ନାହିଁ ବେଶି ଦିନ 
ଅଳପ ଦିନରେ ପତନ ହୋଇ ସେ 
      ଭାଙ୍ଗିଦିଏ ତା' ସପନ 
ସୁଖଦ ଜୀବନେ ଯବନିକା ପଡ଼ି 
      ହାନି ହୁଏ ସନମାନ 
କାଳର କରାଳ ଚକ୍ରବ୍ୟୁହେ ଫସି
     ନଷ୍ଟ ହୁଏ ତା' ଜୀବନ l 
             - ରାମ ଚନ୍ଦ୍ର ପ୍ରଧାନ

ଅହଙ୍କାର ମନେ କୁହ ନାହିଁ କେବେ 
         କାହାକୁ କଟୁ ବଚନ
କାହା ମନେ କେବେ ଦିଅ ନାହିଁ କଷ୍ଟ
          ଦେଖାଇ ମିଛ ସପନ
ସମର୍ପଣ ଭାବ  ରଖ ସଦା ହୃଦେ 
          ଅହଙ୍କାର କରି ତ୍ଯାଗ 
ତେବେ ଯାଇ ପ୍ରଭୁ କୃପା ଯେ ଲଭିବ
        ପାଇବ ସଠିକ୍ ମାର୍ଗ
                 - ଜଗବନ୍ଧୁ ସାହୁ

ନୁହେଁ  ଅହଙ୍କାର ଅଙ୍ଗେ ଅଳଙ୍କାର
      ଫିଙ୍ଗି ଦିଅ ବହୁଦୂରେ
 ତ୍ରେତୟାର କଥା ନୁହଁଇ ଅନ୍ୟଥା
       ଭଷ୍ମିଭୂତ ଲଙ୍କାପୁରେ
ଦ୍ବାପରରେ କ୍ଷତ ବଉଁଶ ନିପାତ
       ମାନି ଦୁର୍ଯ୍ଯଧନ ଜଣେ
ଅହଙ୍କାରେ କେହି ନୁହଁ କାଳଜୟୀ
       ପୁରୁଣା ଠାରୁ ପୁରାଣେ
               - ଦାଶରଥି ସାହୁ

ରହିନାହିଁ କେହି ହୋଇ ଚିରସ୍ଥାୟୀ 
     ନେଇନି ସମ୍ପତ୍ତି କେହି 
ମଶାଣି ଭୂମିରେ ଜଳିଗଲା ପରେ 
      ମିଳେ କି ମଣିଷ ଛାଇ 
ତେଜ ଅହଙ୍କାର ମିଳିବ ସନ୍ତୋଷ 
     କୁହ ହେ ମିଷ୍ଟ ବଚନ
ଦୁନିଆଁରେ ସଦା ରହିବ ଜୀବିତ 
      ଛୁଟି ଗଲା ପରେ ପ୍ରାଣ 
                  - ଟୁକୁନା ସାହୁ

ମିଥ୍ୟା ଅହଙ୍କାର ଅହମିକା ବଳେ
      ସୁନାମ ରଚିନି କେହି 
ବିଶ୍ୱ ବ୍ରହ୍ମାଣ୍ଡରେ ଜ୍ଞାନୀ ଗୁଣି ମଧ୍ୟେ 
       ଅହଙ୍କାରୀ ସ୍ଥାନ ନାହିଁ 
ମାନବ ଜୀବନ ସାକାର ହୋଇବ
       ମନୁ ତେଜ ଅହଂଭାଵ 
ଜନ ମାନସରେ ସ୍ନେହ ପ୍ରେମ ବାଣ୍ଟି 
         ଇତିହାସ ରଚି ଯିବ 
               - ପ୍ରବୀର ମଲ୍ଲିକ 

ଅହଂଭାବେ କିଏ ଅନ୍ଧହୁଅ ନାହିଁ
     ଅମଣିଷ ଯିବ ହୋଇ
ଅଯଥାରେ ତୁମ ଅନର୍ଥ ଘଟିବ
     ଅପଯଶ ମୁଣ୍ତେ ବୋହି
ଅଙ୍ଗଥାଇ ମଧ୍ୟ ଅପାଳଙ୍ଗ ହେବ
     ଅଧିକାର ହାତୁ ଯାଇ
ଅଶାନ୍ତ ମୁଲାଇ  ଅର୍ଜିବ କଳଙ୍କ
      ଅପମାନ ନିନ୍ଦା ପାଇ
                - ରବିନ୍ଦ୍ର ସାହୁ

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...