Saturday, January 9, 2021

● ଶୀତ ବି ଦିଅଇ ଅନେକ ଖୁସି ●

ଶୀତ ବି ଦିଅଇ ଅନେକ ଖୁସି
                        - ସନ୍ତୋଷ ପଟ୍ଟନାୟକ 

ଗରମ ସାଙ୍ଗରେ ହୁଏନି ଶୀତ 
ଧରମ ସାଙ୍ଗରେ ରହେନି ବିତ୍ତ 
ହିଂସାରେ ହୁଏନି କାହାରି ହିତ 
ସ୍ବାର୍ଥ ଥିଲେ ଗଣା ହୁଏନି ମିତ  ॥

ଶୀତର ଥଣ୍ଡାରେ ଥରଇ ହାତ
ଆଦର ହୁଅଇ ଲୋମ ପୋଷାକ 
ସୋରିଷ ଫୁଲରେ ସୁନ୍ଦର ଖେତ 
କାକର ଟୋପାରେ ଝଲସେ ଘାସ  ॥

ପ୍ରକୃତି ରାଣୀର ଶୋଭା ଅପୂର୍ବ 
 କାକରେ ଝଲସେ ମକର ପର୍ବ 
ଲକ୍ଷ୍ମୀ ଆଗମନେ ହରଷ ଚାଷୀ 
ଶୀତ ବି ଦିଅଇ ଅନେକ ଖୁସି  ॥
     ~~~~~~~~~~

ବେଗୁନିଆପଡା ବ୍ଳକ୍ ,ତିରିଡ଼ା, ଗଞ୍ଜାମ ।

No comments:

Post a Comment

ମନ୍ଦିରର ଗାତ୍ରର କାମକଳା ଚିତ୍ର ଆମ ଜୀବନ ଦର୍ଶନ

ଭାରତୀୟ ମନ୍ଦିର ସ୍ଥାପତ୍ୟରେ କାମରୁ ମୋକ୍ଷର ଦିବ୍ୟ ଯାତ୍ରା ​ପଥରର ଶୀତଳ ନୀରବତା ଭିତରେ କ’ଣ ସତରେ ସୁପ୍ତ ହୋଇରହିଛି କୌଣସି ଅନାଦି ଯୁଗର ଗୁପ୍ତ ଚେତନା?...