Saturday, January 9, 2021

ସମର୍ପଣ ( topic - 89 ମୋବାଇଲ୍ ) quote #quot

ମୋବାଇଲ୍ - 89 

ଚିଠି ଥିଲା ଦିନେ ଭାବ ଦିଆନିଆ 
         ପାଇଁ ଏକକ ମାଧ୍ୟମ 
ପର ମୂହୁର୍ତ୍ତରେ ଫୋନ ହୋଇଲା 
            ଆଦର ଦୂରଶ୍ରବଣ 
ଆଉ ପାଦେ ଆଗ ଗଲା ମୋବାଇଲ୍ 
        ସାମ୍ନା ସାମ୍ନି ହୁଏ ଦେଖା 
ପାଠପଢା ଠାରୁ ଆବେଦନ ପତ୍ର 
         ସବୁଠି ତା'ର ସରଧା 
           - ସନ୍ତୋଷ ପଟ୍ଟନାୟକ 

ଅଇଲା କି ଯୁଗ ନାହିଁ ଅନ୍ତରଙ୍ଗ
     ମୋବାଇଲ୍ କଲା ବାଇ
କିଏ ସେ ରଚିଲା ଇଣ୍ଟେର୍ନେଟ୍ ପାଲା
       ୱାଟସପ୍ ହଇଚଇ
ଫେଏସ ବୁଉକ ଲାଇକି କମେଣ୍ଟ
      ଅଣ୍ଟୁନାହିଁ ରାତି ଦିନ
ହେଲୋ ହାଏ ବାଏ ଟୋକା ବୁଢା ଯାଏଁ
        ଅଦ୍ଭୂତ ମନୋରଞ୍ଜନ
              -  ଦାଶରଥି ସାହୁ

ହଜିଗଲା ଚିଠି ହଜିଲା କଲମ
      ଦୂରଭାଷ ଆଗମନେ 
ପିଲାଠାରୁ ବୁଢ଼ା ମରଦ,ମାଈପେ
       କର୍ଣ୍ଣଯନ୍ତ୍ର କାନେ କାନେ 
ଆଙ୍ଗୁଠି ଘଷିଲେ ଦୂନିଆଁ ଦେଖିଲେ
       ନାଚ,ଗୀତ, ସମାଚାର 
ହଜିଗଲା ଖେଳ ହଜିଲା ଯାତରା
        ସମ୍ପର୍କଟା ଲାଗେ ଦୁର 
                - ରାଧା କୃଷ୍ଣ ବାୟକ

ଯୁଗ ବଦଳିଲା  କମ୍ପ୍ୟୁଟର ହେଲା 
         ମୋବାଇଲ୍ କଲା ବାଇ 
ବୁଢା ଠାରୁ ବୁଢି  ଟୋକା ଠାରୁ ଟୋକି
        ମାତିଲେ ସେଥିରେ ଯାଇ 
ଇଣ୍ଟରନେଟ ଖେଳ ଖଞ୍ଜିଲା ତା ସାଥେ
        ମନରଞ୍ଜନର ପାଇଁ 
ଫେସବୁକ ୱାଟସପ୍  ଟୁଇଟର ସବୁ
        ଗଲା ସାଥେ ଖଞ୍ଜିଦେଇ
                   - ଜଗବନ୍ଧୁ ସାହୁ

ପ୍ରଯୁକ୍ତି ବିଦ୍ୟାର ଉନ୍ନତ ପ୍ରଣାଳୀ 
    ସେବା ଏ ସଞ୍ଚାର ମାର୍ଗ
ମୋବାଇଲ ନାମେ ମଣିଷ ହାତରେ
    ହେଉଅଛି ଉପଯୋଗ
କ୍ଷଣିକ ମଧ୍ୟରେ ସମ୍ପର୍କ ଯୋଡୁଛି
    ଯୋଗାଇ ସକଳ ସେବା
ମଣିଷର ଭାବ ମୋବାଇଲ ସାଥେ 
         ବଢ଼ିଛି ତାର ଚାହିଦା 
              - ପ୍ରବୀର ମଲ୍ଲିକ୍

ମୋବାଇଲ୍ ନିଶା  ସଭିଙ୍କୁ ଘାରିଛି
    ପିଲା ଠାରୁ ବୁଢ଼ା ଯାଏଁ
ୱାଟ୍ସଅପ୍ ଠାରୁ  ଫେସବୁକ୍ ଚାଟ୍
      ସବୁରି ହୃଦୟ ଛୁଏଁ
ସକାଳ ରୁ ସଞ୍ଜ ମୋବାଇଲ୍ ଧରି 
     କରନ୍ତି ସର୍ବେ ଧମାଲ୍
ନାଚ ଗୀତ ଅବା ଇଣ୍ଟେର୍ନେଟ୍ ଖେଳେ
     ଦେଖାଏ ସିଏ କମାଲ୍ 
                - ରାମ ଚନ୍ଦ୍ର ପ୍ରଧାନ

ବଡକୁ ସମ୍ମାନ ମିଳୁ ନାହିଁ ଆଉ
       ବିଜ୍ଞ ପାଏ ଉପହାସ 
 ବଦଳି ଯାଇଛି ସମାଜର ଚିତ୍ର  
      ପିଇ ମୋବାଇଲ ରସ 
କୁନା କୁନି ଆମ ଖେଳ ପଡିଆକୁ      
      ଗଲେଣି ସମ୍ପୂର୍ଣ୍ଣ ହୁଡି
ମୋବାଇଲ ଖଣ୍ଡେ ହାତେ ଧରି ସଦା
       ହେଉଥାନ୍ତି ବାଡାବାଡ଼ି
               - ଟୁକୁନା ସାହୁ

ମଣିଷ ମନରୁ  ସଂସ୍କାର ସଂସ୍କୃତି
       ବଦଳେଇ ସବୁ ଢଙ୍ଗ
ଆଜି କାଲି ଏହି ମୋବାଇଲି ଭାଇ
      ସାଜିଛି ଦେହର ଅଙ୍ଗ
ଦିନ ରାତି ଖାଲି ହାତେ ଠେଲି ପେଲି
     ଚାଲେ ମୋବାଇଲି ଖେଳ
ଆପଣା ଲୋକଙ୍କ ଦୁଃଖ ବୁଝିବାକୁ 
     ନାହିଁ କାହା ପାଖେ ବେଳ
                     - ରବିନ୍ଦ୍ର ସାହୁ

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...