Monday, July 27, 2020

● ଗାନ୍ଧୀ ତୁମେ ଫେରିଆସ ●

    ଗାନ୍ଧୀ ତୁମେ ଫେରିଆସ   ✍ ସନ୍ତୋଷ ପଟ୍ଟନାୟକ ।
       <<<<<●>>>>>
ଗାନ୍ଧୀ ତୁମେ ଫେରିଆସ 
ଏବେ ବଦଳିଯାଇଛି ଆମଦେଶ
ଦେଖିଥିଲ ଯେଉଁ ସ୍ୱରାଜ ସପନ,
ଗଢା ସେଠି ଆଜି ମଦଦୋକାନ 
ତୁମବିନା ତାକୁ କେ କରିବ ଆନ !
 ତେଣୁ ଅଛି ତୁମ୍ଭ ପ୍ରୟୋଜନ.... l

ବଢିଛି ଏଠି ଥାନା କଚେରୀ 
 କମିନାହିଁ  ଡକାୟତି ଚୋରି
ମାଳ ମାଳ ପୁଣି ଶିକ୍ଷାନୁଷ୍ଠାନ
କମୁନି ବେକାରୀ,ଅନିତୀ ଶାଶନ
ଶୋଷଣ,ଧର୍ଷଣ,ବେକାରୀ କଷଣ
ବଢିଚାଲେ ଏଠି ଦିନକୁ ଦିନ 
ଏ ସବୁ ପାଇଁ ନାହିଁ ସମାଧାନ !! 
ତେଣୁ ତୁମ୍ଭେ ଆସ  ....
ଆସିବାର ଅଛି ପ୍ରୟୋଜନ... ।।

କାନ୍ଦୁଛି ସ୍ନେହ,ଶ୍ରଦ୍ଧା କାନ୍ଦେ ଭାରତମାତା
ପାଶ୍ଚାତ୍ୟ ନିଶାରେ ଏଠି ବୁଡିଛି ଜନତା 
ଆଦର୍ଶବାଣୀ ତୁମ ଆଜି ସମାଧି ତଳେ,
ଅନ୍ୟାୟ, ଅନୀତି ସବୁଠି ଚଳେ
ଦୋଷୀ ପୁଣି ଏଠି ପାଏ ସମ୍ମାନ 
ବଦଳାଇବାର ଅଛି ଆମ ଆଇନ 
ତେଣୁ ଅଛି ତୁମ୍ଭ ପ୍ରୟୋଜନ ,
ଆସି ଥରେ କର ତା'ର ସମାଧାନ....lll
      -----------------×--------------
   ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ  । 7984259080

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...