Monday, July 27, 2020

🙏 ସ୍ବରବର୍ଣ୍ଣରେ ସ୍ମରଣୀକା 🙏

ସ୍ବରବର୍ଣ୍ଣରେ ସ୍ମରଣୀକା🙏 
         ✒ ସନ୍ତୋଷ ପଟ୍ଟନାୟକ  
     ~~~~୦~~~~
ଅଗତିର ଗତି ହେ' ଜଗତପତି
    ଅସହ୍ୟ ହେଲାଣି ଦୁଃଖ 
ଅନ୍ତର୍ଯ୍ୟାମୀ ତୁମେ ନଜାଣୁଛ କେଣେ 
    ଅନ୍ତର ବେଦନା ଟିକ....
ଆସନ୍ତକି ଥରେ ମନ ବୃନ୍ଦାବନେ 
     ଆଶେ ଅଛି ମୋର ଚିତ୍ତ 
ଆଡ଼ ଚାହାଣୀରେ ଦୁଃଖ ମୋ' ପରଖି 
     ଆଶିଷ ବରଷିଥାନ୍ତ....

ଇତି ହେଉ ମୋର ଅବଶୋଷ ଟିକ 
         ଇତର ପ୍ରଣାମ ରଖ
ଈଶ୍ବର ବିଶ୍ବାସୀ ହେଉ ମନ ମୋର 
         ଈଷତ୍ କରୁଣା ସିଞ୍ଚ.....
  ଉଆସ ମୋହର ଲୋଡା ନାହିଁ ପ୍ରଭୁ 
         ଊଣା ନହେଉ କରୁଣା 
  ଉଦାର ପଣରେ ଉଦ୍ଧାରିବ ତାତ 
         ଉପାଡି କାମ ବାସନା.....

ଋଷ୍ଟ ହୋଇ କିବା କଷ୍ଟ ଦିଅ ସାଇଁ 
     ଋଗୁଣ ମନକୁ ଛାର 
ଋଖାଟିଏ ମୁହିଁ  ଦୀପ ଧରିବାକୁ 
   ଋତ୍ବିକ୍ ତୁମେ ତ' ମୋର....

  ଏବେଠାରୁ ଗୁଣେ ଗୁଣକୁ ତୁମରି 
            ଏ'ପାରିରୁ କର ପାରି 
ଐର ବିନାଶକ  ହେ'ବିଶ୍ୱ ନାୟକ 
        ଐକୁଣ୍ଠ ଦେବ ମୁରାରୀ.....
ଓଠ ଜପୁଥାଉ ନନ୍ଦନନ୍ଦନ ଙ୍କୁ 
         ଓଲଟ ପାଲଟ କରି 
 ଔସ୍ଥୁକ ଜାଗ୍ରତେ ମନ ଭରିଉଠୁ 
       ଔଦାସୀନ୍ୟ  ପରିହରି.....
                      ~~~~~0~~~~~
*ଶବ୍ଦାର୍ଥ*:-
ଋତ୍ବିକ୍ - ପୁରୋହିତ 
ଋଖା - ଦୀପ ରଖିବା ପାଇଁ ବ୍ୟବହୃତ କାଠ ପାତ୍ର,  ଦୀପରଖା 
ଐକୁଣ୍ଠ - ସର୍ବଶ୍ରେଷ୍ଠ 
ଐରି - ଶତ୍ରୁ 
ଔସ୍ଥୁକ୍ୟ - ପ୍ରବଳ ଆଗ୍ରହ, ଉତ୍ସାହ
ଔଦାସୀନ୍ୟ  - ଉଦାସୀନତା,  ଅନାସକ୍ତି
         ~~~~~~~0~~~~~~

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...