Friday, August 14, 2020

🇮🇳 ବୁଝିଯା ଧନ ବୁଝିଯା 🇮🇳

ବୁଝିଯା ଧନ ବୁଝିଯା
         ✍ ସନ୍ତୋଷ ପଟ୍ଟନାୟକ 
^^^^^^^^^^^^^^^^^^^^
ଦେଶରୁ ଗଲେ ଗୋରା ବିଦେଶୀ
କେତେ ଯେ'ବୀର ହେଲେ ଶହୀଦ୍ 
        ଚକାରା ,ବାଜି,ବିର୍ସା 
ଜୀବନ ଦେଲେ     ଦେଶର ପାଇଁ 
       ଉଡ଼ିଲା ଗୋରା ହଂସା ....୦

 ଇତିହାସ ଆଜି ସେକାଳ କଥା 
 ଦେଶ ଗାଉଚି ସ୍ବାଧୀନ ଗାଥା
      ଉଦ୍ଘୋଷ ତାଳେ ତାଳେ 
ପାଇକ ପୁଅ           ପାଇନି ଖିଅ
           ରହିଛି  ଆଢୁଆଳେ ....୧
           
ଗାନ୍ଧୀ ପଟେଲ ଉଚ୍ଚ ସ୍ଳୋଗାନ 
ସୁପ୍ତ ଆଜି ଏଠି ପାଇକ ପ୍ରାଣ 
         କାହାର ଏଇ ଫନ୍ଦି ! 
ଓଡ଼ିଆ ମାନ           ଆଜି ମଳିନ
         ଅବହେଳିତ ସନ୍ଧି .... ୨

ଜାଗ ଓଡ଼ିଆ ପାଇକ ପୁଅ
ଦେଖାଅ ତୁମ ମାଟିର ମୋହ 
        ଝଅଟ ଉଠି ଯାଅ
ଜୟୀ ରାଜଗୁରୁ    ଲକ୍ଷ୍ମଣ ନାୟକ
           ସୁବାଷ ଜୟ କୁହ ....୩

ବାଜି ଓ ଚକରା ,ବିର୍ସା ମୁଣ୍ଡା
ଅଛିନ୍ତି କେତେ ପାଇକ ଭେଣ୍ଡା
         ଚିହ୍ନୁନାହୁଁ  ତୁ' କିଆଁ  !
ଅଜ୍ଞ ବିବେକ         ଦେଶ ଶାସକ
     ଚେତେଇ ଦେଇତୁ' ଯା ....୪

ସ୍ବାଧୀନ ଏବେ ଭେଳିକି ଜାଣ 
ବ୍ୟଥିତ ଏଠି କୃଷକ ପ୍ରାଣ 
            ଓଡ଼ିଆ ଏଠି ନଣ୍ଡା 
ଶୋଣିତ ଢାଳି       ଦିଅରେ ଜାଳି
          ଶାସକ ନୀତି ଫଣ୍ଡା ....୫

ବିପ୍ଳବକାରୀ ସେ' କୃଷ୍ଣ ଭଞ୍ଜ 
ଅକାଳେ ଅସ୍ତ  ଜୀବନ ସଞ୍ଜ 
            ଘୁମୁସୁର ରାଇଜ      
ଶ୍ରୀକର ଭଞ୍ଜ          ବିକ୍ରମ ଭଞ୍ଜ 
         ପ୍ରତାପେ ଥିଲେ ସୂର୍ଯ୍ୟ ...୬

ହରାଇ ଦେଲା ହୀନ ଚକ୍ରାନ୍ତ 
 ନିଜର ଲୋକ ମତ୍ତି ବିଚ୍ଯୁତ 
            ହୁଅନି ପୁଣି ଭ୍ରମ
ନିଜ ଶକତି             ଗୁଣି ଝଟତି 
           ରଖିଯା' ଜାତି ମାନ ...୭

ସ୍ବାଧୀନ ଆଜି ପାଳେ ପରଜା 
 ଉଡ଼ାଇ ଶାନ୍ତି ମଇତ୍ରି ଧ୍ବଜା 
          ମନ କରୁନି ହେଜା 
ଓଡ଼ିଆ ପୁଅ          ଶ୍ରେୟର ଖିଅ
        ବୁଝିଯା ଧନ ବୁଝିଯା ...୮
         ^^^^^^¤^^^^^^
http://sammarpana.blogspot.com
ବେଗୁନିଆପଡା ବ୍ଳକ୍ ତିରିଡ଼ା  ,ଗଞ୍ଜାମ  ।
--------------------------------------------
ଶବ୍ଦାର୍ଥ :- 
ଫଣ୍ଡା : ମୁମୁର୍ଷୁ ଅବସ୍ଥା । ଝଟତି : ହଠାତ୍ । ଉଦ୍ଘୋଷ : ସ୍ଳୋଗାନ । ହଂସା : ସହାସ  ।

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...