Thursday, August 20, 2020

⭕ ଉତ୍କଳ ଉଦ୍ଧାର ବୀର ⭕

ଉତ୍କଳ ଉଦ୍ଧାର ମୋର
  ~~~~୦~~~~                 
                      ✍ ସନ୍ତୋଷ ପଟ୍ଟନାୟକ 

ଜାଗ ବୀରଗଣେ ଧରଣୀ ବକ୍ଷରୁ
     ପାପରାଶି କର କ୍ଷୟ
 ଅକ୍ଷୟ ହେଉ'ଏ ପୂଣ୍ୟ ଜଗତେ
        ଉତ୍କଳର ହେଉ ଜୟ....

 ନୂଆ ଭାବନାକୁ ଜାଗାଦିଅ ମନେ
       ବିଦ୍ରୋହ ହେଉ ବୈଶାଖୀ
କର ଅବା ମର ନୀତିକୁ ଆଦର
      ଅତୀତକୁ କରି ସାକ୍ଷୀ......

ଆଗାମୀ ଭବିଷ୍ୟ ତୁମଠି ନିହିତ
     ମନେଗୁଣ 'ବାଜି' ସୌର୍ଯ୍ୟ 
ହାତେ ହାତ ମେଳ ଏକତାହିଁ ବଳ
     ନ' ହାର ସାହସ ଧୌର୍ଯ୍ୟ....

ରୀତିନୀତି ସବୁ କଡ଼ ଲେଉଟିଛି
     ଜରାଜୀର୍ଣ୍ଣରେ ଜନନୀ
ବିଛିନ୍ନତାର  ଆର୍ତ୍ତ ଚିତ୍କାରରେ
          ଭିଜାଏ ନୟନ ବେନି....

 ଅତୀତର ଦିନ ଉନିଶ ପଚାସ 
        ଅଗଷ୍ଟ ଏକ ତାରିଖ
ସ୍ବାଧୀନତା ପରେ ଦେଶ ମିଶ୍ରଣରେ
      ହରେଇଛେ ଆମେ ନ୍ୟାର୍ଯ୍ୟ...
        
        ରହିଗଲା ଅବଶୋଷ
ଜନନୀ ବିଳପେ  ଅଙ୍ଗକୁ ହରେଇ 
       ଯେ ଥିଲା ଦିନେ ଉତ୍କର୍ଷ ....

ବିଗତ ଦିନର ବାଜିରାଉତ ସେ
     ବାର ବରଷର ଛୁଆ
ଦେଶ ଜାତି ପାଇଁ ଦେଲା ବଳିଦାନ
    ହୃଦୟେ ଲଗାଇ ନିଆଁ...

ସଂସ୍କାର ଆମରି ଅଟଇ ଅନନ୍ୟ
      ସ୍ବାଭିମାନ ଆମ ଶୀର
ପାଇକ ବିରତ୍ବ  ସ୍ମୃତିକୁ ସାଉଣ୍ଟି 
      ଉତ୍କଳ ଉଦ୍ଧାର ମୋର ....
         ----×---
 ସନ୍ତୋଷ ପଟ୍ଟନାୟକ,ଗଞ୍ଜାମ।

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...