Thursday, August 20, 2020

🌺 ଗଣପତି ନମୋ ନମୋଃ 🌺

      ଗଣପତି ନମୋ ନମୋଃ 
                  ✍ ସନ୍ତୋଷ ପଟ୍ଟନାୟକ 

ଜୟ ଜୟ ଗଜାନନ ପାର୍ବତୀ ନନ୍ଦନ 
ମୂଷିକ ବାହନ ପ୍ରଭୁ ବିଘ୍ନ ବିନାଶନ
ଜୟ ଜୟ ଏକଦନ୍ତ ଆହେ ବିଘ୍ନେଶ୍ବର
ଧୂମ୍ରବର୍ଣ୍ଣ ଲମ୍ବକର୍ଣ୍ଣ ପ୍ରଭୁ ଲମ୍ବୋଦର  ||

ଅଗ୍ରପୂଜ୍ୟ ସର୍ବସୁଖ ଜ୍ଞାନର ଇଶ୍ବର 
ଅନ୍ତକର ଆହେ ପ୍ରଭୁ ତମାସା ଅନ୍ଧାର
ଦୟାକର ଦୟାମୟ ଇଶ୍ବର କୁମର 
ଚରଣ ଯୁଗଳେ ତବ ମଥା ନିରନ୍ତର  ||

ଜୟ ଜୟ ଗଣନାଥ ପ୍ରଭୁ ବିନାୟକ 
ମଙ୍ଗଳ ମୂରତୀ ପ୍ରଭୁ ହେ'ବୁଦ୍ଧିଦାୟକ 
ବୃକୋଦର ଏକାକ୍ଷର ଜୟ ଗଣାଧ୍ୟକ୍ଷ
ଢାଳିଦିଅ ଆମ ହୃଦେ ଜ୍ଞାନର ଆଲୋକ  ||

ନମୋ ନମୋ ଗଣପତି ବିଦ୍ୟାର ସାଗର 
ଘେନ ପୁଷ୍ପାଞ୍ଜଳୀ ବାରେ କ୍ଷମି ଦୋଷ ମୋର  ||

           - ସନ୍ତୋଷ ପଟ୍ଟନାୟକ , ଗଞ୍ଜାମ 

No comments:

Post a Comment

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...