Wednesday, August 19, 2020

● ରହ ରାଜକଳା ରାତି ରଇଜଳା ●

● ରହ ରାଜକଳା ରାତି ରଇଜଳା ●
                         ✍ ଦାଶରଥି ସାହୁ 

ଯାଉଛୁ କୁଆଡେ
ପାପର ଉହାଡେ
କଳଙ୍କ ଦେବେ ଲୋ ବୋଳି....!

ନିମିଷକେ ଝଡ
ଭାଙ୍ଗେ ଆଶା ନୀଡ
ହେବୁ ତୁ ଝରା ଶେଫାଳି....!!

ଝିଲିମିଲି ତାରା
ଝିଅର ଜୀବନି
ଅନ୍ଧାରେ ଜାଳେ ରୋଷଣୀ...!

କିଏ ସେ ବୁଝିବ
ରାହା ଯୋଗାଇବ
ଭରଷା ରଙ୍ଗ ଭିଆଣି...!!

କୁଢ କୁଢ ଏଠି
କଞ୍ଚା ମାଂସ ଲୋଭି
ଝୁଣି ଝୁଣି ଖାଇଯିବେ...!

ନାହିଁ ତାଙ୍କ ହିଆ
କେ ଭଉଣୀ ମାଆ
 ମନେ ଜମା ନ ହେଜିବେ...!!

ପୁରୁଷ ପୁଙ୍ଗବ
ନାହିଁ ତାଙ୍କୁ ଲାଜ
ତୁ ପିନ୍ଧିଲେ ଜାମା ଛୋଟ ...!

ଅଜବ ଗୁଜବ
ଶବ୍ଦ ବରଷିବ
କହିବେ ଷଷ୍ଟରୁ ନଷ୍ଟ,..!!

ଜନ ସଚେତନ
ମିଛ ପ୍ରହସନ
ନାରୀକୁ ଦିଅ ସମ୍ମାନ....!

ଦିନ ଆଲୁଅରେ
ନିର୍ଲଜ ଏଠାରେ
ମାନେନା ବାଧା ବନ୍ଧନ...!!

କ୍ରୁରତା କୋଡ଼େଇ
ଅବିବେକି ହୋଇ
ଝୁଣଇ ଅବଳା ଛାତି....!

କ୍ଷୁଧା ମେଣ୍ଟିଗଲେ
କହେ ଦୋଷି ନୁହଁ
ସମ୍ପର୍କ ପୁରୁଷ ପ୍ରକୃତି...!!

ଅଭାବନୀୟ ଏ
ଆଖି ଦେଖା କଥା
ବେବିନା କୁନ୍ଦୁଲିି, ଇତି...!

କୋକୁଆ ଭୟରେ
ଧର୍ମ ଧିମୋଉଛି
ଛନକା ଭରା ଲୋ ଛାତି...!!

ଗାନ୍ଧି ରାମରାଜ୍ୟ
ଆଜି ଅସହଜ
ପୁରୁଷର କାମାତୁରେ...!

ନୁହେଁ ନିରାପଦ
ଭାଇ ପାଖେ ଭଗ୍ନି
ଏକବିଂଶ  ଶତାବ୍ଦୀରେ...!!

ସୂର୍ଯ୍ୟ ଥିଲା ବେଳ 
ବ୍ୟସ୍ତ କୋଳହାଳ
ରାତିରେ ଅଳସ ହାଇ....!

ସୁପ୍ତ ଶିହରଣେ
ଛପିଥିବା ମନ
ଶୁନ୍‐ଶାନେ ଉଠେ ଚେଇଁ...!!

ତୁହି କି ଜାଣୁନା
ଅଙ୍ଗେ ଲିଭିଲାଣି
ଅସହ୍ୟ ଯନ୍ତ୍ରଣା ଜ୍ୱାଳା...!

ନୁହେଁ ତୁ  ଚଞ୍ଚଳ
ବୁଡିପାରେ ବେଳ
ଆଲୋ ଝିଅ  ରାଜକଳା...!!

ଦିନ ଆଲୁଅରେ
ଦହଡି ଚାଲୁଥା
ମିଳିପାରେ ସୁଖଶାଳା...!

ବେଳ ବୁଡିଗଲେ
ବାହୁନି କାନ୍ଦିବୁ
ରାତି ଏଠି ରଇଜଳା....!!
     -----------×----------
                    କଳମ୍ବ/ଗଞ୍ଜାମ

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...