Wednesday, August 19, 2020

⭕ କାହିଁ ଗଲ ଧର୍ମପଦ ⭕

#କାହିଁଗଲ_ଧର୍ମପଦ !! 
                          ✍ ସନ୍ତୋଷ ପଟ୍ଟନାୟକ ,
କାହିଁଗଲ ଧର୍ମପଦ ଦେଖିଯାଅ ଆସି 
ତୁମ ଗଢ଼ା କୀର୍ତ୍ତିରାଜି ଭଗ୍ନସ୍ତୁପ ଆଜି 
ଆକୁଳିତ ପ୍ରାଣେ ମୋର ବିବଶର ଅସୀ
କାଳର କରାଳେ ଅସ୍ଥିତ୍ବ ଯିବ ଦିନେ ହଜି  ।।

ଓଡ଼ିଆ ଭୁଲୁଛି ସେବ ନିର୍ମାଣ ଶଇଳୀ 
ଆସ ଧର୍ମପଦ ଆସ ନିଦ୍ରା ତୁମ ତେଜି 
ଦେଖିଯାଅ ଦେଖିଯାଏ ତୁମ ଜଳାଞ୍ଜଳି  
ଅତୀତ ଗୁମରି ଆଜି ମନ ହୁଏ ଭାଜି  ।।

ପ୍ରସ୍ଥର ଗାତ୍ରରେ ଖୋଦିତ ଜୀବନ୍ତ ଛବି 
ତୁମରି ସ୍ମରଣେ ନୃତ୍ୟରତେ ଛନ୍ତି ମଜ୍ଜି 
ସେଇ ଦୃଶ୍ୟେ ବିମୋହିତ ସ୍ବଂୟ  ବାଳରବି
ଆସ ଦେଖିଯାଅ ତୁମ ସେଇ କୀର୍ତ୍ତିରାଜି  ।।

ଆସ ଆସ ଧର୍ମପଦ ବିବଶତା ତେଜି
ଅସହାୟ କୋଣାରକେ ଦେଇଯାଅ ନିଧି 
ବିହ୍ବଳିତ ହୃଦମୋର କମ୍ପେ ଅଙ୍ଗରାଜି 
ଆସ ଧର୍ମପଦ ଦିଅ ବିଜୟର ସିଦ୍ଧି ।।

ଆସ ଧର୍ମପଦ ଦେଖ ତୁମ କର୍ମ ଭୂମି
ତୁମରି ସ୍ବର୍ଶରେ ପୁଣି ଶୀର ଦିଅ ଖଞ୍ଜି
ଉତ୍କଳର ସୌର୍ଯ୍ୟ ତୁମେ ,ଥରେ ଯାଅ ଚୂମି 
ଆସ ଆସ ଧର୍ମପଦ ଦୁଃଖ ମୋର ତେଜି  ।।
         -----×-----
  ଗଞ୍ଜାମ  । 7984259080
http://sammarpana.blogspot.com

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...