ପ୍ରତିଶୋଧ
✍ ଉପେନ୍ଦ୍ର ବସ୍ତିଆ
**************
ଝିଅଟିକୁ ନିରୋଳରେ ଦେଖି
କେତକ ବାଳୁଙ୍ଗା ଟୋକା
ଚାହିଁଲେ ନିରେଖି
ନିରେଖି ଅଶ୍ଳୀଳ ଇଙ୍ଗୀତ
ଦେଲେ ପାଖକୁ ଗଲେ,
କହିଲେ ବିଚିତ୍ର ଢଙ୍ଗରେ
ଖିଲିଖିଲି ହସର ଜୁଆରେ l
ଆରେ ଝିଅ ତୋତେ ନିଜର
କରିବୁ ଆପେଣେଇ ନେବୁ
ସ୍ନେହ ଦେବୁ, ପ୍ରେମ ଦେବୁ
ତୁ'ଯଦି ଅନ୍ତର୍ବାସ ଖୋଲି
ଆମ ସାମନାରେ ବିବସନ ହେବୁ ll
ବୁଝିଗଲା ସବୁ ଝିଅ
ତା'ଆଖିରୁ ଝରୁଥିଲା
ଅମା ନିଆଁ ଲୁହ
ପ୍ରଥମେ ଡରି ଗଲା,
ଭୟଭିତ ହେଲା
ତାପରେ ମନରେ ସାହସ ବାନ୍ଧିଲା
ସଂଯତ ହେଲା
ଇଟାର ଜବାବ ପଥରେ
ଦେବାପାଇଁ ସ୍ଥିର କଲା ll
ପାଖକୁ ଗଲା ଫେଁ କିନା ହସିଦେଲା
ଆଉ କହିଲା ତୁମ କଥାରେ ମୁଁ'ଏକମତ
କେବେ ହେଁ ନହେଵ ଦ୍ବିମତ
ତୁମେ ନିଜ ନିଜ ଘରକୁ ଯାଅ
ତୁମ ମାଆ ଭଉଣୀଙ୍କ
ନିଷିଧ ଇଲାକା ପରଖି ନିଅ
ତାଙ୍କ କଞ୍ଚା ମାଂସକୁ ବଟକରାରେ
ଓଜନ କରି ନିଅ
କଥା ଦେଲି ନିଃସଙ୍କୋଚେ
ଖୋଲି ଦେଵି ଲଜ୍ୟା ଆବରଣ
ମୋ ନଗ୍ନ ତନୁ ତୀର୍ଥେ
କରିବ ତର୍ପଣ ll
ଝିଅଟିର ଦେଖି ଉଗ୍ର ରୂପ
ଥରୁଥିଲା ସେମାନଙ୍କ
ଆପାଦ ମସ୍ତକ ,,,
ଡରିଗଲେ ପଛକୁ ନ ଚାହିଁ
ଶରାଘାତ ପଶୁଭଳି
ଗଲେ ସେ'ପଳାଇ
ମଉଳିଲା ଆଶାର କୁସୁମ ,,,
ଲିଭିଗଲା ଲଜ୍ୟା ଆବରଣ
ସେତେବେଳେ ଆକାଶେ ହସୁଥିଲା ଜହ୍ନ
ଧନ୍ୟରେ ଧନ୍ୟ ଝିଅ ଜନ୍ମ
ବାପା ମାଆଙ୍କୁ ତୋ'ର ଧନ୍ୟ l
No comments:
Post a Comment