Saturday, August 15, 2020

⭕ ଉତ୍କଳ ଗୌରବ ⭕

ଉତ୍କଳ ଗୌରବ      ✍ଉପେନ୍ଦ୍ର ବସ୍ତିଆ 
***************************
ଉତ୍କଳ ଗଗନେ ହସଇ ରବି 
ମାନସୁ ନ'ଲୁଚେ ତୁମରି ଛବି 
ଉତ୍କଳ ଶ୍ୟାମଳା ହୃଦୟ ହାର
ଝୁରେ ଦେଶ ଜାତି ବନ କନ୍ଦର,
ତରୁ ଲତା ପୁଷ୍ପ ରାଜି
ସଜ୍ୱଳ ନୟନେ ଖୋଜନ୍ତି ତୁମକୁ,
କେଣେ ଗଲ ତୁମେ ହଜି ll

ଦୁଃଖଭରା ଯେବେ ଥିଲା ଜନନୀ, 
ନ'ଥିଲା ଏକତା ଉତ୍କଳେ ପୁଣି 
ସଂସ୍କୃତିର ଅବକ୍ଷୟ ପ୍ରହାର
ଲୋପକରି ଦେବାକୁ ଜାତି ଆମର 
ପଦରେ ଦେବେଟି ଦଳି 
ଭାରବାହି ପରି ରଖିବେ ଆମକୁ,
ମୁଖେ ଦେବେ ଚୂନ କାଳି ll

ଉଠିଲା ରକତ ତାତି ଆମର 
ଗଣସଭା ଡ଼ାକି ଦେଲ ହୁଙ୍କାର,
ଭୀରୁ ପ୍ରାଣେ ଦେଲ ବୀରତ୍ୱ ଭରି 
ସାରା ଭାରତରେ ପଡିଲା ହୁରି,
ସ୍ୱତନ୍ତ୍ର ଓଡିଶା ହେଵ
ରହିଛି ରହିବ ଏ'ଜାତିର ଟେକ
ସୁମରି ପୂର୍ବ ଗୌରବ ll

ଉତ୍କଳଭାଷା ର ସୁରକ୍ଷା ପାଇଁ,
ସେନାପତି ସେନା ଗଢିଲ ରହି 
ଅସାଧ୍ୟ ସାଧନା ବଳେ ପୁସ୍ତକ,
ଲେଖି ଦେଇଗଲ ଜାତିର ଟେକ 
କୋଣାର୍କ ଭୁବନେଶ୍ୱର 
ନୀଳାଚଳ ଧାମ ଧଉଳିଗୀରି ଯେ',
 ପ୍ରମାଣ ହେଲା କଳାର ll

ଆପ୍ରାଣେ ଡ଼ାକିଲ ଓଡ଼ିଆ ପାଇଁ, 
ଚ଼ଉତ୍ରିଶି ସାଲ ଆସିଲା ଧାଇଁ, 
ମଡ଼କ ପଡିଲା ତୁମରି ଉପରେ 
ହରିନେଲା ପ୍ରାଣ ମୁହୂର୍ତ୍ତକରେ, 
କାନ୍ଦିଲେ ଭାରତ ଜନ 
ଜାତିର ଜନକ କେଣେ ଗଲ ଚାଲି 
ଦୁଃଖୀ କରି କୋଟି ପ୍ରାଣ ll

ତୁମରି ପ୍ରଗାଢ ସାଧନା ବଳେ, 
ଓଡିଶା ସ୍ୱତନ୍ତ୍ର ହୋଇଲା ହେଳେ
ଜାତି ନବ ପ୍ରାଣ କଲାଟି ଲାଭ 
ବଢିଲା ଓଡ଼ିଆ ଜାତି ଗୌରବ 
ସତେ କି' ଆସିବ ଫେରି 
ଶୁଭାଶିଷ ଦେବ ଜାତିକୁ ଆମର 
ଦୁଃଖ ଯିବ ଅପସରି ll

http://sammarpana.blogspot.com

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...