ଓଡ଼ିଆ ଭାରତର ଆଞ୍ଚଳିକ ଭାଷା ନୁହେଁ ଵରଂ ଏକ ସ୍ଵାଭାଵିକ ଜାତୀୟ ଭାଷା ଅଟେ । କାରଣ ସାରା ଭାରତରେ ଭାରତର ଜାତୀୟ ସଂଗୀତ "ଜନ ଗଣ ମନ"କୁ ଓଡ଼ିଆ ଭାଷାର ଅକାରାନ୍ତ ଉଚ୍ଚାରଣ ଶୈଳୀରେ ହିଁ ଗାୟନ କରାଯାଇଥାଏ...
ବଙ୍ଗାଳୀଭାଷାରେ ରଵିନ୍ଦ୍ରନାଥ ଠାକୁର ଜନ ଗଣ ମନ ଲେଖିଥିଲେ ସତ କିନ୍ତୁ ତାଙ୍କର ଏ ଗୀତକୁ ଆମ ଦେଶରେ କେହି ବି ବଙ୍ଗାଳୀ ଭାଷାର ଓକାରାନ୍ତ ଉଚ୍ଚାରଣ ଶୈଳୀରେ "ଜନୋ ଗନୋ ମନୋ ଅଧିନାୟୋକୋ ଜୟୋ ହେ" ଗାଆନ୍ତି ନାହିଁ ।
ପୁଣି ହିନ୍ଦୀ ଭାଷାର ଉଚ୍ଚାରଣ ଶୈଳୀ ହଳନ୍ତଵତ୍ ହୋଇଥାଏ ଅର୍ଥାତ୍ ପ୍ରତ୍ୟେକ ଶବ୍ଦର ଶେଷ ଵର୍ଣ୍ଣରେ ହଳନ୍ତ ଲଗେଇ ଉଚ୍ଚାରଣ କରିଵାକୁ ହୁଏ । ଆମ ଦେଶରେ କେହି ବି ଜାତୀୟ ସଂଗୀତକୁ "ଜନ୍ ଗନ୍ ମନ୍ ଅଧିନାୟକ୍ ଜୟ ହୈ" ଗାଆନ୍ତି ନାହିଁ ।
ସାରା ଭାରତର ଲୋକଙ୍କ ଦ୍ଵାରା ଯଦି ଓଡ଼ିଆ ଭାଷାର ଅକାରାନ୍ତ ଉଚ୍ଚାରଣ ଶୈଳୀରେ ଏ ଦେଶର ଜାତୀୟ ସଂଗୀତ ଗାୟନ ହେଉଅଛି ତାହେଲେ ଓଡ଼ିଆ ଭାଷାକୁ ହିନ୍ଦିଆଙ୍କ ଦ୍ଵାରା ଆଞ୍ଚଳିକ ଭାଷା ଵିଵେଚିତ କରାଯିଵା କେତେ ଦୂର ଯୁକ୍ତିଯୁକ୍ତ ?
ଓଡ଼ିଆ ଭାଷାର ପାଦ ମଳିକୁ ବି ସରି ନୁହେଁ ହିନ୍ଦୀ ତେଣୁ ହିନ୍ଦୀ = ଦେଶଭକ୍ତି ବୋଲି ମନର ଭ୍ରମଠାରୁ ସ୍ଵାଧୀନ ହୁଅନ୍ତୁ ଓଡ଼ିଆମାନେ ...
ଆମ ଭାଷା ମଧ୍ୟ ଜାତୀୟ ଭାଷା ଆମ ଭାଷା ଶାସ୍ତ୍ରୀୟ ଭାଷା । ସାରା ଵିଶ୍ଵରେ ଧ୍ଵନିତତ୍ତ୍ଵ ଦୃଷ୍ଟିରୁ ସବୁଠାରୁ ଵୈଜ୍ଞାନିକ ଓ ଉତ୍ତର ଭାରତର ପୁରାତନ ଭାଷା ଆମ ଭାଷା ଓଡ଼ିଆ ଥିଲା - ଅଛି - ରହିଵ ।
ସୌଜନ୍ୟ - ଶିଶିର ସାହୁ ମନୋଜ
http://sammarpana.blogspot.com
No comments:
Post a Comment