Friday, August 14, 2020

🇮🇳 ଭାରତ ମାତା 🇮🇳

ଭାରତ ମାତା    ✍ ରାମ ଚନ୍ଦ୍ର ପ୍ରଧାନ ( ଶିକ୍ଷକ)
=========
ବୀର ପ୍ରସବିନୀ  ସଦା ସୁହାସିନୀ 
    ବନ୍ଦେ ମୋ ଭାରତ ମାତା 
ତଟିନୀ ବନାନୀ  ସବୁଜ ଧରଣୀ 
    ସିଏ ତ ଜଗତ ଜିତା  l
ଅମୃତ ସୃଜନୀ  ସନ୍ତାନ ପାଳିନୀ 
     ସଭିଙ୍କର ସେ ଜନନୀ
ଚିର ବନ୍ଦନୀୟା  ସଦା ପୂଜନୀୟା 
    ମା' ସେ ଆଶିଷ ଦାୟିନୀ  l
ସମୃଦ୍ଧି ଶାଳିନୀ  ଶକ୍ତି ପ୍ରଦାୟିନୀ 
     କଥା ତା' ମଧୁ ଭାଷିନୀ 
ଗୌରବ ମଣ୍ଡିତା  ସଂକୃତି ଶୋଭିତା 
     ସାରା ବିଶ୍ୱେ ସେ ବିଦ୍ୱାନୀ  l
ସଞ୍ଜ ନଇଁଗଲେ  ନବବଧୂ ଏଠି 
    ଜାଳେ ଶ୍ରଦ୍ଧା ସଞ୍ଜବତୀ 
ଚାଷୀ ପୁଅ ଗୀତେ ପବନେ ଶୁଭଇ 
    ମାଟିର ସେ ମଧୁଗୀତି  l
ସବୁଠୁ ସୁନ୍ଦର  ଅଟେ ପରା ସିଏ 
   ମିଠା ଲାଗେ ତା'ର ଭାଷା 
ତା' ଦେଶ ସଂକୃତି ସବୁଠୁ ମହାନ 
   ବାର ମାସେ ତେର ଓଷା  l
ହିନ୍ଦୁ ମୁସଲିମ୍ ଜୈନ ଖ୍ରୀଷ୍ଟିଆନ 
    ସବୁ ତା' ପାଖେ ସମାନ 
ବିଭିନ୍ନତା ମଧ୍ୟେ  ବୋହି ସେ ଏକତା 
     ବୋଲାଉ ଥାଏ ମହାନ  l
ହିମାଳୟ ତା'ର ଶିରେ ଶୋଭାପାଏ 
       ସାଗର ଚରଣ ଧୁଏ 
ସୀମାରେ ତାହାର  ବୀର ସଇନିକ 
     ଦେଶପ୍ରେମ ଗୀତ ଗାଏ  l
        ~~~~~୦~~~~~
http://sammarpana.blogspot.com
 ସାମନ୍ତରା ପଲ୍ଲୀ , ଗଞ୍ଜାମ 
ମୋ:9861638736

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...