Saturday, July 24, 2021

ହେ' ଗୁରୁ......

ହେ'ଗୁରୁ .... 
ତୁମେ ପରଂବ୍ରହ୍ମ ଅବ୍ୟକ୍ତ ଅସୀମ 
        ତୁମେ ଅଗତିର ଗତି
ତୁମରି କରୁଣା ମଥାପରେ ମୋର 
          ବଢାଉ ମୋ'ଯଶକୀର୍ତ୍ତି
          ସ୍ଥିର ରହୁ ମୋର ମତ୍ତି 
ସଂସାର ହାଟର ଅନ୍ଧାର ହଟାଅ
         ଢାଳିକି ଜ୍ଞାନର ଜ୍ୟୋତି ...

ହେ' ଗୁରୁ ..... 
ତୁମ୍ଭେ ଦ୍ରୋଣାଚାର୍ଯ୍ୟ ତୁମ୍ଭେ ବିଶ୍ବାମିତ୍ର 
     ତୁମ୍ଭେ ମୋର ବ୍ୟାସଦେବ 
ଅଧମର ଅଳି ଘେନ ମୋ'ପ୍ରଣତୀ
      ହେ'ମୋ ପଜ୍ୟ ଗୁରୁଦେବ
       ଘେନ ଅର୍ଘ୍ଯ ଭକତିର
ଢାଳିଦିଅ ବାରେ ଅଧମର ଶୀରେ 
         ଆଶିଷ ବରଷା ନୀର.... 
        
ହେ' ଗୁରୁ ..... 
ତୁମ୍ଭେ ଶିଖାଇଛ କରମ ଧରମ 
         ସ୍ବାବଲମ୍ବି ସ୍ବାଭିମାନ 
ତୁମରି ଆଦର୍ଶେ ଗଢ଼ା ଏ'ଜୀବନ
        ତୁମେ ମହା ଜ୍ଞାନ ଦ୍ରୁମ
         ସମର୍ପିଲି ତନୁ ମନ
ଆଶିଷର ହାତ ଥାଉ ସବୁଦିନ
       ଫୁଲ ଫଳ ଛାୟା ସମ ....

           - ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ 

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...