ମୁଁ ଥିଲି ଗୋଟେ ଉଢ଼ନ୍ତା ବିହଙ୍ଗ
ଉଡ଼ି ବୁଲୁଥିଲି ନୀଳ ଆକାଶର
ଧୂଆଁ ମୟ ଭଷା ବଉଦ ତଳେ ,
ପୁଣି କେବେ ଆସି ଲୋଟି ଯାଉଥିଲି
ଗହନ ବନର ତରୁ, ଲତା, ବୃକ୍ଷ
ଘାସ ଗାଲିଚା ମୂଳେ .....।
କେବେ ପୁଣି ଉଡ଼ି ବୁଲୁ ଥିଲି ମୁହିଁ
ସାଗର କୂଳ,ମରୁ ଉଦ୍ୟାନର
ପାହାଡ଼,ପର୍ବତ, ଝରଣା ପାରେ,
କାଟୁ ଥିଲି ଦିନ ପରେ ଦିନ
ସାଙ୍ଗ ସାଥି ସବୁ ଆତ୍ମୀୟ ମେଳେ.....।
ଖେଳୁ ଥିଲି ଖେଳ ଭଳିକି ଭଳି
ଖରା -ବର୍ଷା, ଶୀତ-କାକର ଧରି
ଖାଉଥିଲି ବନ ଫଳ-ଫୁଲ ଭରି
କେତେ ଆନନ୍ଦରେ ଉଡ଼ି-ବୁଲି
ସରଗର ସୁଖ ପାଉଥିଲି ସତେ
ମୋ ରାଇଜରେ ବସା ବାନ୍ଧି କରି......।
କାହୁଁ ଆସିଲୁ ତୁ' ହୋଇ ଶିକାରୀ,
ମିଛ-ମାୟା ଜାଲେ ଫାସାଇଲୁ ମତେ
ଜାଣି ପାରିଲିନି ଛଳନା ତୋହରି ,,,,
ବନ୍ଧି କରି ମତେ ନେଲୁ,
ସୁନା ପଞ୍ଜୁରିର ଲକ୍ଷ୍ମଣ ରେଖାରେ
ଦୋଷୀ ପରି ଦଣ୍ଡ ଦେଲୁ .....।
ରୁପା ଥାଳିଆରେ ଭାତ ଦେଲୁ ସିନା
ହେଲେ କି ବୁଝିଲୁ ମନ !!
ତୁ ତ' ଗୋଟେ ଶିକାରୀ ସାଜିଲୁ
ଶିକାର କଲୁ' ତୁ ଛଳନା କରି
ସ୍ବାର୍ଥ ଦୁନିଆଁର ସ୍ବାର୍ଥି ତୁ' ହୋଇଲୁ
ନୁହେଁ ତୁ ପରା ମିତ ମୋହରି .....।
ତୁ' କିବା ବୁଝିବୁ ମୋ' ମନ ବେଦନା
ହୃଦୟ ଚକ୍ଷୁରେ ଅନିଶା କରି
ତୋ ସୁନା ମୁକୁଟ ତୋ' ପାଖେ ରଖିଥା
ଦରକାର ନାହିଁ ସେ ସୁଖ ମୋରି ,,,
ତୋର ସେଇ ମିଛ ପ୍ରେମ, ଅପମାନ
ସବୁ ମୋ ପାଇଁ ଅଲୋଡ଼ା ତୁଚ୍ଛ
ତୁ ଗୋଟେ ଶିକାରୀ ସ୍ନେହ କାହୁଁ ତୋରି !
ହିଂସା ଛଳନାରେ ସଦା ତୋ' ହୃଦୟ ଭାରି ..... ।
ତୁ' ତ' ଗୋଟେ ଶିକାରୀ
କେମିତି ବୁଝିବୁ ଶିକାରର ପ୍ରାଣ
ଜୀବନଟା କେତେ ଅମୂଲ୍ୟ-ବାରି ,,,
ତୋର ମାୟାଜାଲ ପ୍ରତାରଣା ଖିଅ
ଜୀବନକୁ ଦେଲା ବେହାଲ କରି .....।
ମାୟାବିନୀ ତୁ ବେଇମାନି ତୁ
ମିଛ ମାୟା ତୋର ପ୍ରୀତି
ସେଇ ମାୟାଜାଲେ ଦିନେ ତୁ ପଡ଼ିବୁ
ସରିଯିବ ତୋର ଗତି ..... ।
ସୁଶୀଲ୍ କୁମାର ଭୋଇ, ଭୁବନେଶ୍ୱର-୨
(ଯୁବ ଲେଖକ/ସାମାଜିକ କର୍ମୀ)
୬୩୭୧୭୭୭୮୭୬
No comments:
Post a Comment